spot_img
Home Blog Page 4146

୪ ଫୁଟ ଦୂରରେ ରାହୁଲ, ଆଜି ହେବ ଉଦ୍ଧାର

ଚମ୍ପା: ଆଉ ୪ ଫୁଟ ଦୂରରେ ରହିଛି ରାହୁଲ । ଚାଲିଛି ନନଷ୍ଟପ ଅପରେସନ । ତିନିଦିନ ହେବ ୮୦ ଫୁଟ ଗାତରେ ଖସି ପଡ଼ିଥିବା ରାହୁଲ ସାହୁଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ସମସ୍ତ ପ୍ରକାର ପକ୍ରିୟା  । ମିଳିଥିବା ସଦ୍ୟ ସୂଚନା ମୁତାବକ ଆଉ ୪ ଘଣ୍ଟା ଭିତରେ ରାହୁଲକୁ ଉଦ୍ଧାର କରିବାରେ ସଫଳ ହେବ NDRF ଏବଂ SDRF  ।   ଛତିଶଗଡ଼ ଜାଞ୍ଜାଗୀର ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଏହି ସୂଚନା ପ୍ରଦାନ କରିଛନ୍ତି । ରାହୁଲ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସୁସ୍ଥ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଆଜି ହିଁ ସଫଳ ହେବ ବୋଲି ସୂଚନା ମିଳିଛି  ।

ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ରାହୁଲ ଜନ୍ମରୁ ମୁକ ବଧୀର ଅଟେ  । ନା କିଛି କହିପାରେ ନା କିଛି ଶୁଣିପାରେ  । ରାହୁଲ ଘର ପାଖରେ ଥିବା ଏକ ବୋରୱେଲରେ ତିନିଦିନ ତଳେ ଦଗଳି ପଡ଼ିଥିଲା  । ସବୁଠାରୁ ବଡ଼ କଥା ହେଉଛି  ୮୦ ଫୁଟ ବୋରଓ୍ବେଲରେ ଫସିଥିବା ରାହୁଲ ତିନିଦିନ ପରେ ମଧ୍ୟ ସୁସ୍ଥ ଅଛି । ସେ କଦଳି ଓ ଜୁସ ପିଉଛି  । ଉପରୁ ବୋରୱେଲ ଭିତରକୁ ଅମ୍ଲଜାନ ଦିଆଯାଉଛି  । ରାହୁଲ ହାତ ଓ ଗୋଡ଼ ହଲାଉଛି ଏବଂ ରେସପନ୍ସ ମଧ୍ୟ କରୁଛି ବୋଲି କହିଛି ଉଦ୍ଧାରକାରୀ ଟିମ୍ ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଡ ଗ୍ରାମରେ 80 ଫୁଟ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬୦ ଫୁଟରୁ ଅଧିକ ଗାତ ଖୋଳା ସରିଲାଣି । ଗତ ଶୁକ୍ରବାର ଅପରାହ୍ଣ 3ଟାରୁ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ନିୟୋଜିତ ହୋଇଛନ୍ତି ଓଡ଼ିଶାର ଏକ ସ୍ୱତନ୍ତ୍ର ଟିମ  । ଏହା ସହିତ ୨ଟି ଏନଡିଆରଏଫ ଟିମ ଓ ଏସଡିଆରଏଫ ଟିମ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ମୁତୟନ ରହିଛନ୍ତି । ରାହୁଲର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏକ ଡାକ୍ତରୀ ଟିମ୍ ।।

ଦୁଇ ବର୍ଷ ପରେ ହେବ ଐତିହାସିକ କଟକ ବାଲିଯାତ୍ରା

କଟକ: ଚଳିତ ବର୍ଷ ହେବ କଟକ ବାଲିଯାତ୍ରା  ।  ବାଲିଯାତ୍ରାକୁ ଜାତୀୟ ସ୍ତରର ମେଳାର ରୂପ ଦେବାନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁ ବିଭାଗ କୁ ଏବେଠୁ ପ୍ରସ୍ତୁତି ରହିବା ଏବଂ କାର୍ଯ୍ୟ ଆରମ୍ଭ କରିବାକୁ କଟକ ଜିଲ୍ଲାପାଳ ଦେଇଛନ୍ତି  ପରାମର୍ଶ  ।

କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ ରହିଥିଲା ଐତିହାସିକ ବାଲିଯାତ୍ରା । ଭିଡ ଏବଂ ଗହଳି କାରଣରୁ କୋଭିଡର ସଂକ୍ରମଣ ବଢିବା ନେଇ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା  । ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ ଲାଗିଥିଲା ବ୍ରେକ୍  ।

ଚଳିତ ବର୍ଷ ବାଲିଯାତ୍ରା ହେବାନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ  । ତେବେ କଟକ ବାଲିଯାତ୍ରାକୁ ନେଇ ଏବେ ଆରମ୍ଭ ହେଲାଣି ସମସ୍ତ ପ୍ରକାର ପ୍ରସ୍ତୁତି  । ଲକ୍ଷାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ସୁରୁଖୁରରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ  ।

ସୁକନ୍ୟା ସମୃଦ୍ଧି ଯୋଜନାରୁ କେମିତି ଉଠାଇ ପାରିବେ ଟଙ୍କା  ଜାଣନ୍ତୁ ଏ ସମ୍ପର୍କରେ

ନନ୍ଦିଘୋଷ ବ୍ୟୁରୋ: ସୁକନ୍ୟା ସମୃଦ୍ଧି ଯୋଜନାରେ ଲାଗୁ ହୋଇଛି ନୂଆ ନିୟମ । ସଠିକ ସମୟରେ ଉଠାଇ ପାରିବେ ଜମା ଟଙ୍କା । ଝିଅ ବାହାଘର ହେଉ ବା ଉଚ୍ଚଶିକ୍ଷା ପାଇଁ,  ଉଠାଇ ପାରିବେ ଏହି ଜମା ଅର୍ଥ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ  ଏହି ଯୋଜନାରେ ସୁଧ ୭.୬ ପ୍ରତିଶତ ହାରରେ ଉପଲବ୍ଧ ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ ଟଙ୍କା ।

ଏହା ଏକ ପ୍ରକାର ଟଙ୍କା ସଞ୍ଚୟ ଯୋଜନା । ଭାରତ ସରକାରଙ୍କ ତରଫରୁ ବାଳିକା ମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ସୁକନ୍ୟା ସମୃଦ୍ଧି ଯୋଜନା ବୋଲି କୁହାଯାଏ ।ଯେଉଁଥିରେ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ । ମୁଖ୍ୟତଃ ଏଥିରେ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥାଏ  ।  ପରେ ୬ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା ନକଲେ ମଧ୍ୟ ଆକାଉଣ୍ଟ ଆକ୍ଟିଭ ରହିଥାଏ  । ଏଥିରେ ଆପଣଙ୍କୁ ବର୍ଷକୁ ଦେଢ ଲକ୍ଷ ଟଙ୍କା ଯାଏଁ ଜମା କରିବାର ସୁବିଧା ରହିଛି । ଏହି ସ୍କିମରେ ଶତକଡ଼ା ୭.୬ ପ୍ରତିଶତରେ  ସୁଧହାର ମିଳିଥାଏ । ଅନେକ ଲୋକ ଏହି ସ୍କିମରେ ଯୋଡ଼ି ହେବା ସହ, ଝିଅ ମାନଙ୍କ  ଜରୁରୀ ସମୟରେ ଏହାର ସୁବିଧା ଉଠାଇ ପାରୁଛନ୍ତି ।

ଜାଣନ୍ତୁ କେମିତି ଉଠାଇ ପାରିବେ ଟଙ୍କା:

ସୁନକ୍ୟା ସମୃଦ୍ଧି ଯୋଜନାରେ ଆପଣ ସେତେବେଳେ ଟଙ୍କା ଉଠାଇ ପାରିବେ ଯେତେବେଳେ ଆପଣଙ୍କ ଝିଅର ବୟସ ୧୮ବର୍ଷ ହୋଇଯାଇଥିବ । ଏହି ସମୟରେ ଆପଣ ଝିଅ ବାହାଘର ପାଇଁ ଏକା ସମୟରେ ୫୦ ପ୍ରତିଶତ ସୁଧହାର ହିସାବରେ ଟଙ୍କା ଉଠାଇ ପାରିବେ । ବାହାଘରର ପୂର୍ବ ପ୍ରଥମ ମାସରୁ ଏବଂ ୩ମାସ ପରେ ମଧ୍ୟ ଉଠାଇ ପାରିବେ ଟଙ୍କା । ୨୧ ବର୍ଷ ବୟସ ପରେ ଆପଣଙ୍କୁ ଜମା ଟଙ୍କାର ପୂରା ରାଶି ମିଳିଥାଏ ।

ଉଚ୍ଚଶିକ୍ଷା ମିଳିବ ସୁବିଧା

ଆହୁରି ମଧ୍ୟ ଝିଅମାନଙ୍କ ଉଚ୍ଚଶିକ୍ଷା ପାଇଁ ଦଶମ ପରେ ଜମାଟଙ୍କାରୁ ୫୦ ପ୍ରତିଶତ ଟଙ୍କା ଉଠାଇ ଉପଯୋଗ କରିପାରିବେ । ଏ ସୁବିଧା କେବଳ ୧୮ ବର୍ଷ ବୟସ ପରେ ହିଁ ଏହାର ଲାଭ ଉଠାଇ ପାରିବେ । ଟଙ୍କା କିସ୍ତି ଅନୁସାରେ ବା ଏକାଥରକେ ଉଠାଇପାରିବେ । କିନ୍ତୁ ବର୍ଷକୁ ଥରେ ହିଁ ଏବଂ ୫ ବର୍ଷ ପର୍ଯ୍ୟନ୍ତ କିସ୍ତିରେ ପଇସା ଉଠାଇପାରିବେ । ଯଦି ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରି ରଖିଥାନ୍ତି ତେବେ ମ୍ୟାଚୁରିଟ୍ ପିରିୟଡ୍ ବା ପରିପକ୍ବ ଅବଧି ପୂବର୍ରୁ ଏଥିରୁ ପଇସା ଉଠାବାର ସୁବିଧା ରହିଛି । ଟଙ୍କା ଉଠାଇବା ପାଇଁ ଝିଅର ପରିଚୟ ପତ୍ର ସହିତ ସମସ୍ତ ପ୍ରକାର ଶିକ୍ଷାଗତ ପ୍ରମାଣ ପତ୍ର ଦେବାକୁ ପଡିଥାଏ ।

ବିଭାଗର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଆହୁରି ସୁଦୃଢ଼ ହେବ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା । ଯାହା ଆବଶ୍ୟକ, ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଏସଆରସି ପ୍ରଦୀପ ଜେନାଙ୍କ ସହ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସି ଅଫିସର ଏମର୍ଜେନ୍‌ସି ଅପରେସନ୍ ସେଣ୍ଟର ପରିଦର୍ଶନ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

OSDMA ଓ SRC ଅଫିସ ସମନ୍ୱୟ ରକ୍ଷା କରି କିପରି ବିପର୍ଯ୍ୟୟ ପରିଚାଳନା କରୁଛନ୍ତି, ସେସଂପର୍କରେ ଜଣାଇଛନ୍ତି ଏସଆରସି । ରାଜ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ପାଇଲଟ୍ ପ୍ରୋଜେକ୍ଟ ଭାବେ କଟକ ଓ ଭୁବନେଶ୍ୱର ସହରକୁ ନିଆଯାଇଛି । ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ କମ କରିବା ପାଇଁ କାମ ହେବ। ଏବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ଜାନୁଆରୀରୁ ହିଁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଥିଲା ।

ଆଗାମୀ ମୌସୁମୀ ପାଇଁ ପୌର ସଂସ୍ଥାଙ୍କୁ ଚିଠି କରି ପ୍ରସ୍ତୁତ ରହିବାକୁ କୁହାଯାଇଛି। ବନ୍ୟା ଓ ବାତ୍ୟା ପାଇଁ ଜିଲ୍ଲାପାଳଙ୍କୁ ସବୁ ବିଭାଗ ସହ ବୈଠକ କରି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସଜାଗ ରହିବେ । ଅଗ୍ନିଶମ ବିଭାଗ, ODRAF ଓ NDRF, ସମସ୍ତେ ସଜାଗ ରହିଥିବା ଏସଆରସି କହିଛନ୍ତି । ମୌସୁମୀ ଯେ କୌଣସି ସମୟରେ ଛୁଇଁବ ବୋଲି ଆଶା କରାଯାଉଛି ।

ଜାଣନ୍ତୁ କ’ଣ ରହୁଛି ହ୍ବାଟସଆପରେ ନୂଆ ଫିଚର

ନୂଆଦିଲ୍ଲୀ:  ହ୍ବାଟସଆପ ୟୁଜରଙ୍କ ପାଇଁ ଖୁସି ଖବର । ଏବେ ଖୁବ୍ ଶୀଘ୍ର  ହ୍ବାଟସଆପରେ ଉପଲବ୍ଧ ହେବ ନୂଆ ଫିଚର । ୟୁଜର ମାନଙ୍କୁ ମିଳିବ ମିଡ୍ କଲ ଆଲର୍ଟ । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ପ୍ରୟୋଜନୀୟ ହେବ । IOSରେ ଉପଲବ୍ଧ କରାଯିବ ଏହି ନୂଆ ଫିଚର । ପରେ ବାକି ୟୁଜରଙ୍କ ପାଇଁ ମଧ୍ୟ ଏହା ଉପଲବ୍ଧ ହେବ ଏହି ସୁବିଧା ।

ହ୍ବାଟସଆପ ଏବେ ଏକ ନୂଆ ଫିଚର ଉପରେ କାମ କରୁଛି । ଯାହା ୟୁଜରଙ୍କର ମିସ୍ଡ କଲ୍ ବିଷୟରେ ଆଲର୍ଟ କରେଇବାର କାମ କରିବ । ଯଦି ଏହା ଠିକ୍ ରୂପରେ ୟୁଜରଙ୍କର ସହାୟକ ହୋଇ ପାରିଲା, ତେବେ ଏହା ସବୁ ହ୍ବାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ସୁବିଧାଜନକ ଫିଚର ଭାବେ କାମ କରିବ ।

ଆପଣମାନଙ୍କୁ ଜଣାଇ ଦିଆଯାଉଛି କି, ମିସ୍ଡ କଲ୍ ଆଲଟର୍ ଫିଚର କେବଳ ସେତେବେଳେ କାମ କରିବ, ଯେତେବେଳ ୟୁଜର ମୋବାଇଲରେ ଡୁନଟ୍ ଡିଷ୍ଟରବ୍ ଫିଚରକୁ ଆକ୍ଟିଭେଟ୍ କରିଥିବ । ହ୍ବାଟସଆପର ଏହି ନୂଆ ଫିଚରକୁ ଓ୍ବାବେଟାଇନଫୋରେ ଆରମ୍ଭ କରାଯାଇଛି । ଯେଉଁଠି ହ୍ବାଟସଆପ୍ ତରଫରୁ ଏହାକୁ ରୋଲଆଉଟ୍ କରାଯାଉଛି । ଯଦ୍ବାରା ୟୁଜର ଜାଣିପାରିବେ କିଏ ତାଙ୍କୁ ମିସ୍ଡ କଲ୍ କରିଛି ।

ଓ୍ବାବେଟାଇନଫୋ ରିପୋର୍ଟ ଅନୁସାରେ, ଯେତେବେଳେ ଆପଣ ହ୍ବାଟସଆପ୍ କଲ୍ ରିସିଭ୍ କରୁଛନ୍ତି ଏବଂ ଆପଣଙ୍କ ନୋଟିଫିକେଶନ୍ ମୋଡ୍ ବନ୍ଦ ରଖିଛନ୍ତି, ସେତେବେଳେ ଆପଣଙ୍କୁ ଏକ ନୂଆ ଲେବଲ ଆଲର୍ଟ ମେସେଜ ମିଳିବ ଯାହା କଲ୍ ହିଷ୍ଟିର ଡାହାଣ ପାଶ୍ବରେ ଦେଖିବାକୁ ମିଳିବ । ଏ ସମସ୍ତ ଜିନିଷ ଆପଣଙ୍କ ଲୋକାଲ ଡାଟା ବେସରେ ଷ୍ଟୋର ହୋଇକି ରହିବ ।

ପ୍ରବାସୀ ପ୍ରଦର୍ଶନକାରୀଙ୍କୁ ପାନେ, ଦେଶରୁ ବିଦା କରିବ କୁଏତ

କୁଏତ: ସାବାଡ ହେବେ ପ୍ରଦର୍ଶନକାରୀ  । ପ୍ରବାସୀ ପ୍ରଦର୍ଶନକାରୀ ଗିରଫ ପରେ ଦେଶରୁ ବିଦା ହେବେ । କିଛି ଦିନ ଧରି ଦେଶରେ ବ୍ୟାପିଥିବା ନୂପୁର ନିଆଁ କ୍ରମଶଃ ଆରବ ଦେଶକୁ ବ୍ୟାପିଛି  । ଏଣୁ ପ୍ରଦର୍ଶନକାରୀଙ୍କ ବିରୋଧରେ କଡା ନିଷ୍ପତ୍ତି ନେଇଛି କୁଏତ  । ବିରୋଧ ପ୍ରଦର୍ଶନ କରି ଦେଶରେ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି ବିକ୍ଷୋଭକାରୀ  । ଯାହା ବିରୁଦ୍ଧରେ କୁଏତ କାର୍ଯ୍ୟାନୁଷ୍ଠାନ ନେବ  ।

 

ଆରବ ଟାଇମ୍ସର ରିପୋର୍ଟ ମୁତାବକ ବହୁସଂଖ୍ୟାରେ ଭାରତୀୟ ଓ ପାକିସ୍ତାନୀ କୁଏତରେ କାମ କରୁଛନ୍ତି  । ପ୍ରବାସୀ କୁଏତରେ ପ୍ରଦର୍ଶନ କରିବା ସମ୍ପୂର୍ଣ୍ଣ ବେଆଇନ  । ଏଣୁ ସେମାନଙ୍କୁ ଗିରଫ କରାଯାଇ ନିର୍ବାସନ କେନ୍ଦ୍ରକୁ ପଠାଯିବ  । ସେଠାରେ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବ କୁଏତ  । ଏପରିକି ଏହି ବିକ୍ଷୋଭକାରୀ ପ୍ରବାସୀ କେବେ କୁଏତ ଫେରିପାରିବେ ନାହିଁ  ।

 

କେଉଁ ଦେଶର ନାଗରିକ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ  । ୪୦ ରୁ ଅଧିକ ବିକ୍ଷୋଭକାରୀ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଏକ ଭିଡିଓରେ ସ୍ପଷ୍ଟ ହୋଇଛି  । ସେମାନେ ଭାରତୀୟ, ପାକିସ୍ତାନୀ କିମ୍ବା ବାଂଲାଦେଶୀ ହୋଇଥିବା ଅନୁମାନ କରାଯାଉଛି  । କୁଏତରେ ରହିବାକୁ ହେଲେ ଆଇନ ବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି  ।

 

ଭବିଷ୍ୟତରେ ଯେପରି କୌଣସି ପ୍ରବାସୀ ଏପରି ଗତିବିଧିରେ ସାମିଲ ନ ହୁଅନ୍ତି କୁଏତ ସେଥିପାଇଁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି  । କୁଏତ ନିଜ ନାଗରିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯେଉଁମାନେ ଏଥିରେ ସାମିଲ ଅଛନ୍ତି  । ଏହା ପୂର୍ବରୁ ନୂପୁର ଶର୍ମାଙ୍କ ବୟାନକୁ ବିଭିନ୍ନ ଆରବ ଦେଶ ସହିତ କୁଏତ ମଧ୍ୟ ବିରୋଧ କରିଥିଲା  । ଭାରତୀୟ ଦୂତାବାସକୁ ରିପୋର୍ଟ ତଲବ କରିଥିଲା କୁଏତ  । ଯାହାର ଜବାବ ରଖିଥିଲା ଭାରତ  । ବିଜେପିର  ନିଲମ୍ବିତ ପ୍ରବକ୍ତାଙ୍କ ବୟାନ ଭାରତ ସରକାରଙ୍କ ନିଷ୍ପତ୍ତି ନୁହେଁ  । ବରଂ ଭାରତ କୁଏତ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଏହାର ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହିଥିଲା ଭାରତ  ।

 

ବିଶ୍ବର ସମସ୍ତ ଆରବ ଦେଶ ମଧ୍ୟରୁ ଭାରତ ସହ କୁଏତର ସମ୍ପର୍କ ଅତି ନିବିଡ ରହିଛି  । କୁଏତ ରାଜ ପରିବାର ସହ ଭାରତର ଘନିଷ୍ଠତା ବହୁ ପୁରୁଣା  । କୋରୋନା କାଳରେ କୁଏତ ଭାରତକୁ ବହୁଳ ପରିମାଣରେ ମେଡିକାଲ ଅକ୍ସିଜେନ ଯୋଗାଇଥିଲା  ।

 

 

ଇଣ୍ଟିମେଟ ସିନ୍ କରିବେନି ନୈନତାରା !

ବିବାହ ପରେ ନୂଆ ନିଷ୍ପତ୍ତି ନେଲେ ନୈନତାରା  । ବିବାହ ପରେ ସେ ନିର୍ଦ୍ଦେଶକ ସ୍ବାମୀଙ୍କ ସହ କ୍ବାଲିଟି ଟାଇମ ବିତାଇବେ । ବିବାହ ପରର ବ୍ରେକରୁ ଫେରି କିଙ୍ଗଖାନ ଶାହରୁଖଙ୍କ ସହ ଜବାନର ସୁଟିଂ ଆରମ୍ଭ କରିବେ  । କିନ୍ତୁ ସେ ନେଇଛନ୍ତି କିଛି ନୂଆ ନିଷ୍ପତ୍ତି  । ହେଲେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ଏହି ସାଉଥ ସୁନ୍ଦରୀ  ।

 

ଶୁଣିବାକୁ ମିଳୁଛି ଏଣିକି ଇଣ୍ଟିମେଟ ସିନ କରିବେନି ନୈନତାରା  । ଫିଲ୍ମର କୌଣସି ସିନରେ ଅଭିନେତାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତ ସୁଟ୍‌ ନ କରିବାକୁ ସେ ଚେଷ୍ଟା କରିବେ  । ସ୍କ୍ରିନରେ ଯେତେ ସମ୍ଭବ ସେ ଏଭଳି ସିନ ଠୁ ଦୂରରେ ରହିବେ  । ତାଙ୍କ ଆଗାମୀ ପ୍ରୋଜେକ୍ଟ ଜବାନରେ ଶାହରୁଖଙ୍କ ସହ ସେ ନଜର ଆସିବେ  । ଯଦିଓ କିଙ୍ଗଖାନ ରିଲରେ ରୋମାନ୍ସ କରିବାକୁ ପସନ୍ଦ କରନ୍ତି ନାହିଁ ନୈନତାରାଙ୍କୁ ମଧ୍ୟ ନୋ ଇଣ୍ଟିମାସୀ କ୍ଲଜ ପାଇଁ ବେଶୀ କଷ୍ଟ କରିବାକୁ ପଡିବ ନାହିଁ  ।

 

ଗତ ଜୁନ ୯ରେ ନିଜ ମନର ମଣିଷକୁ ଜୀବନସାଥୀ କରିଥିଲେ ନୈନତାରା  । ବିବାହ ପରେ ତିରୁପତି ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ ନବଦମ୍ପତି  । ମନ୍ଦିର ଭିତରେ ଜୋତା ପିନ୍ଧି ଟ୍ରୋଲ ହୋଇଥିଲେ ନୈନତାରା  । ଏହି ଘଟଣା ପରେ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଥିଲେ ନବଦମ୍ପତି  ।

 

ଦେଶରେ ଉପରମୁହାଁ ସଂକ୍ରମଣ, ସପ୍ତାହକ ମଧ୍ୟରେ ଟପିଛି ୫୦ହଜାର 

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଦୈନିକ କରୋନା ସଂକ୍ରମଣ ମାମଲା । ଲଗାତର ତୃତୀୟ ଦିନ ଧରି ଦୈନିକ ସଂକ୍ରମଣ ମାମଲା ୮ ହଜାର ଟପିଛି  । ଗତ ୨୪ ଘଣ୍ଟାରେ ରିପୋର୍ଟ ହୋଇଛି ୮ ହଜାର ୮୪ଟି ନୂଆ ମାମଲା  । ନୂଆ ମାମଲା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୨ ଲକ୍ଷ ୩୦ ହଜାର ୧୦୧କୁ ବୃଦ୍ଧି ପାଇଛି  । ଏଥିସହିତ ଦେଶରେ ଚାରି ମାସ ପରେ ସଂକ୍ରମଣର ଦୈନିକ ହାର ତିନି ପ୍ରତିଶତ ଟପିଛି  । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦୈନିକ ସଂକ୍ରମଣ ହାର ୩ ଦଶମିକ ୨୪ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨ ଦଶମିକ ୨୧ ପ୍ରତିଶତ ରହିଛି  । ଗତ ସପ୍ତାହକ ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦ ହଜାର ଟପିଛି  । ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ପୁଣି ବଢୁଛି ସଂକ୍ରମଣ  ।

ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି

ବ୍ରଜରାଜନଗର: ବିଧାୟିକା ଭାବେ ଆଜି ଶପଥ ନେବେ ଅଳକା ମହାନ୍ତି । ଅପରାହ୍ନରେ ସେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ହୋଇଥିଲା । ନବୀନଙ୍କ ସ୍ବାଭିମାନକୁ ବ୍ରଜନଗରବାସୀ ମାରିଥିଲେ ମୋହର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ନିକଟତମ କଂଗ୍ରେସ ପ୍ରତିଯୋଗୀ କିଶୋର ପଟେଲଙ୍କୁ ହରାଇଥିଲେ ଅଳକା । ସ୍ବାମୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବ୍ରଜରାଜନଗରରେ ହୋଇଥିଲା ଉପନିର୍ବାଚନ ।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଅଳକା ମହାନ୍ତି । ବଡ଼଼ ବ୍ୟବଧାନରେ ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ।  କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ଅଳକାଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ ।

 

ରାହୁଲଙ୍କୁ ଜେରା କରୁଛି ଇଡି, ବରିଷ୍ଠଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ (ED)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ  । ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅନ୍ୟାନ୍ୟ ନେତା ଓ କର୍ମୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାହୁଲ  । ରାହୁଲଙ୍କୁ ପଚରା ଉଚୁରା ଆରମ୍ଭ କରିଛି ଇଡି  । ଯାଞ୍ଚ ଏଜେନ୍ସୀର ୩ ଅଧିକାରୀ ରାହୁଲଙ୍କୁ ଜେରା କରୁଛନ୍ତି  । ଏହି ସମସ୍ତ ପ୍ରକ୍ରିୟା ଡେପୁଟି ନିର୍ଦ୍ଦେଶକ ପାହ୍ୟା ଅଫିସରଙ୍କ ତତ୍ତ୍ବାବଧାନରେ ଚାଲିଛି  । ଯାହା ବିରୁଦ୍ଧରେ ସମଗ୍ର ଦେଶରେ ପାର୍ଟି ଅଫିସରେ ବିରୋଧ କରୁଛି କଂଗ୍ରେସ  ।

ଶାସକ ବିଜେପି ବିରୋଧୀଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।  ଇଡିର ଅପବ୍ୟବହାର କରି କେନ୍ଦ୍ର ସରକାର ଦଳକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଦଳ ପଛକୁ ହଟିବ ନାହିଁ ବରଂ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବ ବୋଲି କହିଛି କଂଗ୍ରେସ ।  ଆଜି ଦଳର ବରିଷ୍ଠ ନେତା ଓ ସାଂସଦଙ୍କ ସହ ମାର୍ଚ୍ଚ କରି ରାହୁଲ ଇଡି ମୁଖ୍ୟାଳୟରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲା କଂଗ୍ରେସ  । କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା ଦିଲ୍ଲୀ ପୋଲିସ  ।

ଫଳରେ ରାହୁଲ କାର୍ଯ୍ୟକର୍ତ୍ତାଙ୍କ ସହ ପାର୍ଟି ଅଫିସରୁ ପାଦରେ ମାର୍ଚ୍ଚ କରି  ଇଡି ଅଫିସ ଯିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇଥିଲା ପୋଲିସ  । ସେପଟେ ଇଡି ଅଫିସ ସାମନାରେ ପହଞ୍ଚି ବିରୋଧ କରିଥିଲେ ଦଳୀୟ କର୍ମୀ । ସେଣ୍ଟ୍ରାଲ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ଉଠାଇ ନେଇଛି ପୋଲିସ  ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କେସି ବେଣୁଗେପାଳ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ଅଶୋକ ଗେହଲଟଙ୍କୁ ପୋଲିସ ଉଠାଇ ନେଇଛି  । ରାହୁଲଙ୍କୁ ଇଡିର ସମନକୁ ବିରୋଧ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ବରିଷ୍ଠ ନେତା ରଣଦୀପ ସୁରଜେୱାଲା ବିଜେପିକୁ ଟାର୍ଗେଟ କରିଛନ୍ତି  ।