spot_img
Home Blog Page 4235

ତେଲେଙ୍ଗାନାରୁ କେନ୍ଦ୍ର ଉଠାଇଲା ବଳକା ଉଷୁନା ଚାଉଳ, ଓଡ଼ିଶାରୁ କେବେ ?

ଭୁବନେଶ୍ୱର: ରାଜ୍ୟରୁ କେନ୍ଦ୍ର ବଳକା ଉଷୁନା ଚାଉଳ ଉଠାଇବା ପାଇଁ ସଂସଦରେ ପୁଣି ଦାବି ଉଠାଇବ ବିଜେଡି । ଆବଶ୍ୟକ ପଡ଼ିଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ସାଂସଦ ମୁନା ଖାନ୍ କହିଛନ୍ତି । ବାରମ୍ବାର ଦାବି ପରେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି । ସଂସଦରେ ଦାବି ଉଠାଗଲା, କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ସାଂସଦମାନେ ଭେଟିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଚିଠି ଲେଖିଲେ । କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଲେ, କିନ୍ତୁ ଉଷୁନା ଚାଉଳ ଉଠାଇଲେ ନାହିଁ । ଯେତେବେଳେ କର୍ଣ୍ଣାଟକର ଉଷୁନା ଚାଉଳ ଉଠାଇଥିଲେ । ସେ ସମୟରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ସାଂସଦ ।

ତେଲେଙ୍ଗାନା ସମେତ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବେ କେବଳ ତେଲେଙ୍ଗାନାର ବଳକା ଉଷୁନା ଚାଉଳ ଉଠାଇ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛନ୍ତି । ସଂସଦରେ ଏହି ପ୍ରସଙ୍ଗ ପୁଣି ଉଠାଇବ ବିଜେଡି । ଆବଶ୍ୟକ ପଡ଼ିଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ସାଂସଦ ମୁନା ଖାନ କହିଛନ୍ତି।

ସେପଟେ କଂଗ୍ରେସ କହିଛି, ଓଡ଼ିଶା ପ୍ରତି ଏହା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ତେଲେଙ୍ଗାନାର ଉଷୁନା ଚାଉଳ ଉଠିବ, ଓଡ଼ିଶାର କାହିଁକି ନୁହେଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଓଡ଼ିଶାର ବଳକା ଚାଉଳ କିଣିବା ସହ କେନ୍ଦ୍ର ସରକାର ବକେୟା ଅର୍ଥ ପ୍ରଦାନ କରିବାକୁ ଦଳ ଦାବି କରିଛି । ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

 

 

ବାସହରା କଲା ‘ଅସାନି’: ଆସାମରେ ଭୂସ୍ଖଳନ, ୩ ମୃତ

ଡିମାହାସା: ଆସାମରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଦିନ ହେବ ହେଉଥିବା ଲଗାଣ ବର୍ଷା କାରଣରୁ ଡିମାହାସା ଜିଲ୍ଲାରେ ଭୂସ୍ଖଳନ ହୋଇଛି । ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି ।

ତେବେ ଭୂସ୍ଖଳନ ଯୋଗୁ ୧୨ଟି ଗାଁର ପ୍ରାୟ ୮୦ରୁ ଊର୍ଦ୍ଧ୍ଵ ଘର ମାଟିରେ ମିଶିଯାଇଛି । ତେବେ କୁହାଯାଉଛି କି ଏହି ଭୂସ୍ଖଳନ ଆସାମରେ ହୋଇଥିବା ବନ୍ୟା ଯୋଗୁ ହୋଇଛି ।

ତେବେ ଆସାମର ଏଭଳି ପରିସ୍ଥିତି ବାତ୍ୟା ‘ଆସାନି’ ପାଇଁ ହୋଇଛି । ଅସାନି ଯୋଗୁ ପ୍ରବଳ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଡିମା ହାସାଓର ହାଫଲଙ୍ଗରେ ଏକ ଭୂସ୍ଖଳନରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟାନ୍ୟ ଅଞ୍ଚଳରେ ସଡ଼କ ଓଭରଫ୍ଲୋ ଘଟଣା ଘଟିଥିବାର ସୂଚନା ମିଳିଛି।

ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବାରୁ ଲୋକଙ୍କୁ ଯାତ୍ରା ଠାରୁ ଦୂରେଇ ରହିବାକୁ ଡିମା ହାସାଓଙ୍କ ଡେପୁଟି କମିଶନର ନାଜରିନ୍ ଅହମ୍ମଦ ଏକ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ରାସ୍ତାର ଅବସ୍ଥା ମଧ୍ୟ ଖରାପ ରହିଛି। ଏହାସହ ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଧୋଇଯାଇଛି । ଯାହାଫଳରେ ପ୍ରାୟ ୨୪ ହଜାର ୬୮୧ ଲୋକ ପ୍ରଭାବିତ ହୋଇଛନ୍ତି ।

ଏଥର ଜଟଣୀରୁ ମୁଁ ନୁହେଁ ପୁଅ: ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଆର ଥରକୁ ମୁଁ ଆଉ ନିର୍ବାଚନ ଲଢ଼ିବିନି । ମୋତେ ଏବେ ୭୯ ବର୍ଷ ବୟସ ହେଲାଣି । ୨୦୨୪ ନିର୍ବାଚନ ବେଳକୁ ମୋତେ ୮୦ ହୋଇସାରିଥିବ । ତେଣୁ ଆଗାମୀ ନିର୍ବାଚନରେ ମୋର ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବ ବୋଲି ଗଣମାଧ୍ୟମରେ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ସେ ଆହୁରି କହିଛନ୍ତି- କଂଗ୍ରେସ ଦଳ ଓ୍ୱାନ୍ ଫ୍ୟାମିଲି, ଓ୍ୱାନ୍ ଟିକେଟ୍ ନୀତିରେ ଆଗେଇବାକୁ ଯାଉଛି । ଏ ଦୃଷ୍ଟିରୁ ମୋର ସାନ ପୁଅ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବ । ମୁଁ ପୂର୍ବରୁ ବି ଘୋଷଣା କରିଥିଲି, ଏବେ ବି ସେହି କଥା ଘୋଷଣା କରୁଛି । ଆଗକୁ ଯଦିଓ ସକ୍ରିୟ ରାଜନୀତିରେ ରହିବି ନାହିଁ କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣ ଓ କଂଗ୍ରେସ ପାଇଁ କାମ କରିବି ବୋଲି କହିଛନ୍ତି ସୁର ରାଉତରାୟ ।

 

ଆଜିଠୁ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା । ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ଗତକାଲି ନିର୍ମାଣ ହୋଇଥିବା ଯନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସେବାୟତମାନେ ଆରମ୍ଭ କରିଛନ୍ତି । ୩ ରଥରେ ଥିବା ୪୨ଟି ତୁମ୍ଭରେ ୬୭୨ ଖଣ୍ଡ ଅରକୁ ସଂଯୋଗ କରାଯାଇଥାଏ ।

କାଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା କରିବେ ରାହୁଲ !

ଉଦୟପୁର: ଆସନ୍ତା ନିର୍ବାଚନ ପାଇଁ ସଜାଗ ହେଉଛି କଂଗ୍ରେସ ଦଳ । ଏନେଇ ବିଭିନ୍ନ ରାଜ୍ୟରେ କଂଗ୍ରେସ ତା ଦଳକୁ ସୁଦୃଢ କରିବାକୁ ଯୋଜନା ଚଳାଇଛି । ରାଜସ୍ଥାନର ଉଦୟପୁରରେ କଂଗ୍ରେସ ‘ନବ ସଙ୍କଳ୍ପ ଶିବିର’ କାର୍ଯ୍ୟକ୍ରମ ଚଳାଇଛି । ଆଉ ଏହି ସମୟରେ କୁହାଯାଉଛି ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ପୁରା ଦୃଢ କରିବାକୁ ରାହୁଲ ଗାନ୍ଧୀଙ୍କ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁସାରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ବର୍ଷେ ମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କରିବେ, ଏହି ଯାତ୍ରାର ଅଧିକାଂଶ ‘ପାଦଯାତ୍ରା’ ହେବ । ଏହା ମାଧ୍ୟମରେ କଂଗ୍ରେସ ଦେଶର ଲୋକଙ୍କୁ ନିଜ ସହ ଯୋଡିବାକୁ ଚେଷ୍ଟା କରିବ ।

ସୂଚନା ଅନୁସାରେ, G23 (କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ନେତାମାନେ)ର ନେତାମାନେ କଂଗ୍ରେସ ପାର୍ଟି ପାର୍ଲାମେଣ୍ଟ ବୋର୍ଡ ଗଠନ ପାଇଁ ଦାବି କରିଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସନ୍ତା ୧୪ ତାରିଖରେ ‘ନବ ସଙ୍କଳ୍ପ ଶିବିର’ର ଦ୍ୱିତୀୟ ଦିନରେ ଦଳର ସାଧାରଣ ସଚିବ, ରାଜ୍ୟ ଦାୟିତ୍ୱ, ରାଜ୍ୟ ୟୁନିଟ୍ ସଭାପତି, ବିଧାନସଭା ଦଳର ନେତା ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଥିଲେ । ଏବଂ ଏହିସବୁ ଯୋଜନା ଏହି ବୈଠକରେ ଆଲୋଚନା କରାଯାଇଥିଲା ଏବଂ ସମସ୍ତେ ଏହି ଯୋଜନାରେ ସହମତ ଦେଇଥିଲେ।

ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସଂଗଠନର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ, ବରିଷ୍ଠ ନେତା ଡିଜିଭି ସିଂ, ପି ଚିଦାମ୍ବରମ୍, ଭୁପେନ୍ଦ୍ର ସିଂ ହୁଡା, କମଲ ନାଥ, ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ, ଗୌରବ ଗୋଗୋଇ, ଅଶୋକ ଗେହଲଟଙ୍କ ସମେତ ଅନେକ ବଡ ନେତା ଉପସ୍ଥିତ ଥିଲେ । ଏହାସହ, ଶୁକ୍ରବାର ଦିନ, ସୋନିଆ ଗାନ୍ଧୀ କଂଗ୍ରେସରେ ଏକ ପରିବର୍ତ୍ତନ ଆଣିବା ଦରକାର ବୋଲି କହିବା ସହ ସାଧାରଣ ପରିସ୍ଥିତିକୁ ଏକ ଅସାଧାରଣ ଉପାୟରେ ମୁକାବିଲା କରାଯାଏ ବୋଲି କହିଛନ୍ତି ।

ସାଙ୍ଗରେ ଜଗନ୍ନାଥଙ୍କ ଫଟୋ ନେଇ ଏଭରେଷ୍ଟ ଚଢିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ଭୁବନେଶ୍ୱର: ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କଲେ ସିଦ୍ଧାର୍ଥ ରାଉତରାୟ । ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ଆଜି ଭୋର ୪ଟା ୧୫ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ତାଙ୍କ ଲକ୍ଷ୍ୟ ପୂରଣ କରିଥିବା ନେଇ ବାପା ତଥା ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ଭାରତୀୟ ଶୀର୍ଷରେ ପହଞ୍ଚିଥିବା ବେଳେ, ସଫଳତାର ପୃଷ୍ଠାରେ ଓଡ଼ିଆ ପୁଅ ସିଦ୍ଧାର୍ଥ ତାଙ୍କ ନାଁ ଯୋଡ଼ିଛନ୍ତି । ଏହି ଲକ୍ଷ୍ୟ ପୂରଣ ପୂର୍ବରୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସଫଳତା କାମନା କରିଥିଲେ ।

ବରଗଡ଼ରେ ମୁଖ୍ୟ ଶାସନ ସଚିବ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉପରମୁଣ୍ଡ କାର୍ଯ୍ୟର କଲେ ସମୀକ୍ଷା

ବରଗଡ଼: ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରଥମେ ଜିରୋ ପଏଣ୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉପରମୁଣ୍ଡ କାର୍ଯ୍ୟ ସମୀକ୍ଷା କରିବା ପରେ ସିକିରଡିଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇଣ୍ଟେକ ଓ୍ୱେଲ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ବରଗଡ଼ ଜିଲ୍ଲାର ଅତାବିରା, ବିଜେପୁର ଓ ଗାଇସିଲେଟ ବ୍ଲକକୁ ଜଳ ଯୋଗାଣ ହେବାକୁ ଥିବା ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପର ଉପଚାର ପ୍ଲାଣ୍ଟର ମଧ୍ୟ ପରିଦର୍ଶନ କରିଛନ୍ତି ମୁଖ୍ୟଶାସନ ସଚିବ ।

ଏହି ପ୍ରକଳ୍ପ ମାଧ୍ୟମରେ ୩୪୯ ଗ୍ରାମର ୫ ଲକ୍ଷ ୮୬ ହଜାର ୭୦୫ ଲୋକ ଉପକୃତ ହେବେ । ୨୦୨୩ ଜାନୁଆରୀ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୫୦୮.୭୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାପରେ କୁରୁମକେଲ ଯାଇ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଇମ୍ରାନଙ୍କୁ ଡରାଉଛି ହତ୍ୟା ଷଡ଼ଯନ୍ତ୍ର ! କହିଲେ ତାଙ୍କୁ ହତ୍ୟା କରିବାକୁ ଦେଶ ବିଦେଶରେ ଚାଲୁଥିଲା ଷଡଯନ୍ତ୍ର

ଇସଲମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚାଞ୍ଚଲ୍ୟକର ବୟାନ । ତାଙ୍କୁ ହତ୍ୟା କରିବା ଲାଗି ଦେଶ ଓ ବିଦେଶରେ ଯୋଜନା କରାଯାଇଥିଲା ବୋଲି କହିଛନ୍ତି ଇମ୍ରାନ । ତାଙ୍କୁ କେଉଁମାନେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ, ସେମାନଙ୍କ ନାମ ସେ ଜାଣିଛନ୍ତି ଏବଂ ତାହାର ପ୍ରମାଣ ତାଙ୍କ ନିକଟରେ ରହିଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କେବେଳ ସେତିକି ନୁହେଁ ଷଡ଼ଯନ୍ତ୍ରର ପ୍ରମାଣ ସ୍ୱରୂପ ଏକ ଭିଡିଓ କରିଛନ୍ତି । ଇମ୍ରାନଙ୍କ ଏହି ବୟାନ ବିଭିନ୍ନ ନେତାଙ୍କ ସମ୍ପୃକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ତାଙ୍କ ସରକାରକୁ ଗାଦିଚ୍ୟୁତ କରିବା ଲାଗି ଦେଶର କିଛି ନେତାଙ୍କ ଜରିଆରେ ଆମେରିକା ଯୋଜନା କରୁଥିବା ସମ୍ପର୍କରେ ଅଭିଯୋଗ କରି ଗତ ଏପ୍ରିଲରେ ଗାଦି ହରାଇଥିଲେ ଇମ୍ରାନ । ଶାସନରୁ ବିଦା ହେବା ପରଠାରୁ ନୂଆ ସରକାରଙ୍କୁ ପ୍ରତାରକ ଓ ଦୁର୍ନୀତିଗ୍ରସ୍ତ ବୋଲି କହି ଆସୁଛନ୍ତି ଇମ୍ରାନ ।

ଇମ୍ରାନ ଖାନ କହିଛନ୍ତି ଯେ, ସେ ଏକ ଭିଡିଓ ରେକର୍ଡ କରିଛନ୍ତି । ‘ଏହି ଷଡ଼ଯନ୍ତ୍ର ବିଷୟରେ ମୁଁ ପୂର୍ବରୁ ଜାଣିଛି, ତେଣୁ ମୁଁ ଏକ ଭିଡିଓ ରେକର୍ଡ କରି ଏକ ସୁରକ୍ଷିତ ସ୍ଥାନରେ ରଖିଛି । ଯଦି ମୋ ସହିତ କିଛି ହୁଏ, ତେବେ ଏହି ଭିଡିଓ ଦେଶର ଲୋକଙ୍କ ସାମ୍ନାରେ ପ୍ରକାଶିତ ହେବ । ଏହି ଭିଡିଓରେ ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ କହିଛି ଯେଉଁମାନେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି  ।

ଇମ୍ରାନ ଏକ ବାଧା ଯାହାକୁ ହଟାଇବା ଆବଶ୍ୟକ

ସେ ସେହ ଷଡଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ‘ସେମାନେ ଭାବନ୍ତି ଯେ ଇମ୍ରାନ ସେମାନଙ୍କ ପଥରେ ଏକ ପ୍ରତିବନ୍ଧକ, ଯାହାକୁ ହଟାଇବା ଆବଶ୍ୟକ । ସେଥିପାଇଁ ମୁଁ ଏହି ଭିଡିଓ ରେକର୍ଡ କରି ରଖିଛି । କାରଣ ମୋ ପାଇଁ ଏହା ରାଜନୀତି ନୁହେଁ, ଏହା ଜିହାଦ  । ଯଦି ମୋ ସହ କିଛି ଘଟେ, ମୁଁ ଚାହୁଁଛି ଏହି ଷଡଯନ୍ତ୍ରରେ କିଏ ଜଡିତ ଅଛି ତାହା ପୁରା ପାକିସ୍ତାନ ଜାଣୁ ।

ପୁଣି କରୋନା ସଂକ୍ରମିତ ହେଲେ ଖିଲାଡ଼ି କୁମାର

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି କୁମାର ପୁଣି କରୋନା ସଂକ୍ରମିତ । କରୋନା ସଂକ୍ରମିତ ହେବା ସମ୍ପର୍କରେ ଅକ୍ଷୟ କୁମାର ନିଜେ ଶନିବାର ନିଜ ଟ୍ବିଟ କରି ଜଣାଇଛନ୍ତି । ତେବେ ଗତବର୍ଷ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ଅକ୍ଷୟ । କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବାରୁ ଚଳିତ ବର୍ଷ ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେଇପାରିବେ ନାହିଁ ବୋଲି ଅକ୍ଷୟ କୁମାର କହିଛନ୍ତି।

ଏ ନେଇ ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, କାନ୍‌ସ୍ ‘ଇଣ୍ଡିଆନ୍‌ ପାଭିଲିୟନ୍‌’ରେ ଆମ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବାକୁ ଇଚ୍ଛାଥିଲା। କିନ୍ତୁ, ଦୁଃଖର ବିଷୟ ମୁଁ କୋଭିଡ୍‌ ପଜିଟିଭ୍‌ ହୋଇଛି । ତେଣୁ, ବିଶ୍ରାମ ନେବାକୁ ପଡ଼ିବ । କିନ୍ତୁ ଆପଣଙ୍କୁ ଓ ଆପଣଙ୍କ ଟିମ୍‌କୁ ଶୁଭେଚ୍ଛା ଅନୁରାଗ ଠାକୁର । ସତରେ ସେଠାକୁ ନ ଯାଇ ପାରିବାରୁ ମୁଁ ଦୁଃଖିତ ଅନୁଭବ କରିବି।

ସୂଚନା ଅନୁସାରେ, ୭୫ତମ ଉଦ୍‌ଘାଟନୀ ଉତ୍ସବରେ ‘କାନ୍‌ସ୍ ୨୦୨୨ ରେଡ୍‌ କାର୍ପେଟ୍‌’ରେ ସଙ୍ଗୀତକାର ଏ.ଆର୍‌. ରହମନ୍, ଆର୍‌. ମାଧବନ୍, ନୱାଜୁଦ୍ଦିନ୍‌ ସିଦ୍ଦିକି, ନୟନତାରା, ତମନ୍ନା ଭାଟିଆ, ଶେଖର କପୁର, ‘ସିବିଏଫ୍‌ସି’ ମୁଖ୍ୟ ପ୍ରସୂନ ଯୋଶୀ, ରିକି କେଜ୍‌, ପୂଜା ହେଗ୍‌ଡ଼େ, ଶେଖର କପୁର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଅକ୍ଷୟ କୁମାର ନଜର ଆସିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ! ଦେଶ ଦେଖିବ ‘ବ୍ଲଡ୍ ମୁନ୍’

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ଅର୍ଥାତ୍ ମେ ୧୫ରେ ହେବାକୁ ଯାଉଛି । ସୂଚନା ଅନୁସାରେ ପୂର୍ବିୟ ଦେଶ ଅନୁସାରେ, ରବିବାର ରାତି ୧୦.୨୭ରୁ ଚନ୍ଦ୍ରଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଭାରତୀୟ ସମୟ ଅନୁଯାୟୀ ସୋମବାର ସକାଳ ୭.୫୭ ରେ ହେବ । ଚନ୍ଦ୍ରଗ୍ରହଣ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ । ଏହା ସୋମବାର ଦିନ ୧୨.୨୭ରେ ଶେଷ ହେବ  ।

ଏହି ସମୟରେ, ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ତିନିଜଣ ଏକ ସିଧା ଲାଇନରେ ରୁହନ୍ତି । ଏହି ପରିସ୍ଥିତିରେ ପୃଥିବୀର ଛାଇ ଚନ୍ଦ୍ରରେ ପଡ଼ିବା ଆରମ୍ଭ କରେ । ତେବେ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାକୁ ଭାରତରେ ମାନ୍ୟ ହେ ନାହିଁ ।

କେଉଁଠେରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ?

ଚନ୍ଦ୍ରଗ୍ରହଣ ଦକ୍ଷିଣ ଏବଂ ଉତ୍ତର ଆମେରିକା, ଆଣ୍ଟାର୍କଟିକା, ୟୁରୋପ, ଆଫ୍ରିକା ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ହି ଦୃଶ୍ୟମାନ ହେବ । ଏଥର ହେଉଥିବା ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଯାହାକୁ ବ୍ଲଡ ମୁନ୍ କୁହାଯାଏ । ତେବେ ଯେଉଁମାନେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ଚାହୁଁଛନ୍ତି ସେମାନେ ଏହାକୁ ନାସାରେ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ଦେଖିପାରିବେ । ସ୍ପେସ୍ ଏଜେନ୍ସି ଭାରତୀୟ ସମୟ ସୋମବାର ଦିନ ସକାଳ ୮.୩୩ରେ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ ।

ଧାର୍ମିକ ଭାବରେ ଚନ୍ଦ୍ରଗ୍ରହଣ ଗ୍ରହଣ କରାଯାଏ

ଆପଣଙ୍କୁ କହି ରଖୁଛୁ ଯେ, ଯେ ଧାର୍ମିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଅଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷଙ୍କ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ପ୍ରବାହିତ ହୁଅନ୍ତି, ସେଥିପାଇଁ ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବା ନିଷେଧ । ଅନେକ ଥର ଲୋକମାନେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବାକୁ ମଧ୍ୟ ବାରଣ କରନ୍ତି ।