ରୁଷ ବିରୋଧରେ ଆମେରିକା କରିପାରେ ବଡ଼ଧରଣର ଅର୍ଥନୈତିକ ହମଲା । ରୁଷ ଉପରେ ଅଧିକ ଅର୍ଥନୈତିକ ଚାପ ସୃଷ୍ଟି କରିବା ଲାଗି ଟ୍ରମ୍ପ ପ୍ରଶାସନ ଓ ୟୁରୋପୀୟ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ । ଏହି ଅର୍ଥନୈତିକ ଚାପ ଯୋଗୁ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ରୁଷଠାରୁ ତୈଳ କ୍ରୟ କରୁଥିବା କାରଣରୁ ଭାରତ ଓ ଚୀନକୁ ଖଳନାୟକ ବୋଲି ଚିତ୍ରଣ କରିଥିବା ବେସେଣ୍ଟ ରୁଷ ଉପରେ ଅଧିକ ଟାରିଫ ଓ କଟକଣା ଲଗାଇବାକୁ ଦାବି କରିଛନ୍ତି । ଅଧିକ ଅର୍ଥନୈତିକ କଟକଣା ଓ ଟାରିଫ ଯୋଗୁ ରୁଷର ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ବଂସ ହେବ ବୋଲି ସେ କହିଛନ୍ତି । ଭାରତ ଉପରେ ଆମେରିକା 50 ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଚୀନ ଉପରେ 145 ପ୍ରତିଶତ ଲେଭି ଲଗାଇଛି । ମାତ୍ର ତାହାକୁ 90 ଦିନ ଲାଗି ସ୍ଥଗିତ ରଖାଯାଇଛି । ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଟ୍ରମ୍ପଙ୍କ ଉଦ୍ୟମ ବିଫଳ ହୋଇଥିବାବେଳେ ହାତରେ ନମାରି ଭାତରେ ମାରିବା ନୀତିରେ ଅର୍ଥନୈିତିକ କଟକଣାକୁ ଭରସା କରିଛନ୍ତି ଟ୍ରମ୍ପ ପ୍ରଶାସନ । ୟୁକ୍ରେନ ରାଜଧାନୀ କିବସ୍ଥିତ କ୍ୟାବିନେଟ ବିଲଡିଂ ଉପରେ ରୁଷ ବଡଧରଣର ହମଲା କରିବା ପରେ ଜବାବରେ ରୁଷର ଏକ ପ୍ରମୁଖ ତୈଳ ପାଇପ ଲାଇନ ଦ୍ରୁଜଭା ଉପରେ ଆକ୍ରମଣ କରିଥିଲା ୟୁକ୍ରେନ ।
ନବୀନଙ୍କ ବଡ଼ ନିଷ୍ପତ୍ତି: ଉପରାଷ୍ଟ୍ରପତି ନିର୍ବାଚନର ଭୋଟଦାନରୁ ବିରତ ରହିବ ବିଜେଡି
ନବୀନଙ୍କ ବଡ଼ ନିଷ୍ପତ୍ତି । ଉପରାଷ୍ଟ୍ରପତି ନିର୍ବାଚନ । ଭୋଟଦାନରୁ ବିରତ ରହିବ ବିଜେଡି । ସାଂସଦଙ୍କ ସହିତ ଆଲୋଚନା ପରେ ନବୀନଙ୍କ ନିଷ୍ପତ୍ତି । ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ରାଜ୍ୟସଭାରେ ବିଜେଡିର ୭ ସାଂସଦ ଅଛନ୍ତି । ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ।
ଏସିରୁ ନିଆଁ ଲାଗି ଗୋଟିଏ ପରିବାରର ୩ ମୃତ
ଫରିଦାବାଦରେ ଏସିରୁ ନିଆଁ ଲାଗି ଗୋଟିଏ ପରିବାରର ୩ ମୃତ। ସ୍ଥାନୀୟ ଗ୍ରୀନଫିଲ୍ଡ କଲୋନୀରେ ଘଟିଛି ମର୍ମନ୍ତୁଦ ଘଟଣା। ଭୋର ୪ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏସିରୁ ନିଆଁ ବାହାରି ଘର ସାରା ଧୂଆଁମୟ ହୋଇଯିବାରୁ ଏହି ଅଘଟଣ ଘଟିଥିଲା। ପ୍ରାଣ ହରାଇଥିବା ବ୍ଯକ୍ତିମାନେ ହେଲେ ସଚିନ କାପୁର, ପତ୍ନୀ ରିଙ୍କୁ ଓ ଝିଅ ସୁଜନ। ପ୍ରଥମ ମହଲାରେ ରହୁଥିବା ରାକେଶ ମଲ୍ଲିକଙ୍କ ଘରେ ଲଗାଯାଇଥିବା ସ୍ପ୍ଲିଟ ଏସିରେ ପ୍ରଥମେ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ବିତୀୟ ମହଲାକୁ ବ୍ୟାପିଥିଲା। ସଚିନଙ୍କ ପୁଅ ଆର୍ଯ୍ୟନ ଦ୍ବିତୀୟ ମହଲାରୁ ଡେଇଁ ପଡ଼ିବା ହେତୁ ବର୍ତ୍ତି ଯାଇଥିଲେ। ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ଅଘଟଣରୁ ବର୍ତ୍ତିଯାଇଥିଲେ ରାକେଶଙ୍କ ପରିବାର। ଘଟଣାର ତଦନ୍ତ କରୁଛି ଫରିଦାବାଦ ପୋଲିସ।
ବାହାରିନ୍ ଦର୍ଶକଙ୍କ ମନ ମୋହିଲା ଓଡ଼ିଆ ସମାଜର ଗୌରବମୟ ଲୋକନୃତ୍ୟ
ବାହାରିନ୍ ରାଜଧାନୀ ମାନାମାରେ ଆୟୋଜିତ ଗୌରବମୟ ଲୋକନୃତ୍ୟ ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୧୧ଟି ଦଳ ସାଂସ୍କୃତିକ ଗୌରବ ଓ ଉତ୍ସାହ ସହିତ ଯୋଗ ଦେଇଥିଲେ । ବାହାରିନ୍ ଓଡ଼ିଆ ସମାଜର କିଶୋର ଦଳ ତାଙ୍କର ନାଟ୍ୟ କୌଶଳ ଓ ଅଭିନୟରେ ଦର୍ଶକମାନଙ୍କୁ ମୋହିତ କରି ବିପୁଳ ସ୍ୱୀକୃତି ଅର୍ଜନ କରିଥିଲେ ଏବଂ ତୃତୀୟ ପୁରସ୍କାର ହାସଲ କରି ସମାଜକୁ ଗୌରବାନିତ କରିଥିଲେ। ୧,୦୦୦ ଦର୍ଶକ ପୂର୍ଣ୍ଣ ହଲ୍ରେ ଏହି ପ୍ରଦର୍ଶନକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରଦର୍ଶନ କେବଳ ଭାରତୀୟ ପ୍ରବାସୀ ସମାଜଙ୍କୁ ନୁହେଁ, ବିଦେଶୀ ଦର୍ଶକମାନଙ୍କ ମନକୁ ମଧ୍ୟ ମୋହିଥିଲା ।
ଏହି ନୃତ୍ୟର ନିର୍ଦ୍ଦେଶନା ପ୍ରିୟମ୍ବଦା ସାହୁ କରିଥିଲେ ଏବଂ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଆରାଇନା ମହାନ୍ତି, ଆରାଧ୍ୟା ଜେନା, କ୍ଷ୍ୟାତି ମହାପାତ୍ର, ବୈଭବ କୁମାର ସାହୁ, ନିଶାନ୍ତ ପ୍ରୁଷ୍ଟି, ପ୍ରବୀଣ କୁମାର ବେହେରା, ସାଇ ସନ୍ତ୍ୱନା ସେନାପତି, ପରିସିନ୍ତ୍ୟ ଚହେଲ୍ ସୁବୁଧି ।
ପ୍ରଦର୍ଶନର ସମନ୍ୱୟ ସୁଭାଶ୍ରୀ ମହାନ୍ତି ଓ ସଂଚାଳିକା ସାଗରିକା ମହାନ୍ତି କରିଥିଲେ । ବାହାରିନ୍ ଓଡ଼ିଆ ସମାଜର କାର୍ଯ୍ୟକାରୀ ସମିତି— ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ସାଧାରଣ ସଚିବ ସନ୍ତାନୁ ସେନାପତି, ସହ-ସାଧାରଣ ସଚିବ ସରଦା ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରୟଦତ୍ତ ରାୟ, କ୍ରୀଡ଼ା ସଚିବ ଅମ୍ରେଶ ପଣ୍ଡା, ସାଂସ୍କୃତିକ ସଚିବ ଅଙ୍କିତା ନାୟକ, ସଂପ୍ରେଷଣ ସଚିବ ଅମରନାଥ ସୁବୁଧି ଏହି ସୁନ୍ଦର ସଫଳତା ପାଇଁ ଦଳକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ
ବରିଷ୍ଠ ରାଜନେତା ତଥା ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦଳର ସଂଗଠନକୁ ମଜବୁତ କରିବାରେ ରାଜେନ୍ଦ୍ରଙ୍କ ବଡ଼ ଭୂମିକା ଥିଲା । ରାଜେନ୍ଦ୍ରଙ୍କ ବିୟୋଗ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ନବୀନ । ଏଥିସହିତ ରାଜେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର । ଏନେଇ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ନିରବ ପ୍ରାର୍ଥନା କରାଯାଇଥିଲା
ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ୨୦ ନଭେମ୍ବର ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ଢୋଲକିଆ । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । ସେ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ନବୀନ ସରକାରରେ ସେ ମନ୍ତ୍ରୀ ଥିଲେ । ୨୦୦୪, ୨୦୦୯, ୨୦୧୯, ୨୦୨୪ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ ।
ପରଲୋକରେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ
ଆସିଛି ଏକ ବଡ଼ ଦୁଃଖ ଖବର । ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ । ୨୦ ନଭେମ୍ବର ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ଢୋଲକିଆ । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । ସେ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ନବୀନ ସରକାରରେ ସେ ମନ୍ତ୍ରୀ ଥିଲେ । ୨୦୦୪, ୨୦୦୯, ୨୦୧୯, ୨୦୨୪ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ରାଜେନ୍ଦ୍ରଙ୍କ ବିୟୋଗରେ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ନିରବ ପ୍ରାର୍ଥନା କରାଯାଇଥିଲା ।
କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ା ଯାଉଛି
ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ା ଯାଉଛି । କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବାହାର କରାଯାଉଛି । ବିଭିନ୍ନ ରୁମ୍ ର ତାଲା ବି ଭଙ୍ଗା ଯାଉଛି । ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡ଼ା ଯାଉଛି ।
ବହୁ ଅଣଛାତ୍ର ହଷ୍ଟେଲରେ ରହୁଥିବାର ଅଭିଯୋଗ ।
ବିରଳ ମହାଜାଗତିକ ଦୃଶ୍ୟ: ଆକାଶରେ ଲାଲ୍ ଜହ୍ନ
ଆକାଶରେ ଲାଲ୍ ଜହ୍ନ। ରୂପେଲି ଜହ୍ନ ରକ୍ତିମ ବର୍ଣ୍ଣ ଧାରଣା କରିଥିଲା। ଗତ ରାତିରେ ଆକାଶରେ ଦେଖା ଯାଇଥିଲା ଏହି ବିରଳ ମହାଜାଗତିକ ଦୃଶ୍ୟ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଆକାଶରେ। ଭାରତ ସମେତ ବହୁ ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖା ଯାଇଥିଲା। ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହୋଇଥିଲା। ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡରେ ହୋଇଥିଲା ସର୍ବମୋକ୍ଷ। ପୂର୍ଣ୍ଣିମା ହେବା ସତ୍ତ୍ଵେ ଚନ୍ଦ୍ର ପୁରା ଲୁଚି ଯାଇଥିଲା । ଲୋକେ ଏହି ମହାଜାଗତିକ ଦୃଶ୍ୟ ଦେଖି ବହୁତ ଖୁସି ହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା।
ସାରର ଅଭାବ ଓ କଳାବଜାରିକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
ସାର ପାଇଁ ରାସ୍ତାରୋକ । ସୁବର୍ଣ୍ଣପୁର -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଗଦୁଲି ଛକରେ ଚାଷୀଙ୍କ ରାସ୍ତାରୋକ । ସାର ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ସାରର ଅଭାବ ସହ କଳାବଜାରି ଦେଖିବାକୁ ମିଳିଛି । ୟୁରିଆ ବସ୍ତା ୭୦୦-୮୦୦ ଟଙ୍କାରେ ବିକ୍ରି ଚାଲିଛି କିନ୍ତୁ ପ୍ରଶାସନ ନିଦାବିଷ୍ଣୁ । ବାଗଦୁଲି ଅଂଚଳରେ ବର୍ତମାନ ୨୫୦୦ ବସ୍ତା ସାର ଦରକାର ଥିବାବେଳେ ଡିଲର ପାଖକୁ ଆସିଛି ମାତ୍ର ୧୮୦ ବସ୍ତା ଏଣୁ ବର୍ତ୍ତମାନ ଚାଷୀମାନେ ପ୍ରତିବାଦ ସ୍ୱରୂପ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି।
ଇପସିତା ଓ ଚିନ୍ମୟଙ୍କୁ ସମ୍ଵର୍ଦ୍ଧିତ କରିବ ବିଜେଡି
ବିଜୁ ଛାତ୍ର ଜନତା ଦଳର ନବ ନିଯୁକ୍ତ ସଭାନେତ୍ରୀ ଇପସିତା ସାହୁ ଓ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁଙ୍କୁ ଆଜି ସମ୍ଵର୍ଦ୍ଧିତ କରାଯିବ। ଏହି ଦୁଇ ଯୁବ ନେତା ଓ ସେମାନଙ୍କୁ ମାର୍ଗ ଦର୍ଶନ କରିବା ପାଇଁ ଚୟନ ହୋଇଥିବା ଅନ୍ୟ ନେତାଙ୍କୁ ସମ୍ଵର୍ଦ୍ଧିତ କରାଯିବ। ଆଜି ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ପଦଯାତ୍ରା କରାଯିବ। ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ଶଙ୍ଖ ଭବନ ଯାଏଁ ପଦଯାତ୍ରା କରିବେ। ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ସମାରୋହରେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ଉପସଭାପତି ପ୍ରତାପ ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଯୋଗ ଦେବେ। ସମସ୍ତ ଛାମୁଆ ସଂଗଠନକୁ ସୁଦୃଢ କରି ଦାୟିତ୍ବବାନ ବିରୋଧୀ ଦଳ ଭାବେ କିପରି ଦଳ ଆଗକୁ ଯାଇ ସରକାରଙ୍କ ତ୍ରୁଟିକୁ ଲୋକଲୋଚନକୁ ଆଣିବ, ସେ ନେଇ ସାଧାରଣ ସଭାରେ ଆଲୋଚନା ହେବ।

