ନନ୍ଦିଘୋଷ ବ୍ୟୁରୋ :ଏକ ସାଧାରଣ ଛୋଟ ସଡ଼କ ଦୁର୍ଘଟଣାରୁ ଜଘନ୍ୟ ହତ୍ୟା। କାର୍ ମଡ଼ାଇ ବାଇକ୍ ଆରୋହୀଙ୍କୁ ହତ୍ୟା କରାଯାଇଛି । ଛାତି ଥରାଇ ଦେବା ଭଳି ଏହି ଘଟଣା ଘଟିଛି ବେଙ୍ଗଳୁରୁରେ ଗତ ୨୫ ତାରିଖ ରାତିରେ। ଜଣେ ଡେଲିଭରି ବୟ ନିଜ ସାଙ୍ଗ ସହିତ ଯାଉଥିଲେ। ଅନ୍ୟପଟେ ଏକ କାରରେ ଯାଉଥିଲେ ଅଭିଯୁକ୍ତ ମନୋଜ କୁମାର ଓ ଆରତୀ ଶର୍ମା। ଅଭିଯୋଗ ଅନୁସାରେ ପ୍ରଥମେ କାର୍ ଓ ବାଇକ୍ ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ପରେ ଉଭୟେ ନିଜ ନିଜ ବାଟରେ ଯାଇଥିଲେ। କିନ୍ତୁ ସିସିଟିଭିରୁ ଦେଖା ଯାଇଛି ବାଇକ ଆରୋହୀଙ୍କୁ କାରରେ ପ୍ରାୟ ଦୁଇ କିମି ଗୋଡ଼ାଇଥିଲେ ମନୋଜ ଓ ତାଙ୍କ ସ୍ତ୍ରୀ। ପ୍ରଥମେ ଫେଲ୍ ମାରିବା ପରେ ପୁଣି ୟୁ ଟର୍ନ ନେଇ ସେମାନେ ବାଇକକୁ ଧକ୍କା ଦେଇଥିଲେ। କିଛି ସମୟ ପରେ ମାସ୍କ ପିନ୍ଧି ପୁଣି ଘଟଣାସ୍ଥଳକୁ ଆସିଥିଲେ ଓ ଭାଙ୍ଗି ଯାଇଥିବା ଅଂଶକୁ ଧରି ସେଠାରୁ ପଳାଇ ଯାଇଥିଲେ। କାର୍ ଧକ୍କାରେ ଦୁଇ ବାଇକ ଆରୋହୀ ଛିଟିକି ପଡ଼ିଥିଲେ। ପରେ ଜଣକର ମୃତ୍ୟୁ ହୋଇଥିଲା। ପୋଲିସ ପ୍ରଥମେ ଏହାକୁ ସାଧାରଣ ଦୁର୍ଘଟଣା ଭାବିଥିଲା। ପରେ ତଦନ୍ତରୁ ତାହା ହତ୍ୟା ବୋଲି ଜଣାପଡ଼ିଛି। ମନୋଜ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ ।
ଆମେରିକା ଓ ଚୀନ ମଧ୍ୟରେ ବଡ଼ ବିଜନେସ୍ ଡିଲ୍
ନନ୍ଦିଘୋଷ ବ୍ୟୁରୋ : ଆମେରିକା ଓ ଚୀନ ମଧ୍ୟରେ ବଡ଼ ବିଜନେସ୍ ଡିଲ୍। ଦକ୍ଷିଣ କୋରିଆର ବୁସାନରେ ହୋଇଥିବା ବୈଠକରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଏଥିପାଇଁ ସହମତି ହୋଇଛି। ଟାରିଫ, ସୋୟାବିନ୍ ଓ ବିରଳ ଧାତୁ କାରବାର ନେଇ ଟ୍ରମ୍ପ ଓ ଜିନପିଙ୍ଗ ମଧ୍ୟରେ ହୋଇଛି ଚୁକ୍ତି। ବିଶେଷ କରି ବିରଳ ଧାତୁ ରପ୍ତାନୀ ଉପରେ ଆଉ ଚୀନ କଟକଣା ରଖିବ ନାହିଁ। ଆମେରିକାକୁ ଏହି ବିରଳ ଧାତୁ ରପ୍ତାନୀ ହେବ। ବର୍ଷେ ଯାଏ ଚୁକ୍ତି ହୋଇଛି।
ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯାଇପାରେ। ଫଳରେ ହାଇଟେକ୍ ମ୍ୟାନୁଫ୍ୟାକଚରିଂ, ଇଭି ଓ ପ୍ରତିରକ୍ଷା ଉପକରଣ ନିର୍ମାଣରେ ଆମେରିକାର କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ। ଏସବୁ ସାମଗ୍ରୀ ଉପରେ ଚୀନର ଏକଚାଟିଆ ଅଧିକାର ଜାହିର କରୁଥିବା ଅଭିଯୋଗ କରି ଟ୍ରମ୍ପ କଡ଼ା ଟାରିଫ ଲଗାଇଥିଲେ। ଏବେ କହିଛନ୍ତି, ଚୀନ ଉପରେ ଶୁଳ୍କ ୫୭ ପ୍ରତିଶତରୁ ୪୭ ପ୍ରତିଶତ କରାଯିବ । ଅର୍ଥାତ ୧୦ ପ୍ରତିଶତ ରିହାତି ଦେବେ ଟ୍ରମ୍ପ। ସେହିପରି ଆମେରିକାର ସୋୟାବିନ କିଣିବାକୁ ରାଜି ହୋଇଛି ଚୀନ। ବୈଠକକୁ ବହୁତ ବଢିଆ ବୋଲି କହିଛନ୍ତି ଟ୍ରମ୍ପ। ଚୀନ ଓ ଆମେରିକା ମଧ୍ୟରେ ଏହି ସବୁ ବିବାଦୀୟ ପ୍ରସଙ୍ଗ ଯୋଗୁଁ ଦ୍ଵିପାକ୍ଷିକ ସଂପର୍କରେ ଦେଖା ଦେଇଥିଲା ତିକ୍ତତା। ଯାହାକି ବିଶ୍ଵ ବାଣିଜ୍ୟକୁ ପ୍ରଭାବିତ କରିଥିଲା। ଏବେ ଟ୍ରମ୍ପ କହିଛନ୍ତି, ଆସନ୍ତା ଏପ୍ରିଲରେ ସେ ଚୀନ ଗସ୍ତ କରିବେ।
ପୋଲିସ SI ମହାକେଳେଙ୍କାରୀ ଘଟଣା : ଜାମିନ ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ
ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା। ଆଜି ମୁକୁଳିଲେ ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ। ଜାମିନ ମିଳିବା ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଗତକାଲି ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ମିଳିଥିଲା ଜାମିନ। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଜାମିନ ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି ପରୀକ୍ଷାର୍ଥୀ। ନିଯୁକ୍ତି କେଳେଙ୍କାରୀ ଘଟଣାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ଵରରୁ ୩ଟି ବସ ଯୋଗେ ବିଜୟୱାଡା ଯିବାବେଳେ ଶ୍ରୀକାକୁଲମରୁ ଧରିଥିଲା ବ୍ରହ୍ମପୁର ପୋଲିସ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ପୂର୍ବରୁ କରିଥିବାବେଳେ ଏବେ ଏହି ମାମଲାର ସିବିଆଇ ତଦନ୍ତ ସୁପାରିସ କରିଥିଲେ ସରକାର।
ମାମଲାରେ ଏଯାଏଁ ଗିରଫ ହୋଇଛନ୍ତି ୧୨୩ ଜଣ। ୧୧୪ ଆଶାୟୀ ଓ ୯ ଦଲାଲ ଗିରଫ ହୋଇଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ହାଇକୋର୍ଟରେ ଖାରଜ ହୋଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ପତ୍ନୀ ଦିପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ ଆବେଦନ। ଏଭଳି ସଙ୍ଗୀନ ମାମଲାରେ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ। ପୋଲିସ ଏସଆଇ ଚାକିରି ଲାଗି କୋଟି କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ପ୍ରତି ଆଶାୟୀ ପରୀକ୍ଷାଙ୍କ ପିଛା ୨୫ ଲକ୍ଷ ନେବାକୁ ହୋଇଥିଲା ଡିଲ। ପ୍ରତି ଆଶାୟୀ ୧୦ ଲକ୍ଷ ଲେଖାଏଁ ଅଗ୍ରୀମ ଦେଇଥିଲେ। ସେମାନଙ୍କୁ ପରୀକ୍ଷା ପୂର୍ବରୁ ଉତ୍ତର ପୁସ୍ତିକା ସହ ଅଭ୍ଯାସ କରିବାକୁ ଆନ୍ଧ୍ରପ୍ରଦେଶ ନିଆଯାଉଥିଲା।
ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି ଶ୍ରେୟସ ! ଇଷ୍ଟାଗ୍ରାମରେ ଦେଲେ ଅପଡେଟ୍
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ODIର ଉପ-ଅଧିନାୟକ ଶ୍ରେୟସ ଆୟାରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ ଶ୍ରେୟସ । ତାଙ୍କ ପିଞ୍ଜରାରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଶ୍ରେୟସ ଆୟର ତାଙ୍କ ଆଘାତ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପ୍ରଦାନ କରିଛନ୍ତି। ସେ ତାଙ୍କ ହସ୍ପିଟାଲ ବେଡରୁ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଅପଡେଟ୍ ସେୟାର କରିଛନ୍ତି। ଭାରତୀୟ ବ୍ୟାଟସମ୍ୟାନ୍ ସେୟାର କରିଥିବା ସୂଚନା ଅନୁଯାୟୀ, ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଏବଂ ଶୀଘ୍ର ଆରୋଗ୍ୟ କାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେମିତି ଅଛି ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ?
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODIରେ ଆୟାରଙ୍କ ପଞ୍ଜରା ହାଡ଼ରେ ଲାଗିଥିଲା ଆଘାତ । ପଡ଼ିଆରେ କ୍ୟାଚ୍ ଧରୁଥିବା ସମୟରେ ସେ ଆହାତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗମ୍ଭୀର ଥିବା ନେଇ ଡାକ୍ତର କହିଛନ୍ତି । ଆହତ ହେବା ପରେ ତାଙ୍କୁ ତୁରନ୍ତ ସିଡନି ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଥିଲା । ପଞ୍ଜରା ହାଡ଼ରେ ଆହାତ ଲାଗିବା ଯୋଗୁଁ ସେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଅନୁଭବ କରୁଛନ୍ତି । ତେବେ ଶ୍ରେୟସ ଆୟରଙ୍କ ଅବସ୍ଥାରେ ସୁଧାର ଆସୁଛି । ତାଙ୍କର ଚିକିତ୍ସା ସିଡନୀରେ ଚାଲିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ସୁସ୍ଥ ହେବା ପାଇଁ ୮ ସପ୍ତାହ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟରଙ୍କୁ ଭାରତୀୟ ODI ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ଦ୍ୱିତୀୟ ODIରେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ସ୍କୋର କରିଥିଲେ । ପଡ଼ିଆକୁ ଫେରିବାକୁ କିଛି ସମୟ ଲାଗିବ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ODI ସିରିଜରେ ମଧ୍ୟ ଖେଳି ନ ପାରନ୍ତି ।
ଇଣ୍ଟାଗ୍ରାମରେ ଦେଲେ ଅପଡେଟ୍
ଏବେ ଶ୍ରେୟସ ICUରୁ ବାହାରକୁ ଆସିଛନ୍ତି। ନିଜ ବର୍ତ୍ତମାନର ଅବସ୍ଥା ବିଷୟରେ ସେ ବ୍ୟକ୍ତିଗତ ସୂଚନା ଦେଇଛନ୍ତି। ଶ୍ରେୟସ ଆୟର ତାଙ୍କ ଇନଷ୍ଟାଗ୍ରାମ ଏକ ଷ୍ଟୋରୀରେ ଲେଖିଛନ୍ତି, “ମୁଁ ଏବେ ବି ସୁସ୍ଥ ହେଉଛି।” ଏହାର ଅର୍ଥ ହେଉଛି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ସେ ଆହୁରି କହିଛନ୍ତି ଯେ, ସେ ପ୍ରତିଦିନ ଭଲ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟର ଆରୋଗ୍ୟ କାମନା ପାଇଁ ସମସ୍ତଙ୍କୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ” ଆପଣଙ୍କ ପ୍ରାର୍ଥନାରେ ପାଇଁ ସମସ୍ତଙ୍କୁ ଧନ୍ୟବାଦ।”
cricket
ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ
ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ। କଟକ ଟାଙ୍ଗୀ ଅଂଚଳରେ ଘର ସାମ୍ନାରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗାଁର ରବୀନ୍ଦ୍ର ତ୍ରିପାଠୀ ଜମି କିଣିବା ଲାଗି ଟାଙ୍ଗୀ ଷ୍ଟେଟବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ। ଗାଡ଼ି ଘର ଆଗରେ ରଖି ଘର ଭିତରକୁ ଯାଇ ବାହାରକୁ ଆସିବା ସମୟରେ ତାଙ୍କ ଘର ସାମ୍ନାରୁ ସ୍କୁଟି ଡିକି ତାଡି ୧୦ ଲକ୍ଷ ଲୁଟେରା ମାନେ ନେଇଯାଇଥିଲେ। ଦୁଇଟି ବାଇକରେ ୪ ଜଣ ଆସି ଏହି ଲୁଟ କରିଥିବା ଅଭିଯୋଗକାରୀ କହିଛନ୍ତି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସକାଳୁ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ସହ ଅବକାଶ ସରିଛି । କିଛି ସମୟ ଭିତରେ ଆରମ୍ଭ ହେବ କୋଠ ଭୋଗ ପ୍ରକ୍ରିୟା । ଗତକାଲି ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ନୀତିକାନ୍ତି । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।


