spot_img
Home Blog Page 4040

ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ  । ୯୬ବର୍ଷ ବୟସରେ ଆଖି ବୁଜିଛନ୍ତି ମହାରାଣୀ ଏଲିଜାବେଥ୍  । ବାଲମୋରାଲ ପ୍ୟାଲେସରେ ମହାରାଣୀ ରହିଆସୁଥିବାବେଳେ, ସେହିଠାରେ ହିଁ ତାଙ୍କର ଚିକିତ୍ସା ଜାରି ରହିଥିଲା  । ତେବେ ମହାରାଣୀ ଅସୁସ୍ଥ ଥିବା ନେଇ ଖବର ପ୍ରଚାରିତ ହୋଇଥିଲା  । ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ମହାରାଣୀଙ୍କ ଚିକିତ୍ସା ଜାରି ରହିଥିଲା  । କିନ୍ତୁ ସଦ୍ୟ ସୂଚିତ ରିପୋର୍ଟ ମୁତାବକ ମହାରୀଣୀ ଏଲିଜାବେଥଙ୍କ ମୃତ୍ୟୁ ହୋଇଛି  ।

ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ତାଙ୍କୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ  ।  ଏଥିପାଇଁ ନିଜର ଫ୍ରିବି କାଉନସିଲ ବୈଠକକୁ ରଦ୍ଦ କରିଥିଲେ ମହାରାଣୀ। ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଏବଂ ନାତି ପ୍ରିନ୍ସ ୱିଲିୟନ ତାଙ୍କ ପାଖକୁ ଆଜି ଆସିଥିଲେ  । ପ୍ୟାଲେସ ବାହାରେ ଲୋକଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳିଥିଲା । ଏଲିଜାବେଥଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ।

 

ମାର୍କେଟ ବିଲ୍ଡିଂରେ ପୁଣି ଥରେ ଲାଗିଲା ନିଆଁ, ୪ ଅଗ୍ନିଶମ ବାହିନୀ ନିୟୋଜିତ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ପୁଣି ଥରେ ଲାଗିଲା ନିଆଁ  । ରାତି ପ୍ରାୟ ସାଢେ ୧୦ଟାରେ ନିଆଁ ଲାଗିଥିବା ଜଣାପଡ଼ିଛି  । ମିଳିଥିବା ସୂଚନା ମୁତାବକ ମାର୍କେଟ ବିଲ୍ଡିରେ ଥିବା ଉଷା ସୋରୁମରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି  । ଘଟଣାସ୍ଥଳରେ ଅଗ୍ନିଶମ ପହଁଛିଛନ୍ତି, ପ୍ରାୟ ତିନୋଟି ନିଆଁଲିଭା ଗାଡ଼ି ଏବଂ ୪୦ ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ସୋରୁମ ନିକଟରେ ପହଁଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି  ।

ତେବେ ଉକ୍ତ ଦୋକାନଟି ଇଲେକ୍ଟ୍ରୋନିକ୍ ସୋରୁମ ହୋଇଥିବାବେଳେ ନିଆଁ ବ୍ୟାପିବା ପ୍ରତି ବିପଦ ରହିଛି  ।  ଅଗ୍ନିଶମ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି  । କିଭଳି ପାଖ ଦୋକାନକୁ ନିଆଁ ନବ୍ୟାପିବ ସେନେଇ ମଧ୍ୟ ସତର୍କ ଅଛନ୍ତି ଅଗ୍ନିଶମ କର୍ମଚାରୀ  । ତେବେ ସୋରୁମରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ  । ପାଖ ଦୋକାନକୁ ନିଆଁ ସାମାନ୍ୟ ବାପିଥିବାବେଳେ ନିଆଁକୁ ଆୟତ କରାଯିବା ନେଇ ସୂଚନା ରହିଛି  ।

 

ଉଦଘାଟିତ ହେଲା କର୍ତ୍ତବ୍ୟ ପଥ, ଇଣ୍ଡିଆ ଗେଟରେ ସ୍ଥାନିତ ନେତାଜୀଙ୍କ ପ୍ରତୀମୂର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି  ।  ଉଦଘାଟିତ ହେଲା କର୍ତ୍ତବ୍ୟ ପଥ । ସେଣ୍ଟର ଭିସ୍ତା ପ୍ରଜେକ୍ଟ ମଧ୍ୟରେ ଆସୁଥିବା ଏହି ଡ୍ରିମ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳି ଏବେ କର୍ତ୍ତବ୍ୟପଥ ହୋଇଛି । କର୍ତ୍ତବ୍ୟପଥ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । କର୍ତ୍ତବ୍ୟପଥକୁ ସସଜ୍ଜିତ କରାଯାଇଥିବାବେଳେ ରାଜ୍ୟଓ୍ବାରି ଫୁଡ ଷ୍ଟଲ, ବିଭିନ୍ନ ସୁବିଧା କେନ୍ଦ୍ର, ଭେଣ୍ଡିଂ କିଓସ୍କ ଆଦିର ବ୍ୟବସ୍ଥା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବା ସହ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱକୁ ଭୁରି ଭୁରି ପ୍ରଶଂସା କରିଥିଲେ  । ଆସନ୍ତା ତିନିଦିନ ଅର୍ଥାତ ଶିକ୍ର,ଶନି ଓ ରବିବାର ନେତାଜୀଙ୍କ ବିରତ୍ୱର ଗାଥାକୁ ଏଲଡି ଲାଇଟ ମାଧ୍ୟମରେ ପ୍ରଦର୍ଶିତ କରାଯିବ ବୋଲି କହିଛନ୍ତି  । ଦେଶ ବଦଳିଛି, ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଉ ୟୁନିଟ ଠାରୁ ନ୍ୟାସନାଲ ୱାର ମେମୋରିଆଲ ଏବଂ ସେଣ୍ଟ୍ରାଲ ଭିସ୍ତା ଏସମସ୍ତ ନୂଆ ଭାରତର ମୁକ ସାଖୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଔପନିବେଶିକ ଶାସନ କାଳରୁ ଚାଲି ଆସିଥିବା ବିଭିନ୍ନ ନାମର ପରିବର୍ତ୍ତନ କରିବା ଲାଗି ସରକାର ଘୋଷଣା କରିଥିବା ପ୍ରକ୍ରିୟା କ୍ରମେ ରାଜପଥର ନାମ ବଦଳାଯାଇଛି । ଉଦଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଉଦଘାଟନକୁ ଦୃଷ୍ଟିରେ ରଖି ତିଲକମାର୍ଗ, ପୁରାନା କିଲ୍ଲା ରୋଡ, ଶେରଶାହା ରୋଡ, ଡକ୍ଟର ଜାକିର ହୁସେନ ମାର୍ଗ, ପାଣ୍ଡରା ରୋଡ, ଶାହାଜାହାନ ରୋଡ, ଆକବର ରୋଡ, ଅଶୋକା ରୋଡରେ ଟ୍ରାଫିକ ପରିବର୍ତ୍ତନ କରାଯାଇଥିଲା ।

ବଜାରରେ ନକଲି ବ୍ଲଡ ପ୍ରେସର ମେଡିସିନ୍, ଯାଞ୍ଚ କରୁଛି ଡ୍ରଗସ୍ କଣ୍ଟ୍ରୋଲର

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଡ୍ରଗସ୍ କଣ୍ଟ୍ରୋଲର । ନାମୀ କମ୍ପାନୀର ଖୋଳରେ ଚାଲିଛି କି ନକଲି ଔଷଧର କାରବାର ନେଇ ନନ୍ଦିଘୋଷ ଟିଭି ଖବରକୁ ପ୍ରସାରଣ କରିଥିଲା  । ଜାଲ୍ ତଥା ନକଲି ମେଡିସିନ ବିକ୍ରି ଅଭିଯୋଗ ପରେ କଟକ ଡ୍ରଗ୍ସ ବିଭାଗ ପକ୍ଷରୁ ସହରର ବିଭିନ୍ନ ଔଷଧ ଦୋକାନରେ ରେଡ୍ କରାଯାଇଛି ।

ବିଭନ୍ନ ଔଷଧ ଦୋକାନ ଓ ଗୋଦାମରେ ଚଢାଉ କରି ଯାଞ୍ଚ କରିଛି ଟିମ୍ । ପ୍ରାୟ 30ଲକ୍ଷ ଟଙ୍କାର ବ୍ଲଡପ୍ରେସର୍ ଟେଲମା ଫର୍ଟି ଓ ଏମ ମେଡିସିନ ଜବତ କରାଯାଇଛି । କିଛି ମେଡିସିନର କେମିକାଲ ଯାଞ୍ଚ ପାଇଁ ଲ୍ୟାବ ପଠାଯାଇଛି । ବଜାରରେ ବ୍ଲଡ ପ୍ରେସର ମେଡିସନର ନକଲି ଟ୍ୟାଲେଟ ବିକ୍ରୟ କରାଯାଉଥିବା ନେଇ ସୂଚନା ମିଳିଥିଲା  । ଖବରକୁ ଗୁରୁତର ସହ ନେବା ସହ ପ୍ରସାରଣ କରାଯାଇଥିଲା  ।

ଓଡ଼ିଶା ମୋ ପରିବାରର ମାନବିକତା, ବାପାର ଶତ୍କାର ପାଇଁ ପୁଅକୁ ସହାୟତା

ଭୁବନେଶ୍ୱର: ଓଡ଼ିଶା ମୋ ପରିବାରର ମାନବିକତା । ବାପାଙ୍କ ମରଶରୀରକୁ ଶତ୍କାର ପାଇଁ ଯୋଗାଇଲା ସାହାଯ୍ୟ । ଉତ୍ତର ପ୍ରଦେଶରରୁ ଆସି ବାଲେଶ୍ବର ବିର୍ଲା ଟାୟାର୍ସରେ କାମକରୁଥିବା ରାମାନୁଜ ଉପାଧ୍ୟାୟଙ୍କ ଡାଇବେଟିସ୍ ଓ କିଡନୀ ଜନିତ ରୋଗରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ବିଲ୍ ହୋଇଥିଲା । କିନ୍ତୁ ମୃତ ରାମାନୁଜ ପରିବାର ପକ୍ଷରେ ଏହା ଦବା ସମ୍ଭବ ନଥିଲା ।

ଓଡ଼ିଶା ମୋ ପରିବାର ଦେବଦୂତ ସାଜି ତାଙ୍କ ନିକଟରେ ପହଞ୍ଚି ସମସ୍ତ ବ୍ୟବସ୍ଥା କରିବା ସହିତ ସହଯୋଗର ହାତ ବଢ଼ାଇ ଥିଲା । ଓଡିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ସହ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ବିଜେଡ଼ି ଯୁବ ମୋର୍ଚ୍ଚାର ଡାକ୍ତର ସୁବାସ ଚନ୍ଦ୍ର ନାୟକ, ଓଡ଼ିଶା ମୋ ପରିବାରର ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାସ, ଦେବାଶିଷ ସେଟ୍, ଗୁରୁଚରଣ ସାହୁ, ପ୍ରତାପ କିଶୋର ସାହୁ, ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ ।

୩୧ ହଜାର ବର୍ଷ ତଳେ ହେଉଥିଲା ସର୍ଜରୀ,ମିଳିଲା ଗୋଡ଼ କଟା ହୋଇଥିବା କଙ୍କାଳ

ଜାକର୍ତ୍ତା: ଆଜିକାଲି ଆଧୁନିକ ଯୁଗରେ ମେଡିକାଲ ସାଇନ୍ସ ବହୁତ ଉଚ୍ଚ ସ୍ତରକୁ ଗଲାଣି । ଏବେ କିଛି ବି ଅସମ୍ଭବ ନୁହଁ । ହେଲେ ଆପଣ କେବେ ଭାବିଛନ୍ତି କି ପୁରୁଣା ଯୁଗରେ ହାଡ ଗୋଡ଼ ଭାଙ୍ଗୁଥିଲେ କିପରି ଯୋଡ଼ା ଯାଉଥିଲା । ପାଷାଣ କାଳରେ କ’ଣ ମେଡିକାଲ ସାଇନ୍ସ ଥିଲା ।

ଏବେ ଇଣ୍ଡୋନେସିଆର ଏକ ଗୁମ୍ଫାରେ ଏକ କଙ୍କାଳ ମିଳିଛି ଯାହା ମେଡିକାଲ ସାଇନ୍ସର ଇତିହାସ ବଦଳେଇଦେଇପାରେ । ଏହି କଙ୍କାଳ ଦେଖି ବୈଜ୍ଞାନିକଙ୍କ କହିବା କଥା ହେଲା ଏହା ୩୧ ହଜାର ବର୍ଷ ପୂରୁଣା ହୋଇଥାଇପାରେ । ପୂର୍ବ କାଲିମନ୍ତନ ପ୍ରାନ୍ତରେ ଥିବା ଏକ ଗୁମ୍ଫାରେ ଏହାକୁ ପୋତା ଯାଇଥିଲା ।

ଏହି କଙ୍କାଳ ଜଣେ ପୁରୁଷ କି ମହିଳାଙ୍କର ତାହା ଜଣାପଡ଼ିନାହିଁ । କିନ୍ତୁ ଏହି କଙ୍କାଳ ଖୋଳିବା ସମୟରେ ଯାହା ନଜରକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।  ଏକ ଜର୍ନାଲରେ ଲେଖା ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, କଙ୍କାଳର ବାମପଟ ଗୋଡ଼ ନାହିଁ । ଏହାକୁ ଅତି ସାବଧାନତାର ସହ ବିଲକୁଲ ମେଡିକାଲ ଚିକିତ୍ସା ଭଳି କଟାଯାଇଛି । କଙ୍କାଳର ବୟସ ୧୯ରୁ ୨୧ ବର୍ଷ ମଧ୍ୟରେ ହେବ । ଗୋଡକୁ ଅତି ସାବଧାନତାର ସହ କାଟିବା ମାନେ ହେଲା ପୂର୍ବ କାଳରେ ମଧ୍ୟ ଲୋକଙ୍କୁ ଚିକିତ୍ସା ପଦ୍ଧତି ଜଣା ଥିଲା । ସେମାନେ ମଧ୍ୟ ଏହି ପଦ୍ଧତିରେ ନିପୁଣ ଥିଲେ ।

୨୦୨୦ ମସିହାରେ ମଧ୍ୟ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ପ୍ରତ୍ନତତ୍ତ୍ବବିତମାନେ ଏକ କଙ୍କାଳ ପାଇଥିଲେ ଯେଉଁଥିରେ ଜଣା ପଡ଼ିଥିଲା ଯେ, ପୂର୍ବ କାଳରେ ମଧ୍ୟ ଲୋକମାନଙ୍କୁ ଚିକିତ୍ସା କୌଶଳ ବେଶ ଭଲ ଭାବେ ଜଣା ଥିଲା ।

ମୋ ବସ୍ ଡ୍ରାଇଭରଙ୍କୁ ଲୁହା ରଡରେ ଆକ୍ରମଣ

ଭୁବନେଶ୍ୱର: ରାସ୍ତା ଜାମ୍ ହେବାରୁ ମୋ ବସ ଉପରେ ଆକ୍ରମଣ । ମାଷ୍ଟରକ୍ୟାଣ୍ଟିନରୁ ସୁନ୍ଦରପଦା ରୁଟ ଦେଇ ଜଟଣୀ ଯାଉଥିବା ମୋ ବସ ଉପରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ଲୁହା ରଡ୍‌ରେ ଗାଡ଼ିର କାଚ୍ ଭାଙ୍ଗିବା ସହ ଡ୍ରାଇଭରଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ । ବିରବନ୍ଧ ନିକଟରେ ମୋ ବସ ଯାତ୍ରୀ ଉଠାଇବାବେଳେ ସଂକୀର୍ଣ୍ଣ ରାସ୍ତା ପାଇଁ ରାସ୍ତା ଜାମ୍‌ ହୋଇଥିଲା । ବସ ପଛରେ ଅନେକ ଗାଡ଼ି ଅଟକି ରହିଥିଲା ।

ଘଟଣା ସ୍ଥଳରେ ଜଣେ ଯୁବକ ପାଟିଟୁଣ୍ଡ କରିଥିଲେ । ପରେ ସଂପୃକ୍ତ ଓଇସି ଛକ ନିକଟରେ ବସକୁ ଅଟକାଇ ଗାଳିଗୁଲଜ କରିବା ସହିତ ଲୁହା ରଡରେ ଗାଡ଼ିର କାଚ ଭାଙ୍ଗିଥିଲେ । ଏହା ସହ ବସ ଡ୍ରାଇଭରଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଡ୍ରାଇଭର । ମୋ ବସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ଚିକିତ୍ସା କରାଇବା ସହ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ।

ଲବଣ ସତ୍ୟାଗ୍ରହ ବିଦ୍ୟାପୀଠର ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା !

ବାଲେଶ୍ୱର: ଖେଳ ସାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  । ସ୍କୁଲ ଘର ପାଖରେ ଥିବା ଭଡ଼ା ଘରେ ଝୁଲୁଛି  ଖେଳ ଶିକ୍ଷକଙ୍କ ମୃତଦେହ  ।  ଆତ୍ମହତ୍ୟା ହୋଇଥିବା ନେଇ ହୋଇଛି ଅଭିଯୋଗ ।

ବାଲେଶ୍ୱର ଇଞ୍ଚୁଡି ଠାରେ ଲବଣ ସତ୍ୟାଗ୍ରହ ବିଦ୍ୟାପୀଠର ଖେଳ ଶିକ୍ଷକ ପର୍ଶୁରାମ ସେଠୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସ୍କୁଲ ନିକଟରେ ଥିବା ଭଡା ଘରୁ ଉଦ୍ଧାର ହୋଇଛି ଖେଳ ଶିକ୍ଷକ ପର୍ଶୁରାମ ସେଠୀଙ୍କ ମୃତଦେହ । ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । କିନ୍ତୁ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ଶିକ୍ଷକ ଜଣଙ୍କ ତାହାର କାରଣ ଜଣାପଡ଼ିନାହିଁ  ।

ଆନ୍ଧ୍ରରେ ଧରାପଡ଼ିଲେ ଚନ୍ଦନ ତସ୍କର, ପୁଷ୍ପା ଷ୍ଟାଇଲରେ ହେଉଥିଲା ଚାଲାଣ

ନନ୍ଦିଘୋଷ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଚୋରା ଚାଲାଣ ହେଉଥିଲା ବିରଳ ରକ୍ତ ଚନ୍ଦନ କାଠ । ଓଡ଼ିଶାରୁ ଖସି ପଳାଉଥିବା ବେଳେ ଆନ୍ଧ୍ରରେ ଧରାପଡ଼ିଲେ ଚନ୍ଦନ ତସ୍କର । ୪ କୁଇଣ୍ଟାଲର ରକ୍ତ ଚନ୍ଦନ କାଠ ସହ ତିନୋଟି କାର , ୧୪ଟି ମୋବାଇଲ ଏବଂ ଗୋଟିଏ ଟ୍ରକ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଶ୍ରୀକାକୁଲମ ପୋଲିସ ।

ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ । ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ୪ ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା। ଜବତ ରକ୍ତଚନ୍ଦନ କାଠ ଚେନ୍ନାଇ ଯାଇ ସେଠାରୁ ବିଦେଶକୁ ଚାଲାଣ ହୋଇଥାନ୍ତା । ବିଦେଶରେ ଯାହାର ଚାହିଦା ଯଥେଷ୍ଟ ଅଧିକ ରହିଛି । ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି ।

ନାଚୁ ନାଚୁ ଚାଲିଗଲା ଜୀବନ, ଦର୍ଶକ ଦେଖୁଥିଲେ ଅଭିନୟ

ଜାମ୍ମୁ: କିଏ ଜାଣିଥିଲା ତାଙ୍କର ଏହି ନୃତ୍ୟ ଜୀବନର ଶେଷ ନୃତ୍ୟ ହେବ । କିଏ ଜାଣିଥିଲା ସେ ଆଉ ଷ୍ଟେଜ୍ ଚଢ଼ିବେନି କି ଆଉ ନାଚି ପାରିବେନି । ହଁ ଆଜ୍ଞା ଜଣେ ଯୁବତୀଙ୍କ ଜୀବନରେ ଏପରି ମୃତ୍ୟୁ ଆସିବ ବୋଲି କେହି କେବେ ଭାବି ନଥିଲେ । ଜାଗରଣରେ ନୃତ୍ୟ କରୁ କରୁ ଚାଲିଯାଇଛି ଜଣେ ଯୁବତୀଙ୍କ ଜୀବନ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଜାମ୍ମୁରେ ଘଟିଥିବା ଏହି ଘଟଣା ଯିଏ ଦେଖୁଛି ସେ ସ୍ତବ୍ଧ ହୋଇଯାଉଛି । ଜାମ୍ମୁର ଏକ ସ୍ଥାନରେ ଜାଗରଣର ଆୟୋଜନ କରାଯାଇଥିଲା  । ଏଥିରେ ଯୁବତୀ ଜଣଙ୍କ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ଗୀତ ଚାଲୁଥିଲା ବେଳେ ସେ ଗୀତରେ ନୃତ୍ୟ ପରିବେଷଣ କରୁଥିଲେ । ହେଲେ ଗୀତଟି ସରିବା ଆଗରୁ ସରିଯାଇଥିଲା ଜୀବନ । କେହି କିଛି ଭାବିବା ପୂର୍ବରୁ ସେ ଚାଲିଯାଇଥିଲେ ଆରପାରିକୁ ।

ହାର୍ଟ ଆଟାକ ହୋଇଥିବାରୁ ଯୁବତୀ ଜଣଙ୍କ ଷ୍ଟେଜ୍ ଉପରେ ହିଁ ଟଳି ପଡ଼ିଥିଲେ । ଭିଡିଓରେ ଦେଖାଯାଉଛି ଯେ, ଯୁବତୀ ଜଣଙ୍କ ନୃତ୍ୟ କରୁଛନ୍ତି । ଅଧା ଗୀତରେ ସେ ତଳେ ପଡ଼ି ଯାଉଛନ୍ତି । ପୁଣି ଉଠିବାକୁ ବି ଚେଷ୍ଟା କରୁଛନ୍ତି କିନ୍ତୁ ସେ ପାରୁ ନାହାନ୍ତି । ତାଙ୍କୁ ଦେଖୁଥିବା ଦର୍ଶକ ବି ଜାଣିପାରୁ ନାହାନ୍ତି ସେ କାହିଁକି ଉଠୁ ନାହାନ୍ତି । ସେମାନେ ଭାବୁଛନ୍ତି ବୋଧହୁଏ ଏହା ତାଙ୍କ ଅଭିନୟର ଏକ ଅଂଶ । କିନ୍ତୁ ପୂରା ଗୀତ ସରିଯାଉଛି ଯୁବତୀ ଜଣଙ୍କ ଆଉ ଉଠୁ ନାହାନ୍ତି । ପରେ ପାଖରେ ଥିବା ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ଆଉ ଉଠୁ ନାହାନ୍ତି ।

ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ବାର୍ଥ ଡେ’ ପାର୍ଟିରେ ନାଚୁଥିଲାବେଳେ ଜଣଙ୍କର ପ୍ରାଣ ଚାଲିଯାଇଥିଲା ।