spot_img
Home Blog Page 3660

ଗୁଜରାଟ ବିଧାନସଭା ନିର୍ବାଚନ: ଭୋଟ ଦେଲେ ମୋଦି ଏବଂ ତାଙ୍କ ମାଆ

ଗାନ୍ଧୀନଗର: ଗୁଜରାଟ ବିଧାନସଭା ପାଇଁ ଆଜି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତାଦାନ । ୧୪ ଜିଲ୍ଲାର ୯୩ ଆସନ ପାଇଁ ହେଉଛି ଭୋଟିଂ । ୨ କୋଟି ୫୧ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏମାନଙ୍କ ମଧ୍ୟରେ ଏକ କୋଟି ୨୯ ଲକ୍ଷ ପୁରୁଷ ଥିବା ବେଳେ ଏକ କୋଟି ୨୨ ଲକ୍ଷ ମହିଳା ଭୋଟର ଅଛନ୍ତି । ୧୮ରୁ ୧୯ ବର୍ଷର ୫ ଲକ୍ଷ ୯୬ ହଜାର ଭୋଟର ଅଛନ୍ତି । ଭୋଟ ଗ୍ରହଣ ପାଇଁ ୧୪ ହଜାର ୯୭୫ ବୁଥ ହୋଇଥିବା ବେଳେ ଏକ ଲକ୍ଷ ୧୩ ହଜାର କର୍ମଚାରୀ ମତଦାନ କାମରେ ନିୟୋଜିତ ହୋଇଛନ୍ତି ।

ଅହମ୍ମଦାବାଦର ରାନିପର ଏକ ସ୍କୁଲରେ ହୋଇଥିବା ବୁଥରେ ପ୍ରଧାନମନ୍ତ୍ରୀ ଭୋଟ୍ ଦେଇଥିଲେ । ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମୋଦି ଭୋଟ୍ ଦେଇଥିଲେ । ଏପରିକି ମତଦାନ କେନ୍ଦ୍ରକୁ ସେ ଚାଲିଚାଲି ଯାଇଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ମାଆ ହିରାବେନ ମଧ୍ୟ ନିଜ ମତାଧିକାର ସାବ୍ୟସ୍ଥ କରିଛନ୍ତି । ଗାନ୍ଧୀନଗରରେ ହିରାବେନ ଭୋଟ ଦେବା ବେଳେ ମୋଦିଙ୍କ ଭାଇ ପଙ୍କଜ ମୋଦି ସାଥିରେ ଉପସ୍ଥିତ ଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ସପରିବାରେ ଅହମ୍ମଦାବାଦର ନାରଣପୁରାରେ ଭୋଟ ଦେଇଥିଲେ ।

ପଦମପୁର ଉପନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ

ଭୁବନେଶ୍ବର: ସୁରୁଖୁରରେ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ଦିନ ଗୋଟାଏ ସୁଦ୍ଧା ହୋଇଛି ୪୬.୯୬ ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନି ।

ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ପଦମପୁର: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । କାଁ ଭାଁ ସମସ୍ୟା ପରେ ଏବେ ସୁରୁଖୁରୁରେ ଭୋଟ ଦେଉଛନ୍ତି ଜନତା । ୧୫ଟି ମଡେଲ ବୁଥ୍ କରାଯାଇଥିବା ବେଳେ, ୬ଟି ପିଙ୍କ ବୁଥ୍ ସହ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ୧୬୧ଟି ବୁଥରେ ସିସିଟିଭି ବ୍ୟବସ୍ଥା ହୋଇଛି ।

ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଉପରେ ରହିଛି ପ୍ରଶାସନର କଡ଼ା ନଜର । ୧୨୦ଟି ବୁଥରେ ଓ୍ବେବକାଷ୍ଟର ବ୍ୟବସ୍ଥା ହୋଇଛି । ୪ଟା ପରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ସେଠାରେ ମଧ୍ୟ କଡା ସୁରକ୍ଷା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ।

ଟଙ୍କା ବାଣ୍ଟିବା ବେଳେ ଧରାପଡିଲେ ବିଜେପି ନେତା, ସ୍ଥାନୀୟ ବାସିନ୍ଦା ରଖିଲେ ଅଟକ

ପଦମପୁର: ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା । ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀ ଅଟକ । ସ୍ଥାନୀୟ ଲୋକେ ସୁଧିରଙ୍କୁ ରଖିଲେ ଅଟକ ।

ସୂଚନାଯୋଗ୍ୟ, କେବଳ ବିଜେପି ନେତା ନୁହଁନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଛି । ଅର୍ଗସ ଟିଭିର ଟିମ୍ ପଦମପୁରରେ ଡେରା ପକାଇ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ଅର୍ଗସ ଟିଭିର ଟିମ୍ ସ୍ଥାନୀୟ ଲୋକଙ୍କୁ ଟଙ୍କା ଦେଇ କ୍ୟାମେରା ଆଗରେ ବିଜେଡି ଟଙ୍କା ବାଣ୍ଟୁଥିବା କହିବାକୁ ବାଧ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ପ୍ରଚାର ସମୟରେ ବିଜେପିର ଗୁଣ୍ଡାରାଜ ମଧ୍ୟ ଦେଖିବାକୁ ମିଳିଥିଲା । ଛତିଶଗଡ଼ର ଗୁଣ୍ଡା ଆସି ବିଜେପିକୁ ଭୋଟ ଦେବାକୁ ପଦମପୁରବାସୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା ।

ତେବେ ସେତିକିରେ ସୀମିତ ନଥିଲା ବିଜେପିର ଅରାଜକତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରିବାକୁ ମଧ୍ୟ ପଛାଇ ନାହିଁ ଦଳ । ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।

ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।

ସିରିଜ ଦୁର୍ଘଟଣା: ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା କାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କଟକ ପାରାଦ୍ୱୀପ ରାସ୍ତାର ମଣିଜଙ୍ଗାରେ ସିରିଜ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ାହୋଇଥିବା ମାଡ଼ଗଲା କାର୍ । ଦୁଇ ଶିଶୁଙ୍କ ସମେତ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର । ପ୍ରଥମେ ସମସ୍ତଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, କଟକରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ଏକ କାର ମଣିଜଙ୍ଗାରେ ସାମ୍ନାରେ ଯାଉଥିବା ଅନ୍ୟ ଏକ କାରକୁ ପଛରୁ ଧକ୍କା ଦେଇଥଲା । ଏହି ସମୟରେ ପାରାଦ୍ୱୀପ ପଟୁ କଟକ ଅଭିମୁଖେ ଯାଉଥିବା ଅନ୍ୟ ଏକ କାର ଦୁର୍ଘଟଣାଗ୍ରସ୍ତ କାର ସହ ଧକ୍କା ହୋଇଥିଲା । ଏହାରି ଭିତରେ ମଣିଜଙ୍ଗା ଛକ ରାସ୍ତା କଡରେ ରହିଥିବା ଦୁଇଟି ବାଇକ ସ୍କୁଟି ଲୋକଙ୍କ ଉପରକୁ ମାଡି ଯାଇଥିଲା ।

ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମଣିଜଙ୍ଗାଠାରେ ରାସ୍ତାରୋକ କରିଛନ୍ତି । ଫଳରେ କଟକ ପାରାଦୀପ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।

ବଙ୍ଗୋପସାଗରରେ ଭୂମିକମ୍ପ

ନୂଆଦିଲ୍ଲୀ: ବଙ୍ଗୋପସାଗରର ଗଭୀର ସମୁଦ୍ରରେ ଭୂକମ୍ପ । ସକାଳ ୮ଟା ୩୨ ମିନିଟରେ ଅନୁଭୂତ ହୋଇଛି ଭୂକମ୍ପ । ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜୀ ପକ୍ଷରୁ ସୂଚନା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ ହୋଇଛି ।

ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ କମ୍ପନ ଅନୁଭୂତ ହୋଇଛି । ବଙ୍ଗୋପସାରଗର ୧୦ କିମି ଗଭୀରରେ ଏହାର କେନ୍ଦ୍ରସ୍ଥଳ ଥିବା ଆକଳନ କରାଯାଇଛି। ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଦିଗରେ ତଥା ଭାରତ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ବାଂଲଶଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଢାକାଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୨୯ କିମି, କକ୍ସ ବଜାରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୩୪୦ କିମି ଏବଂ ଚିଟାଗଙ୍ଗଠାରୁ ୩୭୯ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି । ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତିର ସୂଚନା ନାହିଁ ।

ହକି ବିଶ୍ବକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପୂରା ରାଜ୍ୟରେ ବୁଲିବ ଟ୍ରଫି

ଭୁବନେଶ୍ବର: ଆରମ୍ଭ ହେଲା ହକି ବିଶ୍ବକପ୍ ଟ୍ରଫି ପରିକ୍ରମା ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ  ୱାର୍ଲକପ୍ ପାଇଁ ଟ୍ରଫି ଟୁରର କଲେ ଶୁଭାରମ୍ଭ । ଏହାସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ

୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିବ ଟ୍ରଫି । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ । ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି ।

ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ବୁଲିବ ଟ୍ରଫି । ଏହି ଟ୍ରଫି ଟୁର୍‌ ଦେଶରେ ହକି ବିଶ୍ବକପ୍ ନେଇ ଉତ୍ସାହ ଭରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ଟ୍ରଫି ହସ୍ତାନ୍ତର ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂ, କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ଜାନୁଆରୀ ୧୩ରୁ ହକି ବିଶ୍ବକପ  ଆରମ୍ଭ ହେବ । ୨୩ ଜାନୁଆରୀରେ କଳିଙ୍ଗ ଷ୍ଟାଡିଅମରେ ହେବ ଖେଳାଯିବ ଫାଇନାଲ ମ୍ୟାଚ୍ ।

ପଦମପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ଭୋଟ୍

ଭୁବନେଶ୍ବର: ଶାନ୍ତିଶୃଙ୍ଖଳାର ସହ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ଦିନ ୧୧ଟା ସୁଦ୍ଧା ହୋଇଛି ୨୯.୭୩ ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନି ।

ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ପଦମପୁର ଉପନିର୍ବାଚନ: ପୂର୍ବାହ୍ନ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ

ଭୁବନେଶ୍ବର: ଶାନ୍ତିଶୃଙ୍ଖଳା ସହ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ ଦେଉଛନ୍ତି ଭୋଟର । ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ ୮.୫ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ବାପାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ ବର୍ଷା

ପଦମପୁର: ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ଭୋଟ୍ । ସକାଳୁ ସକାଳୁ ଭୋଟ୍ ଦେବାକୁ ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ନିଜ ମତାଧିକାର ସାବ୍ୟସ୍ଥ କରିଛନ୍ତି ।

ବାପା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇ ଭୋଟ୍ ଦେଇଛନ୍ତି ବର୍ଷା । ଘରୁ ବାହାରିବା ବେଳେ ବର୍ଷା ବାପାଙ୍କ ଫଟୋକୁ ମୁଣ୍ଡିଆ ମାରି ବିଜୟର ଆଶୀର୍ବାଦ ନେଇଥିଲେ । ଏହାପରେ ସେ ରାଜାପଡ଼ା ସ୍କୁଲରେ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ଥିଲେ । ସେଠାରେ ସେ ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇଥିଲେ । ନିଜ ନମ୍ବର ଆସିବା ପରେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାଇ ପ୍ରମାଣପତ୍ର ଦେଖାଇବା ସହ ଭୋଟ୍ ଦେଇଥିଲେ ।

ଲାଇନରେ ଛିଡ଼ା ହୋଇ ଭୋଟ ଦେବାକୁ ନେଇ ବର୍ଷା କହିଥିଲେ, ସମସ୍ତଙ୍କ ପରି ମୁଁ ବି ଧାଡ଼ିରେ ଛିଡ଼ା ହୋଇ ଅନ୍ୟମାନଙ୍କ ସହ ଭୋଟ ଦେଲି । ପୂର୍ବରୁ ଏମିତି ଲାଇନରେ ଛିଡ଼ା ହୋଇ ଭୋଟ ଦେଇଛି । ଏଥର ପ୍ରାର୍ଥୀ ହେଲି ତ କ’ଣ ହେଲା । ନିୟମ ସମସ୍ତଙ୍କ ପାଇଁ ସମୟ । ଆଗରୁ ବାପାଙ୍କୁ ଭୋଟ ଦେବାକୁ ଲାଇନରେ ଛିଡ଼ା ହେଉଥିଲି, ଏବେ ନିଜକୁ ଭୋଟ୍ ଦେବାକୁ । ନିଜକୁ ନିଜ ଭୋଟ ଦେଇ ବହୁତ ଭଲ ଲାଗୁଛି ।

ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ହେଉଛନ୍ତି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ବିଜୟ ବରିହାଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହେଉଛି ।