spot_img
Home Blog Page 4176

ବୟଫ୍ରେଣ୍ଡ୍ ସହ ସ୍ତ୍ରୀ ଫେରାର, ଭୋ ଭୋ କାନ୍ଦୁଛି ସ୍ୱାମୀ

ଭଦ୍ରକ: ସ୍ବାମୀ ଆଗରେ ସ୍ତ୍ରୀ ଫେରାର । କଲେଜରେ ପରୀକ୍ଷା ଦେଇସାରି ଗେଟ୍‌ ବାହାରେ ଅପେକ୍ଷା କରିଥିବା ସ୍ବାମୀକୁ ବାଏ ବାଏ କରି କାରରେ ବସି ଫେରାର ହୋଇଗଲା ସ୍ତ୍ରୀ । ଦୁଇ ଦିନ ତଳେ ସାବିତ୍ରୀ ବ୍ରତ କରିଥିବା ସ୍ତ୍ରୀକୁ ଫେରାର ହେଇଥିବା ଦେଖି ଭୋ ଭୋ ହୋଇ କାନ୍ଦୁଛି ସ୍ବାମୀ । ଭଦ୍ରକ ଜିଲ୍ଲା ଧୁଷୁରୀ ବଜାରରେ ଘଟିଛି ଘଟଣା । ଆଜି ଯୁକ୍ତ ତିନି ପରୀକ୍ଷା ଦେବାକୁ ସ୍ବାମୀଙ୍କ ସହ ସ୍କୁଟିରେ ବସି କଲେଜ ଯାଇଥିଲେ ଦେବବ୍ରତ ଗୋଛାୟତଙ୍କ ବୋହୂ । ହେଲେ ପରୀକ୍ଷା ସରିବା ପରେ ସ୍ବାମୀ ରାହୁଲ ସ୍କୁଟିରେ ବାହାରେ ଅପେକ୍ଷା କରିଥିବା ବେଳେ ସେ ଅନ୍ୟ ଏକ ଧଳା ରଙ୍ଗର କାରରେ ବସି ଫେରାର ହୋଇଯାଇଥିଲେ ।

ରାହୁଲ ପିଛା କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ । ଏନେଇ ରାହୁଲଙ୍କ ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗାଁର ଯୁବତୀଙ୍କୁ ଭଲପାଉଥିଲେ । ଉଭୟେ ଘରେ ନଜଣାଇ ଫେରାର ହୋଇଯାଇଥିଲେ । କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ଉଭୟଙ୍କ ସନ୍ଧାନ ପାଇଥିଲେ । ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ପୁରୀର ନୃସିଂହ ନାଥ ମନ୍ଦିରରେ ବାହା କରାଇଥିଲେ ।

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ପାଠ ପଢିବାକୁ ଜିଦ କରିଥିଲେ । ପରିବାର ଲୋକ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ତାଙ୍କୁ ଯୁକ୍ତ ତିନି କଳାରେ ଆଡମିଶନ କରାଇଥିଲେ । ପ୍ରତିଦିନ ଭଳି ସ୍ବାମୀଙ୍କ ସ୍କୁଟିରେ ବସି ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲେ । ହେଲେ ପରୀକ୍ଷା ସରିବା ପରେ ସେ କଲେଜରୁ ଫେରାର ହୋଇଯାଇଛନ୍ତି ସ୍ତ୍ରୀ । ପରିବାର ନିଜ ବୋହୁର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫୋଟକୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବାରବାଟୀରେ ପହଞ୍ଚି ପ୍ରସ୍ତୁତି ଦେଖିଲେ ପ୍ରଣବ ପ୍ରକାଶ

କଟକ: ଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ବାରବାଟୀରେ ପହଁଚି ସ୍ଥିତି ସମୀକ୍ଷା କଲେ ପ୍ରଣବ ପ୍ରକାଶ ଦାସ  । କିପରି ଚାଲିଛି ମ୍ଯାଚ ପ୍ରସ୍ତୁତି ? ବାରବାଟୀରେ ପହଞ୍ଚି ଭାରତ ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚର ପ୍ରସ୍ତୁତି ଦେଖିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଷ୍ଟାଡିୟମ ବୁଲି ଦେଖିବା ସହ ମ୍ୟାଚର ସଫଳ ଆୟୋଜନ ନେଇ ବିସ୍ତୃତ ଭାବେ ଓସିଏ ସଂପାଦକ ସଂଜୟ ବେହେରାଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ ।

ରାଜ୍ୟ ସରକାର କ୍ରୀଡାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ମ୍ୟାଚ ବିଷୟରେ ବୁଝିବା ପାଇଁ ବିଜେଡି ସାଂଗଠନିକ ସଂପାଦକ ଆସିଥିଲେ ବୋଲି ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି । ବାରବାଟୀରେ ଜୁନ 12ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ହେବ । ତେବେ ମ୍ୟାଚକୁ ସଫଳ କରିବା ନିମନ୍ତେ ଲାଗି ପଡ଼ିଛି ଓସିଏ ଓ ରାଜ୍ୟ କ୍ରୀଡ଼ା ବିଭାଗ  ।

ଶୁକ୍ରବାର ଆସିବ ରାୟ, ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଖବରକୁ ଅତିରଞ୍ଜିତ କରୁଛନ୍ତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶେଷ ହୋଇଛି ଶୁଣାଣି । ଆସନ୍ତାକାଲି ପ୍ରକାଶ ପାଇବ ରାୟ । ଐତିହ୍ୟ କରିଡରକୁ ନେଇ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଖବରକୁ ଅତିରଞ୍ଜିତ କରୁଛନ୍ତି । ବିରୋଧୀଙ୍କ ଅନୁସାରେ ଆଇନ ପରିବର୍ତ୍ତନ ହୁଏନି ।

ତେବେ ରାୟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଏହି ମାମଲା କିଏ କରୁଛନ୍ତି ଏବଂ ତାଙ୍କୁ କିଏ ଫଣ୍ଡିଂ କରୁଛି, ତାର ମଧ୍ୟ ଗଣମାଧ୍ୟମ ଯାଞ୍ଚ କରିବାର ଆବଶ୍ୟକତା ରହିଛି । କେବଳ ଗଣମାଧ୍ୟମରେ ଚର୍ଚ୍ଚା କରିଦେଲେ ଆଇନ ବଦଳି ଯାଏନି ବୋଲି କହିଛନ୍ତି ପିନାକୀ ମିଶ୍ର ।

ସକାଳ ୮ଟାରୁ ଭୋଟ ଗଣତି, ୨୭୯ ବୁଥରେ ୨୦ରାଉଣ୍ଡରେ କାଉଣ୍ଟ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ହେବ। ଝାରସୁଗୁଡ଼ା ଇଂଜିନିୟରିଂ କଲେଜରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି । ପ୍ରଥମେ ୩୦ମିନିଟ୍ ପୋଷ୍ଟାଲ ବାଲଟ୍ ପେପର ଗଣତି ହେବ। ପରେ ଇଭିଏମ କାଉଣ୍ଟ କରାଯିବ। ୧୪ଟି ଟେବୁଲରେ କରାଯିବ ଗଣତି । ୨୭୯ବୁଥର ଭୋଟ୍ ୨୦ରାଉଣ୍ଡରେ କାଉଣ୍ଟ ହେବ । ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ ।

ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏହି ସୂଚନା ଦେଇଛନ୍ତି ।

ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଂଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି । ସମସ୍ତଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି ।

ଝଟକିବ ଝଙ୍କଡ ପୀଠ, ଶାରଳା ମନ୍ଦିରର ଉନ୍ନତି ପାଇଁ ୪୨ କୋଟିର ବଜେଟ

ଭୁବନେଶ୍ୱର: ଶାରଳା ମନ୍ଦିର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟିର ବଜେଟ ବ୍ୟବସ୍ଥା । ବର୍ଷକରେ ସରିବ କାମ । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝଙ୍କଡ ପୀଠର ଉନ୍ନତି ପାଇଁ 5-ଟି ସଚିବ ଭି.କେ. ପାଣ୍ଡିଆନ ପୀଠ ପରିଦର୍ଶନ କରି ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ । ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ ସମନ୍ବିତ ହେରିଟେଜ ବିକାଶ ଓ ମନ୍ୟୁମେଣ୍ଟ ଏବଂ ଟୁରିଷ୍ଟ ଡେଷ୍ଟିନେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଏକ ବୈଠକରେ ଏହି ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ଏ ସଂପର୍କରେ ମଡେଲ ଉପସ୍ଥାପନା କରାଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଥିରେ ମନ୍ଦିର ପରିସରରେ ଥିବା ମନ୍ଦିରମାନଙ୍କ ବିକାଶ ହେବ । ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ବାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ ।

ଏତଦ୍‌ବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର, ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ। ଯାତ୍ରୀ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ।

ସେହିପରି ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ। ବର୍ତ୍ତମାନର ସପିଂ କମ୍ପ୍ଲେକ୍‌ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେଠାରେ ଗାଡି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚଉଡା କରାଯିବ ।

ଆପ୍ଲିକେସନ ଅପଡେଟ ନାଁ ରେ ଲୁଟିନେଲେ ୮ ଲକ୍ଷ

ରାଉରକେଲା: ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ସନ୍ଧ୍ୟାରେ ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ ପ୍ରିନସିପାଲଙ୍କୁ କହିଥିଲେ ସାଇବର ଠକ । ପ୍ରିନସିପାଲଙ୍କ ଠାରୁ ଇମେଲ ଆଇ ଡି, ପାସୱାର୍ଡ, ଓଟିପି ନେଇ ଆପ୍ଲିକେସନ ଅପଡେଟ କରିବା ସମୟରେ ସାଇବର ଠକ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ପ୍ରଥମେ ୩ ଲକ୍ଷ, ଦ୍ବିତୀୟରେ ୩ ଲକ୍ଷ ୨୦ ହଜାର, ତୃତୀୟରେ ୨ ଲକ୍ଷ ୬୦ ହଜାର ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଏକାଉଣ୍ଟରୁ ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରିନସିପାଲ ବ୍ୟାଙ୍କରେ ଅଭିଯୋଗ କରିଵା ସହ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ:  ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର ପରେ ତାଙ୍କୁ ହାଜତକୁ ପଠାଇଦିଆଯାଇଛି । ଭିଜିଲାନ୍ସ ଜଜ୍ ଅନୁପସ୍ଥିତ ଥିବାରୁ ଆଜି ଶୁଣାଣିକୁ ସ୍ଥଗିତ ରଖାଯାଇଛି । ମଳୟଙ୍କୁ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ଆବେଦନ କରିଥିବାବେଳେ ଆସନ୍ତାକାଲି ଏହାର ଶୁଣାଣି ହେବ । ଗତକାଲି ଖଣି ମାଲିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ମଳୟ ।

ଧରାପଡିବା ପରେ ତାଙ୍କୁ କଟକ ମୁଖ୍ୟାଳୟକୁ ଅଣାଯାଇଥିଲା । ପରେ ଆଜି ତାଙ୍କୁ ଢେଙ୍କାନାଳ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଗୁଗଲ ପେ ଓ ଫୋନ୍ ପେ ରେ ଲାଞ୍ଚ ଆଦାୟ କରୁଥିଲେ ମଳୟ । ନିଜ ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା। ରେଡ୍ ବେଳେ ଏକ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଝିଅ ଓ ସ୍ତ୍ରୀ ଫେରାର ଥିବାବେଳେ ତାଙ୍କୁ ଖୋଜୁଛି ଭିଜିଲାନ୍ସ ।

ବୋର୍ଡ ନିର୍ଦ୍ଦେଶାବଳୀକୁ ବେଖାତିର, ମୋବାଇଲ ଦେଖି ଚାଲିଛି +୨ ମୂଲ୍ୟାୟନ

ଭୁବନେଶ୍ୱର: ବୋର୍ଡ ନିର୍ଦ୍ଦେଶାବଳୀକୁ ଅଧ୍ୟାପକଙ୍କ ବେଖାତିର । ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ବ୍ୟାପକ ଅନିୟମିତତା । ଖାତା ଦେଖା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବା ମନା ଥିବା ବେଳେ ଅଧ୍ୟାପକମାନେ ମୋବାଇଲରେ କଥା ହେଉଛନ୍ତି ।

ଏପରିକି ଅନେକ ଖାତା ଦେଖୁଥିବା ବେଳେ ମୋବାଇଲରେ ଚାଟିଂ କରୁଥିବା ଦେଖାଯାଇଛି ।

ରାଜ୍ୟର ୬୪ଟି କେନ୍ଦ୍ରରେ ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ୩୭ଟି କେନ୍ଦ୍ରରେ ଅନଲାଇନ୍ ମୋଡରେ ଚାଲିଛି ମାର୍କିଂ। ତେବେ ମୂଲ୍ୟାୟନ ଆରମ୍ଭରୁ ହିଁ ଭୁବନେଶ୍ବରର ବିଜେବି କଲେଜ ଓ ଅନ୍ୟ କିଛି କେନ୍ଦ୍ରରେ ଏଭଳି ଅନିୟମିତତା ପଦାକୁ ଆସିଛି ।

ଖାତାଦେଖା କେନ୍ଦ୍ର ଭିତରକୁ ମୋବାଇଲ ନନେବାକୁ ପୂର୍ବରୁ ସିଏଚଏସଇ ଗାଇଡଲାଇନ ଜାରି କରିଛି । ତେବେ ଏଭଳି ବିଭ୍ରାଟକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ପ୍ରେମ ସମ୍ପର୍କକୁ ବିରୋଧ କଲେ ଘର ଲୋକେ, ବାଙ୍ଗାଲୋର ପଳେଇ ଆସିଲେ ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବର ଏୟାରପୋର୍ଟରୁ ପ୍ରେମୀଯୁଗଳ ଉଦ୍ଧାର। ସହାୟତା ପାଇଁ ନିବେଦନ ପରେ ଉଭୟଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ପରସ୍ପରକୁ ପ୍ରେମ କରୁଥିବାବେଳେ ଝିଅଘର ଲୋକ ପ୍ରେମ ସମ୍ପର୍କକୁ ବିରୋଧ କରୁଛନ୍ତି।

ବାଙ୍ଗାଲୋରରୁ ପ୍ରେମୀଯୁଗଳ ଏକାଠି ଫେରୁଥିବାବେଳେ ସୁରକ୍ଷା ପାଇଁ ପୋଲିସ ସହାୟତା ଲୋଡ଼ିଥିଲେ । ଏୟାରପୋର୍ଟରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।  ପ୍ରେମିକ ଜଣକ ଜଣେ ଡାକ୍ତର ହୋଇଥିବା ସୂଚନା ମିଳିଛି। ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

ନିଜକୁ ନିଜେ ବାହା ହେବେ ମହିଳା, ହନିମୁନରେ ଯିବେ ଗୋଆ

ଗୁଜରାଟ: ଭାରତର ପ୍ରଥମ ସୋଲୋଗାମି। ନିଜକୁ ନିଜେ ବାହା ହେବେ ଗୁଜରାଟୀ ମହିଳା। ଆଶ୍ଚର୍ଯ୍ୟର ବିଷୟ ଏହି ବାହାଘର କାର୍ଯ୍ୟସୂଚୀରେ ହଳଦୀ ଠାରୁ ଆରମ୍ଭ କରି ହନିମୁନ ଆଦି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରହିଛି ।

ବିବାହ ପରେ ଗୋଆକୁ ହନିମୁନରେ ଯିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ଆସନ୍ତା ୧୧ ତାରିଖରେ ଏହି ବିବାହ ସମ୍ପନ୍ନ ହେବ। ସେହିଦିନ ନିଜକୁ ନିଜେ ବିବାହ କରିବେ ଗୁଜରାଟ ଭୋଦଦରାର ୨୪ ବର୍ଷ ବୟସ୍କା କ୍ଷମା ବିନ୍ଦୁ ।

ସେ କହିଛନ୍ତି- ଏହି ଧରଣର ବିବାହ ଭାରତରେ ହୋଇଛି କି ନାହିଁ ସେ ଏନେଇ ସନ୍ଧାନ କରିଥିଲେ । ମାତ୍ର ସୋଲୋଗାମି ହୋଇଥିବା ନେଇ କୌଣସି ଉଦାହରଣ ମିଳି ନଥିଲା । ଏଦୃଷ୍ଟିରୁ ସେ ଏହି ଧରଣର ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସେ ଆହୁରି କହିଛନ୍ତି ସେ ବିବାହ କରିବାକୁ ଚାହିଁ ନଥିଲେ । କିନ୍ତୁ ସେ ଜଣେ ବଧୂ ହେବାକୁ ଚାହିଁଥିଲେ। ତେଣୁ ସେ ନିଜକୁ ନିଜେ ବିବାହ କରିବାକୁ ଚାହିଁଲେ। ବିବାହକୁ ଯୁକ୍ତିସଂଗତ କରିବାକୁ ଯାଇ ସେ କହିଛନ୍ତି-ନିଜକୁ ନିଜେ ବିବାହ କରିବା ହେଉଛି ଏକ ଅଙ୍ଗୀକାରର ପ୍ରତିବଦ୍ଧତା ଏବଂ ନିଜ ଲାଗି ନିଃସର୍ତ୍ତ ପ୍ରେମର ଏହା ଏକ ନମୁନା।

ନିଜକୁ ନିଜେ ଗ୍ରହଣ କରିବାର ଏହା ଏକ ପ୍ରକ୍ରିୟା । ଅନ୍ୟକୁ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବିବାହ କରିଥାନ୍ତି। ତେବେ ସେ ନିଜେ ନିଜକୁ ଭଲ ପାଉଥିବାରୁ ନିଜକୁ ନିଜେ ବିବାହ କରୁଛନ୍ତି। ଏହି ବିବାହ ଲାଗି ତାଙ୍କ ପରିବାର ବି ସହମତି ପ୍ରଦାନ କରିଛନ୍ତି । ଏହି ବିବାହ ଗୋତ୍ରିସ୍ଥିତ ଏକ ମନ୍ଦିରରେ ହେବ ।