spot_img
Home Blog Page 4182

ପଞ୍ଜାବରେ ଗ୍ୟାଙ୍ଗଓ୍ବାର୍ ଆଶଙ୍କା: ୨ ଦିନରେ ସିଦ୍ଧୁ ମୋସେଓ୍ବାଲଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଚେତାବନୀ

ନୂଆଦିଲ୍ଲୀ: ପଞ୍ଜାବୀ ରାପର ତଥା କଂଗ୍ରେସ ନେତା ସିଦ୍ଧୁ ମୋସେଓ୍ବାଲାଙ୍କ ହତ୍ୟା ପରେ ବଢିବାରେ ଲାଗିଛି ଗ୍ୟାଙ୍ଗଓ୍ବାର୍ ଆଶଙ୍କା । ଯେକୌଣସି ସମୟରେ ରାଜ୍ୟରେ ଆରମ୍ଭ ହୋଇପାରେ ଗ୍ୟାଙ୍ଗଓ୍ବାର । ଆଉ ଏହି ଆଶଙ୍କାକୁ ଅଧିକ ଦୃଢିଭୂତ କରିଛି, ନିରଜ ବଓ୍ବାନା ଗ୍ୟାଙ୍କର ଖୁଲମଖୁଲା ଧମକ । ୨ ଦିନ ମଧ୍ୟରେ ସିଦ୍ଧୁଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଏହି ଗ୍ୟାଙ୍ଗ ଚେତାବନୀ ଦେଇଛି । ଗ୍ୟାଙ୍ଗ ପକ୍ଷରୁ ଏକ ଫେସବୁକ୍ ପୋଷ୍ଟ କରାଯାଇ ସିଦ୍ଧୁଙ୍କ ହତ୍ୟାକୁ ନିନ୍ଦା କରାଯିବା ସହ ୨ ଦିନ ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ସିଦ୍ଧୁ ମୋସେଓ୍ବାଲାଙ୍କୁ ଭାଇ ବୋଲି କହୁଥିବା ନିରଜ ବଓ୍ବାନଙ୍କ ଗ୍ୟାଙ୍ଗ ସମ୍ପର୍କରେ ।

ଗ୍ୟାଙ୍ଗଷ୍ଟର୍ ନୀରଜ ବଓ୍ବାନା କିଏ ?

ଦିଲ୍ଲୀ ବଓ୍ବାନା ଗ୍ୟାଙ୍ଗର ଲିଡର ହେଉଛି ନୀରଜ ବଓ୍ବାନା । ଗ୍ୟାଙ୍ଗ ନାଁରୁ ନୀରଜ ନଁରେ ବଓ୍ବାନା ଲାଗିଛି । ନୀରଜ ଉପରେ ହତ୍ୟା, ଡକାୟତି, ବଟି ଆଦାୟ, ହତ୍ୟା ଧମକ ପରି ଏକାଧିକ ମାମଲା ରହିଛି । କେବଳ ଦିଲ୍ଲୀ ନୁହେଁ, ଦିଲ୍ଲୀ ବାହାରେ ମଧ୍ୟ ନୀରଜ ନାଁରେ ମାମଲା ରହିଛି । ଏବେ ତିହାର ଜେଲରେ ରହି ଗ୍ୟାଙ୍ଗ ଚଲାଉଛି ନୀରଜ । ଗ୍ୟାଙ୍ଗ ସଦସ୍ୟ ତା’ ସୋସିଆଲ ମିଡିଆ ଆକାଉଣ୍ଟ ଚଲାଉଛନ୍ତି ।

ଲୋକାଲ ବଦମାସଙ୍କ ବ୍ୟତୀତ ନୀରଜ ଗ୍ୟାଙ୍ଗରେ ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବର ବହୁ କୁଖ୍ୟାତ ଅପରାଧୀ ଅଛନ୍ତି । ଲୁଟ୍, ଡକାୟତି, ବଟି ଆଦାୟ ଓ ହତ୍ୟା ସହ ଏମାନେ ବିବାଦୀୟ ଜମି ବିବାଦରେ ପଶିଥାନ୍ତି । ଏକଦା ଦିଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଥିବା ନୀତୁ ଦାବୋଦାଙ୍କ ମୃତ୍ୟୁ ପରେ ଏହି ଗ୍ୟାଙ୍ଗର ବହୁ ଅପରାଧୀ ନୀରଜ ଗ୍ୟାଙ୍ଗରେ ସାମିଲ ହୋଇଯାଇଥିଲେ । ଯାହା ନୀରଜ ଗ୍ୟାଙ୍ଗର ନା କେବଳ ବଡ଼ କରିଥିଲା, ଏହାକୁ ଆହୁରି ଅଧିକ ହିଂସ୍ର କରିଦେଇଛି ।

ବାରବାଟୀ ଟି-୨୦: ଆଜିଠୁ ଟିକେଟ ବିକ୍ରି

କଟକ: ବାରବାଟୀ ମ୍ୟାଚ୍ ପାଇଁ ଆଜିଠୁ ଆରମ୍ଭ ହେଉଛି ଟିକେଟ୍ ବିକ୍ରି । ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ୍ ବିକ୍ରି ହେବ । ପୂର୍ବାହ୍ନ ୧୧ଟାରୁ ଟିକେଟ ନେଇ ପାରିବେ ଦର୍ଶକ । ଭୁବନେଶ୍ବର ଓ କଟକରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ କରିବେ ଦର୍ଶକ । ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ ।

କେଉଁ ଗ୍ୟାଲେରୀରୁ କେତୋଟି ଟିକଟ ଅନଲାଇନରେ ଉପଲବ୍ଧ ହେବ ତାହା ଚୂଡ଼ାନ୍ତ ହୋଇନାହିଁ । ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍‍କ୍ଲୋଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍‍ଲାଇନରେ ମିଳିବ । ଗ୍ୟାଲେରୀ ନଂ-୧, ୩, ୫ ଭଳି ଚାହିଦା ଥିବା ସ୍ଥାନର ଟିକଟ ଅନଲାଇନରେ ଉପଲବ୍ଧ ହେବନାହିଁ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା ଡବ୍ଲୁ ଡବ୍ଲୁ ଇନସାଇଡର ଡଟ୍ ଇନରେ ୱେବସାଇଟରେ ଟିକେଟ କିଣି ପାରିବେ ଦର୍ଶକ । 9 ତାରିଖରୁ 11 ତାରିଖ ମଧ୍ୟରେ ଦିନ 10ଟାରୁ 6 ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ ।

୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି । ଜୁନ୍ ୧୨ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବ । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ ।

ଆଜିଠୁ ବଦଳିବ ପୁରୁଣା ନମ୍ବର ପ୍ଲେଟ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ ନିୟମ । ୨୦୧୯ ଏପ୍ରିଲ ପୂର୍ବର ରାଜ୍ୟରେ ପ୍ରାୟ ୪୫ ଲକ୍ଷ ଗାଡିର ବଦଳିବ ପୁରୁଣା ନମ୍ବର ପ୍ଲେଟ । ଏଥିପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା । ସେଲେକ୍ସ, ରିଏଲ ମାଜନ୍, ଉତ୍ସବ, ସିମିନ୍ତ ଓ ଏଫ୍ଟିଆଇ ଭଳି ୫ଟି ଭେଣ୍ଡରଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି ।

୨୦୧୯ ଏପ୍ରିଲ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡିର ନମ୍ବର ପ୍ଲେଟ୍ ବଦଳି ବାର କୋଡ ଓ ଲେଜର କୋଡ ସମ୍ପନ୍ନ ପ୍ଲେଟ୍ ଲାଗିବ । ଏଥିପାଇଁ SIAM.in ସାଇଟରେ ଆବେଦନ କରିପାରିବେ ଗାଡ଼ି ମାଲିକ । ଆବେଦନ ପରେ ଡିଲର ପଏଣ୍ଟରେ ନମ୍ବର ପ୍ଲେଟ ଫିଟିଂ କରାଯିବ । ଡୋର ଡେଲିଭରୀ ବ୍ୟବସ୍ଥା ମଧ୍ୟ ରହିଛି । ବ୍ୟକ୍ତିଗତ ବ୍ୟବହାର ଓ ବ୍ୟବସାୟୀକ ଗାଡିର ନମ୍ବର ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହେବ । ସେହିପରି ପେଟ୍ରୋଲ, ଡିଜେଲ ଓ ବ୍ୟାଟେରୀ ଚାଳିତ ଯାନବାହାନ ପାଇଁ ମଧ୍ୟ ଭିନ୍ନ ନମ୍ବର ପ୍ଲେଟ୍ ରହିଛି ।

ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିବ ଓଡ଼ିଶା

ଭୁବନେଶ୍ବର: ଫାଇଭ-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଡ଼ ଅଧ୍ୟାୟ । ଆଜି ରାଜ୍ୟର ୫ ଜିଲ୍ଲାରେ ୫୩୨ଟି ସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୫ଟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ ଉତ୍ସବ ।

ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ବିଦ୍ୟାଳୟକୁ ପ୍ରଥମେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୧ଟି ହାଇସ୍କୁଲ, ବୌଦ୍ଧ ଜିଲ୍ଲାର ୨୪, ମାଲକାନଗିରି ଜିଲ୍ଲାର ୪୭, ଖୋର୍ଦ୍ଧା ଜିଲ୍ଲାର ୮୧ଟି ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଫାଇଭ-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ ।

ପରଲୋକରେ ବଲିଉଡ ଗାୟକ ‘କେକେ’; ଲାଇଭ କନସର୍ଟବେଳେ ହୋଇଗଲେ ଅସୁସ୍ଥ

କୋଲକାତା: ପରଲୋକରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚଠାରେ ଏକ କନସର୍ଟରେ ଗାଇବା ପରେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ ହୃଦଘାତରେ କେକେଙ୍କର ମୃତ୍ୟୁ ହୋଇଛି, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ। ଦୁଇ ଦିନିଆ କନ୍ସର୍ଟ ପାଇଁ କେ.କେ କୋଲକାତା ଆସିଥିଲେ। ସୋମବାର ମଧ୍ୟ ତାଙ୍କର କନ୍ସର୍ଟ ହୋଇଥିଲା। ସେ ବିବେକାନନ୍ଦ କଲେଜରେ ସେହି କାର୍ଯ୍ୟକ୍ରମ କରିଥିଲେ। କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଆଉ ସବୁଦିନ ପାଇଁ ସେ ସମସ୍ତଙ୍କୁ ଛାଡି ଚାଲିଗଲେ।

କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି  କେକେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ସିନେ କଳାକାର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପାରିବାରିକ କଳହ ଦେଖାଦେଇପାରେ

ମେଷ : ନୂଆ ସୁଯୋଗ ମିଳିପାରେ । କ୍ଷମତାରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ଚିନ୍ତା ଦେଖାଦେଇପାରେ । ମାତ୍ର, ପରେ ସମାଧାନ ହେବ । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେଇ ରହିବା ସହ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କୁ ଭଲପାଇବା ସହ ସମ୍ମାନ ଦିଅନ୍ତୁ ।

ବୃଷ : କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ । କୌଣସି ସହପାଠୀଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବେ । ଭ୍ରମଣରେ ଯାଇପାରନ୍ତି । ମନ ପ୍ରସନ୍ନ ରହିବ । ଧୈର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରନ୍ତୁ, ନିଶ୍ଚିତ ସଫଳ ହେବେ । କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ମିଥୁନ : ସକାରତ୍ମକ କାର୍ଯ୍ୟ ହେବ । ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ମିଳିପାରେ । ଆର୍ଥିକ ଲାଭ ମିଳିବ ।

କର୍କଟ : କାର୍ଯ୍ୟରେ ବାଧା ଆସିପାରେ । କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ । ବାଣିଜ୍ୟ ପଢ଼ୁଥିବା ଛାତ୍ରଙ୍କ ପାଇଁ ଦିନଟି ଭଲ । ଶିକ୍ଷକଙ୍କ ମାର୍ଗଦର୍ଶନରୁ ଲାଭ ମିଳିପାରେ ।

ସିଂହ : ଆଜିର ଦିନଟି ଉତ୍ତମ ରହିବ । ବ୍ୟବସାୟିକ କ୍ଷେତ୍ରରେ ପ୍ରତିଷ୍ଠା ହେବ । ସ୍ଥାନ ପରିବର୍ତ୍ତନ ସହ ପଦୋନ୍ନତି ହୋଇପାରେ । ଚାକିରିରେ ଉନ୍ନତି ହେବ । ସଫଳତା ମିଳିପାରେ ।

କନ୍ୟା : କ୍ୟାରିୟରରେ ଆଗକୁ ବଢ଼ିବେ । ନୂଆ ଜିନିଷ ଶିଖିବା ପାଇଁ ମନରେ ଉତ୍ସାହ ରହିବ । ଶୁଭ ସମାଚାର ମିଳିବ । ଆଇନଗତ ମାମଲାରେ ସଫଳତା ମିଳିବ । ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ତୁଳା : କୌଣସି ପ୍ରକାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ । ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, କିନ୍ତୁ ଟଙ୍କାପଇସାର ଅଭାବ କିଛି ଅଂଶରେ ରହିବ । ଆଜି କୌଣସି ପ୍ରକାରେ ବାଧାବିଘ୍ନ ଭୋଗିବେ ତେଣୁ ଘରୁ ବାହାରିଲା ବେଳେ ତୁଳସି ଡାଳିଖଣ୍ଡେ ପାଖରେ ରଖି ବାହାରନ୍ତୁ ।

ବିଛା : ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ । ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ । ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ ।

ଧନୁ : ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ । ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ । କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ବଢ଼ିବ ।

ମକର : ଉତ୍ତରାଷାଢା ନକ୍ଷତ୍ର- କୌଣସି ଅଟକିଥିବା କାର୍ଯ୍ୟ ହାସଲ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, କୌଣସି ସ୍ଥାନକୁ ବୁଲିବାକୁ ଯିବେ । ସମୟ ଏତେ ଶୁଭ ରହିବ ନାହିଁ ମନ ଅଶାନ୍ତ ରହିବ ତେଣୁ ଖଣ୍ଡେ ବର ଓହଳ ପାଖରେ ରଖିବେ କଲ୍ୟାଣ ହେବ ।

କୁମ୍ଭ : ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ । ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୂରୀ ।

ମୀନ : ପେଟ ଏବଂ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ତେଣୁ ମନେମନେ ଓଁ ନମଃ ଶିବାୟ ଜପ କରିବେ । ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ପାରାଙ୍କୁ ଖାଇବାକୁ ଦେବେ କଲ୍ୟାଣ ହେବ । ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ଷୃଷ୍ଟି ହେବ, ମନ ଅସ୍ଥିର ରହିବ ।

ପ୍ରେମ ପାଇଁ ବାଂଲାଦେଶରୁ ପହଁରି ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ: ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ୍ ଭାବେ ସେ ଭାରତ ଆସିବା ପାଇଁ ଯୋଜନା କରିଥିଲେ ।

ପୋଲିସ ସୂଚନା ଅନୁସାରେ, କ୍ରିଷ୍ଣା ପ୍ରଥମେ ମହାବଳ ବାଘ ପାଇଁ ଜଣାଶୁଣା ସୁନ୍ଦରବନରେ ପହଞ୍ଚିଥିଲେ । ସେଠାରୁ ନଦୀରେ ପ୍ରାୟ ଏକ ଘଣ୍ଟା ପହଁରି ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ । ସୁନ୍ଦରବନର ଘନ ଜଙ୍ଗଲ କି ଅଥଳ ସାଗରର ଗଭୀରତା ତାଙ୍କୁ ଭୟଭୀତ କରି ପାରିନଥିଲା । ଗତ ତିନି ଦିନ ତଳେ ପ୍ରେମିକ ଅବିକଙ୍କୁ କୋଲକାତାର କାଳୀଘାଟ ମନ୍ଦିରରେ ବିବାହ କରିଛନ୍ତି କ୍ରିଷ୍ଣା । ତେବେ ବେଆଇନ୍ ଭାବେ ଭାରତରେ ପ୍ରବେଶ କରିବା ନେଇ ତାଙ୍କୁ ଗତକାଲି ଗିରଫ କରାଯାଇଛି । କ୍ରିଷ୍ଣାଙ୍କୁ ବାଂଲାଦେଶ ହାଇ କମିଶନଙ୍କୁ ହସ୍ତାନ୍ତର କରାଯିବ । କ୍ରିଷ୍ଣାଙ୍କ ପୂର୍ବରୁ ଜଣେ ବାଂଲାଦେଶୀ କିଶୋର ଚକୋଲେଟ୍ ପାଇଁ ଭାରତକୁ ପହଁରି ଆସିଥିବା ଖବର ଚର୍ଚ୍ଚାରେ ରହିଥିଲା ।

ଦଳୀୟ କର୍ମୀଙ୍କୁ ଫିଟନେସ୍ ଟିପ୍ସ ଦେଲେ ଦିଦି

କୋଲକାତା: ଦିଦିଙ୍କୁ ଦଳୀୟ କର୍ମୀଙ୍କ ପେଟ ଚିନ୍ତା । ସମୀକ୍ଷା ବୈଠକରେ ଦେଲେ ଫିଟନେସ ଟିପ୍ସ । ପ୍ରାଣାୟମ କରି ପେଟ କମାଇବାକୁ ପରାମର୍ଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ଝାଲଦା ମୁନିସିପାଲିଟି ବୈଠକରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଥିଲେ ଦିଦି । ଏହି ବୈଠକ ଗୃହରେ ଉପସ୍ଥିତ ଜଣେ ଟିଏମସି କର୍ମୀ ସୁରେଶ ଅଗ୍ରଓ୍ବାଲଙ୍କ ମୋଟାପଣକୁ ନେଇ ମମତା ପ୍ରଶ୍ନ କରିଥିଲେ । ଏତେବଡ଼ ପେଟ କେମିତି ହେଲା ବୋଲି ପଚାରିବାକୁ ପକୋଡି ଖାଇ ପେଟ ବଢିଥିବା କହିଥିଲେ ସୁରେଶ ।

ତେବେ ଷ୍ଟେଜ ଉପରେ ପ୍ରାଣାୟାମ କରି ଦେଖାଇଲେ ୧୦ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ମମତା ଘୋଷଣା ମଧ୍ୟ କରିଥିଲେ । ଏହା ସହ ପ୍ରତିଦିନ ପ୍ରାଣାୟମ କରିବା ସହ ଦୌଡ଼ିବାକୁ ଦିଦି କହିଥିଲେ । ମିଟିଂରେ ଦଳୀୟ କର୍ମୀଙ୍କୁ ମମତା ଦେଇଥିବା ଫିଟ୍ ଆଣ୍ଡ ଫାଇନ ରହିବା ଟିପ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପଞ୍ଜାବୀ ରାପର ସିଦ୍ଧୁ ମୋସେ ଓ୍ବାଲାଙ୍କ ଶେଷକୃତ୍ୟ, ସାମିଲ ହେଲେ ହଜାର ହଜାର ଶୋକାକୁଳ ଜନତା

ଚଣ୍ଡିଗଡ଼: ପଞ୍ଚଭୂତରେ ଲୀନ ହେଲା ପଞ୍ଜାବର ସୁନାମଧନ୍ୟ ରାପର ତଥା କଂଗ୍ରେସ ନେତା ସିଦ୍ଧୁ ମୋଜେ ଓ୍ବାଲା । ଆଜି ତାଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକଙ୍କ ଯୋଗଦାନ କରିଥିଲେ । ଗତ ରବିବାର ତାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ପଞ୍ଜାବରେ ଶୋକର ଛାୟା ଖେଳିଛି । ମୋଜେ ଓ୍ବାଲାଙ୍କ ନିଜ ଗ୍ରାମ ଜଓ୍ବାହାରକେରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ କରାଯାଇଛି । ଶେଷକୃତ୍ୟ ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ତାଙ୍କ ମରଶରୀର ମାନସା ସିଭିଲ ହସ୍ପିଟାଲରୁ ଗ୍ରାମକୁ ନିଆଯିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଉପରକୁ ଦୁର୍ବୃତ୍ତମାନେ ୨୪ରୁ ଅଧିକ ଗୁଳି ମାରିଥିବା ସୂଚନା ମିଳିଛି । ସେପଟେ ମୋଜେ ଓ୍ବାଲାଙ୍କ ସିକ୍ୟୁରିଟି ପ୍ରତ୍ୟାହାରକୁ ନେଇ ବଢିଛି ରାଜନୀତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ୪୦୦ରୁ ଅଧିକ ଭିଆଇପିଙ୍କ ସିକ୍ୟୁରିଟି କାହିଁକି ପ୍ରତ୍ୟାହାର କରାଗଲା ସେନେଇ ଜୁନ ୨ ସୁଦ୍ଧା ଉତ୍ତର ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ । ହତ୍ୟାକାଣ୍ଡ ପରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ।

OAS ସ୍ତରରେ ଅଦଳବଦଳ, ନିବେଦିତା ମିଶ୍ର ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଏପିଏସସିର ସଚିବ ଭାବେ ବଦଳି କରାଯାଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିବେଦିତା ମିଶ୍ର ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ । ଯାଜପୁରରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ଅନୁଗୁଳ ଆଠମଲ୍ଲିକର ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୁଳ ପିଡି ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି ।