spot_img
Home Blog Page 4155

ହାତୀ କଙ୍କାଳ ଉଦ୍ଧାର ଘଟଣା, ୬ଜଣଙ୍କୁ ଗିରଫ କଲା ବନ ବିଭାଗ

କଟକ: ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ଘଟଣା । ଜଣେ ନିଲମ୍ବିତ ଫରେଷ୍ଟ ଗାର୍ଡ ଓ ୩ଓ୍ବାଚରଙ୍କ ସମେତ ୬ଜଣଙ୍କୁ ଗିରଫ କଲା ବନ ବିଭାଗ । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ନିଲମ୍ବିତ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀ । ମାମଲାରେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ଓ ଖୁଣ୍ଟୁଣି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛି ବନ ବିଭାଗ ।

ମାମଲାରେ ପୂର୍ବରୁ ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ବଡମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରିଙ୍କୁ ମଧ୍ୟ ସସପେଣ୍ଡ କରିଥିଲା ବନ ବିଭାଗ । ଜେରା ପାଇଁ DFO ଅଫିସ ଆସିଥିବା ବେଳେ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ ମନୋଜ ଦାସ୍ ।ଏଯାଏ ତାଙ୍କର ପତ୍ତା ମିଳିନଥିବାବେଳେ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି ।

ଗୁରୁତର ଅସୁସ୍ଥ ପରଭେଜ ମୁସାରଫ, ମୃତ୍ୟୁ ଖବରକୁ ପରିବାରର ଖଣ୍ଡନ

ଇସଲମାବାଦ: ଅସୁସ୍ଥ ଅଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ଗୁରୁତର ହୋଇପଡିବାରୁ ଗତ ୩ ସପ୍ତାହ ହେଲା ସେ ମେଡିକାଲରେ ଅଛନ୍ତି । ସେ ଏକ ଜଟିଳ ରୋଗରେ ପୀଡିତ ଅଛନ୍ତି । ଯାହା ସମ୍ପୂର୍ଣ୍ଣ ଭଲ ହେବା ସମ୍ଭବ ନୁହେଁ ବୋଲି ତାଙ୍କ ପରିବାର ପକ୍ଷରୁ ଟୁଇଟ କରି କୁହାଯାଇଛି । ମୁଶାରଫଙ୍କର ମୃତ୍ୟୁ ହୋଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି ।

ବିଦେଶରେ ସେ ସ୍ୱତନ୍ତ୍ର ଡାକ୍ତରଙ୍କ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ଆଜି କିଛି ଜାତୀୟ ଗଣମାଧ୍ୟମରେ ମୁଶାରଫଙ୍କର ଦେହାନ୍ତ ହୋଇଛି ବୋଲି ଖବର ପ୍ରସାରଣ ହେଉଥିଲା । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ରହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁସାରଫ  । ଆଜି ଅନେକ ମିଡିଆରେ ପରଭେଜ ମୁସାରଫଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଗୁଜବ ପ୍ରଚାରିତ ହୋଇଥିଲା  । ଯଦ୍ୱାରା ତାଙ୍କ ପରିବାର ଲୋକ ଏକ ସ୍ପଷ୍ଟୀକରଣ ରଖିଥିଲେ  ।

ସରିଲା ରାଜ୍ୟସଭା ନିର୍ବାଚନ: ନିର୍ମଳା ସୀତାରମଣ, ସଞ୍ଜୟ ରାଉତ, ରଣଦୀପ ସୁରଜେଓ୍ୱାଲ ବିଜୟୀ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସରିଥିବା ବେଳେ ଗଣତିରେ ହେଉଛି ବିଳମ୍ବ । ୪ଟି ରାଜ୍ୟ ୧୬ଟି ଆସନରେ ଫୋକ୍‌ସରେ ଥିବା ବେଳେ ରାଜସ୍ଥାନର ୩ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସର ପ୍ରମୋଦ ତିଓ୍ୱାରୀ , ମୁକୁଲ ୱାଶନିକ, ରଣଦୀପ ସୁରଜେଓ୍ୱାଲ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ବିଜେପିର ଘନଶ୍ୟାମ ତିଓ୍ବାରୀ ବିଜୟୀ ହୋଇଛନ୍ତି ।

ରାଜସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୁବାଷ ଚନ୍ଦ୍ରା ପରାଜିତ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରୁ ସଞ୍ଜୟ ରାଉତଙ୍କ ବିଜୟ ହୋଇଛି । ବିଜେପିର ନିର୍ମଳା ସୀତାରମଣ ଏବଂ କଂଗ୍ରେସର ଜୟରାମ ରମେଶ କର୍ଣ୍ଣାଟକରୁ ବିଜୟ ହୋଇଛନ୍ତି । କିଛି ସ୍ଥାନରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ଓ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି । ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇଥିଲା ।

ହରିୟାଣା, ରାଜସ୍ଥାନ , ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୬ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ରାଜସ୍ଥାନ ଓ କର୍ଣ୍ଣାଟକରେ କ୍ରସ ଭୋଟିଂ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ୧୫ ରାଜ୍ୟର ମୋଟ ୫୭ ରାଜ୍ୟସଭା ଆସନରୁ ୪୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇସାରିଛନ୍ତି । ବାକି ୧୬ଟି ଆସନରେ ଆଜି ଭୋଟିଂ ହୋଇଥିଲା । ମହାରାଷ୍ଟ୍ରର ୬, ରାଜସ୍ଥାନ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ଓ ହରିୟାଣାର ୨ଟି ରାଜ୍ୟସଭା ଆସନ ପାଇଁ ଭୋଟିଂ ହୋଇଥିଲା ।

ବକ୍ସିଂ ପ୍ରିୟ ଫ୍ୟାନ୍ ଙ୍କୁ ବଡ଼ ଝଟକା, ନାଁ ଫେରାଇ ନେଲେ ମେରୀ

ବକ୍ସିଂ ପ୍ରିୟ ଫ୍ୟାନ୍ ଙ୍କୁ ବଡ଼ ଝଟକା ।ଚଳିତ ବର୍ଷ କମନ୍ ଓ୍ବେଲଥ୍ ଗେମ୍ସରେ ଖେଳିବେନି ମେରୀ କମ୍  ।ଅଧା ଖେଳରୁ ନାଁ ଫେରାଇ ନେଲେ ମେରୀ । ମହଳା ଭେଟେରାନ ବକ୍ସର ମେରୀ କମ୍ କମନ୍ଓ୍ବେଲଥ୍ ଗେମ୍ସ ରୁ ନିଜ ନାଁ ଫେରାଇ ନେଇଛନ୍ତି ।  ଗୋଡରେ ଆଘାତ ଲାଗିବା ପରେ କମନ ୱେଲଥ ଗେମ୍ସ  ଟ୍ରାଏଲର ମାଧ୍ୟମରେ ମଧ୍ୟଭାଗରୁ ନିଜକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ମେରୀ କମ୍ । ୪୮ କିଲୋଗ୍ରାମ୍ ସେମିଫାଇନାଲର ପ୍ରଥମ ରାଉଣ୍ଡରେ ହିଁ ତାଙ୍କୁ ଆଘାତ ଲାଗିଥିଲା| ।

ଏପଟେ ମେରୀ ଓହରିଯିବା ପରେ ହରିୟାଣାର ନିତୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ କମନ ୱେଲଥ ଗେମ୍ସ ପରୀକ୍ଷଣରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି | ୨୦୧୮ ମସିହାର ସ୍ବର୍ଣ୍ଣ ପଦକ ବିଜେତା ମେରୀ କମ୍ ପ୍ରଥମ ରାଉଣ୍ଡରେ ହିଁ ପଡି ଯାଇଥିଲେ । ପୁଣି ଉଠି ପ୍ରତିଦ୍ବନ୍ଦିତା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ୨ଥର ପିଟିବା ପରେ ସେ ଭାରସାମ୍ୟ ହରାଇ ବାମ ଗୋଡ଼ ଧରି ବସିପଡ଼ି ଥିଲେ ।ଏହାପରେ ତାଙ୍କୁ ରିଙ୍ଗ୍ ଛାଡ଼ିବାକୁ ପଡିଥିଲା ଏବଂ ରେଫରି ନୀତୁଙ୍କୁ ବିଜେତା ଘୋଷଣା କରିଥିଲେ ।

 

ହୀରା ଚୋରି ଅଭିଯୋଗରେ ଛତିଶଗଡରୁ ବାପା-ପୁଅ ଗିରଫ

ନବରଙ୍ଗପୁର: ହୀରା ଚୋରି ଅଭିଯୋଗରେ ବାପା-ପୁଅ ଗିରଫ । ନବରଙ୍ଗରପୁର ଜିଲ୍ଲା ରାଇଘର ଅଞ୍ଚଳର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ଗୋଟିଏ ସ୍କୁଟି ସହିତ ୭୪୫ କ୍ୟାରେଟ୍ ହୀରା ଜବତ କରିଛି ଗରିଆବନ୍ଧ ଜିଲ୍ଲା ଶୋଭା ଥାନା ପୋଲିସ । ଭାରସୁଣ୍ଡି ଗାଁର ଖକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ହୀରା ନେଇ ରାୟପୁର ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ ।

ପୋଲିସ  ଯାଞ୍ଚ କଲାବେଳେ  ବାପା-ପୁଅ ଚୋରା ହୀରା କାରବାର କରୁଥିବା ଜଣାପଡିଥିଲା । ହୀରା ଚାଲାଣ ବେଳେ ପୋଲିସ ୭୪୫ କ୍ୟାରେଟ୍ ହୀରା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ  ହେବ ବୋଲି ଛତିଶଗଡ଼ ପୋଲିସ ସୂଚନା ଦେଇଛି । ପୂର୍ବ ସୂଚାନା ମୁତାବକ ଜଗି ରହିଥିଲା ପୋଲିସ  । ଏବଂ ସଠିକ ସମୟରେ ପୋଲିସ ବାପ-ପୁଅଙ୍କୁ ଗିରଫ କରିଛି  ।

ଷଷ୍ଠ ପର୍ଯ୍ୟାୟରେ ଲୋକାର୍ପିତ ହେଲା ୪୧୬ଟି ରୂପାନ୍ତରିତ ସ୍କୁଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ 1075 ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ 2906ଟି ସ୍କୁଲର ରୂପାନ୍ତରଣ ହୋଇଛି। ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି। ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ ।

ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ବପ୍ନକୁ ଉପସ୍ଥାପିତ କରିଥିଲେ। ସେମାନଙ୍କ ଭିତରେ ଆତ୍ମବିଶ୍ବାସ ଝରି ଉଠୁଥିଲା। ସେମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁଁ, ଯେ କୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି। ସାରା ବିଶ୍ବର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ। ତେଣୁ ରୂପାନ୍ତର ଯୋଗୁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ସେମାନେ କହିଥିଲେ. ସେମାନଙ୍କ ସ୍କୁଲ ଏବେ ଉତ୍କର୍ଷର କେନ୍ଦ୍ର ହୋଇଛି ବୋଲି ପିଲାମାନେ ମତ ଦେଇଥିଲେ  ।

ଏହି ଅବସରରେ ଆଲୋଚନାରେ ଭାଗ ନେଇ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ ।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି  ।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ଏହା ଓଡିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।

ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ରଘୁରାମ ପଡଲ ଓ ଜିଲ୍ଲା ପରିଷଦ ସଭାପତି  ଜି. ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇ ସ୍କୁଲ ମାନଙ୍କର ଅନୁକୂଳ ପରିବେଶ ପିଲା ଓ ଅଭିଭାବକ ମାନଙ୍କ ଭିତରେ ଭରସା ସୃଷ୍ଟି କରିଛି କାର୍ଯ୍ୟକ୍ରମ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କହିଥିଲେ ଯେ ଦୁଇଟି ପର୍ଯ୍ୟାୟ ରେ 3981ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି  । କୋଭିଡ ଓ ପଂଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ୱେ ଏହା ସଫଳ ହୋଇ ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର  ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ  ।

ମିସେସ ୟୁନିଭର୍ସ କାନାଡା ମୁକୁଟ ପିନ୍ଧିଲେ କୋରାପୁଟ ଝିଅ ମିତାଲି

ଭୁବନେଶ୍ବର: ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଚମକିଲେ କୋରାପୁଟ ଝିଅ ମିତାଲି ପଣ୍ଡା  । ଶ୍ରୀମତୀ କାନାଡା ସୁନ୍ଦରୀ ଭାବେ ହେଲେ ସମ୍ମାନିତ । ବିଶ୍ବର ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ସାଜିଲେ ବିଉଟି ଅଫ କାନାଡା  । ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ଭାଗ ନେଇ ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି ମିତାଲି  । ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ନିଜ ଦେଶକୁ ଉପସ୍ଥାପନା କରି ବେଶ ଖୁସି ଓ ଗର୍ବିତ ସେ । ବିଶ୍ବର ବଡ ସହରରେ ନିଜ ସ୍ବପ୍ନ ସାକାର ହୋଇଥିବା କୁହନ୍ତି କୋରାପୁଟ ଜୟପୁରର ମିତାଲି  ।

୨୦୨୧ ମିସେସ କରୱାଚୌଥ ଶୋରେ ଜଜ ହେବା ପରେ ମିସେସ ୟୁନିଭର୍ସ କାନାଡା ପ୍ରତିଯୋଗିତାରେ ସାମିଲ ହେବାକୁ ମିତାଲିଙ୍କୁ ମିଳିଥିଲା ସୁଯୋଗ  ।  ୨୦୧୮ ମିସେସ କରୱାଚୌଥ, ମିସେସ ରୟାଲ ଚଏସ ଆୱାର୍ଡ ୨୦୧୯ ମୁକୁଟ ପିନ୍ଧିବା ପରେ ଆରମ୍ଭ ହୋଇଥିଲା ଶ୍ରୀମତୀ ସୁନ୍ଦରୀଙ୍କ ଯାତ୍ରା  ।

ଜୟପୁରରୁ ସ୍କୁଲ କଲେଜ ପଢା ପରେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଥିଲେ ମିତାଲି  । ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ଆଇଟି କମ୍ପାନୀରେ ଚାକିରୀ ସମୟରେ ସେ ମଡେଲିଂ ଆରମ୍ଭ କରିଥିଲେ । ୨୦୧୭ରେ ଜୟପୁରର ସନ୍ଦୀପ ବର୍ମାଙ୍କୁ ବିବାହ କରି କାନାଡା ଚାଲି ଆସିବା ପରେ ମିତାଲିଙ୍କ କ୍ୟାରିଅରରେ ଲାଗି ନଥିଲା ବ୍ରେକ । କିଛି ନୂଆ ଓ ଅଲଗା କରିବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି ମିତାଲି ।

 

ସୁନାରେ ଝଟକିଲା କାଶୀ ବିଶ୍ବନାଥ ମନ୍ଦିର, ଭକ୍ତଙ୍କ ଦାନରେ ହେଲା ସୁନା ଛାଉଣି

ଉତ୍ତରପ୍ରଦେଶ: ସୁନାରେ ଚମକିଲା କାଶୀ ବିଶ୍ବନାଥ ଧାମ ।ବାବା ବିଶ୍ବନାଥ ମନ୍ଦିର ଏବେ ସ୍ବର୍ଣ୍ଣି ମଣ୍ଡିତ ଦରବାର ରୂପାନ୍ତରିତ ହୋଇଛି ।ଜଣେ ଗୂପ୍ତ ଦାନଦାତାଙ୍କ ଦାନ ଯୋଗୁଁ ୬୦ କିଲୋ ସୁନାରେ ମନ୍ଦିର ଏବେ ସଂପୂର୍ଣ୍ଣ ରୂପରେ ସୁନା ଛାଉଣିରେ ବୁଡ଼ି ସାରିଛି । ମନ୍ଦିରର ଉଭୟ ଗର୍ଭଗୃହ ଓ ବାହ୍ୟଗୃହରେ ସୁନାର ଛାଉଣି କରାଯାଇଛି  ।ଏହି ସୁନା ଛାଉଣି କାମ ଶେଷ ହେବାକୁ ପ୍ରାୟ ୬ ମାସ ସମୟ ଲାଗିଥିଲା ।

ଏବେ ବାବାଙ୍କ ମନ୍ଦିରର ସ୍ବର୍ଣ୍ଣମଣ୍ଡିତ ରୂପ ଦେଖି ଯେ କେହି ମନ୍ତ୍ରମୁଗ୍ଧ ।ପ୍ରଥମ ପର୍ଯ୍ୟାୟରେ ମନ୍ଦିରର ଆଭ୍ୟନ୍ତରୀଣ ତଥା ଗର୍ଭଗୃହର ଛାତ ଓ ଶ୍ରୀଯନ୍ତ୍ରକୁ ସୁନା ଛାଉଣି କରାଯାଇଥିଲା  । ପରେ ଦ୍ବିତୀୟ ପର୍ଯ୍ୟାୟରେ ମନ୍ଦିରର ବାହ୍ୟ ଗୃହରେ ସୁନା କାମ   ଶେଷ କରାଯାଇଛି ।

ଶିବରାତ୍ରୀ ସୁଦ୍ଧା ଗର୍ଭଗୃହରେ ୩୭ କିଲୋ ସୁନାକାମ ଶେଷ ହୋଇଯାଇଥିଲା, ବାହ୍ୟଭାଗରେ ୨୩ କିଲୋ ସୁନା କାମ ଶେଷ ହୋଇଛି। ଏଥି ସହିତ ୪ଗେଟ୍ ରେ ମଧ୍ୟ ଛାଉଣି କରାଯାଇଛି । ସୁନା ଛାଉଣି ନଷ୍ଟ ନହେବା ପାଇଁ ଏହା ଉପରେ ପାରର୍ଦଶୀ ପ୍ଲାଷ୍ଟିକ୍ ପରଦ ଲଗାଯାଇଛି ।

ଖେଳ ଦେଖିବାକୁ ଯାଉଥିଲେ ମାନିବେ ଏହି ନିୟମ, ନଚେତ କାର୍ଯ୍ୟାନୁଷ୍ଠାନ..

କଟକ: ବିନା ମାସ୍କରେ ଷ୍ଟାଡିୟମ ମନା । ଖେଳ ଦେଖିବା ବେଳେ ବିଶୃଙ୍ଖଳା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ । ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ ।

ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରାଯାଇଛି । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ ଆଣିପାରିବେନି ଦର୍ଶକ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । କାହାର କେଉଁ ଡ୍ୟୁଟି ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହୋଇପାରିବେନି । ପୋଲିସ ଇଭେଣ୍ଟକୁ ଉପଭୋଗ ନକରି ଦାୟିତ୍ବ ତୁଲାଇବ ବୋଲି କହିଛନ୍ତି କମିଶନର । ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରାଯାଉଛି ।

ଟ୍ରାଫିକ୍ କର୍ମଚାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଟକରେ କଟକ ଡିସିପିଙ୍କ ସମେତ ଅନ୍ୟ ୩ ଜଣ ଡିସିପି ନିୟୋଜିତ ହେଉଥିବାବେଳେ ଜଣ ଅତିରିକ୍ତ ଡିସିପି ଦାୟିତ୍ବ ତୁଲାଇବେ ।ଏହା ସହିତ ୨୩ ଜଣ ଏସିପି, ୪୧ଜଣ ଇନ୍ସପେକ୍ଟର ଓ ସୁବେଦର, ୨୭୦ ଜଣ ଏସଆଇ ଓ ଏଏସଆଇ, ୨୦୦ କନେଷ୍ଟବଳ, ୨୫ ଟ୍ରାଫିକ ହାବିଲଦାର ଓ ୬୦ ଜଣ ଟ୍ରାଫିକ କନେଷ୍ଟବଳ ମୁତୟନ ହେବେ ।

କରୀନା-ଅନନ୍ୟାଙ୍କ ଘରେ ପୋଲିସ, ଛାନିଆ ଫ୍ୟାନ୍ସ

ମୁମ୍ବାଇ: କରୀନା କପୁର ଖାନ ଓ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସବୁଠି ଚର୍ଚ୍ଚା । ଏହି ଘଟଣା ପରେ ଦୁଇ ଅଭିନେତ୍ରୀଙ୍କ ଫ୍ୟାନ୍ସ ମଧ୍ୟ ଟେନସନରେ  । ଇନଷ୍ଟାଗ୍ରାମରେ କରୀନାଙ୍କ ୯.୨ ମିଲିଅନ ଫଲୋଅର୍ସ ଥିବାବେଳେ ଅନନ୍ୟାଙ୍କ ୨୨.୭ ମିଲିଅନ ଫଲୋଅର୍ସ ଅଛନ୍ତି  ।

ନିକଟରେ ଭାଇରାଲ ଭୟାନି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ  । ଭିଡିଓ ସେୟାର କରି ସେ ଲେଖିଥିଲେ ଯେ ‘କରୀନା କପୁର ଖାନ ଓ ଅନନ୍ୟା ପାଣ୍ଡେଙ୍କୁ ମୁମ୍ବାଇ ପୋଲିସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିଲେ । ଆପଣ କଣ ଭାବିଲେ ’?

ଏଥର ଆପଣ ବୁଝିପାରୁଥିବେ କି ମୁମ୍ବାଇ ପୋଲିସ ବେବୋ ଓ ଅନନ୍ୟାଙ୍କ ଘରେ କାହିଁକି ପହଞ୍ଚିଥିଲା । ଏହି ମଜାଦାର ଭିଡିଓ ଭାଇରାଲ ପରେ ୟୁଜର୍ସ ମାନେ ମଧ୍ୟ ଖୁବ ମଜାଦାର କମେଣ୍ଟ କରୁଛନ୍ତି । ଖୁବଶୀଘ୍ର କରୀନା ଲାଲ ସିଂ ଚଡ୍ଡାରେ ନଜର ଆସିବାକୁ ଥିବାବେଳେ ଅନନ୍ୟା ପାଣ୍ଡେ ବିଜୟ ଦେବରକୋଣ୍ଡାଙ୍କ ସହ ଲାଇଗରରେ ନଜର ଆସିବେ  ।