spot_img
Home Blog Page 3875

ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

ଭୁବନେଶ୍ୱର: ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହ ଓ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମାନସ ରଞ୍ଜନ ମଙ୍ଗରାଜ ଅତିଥି ଭାବେ ଯୋଗଦେଇଥିଲେ । ଆଜିକାଲି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ହଜିଗଲାଣି । ଅଳ୍ପ ସମୟରେ କିଭଳି ଚମକାଇଲା ଭଳି ସମ୍ବାଦ ପରିବେଷଣ କରାଯିବ, ସେଥିରେ ସାମ୍ବାଦିକମାନେ ବ୍ୟସ୍ତ ରହୁଛନ୍ତି । ଏହା ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏଥିପାଇଁ ସାମ୍ବାଦିକ ଯେତିକି ଦାୟୀ, ବୈଦ୍ୟୁତିକ ଗଣମାଧ୍ୟମର ଦର୍ଶକ ବି ସେତିକି ଦାୟୀ ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି  ।

ସେ କହିଥିଲେ, ଟୁଙ୍ଗୁରୁ ଭୋଳ ଭଳି ଅରୁଚିକର ସମ୍ବାଦ ପରିବେଷଣ କରିବା କେତେଦୂର ଯଥାର୍ଥ, ତାହା ପାଠକ, ଦର୍ଶକ ଓ ସାମ୍ବାଦିକ ବିଚାର କରିବା ଦରକାର । ଗୋଟିଏ ସମ୍ବାଦପତ୍ରର ମୂଳ ପୁଞ୍ଜି ହେଉଛି ପାଠକଙ୍କ ବିଶ୍ୱାସ ସୃଷ୍ଟି କରିବା। ସମାଜର ସବୁବର୍ଗର ଲୋକଙ୍କ ପାଇଁ ସାମ୍ବାଦିକ କଲମ ଚାଳନା କରିଥାନ୍ତି । ଆଜି କିନ୍ତୁ ଏ ସବୁର ଅଭାବ ପରିଲକ୍ଷିତ ହେଉଛି । ପ୍ରଦ୍ୟୁମ୍ନ ବଳ ଜଣେ ଦୃଢ଼, ନୀତିନିଷ୍ଠ ଓ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଥିଲେ । ସାଧାରଣ ଜୀବନରେ ତାଙ୍କର ସାଲିସବିହୀନ କାର୍ଯ୍ୟଶୈଳୀ ସାମ୍ବାଦିକତା କ୍ଷେତ୍ରରେ ବି ଦେଖିବାକୁ ମିଳୁଥିଲା । ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପ୍ରଦ୍ୟୁମ ବଳ ।

ଆଜିକାଲିର ଗଣମାଧ୍ୟମ ଯେପରି ଉନ୍ମାଦନା ସୃଷ୍ଟି କଲା ଭଳି ସମ୍ବାଦ ପଛରେ ଦୌଡୁଛନ୍ତି, ତାହା ପର ପିଢ଼ି ପାଇଁ ଭଲ ବାର୍ତ୍ତା ଦେଉନାହିଁ । ଏଥରୁ ସମସ୍ତେ କ୍ଷାନ୍ତ ରହିବା ଉଚିତ । ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମୁଁ ସାଢ଼େ ୩ ବର୍ଷ ଧରି କାର୍ଯ୍ୟ କରିଛି । ରାଜ୍ୟରେ ସମ୍ବାଦପତ୍ରଙ୍କ ଭୂମିକା ଓ ସାମ୍ବାଦିକମାନଙ୍କର କାର୍ଯ୍ୟଶୈଳୀକୁ ବେଶ୍‌ ଭଲ ଭାବେ ପରଖିଥିବା ମାନସ ରଞ୍ଜନ ମଙ୍ଗରାଜ କହିଥିଲେ । ସ୍ବର୍ଗତ ବଳଙ୍କ ସାମ୍ବାଦିକାତରେ ଅବଦାନ ଉପରେ ମନେ ପକାଇ ଭିନ୍ନ ଭିନ୍ନ ମତ ରଖିଥିଲେ ମନ୍ତ୍ରୀ ଓ ବିଧାୟକ ।

ସୋଏବଙ୍କଠାରୁ ଅଲଗା ହେବା ଗୁଜବ ମଧ୍ୟରେ ରହସ୍ୟାତ୍ମକ ପୋଷ୍ଟ ଶେୟାର କଲେ ସାନିଆ

0

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ୍‌ କ୍ରିକେଟର ସୋଏବ ମଲିକଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ । ଖବର ଅନୁସାରେ ଉଭୟଙ୍କ ବିବାହ ବିଛେଦର ରୂପ ନେବାକୁ ଯାଉଛି । ସୂଚନାଯୋଗ୍ୟ ଇଝାନ୍‌ ମିର୍ଜା ମଲିକ ନାମକ ଜଣେ ପୁତ୍ର ମଧ୍ୟ ଅଛି । ଏହା ମଧ୍ୟରେ ସାନିଆଙ୍କ ଏକ ପୋଷ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି । ସେ ତାଙ୍କ ଇଂଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି, ‘ଭଙ୍ଗା ହୃଦୟ ସବୁ କୁଆଡ଼େ ଗଲେ? ଆଲ୍ଲାଙ୍କୁ ପାଇବାକୁ?

ଏହା ପୂର୍ବରୁ ସାନିଆ ତାଙ୍କ ପୁଅ ସହିତ ଏକ ଫଟୋ ଶେୟାର କରି ଲେଖିଥିଲେ, ଜୀବନର ଏକ କଠିନ ସମୟର ମୁହୂର୍ତ୍ତ । ତେବେ ସାନିଆ ଓ ସୋଏବ ଏଯାଏ  ବି‌ଚ୍ଛେଦ ପ୍ରସଂଗରେ କୌଣସି ମତ ରଖିନାହାନ୍ତି।

ସୂଚନାଯୋଗ୍ୟ, ସାନିଆ ଓ ସୋଏବ୍‌ ୨୦୧୦ ଏପ୍ରିଲ୍‌ ୧୨ ତାରିଖରେ ହାଇଦ୍ରାବାଦ୍‌ସ୍ଥିତ ତାଜ୍‌ କ୍ରିଷ୍ଣା ହୋଟେଲ୍‌ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍‌ ରୀତିନୀତିରେ ବିବାହ କରିଥିଲେ। ୨୦୧୮ରେ ଏକ ପୁତ୍ର ସନ୍ତାନ ଇଝାନ୍‌ଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍‌ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି।

ପୁରୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ଆସନ୍ତା 10 ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନକରି ସାନିଧ୍ୟ ପ୍ରାପ୍ତି କରିବାର କାର୍ଯ୍ୟ ସୂଚି ଥିବା ବେଳେ ଆଜି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶ୍ରୀ ମନ୍ଦିର, ରାଜ ଭବନ ଓ ହେଲିପ୍ୟାଡ଼ ଆଦି ସମସ୍ତ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି l ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ସହ ଆସନ୍ତାକାଲି କାରକେଡେ ରିହଲସଲ କରାଯିବା ନେଇ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି l

ସେପଟେ ଶ୍ରୀ ମନ୍ଦିର ରାଷ୍ଟ୍ରପତି ଦର୍ଶନ ଓ ମହା ପ୍ରସାଦ ସେବନ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ମହା ମହିମଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି  । ସେପଟେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର, ଡିସିପି, ବିମାନବନ୍ଦର ନିର୍ଦ୍ଦେଶକ ଓ ସିଆରପିଏଫ ଅଧିକାରୀ । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ । ମୁତୟନ ହେବେ 55 ପ୍ଲାଟୁନ ପୋଲିସ ଫୋର୍ସ ।

ଏହାସହ 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ । ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେ ସବୁ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଆସନ୍ତାକାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ ରିହରସଲ କରାଯାଇଛି ।

୧୦ ବର୍ଷ ଧରି ଥାନାରେ ବସି ରହିଛନ୍ତି ଜଣେ ମହିଳା,ଜାଣନ୍ତୁ କାରଣ

ହମୀରପୁର: ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ଜଣେ ବିଧବା ଏକ ଅଜବ ଅଭିଯୋଗ ନେଇ ଥାନାରେ ବସିଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୦ ବର୍ଷ ଧରି ଥାନା ବରଣ୍ଡାରେ ବସି ରହିଛନ୍ତି । କିନ୍ତୁ ପୋଲିସ୍‌ ନାଚାର । କାରଣ ଘଟଣା କିଛି ଏଭଳିଯେ, ସମାଧାନର ରାସ୍ତା ଖୋଜିବା କାଠିକର । ସୂଚନା ଅନୁସାରେ ଫତେହପୁର ଜିଲ୍ଲାର ଚାନ୍ଦପୁରର ପରସେଡ଼ା ଗାଁ’ର ପପି ସିଂହ ନାମକ ଜଣେ ମହିଳା ତିନି ଦଶନ୍ଧି ପୂର୍ବରୁ ସୁମେରପୁର ଥାନାର କୁଣ୍ଡୌରା ଗାଁ’ର ଜିତେନ୍ଦ୍ର ସିଂ’ଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ପୁଅ ମଧ୍ୟ ଅଛି ।  କିନ୍ତୁ ଜିତେନ୍ଦ୍ରଙ୍କ ମୃତ୍ୟୁ ପରେ ପପି ୧୦ ବର୍ଷ ହେବ ଥାନାରେ ଡେରା ପକାଇ ବସିଛନ୍ତି ।

ସୂଚନା ଅନୁସାରେ ପପି ୩୦ ବର୍ଷ ପୂର୍ବେ ଜିତେନ୍ଦ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ଥରେ ପପିଙ୍କ ସହିତ ଝଗଡ଼ା ହେବାରୁ ଜିତେନ୍ଦ୍ରଙ୍କୁ ଛାଡ଼ି ସେ ବାପଘର ଚାଲି ଯାଇଥିଲେ । ସେଠାରେ ଶ୍ୱଶୁରଙ୍କ ସହିତ ଜିତେନ୍ଦ୍ରଙ୍କର ମାରପିଟ୍‌ ହୋଇଥିଲା । ଫଳରେ ଜିତେନ୍ଦ୍ର ଘଟଣା ସ୍ଥଳରେ ଆଖି ବୁଜିଥିଲେ । ଜିତେନ୍ଦ୍ରଙ୍କ ଭାଇ ପପି ଏବଂ ତାଙ୍କ ବାପାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଫଳରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା । ପ୍ରାୟ ଦେଢ଼ ଦଶନ୍ଧି ପର୍ଯ୍ୟନ୍ତ ଉଭୟ ଜେଲରେ ଥିଲେ ।             ୨୦୧୧ରେ ଜେଲରୁ ମୁକୁଳିଥିଲେ । କିନ୍ତୁ ଜେଲରୁ ବାହାରକୁ ଆସିବା ପରେ ପପି ସିଂ ମାନସିକ ରୂପରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ନା ବାପଘରେ ସାହାରା ମିଳିଲା ନା ଶାଶୁଘରେ । ଚିନ୍ତିତ ହୋଇ ଥାନାର ଦ୍ୱାରସ୍ଥ ହେଲେ ପପି ।  ସେହି ଦିନଠାରୁ ନିଜ ଜିଦିରେ ଅଟଳ ରହିଲେ ପପି । ତାଙ୍କର ପୋଲିସ୍‌ ସାମ୍ନାରେ ଗୋଟିଏ ମାତ୍ର ଜିଦି, ମୋତେ ମୋ ସମ୍ପତ୍ତିର ଭାଗ ଦିଅ ଏବଂ ଏକ ସୁନ୍ଦର ପୁଅ ସହିତ ବିବାହ କରିଦିଅ । ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ ।

ବିବାହ ପୂର୍ବରୁ ୫ ପୂର୍ବତନ ପ୍ରେମିକଙ୍କୁ ଭେଟିଲେ ଯୁବତୀ

 ନୂଆଦିଲ୍ଲୀ: ମହିଳା ୧ । ବୟଫ୍ରେଣ୍ଡ୍‌ ୫ । ବିବାହ ପୂର୍ବରୁ ଟ୍ୱିଷ୍ଟ । ବିବାହରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ମହିଳା କଲେ ନୂଆ ଯୋଜନା । ନୂଆ ପ୍ରେମିକକୁ ବିବାହ ପାଇଁ ୫ ଜଣ ପୁରୁଣା ପ୍ରେମିକଙ୍କୁ ଦେଖାକଲେ ୩୩ ବର୍ଷୀୟ ଏମି ନିକେଲ ।

ସୂଚନା ଅନୁସାରେ ଏମି ନିକେଲ ୪୨ ବର୍ଷୀୟ ତାଙ୍କ ପ୍ରେମିକକୁ ବିବାହ କରିବାକୁ ଯାଉଛନ୍ତି । ଏମିଙ୍କ ପ୍ରେମିକ ଜଣେ ସଙ୍ଗୀତକାର  । ପୁରୁଣା ଭୁଲକୁ ନ ଦେହରାଇବା ପାଇଁ ଏମି ବିବାହ ପୂର୍ବରୁ ତାଙ୍କ ୫ ଜଣ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯୋଜନା କଲେ । ସୂଚନା ଅନୁସାରେ, ପ୍ରଥମେ ୧୬ ବର୍ଷ ବୟସରେ ବେନ୍‌ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଏମି ।ଏହାର ୮ ମାସ ପରେ ଶ୍ୟାମ୍‌ ନାମକ ଜଣେ ଯୁବକ ତାଙ୍କ ଜୀବନରେ ଆସିଥିଲେ । କିନ୍ତୁ ଦୁଇ ବର୍ଷ ପରେ ଏମି ଶ୍ୟାମଙ୍କ ସହିତ ବ୍ରେକ୍‌ ଅପ୍‌ କରିନେଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏମି ପ୍ରେମରେ ଏକ୍ସପେରିମେଣ୍ଟ କରୁଥିଲେ । ଶ୍ୟାମଙ୍କ ସହିତ ବ୍ରେକଅପ ପରେ ୨୦୧୪ରେ ଅନ୍ୟ ଜଣଙ୍କ ସଂସ୍ପର୍ଶରେ ଆସିଲେ ଏମି  ଏବଂ ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଲେ । ଶ୍ୟାମ୍‌ କିନ୍ତୁ ଏହି ସମ୍ପର୍କ ପାଇଁ ମନା କରିବାରୁ ଏମି ଏକା ପିଲାଟିକୁ ପାଳିଥିଲେ । କିଛଇ ମାସ ପରେ ତାଙ୍କ ଜୀବନରେ ଆସିଲେ ଜଣେ ସଙ୍ଗୀତକାର । ତେବେ ୨୦୧୭ରେ ୧ ବର୍ଷ ପାଇଁ ଡେଭିଡ ନାମକ ଜଣେ ଯୁବକଙ୍କ ସହିତ ସମ୍ପର୍କରେ ଥିଲେ ଏମି । ତେବେ ସଙ୍ଗୀତକାରଙ୍କୁ ବିବାହ କରିବା ପୂର୍ବରୁ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ଏମି ପୂର୍ବ ୫ ଜଣ ପ୍ରେମିକଙ୍କୁ ପୂର୍ବରୁ ଭେଟିଲେ ।

ଆମେରିକାରେ ମିଡ ଟର୍ମ ଇଲେକ୍ସନ, ୨୦୨୪ ପୂର୍ବରୁ ବାଇଡେନ-ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା

ଓ୍ୱାଶିଂଟନ: ଆଜି ଆମେରିକାରେ ମିଡ ଟର୍ମ ଇଲେକ୍ସନ । ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା । ୨୦୨୪ ନିର୍ବାଚନ ପୂର୍ବରୁ ଆଜି ବାଇଡେନ-ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା । ଏଥିରେ ହାଉସ ଅଫ ରିପ୍ରେଜେଣ୍ଟେଟିଭସର ସମସ୍ତ ୪୩୫ଟି ଆସନ ପାଇଁ ମତଦାନ ଚାଲିଥିବା ବେଳେ ସିନେଟର ୧୦୦ଟି ଆସନ ମଧ୍ୟରୁ ୩୫ ଆସନ ଓ ୩୬ ରାଜ୍ୟର ଗଭର୍ଣ୍ଣରଙ୍କ ପାଇଁ ଭେଟ ଗ୍ରହଣ ଚାଲିଛି । ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଗୋଟିଏ ଦଳକୁ ଅତିକମରେ ୧୨୮ ସିଟରେ ବିଜୟୀ ହେବାକୁ ହେବ । ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେହି ଦଳର ପ୍ରାର୍ଥୀ ରାଷ୍ଟ୍ରପତି ହେବା ସହଜ ହେବ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଦେଶରେ ମହଙ୍ଗାମାଡ ଏକ ବଡ଼ ପ୍ରସଙ୍ଗ । ଆମେରିକାର ୫୭ ପ୍ରତିଶତ ଲୋକ ବାଇଡେନଙ୍କ ସରକାର ପରିଚାଳନାରେ ସନ୍ତୁଷ୍ଟ ନଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ସେହିପରି ଗର୍ଭପାତ ଆଇନକୁ ନେଇ ବାଇଡେନ ସରକାରଙ୍କ ଉପରେ ଲୋକ ଅସନ୍ତୁଷ୍ଟ ରହିଛନ୍ତି । ଏହାସହ ଦେଶରେ ବଢ଼ିଥିବା ଗୁଳିକାଣ୍ଡ ଘଟଣା ମଧ୍ୟ ନିର୍ବାଚନରେ ମୁଖ୍ୟ ମୁଦ୍ଦା ହୋଇଛି । ଆମେରିକାରେ ସାଧାରଣତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ଅଧା ସମୟ ପରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଆରମ୍ଭ ହୋଇଥାଏ । ସେପଟେ ନଭେମ୍ବର ୧୫ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିବେ ବୋଲି କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପୂର୍ବରୁ ରିପବ୍ଲିକାନ୍ କଂଗ୍ରେସକୁ ଖୋଲାଖୋଲି ସମର୍ଥନ ଦେଇଛନ୍ତି ଟୁଇଟର ସିଇଓ ଏଲନ ମସ୍କ । ସେ  ନିଜ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ରିପବ୍ଲିକାନ ପାର୍ଟିକୁ ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି ।

’ହଷ୍ଟେଲ ଡେଜ୍‌’ ସିଜନ୍‌ ଥ୍ରି’ର ଟିଜର ରିଲିଜ୍‌, ଶେଷ ଥର ପାଇଁ ନଜର ଆସିଲେ ରାଜୁ, ଫ୍ୟାନ୍ସ ଇମୋଶନାଲ

0

ନୂଆଦିଲ୍ଲୀ: କମେଡି, ଡ୍ରାମା ଏବଂ ଇମୋଶନକୁ ନେଇ ପୁଣି ଫେରୁଛି ’ଓ୍ୱେବ୍‌ ସିରିଜ୍‌’ ହଷ୍ଟେଲ ଡେଜ୍‌ । ମନୋରରଞ୍ଜନ ଭରା ଏହି ଓ୍ୱେବ୍‌ ସିରିଜ୍‌ରେ ଭାରତୀୟ କଲେଜରେ ଛାତ୍ରଛାତ୍ରୀଙ୍କ ଜୀବନୀ ଦେଖିବାକୁ ମିଳିବ । ଓ୍ୱେବ୍‌ ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ନିର୍ମାତା ପ୍ରାଇମ୍‌ ଭିଡ଼ିଓ ମାଧ୍ୟମରେ ଏହାର ଏକ ଟିଜର ରିଲିଜ୍‌ କରିଛନ୍ତି । ହଷ୍ଟେଲ ଡେଜ’ର ଏହା ହେଉଛି ତୃତୀୟ ସଂସ୍କରଣ ।

ଓ୍ୱେବ୍‌ ସିରିଜରେ ଚନ୍ନା, ଲଭ୍‌ ବିସପୁଟେ,ଶୁଭମ୍‌ ଗୌର,ନିଖିଲ ବିଜୟ,ଆୟୁଷି ଗୁପ୍ତା ଏବଂ ଉତ୍ସବ ସରକାରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ସୋସିଆଲ ମିଡିଆରରେ ଏହାର ଟିଜର ଶେୟାର କରି କ୍ୟାପ୍ସନରେ ଲେଖିଛି, ଟ୍ରିପଲ ଦୋସ୍ତି,ଦିଲଲଗି ଏବଂ ଡୋର୍ମ ରୁମ ଡ୍ରାମା ନଭେମ୍ବରରେ ଆସୁଛି । କିନ୍ତୁ ଯାହା ପ୍ରଶଂସକଙ୍କୁ ଇମୋଶନାଲ କରିଛି, ତାହା ହେଉଛି ଫିଲ୍ମରେ ସ୍ୱର୍ଗତ  ରାଜୁ ଶ୍ରୀବାସ୍ତବଙ୍କ ଝଲକ୍‌ ।  ସୂଚନାଯୋଗ୍ୟ ୨୧ ସେପ୍ଟେମ୍ବରରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏ ଦୁନିଆରୁ ବିଦାୟ ନେଇଥିଲେ  । ଯାହାପରେ ଏହି ଟିଜରରେ ତାଙ୍କୁ ଶେଷ ଥର ଦେଖିବା ପରେ ଦର୍ଶକ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ।

ତେବେ ଛାତ୍ର ଜୀବନରେ ପ୍ରତ୍ୟେକ ହଷ୍ଟେଲରେ ଘଟୁଥିବା ବାସ୍ତବ ଘଟଣା ଉପରେ ଆଧାରିତ ଏହି ଓ୍ୱେବ୍‌ ସିରଜ ।  ଯେଉଁଥିରେ ୬ ଜଣ ଛାତ୍ରଙ୍କ ଜୀବନୀ ନଜର ଆସିବ । ଅଭିନବ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୬ ନଭେମ୍ବରରେ ଏହି ଓ୍ୱେବ୍‌ ସିରିଜ୍‌ ୨୪୦ଟି ଦେଶରେ ପ୍ରାଇମ୍‌ ଭିଡ଼ିଓରେ ରିଲିଜ୍‌ ହେବାକୁ ଯାଉଛି ।

ଆସନ୍ତା ୧୦ରେ ମାଣ୍ଡିଆ ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହାଦ୍ବାରା ମାଣ୍ଡିଆ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇପାରିବ । ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ୟକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି ।

ଚନ୍ଦ୍ର ଗ୍ରହଣରେ ଖାଇବାକୁ ନେଇ ଉତ୍ତେଜନା, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ । ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ବରରେ ଲୋହିଆ ଏକାଡେମୀରେ ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ଓ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି । ଟେକା ପଥର ମାରିଛନ୍ତି ପରମ୍ପରାବାଦୀ । ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଛି । ହେଲେ ବିରୋଧ କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ପରମ୍ପରାବାଦୀ ।

ଅନ୍ୟପଟେ ବ୍ରହ୍ମପୁରରେ ସ୍ଥିତି ଅଧିକ ଜଟିଳ ହୋଇଛି । ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ । ଟେଣ୍ଟ ଭାଙ୍ଗିବା ସହ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଲାଠିଚାର୍ଜ କରିଥଲା । ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ହେତୁବାଦୀଙ୍କୁ ଘଟଣାସ୍ଥଳରୁ ନେଇ ନିଜ ନିଜ ଘରକୁ ପଠାଇବା ପରେ ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି ।

୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିବା ମାମଲାରେ ଠକ ବିଲ୍ଡର ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଠକ ବିଲ୍ଡର ଅଟକ । ରିଅଲ ଡେଭଲପର ଆଣ୍ଡ୍ କନଷ୍ଟ୍ରକ୍ସନର ମୁଖ୍ୟ ଅରୁଣଜ୍ୟୋତି ପଟ୍ଟନାୟକଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ଅଭିଯୋଗରେ ବିଲଡର ଅରୁଣଜ୍ୟୋତି ପଟ୍ଟନାୟକଙ୍କୁ ମଞ୍ଚେଶ୍ୱର ଥାନାରେ ଅଟକ ରଖାଯାଇଛି । ପୂର୍ବରୁ ଏହି ବିଲ୍ଡରଙ୍କ ନାଁରେ ଏତଲା ଦେଇଥିଲେ ଅଭିନେତ୍ରୀ ବିଦୁସ୍ମିତା । ଖଣ୍ଡଗିରି ଥାନାରେ ଅଭିନେତ୍ରୀ ବିଦୁସ୍ମିତା ଏତଲା ଦେଇଥିଲେ ।