ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାସିଂ କୋକୋଳବ। ନିକଟରେ ଗତ ମଧ୍ୟ ରାତିରେ ଏକ ଟ୍ରକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଅଂଚଳରୁ ଏକ ପରିବା ବୋଝେଇ ଟ୍ରକ ତାରାସିଂ କୋକୋଲାବା ଦେଇ ଗଞ୍ଜାମ ଜିଲ୍ଲା ଅଂଚଳକୁ ପରିବା ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ଥିଲା ଏବଂ ଗାଡ଼ି ଡ୍ରାଇଭର ଓ ଗାଡ଼ିରେ ଥିବା ଆଉଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ତାରାସିଂ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଅନ୍ୟ ପଟେ ମୃତକଙ୍କ ପରିଚୟ ମିଳି ପାରିନହିଁ।
କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରୁ ଚୋରି । ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି। କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ବାଇଁଙ୍କ ଏତଲା। କ୍ୟାପିଟାଲ ଥାନାରେ ଏତଲା ଦେଲେ ବୈଦ୍ୟନାଥ। ଫର୍ଣ୍ଣିଚର ସହ ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଚୋରି। ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ ହୋଇଛି।
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟରେ ଜାତୀୟ ସାମ୍ବାଦିକତା ଦିବସ ପାଳିତ
ଭୁବନେଶ୍ୱର: ଜାତୀୟ ସାମ୍ବାଦିକତା ଦିବସ ପାଳନ ଅବସରରେ ଭୁବନେଶ୍ୱର ପଟିଆ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟରେ ଆଜି ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହାର ଶିର୍ଷକ ଥିଲା ସିଚୁଏସନ ବେସ୍ଡ ଜର୍ଣ୍ଣାଲିଜିମ ଟୁଆର୍ଡସ ପ୍ରସ୍ପରିୟସ ଇଣ୍ଡିଆ । କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଇଟି ଓ୍ବିଇଙ୍ଗ ମୁଖ୍ୟାଳୟ ସଂଯୋଜିକା ବ୍ରହ୍ମକୁମାରୀ ସବିତା ଦିଦି ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ସାମିଲ ହୋଇ, ସମୃଦ୍ଧ ଭାରତ ଗଠନରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ ବୋଲି କହିଥିଲେ । ଗଣମାଧ୍ୟମ ବିଭିନ୍ନ ସମୟରେ ନୂଆ ନୂଆ ରୂପ ନେଇ ଆସିଥାଏ ଏବଂ ଏହାର କାମ ହେଲା ସମାଜର ମଙ୍ଗଳ କରିବା । ତେବେ ପ୍ରତ୍ୟେକ ବର୍ଗଙ୍କୁ ସମାନସ୍ତରକୁ ଆଣି ସାମାଜିକବୋଧ ସୃଷ୍ଟି ଦ୍ବାରା ହିଁ ସମୃଦ୍ଧ ଭାରତର ସ୍ବପ୍ନ ଦେଖାଯାଇପାରେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।

