spot_img
Home Blog Page 4141

ଝିଅ ହେଲା ବୋଲି ସ୍ତ୍ରୀକୁ ସ୍ୱାମୀର ନିର୍ଯାତନା

ଭୁବନେଶ୍ୱର: ଝିଅ ହେଲା ବୋଲି ସ୍ତ୍ରୀକୁ ସ୍ୱାମୀର ନିର୍ଯାତନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ସ୍ତ୍ରୀ ନଗମା ବେଗମ । ଏହି ମାମଲାରେ ସ୍ୱାମୀ ମିରାଜ ହୁସେନଙ୍କ ନାମରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ନଗମା ବେଗମ । ୨୦୧୩ ମସିହାରେ ଡୁମଡୁମା ଅଞ୍ଚଳର ମିରାଜ ହୁସେନକୁ ବିବାହ କରିଥିଲେ ନଗମା । ବିବାହର ଗୋଟିଏ ବର୍ଷ ପରେ ଝିଅ ଜନ୍ମ ହୋଇଥିଲା । ଆଉ ତା ପରେ ସ୍ୱାମୀ ତାଙ୍କୁ ଝିଅ ଜନ୍ମ ହେବାଠାରୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ୨୦୧୮ ପରଠାରୁ ଅସୁରକ୍ଷିତ ମଣି ନିଜ ମାଆ ପାଖରେ ରହୁଛନ୍ତି ନଗମା ବେଗମ । ତେବେ ନିର୍ଯାତନା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ କରିଥିଲେ ନଗମା । ଏପରିକି ସ୍ୱାମୀଙ୍କୁ ଗିରଫ ନେଇ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲେ ମଧ୍ୟ ପୋଲିସ ଗିରଫ କରୁ ନଥିବା ନେଇ ଅଭିଯୋଗ କରିଛନ୍ତି ନଗମା ବେଗମ ।

ଘର ଭିତରେ ଭୟଙ୍କର ବିସ୍ଫୋରଣ, ୬ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେରୁଆଁବାଡ଼ିରେ ଅଘଟଣ । ଘର ଭିତରେ ହେଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଗରୁତର ହୋଇଥିବାବେଳେ ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଗୁରୁତରଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ଦିନ ୧୧ଟାରେ ବେରୁଆଁବାଡିରେ ଘଟିଛି ଅଘଟଣ । ଦଣ୍ଡପାଣି ବେହେରାଙ୍କ ଘରେ ହଠାତ ହୋଇଥିଲା ବିସ୍ଫୋରଣ । ଘରେ ଥିବା ବିସ୍ଫୋରକ ସାମଗ୍ରୀ ହଠାତ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡାକଲକୁ ସ୍ଥାନାନ୍ତର କରାଯାଇଛି । ଘର ମଧ୍ୟରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିଲା ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

କ୍ୟାନସର ପରେ ମିଳିଲା HIVର ଉପଚାର, ଟିକାର ଗୋଟିଏ ଡୋଜରେ ଏଡସ୍ ଖତମ !

ନୂଆଦିଲ୍ଲୀ: କର୍କଟ ରୋଗ ପରେ ଏବେ HIV ଏଡସ୍ ଭଳି ଦୁରାରୋଗର ଚିକିତ୍ସା ମଧ୍ୟ ହେବ ସମ୍ଭବ । ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ । ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି । ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ଆଶା ବଢ଼ାଇ ଦେଇଛି ଯେ HIV ଏଡସ୍ ଭଳି ରୋଗର ଚିକିତ୍ସା ମଧ୍ୟ ଦୂର ନୁହେଁ ।

ବର୍ତ୍ତମାନ ସୁଦ୍ଧା HIV ଏଡସର ଚିକିତ୍ସା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ଓୗଷଧ ଦ୍ୱାରା ଏହି ରୋଗ ବ୍ୟାପିବା ବନ୍ଦ ହୋଇପାରେ । ୨୦୨୦ରେ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୩.୭ କୋଟି ଲୋକ ଏଥିରେ ସଂକ୍ରମିତ ଅଛନ୍ତି । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଦୂଷିତ ରକ୍ତ ସଂକ୍ରମଣ, ସଂକ୍ରମିତ ସିରିଞ୍ଜର ବ୍ୟବହାର ଏବଂ HIV ସଂକ୍ରମିତ ମା’ଠାରୁ ତାଙ୍କ ପିଲା ପର୍ଯ୍ୟନ୍ତ ଏହି ରୋଗ ବ୍ୟାପିଥାଏ ।

କେନ୍ଦ୍ରର ଅଗ୍ନିପଥ ଯୋଜନାକୁ କଡା ବିରୋଧ, ବିହାରରେ ହଙ୍ଗାମା

ପାଟଣା: ସେନାର ଭର୍ତ୍ତି ହେବା ପାଇଁ ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ବିରୋଧ । ସେଥିପାଇଁ ବିହାରର ମୁଜାଫରପୁରରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି ।  ବକ୍ସରରେ ରେଳ ଟ୍ରାକ୍ ଓ ବେଗୁସରାଇରେ ଏନଏଚ୍ ଅବରୋଧ କରିଛନ୍ତି ଯୁବଗୋଷ୍ଠୀ । କେବଳ ବିହାର ନୁହେଁ ରାଜସ୍ଥାନ ଓ ୟୁପିରେ ମଧ୍ୟ ବିରୋଧ ଏହି ଆରମ୍ଭ ହୋଇ ସାରିଲାଣି । ଶକ୍ତି ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ‘ଅଗ୍ନିପଥ’ ଯୋଜନା ଘୋଷଣା କରାଯିବାର ପର ଦିନରେ ହିଁ  ଅନେକ ସ୍ଥାନମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି ।

ସେନା ପକ୍ଷରୁ ୪ବର୍ଷ ପର୍ଯ୍ୟନ୍ତ ଯୁବକ ମାନଙ୍କୁ ଅଗ୍ନିବୀର କରାଯିବା ପାଇଁ ସରକାର ଏହି ନୂଆ ଯୋଜନା ଆରମ୍ଭ କରାଯାଇଛି । ସେଥିପାଇଁ ବିହାରେ ଏହାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ ହୋଇଯାଇଛି । ସେଥିପାଇଁ ଯୁବକ ମାନେ ରାସ୍ତା ଉପରକୁ ଓହ୍ଲାଇ ଆସିଯାଇଛନ୍ତି । କେନ୍ଦ୍ରସରକାର ୧୪ ଜୁନରେ ୩ଟି ଶାଖା: ସ୍ଥଳସେନା, ବାୟୁସେନା, ଜଳସେନାରେ ବହୁ ସଂଖ୍ୟକ ସେନା ଭର୍ତ୍ତି ପାଇଁ ଏହି ଅଗ୍ନିପଥ ଭର୍ତ୍ତି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ପ୍ରତିରକ୍ଷା ବିଭାଗରେ ୪ ବର୍ଷ ପାଇଁ କାମ କରିବାକୁ ପଡିବ । ସରକାର ଏହି ଯୋଜନା ଦ୍ୱାରା ଦରମା ଓ ପେନସନ୍ ବଜେଟ୍ କମ୍ କରିବା ପାଇଁ ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଏହାର ବିରୋଧ ଆରମ୍ଭ ହୋଇସାରିଛି ।

ବିହାରରେ ବିକ୍ଷୋଭକାରୀମାନେ ବକ୍ସର ରେଲୱେ ଟ୍ରାକକୁ ଅବରୋଧ କରିଥିଲେ, ଏହାପରେ ମୁଜାଫରପୁରର ମାଡିପୁରରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ। ଏହା ବ୍ୟତୀତ, ଆରାରେ ମଧ୍ୟ ବହୁତ ନିଆଁ ଜଳିଛି | ପୋଲିସ୍ ଏବଂ GRP ମଧ୍ୟ ବିକ୍ଷୋଭକାରୀଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଯୋଜନା ପ୍ରତ୍ୟାହାର ଦାବିରେ ସେମାନେ ଜିଦ୍ ଧରିଛନ୍ତି। ଏଠାରେ ବହୁ ସଂଖ୍ୟାରେ ଯୁବକ ୟୁପିର ଆମ୍ବେଦକର ନାଗର ଜିଲ୍ଲାରେ ମଧ୍ୟ ଏହି ଯୋଜନାକୁ ବିରୋଧ କରିଥିଲେ। ରାଜସ୍ଥାନର ଜୟପୁରରେ ମଧ୍ୟ ଯୁବକମାନେ ରାସ୍ତାକୁ ଯାଇ ଏହି ଯୋଜନା ବନ୍ଦ କରିବାକୁ ଦାବି ମଧ୍ୟ କରିଛନ୍ତି ।

ଗାଇଡଲାଇନରେ ହେବ କୁକୁରଙ୍କ ଚିକିତ୍ସା, ଟ୍ରିଟମେଣ୍ଟରେ ହେବନି ଅବହେଳା

ଭୁବନେଶ୍ୱର: ABC ବା ଆନିମଲ ବାର୍ଥ କଣ୍ଟ୍ରୋଲରେ ପାଳନ ହେଉନି ଗାଇଡଲାଇନ । ସ୍ୱତନ୍ତ୍ର ଗାଇଡଲାଇନ ଅନୁସାରେ ହେବ କୁକୁରଙ୍କ ଚିକିତ୍ସା । କ୍ୟାମେରା ଲାଗିଛି ଆହୁରି କ୍ୟାମେରା ଲାଗିବ । ଟ୍ରିଟମେଣ୍ଟରେ ଅବହେଳା ହେବନି । ଚିକିତ୍ସାଙ୍କ ପାଇଁ ବରିଷ୍ଠ ଓ ଜୁନିଅର ଡାକ୍ତର ରହିବେ । ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ । ସେହିପରି କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଏମସି ଘରୋଇ ସଂସ୍ଥା ପାଇକି ସେଣ୍ଟିନେଲକୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ସପ୍ତାହେ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡ଼ିଲେ ସଂସ୍ଥାକୁ କରାଯିବ ବ୍ଲାକ୍ ଲିଷ୍ଟ ।

ABCରେ ପ୍ରୟୋଗ ହେଉଥିବା ପ୍ରଣାଳୀକୁ ନେଇ ABC କେନ୍ଦ୍ରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ସଞ୍ଜୟ ସିଂହ ପହଞ୍ଚି ତଦାରଖ କରିଛନ୍ତି । ମତ୍ସ୍ୟ ଓ ପଶୁପାଳନ ନିର୍ଦ୍ଦେଶକ ମଧ୍ୟ ABCରେ ଯାଞ୍ଚ କରିଥିଲେ । ରାଜ୍ୟ ସରକାର ମଧ୍ୟ ଗୁରୁତର ଭାବେ ନେଇଛନ୍ତି । ଦାୟିତ୍ବରେ ଥିବା ସବଡିଭିଜନାଲ ଭେଟେନାରୀ ଅଫିସର ମନୋଜ ପଟ୍ଟନାୟକଙ୍କୁ କଟକ ବଦଳି କରାଯାଇଛି । ସଂସ୍ଥା ଡାକ୍ତର ସରୋଜ ପ୍ରଧାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।

ବିଳାସପୁର ହସ୍ପିଟାଲରେ ପହଞ୍ଚିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ରାହୁଲର ସ୍ୱାସ୍ଥ୍ୟବସ୍ଥାର କଲେ ସମୀକ୍ଷା

ବିଳାସପୁର: ଆପୋଲୋ ହସ୍ପିଟାଲରେ ରାହୁଲ ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଡାକ୍ତରୀ ଟିମ୍ ସହିତ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାହୁଲଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲଙ୍କ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି ଭୂପେଶ ବାଘେଲ । ରାହୁଲଙ୍କ ପରିବାର ଲୋକଙ୍କ ସହ ସଂପର୍କୀୟ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି ।

ତେବେ ରାହୁଲ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା, ରାହୁଲର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି, ପୂର୍ବାପେକ୍ଷା ଭଲ ଅଛି । କିନ୍ତୁ ଶରୀରରେ ଇନଫେକ୍ସନ ହୋଇଛି । ଦିଲ୍ଲୀ ଇନ୍ଦ୍ରପ୍ରସ୍ତ ଆପୋଲୋ ହସ୍ପିଟାଲ ସହ ସହ ଆଲୋଚନା ଚାଲିଛି । ଆହୁରି କିଛି ଯାଞ୍ଚ ରିପୋର୍ଟ ଆସିବା ବାକି ରହିଛି । ପାଣିରେ ରହିବା ପରେ ରାହୁଲର ରକ୍ତ ମଧ୍ୟ ସଂକ୍ରମିତ ହୋଇଛି । ୨ରୁ ୩ ଦିନ ମଧ୍ୟରେ ରାହୁଲର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସଠିକ ତଥ୍ୟ ଦେଇ ହେବ ବୋଲି ଡାକ୍ତର କହିଛନ୍ତି । ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ସେପଟେ ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ । ରାହୁଲକୁ ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବୋରଓ୍ୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ ନୀରଜ, ରଜତ ପଦକ ଜିତିବାରେ ହେଲେ ସଫଳ

ନୂଆଦିଲ୍ଲୀ: ସୁନା ପୁଅଙ୍କ ନୂଆ ରେକର୍ଡ । ଅଲମ୍ପିକ୍ସ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପୁଣି ଏକ ନୂଆ ରାଷ୍ଟ୍ରୀୟ ରେକର୍ଡ ହାସଲ କରିଛନ୍ତି । ଫିନଲ୍ୟାଣ୍ଡର ପାଭୋ ନୁରର୍ମୀ ଗସ୍ତରେ ନୀରଜ ରଜତ ପଦକ ଜିତିବାରେ ସଫଳ ହୋଇଛନ୍ତି ।

ନୀରଜ ପାଭୋ ନୁରର୍ମୀରେ ୮୯.୩୦ ମିଟର ଥ୍ରୋ ଫୋପାଡି ଜିତିଛନ୍ତି ରଜତ ପଦକ । ସେ ଗତବର୍ଷ ମାର୍ଚ୍ଚରେ ପଟିୟାଲାରେ କରିଥିବା ୮୮.୭ ମିଟର ଥ୍ରୋର ରାଷ୍ଟ୍ରୀୟ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । ପାଭୋ ନୁରମୀର ପ୍ରତିଯୋଗିତା ଗୁଡିକ ଫିନଲ୍ୟାଣ୍ଡର ଏକ ଟପ୍ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟ ଭାବରେ ପରିଗଣିତ ହୋଇଥାଏ | ଯାହା ୧୯୫୭ ମସିହା ପରଠାରୁ ପ୍ରତିବର୍ଷ ଆୟୋଜିତ ହୋଇଥାଏ | ପ୍ରତିଯୋଗିତା ସମୟରେ ନୀରଜ ଚୋପ୍ରା ଅଲିଭର ହେଲେଣ୍ଡରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି | ସେପଟେ ଅଲିଭର୍ ହେଲାଣ୍ଡର୍ ୮୯.୯୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |

 

ନୀରଜ ଚୋପ୍ରା ପ୍ରାୟ ୧୦ମାସ ପରେ ପାଭୋ ନୁରମୀ ଗେମ୍ସର ପ୍ରଥମ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି | ସେ ପ୍ରାୟ ୯୦ମିଟର ମାର୍କ ଛୁଇଁବାରେ ସଫଳ ହୋଇଛନ୍ତି, ଯାହାକି ଜାଭେଲିନ୍ ଥ୍ରୋ ଦୁନିଆରେ ଏକ ସ୍ୱର୍ଣ୍ଣ ପଦକ ଭାବରେ ପରିଗଣିତ ହୋଇଥାଏ ।|ଏପଟେ ଗ୍ରେନାଡାର ବିଶ୍ୱ ଚାମ୍ପିୟନ୍ ଆଣ୍ଡରସନ୍ ପିଟର୍ସ ୮୬.୬୦ ମିଟର ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି|

 

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ମହିଳା ବିଶ୍ୱକପ୍

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ବିଶ୍ୱକପ୍ ମ୍ୟାଚ । କଳିଙ୍ଗରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ମ୍ୟାଚ । ଭାରତର ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ । ଆସନ୍ତା ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । କଳିଙ୍ଗରେ ଖେଳ ହେବାକୁ ନେଇ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଫିଫା ୧୪ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ୍ଦ ଯୋଡ଼ିଛି । ଓଡ଼ିଶା ପ୍ରମୁଖ ଘରୋଇ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଯଥା ଆଇଏସଏଲ, ଆଇ-ଲିଗ୍, ଇଣ୍ଡିଆନ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍ସ ଲିଗ୍ ଆଦି ଆୟୋଜନ କରିଛି । ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ । ଏହି ମ୍ୟାଚଗୁଡ଼ିକ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବ । ଏହି ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ ଅକ୍ଟୋବର ୨୧ ଓ ୨୨ରେ ଓ ସେମିଫାଇନାଲ ମ୍ୟାଚ ଅକ୍ଟୋବର ୨୬ରେ ଖେଳାଯିବ ।

ପାକିସ୍ତାନରେ ୧୨-୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ, ଜାଣନ୍ତୁ କ’ଣ ରହିଛି କାରଣ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଏବେ ପୁଣି ପାକସ୍ତାନରେ ଦେଖିବାକୁ ମିଳିଛି ବିଜୁଳି ସଙ୍କଟ । ଏବେ ଅନ୍ଧାର ଘେରରେ ରହୁଛି ପାକିସ୍ତାନର ଅନେକ ଅଞ୍ଚଳ । ଗୋଟିଏ କି ଦୁଇ ଘଣ୍ଟା ନୁହେଁ ୧୨-୧୨ଘଣ୍ଟା ଲେଖାଏଁ କାଟ ହେଉଛି ବିଜୁଳି । ଏପରି ବିଦ୍ୟୁତ ଅଭାବ ଦେଖାଯାଉଥିବାରୁ ଶ୍ରୀଲଙ୍କା ପରି ଅବସ୍ଥା ହେବାର ଆଶଙ୍କା ମଧ୍ୟ କରାଯାଉଛି ।

ପ୍ରାୟ ଏକ ଦଶନ୍ଧି ପୂର୍ବରୁ ପାକିସ୍ଥାନରେ ବିଦ୍ୟୁତ ଶକ୍ତିକୁ ନେଇ ଏକ ନୂଆ ଦୀର୍ଘସ୍ଥାୟୀ ପଲିସି ଆରମ୍ଭ କରିଥିଲା । ନୂଆ ପଲିସି ଅନୁଯାୟୀ  ଇଟାଲୀ ଓ କତାରର କିଛି କମ୍ପାନୀ ମାନଙ୍କୁ ଏଲପିଜି ଯୋଗାଣ ପାଇଁ ଦୀର୍ଘକାଳୀନ ଚୁକ୍ତିନାମା କରାଯାଇଥିଲା | ଏବେ ଏହି କମ୍ପାନୀଗୁଡିକ ପାକିସ୍ତାନକୁ ଦେବାକୁ ଥିବା ଏଲପିଜିକୁ ଅନ୍ୟତ୍ର ବିକି ଅଧିକ ଲାଭ କରୁଛନ୍ତି ।

ବର୍ତ୍ତମାନ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଏହାର ପ୍ରଭାବ ପଡୁଛି । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ୟୁରୋପ ରୁଷରୁ ଗ୍ୟାସ କ୍ରୟକୁ କ୍ରମାଗତ ଭାବେ ହ୍ରାସ କରିଛି | ଏହି କାରଣରୁ ଏଲପିଜିର ଗ୍ଲୋବାଲ ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଛି । ଏହି କାରଣରୁ ସମସ୍ତ ପଡୋଶୀ ଦେଶକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥିପାଇଁ ପାକିସ୍ଥାନର ବିଭିନ୍ନ ସହରରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ୧୨-୧୨ ଘଣ୍ଟା ଧରି ବିଦ୍ୟୁତ କାଟ କାରାଯାଉଛି ।

 

ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ ହେବ ସର୍ଭିକାଲ କ୍ୟାନସର ପାଇଁ ସ୍ବଦେଶୀ ଟିକା

ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନସରର ଉପଚାର ପାଇଁ ଦେଶରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ଟିକା । ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ -ଏସଆଇଆଇ ଭାରତର ପ୍ରଥମ ଟିକା ବିକଶିତ କରିଛି । କ୍ବାଡ୍ରିଭାଲେଁଣ୍ଟ ହ୍ୟୁମାନ ପାପିଲୋମା ଭାଇରସ୍ ନାମକ ଏହି ଟିକା ଉପରେ ସବଜେକ୍ଟ ଏକ୍ସପର୍ଟ କମିଟି ଆଲୋଚନା କରିବ । ମାର୍କେଟ ଅଥୋରାଇଜେସନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆରେ ଆବେଦନ କରାଯାଇଛି ।

ସବୁ ବୟସବର୍ଗ ପାଇଁ ଏହି ଟିକା ଫଳପ୍ରଦ ହେବ ବୋଲି ଆବଦେନରେ ଦର୍ଶାଯାଇଛି । ଅନୁମତି ମିଳିଲେ ଏହି ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ । ଏହି ଟିକା ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ପ୍ରଥମ ସର୍ଭିକାଲ କ୍ୟାନସର ଟିକା । ବାୟୋ ଟେକ୍ନୋଲୋଜି ବିଭାଗର ସହାୟତାରେ ଦୁଇ ତିନି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଟିକା ପାଇଁ ବଜାର ଅନୁମତି ଲୋଡିଛି ସେରମ । ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ମହିଳା ସର୍ଭିକାଲ କ୍ୟାନସରରେ ପୀଡିତ ହୁଅନ୍ତି ।