spot_img
Home Blog Page 3718

ଆସନ୍ତା ୨ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ରାତିର ତାପମାତ୍ରା। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହୁଥିବାରୁ ସ୍ବାଭାବିକ ଠାରୁ ରାତିର ତାପମାତ୍ରା ବଢୁଛି। ଆସନ୍ତା ଦୁଇଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଆହୁରି ଶୀତ ଅନୁଭୂତ ହେବ।

ସେପଟେ ଆସନ୍ତା ୧୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ , ସେନେଇ ପାଣିପାଗ ବିଭାଗର ନଜର ରହିଛି। ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି ।

ତୁର୍କୀର ଇସ୍ତାନାବୁଲରେ ଭୟଙ୍କର ବିସ୍ଫୋରଣ, ୬ ମୃତ

ଇସ୍ତାନାବୁଲ: ତୁର୍କୀର ଇସ୍ତାନାବୁଲରେ ଭୟଙ୍କର ବିସ୍ଫୋରଣ। ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୮୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ଏହି ବିସ୍ପୋରଣ ପଛରେ ଆତଙ୍କବାଦୀଙ୍କ ହାତଥିବା ସନ୍ଦେହ କରିଛନ୍ତି ସରକାର। ସହର ମଝିରେ ହୋଇଥିବା ବିସ୍ଫୋରଣ ପରେ ଲୋକ ମାନେ ଏଣେତେଣେ ହୋଇ ଛିଟିକି ପଡିଥିଲେ ।

ବ୍ୟସ୍ତବହୁଳ ରାସ୍ତା ଉପରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିସ୍ଫୋରଣ ପରେ ନିଆଁ ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ରାସ୍ତାରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଦୗେଡୁଥିବା ଲକ୍ଷ୍ୟ କରାଯାଇଛି।

ତେବେ ନିକଟସ୍ଥ କାସିମ୍ପାସା ପୋଲିସ ଷ୍ଟେସନ କହିଛି ଯେ, ଘଟଣାସ୍ଥଳରେ ଫୋର୍ସ ମୁତୟନ ହାେଇଛନ୍ତି। ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

ଶିଖରଚଣ୍ଡୀ ମନ୍ଦିରରେ 5T ସଚିବ; ରୂପାନ୍ତରଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପରେଖ । ଆଜି ଭୋରୁ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ କରିଛନ୍ତି ଆଲୋଚନା । ପାରିପାର୍ଶ୍ବକ ସ୍ଥଳ ବୁଲି ଦେଖିବା ସହ ହିଲଟପରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସ୍ଥାନକୁ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ହୋଇଛି ଆଲୋଚନା।

ଏହାପରେ ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟି କାମର ସମୀକ୍ଷା କରିଥିଲେ 5T ସଚିବ । ସେହିପରି ଜାଆଁଳା ଅଲକରରେ ପ୍ରସ୍ତାବିତ ହେଲ୍ଥ ସିଟି ସ୍ଥଳକୁ ମଧ୍ୟ ଗସ୍ତ କରିଥିଲେ 5T ସଚିବ। ତାଙ୍କ ସହ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ମଧ୍ୟ ଉପସ୍ଥିତ ଥିଲେ ।

ଗୁଜରାଟରେ ଟିକେଟ ବଣ୍ଟାକୁ ନେଇ ବିଜେପିର ବିଦ୍ରୋହ

ଅହମ୍ମଦାବାଦ: ଗୁଜରାଟରେ ଟିକେଟ ବଣ୍ଟାକୁ ନେଇ ବିଦ୍ରୋହ । ବିଧାୟକ ଟିକେଟ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ବିଜେପି ଦଳରେ ବ୍ୟାପିଛି ଅସନ୍ତୋଷ । ଭଦୋଦରା ଅନ୍ତର୍ଗତ ଓ୍ବାଘୋଦିଆ ବିଧାୟକ ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ ନମିଳିବା କାରଣରୁ ସେ ଦଳରୁ ଦେଇଛନ୍ତି ଇସ୍ତଫା । ତାଙ୍କୁ ଶ୍ରୀବାସ୍ତବ ମଧୁଭାଇ ବାବୁଭାଇ ବୋଲି ମଧ୍ୟ କର୍ମୀ ସମ୍ବୋଧିତ କରନ୍ତି ।

ଜଣେ ବିଲଡର ଭାବେ କାର୍ଯ୍ୟରତ ମଧୁ ଶ୍ରୀବାସ୍ତବ ୨୦୦୨ ଗୋଧ୍ରା ଦଙ୍ଗାବେଳେ ବେଷ୍ଟ ବେକରୀ ମାମଲାରେ ଅଭିଯୁକ୍ତ ଥିଲେ । ବେଷ୍ଟ ବେକରୀ ଲୋମହର୍ଷକ ଘଟଣାରେ ୧୮ ଜଣ ମୁସଲିମଙ୍କୁ ଜିଅନ୍ତା ପୋଡ଼ି ଦେଇଥିଲେ ଦଙ୍ଗାକାରୀ । ଏହା ସହ ବେଷ୍ଟବେକରୀ ମାମଲାରେ ପ୍ରମୁଖ ସାକ୍ଷୀ ଜାହିରା ଶେଖ ସହ ସାଲିସ କରିବା ଲାଗି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୯ଟି ମାମଲା ରହିଛି ।

ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି

ବରଗଡ଼: ପଦମପୁର ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଝାରବନ୍ଧ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା କଂଗ୍ରେସ ନେତା ନରେନ୍ଦ୍ର ପ୍ରଧାନ । ନରେନ୍ଦ୍ର ନେତୃତ୍ବରେ ଲଉଡିଦର୍ହା , ଚଣ୍ଡିଭଟା , କୁର୍ଲୁପାଲି , ଗୁଠଗୁଡା , ଓ ଅନ୍ୟାନ୍ୟ ପଞ୍ଚାୟତରୁ ପ୍ରାୟ ଚାରି ଶହରୁ ଅଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କର ପ୍ରତିନିଧି ଥିଲେ ନରେନ୍ଦ୍ର । ଏହା ସହ ଦୁଇ ଥର ସମିତି ସଭ୍ୟ ଥରେ ସରପଞ୍ଚ ଭାବରେ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି ନରେନ୍ଦ୍ର ।

ସେ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଓ ବ୍ଲକ କଂଗ୍ରେସର ସଭାପତି ଦାଇତ୍ଵ ମଧ୍ୟ ତୁଳାଇଛନ୍ତି । ଝାରବନ୍ଧ ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ସମସ୍ତେ ବିଜେଡିରେ ସମିଲ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ଦାଇତ୍ୱରେ ଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପୁଷ୍ପେନ୍ଦ୍ର ସିଂ ଦେଓ, ବିଧାୟକ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ବ୍ଲକ ସଭାପତି ଯତୀନ ହାତୀ ଙ୍କର ଉପସ୍ଥିତରେ ସମସ୍ତେ ବିଜେଡିର ଯୋଗଦେଇଛନ୍ତି ।

କ୍ରିପ୍ଟୋ କରେନ୍ସି ଜଗତକୁ ଧକ୍କା, ‘ଏଫ୍ଟିଏକ୍ସ’ ହୋଇଛି ଦେବାଳିଆ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଜଗତକୁ ଧକ୍କା । ବିଶ୍ବର ଅନ୍ୟତମ ସର୍ବବୃହତ କ୍ରିପ୍ଟୋ ଏକ୍ସଚେଞ୍ଜ ‘ଏଫ୍ଟିଏକ୍ସ’ ହୋଇଛି ଦେବାଳିଆ । ରାତାରାତି ନିଃସ୍ବ ହୋଇଗଲେ ପ୍ରତିଷ୍ଠାତା ତଥା କ୍ରିପ୍ଟୋ ଦୁନିଆର ଚର୍ଚ୍ଚିତ ବ୍ୟକ୍ତିତ୍ବ ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍ । ବିଶ୍ବର ଅନ୍ୟତମ ଧନୀ ଭାବେ ଜଣାଶୁଣା ଓ୍ବାରେନ ବଫେଟଙ୍କ ସହ ତୁଳନା କରାଯାଉଥିବା ଫ୍ରାଏଡ ଏବେ ଦରିଦ୍ର ।

୨୬୦୦ କୋଟି ଡଲାର ସମ୍ପତ୍ତିର ମାଲିକ ଥିବା ୩୦ ବର୍ଷୀୟ ଫ୍ରାଏଡ୍ ପାଲିଟିଛନ୍ତି କାଙ୍ଗାଳ । ସପ୍ତାହକ ପୂର୍ବରୁ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ପ୍ରାୟ ୧୬୦୦ କୋଟି ଡଲାର । ବିଶ୍ବ ଇତିହାସରେ ଗୋଟିଏ ଦିନରେ କୌଣସି ଧନୀ ବ୍ୟକ୍ତି ଏତେ ପରିମାଣର ଧନ ହରାଇ ନଥିଲେ । ବିଟ୍କଏନ୍ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ମୂଲ୍ୟରେ ହୋଇଥିବା ବୃଦ୍ଧି ସହ ଫ୍ରାଏଡ୍ଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବଢ଼ିଥିଲା।

କ୍ରିପ୍ଟୋ ବଜାର ଦୁର୍ବଳ ହେବା ପରେ ଫ୍ରାଏଡ୍ଙ୍କ କଂପାନି ଏଫ୍ଟିଏକ୍ସର ଆୟ ସଙ୍କୁଚିତ ହୋଇଥିଲା। ସଂସ୍ଥାକୁ ରକ୍ଷା କରିବା ଲାଗି ଫ୍ରାଏଡ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ବିନାନ୍ସକୁ ବିକିବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇ ନଥିଲା । କଂପାନିର ସିଇଓ ପଦରୁ ସେ ଇସ୍ତଫା ଦେବା ପରେ ଗାଏବ ହୋଇଛନ୍ତି ।

‘କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ PM ଫସଲ ବୀମା ଅର୍ଥ’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ । ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମ ଓଡ଼ିଶା ବାସୀ । ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଚାଷୀଙ୍କ ପଡି ରହିଥିବା ଫସଲ ବୀମା ଦେୟ ପ୍ରଦାନ ଲାଗି କହିଛନ୍ତି । ଯାହା ଦ୍ୱାରା ଓଡିଶାର କୃଷକମାନେ ସେମାନଙ୍କର ଫସଲ ବୀମା ଦେୟ ପାଇପାରିବେ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଜେପି ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରୁଛି ଏବଂ ଫସଲ ବୀମା ଦେୟ ପ୍ରଦାନ ନକରିବାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦୁଛି । କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ।

ଓଡିଶା ଚାଷୀଙ୍କର ପଡି ରହିଥିବା ବୀମା ଅର୍ଥ ମଞ୍ଜୁର କରିବାକୁ ଦିଲ୍ଲୀ ସରକାରଙ୍କୁ କହିବା ଉଚିତ୍ । ଯଦି ବିଜେପି ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ଶୀଘ୍ର ଦେବାରେ ବିଫଳ ହୁଏ, ତେବେ ଲକ୍ଷ ଲକ୍ଷ କୃଷକ ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ।

ହଷ୍ଟେଲରେ ଛାତ୍ରଙ୍କୁ ପିଟିଲେ, ନିର୍ଦ୍ଧିଷ୍ଟ ଧର୍ମର ସ୍ଲୋଗାନ ଦେବାକୁ କହିଲେ

ହାଇଦ୍ରାବାଦ: ତେଲେଙ୍ଗାନାର ଶଙ୍କରପଲ୍ଲୀ ଅଞ୍ଚଳରେ ଥିବା  ଏକ ବିଜନେସ ସ୍କୁଲରେ ଘଟିଥିବା ଜଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି  । ସ୍କୁଲର ସିନିୟର ଛାତ୍ରମାନେ ଜଣେ କନିଷ୍ଠ ଛାତ୍ରକୁ ହଷ୍ଟେଲରେ ମାଡ ମାରିଛନ୍ତି  । କେବଳ ଏତିକି ନୁହେଁ ପିଡୀତ ଛାତ୍ରକୁ ଏକ ନିର୍ଦ୍ଧିଷ୍ଠ ଧର୍ମର ନାରା ଲଗାଇବା ପାଇଁ ବାଧ୍ୟ କରିଥିଲେ  । ଛାତ୍ର ଜଣଙ୍କୁ ନିର୍ଯାତନା ଦେବା ସହ ତାହାର ଭିଡିଓ ସୁଟିଂ କରିଥିଲେ  । ଏବଂ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ  । ଆଉ ଏହା ପରେ ଭାଇରାଲ୍ ହୋଇଥିଲା ଏି ଭିଡିଓ  । ଯାହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ  ।

ଏଭଳି କାରନାମା କରିଥିବା ସ୍କୁଲରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା  । ଘଟଣାରେ ସଂଶ୍ଲିଷ୍ଟ ଥିବା ଛାତ୍ରଙ୍କ ନାମରେ ମାମଲା ରୁଜୁ କରିବା ସହ ପୋଲିସ ସେମାନଙ୍କୁ ଗିରଫ କରିଛି  । ହଷ୍ଟେଲରେ ରାଗିଙ୍ଗ, ମାରପିଟ୍, ଏବଂ ଛାତ୍ରଙ୍କୁ ଧମକ ଦେବା ଅଭିଯୋଗରେ ସ୍କୁଲ କର୍ତ୍ତୃପକ୍ଷ ଘଟଣାରେ ସାମିଲ ଥିବା ସମସ୍ତ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବନ କରିଥିବା ସୂଚନା ମିଳିଛି  । ମିଳିଥିବା ସୂଚନା ମୁତାବକ ପିଡୀତ ଛାତ୍ର ଜଣଙ୍କ ଉକ୍ତ ସ୍କୁଲରେ ବିବିଏ-LLB କରୁଛନ୍ତି  ।

ସମାନ ଶ୍ରେଣୀର ଜଣେ ସହପାଠୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା  । ମୋବାଇଲରେ ଅନେକ ଚାଟିଂ ମଧ୍ୟ ହୋଇଥିଲା  । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା  । ବନ୍ଧୁତାରପେ ଫାଟ ସୃଷ୍ଟି ହୋଇଥିଲା  । ଯାହା ଫଳରେ ବନ୍ଧୁ ଜଣଙ୍କ ତାଙ୍କ ସହ ହୋଇଥିବା ମେସେଜ ବାର୍ତ୍ତାଳପକୁ  ସହପାଠୀଙ୍କୁ ପଠାଇଦେଇଥିଲେ  । ଉକ୍ତ ଛାତ୍ର ଜଣଙ୍କ ମହମ୍ମଦ ପେଗାମ୍ବରକୁ ନେଇ ଦେଇଥିବା ମନ୍ତବ୍ୟକୁ କଲେଜ ମଧ୍ୟରେ ଭାଇରାଲ କରିଥିଲେ  । ଯାହା ଫଳରେ ଏକ ନିର୍ଦ୍ଧିଷ୍ଟ ଧର୍ମର ଛାତ୍ର ଏହାକୁ ନେଇ ପିଡୀତ ଛାତ୍ର ଜଣଙ୍କ ଉପରେ ଆକ୍ରୋଶ ରଖିଥିଲେ  । ପରବର୍ତ୍ତୀ ସମୟରେ ତାଙ୍କୁ ଆକ୍ରମଣ କରିଥିଲେ  ।

‘ଦମନ’ ଓଡ଼ିଆ ସିନେମା ଶିଳ୍ପର ନୂତନ ଅଧ୍ୟାୟ, ଫିଲ୍ମ ଦେଖିଲେ ଡାକ୍ତରୀ ଛାତ୍ର-ଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ଦର୍ଶକଙ୍କୁ ପୁଣି ହଲକୁ ଭିଡି ନେଉଛି ଏହି ଚଳଚ୍ଚିତ୍ର  । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ ଚହଳ ସୃଷ୍ଟି କରିଛି  । ଫିଲ୍ମରେ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର କେମିତି ଲୋକଙ୍କୁ ବାନ୍ଧି ରଖିଛନ୍ତି ତାହା ଏବେ ସମୀକ୍ଷାର ସମୟ  । ନିଛକ ଓଡିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ପର୍ଯ୍ୟବସେତି ଏହି ଘଟଣା ଓଡିଶାର କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିଛି  ।

ଅନେକ ଦିନ ପରେ ଓଲିଉଡ ଚଳଚ୍ଚିତ୍ର ଜଗତରେ ଇଚଇ ସୃଷ୍ଟି କରିଛି ଓଡ଼ିଆ ସିନେମା ଦମନ । ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ସିନେମା ପର୍ଯ୍ୟବେସିତ । ପ୍ରାୟ ଆଠଦିନ ହେବା ରାଜ୍ୟର ସମସ୍ତ ଏକକ ଓ ମଲ୍ଟି ହଲରେ ହାଉସ ଫୁଲ ଦେଖିବାକୁ ମିଳିଛି । ସେପଟେ ଏହି ସିନେମାର ଦୃଶ୍ୟକୁ ଡାକ୍ତରୀ ପଢୁଥିବା ହାଇଟେକ୍ ର ଡାକ୍ତର ମାନକୁ ସିନେମା ଦେଖାଇଛନ୍ତି hi-tech କର୍ତ୍ତୃପକ୍ଷ ।

ଦମନ ସିନେମାରେରେ ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ, ଦକ୍ଷିଣୀ ନାୟକ ଷ୍ଟାଇଲରେ ଧୂଳି ଉଡ଼ା ଫାଇଟ ବି ନାହିଁ । ଫିଲ୍ମ ର ଚରିତ୍ର ମାତ୍ର ଦୁଇ ଜଣ କଳାକାର । ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ । ସାଙ୍ଗ ରେ ଜଣେ ସେବିକା । କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ ଦମନକୁ ବିପୁଳ ସମର୍ଥନ ମିଳିଛି । ଓଡିଶା ବାହାରେ କୋଲକାତା, ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦରେ ଦୁଇ ଦୁଇଟି ଶୋ ହାଉସଫୁଲ୍ ରହିଛି । ଏକଥା ମଧ୍ୟ କୁହାଯାଉଛି, ଦମନ ଠାରୁ ଆରମ୍ଭ ହୋଇଛି ଓଡିଆ ସିନେ ଜଗତର ନବକଳେବର…

୩୦ ଜିଲ୍ଲାରେ ସରିଲା ‘ସକାଳ’ ବିତର୍କ ପ୍ରତିଯୋଗିତା

ନନ୍ଦିଘୋଷ ବ୍ୟୁରୋ: ଦୈନିକ ସକାଳର ଦ୍ବିତୀୟ ସ୍ବନକ୍ଷେତ୍ର ଅବସରରେ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତା। 30 ଟି ଜିଲା ଓ 2ଟି ମହାନଗରରେ ମୁଖ୍ୟାଳୟରେ ବିତର୍କ ପ୍ରତିଯୋଗିତା ହୋଇଛି । କନିଷ୍ଠ ବର୍ଗ ବିଭାଗ ପ୍ରତଯୋଗିତାରେ ଓଡ଼ିଆ ଚଳଣିରେ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟ ଥିଲା । ଆଜି ଭୁବନେଶ୍ବରର ଏକ ଘରୋଇ କଲେଜରେ ଆୟୋଜିତ କନିଷ୍ଠ ବିଭାଗ ବିତର୍କ ପ୍ରତିଯୋଗିତାରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀ ମାନେ ଜଗନ୍ନାଥ ସଂସ୍କୃତି ନେଇ ବକ୍ତବ୍ୟ ଦେଇଥିଲେ । ଆଜିର ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ବରର ପ୍ରୀତିପ୍ରିୟା ମିଶ୍ର, ଅମନ ଆଚାର୍ଯ୍ୟ ଓ ଶୁଭ୍ରାଂଶୁ ସାହୁଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀ ଭାବରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ବିତର୍କ ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଶରତ ଚନ୍ଦ୍ର ଦାଶ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରବନ୍ଧକ ନଟବର ବେହେରା ଉପସ୍ଥିତ ଥିଲେ  ।

ସେହିପରି ରାଷ୍ଟ୍ରୀୟ ଶିକ୍ଷା ଅଧିକାର ଅଭିଯାନ ଓଡ଼ିଶା ଶାଖାର ପୂର୍ବତନ ରାଜ୍ୟ ସଂଯୋଜକ ଅଦ୍ୱୈତ ବଳିୟାରସିଂ, ଜୁପିଟର ମହିଳା କଲଜେର ପ୍ରିନ୍ସିପାଲ ମଧୁସ୍ମିତା ସାମନ୍ତରାୟ, ସକାଳର ବୁରୋ ମୁଖ୍ୟ ରଣଜିତ ମହାନ୍ତି, ସହଯୋଗୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ସରକ୍ୟୁଲେସନ୍ ଡିଜିଏମ୍ ବିଜୟ କୁମାର ଦାଶ ବିଚାରକ ମଣ୍ଡଳୀ ଭାଵରେ ଯୋଗ ଦେଇଥିଲେ।