spot_img
Home Blog Page 3695

ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିବ କଂଗ୍ରେସ, ରାଜୀବ ଦୋଷୀଙ୍କୁ ମୁକ୍ତ ଅଗ୍ରହଣୀୟ କହିଲା ଦଳ

0

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ତାତିଲା କଂଗ୍ରେସ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ୬ ଦୋଷୀ ଖଲାସ ଘଟଣାରେ ଉତକ୍ଷିପ୍ତ କଂଗ୍ରେସ । ଦୋଷୀମାନଙ୍କ ମୁକ୍ତି ବିରୋଧରେ କଂଗ୍ରେସ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହେବ ବୋଲି ଦଳ ସୂଚନା ଦେଇଛି । ଦୋଷୀମାନଙ୍କୁ ମୁ୍କ୍ତ କରିବା ଦୁର୍ଭାଗ୍ୟଜନକ ଓ ଅଗ୍ରହଣୀୟ ବୋଲି ଦଳ କହିଛି ।

ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏନେଇ ଏକ ପିଟିସନ ଦାୟର ହୋଇଥିବାବେଳେ ଆଜି କଂଗ୍ରେସ ଏହି ସୂଚନା ଦେଇଛି । ଯଥେଷ୍ଟ ତଥା ଉପଯୁକ୍ତ ଶୁଣାଣି ବିନା ଦୋଷୀମାନଙ୍କୁ ଖଲାସ କରାଯାଇଛି ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ । ରାଜୀବ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶକୁ ହ୍ରାସ କରି ଆଜୀବନ କାରାଦଣ୍ଡାଦେଶ ଲାଗି ସୋନିଆ ଗାନ୍ଧୀ ସେତେବେଳେ ଦର୍ଶାଇଥିଲେ ।

ଏହାସହ ଜଣେ ଅଭିଯୁକ୍ତଙ୍କୁ ଦେଖା କରି ତାଙ୍କୁ କ୍ଷମା ଦେବା ଲାଗି କହିଥିଲେ ପ୍ରିୟଙ୍କା ଗାନ୍ଧୀ ।

ଇନଷ୍ଟାଗ୍ରାମରେ ରୋନାଲ୍ଡୋ କ୍ରେଜ୍‌, ଫଲୋଅର୍ସ ତାଲିକାରେ ବିଶ୍ବର ପ୍ରଥମ ବ୍ୟକ୍ତି

ପର୍ତ୍ତୁଗାଲର ସୁପରଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାମରେ ପୁଣି ନୂଆ ରେକର୍ଡ  । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ପ୍ରଥମ ନାଗରିକ ସାଜିଛନ୍ତି ରୋନାଲ୍ଡୋ   । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆର୍ଜେଣ୍ଟିନା ସୁପରଷ୍ଟାର ଫୁଟବଲର ଲିଓନେଲ ମେସି  । ଇନଷ୍ଟାଗ୍ରାମରେ ମେସିଙ୍କୁ ୩.୭୬ ମିଲିଅନ ୟୁଜର ଫଲୋ କରୁଛନ୍ତି  ।   ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ଦୁଇଗୁଣ ଅଧିକ  ।

ସେହିପରି ଟ୍ବିଟରରେ ମଧ୍ୟ ରୋନାଲ୍ଡୋଙ୍କ ୧୦୫ ମିଲିଅନରୁ ଅଧିକ ଫଲୋଅର୍ସ ଅଛନ୍ତି  । ଟପ୍‌ ଟେନ ତାଲିକାରେ ଟେଲିଭିଜନ ତାରକା କାଇଲି ଜେନରଙ୍କ ୩.୪୬ ମିଲିଅନ ଫଲୋଅର୍ସ ସହ ସେ ତୃତୀୟ ସ୍ଥାନରେ ରହିଛନ୍ତି  । ସେଲେନା ଗେମେଜ ଓ ଡ୍ବାନ ଦ ରକ ଜନସନ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି  । ୨.୦୩ ମିଲିଅନ ଫଲୋଅର୍ସ ସହ ସପ୍ତମ ସ୍ତାନରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି  ।

ଶନିବାର ଦିନ ରୋନାଲ୍ଡୋ ଓ ଲିଓନେଲ ମେସି ଏକ ଚେସ ବୋର୍ଡ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା  । ଏହି ପୋଷ୍ଟକୁ ୩.୬ ମିଲିଅନ ୟୁଜର ଟ୍ବିଟରରେ ଲାଇକ କରିଛନ୍ତି  । ଯାହାକୁ ନେଇ ବିରାଟ କୋହଲି କମେଣ୍ଟ କରିଛନ୍ତି ଯେ ‘ହ୍ବାଟ ଏ ପିକଚର’ (ଚମତ୍କାର ଫଟୋ)  ।

ନିକଟରେ ସୁପରଷ୍ଟାର ରୋନାଲ୍ଡୋ ଏକ ଟିଭି ସାକ୍ଷାତକାରରେ ନିଜ କୋଚ ଏରିକ ଟେନ ହ୍ୟାଗଙ୍କୁ ଟାର୍ଗେଟ କରିଥିଲେ  । ହେଲେ ମଞ୍ଚେଷ୍ଟର ୟୁନାଇଟେଡଙ୍କ ସହ ତାଙ୍କ ବିବାଦ ବିଶ୍ବକପରେ ପର୍ତ୍ତୁଗାଲ ଟିମ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ରୋନାଲ୍ଡୋ  ।

ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରପ୍ଲାନ ଅନୁମୋଦିତ, ନୂଆ ରୂପ ପାଇବ ଲୋକନାଥ ଓ ଅଲାରନାଥ ପୀଠ

0

ପୁରୀ: ବଦଳିବ ପୁରୀର ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରର ରୂପରେଖ । ଅଲାରନାଥଙ୍କ ମନ୍ଦିରର ହେବ ରୂପାନ୍ତରଣ । ଉଭୟ ମନ୍ଦିରର ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିରେ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ। ଶ୍ରୀ ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶୈବପୀଠ। ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ବେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ । ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ବାସ ରହିଛି ।

ଶ୍ରୀ ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ବାରରେ ସେବାୟତ ମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।

ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢାଯାଇ ଖଣ୍ଡାଲାଇଟ୍‌ସ ପଥର ଲଗାଯିବ। ମନ୍ଦିର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡ ସ୍ଲେପିଂ କରାଯିବ। ଏହାଛଡା ମନ୍ଦିର ପାଚେରୀର ମରାମତି ସହିତ ଆଲୋକୀକରଣର ବ୍ୟବସ୍ଥା କରାଯିବ। ବାହାର ବେଢାକୁ ସଂପ୍ରସାରିତ କରାଯିବା ସହିତ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବାପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ।

ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ମଧ୍ୟ ଉନ୍ନତିକରଣ କରାଯିବ। ଏହାର ଚାରିପଟେ ୨୬୭ ମିଟରର ସୁଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ । ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ମନ୍ଦିରକୁ ଯାଇଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ। ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ।

ସେହିପରି ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ। ପୁରୀ ଠାରୁ ୨୪ କି.ମି ଓ ସାତପଡା ଠାରୁ ୨୫ କି.ମି ଦୂରରେ ଥିବା ଏହି ପୀଠ ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ଶ୍ରୀ ଅଲାରନାଥଙ୍କୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ବାସ ରହିଛି । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଯାଇଥାନ୍ତି ।

ମାଷ୍ଟରପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ପୁରା ଅଞଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ।

ଏହାର ପ୍ରବେଶ ଦ୍ବାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡା ଓ ୧୮ ଫୁଟ ଉଚ୍ଚ କରାଯିବ। ଏଥିରେ ଖଣ୍ଡାଲାଇଟସ ପଥର ଲଗାଯିବ। ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ଏହାସହିତ ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡାଲାଇଟ୍‌ସ ଓ ପେଭର ବ୍ଲକ ଲଗାଯିବା ସହିତ ଡ୍ରେନର ବ୍ୟବସ୍ଥା ମଧ୍ୟ କରାଯିବ। ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢାଯାଇ ଖଣ୍ଡାଲାଇଟ୍‌ସ ଲଗାଯିବ। ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ। ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଡ୍ରେନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ କାମ ସଂପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନ କରିବେ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଉଭୟ ମନ୍ଦିର ଗସ୍ତ ସମୟରେ ସେବାୟତ ମାନଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ସଂପର୍କରେ ଏହି ବୈଠକରେ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ପୂର୍ତ୍ତ ବିଭାଗ ସଚିବ ଭି.ଭି.କେ ଯାଦବ ଏଥିପାଇଁ ଉପସ୍ଥାପନା ରଖିଥିଲେ। ଓଡିଶା ବ୍ରିଜ କନ୍‌ଷ୍ଟ୍ରକସନ କର୍ପୋରେସନ ଦ୍ବାରା ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର କାର୍ଯ୍ୟାନ୍ବୟନ କରାଯିବ ।

ଏହି ସମୟରେ ମନ୍ଦିରର ନବକଳେବର ସମ୍ପର୍କିତ ମାଷ୍ଟରପ୍ଲାନ ସମ୍ପର୍କରେ ଅବଗତ ହୋଇଛନ୍ତି ନବୀନ । ପୂର୍ବରୁ ସେପ୍ଟେମ୍ବର ୧୯ରେ ମନ୍ଦିର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ- ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମିଶି ମନ୍ଦିରର ସମୀକ୍ଷା କରି ସେବାୟତଙ୍କ ସହ ଆଲୋଚନା କରିଥିଲେ । ସେହିପରି ଅଲାରନାଥଙ୍କ ମନ୍ଦିରର ହେବ ରୂପାନ୍ତରଣ ।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିରର ସେବାୟତ । ଭିଡିଓ କନଫେରେନ୍ସିରେ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଅଗଷ୍ଟ ୧୧ତାରିଖରେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ କରି ସେବାୟତଙ୍କ ସହ ଆଲୋଚନା କରିଥିଲେ ଫାଇଭ- ଟି ସଚିବ ଭିକେ ପାଣ୍ଡିଆନ୍ ।

ସ୍ବପ୍ନାଦେଶ ପରେ ଶିଶୁପୁତ୍ରକୁ ଟେକି ନେଇଥିଲେ, ଅଳ୍ପକେ ବର୍ତ୍ତିଗଲା ଜୀବନ

0

ଦେବଗଡ: ଆଧୁନିକ ସମାଜରେ ବି ବଞ୍ଚିରହିଛି ଅନ୍ଧବିଶ୍ବାସର କୁପ୍ରଥା । ସ୍ବପ୍ନାଦେଶ ପରେ ଶିଶୁପୁତ୍ରକୁ ବଳି ଉଦ୍ୟମ । ଦେବଗଡ଼ ଥାନା ଅଧୀନ ଖଣ୍ଡାଧୂଆଁ ଗାଁରେ  ଘଟିଛି ଅଘଟଣ। ୬ ବର୍ଷର ଶିଶୁପୁତ୍ରକୁ ବଳି ଉଦ୍ୟମ କରିଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଛେଣ୍ଡିପଦା ଥାନା ଅଞ୍ଚଳର ତ୍ରିନାଥ ବେହେରା, ଖଣ୍ଡାଧୂଆଁ ଗ୍ରାମର ନିରଞ୍ଜନ ବେହେରା ଓ ତାଙ୍କ ସ୍ତ୍ରୀ ବନିତା ବେହେରା ।

ଖଣ୍ଡାଧୂଆ ଗ୍ରାମର ମୁକେଶ କୁମାର ନାଏକଙ୍କ ପୁଅକୁ ବଳି ପକାଇବାକୁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶିଶୁପୁତ୍ରକୁ ପଚରାଉଚରା କରୁଛି । ଅପହରଣ ଓ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଶୋ’ ପରେ ସୁର ହରାଇଲେ ଶ୍ରେୟା, ଚାଲିଛି ଚିକିତ୍ସା ଚିନ୍ତାରେ ଫ୍ୟାନ୍ସ

ନ୍ୟୁୟର୍କ: ଶ୍ରେୟା ଘୋଷାଲଙ୍କ କଣ୍ଠରୁଦ୍ଧ  । ଏକ ଶୋ’ ପରେ ଶ୍ରେୟାଙ୍କ ସ୍ବର ଚାଲିଯିବା ଘଟଣା ତାଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଛି  । ଆଜ୍ଞା ହଁ ଏକଥା ଖୋଦ ଶ୍ରେୟା ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି  । ଆଶ୍ଚର୍ଯ୍ୟଜନକ ଖୁଲାସା କରି ସେ କହିଛନ୍ତି ‘ମୋ ସ୍ବର ଚାଲିଯାଇଥିଲା  । କିନ୍ତୁ ଡାକ୍ତରଙ୍କ ସହାୟତାରେ ଏବେ ତାହା ଠିକ୍‌ ହୋଇପାରିଛି  । ମୁଁ ଆଜି ବହୁତ ଇମୋସନାଲ ଅଛି  । ନିଜ ବ୍ୟାଣ୍ଡ୍‌, ଫେମ୍‌ ଓ ଟିମ୍‌କୁ ବହୁତ ଭଲ ପାଏ । ମୋର ଭଲ ଓ ଖରାପ ସମୟରେ ସେମାନେ ମୋତେ ସମର୍ଥନ କରି ଆସିଛନ୍ତି  । କିଛି ବି ହେଇଯାଉ ନୂଆ କନସର୍ଟ ପାଇଁ ସେମାନେ ସବୁବେଳେ ମୋତେ ସହାୟତା କରନ୍ତି ’ ।

ଗତ ରାତିରେ ଅରଲାଣ୍ଡରେ ଏକ କନସର୍ଟରେ ଗୀତ ଗାଇବା ପରେ ‘ମୁଁ ମୋ ସ୍ବର ହରାଇ ଦେଇଥିଲି  । ମୋ ଶୁଭଚିନ୍ତକଙ୍କ ପ୍ରାର୍ଥନା ଓ ଡାକ୍ତରଙ୍କ ଚିକିତ୍ସା ପରେ ପୁଣି ଥରେ ମୁଁ ମୋ ସ୍ବର ଫେରିପାଇଛି  । ଏହାପରେ ଶ୍ରେୟା ନ୍ୟୁୟର୍କରେ ୩ ଘଣ୍ଟାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  । ସେଥିପାଇଁ ସେ ନ୍ୟୁୟର୍କକୁ ଧନ୍ୟବାଦ ଦେଇଛନ୍ତି ’। ଆମେରିକା ଟୁର୍‌ ସାରି ଶ୍ରେୟା ସ୍ବଦେଶ ଫେରିଛନ୍ତି  ।

ଶ୍ରେୟାଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ଇମୋସନାଲ ହୋଇପଡିଛନ୍ତି  । ସଙ୍ଗୀତ ଦୁନିଆର ଜଣେ ଚମକୁଥିବା ସିତାରା ଭାବେ ଶ୍ରେୟା ଜଣାଶୁଣା  । ସବୁଠାରୁ ଦାମୀ ପ୍ରଚ୍ଛଦପଟ ଗାୟିକା ଭାବେ ସେ ୪ ଜାତୀୟ ପୁରସ୍କାର ଜିତିଛନ୍ତି  ।ଏଣୁ ଜଣେ ସଫଳ ଗାୟିକା ଭାବେ ସ୍ବର ହରାଇବା ଶ୍ରେୟାଙ୍କ ପାଇଁ କୌଣସି ଖରାପ ସ୍ବପ୍ନ ଠାରୁ ବି କମ ନଥିଲା ।

ପଦମପୁର ପାଇଁ ନାମାଙ୍କନ କରିଥିଲେ ୧୩, ଲଢିବେ ୧୦

ପଦମପୁର: ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି । ମଇଦାନରେ ଲଢିବେ ୧୦ ପ୍ରାର୍ଥୀ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ନାମାଙ୍କନ କରିଥିବାବେଳେ ଯାଞ୍ଚ ବେଳେ ୨ ଜଣଙ୍କ ନାକଚ ହୋଇଥିଲା। ଆଜି ଜଣେ ପ୍ରାର୍ଥୀ ପ୍ରତ୍ୟାହାର କରିଛନ୍ତି । ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର।

୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ କରାଯାଇଛି । ପଦମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ ରହିଛି। ୩୧୯ ମତଦାନ କେନ୍ଦ୍ରରେ ଭୋଟ ଦେବେ ଭୋଟର । କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ତେଣୁ ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟ ଦେବେ ଭୋଟର ।

୨୮୪ ବାଲାଟ ପାଇଁ ଆବେଦନ କରିଛନ୍ତି। ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି । ବେଆଇନ ଭାବେ ଲାଗିଥିବା ୨୦୫୮ ପୋଷ୍ଟର ବ୍ୟାନର କଢ଼ାଯାଇଛି। ୧୦୪ ଜଣଙ୍କ ଏନବିଡବ୍ଲୟୁ ବାହାର କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୧୧୪ ମାମଲା ରୁଜୁ କରାଯାଇଛି। ୭୪ ଜଣଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ନିର୍ବାଚନ ଦିନକୁ ସବୈତନିକ ଛୁଟି ଘୋଷଣା କରାଯାଇଛି ।

୭୪ ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ରହିଛି । ୭୮ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ଆଇଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅବଜରଭର ମୁତୟନ ହେବେ । ନିର୍ବାଚନ ପରିଚାଳନା ପାଇଁ ୩ ଜଣ ଅବଜରଭର ରହିବେ।

କୋରେଇ ରେଳ ଦୁର୍ଘଟଣା: ଆମରଣ ଅନଶନ ଚେତାବନୀ ଦେଲେ ଆନ୍ଦୋଳନକାରୀ

0

ଯାଜପୁର: କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ବିରୋଧରେ ତାତିଲେ ସ୍ଥାନୀୟଲୋକ । ରେଳଷ୍ଟେସନରେ ଧାରଣା ଦେଇ
ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ୫୦ ଲକ୍ଷର ଆର୍ଥିକ ସହାୟତା ଆନ୍ଦୋଳନକାରୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆମରଣ ଅନଶନ ପାଇଁ ସେମାନେ ଚେତାବନୀ ଦେଇଛନ୍ତି । ମୃତ ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ । ତାଙ୍କର ୨ ଜଣ ଅବିବାହିତ ଝିଅ ରହିଛନ୍ତି । ତେଣୁ ତାଙ୍କ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି ।

ଆଜି ସକାଳେ ଲାଇନ୍‌ଚ୍ୟୁତ ହୋଇ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ି ଯାଇଥିଲା ମାଲବାହୀ ଟ୍ରେନ୍। ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ରେଳ ଦୁର୍ଘଟଣାରେ ମାଆ, ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ମାଆ ପାର୍ବତୀ ଓ ଝିଅ କଣ୍ଢେଇ ବିନ୍ଧାଣୀ । କଣ୍ଢେଇଙ୍କ ସ୍ବାମୀ ବଳରାମ ସ୍ତ୍ରୀ ଓ ଶାଶୂଙ୍କୁ ନେଇ କଟକ ଯିବାକୁ ଟିକେଟ୍ କାଟି ୱେଟିଂ ରୁମ୍‌ରେ ବସିଥିଲେ। ଏହି ସମୟରେ ଭୀଷଣ ଶବ୍ଦ କରି ମାଡ଼ି ଆସିଥିଲା ମାଲବାହୀ ଟ୍ରେନ୍‌। ଚାହୁଁ ଚାହୁଁ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା ବଗି। ତା’ପରେ ଟିକେଟ୍ କାଉଣ୍ଟର ଓ ୱେଟିଂ ହଲକୁ ମାଡ଼ିଯାଇଥିଲା।

ୱେଟିଂ ରୁମରେ ଥିବା ମାଆ ପାର୍ବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ କଣ୍ଢେଇଙ୍କର ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

 

ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ । ଶୁକ୍ରବାର ଦିନ ଉଦ୍ଦ୍ୟୋଗ ସଚିବ ପଦରୁ ସ୍ବେଚ୍ଛାକୃତ ଇସତଫା ନେଇଥିଲେ ଗୋଏଲ  । ଶନିବାର ଦିନ ଆଇନ ମନ୍ତ୍ରାଳୟ ନୂତନ ନିର୍ବାଚନ ଆୟୁକ୍ତ ଭାବେ ଗୋଏଲଙ୍କ ନାଁରେ ମୋହର ମାରି ବିଜ୍ଞପ୍ତି ପ୍ରକାଶ କରିଥିଲା  ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି  । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପ୍ୟାନେଲରେ ସାମିଲ ହେବେ  ।  ଗତ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଥିଲେ ଗୋଏଲ। ଅବସରର ୪୦ ଦିନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ପଞ୍ଜାବ ଓ କେନ୍ଦ୍ର ସରକାର ଗୋଟିଏ ଦିନରେ ତାଙ୍କ ଇସ୍ତଫା ସ୍ବୀକାର କରିଥିଲେ ।

ପଞ୍ଜାବର ସବୁଠାରୁ ବରିଷ୍ଠ ଆଇଏଏସ ଅଧିକାରୀ ଥିଲେ ଅରୁଣ  । ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଅନେକ ବିଭାଗରେ ସେ ଦାୟିତ୍ବ ନେଇଛନ୍ତି  । ପିଏମଓ ଅଫିସରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇଛନ୍ତି ଗୋଏଲ  ।

ଭୂକମ୍ପରେ ଦୋହଲିଗଲା ଇଣ୍ଡୋନେସିଆ, ୪୪ ମୃତ ୩୦୦ରୁ ଅଧିକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ । ଜାଭାରେ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୪ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୂକମ୍ପରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ଦଶମିକ ୬ ଥିବା ସୂଚନା ମିଳିଛି ।

ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସୁନାମି ଆଶଙ୍କା ନାହିଁ ବୋଲି କୁହାଯାଇଛି । ଜାକର୍ତ୍ତାରୁ ୭୫ କିଲୋମିଟର ଦୂର ସିଆଞ୍ଜୁରରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେତେକ ସ୍ଥାନରେ ଅନେକ କୋଠା ଧୂଳିସାତ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ପରେ ୨୫ ଥର ଆଫ୍ଟରସକ୍ ଘଟିଥିବା ସୂଚନା ମିଳିଛି ।

ଚାଓ୍ୱଲା ଗଣଦୁଷ୍କର୍ମକାରୀଙ୍କୁ ବେଲ୍‌ ପ୍ରସଙ୍ଗ, ସୁପ୍ରିମକୋର୍ଟଙ୍କ ରାୟର ରିଭ୍ୟୁ ପାଇଁ ପିଟିସନ୍

ନୂଆଦିଲ୍ଲୀ: ଗଣଦୁଷ୍କର୍ମକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ ନେଇ ଦାଏର ହେବ ରିଭ୍ୟୁ ପିଟିସନ । ତଳ କୋର୍ଟ ଓ ହାଇକୋର୍ଟ ଅପରାଧୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଞ୍ଜୁରୀ ମଧ୍ୟ ମିଳିଛି । ଅଭିଯୁକ୍ତଙ୍କୁ କୋର୍ଟରେ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇ ନଥିଲା । ପୋଲିସ ତଦନ୍ତରେ ଅବହେଳାକୁ କୋର୍ଟ ଦାୟୀ କରିଥିଲେ । ୪୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ପ୍ରତିପକ୍ଷ ପ୍ରଶ୍ନ ନକରିବା ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ନଥିବା କହି କୋର୍ଟ ୩ ଅଭିଯୁକ୍ତଙ୍କୁ ବେଲ୍ ପ୍ରଦାନ କରିଥିଲେ ।

୨୦୧୨ ଫେବୃଆରୀରେ ଛାବଲା ଅଞ୍ଚଳର ଜଣେ କାମ ସାରି ଘରକୁ ଫେରୁଥିବା ବେଳେ ଏକ ଲାଲ ରଙ୍ଗର କାରରେ ତିନି ଜଣ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହ ନିର୍ଯାତନା ମଧ୍ୟ ଦେଇଥିଲେ । ପୀଡିତାଙ୍କୁ ଘଣ୍ଟା, ଲୁହା ରଡ, ବିୟର କାଚରେ ମାଡ଼ ମାରିଥିଲେ ଅଭିଯୁକ୍ତ । ବିୟର ବୋତଲ କାଚରେ ପୀଡ଼ିତାଙ୍କ ପୂରା ଶରୀରକୁ ମଧ୍ୟ କାଟିଥିଲେ । ଯୁବତୀଙ୍କ ଆଖି ତାଡ଼ି ସେଥିରେ ଗାଡ଼ି ବ୍ୟାଟେରୀରେ ଥିବା ଏସିଡ ଢାଳି ଦେଇଥିଲେ ଅଭିଯୁକ୍ତ । ରାଜଧାନୀ ଛାତି ଉପରେ ଏଭଳି ଭୟଙ୍କର କାଣ୍ଡ ପୁରା ଦେଶକୁ ଦୋହଲାଇ ଦେଇଥିଲା । ହାଇକୋର୍ଟ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କ ବେଲ ଆବେଦନକୁ ମଞ୍ଜୁରୀ ଦେଇଥିଲେ ।