spot_img
Home Blog Page 3894

୫ ହଜାର ଲେଖାଏଁ ଟଙ୍କା ଦାଖଲ କରିବେ ବର୍ଷା ଓ ଅନୁଭବ

କଟକ: ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲା । ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ କଟକ ଫ୍ୟାମିଲି କୋର୍ଟ । ୧୪ ତାରିଖ ସୁଦ୍ଧା ଟଙ୍କା ଦାଖଲ କରିବାକୁ କୁହାଯାଇଛି ।

ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ । ଏହି ଆବେଦନ ଗ୍ରହଣ ପାଇଁ କୋର୍ଟରେ ୫ ହଜାର ଦାଖଲ କରିବାକୁ କୋର୍ଟ କହିଛନ୍ତି । ସେହିଭଳି ଅନୁଭବଙ୍କ ମୂଳ ପିଟିସନରେ ହୋଇଥିବା କିଛି ତ୍ରୁଟି ସୁଧାରିବାକୁ ହୋଇଥିବା ଆବେଦନ ଗ୍ରହଣ କରାଯାଇଥିଲା । ଏନେଇ ଅନୁଭବଙ୍କୁ ମଧ୍ୟ ୫ ହଜାର ଦାଖଲ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଶାଖୋର ଥିଲେ, ଫାଶୀ ଲଗାଇ ଝୁଲିଗଲେ

ଭୁବନେଶ୍ବର: ନିଶାଖୋର ଥିଲେ । ଚରମ ନିଷ୍ପତ୍ତି ନେଇଗଲେ । ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ଅଘଟଣା । ଫାଶୀ ଲଗାଇ ଅଶୋକ ପ୍ରଧାନ କଲେ ଆତ୍ମହତ୍ୟା । ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ ।

ଅଭିଯୋଗ ଅନୁସାରେ, ଅଶୋକ ଜଣେ ନିଶାଖୋର ଯୁବକ ଥିଲେ  l ୨୦୧୧ ମସିହାରୁ ନିଶା ଖାଇ  ଆସୁଥିଲେ । ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ସମୟରେ ନିଶା କବଳରେ ଆସିଥିଲେ ଅଶୋକ । ନିଶା ଅଭ୍ୟାସ ପାଇଁ ପରିବାର ଲୋକେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ ।

ଘରକୁ ଫେରିବା ପରେ ସେ ପୂର୍ବ ପରି ନିଶା ସେବନ କରିବା ଆରମ୍ଭ କରିଥିଲେ । କିଛିଦିନ ହେବ ପରିବାର ଲୋକେ ବାରମ୍ବାର ଏଥିରୁ ଦୂରେଇ ରହିବାକୁ ବାରଣ କରିଆସୁଥିଲେ । ହେଲେ ଗତକାଲି ରାତି ପ୍ରାୟ ୧୦ଟାରେ ବାହାରୁ ନିଶା ଖାଇ ଆସି ଶୋଇଥିଲେ । ଆଜି ସକାଳୁ ନିଜ ରୁମରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଦାର କରାଯାଇଥିଲା ।

ଖବର ପାଇ ଏୟାରଫିଲଡ ଥାନା ପୋଲିସ ପହଁଚି ମୃତ ଶରୀରକୁ ଉଦ୍ଧାର କରି  ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠେଇବା ସହ ତଦନ୍ତ ଆଣମ୍ଭ କରିଛି ।

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ । ଏହାସହ ଶ୍ରୀଜଗନ୍ନାଥଙ୍କ ନିକଟରେ ବିଶ୍ବ ମଙ୍ଗଳ ପାଇଁ କଲେ ପ୍ରାର୍ଥନା । ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ପାଣ୍ଡିଆନ ଭୁବନେଶ୍ବର ଫେରିଛନ୍ତି ।

ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବା ସହ ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ସୂଚନାଯୋଗ୍ୟ ପାଣ୍ଡିଆନ ନିୟମିତ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରୁଛନ୍ତି । ଏହାସହ ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ଚାଲିଥିବା କାମର ଅଗ୍ରଗତି ମଧ୍ୟ ବୁଲି ଦେଖୁଛନ୍ତି । ପୁରୀକୁ ବିଶ୍ବସ୍ତରୀୟ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପୁରୀ ଆସିବାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାମ ହାତକୁ ନେଇଛନ୍ତି ।

୫ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ୫ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ ଏକକାଳୀନ ଓଡ଼ିଶା ଆସିବାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ବିଜେଡି ପକ୍ଷରୁ କୁହାଯାଇଛି, ଏବେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଯେଉଁ ଭଳି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି ସ୍ବାଭାବିକ ଭାବେ ତାହା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ମନ୍ତ୍ରୀମାନେ ଆସି ଏଠାରେ ସମୟ ଦେଉଛନ୍ତି ନା ଦଳର ସାଂଗଠନିକ କାର୍ଯ୍ୟ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ‘ଯଦି ଓଡ଼ିଶାର ବିକାଶ କରିବାକୁ ଆସୁଛନ୍ତି ତାହେଲେ ଓଡ଼ିଶାବାସୀ ଖୁସି ହେବେ । ଯଦି ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନେଇ ଆସିଥିବେ ତେବେ ସେମାନେ ନିରାଶ ହେବେ ।’

ସେହିପରି କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଟାକ୍ଷ କରିଛନ୍ତି । ରାଜନୈତିକ ପାଣିପାଗ ଦେଖି 2023ରେ ସାଧାରଣ ନିର୍ବାଚନ ହେବ ବୋଲି ସେ ଆକଳନ କରିଛନ୍ତି । ବିଜେପି ଦରଦାମ ବୃଦ୍ଧି ଲାଗି ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିବନି । କଂଗ୍ରେସ ବି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ସୁର କହିବା ସହିତ ଦଳର 100 ବିଧାୟକ ସିଟ ଫାଇନାଲ୍ ହୋଇସାରିଛି, ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ଫୋକସ୍ କରିବାକୁ କୁହାଯାଇଛି ବୋଲି କହିଛନ୍ତି । ପିସିସି ସଭାପତି ଶରତଙ୍କ ନେତୃତ୍ବରେ ରାଜ୍ୟରେ କଂଗ୍ରେସ ସରକାର କରିବ ବୋଲି ସୁର କହିଛନ୍ତି ।

ସେପ୍ଟେମ୍ବର ୧୦ରୁ ଦଶମ ପାସ୍ ପିଲାଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗ

ଭୁବନେଶ୍ବର: ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା । ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ଛାତ୍ରଛାତ୍ରୀ fଥା ଅଭିଭାବକ www.samsodisha.gov.in ରେ ଲଗଇନ୍ କରି ସବିଶେଷ ତଥ୍ୟ ପାଇପାରିବେ ।

ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଦ୍ବିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନକଲି ଔଷଧ ଚଢ଼ାଉ: ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଜବତ

କଟକ: ଅସଲି ବ୍ରାଣ୍ଡରେ ନକଲି ଔଷଧ ବିକ୍ରି ନେଇ ରାଜଧାନୀରୁ ଅଭିଯୋଗ ଆସିବା ପରେ ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଔଷଧ ଦୋକାନରେ ଚାଲିଛି ଚଢ଼ାଉ । ଜବତ ହେଉଛି ଟେଲମା ୪୦ ସହ ଅନ୍ୟ କିଛି ଔଷଧ ।

ଖବର ଅନୁସାରେ ଅନ୍ୟ ସ୍ଥାନ ଭଳି କଟକରେ ମଧ୍ୟ ଚାଲିଛି ମାରାଧନ ଚଢ଼ାଉ । ସହରର ବିଭିନ୍ନ ହୋଲସେଲ୍ ଓ ରିଟେଲ ମେଡିସିନ ଦୋକାନରେ ଯାଞ୍ଚ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ କରିବା ସହ ତାର ବିକ୍ରି ବନ୍ଦ କରାଯାଇଛି । ଯାଞ୍ଚ ପ୍ରକ୍ରିୟାରେ ଔଷଧ ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଛି । ଯାଞ୍ଚ କରାଯାଉଥିବା ଏଜେନ୍ସିର ଔଷଧ ବିକ୍ରିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । କଟକର ଭିଆର ଡ୍ରଗ ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜର୍ସ ଭଳି ଏଜେନ୍ସି ଜବତ ହୋଇଥିବା ମେଡିସିନ୍ କିଣିଥିଲେ । ଏନେଇ ସମସ୍ତ ତଥ୍ୟ ସେମାନେ ବିଭାଗକୁ ଦେଇଥିବା କହିଛନ୍ତି ।

ଭୁବନେଶ୍ବରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଜାରି ରହିଛି ଚଢ଼ାଉ । ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା ୪୦ ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିବା ଜଣାପଡିବା ପରେ ଚାଲିଛି ଚଢ଼ାଉ । ସେହିପରି ସମ୍ବଲପୁରର ବିଭିନ୍ନ ମେଡିସିନ ଦେକାନରେ ମଧ୍ୟ ଚଢ଼ାଉ ହୋଇଛି ।

ରାଜଧାନୀରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର: ରାଜଧାନୀରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଲକ୍ଷ୍ମୀସାଗର ଅଞ୍ଚଳରେ ଆତ୍ମହତ୍ୟା କରିଛନ୍ତି ଆଉ ଜଣେ ଛାତ୍ରୀ । ମୃତ ଛାତ୍ରୀ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରର ରଚନା ନାୟକ । ବିଏ ପାସ ଆଉଟ ଛାତ୍ରୀ ରଚନା ଆତ୍ମହତ୍ୟା କରିଥିବା ବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆରମ୍ଭ ହୋଇଛି ତଦନ୍ତ ।

ମହାପ୍ରଭୁଙ୍କୁ ଅସମ୍ମାନ; ଟେଣ୍ଟ ଗାଡ଼ି ପଛରେ ଶ୍ରୀଜଗନ୍ନାଥଙ୍କୁ ବାନ୍ଧି ନେବାର ଭିଡିଓ ଭାଇରାଲ

ବାଲେଶ୍ୱର: ସାଢ଼େ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ । ଟେଣ୍ଟ ଗାଡି ପଛରେ ଶ୍ରୀଜଗନ୍ନାଥଙ୍କୁ ବାନ୍ଧି ନେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏ ଦୃଶ୍ୟକୁ ଯିଏ କେହିବି ଦେଖିବ, ତାକୁ ନିଶ୍ଚିତ ବାଧିବ । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କିଭଳି ଅସମ୍ମାନ କରାଯାଉଛି ତାହା ଏଦୃଶ୍ୟରୁ ବେଶ ଅନାମ କରିହେଉଛି।

ବାଲେଶ୍ୱରରୁ ଜଳେଶ୍ୱର ଆସୁଥିବା ଏକ ଟେଣ୍ଟ ବୋଝେଇ ପିକଅପର ପଛ ପଟେ ବାନ୍ଧି ଜଗନ୍ନାଥଙ୍କୁ ନିଆ ଯାଉଛି । ଗାଡ଼ିରେ ଲେଖା ଯାଇଛି ଶିବଶକ୍ତି ଟେଣ୍ଟ ବୋଲି । ତେବେ ଏହି ଶିବଶକ୍ତି ଟେଣ୍ଟ ଜଳେଶ୍ୱ ର ଅଞ୍ଚଳର ବୋଲି ଜଣା ପଡ଼ିଛି । ଏ ଦୃଶ୍ୟ ଭାଇରାଲ ହେବା ପରେ ଭକ୍ତଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ । ତେଣୁ ଜଗନ୍ନାଥଙ୍କୁ ଅସମ୍ମାନ କରିଥିବାରୁ ତୁରନ୍ତୁ କ୍ଷମାପ୍ରାର୍ଥନା କରିଛନ୍ତି ଟେଣ୍ଟ ହାଉସର ମାଲିକ । କର୍ମଚାରୀଙ୍କ ସହ ଜଗନ୍ନାଥଙ୍କ ସାମ୍ନାରେ ଦୀପ ଜାଳି, କାନ ଧରି ଭୁଲ ମାଗିଛନ୍ତି ମାଲିକ । ଏହାସହ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ ।

 

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟରେ କାର୍ଯ୍ୟ ଆରମ୍ଭ କରିଛି ଏଏସଆଇ। ଦ୍ନିତୀୟ ଦିନରେ କାମ ଜାରି ରହିଛି। ଗତକାଲି ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି। ଏହି ପ୍ଲାଟଫର୍ମରେ ଲିଫ୍ଟ, ଟ୍ରଲି ଭଳି ବ୍ୟବସ୍ଥା ରହିବ। ଯାହାଦ୍ୱାରା ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ। ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ବେଢାରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୫ରୁ ୬ଫୁଟରେ ଏକ ଗର୍ତ୍ତ ଖୋଳାଯିବ । ଏହି ବାଟ ଦେଇ ଗର୍ଭଗୃହରୁ ବାଲି କଢ଼ାଯିବ। ବାଲି କାଢ଼ିବା କାର୍ଯ୍ୟ ଏଏସଆଇ କରିବ। ବାଲି କାଢ଼ିବା ପାଇଁ ୩ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରିଭାଗରରୁ ପଥର ଖସୁଥିବା ଦେଖି ତତ୍କାଳୀନ ଇଂରେଜ ସରକାର ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ଦ୍ବାର ବନ୍ଦ କରିଦେଇଥିଲେ । ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ରୁର୍‌କୀସ୍ଥିତ ସିବିଆରଆଇ ପକ୍ଷରୁ ମନ୍ଦିରର ବାହ୍ୟ ଓ ଗର୍ଭଗୃହର ଏଣ୍ଡୋସ୍କୋପି, ସ୍କାନିଂ କରାଯିବା ସହ ମନ୍ଦିର ଗର୍ଭଗୃହକୁ କ୍ୟାମେରା ଛଡ଼ାଯାଇ ବାଲିର ସ୍ଥିତି ଯାଞ୍ଚ ପରେ ଗର୍ଭଗୃହରେ ଉପରିଭାଗରୁ ୧୭ ଫୁଟ ବାଲି ଛାଡ଼ିରହିଥିବା ଜଣାପଡ଼ିଥିଲା। କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକ ଓ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସ୍ୱାଗତ କରାଯାଇଛି । ତେବେ ସମସ୍ତ ଯୋଜନାକୁ ସାର୍ବଜନୀନ କରିବାକୁ ଦାବି ହୋଇଛି ।

ପ୍ରେମ ସମ୍ପର୍କକୁ ପରିବାର ସ୍ୱୀକୃତି ନମିଳିବାରୁ ବିଷ ପିଇଲେ ଯୁକ୍ତ ଦୁଇ ଛାତ୍ରୀ

0

ବାଲେଶ୍ୱର: ସୋର ଔପଦା ଥାନା ଫତେପୁର ଗାଁରେ ଅଘଟଣ । ପରିବାର ଲୋକଙ୍କୁ ଧମକାଇ ବିଷ ପିଇବା ପରେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପ୍ରେମ ସମ୍ପର୍କକୁ ପରିବାର ଲୋକେ ସ୍ୱୀକୃତି ଦେଉ ନଥିଇବାରୁ ଧମକାଇବା ଉଦ୍ଦେଶ୍ୟରେ ବିଷ ପିଇଥିଲେ ନାବାଳିକା । ପ୍ରେମିକଙ୍କ କଥାରେ ପଡ଼ି ଝିଅ ବିଷ ପିଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥାନାରେ ଏ ନେଇ ଅଭିଯୋଗ ପରେ ପ୍ରେମିକଙ୍କ ପରିବାର ଲୋକେ ଫେରାର ହୋଇଯାଇଥିବା ଜଣାପଡ଼ିଛି।