spot_img
Home Blog Page 3887

ଗ୍ୟାଙ୍ଗଷ୍ଟାର, ଆତଙ୍କୀ ଲିଙ୍କ ମାମଲାରେ ଏନଆଇଏର ରେଡ୍

ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟରେ ୫୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏନଆଇଏର ରେଡ୍ ଚାଲିଛି । ଗ୍ୟାଙ୍ଗଷ୍ଟାର ଏବଂ ଆତଙ୍କୀ ଲିଙ୍କ ମାମଲାରେ ଏହି ରେଡ୍ ଚାଲିଛି । ଏହି ରେଡରେ ସେହି ଗ୍ୟାଙ୍ଗ ସବୁ ରାଡାରରେ ଅଛନ୍ତି, ଯାହା ଭାରତରେ, ଜେଲରେ ବା ବିଦେଶରେ ରହି ଅପରେଟ କରାଯାଉଛି । ନିକଟରେ ଏନଆଇଏ ହରିୟାଣା ଏବଂ ପଞ୍ଜାବ ପୋଲିସ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଥିଲା ।

ଟାର୍ଗେଟ କିଲିଂ ସମେତ ଅନ୍ୟ କାର୍ଯ୍ୟକଳାପରେ ସାମିଲ ଗ୍ୟାଙ୍ଗଷ୍ଟାରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଉଛି । ଏନଆଇଏ ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ମିମୀ ୟୁପିରେ ରେଡ୍ କରିଛି । ନିକଟରେ ଏନଆଇଏ ନୀରଜ ରବାନା ଗ୍ୟାଙ୍ଗ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମେତ ୧୦ ଗ୍ୟାଙ୍ଗଷ୍ଟାରଙ୍କ ଉପରେ ରୁଜୁ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ଏମାନଙ୍କ ଉପରେ ୟୁଏପିଏର ଧାରା ଲଗାଯାଇଥିଲା । ପ୍ରକାଶଥାଉକି, କିଛି ମାମଲାରେ ତଦନ୍ତ ସମୟରେ ଖାସକରି ପଞ୍ଜାବର ଗ୍ୟାଙ୍ଗଷ୍ଟାର୍ସର ଆଇଏସଆଇ ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ଥିବାର କଥା ସମ୍ନାକୁ ଆସିଥିଲା । ଏହାପରେ ଏନଆଇଏ ସକ୍ରିୟ ହୋଇଯାଇଥିଲା । ଏବେ ଏମାନଙ୍କ ସହ ସମ୍ବନ୍ଧିତ ଠିକଣାରେ ରେଡ୍ କରିଛି ।

ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି, ଖାରକିବରେ ରୁଷର ଭୟଙ୍କର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଅତି ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । କିବ୍ କୁ ୟୁକ୍ରେନ ପୁଣି କବଜା କରିବା ପରେ ରକ୍ତମୁଖା ଋଷ । ଖାରକିବରେ ଜୋରଦାର ହମଲା କରିଛି ଋଷ । ପୂର୍ବାଞ୍ଚଳର ସବୁଠୁ ବଡ଼ ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ମିସାଇଲ ଆଟାକ ପରେ ପୁରା ବ୍ଲାକଆଉଟ ହୋଇଛି ୟୁକ୍ରେନ ପୂର୍ବାଞ୍ଚଳ । ଦୁଇ ଦିନ ହେବ ୟୁକ୍ରେନ ଦ୍ବିତୀୟ ସର୍ବବୃହତ ସହର ଖାରକିବରେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି ।

ୟୁକ୍ରେନରେ ଋଷ ସୈନିକଙ୍କୁ ୟୁକ୍ରେନ କଡ଼ା ଜବାବ ଦେଉଥିବାରୁ ସାଧାରଣ ଲୋକ ଓ ଇନଫାଷ୍ଟ୍ରକଚରକୁ ନଷ୍ଟ କରିଦେବାକୁ ଋଷ ହମଲା ଜାରି ରଖିଛି ବୋଲି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି । ଋଷ ସେନାକୁ ଆତଙ୍କବାଦୀ କହି ନିଜ ଟ୍ବିଟର ହ୍ୟାଣ୍ଡେଲରେ ବର୍ଷିଛନ୍ତି । ଋଷ ଖାରକିବ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଜେଲେନସ୍କି କହିଛନ୍ତି ।

ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ହମଲା ଯୋଗୁ ପ୍ରାୟ 90 ଲୋକ ପ୍ରଭାବିତ ହୋଇଛନ୍ତି । ଥର୍ମାଲ ପ୍ଲାଣ୍ଟ ହୁ ହୁ ଜଳୁଥିବା ବେଳେ ନିଆଁକୁ ଆୟତ ପାଇଁ ଚେଷ୍ଟା ଚାଲିଛି ବୋଲି ଖାରକିବ ରାଜ୍ୟପାଳ କହିଛନ୍ତି । ଓଲେଗ ସିନେଗୁବୋଭ ସୋସିଆଲ ମିଡିଆରେ ଏକ ବିବୃତ୍ତିରେ କହିଛନ୍ତି। ସୁମି, ପୋଲଟାଭା, ଜାପୋରିଜିଆ ଏବଂ ଓଡେସା ଅଞ୍ଚଳରେ ମଧ୍ୟ ବିଦ୍ୟୁତ୍ ଓ ପାନୀୟ ଜଳର ସମସ୍ୟା ଦେଖାଦେଇଥିବା ରିପୋର୍ଟ ଆସିଥିଲା । ସେପଟେ ତେଜଷ୍କ୍ରିୟ ବିକିରଣ ଆଶଙ୍କାରେ ଜାପୋରିଜିୟା ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।

ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ବସ୍ ଦୁର୍ଘଟଣା, ୨ ଆହତ

ବାଲେଶ୍ୱର: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍‌ । ଅଳ୍ପକେ ବର୍ତ୍ତିଲା ୭୨ ଜୀବନ । ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଓଲଟିଛି ପଶ୍ଚିମବଙ୍ଗ ଫେରୁଥିବା ବସ୍‌ । ଦୁର୍ଘଟଣାରେ ୨ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିଲେ ୭୨ ଜଣ ତୀର୍ଥଯାତ୍ରୀ । ପୋଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ସୂଚନା ।

ୟୁଏସ୍ ଓପନ ଟାଇଟଲ ଜିତିଲେ ୧୯ ବର୍ଷୀୟ କାର୍ଲୋସ ଅଲକାରାଜ

ନ୍ୟୁୟର୍କ: ସ୍ପେନର ୧୯ ବର୍ଷୀୟ କାର୍ଲୋସ ଅଲକାରାଜ ୟୁଏସ୍ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକରେ ଟାଇଟଲ ଜିତି ଇତିହାସ ରଚିଛନ୍ତି । କାର୍ଲୋସ ଫାଇନାଲରେ ନରୱେର କାସ୍ପର ରୁଡଙ୍କୁ ୬-୪, ୭-୬, ୬-୩ ରେ ପରାଜିତ କରିଛନ୍ତି । ଏହା କାର୍ଲୋସଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଅଟେ । କାସ୍ପର ଦ୍ୱିତୀୟଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ।

ପୂର୍ବରୁ ‘ରୁଡ ଫ୍ରେଞ୍ଚ ଓପନ’ର ଫାଇନାଲ ମୁକାବିଲାରେ ରାଫେଲ ନାଦାଲଙ୍କଠାରୁ ପରାଜିତ ହୋଇଥିଲେ । ୧୯ ବର୍ଷ ବୟସରେ ୟୁଏସ୍ ଓପନ ଜିତିଥିବା ଦ୍ୱିତୀୟ ଖେଳାଳି ଭାବେ କାର୍ଲୋସ ଇତିହାସ ରଚିଛନ୍ତି । ଏହା ପୂର୍ବରୁ ୧୯୯୦ରେ ପାଟ୍ ସମ୍ପ୍ରାସ ଏହି ଟାଇଟଲ ଜିତିଥିଲେ । ତେବେ ଏହି ବିଜୟ ସହ କାର୍ଲୋସ ଅଲକାରାଜ ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ନମ୍ବର-୧ ଖେଳାଳି ଭାବେ ରେକର୍ଡ କରିଛନ୍ତି ।

ଚମ୍ପିଆନ ହେବା ପରେ ଅଲକାରାଜ କହିଛନ୍ତି, ଏହି ଟାଇଟଲ ପାଇବା ପାଇଁ ମୁଁ ଛୋଟବେଳୁ ସ୍ୱପ୍ନ ଦେଖିଥିଲି । ବିଶ୍ୱରେ ନମ୍ବର-୧ ହେବା, ଗ୍ରାଣ୍ଡସ୍ଲାମର ଚାମ୍ପିଅନ ହେବା, ଏପରି କିଛି ପାଇଁ ମୁଁ ବହୁତ ପରିଶ୍ରମ କରିଥିଲି । ନିଜ ଟିମ୍ ଓ ନିଜ ପରିବାର ସହ ଅନେକ ପରିଶ୍ରମ କରିଛି । ମୁଁ ଏବେ ୧୯ ବର୍ଷୀୟ ଅଟେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମୋ ମାତା-ପିତା ଏବଂ ମୋ ଟିମ ନେଇଛନ୍ତି । ଏହା ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ ।

ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ

ଭୁବନେଶ୍ୱର: ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ । ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଅନଲାଇନ୍‌ ମାଧ୍ୟମରେ କାଉନସେଲିଂ କରାଯିବ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍, ଏମ୍‌ ଆର୍କିଟେକ୍ ଏବଂ ଏମ୍‌.ପ୍ଳାନ୍ ପାଇଁ ଆରମ୍ଭ ହେବ କାଉନ୍‌ସେଲିଂ । କାଲିଠୁ ଟେକ୍ନିକାଲ ଅଣ୍ଡର ଗ୍ରାଜୁଏଟ୍‌ ପିଲାମାନଙ୍କ ପାଇଁ ବିଟେକ୍, ବି ଆର୍କିଟେକ୍, ବି.ପ୍ଳାନ୍, ବି.କ୍ୟାଟ୍ ଏବଂ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଇଁ କାଉନ୍‌ସେଲିଂ ଆରମ୍ଭ ହେବ ।

ଇଛୁକ ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ବେବ୍‌ସାଇଟ୍‌ www ଡଟ୍ ojee ଡଟ୍ nic ଡଟ୍ in କିମ୍ବା www ଡଟ୍ odishajee ଡଟ୍ com ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ । ଗତ ଜୁଲାଇ ୨୭ତାରିଖରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇଥିଲା । ୪୭ ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଆଧାରରେ ବିଭିନ୍ନ ପାଠ୍ୟକ୍ରମରେ ରାଙ୍କ ପ୍ରଦାନ କରାଯାଇଛି । ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ୫୭ ହଜାର ୮୯୮ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ । ଏଥିରୁ ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିଲେ ।

ଆଜି ଜ୍ଞାନବାପୀ ମାମଲାର ରାୟ ଶୁଣାଇବେ ବାରଣାସୀ କୋର୍ଟ

ବାରଣାସୀ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମାମଲାରେ ଆଜି ରାୟ ଶୁଣାଇବେ ବାରଣାସୀ ଜିଲ୍ଲା ଦୌରାଜଜ । ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଏବଂ ବିଗ୍ରହର ସୁରକ୍ଷାକୁ ନେଇ ହୋଇଥିବା ମାମଲା ଶୁଣାଣି ପାଇଁ ଯୋଗ୍ୟ କି ନାହିଁ ସେନେଇ ନିଷ୍ପତ୍ତି ଶୁଣାଇବେ କୋର୍ଟ । ଗତ ୨୪ତାରିଖରେ ସବୁ ପକ୍ଷର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମେ ୨୩ତାରିଖରୁ ଜିଲ୍ଲା କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା ।

ମାମଲାଟି ଶୁଣାଣି ପାଇଁ ଯୋଗ୍ୟ ନା ନୁହେଁ ତାହା ଉପରେ ବିଚାର ହୋଇଛି । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଜ୍ଞାନବାପୀର ସର୍ଭେ କରାଯାଇଥିଲା । ଜ୍ଞାନବ୍ୟାପୀରେ ଶିବଲଙ୍ଗ ଥିବା ନେଇ ହିନ୍ଦୁ ପକ୍ଷ ଦାବି କରିଥିଲେ । ପରେ ବିବାଦୀୟ ସ୍ଥାନକୁ ସିଲ କରାଯାଇଥିଲା । ଏହା ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।

ପରେ ହିନ୍ଦୁ ପକ୍ଷ ମାମଲାର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇ ଅନ୍ୟଏକ ମାମଲା ରୁଜୁ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆଜି କୋର୍ଟଙ୍କ ରାୟ ଆସିବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅପ୍ରିତୀକର ସ୍ଥିତିକୁ ଏଡ଼ାଇବାକୁ ଆଲର୍ଟରେ ରହିଛି ବାରଣାସୀ ପୋଲିସ । ବାରଣାସୀ ସହରରେ ୧୪୪ ଧାରା ଜାରି କରାଯାଇଛି ।

ଏଲଏସିରେ ଫେରୁଛି ଶାନ୍ତି: ଆଜି ଶେଷ ହେବ ଅପସାରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ଅପସାରିତ ହେଉଛନ୍ତି ଭାରତ ଏବଂ ଚୀନ ସେନା । ଆଜି ଅପସାରଣ ଶେଷ ହେବ ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ମନ୍ତ୍ରଣାଳୟରୁ ଜାରି ବିବୃତି ଅନୁସାରେ ଉଭୟ ପକ୍ଷର ସମ୍ପୂର୍ଣ୍ଣ ସେନା ଅପସାରଣ କରାଯାଉଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ନଷ୍ଟ କରାଯିବ ।

ଏଥିପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ଗତ ଜୁଲାଇ ୧୭ ତାରିଖରେ ଭାରତ ଏବଂ ଚୀନ ମଧ୍ୟରେ ଅନୁଷ୍ଠିତ ୧୬ତମ ସେନାସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି । ଆଲୋଚନା ମାଧ୍ୟମରେ ଗଲଓ୍ବାନ ବିବାଦର ସମାଧାନ ପାଇଁ ପ୍ରୟାସ କରୁଛନ୍ତି ଭାରତ ଓ ଚୀନ । ୨୦୨୦ ଜୁନରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ପରେ ଗୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରେ ଉତ୍ତେଜନା ବଢିଥିଲା । ଗତ ଦୁଇ ବର୍ଷ ଧରି ଉଭୟ ପକ୍ଷର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଥିଲେ ।

ଜନ୍ମଦିନ ପାଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ଜଣଙ୍କ ମୃତ୍ୟୁ

କୋଲତାକା: ଖୁସିର ମୁହୂର୍ତ୍ତରେ ଛାଇଗଲା ଦୁଃଖର କଳାବାଦଲ । ଜନ୍ମଦିନ ପାଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଜଣଙ୍କ ମୃତ୍ୟୁ । ସେହିପରି ୨ ଜଣ ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲାର ଇଟାହାର ତିଳନା ଗାଁରେ ଘଟିଛି ଅଭାବନୀୟ ଘଟଣା । ଜନ୍ମଦିନ ପାଳନ ହେଉଥିବା ବେଳେ ଘର ଭିତରେ ଥିବା ବିଦ୍ୟୁତ୍ ତାର ଲାଗି ଗୋଟିଏ ପରିବାରର ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଛତିଶଗଡ ଉପରେ ଅବପାତ । ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ 190କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ 12 ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷକରି ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ୧୦ଜିଲ୍ଲାକୁ ଅରେଞ୍ଜ ଓ ୧୬ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ବେଳେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି ।

ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି । ୧୩ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବ । ୧୭ ତାରିଖ ବେଳକୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଶ୍ରୀଲଙ୍କା ହାତରେ ଏସିଆ କପ୍, ପାକିସ୍ତାନ ଚିତପଟାଙ୍ଗ

ଦୁବାଇ: ଶ୍ରୀଲଙ୍କା ହାତରେ ଏସିଆ କପ୍  । ଫାଇନାଲରେ ପାକିସ୍ତାନକୁ ହରାଇ ଟାଇଟଲ ଜିତିଲା ଶ୍ରୀଲଙ୍କା ।  ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଛି । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ  । ସେପଟେ ବିଜୟ ପିଛା କରି ପାକିସ୍ତାନ ୨୦ ଓଭରରେ ୧୪୭ ରନ କରିବା ସହ ସମସ୍ତ ୱିକେଟ ହରାଇଛି  । ଯାହା ଫଳରେ ସହଜରେ ଟ୍ରଫି ଟେକି ନେଇଛି ଶ୍ରୀଲଙ୍କା  ।

ଏସିଆ କପ୍‌ର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସଙ୍କଟମୋଚକ ସାଜିଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ପ୍ରଥମ ଓଭରରେ ଓପନିଂ ଯୋଡି ଫେଲ ମାରିଥିଲେ । ଓପନିଂ ପାଇଁ ଆସିଥିବା କୁଶଲ ମେଣ୍ଡିସ ଖାତା ଖୋଲିବା ଆଗରୁ ପ୍ରଥମ ଓଭରରେ ଶୂନରେ ଆଉଟ୍‌ ହୋଇ ପାଭଲିୟନ ଫେରିଥିଲେ । କିନ୍ତୁ ଚମତ୍କାର ବୋଲିଂ ସହ ଶ୍ରୀଲଙ୍କା ମ୍ୟାଚକୁ ୨୩ ରନରେ ଜିତି ନେଇଛି  ।