spot_img
Home Blog Page 3665

ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ହରାଇଲା ଦକ୍ଷିଣ କୋରିଆ

କତାର: ଫୁଟବଲ୍ ବିଶ୍ୱକପରେ ଶୁକ୍ରବାର ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି । ବିଶ୍ୱର ୯ ନମ୍ବର ରାଙ୍କିଂରେ ଥିବା କ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ୨୮ ରାଙ୍କର ଦକ୍ଷିଣ କୋରିଆ ପରାଜିତ କରିଛି । ଗ୍ରୁପ ଏଚରେ ପର୍ତ୍ତୁଗାଲକୁ କୋରିଆ ୨-୧ରେ ପରାଜିତ କରିଛି । ଏହି ବିଜୟ ସହ କୋରିଆର ତିନି ମ୍ୟାଚରେ ଚାରି ଅଙ୍କ ସହିତ ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି ଦଳ । ସେହିପରି ପର୍ତ୍ତୁଗାଲ ତିନୋଟି ମ୍ୟାଚରୁ ୬ ଅଙ୍କ ସହ ଗ୍ରୁପର ଶୀର୍ଷରେ ରହିଛି । ଆଜିର ମ୍ୟାଚ ଦକ୍ଷିଣ କୋରିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ପରାଜିତ ହୋଇଥାନ୍ତା ତେବେ ନକଆଉଟ୍ ରେ ରେସରୁ ବାଦ୍ ପଡ଼ିଥାନ୍ତା । କୋରିଆ ଟିମ୍ ୨୦୧୦ ପରେ ପ୍ରଥମଥର ଶେଷ-୧୬ରେ ପହଞ୍ଚିଛି ।

ପାକିସ୍ତାନ ବାହାରେ ଏସିଆ କପ୍ ହେଲେ ଖେଳିବନି ପାକ୍ ଟିମ୍: ରମିଜ ରାଜା

ନୂଆଦିଲ୍ଲୀ: ପୁଣି ଧମକ ଦେଲେ ପିସିବି ଅଧ୍ୟକ୍ଷ ରମିଜ ରାଜା । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି ଯେ ଯଦି ୨୦୨୩ର ଏସିଆ କପ୍ ପାକିସ୍ତାନରେ ନହୁଏ ତେବେ ତାଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ । ଭାରତୀୟ ଦଳ ପାକିସ୍ତାନ ଆସିବନାହିଁ, କେବଳ ଏହି କାରଣରୁ ଟୁର୍ଣ୍ଣାମେଣ୍ଟର ସ୍ଥାନ ସ୍ଥାନାନ୍ତର ନକରିବା ଆବଶ୍ୟକ । ଭାରତ ନଆସିଲେ ନାହିଁ, କିନ୍ତୁ ନିର୍ଦ୍ଧାରିତ ସ୍ଥାନ ବଦଳିଲେ ସର୍ବ ପ୍ରଥମେ ପାକିସ୍ତାନ ଦଳ ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ପ୍ରତ୍ୟାହର କରିନେବ ।

ରାୱଲ ପିଣ୍ଡିରେ ଇଂଲଣ୍ଡ-ପାକିସ୍ତାନ ଟେଷ୍ଟ ମ୍ୟାଚ ସମୟରେ ପିସିବି ଅଧ୍ୟକ୍ଷ କହିଛନ୍ତି, ଆମେ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବା ପାଇଁ ବ୍ୟଗ୍ର ନାହୁଁ । ହୋଷ୍ଟିଂ ରାଇଟସ ଆମକୁ ଭିକରେ ମିଳିନାହିଁ । ଆଇସିସି ଫେୟାର ପ୍ରୋସେସ ଜରିଆରେ ଆମକୁ ଏସିଆ କପ୍ ହୋଷ୍ଟ କରାଇବାର ଦାୟିତ୍ୱ ମିଳିଛି । ୨୦୨୩ର ଏସିଆ କପ୍ ସେପ୍ଟେମ୍ବରରେ ପାକିସ୍ତାନରେ ହେବାର ଅଛି । ଏହାପରେ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବ ।

ଦନିକିଆ ବିଶ୍ୱକପ୍ କାରଣରୁ ଚଳିତ ଥର ଏସିଆ କପ୍ ୨୦ ସ୍ଥାନରେ ୫୦ ଓଭରର ହେବ । ଏସିଆ କ୍ରିକେଟ ବୋର୍ଡ ସଭାପତି ତଥା ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ ଟିମ୍ ଇଣ୍ଡିଆ ରାଜନୈତିକ କାରଣରୁ ପାକିସ୍ତାନ ଯାଇ ପାରିବ ନାହିଁ । ଏସିଆ କପର ହୋଷ୍ଟିଂ ରାଇଟସ ପାକିସ୍ତାନ ପାଖରେ ଅଛି, କିନ୍ତୁ ଟୁର୍ଣ୍ଣାମେଣ୍ଟ ଲୋକେଶନ ସ୍ଥାନାନ୍ତର କରି ନ୍ୟୁଟ୍ରାଲ ଭେନ୍ୟୁରେ ମଧ୍ୟ ମ୍ୟାଚ୍ କରାଯାଇ ପାରିବ ।

ଏହାର ଜବାବରେ ପିସିବି ମୁଖ୍ୟ କହିଥିଲେ ଯେ, ଯଦି ଭାରତୀୟ ଦଳ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସେ ତେବେ ପାକିସ୍ତାନ ମଧ୍ୟ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଖେଳିବାକୁ ଆସିବ ନାହିଁ । ସୂଚନାଥାଉକି, ଭାରତୀୟ ଦଳ ୨୦୦୮ରେ ଶେଷଥର ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଯାଇଥିଲା । ସେହିପରି ପାକିସ୍ତାନ ଦଳ ୨୦୧୬ରେ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ ଶେଷ ଥର ଭାରତ ଆସିଥିଲା ।

କନ୍ନୁରରୁ ଦୋହା ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ମୁମ୍ବାଇରେ ଜରୁରୀ ଅବତରଣ

କୋଚି: କେରଳର କନ୍ନୁରରୁ ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟକୁ ମୁମ୍ବାଇ ଡାଇଭର୍ଟ କରି ଦିଆଯାଇଛି । କୁହାଯାଉଛି ଯେ ବିମାନର ଏକ ହାଇଡ୍ରୋଲିକ ସିଷ୍ଟମରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନକୁ ମୁମ୍ବାଇ ଡାଇଭର୍ଟ କରାଯାଇଛି । ଏବେ ବିମାନଟି ମୁମ୍ବାଇରେ ଜରୁରୀ ଅବତରଣ କରିଛି । ଶୁକ୍ରବାର ଇଣ୍ଡିଗୋର ଏୟାରବସ୍ ଏ୩୨୦ (ଭିଟି-ଆଇଏସକ୍ୟୁ) ବିମାନ କେରଳର କନ୍ନୁରରୁ ଉଡ଼ାଣ ଭରିଥିଲା ।

ଫ୍ଲାଇଟକୁ ଦୋହା ଅଭିମୁଖେ ଯିବାର ଥିଲା । କିନ୍ତୁ ଏହି ସମୟରେ ବିମାନର ଏକ ହାଇଡ୍ରୋଲିକ୍ ସିଷ୍ଟମରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଏବଂ ଏହି କାରଣରୁ ଫ୍ଲାଇଟକୁ ତୁରନ୍ତ ମୁମ୍ବାଇ ଡାଇଭର୍ଟ କରିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏୟାରଲାଇନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ଯେ କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟି ଆସିଛି ।

ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ

ଭୁବନେଶ୍ୱର: ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ । ସ୍ଥାପନ ହେବ ୧୦ ହଜାର ମେଗୱାଟର sand to module ପ୍ଲାଣ୍ଟ । ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ସ୍ଥାପନ ହେବ ଏହି ପ୍ଲାଣ୍ଟ । ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ ।

ଉନ୍ମୋଚିତ ହୋଇଛି ଫୁଡ୍ ପ୍ରୋସେସିଂ ପଲିସି । ଏହି ପଲିସି ଅଧିନରେ ନିବେଶକଙ୍କୁ ୩୦% ବା ସର୍ବାଧିକ ୩.୫ କୋଟି ଟଙ୍କାର ସବସିଡି ଦେବେ ସରକାର । ସ୍ଵତନ୍ତ୍ର ବର୍ଗରେ ଆଉ ୫% ରିହାତି ପାଇବେ ନିବେଶକ । ସୋଲାର ପାୱାର ଭିତ୍ତିକ ଶିଳ୍ପ କଲେ ଅତିରିକ୍ତ ୫% ରିହାତି ମିଳିବ । ମେଗା ଫୁଡ ପାର୍କ ଲାଗି ୧୫ କୋଟି ଟଙ୍କା ଯାଏଁ ସବସିଡି ମିଳିବ ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୧ଟି ସଂସ୍ଥା ୧୪୪୩ କୋଟି ଟଙ୍କାର ନିବେଶ ଆଗ୍ରହ ଦେଖାଇଛନ୍ତି । ଏହାଯୋଗୁଁ ପାଖାପାଖି ୧୦ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଉନ୍ମୋଚିତ ହୋଇଛି ଏକ୍ସପୋର୍ଟ ପଲିସି ୨୦୨୨ । ପଲିସି ଅଧିନରେ ରପ୍ତାନିକାରୀଙ୍କୁ ଲାଇସେନ୍ସ କ୍ଷେତ୍ରରେ ୫୦% ବା ସର୍ବାଧିକ ୪୦ ହଜାର ଟଙ୍କା ସରକାର ରିହତି ଦେବେ । ରପ୍ତାନି କ୍ଷେତ୍ରରେ ୨୧ଟି ସଂସ୍ଥା ଠାରୁ ୧୬୨ କୋଟିର ପୁଞ୍ଜିନିବେଶ ଆଗ୍ରହ ମିଳିଛି ।

ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାସ୍, ଶୀତ ଅଧିବେଶନ ଶେଷ । ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି । ବିଧାନସଭାରେ ଆଜି 2022-23 ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଛି । ଏହାସହ 2021-22 ବର୍ଷର ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଆଜି ପୁଣି ଶାସକ ବିଜେଡି ଦାବି କରିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ଶୀତକାଳୀନ ଅଧିବେଶନର କାର୍ଯ୍ୟ ଅଧିକାଂଶ ଦିନ ବାଧାପ୍ରାପ୍ତ ହେଉଥିଲା । ଏହି କାରଣରୁ ମାତ୍ର ୮ ଦିନ ଚାଲି ଧାର୍ଯ୍ୟ ସମୟ ପୂର୍ବରୁ ଶୀତ ଅଧିବେଶନ ଆଜି ଶେଷ ହୋଇଛି ।

ମେକ ଇନ ଓଡ଼ିଶା କନକ୍ଲେଭ; ତୃତୀୟ ଦିନରେ ୧୮୦ଟି ନିବେଶ ପ୍ରସ୍ତାବ ଗ୍ରହଣ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ମେକ ଇନ ଓଡ଼ିଶା କନକ୍ଲେଭରେ ମୋଟ୍ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଆଜି ତୃତୀୟ ଦିନରେ ଏକ ଲକ୍ଷ ୭୦ ହଜାର ୨୬୦ କୋଟି ଟଙ୍କାର ୧୮୦ଟି ନବେଶ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏଥିରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଖଣି ଓ ଇସ୍ପାତ କ୍ଷେତ୍ରରେ ୪୬ଟି କୃଷି ଓ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ ୪୩ଟି ଆଇଟିରେ ୨୪ଟି ଶକ୍ତି ରିନ୍ୟୁଏବଲ ଏନର୍ଜି କ୍ଷେତ୍ରରେ ୨୨ଟି କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ୯ଟି ଏଗ୍ରିମାର୍କେଟିଂ ଓ ଏଗ୍ରିବିଜନେସ କ୍ଷେତ୍ରରେ ୧୫୦ କୋଟି ଟଙ୍କାର ନିବେଶ ସହିତ ୧୯ଟି ପ୍ରସ୍ତାବ ଗ୍ରହଣ ହୋଇଛି । ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଉଦଘାଟନ ଓ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥିରେ ମୋଟ ୪ ହଜାର ୪୨୩ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୧୪ ହଜାର ୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସ୍କିଲଡ୍‌ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇ ଇଂଜିନିୟରିଂର ବିଭିନ୍ନ ଟ୍ରେଡ୍‌ ଛାତ୍ରଛତ୍ରୀଙ୍କୁ ଆଧୁନିକ ଦକ୍ଷତା ତାଲିମ ଦିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଲ୍ଲେଖ କରିଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ଦିବସରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ଉପରେ ଆୟୋଜିତ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଆମ ଯୁବଗୋଷ୍ଠୀଙ୍କୁ ଅଧିକ କୁଶଳୀ, ଦକ୍ଷ କରି ଗଢ଼ିତୋଳିବା ପାଇଁ ସରକାର ଅନେକ ବ୍ୟବହାରିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛନ୍ତି ।

ସ୍କିଲଡ୍‌ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି ବୋଲି ସେ କହିଛନ୍ତି । ବିଭିନ୍ନ ଶିଳ୍ପସଂସ୍ଥା, ଅନୁଷ୍ଠାନର ପ୍ରତିନିଧି ତଥା ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ଦକ୍ଷତା ସମକାଳୀନ ବଜାରର ଆବଶ୍ୟକତା ହୋଇଥିବାବେଳେ ସ୍କିଲଡ୍‌ ଇନ୍‌ ଓଡ଼ିଶା ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଆମର ଯୁବକ ଯୁବତୀମାନଙ୍କୁ ଶିଳ୍ପସଂସ୍ଥାର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ।

ଦକ୍ଷତା କ୍ଷେତ୍ରଗୁଡିକ ଉପରେ କିଛି ଉପଯୋଗୀ ଜ୍ଞାନ ସଂଗ୍ରହ କରିବାରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇଥିଲା । ଶିଳ୍ପ ଚାହିଦା ଏବଂ ବ୍ୟବସାୟକୁ ଆଧାର କରି ‘ସ୍କିଲଡ୍‌-ଇନ୍‌-ଓଡିଶା ରେ ଦକ୍ଷତା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା, ଟେକ୍ନୋଲୋଜି ସାମର୍ଥ୍ୟ ଏବଂ ଭବିଷ୍ୟତର ବଜାର ଆବଶ୍ୟକତା ନିମନ୍ତେ ଅଧିକ କୁଶଳୀ ମାନବସମ୍ବଳ ସୃଷ୍ଟି କରିବା ସକାଶେ ଏହାର ବ୍ୟାପକ ଉପଯୋଗ ନେଇ ଅଧିବେଶନରେ ସବିଶେଷ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌, ଆଇବିଏମ୍‌, ଏସ୍‌ଏମ୍‌ଏସ୍‌ ଗ୍ରୁପ୍‌, ହେକ୍ସାଗନ୍‌ ଇଣ୍ଡିଆ, ୟୋକୋହାମା, ଇଭିଓଏସ୍‌ ବିଲଡକନ୍‌ ଭଳି ବହୁ ବ୍ୟବସାୟିକ ଓ ଶିଳ୍ପପ୍ରତିଷ୍ଠାନ ଯୋଗଦେଇଥିଲେ ।

ବିଜୟ ହଜାରେ ଟ୍ରଫି; ମହାରାଷ୍ଟ୍ରକୁ ହରାଇ ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ଚମ୍ପିଆନ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ଫାଇନାଲ୍ ମ୍ୟାଚରେ ମହାରାଷ୍ଟ୍ରକୁ ହରାଇ ସୌରାଷ୍ଟ୍ର ଚମ୍ପିଆନ ହୋଇଛି । ଦ୍ୱିତୀୟ ଥର ପାଇଁ ସୌରାଷ୍ଟ୍ର ଟ୍ରଫି ଜିତିଛି । ସୌରାଷ୍ଟ୍ର ଟିମ୍ ୧୪ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ସଫଳତା ହାସଲ କରିଛି । ୨୦୦୮ ମସିହାରେ ଦଳ ଚମ୍ପିଆନ ହୋଇଥିଲା । ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାୟକ୍ୱାଡଙ୍କ ଉପରେ ସୌରାଷ୍ଟ୍ରର ଶେଲ୍ଡନ ଜ୍ୟାକ୍ସନଙ୍କ ଇନିଂସ ଭାରି ପଡ଼ିଛି । ସୌରାଷ୍ଟ୍ର ୫ ୱିକେଟରେ ମ୍ୟାଚ ଓ ଟାଇଟଲ୍ ନିଜ ନାଁରେ କରିଛି ।

ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ମହାରାଷ୍ଟ୍ର ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୮ ରନ୍ କରିଥିଲେ । ଋତୁରାଜ ୧୦୮ ରନର ଇନିଂସ ଖେଳିଥିଲେ । ଜବାବରେ ସୌରାଷ୍ଟ୍ର ୪୬.୩ ଓଭରରେ ପାଞ୍ଚ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଶେଲ୍ଡନ ୧୩୬ ବଲରେ ୧୩୩ ରନ କରି ଅପରାଜିତ ରହିଥିଲେ । ମହାରାଷ୍ଟ୍ରର ନଜର ପ୍ରଥମଥର ଚମ୍ପିଆନ ହେବା ଉପରେ ଥିଲା ।

ଟିମ୍ ପ୍ରଥମଥର ଫାଇନାଲ ଖେଳୁଥିଲା । ସେହିପରି ସୌରାଷ୍ଟ୍ର ଦ୍ୱିତୀୟଥର ପାଇଁ ୫୦ ଓଭରର ଏହି ଟୁର୍ଣ୍ଣାମେଣ୍ଟକୁ ନିଜ ନାଁରେ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ସୌରାଷ୍ଟ୍ର ଟିମ ଫାଇନାଲରେ ମହାରାଷ୍ଟ୍ର ଉପରେ ଚାପ ପକାଇବା ପାଇଁ ସଫଳ ରହିଥିଲା ଏବଂ ଦ୍ୱିତୀୟଥର ଚମ୍ପିଆନ ହୋଇଛି । ଋତୁରାଜଙ୍କ ଶତକୀୟ ଇନିଂସ ଉପରେ ଶେଲ୍ଡନ ଜ୍ୟାକ୍ସନ ପାଣି ପକାଇ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ସୌରାଷ୍ଟ୍ରର ଦ୍ରୁତ ବୋଲରଙ୍କ ଦବଦବା ରହିଥିଲା । ସେହିପରି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନମାନେ ଚମତ୍କର ପ୍ରଦର୍ଶନ କରିଥିଲେ ।

ଛତିଶଗଡ଼ରେ ଖଣି ଭୁଶୁଡ଼ି ୭ ଶ୍ରମିକଙ୍କ ମୃତ୍ୟୁ

ଜଗଦଲପୁର: ଛତିଶଗଡ଼ର ଜଗଦଲପୁରଠାରୁ ୧୧ କିଲୋମିଟର ଦୂର ଗ୍ରାମ ମାଲଗାଁରେ ଛୁଇ ଖଣିରେ ଖୋଳା ଚାଲିଥିବା ସମୟରେ ଅଘଟଣ ଘଟିଛି । ଖଣି ଭୁଶୁଡ଼ି ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଯେ ୧୦ରୁ ଅଧିକ ଗ୍ରାମବାସୀ ଫସିରହିଛନ୍ତି । ଶବଗୁଡ଼ିକୁ ଜେସିବି ସହାୟତାରେ କଢ଼ାଯାଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୋଲିସ ଏବଂ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏପର୍ଯ୍ୟନ୍ତ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂହ ଦୁଃଖ ପ୍ରକାଶ କରିଛନ୍ତି ।

ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ସଭାପତି ଦିଲୀପ ତିର୍କୀ

ଭୁବନେଶ୍ୱର: ଆକ୍ସନ ମୁଡରେ ହକି ଇଣ୍ଡିଆ । ହକି ଇଣ୍ଡିଆର ସଭାପତି ଭାବେ ଡ଼ ଦିଲୀପ ତିର୍କୀ ଦାୟିତ୍ୱ ନେବା ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଡ. ଦିଲୀପ ତିର୍କୀ । ଏନେଇ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି ।

୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ଟ୍ରେନିଂ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରିଛି । ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ମର୍ଡନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଗ୍ରାସରୁଟରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଫୋକସ ଦିଆଯାଉଛି । ଗ୍ରାସରୁଟ ଲେବୁଲରେ ଅଧିକ ପୁଅ ଝିଅ କିପରି ହକିରେ ସାମିଲ ହୁଅନ୍ତୁ ଏବେ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ । ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି ।

ତାହାର କାରଣର ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି । ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକପିର କୋଚ୍ ରହିଛନ୍ତି । ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଳ ହେଉଛି । ଡ. ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହେବା ପରେ ଭାରତୀୟ ହକି ଟିମ୍ ତାର ତାର ପୂର୍ବ ଗୌରବକୁ ଫେରିପାଇବା ପାଇଁ ଏବେ ଅନେକ ପଦକ୍ଷେପ ନେଉଛନ୍ତି ।