spot_img
Home Blog Page 397

ଦେଶ ଛାଡ଼ି ଦୁବାଇ ପଳାୟନ କରିବେ ଓଲି !

ନନ୍ଦିଘୋଷ ବ୍ୟୁରୋ: ଦୁବାଇ ପଳାୟନ କରିପାରନ୍ତି ନେପାଳ ପ୍ରଧାନମନ୍ତ୍ରୀ ! ନେପାଳରେ ହିଂସା ଚରମ ସୀମାରେ ପହଞ୍ଚିଥିବା ବେଳେ କେପି ଶର୍ମାଙ୍କ ପଳାୟନ ଚର୍ଚ୍ଚା ହିଂସାରେ ଆହୁତି ଦେଉଛି । ନେପାଳୀ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚିକିତ୍ସା ପାଇଁ ଦୁବାଇ ଯାଇପାରନ୍ତି । ଅନ୍ୟପକ୍ଷରେ ନେପାଳ ସରକାରଙ୍କ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀଙ୍କ ସମେତ ୧୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି। ପ୍ରଧାନମନ୍ତ୍ରୀ ଓଲିଙ୍କ ନିକଟତମ ସୂତ୍ରରୁ ତାଙ୍କର ଦେଶ ଛାଡି ଦୁବାଇ ଯିବାର ଯୋଜନା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି।

ଅନ୍ୟପକ୍ଷରେ ପ୍ରଦର୍ଶନକାରୀମାନେ ନେପାଳ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ଭିଆଇପି ଟ୍ରାଫିକ୍ ପରିଚାଳନା ପାଇଁ ସରକାର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (TIA)ର କର୍ମଚାରୀମାନଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ, ସାଧାରଣ ଲୋକଙ୍କ ଆକ୍ରୋଶକୁ ଏଡାଇବା ପାଇଁ ଅନେକ ନେତା ଦେଶ ଛାଡି ପଳାଇ ଯାଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ନାମ ଗୋପନ ରଖି ଜଣେ TIA ଅଧିକାରୀ କହିଛନ୍ତି, “ଏକ ଅନୌପଚାରିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମ୍ଭବତଃ ନେତାମାନେ କାଠମାଣ୍ଡୁକୁ ଅସୁରକ୍ଷିତ ମନେ କରି ଯାତ୍ରା କରିବାକୁ ଚେଷ୍ଟା କରିପାରନ୍ତି, ଯାହା VIP ଟ୍ରାଫିକକୁ ବୃଦ୍ଧି କରିପାରେ। ତେଣୁ, କର୍ମଚାରୀମାନଙ୍କୁ ହାଇ ଆଲର୍ଟ ରହିବାକୁ କୁହାଯାଇଛି।”

ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଲିଙ୍କୁ ନେପାଳରୁ ଆଣିବା ପାଇଁ ଏକ ଘରୋଇ ବିମାନ ସେବା କମ୍ପାନୀ, ହିମାଳୟା ଏୟାରଲାଇନ୍ସକୁ ପ୍ରସ୍ତୁତ ରଖାଯାଇଛି। ବଢ଼ୁଥିବା ରାଜନୈତିକ ଅସ୍ଥିରତା ଏବଂ ଅନେକ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟରେ, ଓଲି ନେପାଳ ଛାଡିବା ପୂର୍ବରୁ ଉପପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟନିର୍ବାହୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ମଧ୍ୟ ପଥର ମାଡ଼ କରାଯାଇଛି। ଜନକପୁରରେ କେପି ଓଲିଙ୍କ ଦଳ ନେତା ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ରଘୁବୀର ମହାସେଠଙ୍କ ବାସଭବନ ଉପରେ ପ୍ରଦର୍ଶନକାରୀମାନେ ପଥର ମାଡ଼ କରୁଛନ୍ତି। ସାରା ଦେଶରେ ବିରୋଧ ତୀବ୍ର ହେବା ସହିତ ଉତ୍ତେଜନା ବୃଦ୍ଧି ପାଉଛି।

ନେପାଳୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ଦିନ ରକ୍ତାକ୍ତ ପ୍ରଦର୍ଶନ ପରେ ମଙ୍ଗଳବାର ଦିନ ଦେଶର ରାଜଧାନୀ କାଠମାଣ୍ଡୁ ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଉଠାଇବାକୁ ପଡିଥିଲା, କିନ୍ତୁ ସେତେବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏପର୍ଯ୍ୟନ୍ତ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୩୦୦ ରୁ ଅଧିକ ଆହତ ହୋଇଥିବା ରିପୋର୍ଟ ହୋଇଛି। ପୋଲିସ ଗୁଳିରେ ଯୁବକମାନେ କ୍ରୋଧିତ ହୋଇଛନ୍ତି ଏବଂ ଏବେ ସେମାନେ କେପି ଶର୍ମା ଓଲିଙ୍କ ଇସ୍ତଫା ବ୍ୟତୀତ ଆଉ କିଛି ଗ୍ରହଣ କରିବେ ନାହିଁ ବୋଲି ଦାବି କରିଛନ୍ତି। ନିଷେଧ ଏବଂ ପୋଲିସ ଗୁଳି ସତ୍ତ୍ୱେ, ଛାତ୍ର ଏବଂ ଯୁବକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ। ଆନ୍ଦୋଳନ କେବଳ ସୋସିଆଲ ମିଡିଆ ପ୍ରତିବନ୍ଧକ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ଏବେ ଦୁର୍ନୀତି, କୁପରିଚାଳନା ଏବଂ ଗଣତାନ୍ତ୍ରିକ ଅଧିକାର ଦମନ ବିରୁଦ୍ଧରେ ଏକ ବ୍ୟାପକ ନାଗରିକ ଅସନ୍ତୋଷରେ ପରିଣତ ହୋଇଛି।

ପ୍ରଦର୍ଶନକାରୀମାନେ ନେପାଳୀ କଂଗ୍ରେସ ଅଧ୍ୟକ୍ଷଙ୍କ ବାସଭବନକୁ ମଧ୍ୟ ପୋଡ଼ି ଦେଇଛନ୍ତି। ନେପାଳରେ କେପି ଶର୍ମା ଓଲିଙ୍କ ସରକାର ନେପାଳ କଂଗ୍ରେସ ସମର୍ଥନରେ ଚାଲିଛି। ନେପାଳରେ ଗଣତନ୍ତ୍ର କାର୍ଯ୍ୟକାରୀ ହେବା ପରଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିନାହାଁନ୍ତି। ନେପାଳରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇପାରିନାହାଁନ୍ତି। ରିପୋର୍ଟ ଅନୁଯାୟୀ ପ୍ରଦର୍ଶନକାରୀମାନେ ଶାସକ ଦଳ ନେତା ଏବଂ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୁର ଦେଉବାଙ୍କ ବାସଭବନରେ ପହଞ୍ଚି ଏହାକୁ କବଜା କରିଥିଲେ। ପରିସ୍ଥିତି ହିଂସାତ୍ମକ ହେବା ପରେ ପ୍ରଦର୍ଶନକାରୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

ଘରେ ଲୁଚି ରହିଥିଲା ବିଷାକ୍ତ ସାପ, ତାପରେ ଝିଅ ସହ …

ନନ୍ଦିଘୋଷ ବ୍ୟୁରୋ: ସାପ ଏପରି ଏକ ଜୀବ ଯାହାକୁ ଦେଖିବା ମାତ୍ରେ ଲୋକମାନେ ତୁରନ୍ତ ଦୌଡ଼ି ପଳାନ୍ତି, କିନ୍ତୁ ନିକଟରେ ଅଷ୍ଟ୍ରେଲିଆର ଏକ ଛୋଟ ଝିଅ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଝିଅଟି ଭୟ ନକରି ତାଙ୍କ ଘରୁ ଏକ ବିଷାକ୍ତ ସାପକୁ ଝାଡ଼ୁ ସାହାଯ୍ୟରେ ଘଉଡ଼ାଇ ଦେଉଥିବାର ଦେଖିବାକୁ ମିଳୁଛି। ଝିଅଟିର ସାହସ ଦେଖି ନେଟିଜେନମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

https://www.instagram.com/p/DOExxdRE6vT/?utm_source=ig_embed&utm_campaign=embed_video_watch_again

ଏହି ଭାଇରାଲ ଭିଡିଓର ଆରମ୍ଭରେ ଝିଅଟି ପ୍ରଥମେ ତାଙ୍କ ବାପାଙ୍କୁ ଘରେ ଲୁଚି ରହିଥିବା ଏକ ସାପ ବିଷୟରେ ସୂଚନା ଦେଉଛି । ଏହା ପରେ ସେ ତାଙ୍କୁ ସେହି ସ୍ଥାନକୁ ନେଉଛି ଯେଉଁଠାରେ ସାପଟି ଲୁଚି ରହିଥିଲା। କିନ୍ତୁ ଆପଣ ଦେଖିକି ଆଶ୍ଚର୍ଯ୍ୟ ହେବେ ଯେ ସାପଟିକୁ ଦେଖିବା ପରେ ଲୋକଟି ସମ୍ପୂର୍ଣ୍ଣ ଶାନ୍ତ ରହିକି ଝିଅକୁ ସାପକୁ ଘରୁ ବାହାର କରିଦେବାକୁ କହୁଛନ୍ତି । ବାପାଙ୍କ କଥା ଶୁଣି ଝିଅଟି ତୁରନ୍ତ ଘରର ପୋଛା ଆଣି ବାପାଙ୍କ ନିର୍ଦ୍ଦେଶ ଅନୁସାରେ ପୋଛା ସାହାଯ୍ୟରେ ସାପଟିକୁ ମାରି ଘରୁ ବାହାର କରିଦେଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମୟ ମଧ୍ୟରେ ଝିଅଟିର ମୁହଁରେ କୌଣସି ଭୟ ନଥିଲା।

ଭିଡିଓରେ ଝିଅଟି ଏବଂ ତା’ର ବାପାମାଆଙ୍କ ଶାନ୍ତ ଆଚରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ପରେ ଯେତେବେଳେ ମାଆ ଫେରି ଆସିଲା ସେ ମଧ୍ୟ ଘରୁ ସାପ ବାହାରକୁ ଆସୁଥିବାର ଦେଖି ଆଦୌ ଭୟଭୀତ ହେଲେ ନାହିଁ, ଏବଂ ଘରେ ଏପରି ପ୍ରବେଶ କଲେ ଯେପରି କିଛି ଘଟିନାହିଁ। କାରଣ ଅଷ୍ଟ୍ରେଲିଆରେ ଘରେ ସାପ ପ୍ରବେଶ କରିବା ଏକ ସାଧାରଣ କଥା। ଏହାକୁ @mattwright ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହାକୁ ୬୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଲୋକମାନେ ଭିଡିଓଟି ଉପରେ ବହୁତ କମେଣ୍ଟ କରୁଛନ୍ତି।

ରାଜଧାନୀରେ ଆତ୍ମଦାହ ଉଦ୍ୟମ ; ଅଳ୍ପକେ ବର୍ତ୍ତିଲେ ୨୮ ବର୍ଷୀୟ ଯୁବକ

ଭୁବନେଶ୍ବର : ରାଜଧାନୀରେ ଆତ୍ମଦାହ ଉଦ୍ୟମ। ରବି ଟକିଜ ଅଞ୍ଚଳରେ ଆତ୍ମଦାହ ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ୨୮ ବର୍ଷୀୟ ଯୁବକ । ରବି ଟକିଜରେ ଥିବା ଫାଇନାନ୍ସ କମ୍ପାନୀରେ କାମ କରନ୍ତି ଯୁବକ। ଆଜି ଦିନ ୧୧ଟା ୩୦ ମିନିଟରେ ଘଟିଛି ଅଘଟଣ । ଫାଇନାନ୍ସ ଟଙ୍କାକୁ କେନ୍ଦ୍ର କରି ଜଣେ ଗ୍ରାହକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା ।

ଯାହାକୁ ନେଇ ସେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ଜଣାପଡ଼ିଛି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନେପାଳରେ ପୁଣି ତେଜିଲା ହିଂସା ; ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଥମୁନି ଉତ୍ତେଜନା। ଆଜି ପୁଣି ତେଜିଲା ଜେନ ଜେଡ୍ ଆନ୍ଦୋଳନ। ସରକାର ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ରାଷ୍ଟ୍ରପତି ଭବନ ନିକଟରେ ପୋଲିସ ପକ୍ଷରୁ ଗୁଳିମାଡ଼ କରାଯାଇଛି। ୨ ମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। କାଠମାଣ୍ଡୁରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ପୋଲିସ ଗାଡ଼ି ଉପରକୁ ପଥରମାଡ଼ କରୁଛନ୍ତି ଆନ୍ଦୋଳନକାରୀ। ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ୩ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନେପାଳ ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଓ ସ୍ଵାସ୍ଥ୍ୟମନ୍ତ୍ରୀ। ନୈତିକତା କାରଣରୁ ସେମାନେ ଇସ୍ତଫା ଦେଇଥିବା କୁହାଯାଇଛି। ଜେନ ଜେଡ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଛନ୍ତି ନେପାଳ କେ.ପି. ଶର୍ମା ଓଲି ସରକାର। ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇ ନେଇଛନ୍ତି। ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ବିଶେଷ ପ୍ରଭାବିତ ହୋଇଛି।

ସୋସିଆଲ ମିଡିଆ ଉପରେ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଘଟଣାକୁ ନେଇ ୭ ଟି ସହରରେ କର୍ଫ୍ୟୁ ଜାରି ହୋଇଥିଲା। ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଥିଲା। ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ଏଥିରେ ସାମିଲ ହୋଇଥାନ୍ତି । ଦେଶରେ ଉତ୍ତେଜନା ପରେ ଭାରତ-ନେପାଳ ସୀମାରେ ସୁରକ୍ଷା ବଢାଇ ଦିଆଯାଇଛି। ନେପାଳରେ ରହୁଥିବା ଭାରତୀୟଙ୍କ ଲାଗି ସତର୍କତା ଜାରି କରିଛି ଭାରତୀୟ ବୈଦେଶିକ ବିଭାଗ। ପୋଲିସ ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ। ନେପାଳରେ ଯୁବବର୍ଗଙ୍କ ମୃତ୍ୟୁ ଖବରରେ ଶୋକ ପ୍ରକାଶ କରିଛି ଭାରତୀୟ ବୈଦେଶିକ ବିଭାଗ ।

ସ୍କୁଲକୁ ଦେଇଥିବା କଥା କଲେ ପୂରଣ, ଦରମାରୁ ଦେଲେ ୫୦,୦୦୦

ବିହାର ; ଝିଅ ହେବ ତ ଏମିତି …ନିଜର ପ୍ରତିଭା ଏବଂ ଚିନ୍ତାଧାରା ପାଇଁ ଆଜି ସମଗ୍ର ବିହାର ତାଙ୍କୁ ସଲାମ କରୁଛି । ପିଲାବେଳେ ସ୍କୁଲକୁ ଦେଇଥିବା କଥା ଆଜି ସେ ପୂରଣ କରିଛନ୍ତି । UPSC ସଫଳତା ପରେ ବେଗୁସରାଇର ସ୍ମୃତି କୁମାରୀ ତାଙ୍କର ପ୍ରଥମ ଦରମାରୁ ମୋହନପୁରର ଏକ ସରକାରୀ ମଧ୍ୟମ ବିଦ୍ୟାଳୟକୁ ୫୦,୦୦୦ଟଙ୍କା ଦାନ କରିଛନ୍ତି। ତାଙ୍କ ବାପା ସନ୍ତୋଷ ସିଂହ ଏହି ଚେକ୍ ପ୍ରଦାନ କରିଥିଲେ। ପିଲାଦିନର ପ୍ରତିଶ୍ରୁତି ପୂରଣ କରି ସ୍ମୃତି ପ୍ରମାଣିତ କରିଛନ୍ତି ଯେ ପ୍ରକୃତ ସଫଳତା ନିଜ ମୂଳ ସହିତ ଯୋଡ଼ି ହୋଇ ସମାଜକୁ ଫେରାଇ ଦେବାରେ ନିହିବେଗୁସରାଇର ମୋହନପୁର ଗାଁର ମୋହନପୁର ସରକାରୀ ମଧ୍ୟମା ବିଦ୍ୟାଳୟ ଆଜି ଗର୍ବରେ ଉଲ୍ଲସିତ । କାରଣ ହେଉଛନ୍ତି ଏହି ବିଦ୍ୟାଳୟର ପୂର୍ବତନ ଛାତ୍ରୀ ସ୍ମୃତି କୁମାରୀ। ସଦ୍ୟତମ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ମୃତି ତାଙ୍କ ପ୍ରଥମ ଦରମାରୁ ସ୍କୁଲକୁ ୫୦ହଜାର ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ସ୍କୁଲ ସମୟରେ ସ୍ମୃତି ତାଙ୍କ ସ୍କୁଲକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯେତେବେଳେ ସେ ଭବିଷ୍ୟତରେ କିଛି ବନିଯିବେ, ସେ ନିଶ୍ଚିତ ଭାବରେ ତାଙ୍କର ପ୍ରଥମ ଦରମାରୁ ସ୍କୁଲକୁ କିଛି ଫେରାଇବେ। ଆଜି ସେ ତାଙ୍କର ପ୍ରତିଶ୍ରୁତି ପୂରଣ କରିଛନ୍ତି। ତାଙ୍କ ବାପା ସନ୍ତୋଷ ସିଂହ ତାଙ୍କ ପକ୍ଷରୁ ସ୍କୁଲ ପରିଚାଳନାକୁ ୫୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

ଏହି ଅବଦାନ କେବଳ ଏକ ପରିମାଣ ନୁହେଁ, ବରଂ ମୂଳ ସହିତ ଯୋଡ଼ି ହୋଇ ରହିବା ଏବଂ ସମାଜକୁ କିଛି ଫେରାଇ ଦେବାର ବାର୍ତ୍ତା ଦେଉଥିବା ଆଗ୍ରହର ସ୍ୱୀକୃତି। ସ୍ମୃତି କୁହନ୍ତି- “ଏହି ସ୍କୁଲ ମୋତେ ସ୍ୱପ୍ନ ଦେଖିବା ଏବଂ ସେଗୁଡ଼ିକୁ ପୂରଣ କରିବା ପାଇଁ ସାହସ ଦେଇଥିଲା। ଆଜି ଏହି ସ୍କୁଲର ମୋର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।”

ଗାଁ ଲୋକେ ଏବଂ ସ୍କୁଲ ଶିକ୍ଷକମାନେ କହିଛନ୍ତି ଯେ ସ୍ମୃତି ପିଲାଦିନରୁ ପରିଶ୍ରମୀ ଥିଲେ ଏବଂ ତାଙ୍କର ଉଚ୍ଚ ସ୍ୱପ୍ନ ଥିଲା। ସେ ସୀମିତ ସମ୍ବଳ ସହିତ ସଂଘର୍ଷ କରିଥିଲେ ମଧ୍ୟ କେବେ ହାର ମାନି ନଥିଲେ। ଆଜି ତାଙ୍କର ସଫଳତା ଏବଂ ଏହି ପଦକ୍ଷେପ ଭବିଷ୍ୟତ ପିଢ଼ିକୁ ନିଶ୍ଚୟ ଭାବରେ ପ୍ରେରଣା ଦେବ।

ଏହି ୫୦,୦୦୦ ରାଶି ସ୍କୁଲର ବିକାଶ ପାଇଁ ଖର୍ଚ୍ଚ କରାଯିବ। ଯେପରିକି ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ଯୋଗାଇବା ଏବଂ ମୌଳିକ ସୁବିଧାଗୁଡ଼ିକ ଉପରେ ଧ୍ୟାନ ଦିଆଯିବ । ପ୍ରକୃତରେ, ଏହି ସ୍କୁଲର ଏକ ବିଶେଷ ପରମ୍ପରା ଅଛି ଯେ ଏଠାରେ ପଢ଼ୁଥିବା ଏବଂ ଚାକିରି କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରଥମ ଦରମା ସ୍କୁଲକୁ ଦାନ କରନ୍ତି। ସ୍ମୃତି ଏହି ପରମ୍ପରାକୁ ଆଗକୁ ବଢ଼ାଇ ଏହାକୁ ଆହୁରି ମଜଭୁତ କରି ଦେଇଛନ୍ତି।

ସ୍ମୃତିଙ୍କ ଏହି ପଦକ୍ଷେପଏକ ପ୍ରେରଣା ଦେଇଛି ଯେ ସଫଳତାର ପ୍ରକୃତ ଅର୍ଥ କେବଳ ଉଚ୍ଚତା ହାସଲ କରିବା ନୁହେଁ ବରଂ ନିଜ ମୂଳ ସହିତ ଯୋଡ଼ି ହୋଇ ରହିବା ଏବଂ ସେଗୁଡ଼ିକୁ ସୁଦୃଢ଼ ​​କରିବା। ଆଜି ମୋହନପୁରର ଏହି ଝିଅ କେବଳ ତାଙ୍କ ପରିବାର ଏବଂ ଗାଁ ପାଇଁ ଗର୍ବର କାରଣ ହୋଇନାହିଁ ବରଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଦର୍ଶ ପାଲଟିଛି।

ପୋଲିସକୁ ଟେନସନ ଅଜଣା ମୃତଦେହ ; ନିଜେ କରିବ ଶବ ସତ୍କାର

ଭୁବନେଶ୍ବର : ପୁଣି ପୋଲିସକୁ ଟେନସନ ଦେଲା ଅଜଣା ମୃତଦେହ। ପରିଚୟ ଖୋଜିଖୋଜି ନାକେଦମ ଓଡିଶା ପୋଲିସ। ୪୮ ଘଣ୍ଟା ପରେ ବି ମୃତଦେହର ମିଳୁନି ପରିଚୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରେଳଡବା ମରାମତି କାରଖାନା ନିକଟ ଖେଳପଡ଼ିଆରୁ ମୃତଦେହ ମିଳିବା ଘଟଣାରେ ପୋଲିସ ହାତ ଖାଲି ରହିଛି। ଅଭିଯୁକ୍ତକୁ ଧରିବା ଦୂରର କଥା, ମୃତକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା ପରିବାର ଲୋକେ ଚିହ୍ନଟ କରିନଥିବାରୁ ମୃତଦେହ ସତ୍କାର ହୋଇପାରିନାହିଁ। ଆଜି କେହି ମୃତଦେହକୁ ଚିହ୍ନଟ ନକଲେ ପୋଲିସ ସତ୍ୟନଗରରେ ନିଜେ ଶବ ସତ୍କାର କରିବ। ବିଭିନ୍ନ ଥାନାକୁ ଏ ସମ୍ପର୍କରେ ଜଣାଯାଇଛି।

କମିଶନରେଟ ଥାନା ଅଧୀନରେ ହୋଇଥିବା ମିସିଂ ରିପୋର୍ଟ ଗୁଡିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ତଥାପି ପରିଚୟ ନମିଳିଲେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବ ପୋଲିସ। ଥାନା ଓ ଛକ ବଜାର ମାନଙ୍କରେ ପୋଷ୍ଟର ମରାଯିବ। ସୂଚନା ମୁତାବକ ୭ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ଖେଳପଡ଼ିଆ ନିକଟ ଶୌଚାଳୟ ପଛପଟେ ଏକ ମୃତଦେହ ଗଳିତ ଅବସ୍ଥାରେ ପଡିଥିବା କିଛି ପିଲା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ପୋଲିସ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଁଚି ଛାନଭିନ ଆରମ୍ଭ କରିଥିଲେ। ମୃତଦେହରେ କ୍ଷତ ଚିହ୍ନ ଥିବା ବେଳେ ମୃତକ ଜଣଙ୍କ ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ଼ ବେଲ୍ଟ ପିନ୍ଧିଥିବା ଜାଣିବାକୁ ପାଇଥିଲା ଟିମ।

ସଙ୍କଟରେ ଓଲି ସରକାର ! ନେପାଳରେ କାହିଁକି ବଢୁଛି ହିଂସା ?

ନନ୍ଦିଘୋଷ ବ୍ୟୁରୋ: ଜଳୁଛି ନେପାଳ । ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର ୮ତାରିଖରୁ Gen-Z ରେଭ୍ୟୁଲେସନ ନାମରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପ୍ରତିବାଦ ଏତେ ବଢିଯାଇଛି ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହେବାରେ ଲାଗିଛି।

ଏହି ଆନ୍ଦୋଳନ ଧୀରେ ଧୀରେ ହିଂସାତ୍ମକରେ ପରିଣତ ହେଲାଣି । ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହେଇଛନ୍ତି । ପରିସ୍ଥିତି ଖରାପ ହେବା ପରେ ସରକାର ବିଳମ୍ବିତ ରାତିରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରତିବାଦ ବନ୍ଦ ହୋଇନାହିଁ । ତେବେ ଆସନ୍ତୁ ଜାଣିବା ନେପାଳରେ ହିଂସା ଏବଂ ପ୍ରତିବାଦ ସହିତ ଜଡିତ ଏହି ୧୦ଟି ବଡ଼ ଅପଡେଟ୍…

ହିଂସାର ତଦନ୍ତ ପାଇଁ କରାଯିବ କମିଟି ଗଠନ

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଦର୍ଶନକାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ କିଛି ଅସାମାଜିକ ତତ୍ତ୍ୱ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ହିଂସାତ୍ମକ କରିଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ ସୋସିଆଲ ମିଡିଆକୁ ବନ୍ଦ କରିବା ନୁହେଁ ବରଂ ନିୟମ ଅନୁଯାୟୀ ଏହାକୁ ନିୟନ୍ତ୍ରଣ କରିବା। ସେ ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ଗୃହମନ୍ତ୍ରୀଙ୍କ ଇସ୍ତଫା

ହିଂସାର ନୈତିକ ଦାୟିତ୍ୱ ନେଇ ଗୃହମନ୍ତ୍ରୀ ରମେଶ ଲେଖକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସମୟରେ ସୂଚନା ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ଦେବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବେ ଏବଂ ଆହତମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ।

ସଭା, ଶୋଭାଯାତ୍ରା କିମ୍ବା ରାଲି ସମ୍ପୂର୍ଣ୍ଣ ନିଷେଧ

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସରକାର କାଠମାଣ୍ଡୁରେ ସେନାକୁ ମୁତୟନ କରିଥିଲେ। ସେନା ସଂସଦ ଭବନ ଏବଂ ଏହାର ଆଖପାଖ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହା ସହିତ କାଠମାଣ୍ଡୁ, ଲଳିତପୁର, ପୋଖରା, ବୁଟୱାଲ ଏବଂ ଇଟାହାରୀରେ କର୍ଫ୍ୟୁ ଜାରି କରାଯାଇଥିଲା। ଏହି ସମୟ ମଧ୍ୟରେ ଯେକୌଣସି ପ୍ରକାରର ସମାବେଶ, ଶୋଭାଯାତ୍ରା କିମ୍ବା ରାଲି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା ।

ପ୍ରତିବାଦର କାରଣ କ’ଣ ?

ପ୍ରତିବାଦକାରୀମାନେ କହିଛନ୍ତି ଯେ ସରକାର କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ବେକାରୀ, ଦୁର୍ନୀତି ଏବଂ ଆର୍ଥିକ ସଙ୍କଟ ଭଳି ପ୍ରସଙ୍ଗରେ ମଧ୍ୟ ବିଫଳ ହୋଇଛି। ଯୁବପିଢ଼ୀ ସୋସିଆଲ ମିଡିଆରେ “ନେପୋ କିଡ୍” ଧାରା ଆରମ୍ଭ କରିଥିଲେ ଏବଂ ରାଜନେତାଙ୍କ ପିଲାମାନେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଅଭିଯୋଗ କରିଥିଲେ ଯେତେବେଳେ ସାଧାରଣ ଲୋକ ବେକାରୀ ଏବଂ ମୁଦ୍ରାସ୍ଫୀତିରେ କଷ୍ଟ ପାଉଛନ୍ତି।

ହିଂସାକୁ ନିନ୍ଦା

ଜାତିସଂଘ ମାନବାଧିକାର ୟୁନିଟ୍ ହିଂସାତ୍ମକ ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛି ଏବଂ ନିରପେକ୍ଷ ତଦନ୍ତ ଦାବି କରିଛି। ସେହି ସମୟରେ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ହିଂସାକୁ ନିନ୍ଦା କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୋସିଆଲ ମିଡିଆ କାହିଁକି ନିଷେଧ କରାଯାଇଥିଲା ?

ତିନି ଦିନ ପୂର୍ବରୁ ନେପାଳ ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍, ହ୍ୱାଟ୍ସଆପ୍, ରେଡିଟ୍ ଏବଂ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ। କାରଣ ଦର୍ଶାଯାଇଥିଲା ଯେ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକରଣ କରିପାରି ନଥିଲେ। ସରକାର ଦାବି କରିଥିଲେ ଯେ ଏହି ପଦକ୍ଷେପ ସେନ୍ସରସିପ୍ ପାଇଁ ନୁହେଁ ବରଂ ନିୟମ ପାଳନ କରିବା ପାଇଁ ନିଆଯାଇଥିଲା, କିନ୍ତୁ ଯୁବପିଢ଼ି ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବିଚାର କରି ଏହାର ଦୃଢ଼ ବିରୋଧ କରିଥିଲେ।

ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଆତ୍ମହତ୍ୟା କଲେ ସଚିନ ପାଣ୍ଡେ

ଝାରସୁଗୁଡ଼ା : ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଆତ୍ମହତ୍ୟା କଲେ ସଚିନ ପାଣ୍ଡେ । ମୃତ୍ୟୁର ୧୫ ଦିନ ପରେ ସଚିନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓଟି ସେ ଆତ୍ମହତ୍ୟା କରିବା ଠିକ ପୂର୍ବରୁ ନିଜେ ରେକର୍ଡିଂ କରିଥିଲେ  । ଭିଡ଼ିଓରେ ଯୁବକ ଜଣକ କହୁଛନ୍ତି ଆଜି ମୁଁ ସୁଇସାଇଡ୍ କରୁଛି । ମଣ୍ଟୁ ଭାଇ କହିଦେବ ଜୟଦେବକୁ । ଖାଲି ଜୟଦେବ ପାଇଁ… ଜୟଦେବ ଆସିଲାନି ମୋ ଇଜ୍ଜତ ଗଲା  । ଆଉ ଏଠି ବାକି ସମସ୍ତେ ତ ଯାହା କରୁଛନ୍ତି ସେମାନେ ତ କରିବେନି କାମ  । ଜୟଦେବ ଆସିଲାନି ବୋଲି ମତେ ଫସାଇଛନ୍ତି  । ଜୟଦେବ ଭାଇ ଯାହା କଲ ଧନ୍ୟବାଦ  । ପଇସାଟା ଯାହାକୁ କହିଥିଲି ତାହାକୁ ଦେଇ ଦିଅ ଖାଲି ଏତିକି କହିଥିଲେ ସଚିନ  ।

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଗୁମାଡେରା ଅଞ୍ଚଳର ଯୁବକ ସଚିନ ପାଣ୍ଡେ ଗତ ୨୫ ତାରିଖ ଆତ୍ମହତ୍ୟା ପୂର୍ବରୁ ନିଜ ମୋବାଇଲରେ ଏହି ପରି ଏକ ଭିଡ଼ିଓ ରେକର୍ଡିଂ କରିଥିଲେ  । ସଚିନ ଟେଣ୍ଟ କାର୍ଯ୍ୟ କରୁଥିବା ବେଳେ ଗଣେଶ ପୂଜାରେ ଅନେକଙ୍କ ଠାରୁ ଟେଣ୍ଟ ଲଗାଇବାକୁ ଟଙ୍କା ଗ୍ରହଣ କରିଥିଲେ  । ବ୍ରଜରାଜନଗର ଅଞ୍ଚଳରେ ଟେଣ୍ଟ ଲଗାଇବାକୁ ଥିବା ବେଳେ ଟେଣ୍ଟ ଲଗାଇବା କାର୍ଯ୍ୟ କରୁଥିବା ଯୁବକଙ୍କ ଭିତରୁ କେତେକ ଯୁବକ ଆସି ନଥିଲେ। ଫଳରେ ସେ ଟେଣ୍ଟ ଲଗାଇ ନ ପାରି ଅଡୁଆରେ ପଡ଼ିଥିଲେ  । ଏଭଳି ପରିସ୍ଥିତିରେ ଟେଣ୍ଟ କାର୍ଯ୍ୟ ସମ୍ଭାଳୁଥିବା ତାଙ୍କର କେତେକ ସହ‌ଯୋଗୀଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଭିଡିଓରେ ଉଲ୍ଲେଖ କରି ରେକର୍ଡିଂ କରିଥିଲେ  ।

ନେପାଳରେ ବଦଳିଯିବ କି ସରକାର ? ବାଂଲାଦେଶ ପରେ ଏବେ ନେପାଳର ପାଳି ..

ନନ୍ଦିଘୋଷ ବ୍ୟୁରୋ: ପୁଣି ହେଉଛି ଇତିହାସର ପୁନରାବୃତ୍ତି । ବାଂଲାଦେଶ-ଶ୍ରୀଲଙ୍କା ଆଉ ପାକିସ୍ତାନ ପରେ ଏବେ ନେପାଳର ପାଳି । ନେପାଳକୁ ଭୟ ବାଂଲାଦେଶ ବିଦ୍ରୋହ । ଯେଉଁଭଳି ଭାବରେ ନେପାଳର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି ତାହା ନେପାଳ ପାଇଁ ସତର୍କ ଘଣ୍ଟି । ନେପାଳରେ ଚାଲିଥିବା ଏହି ଆନ୍ଦୋଳନକୁ ଲୋକମାନେ ‘ଜେନ-ଜେଡ ବିପ୍ଳବ’ ବୋଲି କହୁଛନ୍ତି। କାରଣ ଏହାର ନେତୃତ୍ବ ଯୁବପିଢ଼ି ଏବଂ ଛାତ୍ରମାନେ ନେଉଛନ୍ତି। ସରକାର ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ, ହ୍ବଟସଆପ ଏବଂ ୟୁଟ୍ୟୁବ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷେଧ କରିଥିଲେ। ତା’ପରେ କ୍ରୋଧିତ ଯୁବକମାନେ ଏହାକୁ ସେମାନଙ୍କର ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଆକ୍ରମଣ ବୋଲି କହି ରାସ୍ତାକୁ ଓହ୍ଲାଇଲେ। ପୋଲିସ ସହିତ ସଂଘର୍ଷ, କର୍ଫ୍ୟୁ, ପୋଡ଼ାଜଳା ଏବଂ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଏସବୁ ଦେଖି ପ୍ରଶ୍ନ ଉଠୁଛି ଯେ ନେପାଳରେ ହେବ କି ସରକାର ପରିବର୍ତ୍ତନ ?

ନେପାଳରେ ବାଂଲାଦେଶ ପରି ଜନସାଧାରଣ 5ଟି ମୁଖ୍ୟ ଦାବି ରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ମତରେ ପ୍ରଧାନମନ୍ତ୍ରୀ କେପି ଓଲି ଇସ୍ତଫା ଦିଅନ୍ତୁ ଏବଂ ଶୀଘ୍ର ନିର୍ବାଚନ ହେଉ ବୋଲି ଚାହାଁନ୍ତି। ଜନ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ନେପାଳରେ ରାଜନୈତିକ ସଙ୍କଟ ବୃଦ୍ଧି ପାଉଛି । ସରକାରଙ୍କ ବିରୋଧରେ ପ୍ରତିବାଦ କରୁଥିବା ଲୋକମାନେ କହୁଛନ୍ତି ଯେ ଓଲି ସରକାରଙ୍କ ସମୟ ସରିଗଲାଣି। ଏବେ ଆମେ ତୁମର ନେତୃତ୍ୱ ଚାହୁଁନାହୁଁ। ଆମେ ତୁମକୁ ନିର୍ବାଚିତ କରିଥିଲୁ ତେଣୁ ତୁମେ ନେତା ହୋଇଗଲ, କିନ୍ତୁ ତୁମେ ଆମ ପିଲାମାନଙ୍କୁ ହତ୍ୟା କଲ। ଏବେ ଆମେ ସେହି କ୍ଷମତା ଫେରାଇ ନେଉଛୁ। ଆମେ ତୁମକୁ ଏବଂ ତୁମର ସରକାରକୁ ଚାହୁଁନାହୁଁ।

କ’ଣ ରହିଛି ୫ଟି ଗୁରୁତ୍ୱପୂର୍ଣ୍ଣ ଦାବି…

-ସଂସଦକୁ ଭାଙ୍ଗି ଦିଆଯିବା ଉଚିତ

-ସମସ୍ତ ସାଂସଦ ଇସ୍ତଫା ଦେବା ଉଚିତ।-

-ପ୍ରତିବାଦକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ଅଧିକାରୀମାନଙ୍କୁ ତୁରନ୍ତ ନିଲମ୍ବିତ କରାଯିବା ଉଚିତ

-ଆମ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବା ଉଚିତ

-ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ଶୀଘ୍ର ନିର୍ବାଚନ ହେବା ଉଚିତ

-ଆମେ ତୁମକୁ ଆମର ଭୋଟରେ ପରାସ୍ତ କରିବୁ

ସରକାରଙ୍କ ବିରୋଧରେ ଜନସାଧାରଣଙ୍କ ଦାବିର ଏକ ପୋଷ୍ଟର ଭାଇରାଲ ହୋଇଛି। ଏଥିରେ ଲେଖାଯାଇଛି ଯେ ସଂସଦ ଜନସାଧାରଣଙ୍କ ବିଶ୍ୱାସ ହରାଇଛି, ଏହା ଆଉ ଆମର ସ୍ୱର ନୁହେଁ। ଆମେ ପ୍ରତ୍ୟେକ ଜୀବନ ପାଇଁ, ପ୍ରତ୍ୟେକ ହଜିଯାଇଥିବା ଆଶା ପାଇଁ ଆମର ସ୍ୱର ଉଠାଇବୁ। ଆମେ ଅଧିକ ଶକ୍ତିଶାଳୀ ହେବୁ। ତୁମେ ଗଣତନ୍ତ୍ରର ପ୍ରତିଶ୍ରୁତି ଦେଇଥିଲ, କିନ୍ତୁ ଦୁର୍ନୀତି ଏବଂ ଏକଛତ୍ରବାଦ ଦେଇଗଲ। ତୁମେ ପ୍ରତ୍ୟେକ ବିଦ୍ରୋହକୁ ଦମନ କରି ଚାଲିଥିଲ କିନ୍ତୁ ଏବେ ଏହି ଚକ୍ର ଶେଷ ହୋଇଯିବ। ଏଥର ଆମେ ତୁମକୁ ଆମର ଭୋଟରେ ପରାସ୍ତ କରିବୁ।

ନେପାଳର ଯୁବପିଢ଼ି ଦୁର୍ନୀତି, ବେକାରୀ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅତ୍ୟନ୍ତ କ୍ରୋଧିତ ଅଟନ୍ତି। ସୋମବାର ହଜାର ହଜାର ଯୁବକ ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୋଧରେ ପ୍ରତିବାଦ କରିଥିଲେ। ହିଂସାତ୍ମକ ପ୍ରତିବାଦରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସରକାର ପ୍ରତିବନ୍ଧକ ଉଠାଇ ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ କେପି ଓଲି ଇସ୍ତଫା ଦେବାକୁ ମନସ୍ଥ କରିନାହାଁନ୍ତି । ସରକାର ମଧ୍ୟ ଯୁବପିଢ଼ିଙ୍କୁ ପ୍ରତିବାଦ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ତଥାପି, ଯୁବକ ଏବଂ ସାଧାରଣ ନାଗରିକମାନେ ପୁଣି ଥରେ କାଠମାଣ୍ଡୁର ସଂସଦ ବାହାରେ ଏକାଠି ହେଉଛନ୍ତି। ସେମାନେ କହିଛନ୍ତି ଯେ ସେମାନେ ଆଜି ପ୍ରତିବାଦକୁ ତୀବ୍ର କରିବେ।

ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂ ଜାରି ; ମତଦାନ କରୁଛନ୍ତି ସାଂସଦ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଲାଗି ଚାଲିଛି ଭୋଟଦାନ। ସଂସଦ ଭବନରେ ଆରମ୍ଭ ହୋଇଥିବା ଭୋଟିଂରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ବିଭିନ୍ନ ଦଳର ସାଂସଦମାନେ ଦେଉଛନ୍ତି ଭୋଟ। ଏନଡିଏ ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେଉଛି ସିଧାସଳଖ ଲଢେଇ। ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ଦେଶବାସୀଙ୍କ ନଜର। ୧୯୮୭ ପରେ ପ୍ରଥମ ଥର ଲାଗି ଉପରାଷ୍ଟ୍ରପତି ପଦ ଲାଗି ଦ୍ବିତୀୟ ଥର ନିର୍ବାଚନ ହେଉଛି । ଏହି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ ଦେବେ । ରାଜ୍ୟସଭାର ମନୋନୀତ ସାଂସଦ ବି ଭୋଟ ଦେବେ । ସିକ୍ରେଟ ବାଲଟ ବ୍ୟବସ୍ଥାରେ ଏହି ଭୋଟ ହେବ ।

ସଂସଦ ଭବନର ପ୍ରଥମ ମହଲାରେ ଥିବା ଏଫ-୧୦୧, ବସୁଧାରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ ଦେବେ ସାଂସଦ । ସନ୍ଧ୍ୟା ୬ଟାରେ ହେବ ଗଣତି। ନିର୍ବାଚନ ଲାଗି ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ସେମାନେ ହେଲେ ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡି. ଆନନ୍ଦନ । ଏନଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମ ମୋହନ ନାଇଡୁଙ୍କୁ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଇଣ୍ଡିମେଣ୍ଟ ପକ୍ଷରୁ ନାସିର ହୁସେନ, ମାଣିକରାମ ଟାଗୋର ଓ ଶକ୍ତିସିଂ ଗୋହିଲଙ୍କୁ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି।

ଉପରାଷ୍ଟ୍ରପତି ପଦ ଲାଗି ଭୋଟ ଦେବେ ମୋଟ ୭୮୧ ସାଂସଦ। ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ ଓ ରାଜ୍ୟସଭାର ମୋଟ ଆସନ ସଂଖ୍ୟା ୨୪୫। ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ୫୪୨ ଓ ରାଜ୍ୟସଭାର ସଦସ୍ୟ ସଂଖ୍ୟା ରହିଛି ୨୩୯। ଗୋଟିଏ ଲୋକସଭା ଆସନ ଖାଲିଥିବାବେଳେ ରାଜ୍ୟସଭାର ୬ଟି ଆସନ ଖାଲି ରହିଛି। ବିଜୟ ଲାଗି ମ୍ୟାଜିକ ନମ୍ବର ହେଉଛି ୩୯୧। ଏନଡିଏର ମୋଟ ସାଂସଦ ସଂଖ୍ୟା ୪୨୫। ୱାଇଏସଆର କଂଗ୍ରେସର ୧୧ ସାଂସଦଙ୍କ ସମର୍ଥନ ଯୋଗୁ ଏନଡିଏର ମୋଟ ସାଂସଦଙ୍କ ସଂଖ୍ୟା ହୋଇଛି ୪୩୬। ଯଦି ଆପ୍ ସାଂସଦ ସ୍ବାତୀ ମାଲିୱାଲ ଏନଡିଏ ସପକ୍ଷରେ ଭୋଟ ଦିଅନ୍ତି ତେବେ ଏନଡିଏର ସଦସ୍ୟ ସଂଖ୍ୟା ହେବ ୪୩୭। ଇଣ୍ଡି ମେଣ୍ଟର ମୋଟ ସାଂସଦଙ୍କ ସଂଖ୍ୟା ହେଉଛି ୩୨୪। ରାଜନୀତି ସମୀକ୍ଷକଙ୍କ ମତରେ ବିଜୟ ବ୍ୟବଧାନ ୧୦୦ରୁ ୧୨୫ ହୋଇପାରେ। ଏହି ନିର୍ବାଚନରେ ଭାଗ ନେବେ ନାହିଁ ବିଜୁ ଜନତା ଦଳ, ଭାରତ ରାଷ୍ଟ୍ର ସମିତି ଓ ଶିରୋମଣି ଅକାଳୀ ଦଳ।