spot_img
Home Blog Page 4237

ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଶ୍ରୀମନ୍ଦିରକୁ ୨୦ ଲକ୍ଷ ଦାନ କଲେ ସୁପ୍ରଭା

ବାଲେଶ୍ବର: ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଜଣେ ବୟସ୍କ ମହିଳା । ମହିଳା ଜଣଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ସଦାନନ୍ଦପୁର ଅଞ୍ଚଳର ସୁପ୍ରଭା ପଣ୍ଡା । ତାଙ୍କ ସ୍ବାମୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ତାଙ୍କର ବହୁତ ଇଚ୍ଛା ଥିଲା । ହେଲେ ଏହି ଇଚ୍ଛା ପୂରଣ ହେବା ଆଗରୁ ସେ ଆରପାରିକୁ ଚାଲି ଯାଇଥିଲେ । ସୁପ୍ରଭା ସବୁ ସମ୍ପତ୍ତି ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଇଥିଲେ । ଯାହାକୁ ସେ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାକୁ ଶ୍ରୀମନ୍ଦିରକୁ ଦାନ କରିଦେଇଛନ୍ତି ।

ବ୍ରଜରାଜନଗର ଦଖଲ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି

ଝାରସୁଗୁଡା: ଉପନିର୍ବାଚନରେ ବ୍ରଜରାଜନଗର ଦଖଲ ପାଇଁ ପୂରା ଜୋର ଲଗାଇ ଦେଇଛି ଶାସକ ଦଳ ବିଜେଡି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ବେଲପାହାଡଠାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ନିର୍ବାଚନ ପାଇଁ ଆଲୋଚନା କରାଯାଇଛି । ଏହି ଅଵସରରେ ବିଧାୟକ ପ୍ରାର୍ଥୀନୀ ଅଳକା ମହାନ୍ତି, ଅତାବିରା ବିଧାୟିକା  ସ୍ନେହାଙ୍ଗିନୀ ଛୁରୀଆ, କଟକ ମେୟର ସୁବାଷ ସିଂ, ଜିଲ୍ଲା ବିଜେଡିର ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ l

କିଶୋର ମହାନ୍ତିଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡିଥିଲା । ବିଜେଡି ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ଏବଂ କଂଗ୍ରେସ ପକ୍ଷରୁ କିଶୋର ପଟେଲ ମୈଦାନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ବିକାଶ କାମକୁ ନେଇ ବିଜେଡି ପଡିଆକୁ ଓହ୍ଲାଇଛି । ଦଳର ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀମାନେ ଅଳକାଙ୍କୁ ଜିତାଇବାକୁ ଲାଗିପଡିଛନ୍ତି । ଅନ୍ୟପଟେ ବିରୋଧୀ ଅଳକାଙ୍କ ବିଜୟ ଗାଡିକୁ ଅଟକାଇବାକୁ ଯୋଜନା କରୁଛନ୍ତି । ରାଜ୍ୟ ନେତାଙ୍କ ବଦଳରେ ଏହି ଦୁଇ ଜାତୀୟ ଦଳ ପଡୋଶୀ ରାଜ୍ୟର ନେତାଙ୍କ ଭରସାରେ ବ୍ରଜରାଜନଗର ଦଖଲ କରିବାକୁ ଯୋଜନା କରୁଛନ୍ତି ।

ବିରୋଧୀଙ୍କୁ ପଡ଼ିଶା ପସନ୍ଦ: ବ୍ରଜରାଜନଗର ପାଇଁ ଛତିଶଗଡ଼ରୁ ନେତା ଆଣି ପ୍ରଚାର କରିବେ ବିଜେପି, କଂଗ୍ରେସ

ଭୁବନେଶ୍ୱର: ଛତିଶଗଡ଼ ନେତାଙ୍କ ଉପରେ ବିରୋଧୀ ବିଜେପି ଓ କଂଗ୍ରେସର ଭରସା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଛତିଶଗଡ଼ର ହେଭିୱେଟ୍ ନେତା ପ୍ରଚାର କରିବାକୁ ଆସିବେ । ଏପଟେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିଛି ବିଜେଡି । ମହାନଦୀ ଜଳ ହଡ଼ପ କରିବା ପଛରେ ଛତିଶଗଡ଼ର ଯେଉଁ ଷଡ଼ଯନ୍ତ୍ର ରହିଛି ତାହାର ଜବାବ ବ୍ରଜାରାଜନଗରବାସୀ ଦେବେ । ମହାନଦୀ ବିବାଦ ଉପନର୍ବାଚନରେ ଉଠିବା ଆଶଙ୍କାରେ ଛତିଶଗଡ଼ ନେତାଙ୍କୁ ପ୍ରାଧାନ୍ୟ ନ ଦେବାକୁ କଂଗ୍ରେସ ଚିନ୍ତା କରିଛି । ସେପଟେ ବିଜେପି ଇଛା ନଥିଲେ ବି ଛତିଶଗଡ଼ ନେତାଙ୍କୁ ଦୂରେଇ ପାରୁ ନାହିଁ ।

Brajrajnagar By Election Opposition Dependent On Chhattisgarh Leader

ଓଡ଼ିଶାର ଲାଇଫଲାଇନ୍ ମହାନଦୀ । ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଓଡ଼ିଶାର ଭାଗକୁ ଶୁଖାଇ ଦେଲାଣି ଛତିଶଗଡ଼ । ଏବେ ଉପନିର୍ବାଚନରେ ଛତିଶଗଡ଼ର ନେତାଙ୍କୁ ଘେରିବେ ବ୍ରଜରାଜନଗରବାସୀ । ଉପନିର୍ବାଚନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଛତିଶଗଡ଼ରୁ ନେତା ବିଧାୟକ ସାଂସଦଙ୍କୁ ଆଣି ପ୍ରଚାର କରିବାକୁ ଯୋଜନା କରିଛନ୍ତି । ଯାହା ସେମାନଙ୍କ ପାଇଁ ବୁମେରାଂ ହେବ ବୋଲି ବିଜେଡି କହିଛି । ୨୦୧୬ରେ ଛତିଶଗଡ଼ରେ ରମଣ ସିଂ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହାନଦୀ ବିବାଦ ଆରମ୍ଭ ହୋଇଥିଲା । ୨୦୧୮ରେ କଂଗ୍ରେସ ସରକାର ଆସିବା ପରେ ବି ନିର୍ମାଣରେ ରୋକ୍ ଲାଗିନାହିଁ ।

ଫଳରେ ପଶ୍ଚିମ ଓଡ଼ିଶା ସମେତ ଅନେକ ଜିଲ୍ଲାରେ ଏବେ ଜଳ ଅଭାବ ଦେଖା ଦେଉଛି । ଛତିଶଗଡ଼ର ଷଡ଼ଯନ୍ତ୍ରକୁ ବୁଝି ପାରି ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ଯାକ ଆସନ ବିଜେଡିକୁ ଦେଇଛନ୍ତି ଭୋଟର । ସମାନ ପ୍ରଭାବ ଉପନିର୍ବାଚନରେ ମଧ୍ୟ ପଡ଼ିବ ବୋଲି ବିଜେଡି ନେତା ଦମ୍ଭୋକ୍ତି ଦେଖାଇଛନ୍ତି । କଂଗ୍ରେସ ପାଇଁ ଭୂପେଶ ବାଘେଲ ପ୍ରଚାର ମଇଦାନକୁ ଓହ୍ଲାଇବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ସେହିପରି ଛତିଶଗଡ଼ର ଟାଣୁଆ ବିଜେପି ନେତା, ବିଧାୟକ ଓ ସାଂସଦ ମାନେ ମଧ୍ୟ ପ୍ରଚାର କରିବେ ।

Brajrajnagar By Election Opposition Dependent On Chhattisgarh Leader

ଛତିଶଗଡ଼ର ମହାନଦୀ ଷଡ଼ଯନ୍ତ୍ର ଯୋଗୁଁ ଦ୍ୱନ୍ଦ୍ୱରେ କଂଗ୍ରେସ । ରାଜ୍ୟର ଜଳ ସ୍ଥିତି ଖରାପ ହେବାରେ ଛତିଶଗଡ଼ର ଷଡ଼ଯନ୍ତ୍ରକୁ ବାରମ୍ବାର କଂଗ୍ରେସ ଦୋହରାଇଛି । ଯେଉଁଥିପାଇଁ ଛତିଶଗଡ଼ ନେତାଙ୍କ ଭରଷାରେ ନ ରହିବାକୁ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ମହାନଦୀ ଷଡ଼ଯନ୍ତ୍ରକୁ ସ୍ୱୀକାର କରିବାକୁ ବିଜେପି ନାରାଜ । ଉପନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଛତିଶଗଡ଼ ନେତାଙ୍କୁ ଆଣିବାର ରୋଡମ୍ୟାପ ପସ୍ତୁତ କରିଛି ଦଳ । ବ୍ରଜରାଜନଗର ଉପନିର୍ବାଚନକୁ ମହାନଦୀ ବିବାଦ ବହୁ ମାତ୍ରାରେ ପ୍ରଭାବିତ କରିପାରେ । କାରଣ ଛତିଶଗଡ଼ର ଏହି ଷଡ଼ଯନ୍ତ୍ରକୁ ଲୋକେ ଭଲ ଭାବେ ହୃଦୟଙ୍ଗମ କଲେଣି ।

କାଲିଠୁ ୬ ଦିନ ଧରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଗଞ୍ଜାମ: ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନ ରାଶିରେ ହୋଇଛି ଉନ୍ନତିକରଣ । ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୁଉଚ୍ଚ ଭବ୍ୟ ମନ୍ଦିର ଏବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆସନ୍ତାକାଲି ମା’ଙ୍କ ମନ୍ଦିର ପ୍ରତିଷ୍ଠା ହେବ । ୬ ଦିନ ଧରି କାର୍ଯ୍ୟକ୍ରମ ଜାରି ରହିବାକୁ ଥିବା ବେଳେ ୧୮ ତାରିଖରେ ଏଥିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Ganjam Tara Tarini Temple Foundation Ceremony From Tomorrow

ପୂଣ୍ୟତୋୟା ଋଷିକୁଲ୍ୟା ମୁହାଣର ବଣ ପାହାଡ଼ ଘେରା ଏହି ପୀଠ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ହୋଇଛି ସୌନ୍ଦର୍ଯ୍ୟକରଣ । ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ କାମ ସରିଥିବା ବେଳେ ୧୫ ତାରିଖରୁ ୬ ଦିନ ବ୍ୟାପୀ ଆୟୋଜିତ ହେବ ପ୍ରତିଷ୍ଠା ଉତ୍ସବ । ଏନେଇ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Ganjam Tara Tarini Temple Foundation Ceremony From Tomorrow

୧୫ତାରିଖ ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ, ୧୬ ତାରିଖରେ ଜଳଯାତ୍ରା, ଯଜ୍ଞ ଆରମ୍ଭ ସହ ୧୭ତାରିଖ ସୂର୍ଯ୍ୟପୂଜା, ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ୱଜ ଓ ଦେବତା ସ୍ନାନ କରାଯାଇ ୧୯ରେ ଦେବତା ଓ ଆୟୁଦ୍ଧ ଧ୍ୱଜ ନାଶ ଏବଂ ଶେଷଦିନରେ ଧ୍ୱଜ, ପାର୍ଶ୍ୱ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ୬ ଦିନିଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ବ୍ରାହ୍ମଣ, ସନ୍ଥ, ଭକ୍ତଙ୍କ ସମାଗମ ହେବ ।

ମାଟି ତଳୁ ବାହାରୁଛି ପୁଳା ପୁଳା ରତ୍ନ ପଥର

ବୌଦ୍ଧ: ପୁଳା ପୁଳା ରତ୍ନ ପଥର । ଯେତେ ଖୋଳିଲେ ସେତେ ବାହାରୁଛି । ବୋହି ନେଉଛନ୍ତି ଲୋକେ । ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ସରଧାପାଲି ଗାଁରେ ।

ଶ୍ରମିକମାନେ ବନ୍ଧ ଖୋଳାଯିବା ବେଳେ ବାହାରି ଥିଲା କେଜି କେଜି ରତ୍ନ ପଥର । ଖବର ପ୍ରଚାରିତ ହେବା ମାତ୍ରେ ବନ୍ଧ କାମ ସ୍ଥାନରେ ଲୋକଙ୍କ ଭିଡ ଜମିଥିଲା । ଏପରିକି ବହୁ ଲୋକ ନିଜେ ନିଜେ ମାଟି ଖୋଳିବା ଆରମ୍ଭ କରି ଦେଇଥିଲେ । ସେମାନଙ୍କ ଭାଗ୍ୟରେ ମଧ୍ୟ ରତ୍ନ ପଥର ପଡିଥିଲା । ଯାହାକୁ ଲୋକେ ବୋହି ନେଉଥିବା ଦେଖିବାକୁ ମିଳିଥିବା । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଲାଭବାନ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଫରେନସିକ ଟିମ ଯାଞ୍ଚ ଜାରି ରଖିଛନ୍ତି ।

ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ମାଣିକ ଶାହ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ମାଣିକ ଶାହ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବ କୁମାର ଦେବଙ୍କ ସ୍ଥାନ ନେବେ ମାଣିକ ଶାହ । ମାଣିକ ଶାହ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଓ ରାଜ୍ୟ ବିଜେପି ସଭାପତି ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବିପ୍ଲବ କୁମାର ଦେବ ଏବେ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇବା ସମ୍ଭାବନା ରହିଛି । ଆସନ୍ତାବର୍ଷ  ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇଛି ବିଜେପି ।

ଏଥିସହ ପଢ଼ନ୍ତୁ: ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ ଦେବ

ରାଜ୍ୟରେ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଇଥିବା ବିପ୍ଲବ ଦେବ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ । ଆଜି ହିଁ ବିଜେପି ବିଧାୟକ ଦଳ ବୈଠକ ବସି ମାଣିକ ଶାହଙ୍କୁ ନୂଆ ନେତା ନିର୍ବାଚିତ କରା ଯାଇଥିଲା । ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ ଓ ବିଜେପି ମହାସଚିବ ପର୍ଯ୍ୟବେକ୍ଷକ ଭାବେ ଏହି ବୈଠକରେ ଯୋଗ ଦେଇଥିଲେ ।

ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତର ଦିନକ ପରେ ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଥିଲେ । ବିପ୍ଲବ କୁମାର ଦେବଙ୍କ ଇସ୍ତଫା ବାବଦରେ ବିଜେପିର ଶୀର୍ଷ ନେତୃବୃନ୍ଦ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୨୦୧୬ରେ ମାଣିକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ୨୦୨୦ରେ ବିଜେପିର ତ୍ରିପୁରା ଶାଖା ସଭାପତି ଥିଲେ ।

ମେ’ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ ହେବ ୨ୟ ବ୍ରାହ୍ମଣୀ ସେତୁ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ପୂର୍ବାହ୍ନରେ ସେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜନସାଧାରଣଙ୍କ ସୁବିଧା ପାଇଁ ସେତୁର ଗୋଟିଏ ପାର୍ଶ୍ବ ଚକିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ । ଜୁନ୍ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ୍ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।’

ସେ ଆହୁରି କହିଥିଲେ, ‘ସେତୁ ସମ୍ପୂର୍ଣ୍ଣ ହେବା ପରେ ରାଉରକେଲା ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇଯିବ । ଭାରିଯାନଗୁଡ଼ିକ ସହର ଭିତରକୁ ନଆସି ବାଇପାସ୍ ରାସ୍ତା ଦେଇ ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।’

ସୂଚନାଯୋଗ୍ୟ, ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ବକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କରାଯାଉଛି। ମୁଖ୍ୟ ଶାସନ ସଚିବ ଏସବୁ ଉନ୍ନୟନ କାମ ବୁଲି ଦେଖିଥିଲା । ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ୍ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । କାମର ଗୁଣାତ୍ମକ ମାନ ବଜାୟ ରଖି ଏହିସବୁ ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଓ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । କୋଇଡ଼ା ବ୍ଲକର ଟେନସା ହିଲ ଟପ୍ ନେଚର କ୍ୟାମ୍ପକୁ ଯାଇ ପର୍ଯ୍ୟଟକଙ୍କୁ ଆତିଥ୍ୟ ପ୍ରଦାନ ପାଇଁ କାର୍ଯ୍ୟରତ ସ୍ଥାନୀୟ ବନ ସୁରକ୍ଷା ସମିତି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହାସହ ନେଚର କ୍ୟାମ୍ପ ପାଇଁ ସ୍ଥାପିତ ବିଭିନ୍ନ କଟେଜର ରକ୍ଷଣାବେକ୍ଷଣ କାମର ତନଖି କରିଥିଲେ । ପର୍ଯ୍ୟଟକଙ୍କ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଲହୁଣୀପଡ଼ା ବ୍ଲକର ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଏହାର ସଠିକ୍ କର୍ଯ୍ୟକରିତା ଅନୁଧ୍ୟାନ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଦେବଗଡ଼ ଡିଏଫଓ ଧନାଜୀ ଆର୍ ପ୍ରମୁଖ ଉପସ୍ଥିତ ଥିଲେ ।

‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’

ଭୁବନେଶ୍ବର: ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମାଟି ପଶ୍ଚିମ ଓଡ଼ିଶା । ଏ ଅଞ୍ଚଳ ଏବେ ବିକାଶର ରାସ୍ତାରେ ।  ବିକାଶକୁ ଅଧିକ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ଗୋଟିଏ ମଞ୍ଚରେ ଏକାଠି ହେବେ ଅଭିଜ୍ଞ ରାଜନେତା, ସମାଜସେବୀ, ଅଭିନେତା, ଅଭିନେତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ପଶ୍ଚିମାଞ୍ଚଳର ବିକାଶ ରଥକୁ ଆହୁରି ଆଗକୁ ନେବାକୁ ହେବ ମାନସମନ୍ଥନ । ଗୋଷ୍ଠୀ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ପ୍ରସ୍ତୁତ ହେବ ନୂଆ ବିକାଶର ନୀଳନକ୍ସା । ଏଥିପାଇଁ  ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ । ରବିବାର ଅପରାହ୍ନ ୪ଟାରେ ସମ୍ବଲପୁର ତପସ୍ବିନୀ ହଲଠାରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କାର୍ଯ୍ୟସୂଚୀ ଅନୁସାରେ ରବିବାର ଅପରାହ୍ନ ୩.୪୫ରେ ମା’ ସମଲେଶ୍ବରୀଙ୍କ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅପରାହ୍ନ ୪ଟାରେ ଆରମ୍ଭ ହେବ ପ୍ରଥମ ଅଧିବେଶନ । ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ ସାମିଲ ହେବେ । ଏହାକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର । ଅପରାହ୍ନ ୫ଟାରେ ସମ୍ବଲପୁରୀ କ୍ଷୁଦ୍ର ନାଟକ ପରିବେଷଣ କରାଯିବ । ସାଢ଼େ ୫ଟା ରେ ଅନୁଷ୍ଠିତ ହେବ ଦ୍ବିତୀୟ ଅଧିବେଶନ । ‘ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଯୋଗ ଦେବେ । ଏହାକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀ ।

ଏହାପରେ ସମ୍ମାନ ଓ ସମ୍ବଦ୍ଧର୍ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ‘ବିକାଶ ରାସ୍ତାରେ ନାରୀ’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିବେ ବର୍ଷା ପ୍ରିୟଦର୍ଶିନୀ ଓ ଜୟନ୍ତୀ ଏକ୍କା । ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର। ସନ୍ଧ୍ୟା ୭ଟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ପପୁ ପମପମ, ଅଭିଜିତ ମଜମୁଦାର, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ ଓ ଶାନ୍ତନୁ ପ୍ରମୁଖ ଯୋଗଦେବେ ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ ଦେବ

ଅଗରତାଲା: ତ୍ରିପୁରାରେ ବଡ଼ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିପ୍ଲବ ଦେବ । ଆଜି ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ବିପ୍ଲବଙ୍କ ସ୍ଥାନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବେ ସେ ଉପରେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ, ଏହା ପୂର୍ବରୁ ବିପ୍ଲବ ଦେବ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ ।

ଇସ୍ତଫା ଦେବା ପରେ ବିପ୍ଲବ ଦେବ କହିଛନ୍ତି, ମୋ ପାଇଁ ଦଳ ସବୁଠୁ ବଡ଼ । ସଂଗଠନର ହିତ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି । ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଇସ୍ତଫା ଦେବା ପରେ ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଯେଉଁଥିପାଇଁ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ସକେ ବିନୋଦ ତାୱେଡ଼ଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ଏହି ବୈଠକରେ ଦଳ ନୂଆ ମୁଖ୍ୟମନ୍ତ୍ରୀ ବାଛିବ । ବିପ୍ଲବ ଦେବଙ୍କୁ ନେଇ ଦଳରେ କନ୍ଦଳ ତେଜୁଥିଲା । ଏପରିକି ୨ ଜଣ ବିଧାୟକ ଦଳ ଛାଡ଼ି ଦେଇଥିଲେ । ୨୦୨୩ରେ ତ୍ରିପୁରାରେ ହେବ ବିଧାନସଭା ନିର୍ବାଚନ । ଦଳ ଏହା ପୂର୍ବରୁ ସଂଗଠନ ସଜାଡ଼ିବା ସହ ଡ୍ୟାମେଜ କଣ୍ଟ୍ରୋଲ୍ ପାଇଁ ବିପ୍ଲବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି ।

ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭୁବନେଶ୍ବର: ଚାକିରି ମାମଲାର ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଗିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ହେଲେ ଗିରଫ । ଗତକାଲି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ ।

ଲାଞ୍ଚ ନେବା ବେଳେ ଧରାପଡିବା ପରେ ଏକାଥରେ ୪ଟି ସ୍ଥାନ ସମ୍ବଲପୁର, ବରଗଡ ସୁନ୍ଦରଗଡ ଓ ଭୁବନେଶ୍ବରରେ ଦୁଇ ଜଣ ଭିଜିଲାନ୍ସ ଡିଏସପି ଓ ଦୁଇ ଏସପିଙ୍କ ତତ୍ତ୍ବାବଧାନରେ ଖୋଳତାଡ ହୋଇଥିଲା । ସେହିପରି ଟଙ୍କା ଦେବାରେ ମଧ୍ୟସ୍ଥତା sରିଥିବା ବରଗଡସ୍ଥିତ ମୁକେଶଙ୍କ ଘରେ ମଧ୍ୟ ଯାଞ୍ଚ ହୋଇଥିଲା । ମାନସୀଙ୍କ ପ୍ରରୋଚନାରେ ମଧ୍ୟସ୍ଥି ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଥିଲା । ସମସ୍ତ ଅର୍ଥ ମୁକେଶ ନିକଟରୁ ଜବତ ହୋଇଥିଲା ।