spot_img
Home Blog Page 3708

କୁକୁର ପାଇଁ ବୁଲିଲା ବୁଲଡୋଜର, ଜବରଦଖଲ ପ୍ଲଟରେ ଚାଲିଥିଲା ବ୍ୟବସାୟ

0

ଭୁବନେଶ୍ବର: କୁକୁର ପାଇଁ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର । ଜବରଦଖଲ ପ୍ଲଟରେ କୁକୁର, ଠେକୁଆ ଓ ଅନ୍ୟ ପଶୁ ପକ୍ଷୀ ରଖି ଚାଲିଥିଲା ବ୍ୟବସାୟ । କୁକୁରଙ୍କ ଭୋକିବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ପୁର୍ବରୁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଏମସିରେ ଅଭିଯୋଗ କରାଯାଇଥିଲା ।

ପୁର୍ବରୁ ଅନେକ ଥର ଏହି ଘରକୁ ଉଛେଦ କରିବା ପାଇଁ ବିଏମସି ପକ୍ଷରୁ ନୋଟିସ କରାଯାଇଥିଲା । କିନ୍ତୁ ଜବରଦଖଲ କରିଥିବା ବ୍ୟକ୍ତି ନୋଟିସକୁ ହେୟ ଜ୍ଞାନ କରିଥିଲେ । ଆଜି ବିଡିଏ,ବିଏମସି ଓ ପୋଲିସ ମିଳିତ ଭାବରେ ଘଟଣାସ୍ଥଳରେ ଉପସ୍ଥିତ ରହି ଡଗ କ୍ୟାଚରଙ୍କ ଦ୍ବାରା କୁକୁର ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଉଦ୍ଧାର କରାଯାଇଛି ।

ସଂପୃକ୍ତ ଘରକୁ ଖାଲି କରିବା ପରେ ତାକୁ ଭାଙ୍ଗି ଦିଆଯିବ । ସଂପୃକ୍ତ ଜମି ଜଳସେଚନ ବିଭାଗର ବୋଲି ଜଣା ପଡିଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ମୌଜାର ଏହି ପ୍ଲଟ ଜବରଦଖଲ କରି ସେଠାରେ ଘର ନିର୍ମାଣ କରି କୁକୁର ଓ ଠେକୁଆ ସମେତ ବିଭିନ୍ନ ପଶୁପକ୍ଷୀ ରଖି ବ୍ୟବସାୟ ଚାଲିଥିଲା।

ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

0

ରାଞ୍ଚି: ଅଫିସ ଅଫ ପ୍ରଫିଟ ମାମଲାରେ ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ  । ଏକ ସାମ୍ବିଧାନିକ ପଦବୀରେ ଅଛି  । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ କରାଯାଇଛି ଲାଗୁଛି ମୁଁ ଦେଶ ଛାଡି ଫେରାର ହୋଇଯିବି’’।

ବିଜେପି ଇଙ୍ଗିତରେ କେନ୍ଦ୍ରୀୟ ଏଜେନ୍ସି ବିରୋଧୀଙ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ନେଇ ନାରାବାଜି କରିଥିଲେ । ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଇଡି ସମନ ପରେ ଗତକାଲି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ଅଲଗା ଅଲଗା ବୈଠକ ବସିଥିଲା । ଏହାପରେ ସୋରେନ ସରକାରରେ ସାମିଲ ଥିବା ସମସ୍ତ ଦଳର ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବେ । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି ।

ବଢିଲା ବିଜେଡିର ବଳ, ଯୋଗ ଦେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ । ତାଙ୍କ ଘର ବରଗଡ଼ ପଦମପୁର । ସେ ଜଣେ ଭଲ ସଂଗଠକ। କିଛି ଦିନ ତଳେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ମହେନ୍ଦ୍ର । ଆଜି ସେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।

ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେଡିରେ ସାମିଲ ହୋଇଛନ୍ତି ମହେନ୍ଦ୍ର। 1997ରେ ସରକାରୀ ଚାକିରିରେ ସେ ଯୋଗ ଦେଇଥିଲେ। ଫିସଫେଡରେ ସେ ମାର୍କେଟିଂ ଅଫିସର ଭାବେ ଯୋଗ ଦେଇଥିଲେ। ବିଭାଗୀୟ ପଦୋନ୍ନତି ପାଇ ୨୦୨୦ରେ ସେ ଓଏଏସ ରାଙ୍କକୁ ଯାଇଥିଲେ।

ଟିଏମସି ନେତାଙ୍କ ଘରେ ବିସ୍ଫୋରଣ, ବଲ୍‌ ଭାବି ଖେଳୁଥିଲା ଭାଣିଜୀ

କୋଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାରେ ଅଭାବନୀୟ ଘଟଣା  ।  ବସିର୍ ହାଟ ଜିଲ୍ଲା ସ୍ଥିତ ମୀନଖା ଥାନା ଅନ୍ତର୍ଗତ ଚପାଲି ଗ୍ରାମ ରେ TMC  ନେତା ଅବୁ ହୁସେନ ଗାୟେନଙ୍କ ଘରେ ବିସ୍ଫୋରଣ  ।

ଏଥିରେ ଜଣେ ଶିଶୁ ପ୍ରାଣ ହରାଇଛନ୍ତି  । ସେହିପରି କିଛି ଗୁରୁତର ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଘଟଣା ପରେ ଟିଏମସି ନେତା ଅବୁ ହୁସୈନଙ୍କୁ ଗିରଫ କରିଛି  । ଘଟଣା ଦିନ ସନ୍ଧ୍ୟା ୬ଟା ବେଳେ ଅବୁଙ୍କ ଘରକୁ କିଛି ନିକଟ ସମ୍ପର୍କୀୟ ଆସିଥିଲେ  । ଅବୁଙ୍କ ଭାଣିଜୀ ଘରେ ଥିବା ପୋଷା ଗଧର ଶରୀରରେ ବନ୍ଧା ଯାଇଥିବା ବୋମାକୁ ବଲ ଭାବି ଖେଳିବା ଆରମ୍ଭ କରିଦେଇଥିଲେ  ।

ଏହି ସମୟରେ ହଠାତ ସେଠାରେ ବିସ୍ଫୋରଣ ଘଟିଥିଲା  । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟିଏମସି ନେତା ପୋଷା ଗଧ ଶରୀରରେ ବୋମା କାହିଁକି ବାନ୍ଧିଥିଲେ ? ଏହା ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ଥିଲା କି ? ଏସବୁ ଦିଗକୁ ତଦନ୍ତ ପରିସରକୁ ନେଇଛି ପୋଲିସ  ।

ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି  । ଉତ୍ତେଜନାକୁ ଦେଖି ଗାଁରେ ପୋଲିସ ମୁତୟନ କରାଯାଇଛି  । ଏହା ପୂର୍ବରୁ ଗତ ୬ ନଭେମ୍ବରରେ ପଶ୍ଚିମବଙ୍ଗର ଡେଗଙ୍ଗାରେ ଟିଏମସି ନେତାଙ୍କ ଘରେ ବିସ୍ଫୋରଣ ଘଟିଥିଲା  ।

 

ରାଉରକେଲାରେ ହକି ବିଶ୍ବକପ: ସମୀକ୍ଷା କଲେ ମୁଖ୍ୟ ସଚିବ ଓ କ୍ରୀଡା ସଚିବ

ରାଉରକେଲା: ହକି ବିଶ୍ବକପ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ରାଉରକେଲା ଗସ୍ତ । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଵା ସହ ସମୀକ୍ଷା କରୁଛନ୍ତି । ରାଉରକେଲା ବିମାନବନ୍ଦରରେ ପହଞ୍ଚି ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଆସିଛନ୍ତି ।

ହକି ବିଶ୍ଵକପ ପୁର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅନୁଧ୍ୟାନ କରିବେ । ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟ ଶାସନ ସଚିବ ରାଉରକେଲା ବିମାନ ବନ୍ଦର ଠାରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଭୁବନେଶ୍ୱର ଫେରି ଆସିବେ ।

ବାପାଙ୍କ ଭଳି ବୁଢାରଜା ମନ୍ଦିରରେ ପୂଜା କରି ନାମାଙ୍କନ ଦାଖଲ ପାଇଁ ବାହାରିଲେ ବର୍ଷା

ବରଗଡ: ପଦମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଜି ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ପୂଜାର୍ଚ୍ଚନା ପାଇଁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା । ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଦିବଂଗତ ନେତା ତଥା ବାପା ବିଜୟ ରଂଜନ ସିଂ ବରିହା ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ ।

ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । ଗତକାଲି ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଥିଲା ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ବାପାଙ୍କ ଲିଗାସି ବଜାୟ ରଖିବାକୁ ବର୍ଷା ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା । ବାପାଙ୍କୁ ମନେ ପକାଇ ନିଜେ ଲୁହରେ ଭିଜିବା ସହ ଭୋଟରଙ୍କୁ ବି କରିଛନ୍ତି ଭାବପ୍ରବଣ । ମଞ୍ଚରୁ ଦଳୀୟ ହେଭିୱେଟଙ୍କ ଉପସ୍ଥିତିରେ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ସଂପର୍କକୁ ଆହୁରି ଆଗକୁ ନେବାକୁ ମଞ୍ଚରୁ ଓହ୍ଲାଇ ଆସି ଭାବର ଆଦାନ ପ୍ରଦାନ କରିଛନ୍ତି । ଗୁରୁଜନଙ୍କୁ ମୁଣ୍ଡିଆ ମାରିଛନ୍ତି । ସାନମାନଙ୍କୁ ସ୍ନେହ ଦେବା ସହ ଯୁବପିଢିଙ୍କ ସହ ସେଲଫି  ଉଠାଇଛନ୍ତି । ପାଇକମାଳ ସାଲେପାଲିରେ ଆୟୋଜିତ ବିଜେଡି ସମାବେଶରେ ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ଆକର୍ଷଣ ।

 

ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୩ ଲକ୍ଷ, ୩ ଜଣଙ୍କୁ ହାଣିଦେଲେ

ନୟାଗଡ: ବୋମା ଫୁଟାଇ ବନ୍ଧୁକ ମୁନରେ ୩ ଲକ୍ଷ ୬୦ ହଜାର ଲୁଟ୍ । ସୂଚନା ଅନୁସାରେ ଆଜି ଭୋରରୁ ୬ ଜଣ ଦୁର୍ବୃତ୍ତ ନାଲି କାରରେ ଆସି ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାରେ ଥିବା ମା ଭାନୁମତି ପେଟ୍ରୋଲ ପମ୍ପରେ ବୋମାମାଡ଼ କରିବା ସହ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ ଲକ୍ଷ ୫୦ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।

ଦୁର୍ବୃତ୍ତ ଟଙ୍କା ଛଡ଼ାଇ ନେଇ ପଳାଉଥିବା ବେଳେ ବିରୋଧ କରିଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । ୩ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ହୃଦଘାତ୍‌ରେ ଦୁନିଆରୁ ଅବସର ନେଲେ ପୂର୍ବତନ ରାଷ୍ଟ୍ରଦୂତ

0

ଭୁବନେଶ୍ବର: ଆଉ ନାହାନ୍ତି ଅବସର ବେଉରିଆ । ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ ହୋଇଛି । ହୃଦଘାତରେ ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଓଡିଶାର ଗର୍ବ ଓ ଗୌରବ ବେଉରିଆ ଜଣେ ଭଦ୍ର ନମ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଭାବରେ ବେଶ ଲୋକପ୍ରିୟ ଥିଲେ। ଅବସର ଗ୍ରହଣ କରିବା ପରେ ମଧ୍ଯ ଓଡିଆ ପୁଅ ଭାବରେ ଓଡ଼ିଶା ମାଟିର ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟରେ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହୁଥିଲେ। ତାଙ୍କର ଅକୁଣ୍ଠିତ ମାର୍ଗଦର୍ଶନ ଆମ ପାଇଁ ପ୍ରେରଣାର ଉତ୍ସ ଥିଲା। ଏବେ ତାଙ୍କ ବିୟୋଗ ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି।

ଆଜି ହୋଇପାରେ ଅଫତାବ୍‌ଙ୍କ ନାର୍କୋ ଟେଷ୍ଟ, ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର

0

ନୂଆଦିଲ୍ଲୀ: ଜହ୍ଲାଦ ପ୍ରେମିକ ଅଫତାବ ହାତରେ କାହିଁକି ଗଲା ଜୀବନ । କ’ଣ ଦୋଷ ଥିଲା ପ୍ରେମିକା ଶ୍ରଦ୍ଧା ଓ୍ବାକରଙ୍କର ? ହତ୍ୟା ଦିନ ଅର୍ଥାତ ମେ ମାସ ୧୮ ତାରିଖରେ କଣ ଘଟିଥିଲା ? ପୋଲିସ ହେପାଜତରେ ଥାଇ ଗୋଟି ଗୋଟି ଗୁମର ଖୋଲୁଛି ଅଫତାବ । ହତ୍ୟା ଘଟଣାର ଦୀର୍ଘ ଦିନ ପୂର୍ବରୁ ସେମାନଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା । ବିଶେଷ କରି ସେ ରହୁଥିବା ଘରର ଭଡ଼ା କିଏ ଦେବ ତାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ଏହାକୁ ନେଇ ଘର ମାଲିକ ମଧ୍ୟ ପୂର୍ବରୁ ଖୁଲାସା କରିଛନ୍ତି ।

ଘଟଣା ଦିନ ଶ୍ରଦ୍ଧା କିଛି ଘର କରଣା ସାମଗ୍ରୀ କିଣି ଥିବା ବେଳେ ତାକୁ ନେଇ ମଧ୍ୟ ଝଗଡ଼ା ହୋଇଥିଲା । ଅଯଥାରେ କାହିଁକି ଏତେ ଖର୍ଚ୍ଚ ବୋଲି ପ୍ରଶ୍ନ କରିଥିଲା ଅଫତାବ । ଯାହାକୁ ନେଇ ଶ୍ରଦ୍ଧା ରାଗିବା ସହ ଦିନସାରା ଅଫତାବ କୁଆଡେ ଯାଇଥିଲା, କାହାସହ ବୁଲୁଥିଲା ତାର ଟିଖିନିଖି ଖବର ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାରଧର କରିଥିଲା ଅଫତାବ । ଜୀବନରୁ ମାରିଦେବା ପାଇଁ ଯେମିତି ନିଜକୁ ନିଜେ ପ୍ରତିଜ୍ଞା କରିବସିଥିଲା ଅଫତାବ । ପ୍ରବଳ ମାଡ଼ ମାରିବା ସହ ମୁଣ୍ଡରେ ଆଘାତ ଯୋଗୁଁ ଶ୍ରଦ୍ଧାର ସେହି ଘରେ ହିଁ ମୃତ୍ୟୁ ହୋଇଥିଲା ।

ଘଟଣା ପରେ ଶବକୁ ଦେଖି କିଛି ସମୟ ପାଇଁ ଡରି ଯାଇଥିଲା ଅଫତାବ । ଶବ ସହ କଣ କରିବ ତାକୁ ନେଇ ରାତି ସାରା ଚିନ୍ତା କରିଥିଲା । ଶେଷରେ ତା ପରଦିନ ସକାଳୁ ଏକ ଛୁରୀ ଆଣି ମୃତ ଦେହକୁ ଖଣ୍ଡ ଖଣ୍ଡ କାଟିବା ଆରମ୍ଭ କରିଥିଲା । ତାପର ଦିନ ପୁଣି ବଜାରକୁ ଯାଇ ଏକ ଫ୍ରିଜ୍ କିଣିଥିଲା ଅଫତାବ । ୩୫ ଖଣ୍ଡ କରି କାଟିଥିବା ମୃତଦେହକୁ ସେ ଫ୍ରିଜ୍‌ରେ ରଖିଥିଲା । ପରେ ଘର ଚଟାଣରେ ଲାଗିଥିବା ରକ୍ତ ଦାଗକୁ ପୋଛିବା ପାଇଁ ଏସିଡର ମଧ୍ୟ ବ୍ୟବହାର କରିଥିଲା ।

ମୃତ ଦେହର ଗନ୍ଧ ଯେମିତି ପଡୋଶୀ ଲୋକ ବାରିନପାରନ୍ତି ସେଥିପାଇଁ ଅଫତାବ ଘର ଭିତରେ ଅତ୍ୟଧିକ ମାତ୍ରାରେ ଧୂପ ବ୍ୟବହାର କରିଥିଲା । ଅଫତାବକୁ ପୋଲିସ ଜେରା କରିବା ପରେ ହତ୍ୟା ଘଟଣାର ସେ ଏଭଳି କିଛି ଗୁମର ଖୋଲିଛି ।

୯ ଦିନ ପରେ ଆଜି ଶେଷ ଐତିହାସିକ ବାଲିଯାତ୍ରା, ଲୋକାରଣ୍ୟ ହେବ ତଳ ଉପର ପଡିଆ

0

କଟକ: ଐତିହାସିକ ବାଲିଯାତ୍ରାର ଆଜି ଶେଷ ରଜନୀ । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବାଲି ଯାତ୍ରା ଆଜି ଶେଷ ହେବ । ବାଲିଯାତ୍ରା ଗତକାଲି ଶେଷ ହେବାର ଥିଲା । କିନ୍ତୁ ପର୍ଯ୍ୟଟକଙ୍କ ଅନୁରୋଧ ପରେ ଜିଲ୍ଲା ପ୍ରଶାସନ ଏହାକୁ ଅଧିକ ଗୋଟିଏ ଦିନ ବଢାଇଥିଲେ । ତେବେ ପ୍ରତିଦିନ ଭଳି ଆଜି ମଧ୍ୟ ବାଲିଯାତ୍ରାରେ ଜମିବ ଦର୍ଶକଙ୍କ ଭିଡ଼ । ଲୋକାରଣ୍ୟ ହେବ କଟକ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ।

ପ୍ରତିଦିନ ପଡିଆରେ ପଡିଥିବା ବିଭିନ୍ନ ଖାଦ୍ୟ ପାନୀୟ ଷ୍ଟଲରେ ସୁସ୍ବାଦୁ ଖାଦ୍ୟର ମଜାନେଉଛନ୍ତି ଲୋକ । କିଣାକିଣି ସାଙ୍ଗକୁ ସେଲଫି ମଜା ନେଉଛନ୍ତି ଦର୍ଶକ । ଟେରାକୋଟା ସାମଗ୍ରୀ ଓ ଘର କରଣା ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ ବଢିଥିବା ଦେଖବାକୁ ମିଳିଛି । ଓରମାସ ଷ୍ଟଲରେ ଡାଲିଆ,ଜିନିଆ, ଟୁଲିପ୍‌ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଫୁଲର ପସରା ଦେଖବାକୁ ମିଳିଛି । ଏଗୁଡିକ ସତସତିକା ଫୁଲ ଭଳି ଦେଖାଯାଉଥିଲେ ବି ଏସବୁ ବିଭିନ୍ନ ଜଙ୍ଗଲଜାତୀୟ ପ୍ରାକୃତିକ ଜିନିଷ ରେ ତିଆରି ହୋଇଛି । ଏହି ଫୁଲ ସବୁ ଆକୃଷ୍ଚ କରୁଛି ବାଲିଯାତ୍ରା ମେଳାର ଦର୍ଶକଙ୍କୁ ।

ସେପଟେ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ପଡିଆ । ବଲିଉଡ ଓ ଓଲିଉଡ୍ ଗୀତରେ ଝୁମୁଛନ୍ତି ଦର୍ଶକ ।