spot_img
Home Blog Page 4227

ଭିତରକନିକାରେ ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା, ଚାଲିବ କ୍ରୁଜ୍ ଲାଇନର୍

ଭୁବନେଶ୍ୱର: ଭିତରକନିକାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ । ଧାମରାରୁ ହୁକିଟୋଲ୍ଲା ପର୍ଯ୍ୟନ୍ତ ଚାଲିବ କ୍ରୁଜ୍‌ ଲାଇନର୍‌ । ଘରୋଇ ପୁଞ୍ଜି ନିବେଶରେ କ୍ରୁଜ୍‌ ଲାଇନର୍ ଚଳାଇବା ପାଇଁ ରାଜ୍ୟ ସରକାର ଯୋଗାଇ ଦେବେ ସବୁ ପ୍ରକାର ଭିତ୍ତିଭୂମି । ମୁମ୍ବାଇରେ ଆୟୋଜିତ ଦୁଇ ଦିନିଆ ପୁଞ୍ଜି ନିବେଶକାରୀ ସମ୍ମିଳନୀରେ ଯୋଗ ଦେଇ ଓଡିଶା ନୌବାଣିଜ୍ୟର ଐତିହ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ ।

Cruise Liner Service To Be Introduced In Bhitarkanika By Private Operator

ଏହା ସହିତ କ୍ରୁଜ ଲାଇନର୍ ପକାଇବା ପାଇଁ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୪ରୁ ୫ ଜଣ ପୁଞ୍ଜିନିବେଶକାରୀ ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ବଙ୍ଗୋପସାଗର ପୂର୍ବତଟରେ କ୍ରୁଜ୍‌ ଲାଇନର୍ ଚାଲିଲେ ପର୍ଯ୍ୟଟନ ଶିଳ୍ପ ବଡ଼ ବୁଷ୍ଟ ପାଇବ ବୋଲି ସ୍ୱାଗତ କରିଛନ୍ତି ଟୁର୍‌ ଅପରେଟର ।

ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା, କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଧୁମଧାମରେ ଚାଲିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଆଜି ମୁଖ୍ୟ ଶାସନ ସଚିବ, 5T ସଚିବ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା, ବିଭିନ୍ନ ଗଣମାଧ୍ୟମ ସମ୍ପାଦକ ପୀଠ ପରିଦର୍ଶନ କରିଛିନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପହଞ୍ଚିଛନ୍ତି । କାଲି ଯଜ୍ଞର ପୂର୍ଣ୍ଣାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Maa Taratarini Temple Foundation Ceremony

ଭାରତର ଅନ୍ୟତମ ଶକ୍ତିପୀଠ ଗଞ୍ଜାମର ତାରାତାରିଣୀ ପୀଠ । ରୂପାନ୍ତରଣ ପରେ ଏହା ଅପୂର୍ବ ଶୋଭା ମଣ୍ଡନ କରିଛି । ଭବ୍ୟ ପ୍ରତିଷ୍ଠା ଉତ୍ସବର ଆକର୍ଷଣରେ ଟାଣି ହୋଇ ଆସୁଛନ୍ତି ହଜାର ହଜାର ଭକ୍ତ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ମା’ଙ୍କ ଦର୍ଶନ କରିବା ସହ ପ୍ରତିଷ୍ଠା ଉତ୍ସବ ଓ ପୂଜାବିଧି ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୀଠରେ ପହଞ୍ଚି ମହାଯଜ୍ଞରେ ଯୋଗ ଦେଇଛନ୍ତି ।

Maa Taratarini Temple Foundation Ceremony

ରାଜ୍ୟର ବିଭିନ୍ନ ଗଣାଧ୍ୟମଣର ସମ୍ପାଦକମାନେ ଆଜି ପୀଠରେ ମାଆଙ୍କୁ ଦର୍ଶନ କରିଛନ୍ତି । ଆୟୋଜକମାନେ ସେମାନଙ୍କୁ ସ୍ୱାଗତ କରିବା ସହ ନବନିର୍ମିତ ମନ୍ଦିର ବୁଲାଇ ଦେଖାଇ ଥିଲେ । ଏଭଳି ଏକ ପରିବେଶକୁ ଆସିବାର ସୁଯୋଗ ମିଳିଥିବାରୁ ଗଣମାଧ୍ୟମ ସମ୍ପାଦକମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିବ ।

ମୃତ୍ୟୁ ପରେ ଆଉ ୨ ଜଣଙ୍କ ଜୀବନ ବଞ୍ଚାଇଲେ ୧୪ ବର୍ଷର ନାବାଳିକା

କଟକ: ମୃତ୍ୟୁ ପରେ ବି ଦେଇଗଲେ ଜୀବନ । ଅଭୁଲା ରହିବେ ୧୪ ବର୍ଷର ସ୍ମୃତି ସମୃଦ୍ଧି । କଟକ ଏସସିବି ମେଡିକାଲ କିଡନୀ ବିଭାଗରେ ହୋଇଛି ବିରଳ କାଡାଭରିକ ସର୍ଜରୀ । ମୃତ୍ୟୁ ପରେ ସ୍ମୃତିଙ୍କ କିଡନୀ ଲାଗିଛି ଆଉ ୨ ଜଣଙ୍କ ଦେହରେ । ଏସସିବିରେ ଅପରେସନ୍ ସଫଳ ହୋଇଥିବା ବେଳେ ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି କର୍ତ୍ତୃପକ୍ଷ । ଏବେ ରୋଗୀଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ୭ ଦିନ ପରେ ଡିସଚାର୍ଜ କରାଯିବ । କିଡନୀ ଦାନ କରିଥିବା ଝିଅ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀଙ୍କ ପରିବାର ଲୋକ ।

Smruti Samruddhi Of Cuttack Save Life Of Two Kidney Patient

ଡାକ୍ତର ଡାକ୍ତର ସୁନୀତାଙ୍କ ଝିଅ ସ୍ମୃତି ସମୃଦ୍ଧି । ସ୍ମୃତିଙ୍କ ବ୍ରେନ୍ ଡେଡ୍ ପରେ ପରିବାର ଲୋକେ ତାଙ୍କ କିଡନୀକୁ ଦାନ କରିଛନ୍ତି । ଫଳରେ ବଞ୍ଚି ଯାଇଛି ଆଉ ଦୁଇ ଦୁଇଟି ଜୀବନ । ଏସସିବି ଓ ଆପଲୋ ହସ୍ପିଟାଲରେ ହୋଇଥିବା ୨ଟି ଯାକ ଅସ୍ତ୍ରୋପଚାର ସଫଳ ହୋଇଛି । ଏସସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ଟିମ୍ ୪ ଘଣ୍ଟାର ଅପରେସନ ପରେ ସଫଳତା ହାସଲ କରିଛନ୍ତି । ସ୍ମୃତିଙ୍କ ପରିବାର ଲୋକଙ୍କ ସହମତିରେ କିଡନୀକୁ ୨ଟିକୁ ଆପଲୋ ଓ ଏସସିବି ନିଆଯାଇଥିଲା । ପୂର୍ବରୁ ପ୍ରସ୍ତୁତ ଥିବା ୨ କିଡନୀ ରୋଗୀଙ୍କ ଠାରେ ସ୍ମୃତିଙ୍କ କିଡନୀ ପ୍ରତିରୋପଣ କରାଯାଇଛି ।

Smruti Samruddhi Of Cuttack Save Life Of Two Kidney Patient

ଏସସିବିରେ ଜଗତସିଂହପୁରର ଅନାମିକାଙ୍କ ଦେହରେ ସ୍ମୃତିଙ୍କ ଗୋଟିଏ କିଡନୀ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟ କିଡନୀଟି ଆଉ ଜଣେ ରୋଗୀଙ୍କ ଦେହରେ ଆପଲୋରେ ଲାଗିଛି । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ, ଏସସିବି ଅଧ୍ୟକ୍ଷ, ଅଧୀକ୍ଷକ, ସୋଟୋ ଟିମ ଓ ନେଫ୍ରୋଲୋଜି ୟୁରୋଲୋଜି ଡାକ୍ତରଙ୍କ ସହଯୋଗ ପାଇଁ ଏହା ସମ୍ଭବପର ହୋଇପାରିଛି । କିଡନୀ ପ୍ରତିରୋପଣ ପରେ ଖୁସି ବ୍ୟକ୍ତ କରିଛନ୍ତି ଅନାମିକାଙ୍କ ପରିବାର । ସେମାନେ ମୃତ ସ୍ମୃତି ସମୃଦ୍ଧିଙ୍କୁ ହୃଦୟରୁ ଧନ୍ୟବାଦ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ଜଟିଳ ଅପରେସନକୁ ସଫଳ କରିଥିବା ଏସସିବିର ଡାକ୍ତରୀ ଟିମକୁ ପ୍ରଶଂସା କରିଛନ୍ତି । ୨୦୨୦ରେ ଏସସିବିରେ ପ୍ରଥମ କାଡାଭରିକ ସର୍ଜରୀ ହୋଇଥିଲା । କୋଭିଡ୍ ସ୍ଥିତି ସୁଧୁରିବା ପରେ ଏହା ପ୍ରଥମ ବିରଳ ଅପରେସନ୍ ।

ଜାତୀୟ ମହିଳା ସିନିଅର ହକି, ଟାଇଟଲ୍ ହାତେଇଲା ଓଡ଼ିଶା

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ । ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ ଗୋଲ୍ ଥିଲା ।

Odisha Won Title In National Senior Women's Hockey

ମ୍ୟାଚର ୩୪ତମ ମିନିଟରେ ପୁନମ ବାର୍ଲା ପ୍ରଥମ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ମ୍ୟାଚର ୫୯ତମ ମିନିଟରେ କାଞ୍ଚନ ବାର୍ଲା ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଓଡ଼ିଶା, ଶକ୍ତିଶାଳୀ ଝାଡ଼ଖଣ୍ଡକୁ ୫-୦ ଗୋଲରେ ହରାଇଥିଲା ।

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ, ପାସହାର ୮୭.୨୦ %

ଭୁବନେଶ୍ୱର: ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ । ଚଳିତଥର ମୋଟ ପାସହାର ୮୭.୨୦ ପ୍ରତିଶତ ରହିଛି । ଏ-୧ ଗ୍ରେଡରେ ପାସ୍ ହୋଇଛନ୍ତି ୯ ହଜାର ୩୯ ଜଣ ଛାତ୍ରଛାତ୍ରୀ । ଏ-୨ ଗ୍ରେଡରେ ୫୮ ହଜାର ୯୯୧ ଜଣ, ବି-୧ ଗ୍ରେଡରେ ୧ ଲକ୍ଷ ୧୮ ହଜାର ୭୯୨ ଜଣ ପାସ୍ ହୋଇଛନ୍ତି । ସେହିଭଳି ବି-୨ ଗ୍ରେଡରେ ୧ ଲକ୍ଷ ୪୫ ହଜାର ୧୬୩ ଜଣ, ସି ଗ୍ରେଡରେ ୧ ଲକ୍ଷ ୯ ହଜାର ୫୭୩ 573 ଜଣ ପାସ୍ ହୋଇଛନ୍ତି ।

Odisha 9th Class Results Declared

ସେହିଭଳି ଡି ଗ୍ରେଡରେ ୪ ଲକ୍ଷ ୬ ହଜାର ୯୭୦ ଜଣ, ଇ ଗ୍ରେଡରେ ୫ ହଜାର ୩୧୦ ଜଣ ପାସ୍ ହୋଇଛନ୍ତି । ମୋଟ ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀ ୯ମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏଫ୍-୧ ଗ୍ରେଡରେ ୨୭  ହଜାର ୩୫8 ଓ ଏଫ୍-୨ ଗ୍ରେଡରେ ୩୦ ହଜାର ୧୩୮ ଜଣ ରହିଛନ୍ତି । ଏଫ୍-୧ ଗ୍ରେଡ୍ ପାଇଥିବା ଛାତ୍ରଛତ୍ରୀଙ୍କୁ ପାସ୍ ଘୋଷଣା କରାଯାଇଛି । ଏଫ୍-୨ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୂ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ, ଗ୍ୟାଙ୍ଗ ମୁଖ୍ୟଙ୍କ ସହ ବନ୍ଧାହେଲେ ୫ ଜଣ

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ । ବେଟିଂରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ଏହା ଛଡ଼ା ୯ଟି ମୋବାଇଲ ଫୋନ୍, ଗୋଟିଏ କାର୍ ବି ଜବତ କରିଛି ପୋଲିସ । ଆଇପିଏଲ୍ ବେଟିଂ ରାକେଟ ବାବଦରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରେଡ୍ କରିଛିଲା ପୋଲିସ ।

Berhampur Police Nabbed 5 Person In IPL Betting

ଗିରଫ ବ୍ୟକ୍ତିମାନେ ହେଲେ ଦୀପୁ ନାହାକ, କିଟୁ ରାଉତ, ଅଶ୍ୱିନୀ କୁମାର ପାତ୍ର, ପ୍ରଶାନ୍ତ କୁମାର ସାହୁ ଓ ଗୋପୀନାଥ ମହାରଣା । ଦୀପୁ ନାହାକ ଏହି ବେଟିଂ ଗ୍ୟାଙ୍ଗର ମୁଖିଆ ବୋଲି ପୋଲିସ କହିଛି । ବିଭିନ୍ନ ୱେବସାଇଟ୍ ଜରିଆରେ ଅଭିଯୁକ୍ତମାନେ ବେଟିଂରେ ସମ୍ପୃକ୍ତ ଥିଲେ । ଗିରଫ ହୋଇଥିବା ବ୍ୟକ୍ତିମାନେ ବ୍ରହ୍ମପୁର ଆଖପାଖ ଅଞ୍ଚଳର ବାସିନ୍ଦା ।

ପିଡିଏସ୍ ଚାଉଳ ନେଇ ଫେରିବା ବେଳେ ଦୁର୍ଘଟଣା, ୨ ଜଣଙ୍କ ମୃତ୍ୟୁ

ଧର୍ମଗଡ଼: ମୃତ୍ୟୁ କେତେବେଳେ, କେଉଁ ବାଟରେ କାହା ପାଖର ପହଞ୍ଚି ଯାଏ । କହି ହୁଏନାହିଁ । ସେଭଳି ଏକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ୨ ଜଣ । ଆଉ ୯ ଜଣ ମେଡିକାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ସିନ୍ଧିପଦର ପଞ୍ଚାୟତକୁ ପିଡିଏସ୍ ଚାଉଳ ଆଣିବାକୁ ଯାଇଥିଲେ ବାର୍ଶିକୋନା ଗାଁରେ କିଛି ଜଣ । ଆଉ ଚାଉଳ ନେଇ ଭ୍ୟାନରେ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁ ।

Road Accident Dharmagarh 2 Died

ସୂଚନା ଅନୁସାରେ, ବାର୍ଶିକୋନା ଗାଁର କିଛି ଲୋକ ପିଡିଏସ୍ ଚାଉଳ ଆଣିବାକୁ ସିନ୍ଧିପଦର ପଞ୍ଚାୟତକୁ ଯାଇଥିଲେ । ଚାଉଳ ନେଇ ଏକ ଧଳା ରଙ୍ଗର ଭ୍ୟାନରେ ଫେରୁଥିଲେ ସମସ୍ତେ । ଭ୍ୟାନଟି ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Road Accident Dharmagarh 2 Died

ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତରଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୭ ଜଣ ମହିଳା ଥିବା ଜଣାପଡ଼ିଛି ।

୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲା ଷ୍ଟେଟ ସିଲେକ୍ସନ ବୋର୍ଡ

ଭୁବନେଶ୍ୱର: ପୁଣି ଟ୍ରାକକୁ ଫେରିବ କରୋନାରେ ଧିମା ପଡ଼ିଥିବା ରାଜ୍ୟ ଶୈକ୍ଷିକ ବାତାବାରଣ । ଆରମ୍ଭ ହୋଇଯାଇଛି ଅଧ୍ୟାପକ ନିଯୁକ୍ତି ପ୍ରକିୟା । ଆଜି ଷ୍ଟେଟ ସିଲେକ୍ସନ ବୋର୍ଡ ବା ଏସଏସବି ପକ୍ଷରୁ ୯୭୨ରୁ ୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୫-୧୬ରେ ୧୫୧୦ ଜଣ ଏସଏସବି ଦ୍ୱାରା ନିଯୁକ୍ତି ପାଇଥିଲେ । ୨୦୨୦ରେ ୮୦୯ ଜଣ ପାଇଥିଲେ ନିଯୁକ୍ତି । ସମୁଦାୟ ୩ ହଜାର ୨୯୧ ଜଣ ନିଯୁକ୍ତି ପାଇଛନ୍ତି । ସରକାରୀ କଲେଜରେ ୬୦୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା OPSC ଦ୍ୱାରା ଚାଲିଛି । ଏଥିରୁ ୧୫୦ ଜଣ ନିଯୁକ୍ତି ପାଇ ସାରିଲେଣି ।

State Selection Board Appointed 930 Professor

ବିଶ୍ୱବିଦ୍ୟାଳୟ ସ୍ତରରେ ୫୦୪ ଜଣ ଆସିଷ୍ଟାଣ୍ଟ ପ୍ରାଧ୍ୟାପକ, ୩୨୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୮୩ ଜଣ ପ୍ରଫେସର ପଦକୁ ମିଶାଇ ସମୁଦାୟ ୧ ହଜାର ୭ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏଥିରୁ ୧୫୦ ଜଣ ନିଯୁକ୍ତି ପାଇ ସାରିଲେଣି । ବିଇଡି କଲେଜର ୩୮୫ ଜଣଙ୍କୁ ନିଯୁକ୍ତି ଦେବାକୁ OPSCକୁ କୁହାଯାଇଛି । ଏହି ନିଯୁକ୍ତ ପ୍ରକ୍ରିୟା ଜାରି ରହି । ଗତ ୩ ବର୍ଷରେ ୪ ହଜାର ୨୫୫ ପଦ SSB, OPSC ଓ ବିଶ୍ୱବିଦ୍ୟାଳୟସ୍ତରରେ ଦିଆଯାଇଛି । ସେଥିରୁ ୨ ହଜାର ୮୧ଟି ପଦରେ ନିଯୁକ୍ତି ସରିଛି ।

State Selection Board Appointed 930 Professor

ତା’ପରେ ଅବସର ନେଉଥିବା ଅଧ୍ୟାପକଙ୍କ ତାଲିକା ଆସିବା ପରେ ବଳକା ସିଟ୍ ପୂରଣ ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ଯେ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକ ପଦ ପୂରଣ କରାଯାଉ । ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାପକମାନଙ୍କ ଯୋଗଦାନ ଓ ରାଜ୍ୟର ସାମଗ୍ରିକ ବିକାଶରେ ଶିକ୍ଷାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ନୂଆ ଅଧ୍ୟାପକମାନଙ୍କୁ ଆଜି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମଙ୍ଗଳ ଗ୍ରହରେ ରହସ୍ୟମୟ ଦ୍ୱାର, ରହୁଛନ୍ତି କି ଏଲିୟନ୍ସ ?

ୱାଶିଂଟନ୍: ମଙ୍ଗଳକୁ କବାଟ । ଏଇ କବାଟ ପଛପଟେ ରହୁଛନ୍ତି ଏଲିୟନ୍ସ । ନାସାକୁ ମିଳିଲା ମଙ୍ଗଳ ଗ୍ରହକୁ ରାସ୍ତା । ସୋସିଆଲ୍ ମିଡିଆରେ ଏବେ ଢେର୍ ଚର୍ଚ୍ଚା । ମଙ୍ଗଳ ଗ୍ରହରେ ରହୁଛନ୍ତି ଏଲିୟନ୍ସ । ଲଗାଇଛନ୍ତି କବାଟ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ପୃଷ୍ଠରେ ଏକ କବାଟ ଠାବ କରିଛି । ନାସାର କ୍ୟୁରୋସିଟି ରୋଭର ପଠାଇଥିବା ଫଟୋରେ ଏକ କବାଟ ଆକୃତି ଦେଖା ଯାଉଛି । ଯାହାକୁ ଲୋକେ କହୁଛନ୍ତି ଏଲିୟନ୍ସଙ୍କ ଦ୍ୱାର । ତେବେ ମଙ୍ଗଳ ପୃଷ୍ଠରେ କବାଟ ଭଳି ଦୃଶ୍ୟମାନ ଏ ଫଟୋଟି ସତ ହୋଇଥିଲେ ମଧ୍ୟ ଏହା କବାଟ କି ନୁହେଁ ଜଣାପଡ଼ିନାହିଁ ।

NASA Discovers Mysterious Doorway On Mars Aliens Home

କୁହାଯାଉଛି ଏହି ରାସ୍ତା ଅନ୍ୟ ଏକ ଦୁନିଆକୁ ଯାଇଛି । ଯେଉଁ ଦୁନିଆରେ ରହୁଛନ୍ତି ରହସ୍ୟମୟ ଏଲିୟନ୍ସ । ଏବେ ଏହି ଫଟୋ ଇଣ୍ଟରନେଟ ସେନସସ୍ ପାଲଟିଛି । ମଙ୍ଗଳର ରହସ୍ୟମୟ କବାଟକୁ ନେଇ ଅନେକ ଦାବି କରାଯାଉଥିଲେ ବି କୌଣସି ଦାବି ପ୍ରମାଣିତ ହୋଇ ନାହିଁ । ରୋଭର ଦେଇଥିବା ଛବିକୁ କିଛି ଲୋକ ମଙ୍ଗଳ ପୃଷ୍ଠରେ ସୃଷ୍ଟି ହୋଇଥିବା ଫାଟ କହୁଛନ୍ତି । କାରଣ ମଙ୍ଗଳ ଗ୍ରହରେ ବାରମ୍ବାର ଭୂମିକମ୍ପ ହେଉଥିବା ବେଳେ ଚଳିତ ମାସ ୪ ତାରିଖରେ ସେଠାରେ ସବୁଠୁ ବଡ଼ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଫଳରେ ମଙ୍ଗଳ ଗ୍ରହରେ ଏଭଳି ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ତେବେ ନାସା ଅନୁସାରେ, ଫଟୋରେ ମଙ୍ଗଳ ଗ୍ରହର କବାଟଟି ବଡ଼ ଆକାରର ଦେଖା ଯାଉଥିଲେ ମଧ୍ୟ ଏହା ବହୁତ ଛୋଟ । ଏହି ରହସ୍ୟମୟ କବାଟ ବାସ୍ତବରେ କିଛି ସେଣ୍ଟିମିଟର ଅବା ଇଞ୍ଚର ହୋଇଥିବା ନାସା କହିଛି । ତେବେ ପ୍ରକୃତ ସତ ଜାଣିବା ପାଇଁ ଆହୁରି ରିସର୍ଚ୍ଚ ଆବଶ୍ୟକ ବୋଲି କହିଛି ନାସା ।

NASA Discovers Mysterious Doorway On Mars Aliens Home

ତେବେ କବାଟ ଆକୃତିର ଏହି ଜିନିଷ କ’ଣ ? କିଭଳି ସୃଷ୍ଟି ହେଲା ତାର ଅନୁସନ୍ଧାନ ଚାଲିଛି । ମଙ୍ଗଳର ରହସ୍ୟମୟ କବାଟକୁ ନାସାର ରୋଭର ମଷ୍ଟ କ୍ୟାମେରା କ୍ୟାପଚର୍ କରିଛି । କବାଟ ତୁଳନାରେ ଭୂ-ପୃଷ୍ଠ ବହୁତ ବଡ଼ ଦେଖା ଯାଉଛି । ଏହା ପୂର୍ବରୁ ଚୀନର ଜୁରୋଙ୍ଗ ରୋଭର ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ କରିଥିଲା । ଏବେ ପୁଣି ରହସ୍ୟମୟ କବାଟ ମଙ୍ଗଳ ଗ୍ରହକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି ।

ଚର୍ଚ୍ଚାର ଅନ୍ତ, ବାହା ହେବେ ତିର୍ତ୍ତୋଲ ବିଧାୟକ

ତିର୍ତ୍ତୋଲ: ସବୁ ଚର୍ଚ୍ଚାରେ ପଡ଼ିବ ଯବନିକା । ଅନ୍ତ ହେବ ପ୍ରତୀକ୍ଷାର । ବିବାହ ବନ୍ଧନରେ ବାନ୍ଧି ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଦୀର୍ଘଦିନ ଧରି ଭଲ ପାଉଥିବା ଯୁବତୀଙ୍କୁ ରେଜିଷ୍ଟ୍ରି ମ୍ୟାରେଜ୍ କରିବେ ବିଜୟ । ଏନେଇ ସବ ରେଜିଷ୍ଟ୍ରି ଅଫିସରେ ପହଞ୍ଚିଥିଲେ ଉଭୟ ଏବଂ ତାଙ୍କ ପରିବାର । ଉଭୟ ପଟରୁ ରାଜି ଥିବା ବେଳେ ଆଉ ମାସକ ପରେ ସବ ରେଜିଷ୍ଟ୍ରି ଅଫିସରୁ ନୋଟିସ୍ ଯିବା ପରେ ବାହାଘର ହେବ । ଆଜି ରେଜିଷ୍ଟ୍ରି ଲେଖାପଢା ପରେ ଉଭୟ ଖୁସି ଥିବା ଦେଖାଯାଇଛି ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ହେଉଛନ୍ତି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ । ତାଙ୍କ ଘର ମକୁନ୍ଦପୁର । ସେ ଯାହାଙ୍କୁ ବିବାହ କରିବେ ସେ ହେଉଛନ୍ତି ଦେଉଲିଗ୍ରାମେଶ୍ୱରର ସମଲିକା ଦାଶ ।