spot_img
Home Blog Page 3677

Sraddha Murder Case: ଆଫତାବକୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଆଫତାବକୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଛି । ହାତରେ ଖଣ୍ଡା ଧରି ୪ ରୁ ୫ଜଣ ଲୋକ ଭ୍ୟାନ ଉପରେ ଆକ୍ରମଣ କରିଛନ୍ତି । ଦିଲ୍ଲୀର ରୋହିଣୀସ୍ଥିତି ହସ୍ପିଟାଲରେ ପଲିଗ୍ରାଫ ଟେଷ୍ଟ ସାରି ଯିବାବେଳେ ଅଫତାବର ଗାଡି ଉପରେ ଲୋକେ ତଲଓ୍ବାରରେ ଆକ୍ରମଣ କରିଥିଲେ । ପଲିଗ୍ରାଫ ଟେଷ୍ଟ ସରିବା ପରେ ଏଫଏସଏଲ ଲ୍ୟାବରୁ ନିଆଯିବା ବେଳେ ଏମାନେ ଭ୍ୟାନର ପିଛା କରିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିଲା ।

କୁହାଯାଉଛି ଯେ, ଯେଉଁ ଭ୍ୟାନରେ ଆଫତାବ ବସିଥିଲା ସେହି ଭ୍ୟାନକୁ ଖୋଲିବାକୁ ଏମାନେ ଉଦ୍ୟମ କରିଥିଲେ । ଲୋକଙ୍କ ହାତରେ ଖଣ୍ଡା ଥିବା ବେଳେ ପୋଲିସ ସେମାନଙ୍କୁ ନିୟନ୍ତ୍ରଣ କରିଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପିସ୍ତଲ ଦେଖାଇଥିଲା । ଏହି ଗାଡ଼ି ଉପରକୁ ଲୋକେ ପଥର ବି ଫିଙ୍ଗିଥିଲେ । ପୋଲିସ କର୍ମଚାରୀ ବନ୍ଧୁକ ଲଗାଇ କହିଥିଲା ଯଦି ଭ୍ୟାନକୁ ଖୋଲାଯାଏ ତେବେ ଗୁଳି ଚଳାଇ ଦେବୁ । ଆଫତାବ ଉପରେ ଆକ୍ରମଣ କରିବା ପାଇଁ ଏମାନେ ମାରୁତି ଭ୍ୟାନରେ ବସି ଆସିଥିଲେ । ପୋଲିସକୁ ଏକ କାର୍ ମିଳିଥିଲା ।

କୁହାଯାଉଛି ଯେ, ଆକ୍ରମଣକାରୀ ମାନେ ଏହି ଭ୍ୟାନରେ ଆସିଥିଲେ । କାରରୁ ହାତୁଡ଼ି, କୁନ୍ତ, ଷ୍ଟମ୍ପ, ଖଣ୍ଡା ଭଳି ଅସ୍ତ୍ରଶସ୍ତ୍ର ମିଳିଛି ।  ସେମାନଙ୍କୁ କାବୁ କରି ପୋଲିସ ପଚରା ଉଚରା କରୁଛି । ଆକ୍ରମଣ ବେଳେ ସେମାନେ ନାରାବାଜୀ କରିଥିଲେ । ଆକ୍ରମଣକାରୀ ନିଜକୁ ହିନ୍ଦୁ ସେନାର କାର୍ଯ୍ୟକତା କହିଛନ୍ତି । ସେମାନେ କହିଛନ୍ତି, ଆମ ଭଉଣୀ ଓ ଝିଅ ଯେତବେଳେ ସୁରକ୍ଷିତ ନାହାନ୍ତି, ତେବେ ଆମେ ବଞ୍ଚି କଣ କରିବା । ଆମକୁ ଦୁଇ ମିନିଟ ପାଇଁ ଆଫତାବକୁ ହସ୍ତାନ୍ତର କର ଆମେ ତାକୁ ଗୁଳି କରି ମାରିବୁ ।

 

 

ଆଦାନୀ ପୋର୍ଟ ବିରୋଧରେ ଆନ୍ଦୋଳନ କରୁଥିବା ୩ହଜାର ଲୋକଙ୍କ ନାଁରେ ମାମଲା

ଥିରୁଅନନ୍ତପୁର: କେରଳରେ ଆଦାନୀ ପୋର୍ଟର ନିର୍ମାଣ ବିରୋଧରେ ଆନ୍ଦଳନ କରୁଥିବା ପ୍ରାୟ ୩ ହଜାର ପ୍ରଦର୍ଶନକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ ଏମାନେ ଭିଜିଞ୍ଜମ ପୋଲିସ ଥାନା ଉପରେ ଆକ୍ରମଣ କରିଥିଲେ । ଥାନାରେ ଭଙ୍ଗାରୁଜା କରିବା ସହ ପୋଲିସ କର୍ମୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଏହାପରେ ପୋଲିସ ୩ ହଜାର ଲୋକଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଦଙ୍ଗା ଏବଂ ବେଆଇନ ସଭାକୁ ନେଇ ମାମଲା ରୁଜୁ କରିଛି । ଏହି ଏଫଆଇଆରରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଲୋକଙ୍କ ଆକ୍ରମଣରେ ପ୍ରାୟ ୪୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ କହିବା ଅନୁସାରେ, ବିଜିଂଜମ ପୋଲିସ ଥାନାରେ ପ୍ରାୟ ୩ ହଜାର ଲୋକ ଏକତ୍ରିତ ହୋଇଥିଲେ । ସେମାନେ ଜେଲରେ ବନ୍ଦ ଜଣେ ବ୍ୟକ୍ତିଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ । ପ୍ରାୟ ସନ୍ଧ୍ୟା ୬ ଟାରେ ଏକତ୍ରିତ ଭିଡ଼ ଥନାରେ ପହଞ୍ଚିଥିଲା । ସେମାନଙ୍କ ହାତରେ ଲୁହା ରଡ ଏବଂ ପଥର ଥିଲା । ସେମାନେ ଥାନା ଭିତରକୁ ଜବରଦସ୍ତି ପସିବା ସହ ହଙ୍ଗାମା କରିଥିଲେ ।

ସେମାନେ ଧମକ ଦେଇଥିଲେ ଯଦି ଅଭିଯୁକ୍ତଙ୍କୁ ମୁକ୍ତ କରାନଯାଏ ତେବେ ସେମାନେ ପୋଲିସ ଷ୍ଟେସନକୁ ନିଆଁ ଲଗାଇଦେବେ । ଏହା ବ୍ୟତୀତ ସେମାନେ ପୋଲିସର ୫ଟି ଗାଡି ଭଙ୍ଗାରୁଜା କରିଥିଲେ ଏବଂ ଥାନା ଭିତରେ ମଧ୍ୟରେ ଭଙ୍ଗାରୁଜା କରିଥିଲେ । ପୋଲିସ କହିବା ମୁତାବିକ ଏହି ଆକ୍ରମଣରେ ଥାନାର ପ୍ରାୟ ୮୫ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଆଇପିସିର ଧାରା ୧୪୩, ୧୪୭, ୧୨ ବି, ୪୪୭ ଏବଂ ୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ମେହେର ସମାଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ମେହର ସମାଜ । ୨୦୨୪ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ । ଭୁବନେଶ୍ବରରେ ଗଙ୍ଗାଧର ଭବନ ପାଇଁ ସରକାର ଜମି ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ଗଙ୍ଗାଧର ମେହେରଙ୍କ ନାଁରେ ଭୁବନେଶ୍ବରରେ କଲ୍ୟାଣ ମଣ୍ଡପ ଓ ଆବାସ ସ୍ଥଳ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲା ନିଖିଳ ଓଡ଼ିଶା ମେହେର ସମାଜ। ସ୍ବଭାବ କବିଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ଭବ୍ୟ ଭବନ ନିର୍ମାଣ କରିବା ସହ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ।

ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର ଜଳସେଚନ ଯୋଜନାର କାମ ଚାଲିଛି। ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ଶିକ୍ଷାର ପ୍ରସାର ପାଇଁ ୪୩୦ କୋଟି ଟଙ୍କାର ଓଡ଼ିଶା ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଜିଏସଟି ଫାଙ୍କି ଅଭିଯୋଗରେ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ରେଡ୍

ବରଗଡ଼: ଜିଏସଟି ଫାଙ୍କି ଅଭିଯୋଗରେ ୬ଟି ସ୍ଥାନରେ ଜିଏସଟି ବିଭାଗର ରେଡ୍ । ବରଗଡ଼, ପଦମପୁର, ପାଇକମାଳ, ବରେଇକେଲରେ ଚଢ଼ାଉ । ପଦମପୁର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଚାଲିଛି ରେଡ୍ । ଗୋବର୍ଦ୍ଧନଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ ଓ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋରରେ ମଧ୍ୟ ରେଡ୍ । ସୁନୀଲ ଅଗ୍ରୱାଲଙ୍କ ପଦମପୁର ଜଗଦମ୍ବା କ୍ଲଥ ଷ୍ଟୋରରେ ରେଡ୍ । ବରଗଡ଼ ସହରରେ ଥିବା ସୁନୀଲଙ୍କ ଘରେ ମଧ୍ୟ ରେଡ୍ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ପୁତୁରା ହେୁଛନ୍ତି ସୁନୀଲ । ରାଜେଶ ସାହୁଙ୍କ ବରେଇକେଲ ଗ୍ୟାସ ଏଜେନ୍ସିରେ ଚଢ଼ାଉ । ରାଜ୍ୟ ଜିଏସଟି ଅଧିକାରୀମାନେ ଚଢ଼ାଉରେ ସାମିଲ ଅଛନ୍ତି । ଏହି ସବୁ ସ୍ଥାନରେ ଜିଏସଟି ଅଧିକାରୀ ତଦନ୍ତ କରୁଛନ୍ତି ।

‘ସମ୍ବିଧାନ ଦିବସ’ରେ ଶପଥ ନେଲେ ସଫେଇ କର୍ମଚାରୀ

0

ଭୁବନେଶ୍ୱର : ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମର୍ଚାରୀ ସଂଘ ପକ୍ଷରୁ ଗାନ୍ଧି ମାର୍ଗଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ମୋହନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଦଳିତ ଓ ଅବହେଳିତ ବର୍ଗର ବିକାଶ ପାଇଁ ବାବା ସାହେବଙ୍କ ଚିନ୍ତାଧାରା କିଭଳି ଏବେ ବି ସମ୍ବିଧାନ ଗଣ୍ଡିରେ କେବଳ ବନ୍ଧା ହୋଇ ରହିଛି ସେ ସଂପର୍କରେ ର୍ଆଲୋଚନା ହୋଇଥିଲା । ଏ ଅବସରରେ ଠିକା ସଫେଇ କର୍ମଚାରୀମାନେ କିଭଳି ନିଜ ସାମ୍ବିଧାନିକ ଅଧିକାରୁ ବଞ୍ଚିତ ହେଉଛନ୍ତି ସେ ସଂପର୍କରେ ଆଲୋଚନା ହୋଇଥିଲା । ସାମ୍ବିଧାନିକ ଅଧିକାର ନେଇ ଜନ ସଚେତନତା ସୃଷ୍ଟି ପାଇଁ ଏକ ସଂଗୀତ ପରିବେଷଣ କରାଯାଇଥିଲା । କୗେଣସି ପରିସ୍ଥିତିରେ ରାଜନୈତିକ ଦଳର ପ୍ରରୋଚନାରେ ନିଜ ଭୋଟ ଅଧିକାର ସାବ୍ୟସ୍ତ କରିବେ ନାହିଁ ବୋଲି ସଫେଇ କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି ।


ଚୁକ୍ତିଭିତ୍ତିକ ଠିକା କର୍ମଚାରୀ ସଂଘର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଏଥିରେ ରାଜଧାନୀ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫେଇ କର୍ମଚାରୀ ସାମିଲ ହୋଇ ଆମ ସମ୍ବିଧାନ ପ୍ରତି ନିଷ୍ଠା ରଖି ନିଜ କର୍ତ୍ତବ୍ୟ ସାଂପଦନ କରିବାକୁ ଶପଥ ନେଇଥିଲେ । ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ବିଚାର କରିବା ଉପରେ ମଧ୍ୟ ସଫେଇ କର୍ମର୍ଚାରୀ ଜୋର ଦେଇଥିଲେ । ଶେଷରେ ଆମ ସମ୍ବିଧାନର ନିୟମ କାନୁନ ସହ ନାଗରିକଙ୍କ କର୍ତ୍ତବ୍ୟ ଉପରେ ଏକ ସଚେତନତାମୂଳକ ନୃତ୍ୟସଂଗୀତ ପରିବେଷଣ ହାେଇଥିଲା ।

 

ଶ୍ରଦ୍ଧା ମର୍ଡର ଷ୍ଟାଇଲରେ ହତ୍ୟା: ପୁଅ ସହ ମିଶି ସ୍ୱାମୀକୁ ୧୦ ଖଣ୍ଡ କଲା ସ୍ତ୍ରୀ

ଶ୍ରଦ୍ଧା ମର୍ଡର ଷ୍ଟାଇଲରେ ସ୍ବାମୀକୁ ହତ୍ୟା । ମର୍ଡର ପରେ ପିସ୍ ପିସ୍ କାହାଣୀର ପୁନରାବୃତ୍ତି । ସ୍ବାମୀକୁ ହତ୍ୟା ପରେ ୧୦ ଖଣ୍ଡ କରି ଫ୍ରିଜରେ ରଖିଲେ ସ୍ତ୍ରୀ-ପୁଅ । ଘଟଣା ଘଟିଛି ଇଷ୍ଟ ଦିଲ୍ଲୀର ପାଣ୍ଡବ ନଗରରେ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ପାଣ୍ଡବ ନଗରର ଅଞ୍ଜନ ଦାସ ।

ଝିଅ ଓ ବୋହୂଙ୍କ ଉପରେ ଅଞ୍ଜନ ଖରାପ ନଜର ରଖୁଥିବାରୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କାଟି ଦେଇଥିଲେ ସ୍ତ୍ରୀ ଓ ପୁଅ । ମୃତଦେହକୁ ୧୦ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର ୬ଖଣ୍ଡ ପୋଲିସ ଜବତ କରିଥିବା ବେଳେ ୪ ଖଣ୍ଡ ଏଯାଏଁ ମିଳିପାରିନି । ଗତ ୫ ମାସ ଧରି ଅଞ୍ଜନ ନିଖୋଜ ଥିଲେ । ଏ ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ଘରୁ ଗନ୍ଧ ହଟାଇବା ପାଇଁ ରଙ୍ଗ କାମ ମଧ୍ୟ କରାଇଥିଲେ ।

ରାମଲୀଳା ମୈଦାନ ପଛପଟ ଜଙ୍ଗଲରେ ମୃତଦେହ ଖଣ୍ଡ ଫିଙ୍ଗିଥିବାବ ବେଳେ ଗାତ ଖୋଳି କଟା ମୁଣ୍ଡ ପୋତି ଦେଇଥିଲେ । ପୂରା ଘଟଣା ଉପରୁ ପରଦା ଉଠାଇଛି କ୍ରାଇମବ୍ରାଞ୍ଚ । ସ୍ତ୍ରୀ-ପୁଅ ଖଣ୍ଡ ଶରୀର ଜଙ୍ଗଲରେ ଫିଙ୍ଗୁଥିବାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ହାତରେ ଲାଗିଛି । ଜଘନ୍ୟକାଣ୍ଡ ଭିଆଇଥିବା ଅଭିଯୁକ୍ତ ସ୍ତ୍ରୀ ପୁଅଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

କୋର୍ଟ ଭିତରେ ବିଚାରପତିଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: କୋର୍ଟ ଭିତରେ ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ । ବ୍ରହ୍ମପୁର ଏସଡିଜେଏମ କୋର୍ଟ ବିଚାରପତି ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । କୋର୍ଟରେ କାମ ଚାଲିଥିବା ସମୟରେ ଏସଡିଜେଏମଙ୍କୁ ଯୁବକ ଛୁରା ଦେଖାଇବା ବେଳେ ଅଟକାଇଥିଲେ କୋର୍ଟରେ କାର୍ଯ୍ୟରତ ଥିବା କର୍ମଚାରୀ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋର୍ଟରେ ପହଞ୍ଚି ତଦନ୍ତ କରୁଛନ୍ତି ବ୍ରହ୍ମପୁର ଏସପି ଓ ଏସଡିପିଓ । ବୈଦ୍ୟନାଥପୁର ଥାନାରେ ଯୁବକଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା କରୁଛି ପୋଲିସ । ଆକ୍ରମଣ ଉଦ୍ୟମ କରିଥିବା ଯୁବକ ହେଲେ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତେବେ କେଉଁ କାରଣ ପାଇଁ ସେ ଏପରି ଆକ୍ରମଣ ଉଦ୍ୟମ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ଶ୍ରଦ୍ଧା ହତ୍ୟା ମାମଲା: ପ୍ରେମିକାର ମୁଦିକୁ ଅନ୍ୟ ଯୁବତୀଙ୍କୁ ଗିଫ୍ଟ ଦେଇଥିଲା ଆଫତାବ

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନାନୁଯାୟୀ, ଯେଉଁ ଅସ୍ତ୍ରରେ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରାଯାଇଥିଲା ପୋଲିସ ସେହି ଅସ୍ତ୍ରକୁ ଜବତ କରିଛି । ପ୍ରକାଶଥାଉକି ଏହା ପୂର୍ବରୁ ଜଙ୍ଗଲରୁ ଯେଉଁ ଶରୀରର ଅଂଶବିଶେଷ ମିଳିଥିଲା ତାକୁ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ପରୀକ୍ଷା କରାଯାଇଛି । ତେବେ ତାହା ଶ୍ରଦ୍ଧାଙ୍କର କି ନୁହେଁ ସେନେଇ କୌଣସି ତଥ୍ୟ ଆସିପାରି ନାହିଁ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଶ୍ରଦ୍ଧାଙ୍କ ରିଙ୍ଗ ମଧ୍ୟ ଜବତ କରିଛି ।

ଶ୍ରଦ୍ଧାଙ୍କ ଏହି ରିଙ୍ଗକୁ ଆଫତାବ ଆଉ ଜଣେ ଯୁବତୀଙ୍କୁ ଗିଫ୍ଟ ଦେଇଥିଲା । ଏହି ଯୁବତୀ ଜଣଙ୍କ ସହ ଏକ ଡେଟିଂ ଆପ୍ ଜରିଆରେ ପ୍ରେମ ସମ୍ପର୍କ ସ୍ଥାପନା କରିଥିଲା ଆଫତାବ । ଶ୍ରଦ୍ଧାଙ୍କ ହତ୍ୟା ପରେ ଉକ୍ତ ଯୁବତୀ ଜଣଙ୍କ ତାଙ୍କ ଫ୍ଲାଟକୁ ମଧ୍ୟ ଆସିଥିବାର ଜଣାଯାଇଥିଲା । ପୋଲିସ ମାମଲାରେ ଲଗାତାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଖୋଜୁଛି । ଯାହାଫଳରେ ସଇତାନ ଆଫତାବକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ । ଶ୍ରଦ୍ଧାଙ୍କ ହତ୍ୟା ପରେ ୩୦ରୁ ଅଧିକ ଖଣ୍ଡ କରିଥିବା କହିଥିଲା ଆଫତାବ ।

ପୋଲିସକୁ ଯେଉଁ ଅସ୍ତ୍ର ମିଳିଛି ସେ ସମ୍ପର୍କରେ କୁହାଯାଉଛି ଯେ ଏହି ଅସ୍ତ୍ରରେ ଶ୍ରଦ୍ଧାଙ୍କୁ ଅନେକ ଖଣ୍ଡରେ ଅଫତାବ କାଟିଥିଲା ଏବଂ ଏହାପରେ ତାଙ୍କ ଶବର ଅଂଶ ବିଶେଷକୁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲା । ଏହି ଅସ୍ତ୍ର ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ପ୍ରମାଣିତ ହୋଇପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କୁହାଯାଉଥିବା ଶ୍ରଦ୍ଧାଙ୍କ ମୁଣ୍ଡ ବର୍ତ୍ତମାନ ସୁଦ୍ଧା ପୋଲିସକୁ ମିଳିନାହିଁ । ଆଫତାବ ପୁନାୱାଲାର ପଲିଗ୍ରାଫ ଟେଷ୍ଟ ହୋଇଛି । ପଲିଗ୍ରାଫ ପରେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ।

ସୂଚନାଥାଉକି, ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଆଫତାବ ପୁନାୱାଲା ପୋଲିସ ଆଗରେ ମାନିଥିଲା କି, ୬ ସମା ତଳେ ସେ ତାର ଲିଭ-ଇନ ପାର୍ଟନର ଶ୍ରଦ୍ଧା ୱାକରଙ୍କ ହତ୍ୟା କରିଥିଲା । ଦିଲ୍ଲୀର ଛତରପୁର ଆପାର୍ଟମେଣ୍ଟରେ ହତ୍ୟା ପରେ ଶରୀରକୁ ୩୫ ଖଣ୍ଡରେ କାଟି ଦେଇଥିଲା । ଫ୍ରୀଜରେ ଏହି ମାଂସ ଖଣ୍ଡକୁ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ରଖିଥିଲା । ଧୀରେ ଧୀରେ ମାଂସ ଖଣ୍ଡ ଗୁଡ଼ିକୁ ରାତି ଅଧରେ ପାଖ ଜଙ୍ଗଲ ଓ ଅନ୍ୟ ସ୍ଥାନରେ ପକାଇଥିଲା ।

ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଇବା ପାଇଁ ସିଇଓଙ୍କ ନିକଟରେ ବିଜେଡିର ଦାବି

ଭୁବନେଶ୍ୱର: ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଯାଉ । ଏହି ଦାବି ନେଇ ଆଜି ପୁଣି ସିଇଓଙ୍କୁ ଭେଟିଲା ବିଜେଡିର ଏକ ପ୍ରତିନିଧି ଦଳ । ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି ନେତା । ଏବେ ସେ ପଦମପୁର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ବିଜେପିର ଦୁଇ ନେତା ୨୦୧୮ ମସିହାରେ ବିଜେପୁର ବାଇପୋଲ ବେଳେ ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏବେ ସୁଶାନ୍ତଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।

ତେଣୁ ପୁଣି ସିଇଓଙ୍କୁ ଭେଟିଛି ବିଜେଡି । ପଦମପୁରରେ ହାରିବା ଭୟରେ ହିଂସାକୁ ଆପଣାଉଛି ବିଜେପି ବୋଲି ବିଜେଡି କହିଛି । ବିଧାୟକ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ କରିଛି ବିଜେଡି । ଏମିତି କି କିଛି ଦିନ ତଳେ ବିଜେପିର ଜଣେ ଯୁବନେତା ସୁଶାନ୍ତ ସିଂଙ୍କୁ ମାରିବା ପାଇଁ ବନ୍ଧୁକ କିଣିଥିବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାପରେ ସୁଶାନ୍ତଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଡ଼ିଛି । ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ତାଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ।

କଲେଜିୟମ ସିଷ୍ଟମ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: କଲେଜିୟମ ସିଷ୍ଟମ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ମନ୍ତବ୍ୟକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃତିକୁ ସମାଲୋଚନା କରିଛନ୍ତି କୋର୍ଟ । କଲେଜିୟମ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅନୁଚିତ ଥିଲା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହ ଉଚ୍ଚବିଚାର ବିଭାଗରେ ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗ ନେଇ ମଧ୍ୟ ଉତକ୍ଷିପ୍ତ ହୋଇଛନ୍ତି କୋର୍ଟ ।

କୋର୍ଟ କହିଛନ୍ତି- ଉଚ୍ଚ ପଦବୀରେ ଥାଇ ଏପରି ବିବୃତି ଦେବା ଅଶୋଭନୀୟ । ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ତାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଉ ନଥିବା ନେଇ ଅସନ୍ତୁଷ୍ଟ ଥିବା ମନ୍ତ୍ରୀ ରିଜିଜୁ ନିଯୁକ୍ତିର ତରିକା ତଥା କଲୋଜିୟମକୁ ସମାଲୋଚନା କରିଥିଲେ । ୧୯୯୧ ପୂର୍ବରୁ ସମସ୍ତ ବିଚାରପତିଙ୍କୁ ସରକାର ନିଯୁକ୍ତି ଦେଉଥିବାବେଳେ ପରେ କୋର୍ଟଙ୍କ ଏକ ରାୟ ଅନୁସାରେ କଲେଜିୟମ ବ୍ୟବସ୍ଥା ଲାଗୁ କରାଯାଇଥିଲା ।

ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ରିଜିଜୁ କହିଥିଲେ- ଭାରତର ସମ୍ବିଧାନ ପ୍ରତ୍ୟେକଙ୍କ ଲାଗି ବିଶେଷ କରି ସରକାରଙ୍କ ଲାଗି ଏକ ଧାର୍ମିକ ଦଲିଲ । କେତେକ ବିଚାରପତିଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ବିଚାରପତି ନିଯୁକ୍ତି ଦିଆଯାଉଛି । ବିଚାରପତିଙ୍କ ନିଷ୍ପତ୍ତି ଉପରେ ଦେଶର ସମର୍ଥନ ରହିଛି ବୋଲି କିପରି ବିଶ୍ବାସ କରାଯାଇପାରିବ ବୋଲି ପ୍ରଶ୍ନ କରିଥିଲେ ରିଜିଜୁ ।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ କହିଥିଲେ ଯେ ଅନେକ ସମୟରେ ମିଡିଆ ରିପୋର୍ଟ ତ୍ରୁଟିପୂର୍ଣ୍ଣ ରହୁଛି । ଏହା ସହ ବିଚାରବିଭାଗ ସଂକ୍ରାନ୍ତରେ ନିଷ୍ପତ୍ତି ନନେବାକୁ ସୁପ୍ରିମକୋର୍ଟ ସତର୍କ କରାଇବା ସହ ଏପରି ବିବାଦ ପ୍ରସଙ୍ଗରେ ଏକ ବିଚାରବିଭାଗୀୟ ନିଷ୍ପତ୍ତି ନେବାକୁ ଆମକୁ ବାଧ୍ୟ କରନ୍ତୁ ନାହିଁ ବୋଲି କହିଛନ୍ତି କୋର୍ଟ । ଏହା ସହ ବିଚାର ବିଭାଗରେ ନିଯୁକ୍ତିରେ ଯଥେଷ୍ଟ ବିଳମ୍ବ ହେଉଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ ।