spot_img
Home Blog Page 4248

ଆନ୍ଧ୍ରପ୍ରଦେଶରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ । ଅଟୋରେ ଯିବା ବେଳେ ଏହା ଉପରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ପଡ଼ିଥିଲା । ଫଳରେ ସଙ୍ଗେ ସଙ୍ଗେ ଅଟୋଟି ଜଳିଯାଇଥିଲା । ଅଟୋରେ ଥିବା ୭ ଜଣ ଚାଷୀ ବି ପ୍ରାଣ ହରାଇଛନ୍ତି । ତେବେ କୌଣସି ମତେ ଅଟୋ ଚାଳକ ବର୍ତ୍ତି ଯାଇଛନ୍ତି । ସେହିପରି ଜଣେ ମହିଳା ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ହେଲା, ସେନେଇ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ପୋଲିସ ।

 

ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଫଡନାଭିସ୍‌, କାଲି ଶପଥ ଗ୍ରହଣ ସମ୍ଭାବନା

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଫଡନାବିସ୍ ରିଟର୍ଣ୍ଣସ୍ । ସରକାର ଗଢ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ମହା’ନାଟକ’ର ଆରମ୍ଭ ହୋଇଛି କ୍ଲାଇମାକ୍ସ ସିନ୍ । ୪୮ ଘଣ୍ଟାରେ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ ! ୧୨ ବିଦ୍ରୋହୀ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଉଦ୍ଧବଙ୍କ ଇମୋସନାଲ ଇସ୍ତଫା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାବିସ୍ । ପ୍ରଥମ ପର୍ଯ୍ୟାୟରେ କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ । ଶପଥ ଗ୍ରହଣ ବେଳେ ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଏହି ସମୟରେ ମନ୍ତ୍ରୀମଣ୍ଡଳକୁ ନେଇ ଘୋଷଣା ହେବ । ସିନ୍ଦେ ଗୋଷ୍ଠୀର ୧୨ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଫଡନାବିସଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ବିଜେପି ନେତାଙ୍କ ଭିଡ଼ ଜମୁଥିବେ ବେଳେ ଆଗାମୀ ରଣନୀତି ନେଇ ଆଲୋଚନା ହେବ ।

ସେପଟେ ଗୋଆରେ ବିଦ୍ରୋହୀ ବିଧାୟକଙ୍କ ସହ ବୈଠକ କରିବେ ଏକନାଥ ସିନ୍ଦେ । ଏହାସହ ଦିନ ସାଢ଼େ ୧୨ଟା ସୁଦ୍ଧା ସିନ୍ଦେ ମୁମ୍ବାଇରେ ପହଞ୍ଚିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । କିଛିଦିନ ଧରି ମହାରାଷ୍ଟ୍ର ମେଣ୍ଟ ସରକାରରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ନୈତିକତା ଦୃଷ୍ଟିରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଶିବସେନା ପାଓ୍ୱାର ପାଇଁ ଜନ୍ମ ନେଇନି, ପାଓ୍ୱାର ଶିବସେନା ପାଇଁ ଜନ୍ମ ନେଇଛି ବୋଲି ରାଉତ କହିଛନ୍ତି । ଏହାସହ ଆସନ୍ତାକାଲି ସେ ଇଡିରେ ହାଜର ହେବେ ବୋଲି କହିଛନ୍ତି ।

ଦୁଇ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା, ପ୍ରଥମ ପର୍ଯ୍ୟାୟରେ ଗଲେ ୪ ହଜାର ୮୯୦ ଯାତ୍ରୀ

ଶ୍ରୀନଗର: ଆରମ୍ଭ ହୋଇଛି ଅମରନାଥ ଯାତ୍ରା । କରୋନା ମହାମାରୀ ପାଇଁ ୨ ବର୍ଷ ବନ୍ଦ ଥିଲା ଅମରନାଥ ଯାତ୍ରା । ୨ ବର୍ଷ ପରେ ବର୍ଷର ପ୍ରଥମ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଜମ୍ମୁ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୮୯୦ ଯାତ୍ରୀଙ୍କୁ ନେଇ ପହଲଗାମ ବେସ୍ କ୍ୟାମ୍ପକୁ ଆରମ୍ଭ ହୋଇଛି ଯାତ୍ରା । କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ତୀର୍ଥଯାତ୍ରୀଙ୍କ ଅମରନାଥ ଯାତ୍ରା । ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି ।

ବମ୍ ବମ୍ ଭୋଲେ ଧ୍ୱନୀରେ ପ୍ରକମ୍ପତି ହୋଇଥିଲା ପରିବେଶ । ଶ୍ରଦ୍ଧାଳୁଙ୍କୁ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଖାଇବା ପାଇଁ ଲଙ୍ଗର କାର୍ଯ୍ୟକର୍ତ୍ତା ବ୍ୟସ୍ତ ଅଛନ୍ତି । ପ୍ରତିଦିନ ଏକ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ତୀର୍ଥଯାତ୍ରୀଙ୍କ ଗତିବିଧି ତଥା ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରିଛନ୍ତି ।

ବଡ଼ ଖବରର ବଡ଼ ଠକେଇ ମାମଲା, ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ବଡ଼ ଖବରର ବଡ଼ ଠକେଇ ଘଟଣା । ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରି ଜେରା କରୁଛି ଇଓଡବ୍ଲୁ । ଏନେଇ ସୂଚନା ଦେଇଛନ୍ତି EOW ଏସପି । ଗତକାଲି ବଡ଼ ଖବର ଅଫିସରେ ମାରାଥନ ରେଡ୍‌ କରିଥିଲା EOW । EOW ଓ କମିଶନରେଟ ପୋଲିସରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ରହିଛି ୪ଟି ମାମଲା । ୬ ଘଣ୍ଟାର ମାରାଥନ ରେଡ୍ କରିଥିଲା ୬ ଜଣିଆ ଟିମ୍ । EOW ସହିତ ଅଭିଯୋଗକାରୀ ଗଗନଦୀପ ସିଂ ଚାଓ୍ୱଲା ଓ ୨ ଜଣ ସାକ୍ଷୀ ମଧ୍ୟ ଥିଲେ । ଗଗନଦୀପ ଦେଇଥିବା ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଅଫିସରେ ଲାଗିଛି କି ନା ନାହିଁ ତା’ର ଯାଞ୍ଚ ହୋଇଥିଲା । ଗଗନଦୀପ ଦେଇଥିବା ଯନ୍ତ୍ରାଂଶ ବଡ଼ ଖବର ଅଫିସ ବ୍ୟବହାର ହୋଇଛି । କେଉଁ କେଉଁ ସବୁ ଜିନିଷ ବ୍ୟବହାର ହୋଇଛି EOW ଲିଷ୍ଟ କଲା ।

ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ନେଇ ଦିଲ୍ଲୀର ସଲ୍ୟୁସନ୍‌ ବ୍ରୋଡ୍‌କାଷ୍ଟ ସଂସ୍ଥା EOWରେ ଅଭିଯୋଗ କରିଥିଲା । ଠକେଇ ବାବଦରେ ଖୋଲତାଡ଼ ପାଇଁ ଅର୍ଦ୍ଧେନ୍ଦୁ ଦାଶଙ୍କୁ ନୋଟିସ କରିଥିଲା EOW । ୨ ଥର ନୋଟିସ ପରେ ବି ସେ ହାଜର ହୋଇ ନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର EOW ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ରେଡ କରିଥିଲା । ଏବେ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଅର୍ଦ୍ଧେନ୍ଦୁଙ୍କ ନାମରେ ୪ଟି ଠକେଇ ଅଭିଯୋଗ ଆସିଛି ।

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ହେଉଛି ଉଭାଯାତ୍ରା । ଘୋଷଯାତ୍ରା ପାଇଁ ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣାଯିବ । ପରେ ପରେ ଦେବୀ ସୁଭଦ୍ରା ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ଦୁଇବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି । ଏଥିପାଇଁ ବ୍ୟାପକ ବ୍ୟାବସ୍ଥା କରିଛି ପ୍ରଶାସନ । ଗତକାଲି ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିବାବେଳେ ଆଜି ଉଭାଯାତ୍ରାରେ ମଧ୍ୟ ସାଧାରଣ ଦର୍ଶନକୁ ଅନୁମତି ମିଳିଛି ।

୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ଏଥିପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଏବଂ ଯାଜପୁରକୁ ସତର୍କତା ଜାରି ହୋଇଛି । ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ।

ସେପଟେ ଚଳିତ ବର୍ଷ ମୌସୁମୀ ଅଗ୍ରସର ହେବା ପରେ ବର୍ଷା ସ୍ୱାଭାବିକ ରହିଛି । ୧ ଜୁନରୁ ୧୨ ଜୁନ ମଧ୍ୟରେ ପ୍ରାକ୍ ମୌସୁମୀ ବଦଳରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିଥିଲା । ଏଥିସହ ଜୁନରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇନଥିବା ବେଳେ ବର୍ଷାର ପରିମାଣ କମିଛି । କେବଳ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୬ ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇ ପହିଲାରୁ ମୌସୁମୀ ସକ୍ରିୟ ହୋଇ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।

ବଡ଼ ଖବର ଅଫିସରେ ଚଢ଼ାଉ ଶେଷ, ୬ ଘଣ୍ଟାର ରେଡ୍ ପରେ ବାହାରିଲା EOW ଟିମ୍‌

ଭୁବନେଶ୍ୱର: ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଏକ କୋଟି ଠକେଇ ମାମଲା । ବଡ଼ ଖବର ଅଫିସରେ ସରିଲା EOWର ରେଡ୍‌ । ୬ ଘଣ୍ଟାର ମାରାଥନ ରେଡ୍ ପରେ ବାହାରିଲା ଟିମ୍‌ । EOWର ୬ ଜଣିଆ ଟିମ୍ ବଡ଼ ଖବର ଅଫିସରେ ଯାଞ୍ଚ କରୁଥିଲେ । EOW ସହିତ ଅଭିଯୋଗକାରୀ ଗଗନଦୀପ ସିଂ ଚାଓ୍ୱଲା ଓ ୨ ଜଣ ସାକ୍ଷୀ ମଧ୍ୟ ଥିଲେ । ଗଗନଦୀପ  ଦେଇଥିବା ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଅଫିସରେ ଲାଗିଛି କି ନା ନାହିଁ ତା’ର ଯାଞ୍ଚ ହୋଇଥିଲା । ଗଗନଦୀପ ଦେଇଥିବା ଯନ୍ତ୍ରାଂଶ ବଡ଼ ଖବର ଅଫିସ ବ୍ୟବହାର ହୋଇଛି ।

କେଉଁ କେଉଁ ସବୁ ଜିନିଷ ବ୍ୟବହାର ହୋଇଛି EOW ଲିଷ୍ଟ କଲା । ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ନେଇ ଦିଲ୍ଲୀର ସଲ୍ୟୁସନ୍‌ ବ୍ରୋଡ୍‌କାଷ୍ଟ ସଂସ୍ଥା EOWରେ ଅଭିଯୋଗ କରିଥିଲା । ଠକେଇ ବାବଦରେ ଖୋଲତାଡ଼ ପାଇଁ ଅର୍ଦ୍ଧେନ୍ଦୁ ଦାଶଙ୍କୁ ନୋଟିସ କରିଥିଲା EOW । ୨ ଥର ନୋଟିସ ପରେ ବି ସେ ହାଜର ହୋଇ ନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର EOW ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ରେଡ୍ ମାରିଥିଲା । ଏବେ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଅର୍ଦ୍ଧେନ୍ଦୁଙ୍କ ନାମରେ ୪ଟି ଠକେଇ ଅଭିଯୋଗ ଆସିଛି ।

ବିଦେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍

ଦୁବାଇ: ବିଦେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେମାନେ ଖୁସି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସି ବୋଲି କହିଥିଲେ ।

ଦୁବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ଥିଲେ । ଏମିତିକି ଓଡ଼ିଶା କଳା ସଂସ୍କୃତିର ଝଲକ୍ ଦୁବାଇରେ ବି ଦେଖିବାକୁ ମିଳିଥିଲା । ଏହା ସହ OFUAE ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଯାଇଥିଲା । ସେପଟେ କୋଭିଡ ସମୟରେ ବିଦେଶରୁ ପ୍ରବାସୀଙ୍କୁ ଆଣିବାରେ ଯେଉଁଠି ଅନ୍ୟ ରାଜ୍ୟ ମନା କରି ଦେଇଥିଲେ । ସେଠାରେ ଓଡ଼ିଶା ନିଜେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ଓଡ଼ିଶା ଆଣିଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ । ଏନେଇ ପ୍ରବାସୀଙ୍କୁ ସୂଚନା ଦେଇଥିଲେ 5-T ସଚିବ ଭି.କେ ପାଣ୍ଡିଆନ ।

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ଉଭାଯାତ୍ରାରେ ଭକ୍ତଙ୍କୁ ମିଳିଛି ଦର୍ଶନ ସୁଯୋଗ

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ହେଉଛି ଉଭାଯାତ୍ରା । ଗତକାଲି ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିବାବେଳେ ଆଜି ଉଭାଯାତ୍ରାରେ ମଧ୍ୟ ସାଧାରଣ ଦର୍ଶନକୁ ଅନୁମତି ମିଳିଛି । ପ୍ରଥମେ ଭୋର ୪ଟାରୁ ୬ଟା ୩୦ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପରେ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଦର୍ଶନ ବନ୍ଦ ରହିଛି । ଏହାପରେ ୧୨ଟା ୩୦ରୁ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜଗାଦର୍ଶନ କରିପାରିବେ ଭକ୍ତ । ଭୋଗ ଲାଗୁଥିବା ସମୟରେ ଦର୍ଶନ ବନ୍ଦ ରହିବ ।

ଘୋଷଯାତ୍ରା ପାଇଁ ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିବ । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣାଯିବ । ପରେପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ଦୁଇବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

 

ଆଜି ବିଦେଶଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ, ୧୦ ଦିନିଆ ବିଦେଶଗସ୍ତରେ ଦେଖିବାକୁ ମିଳିଛି ନବୀନ କ୍ରେଜ

ଦୁବାଇ: ଆଜି ବିଦେଶଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ଦୁବାଇରେ ସଫଳତାର ସହ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ପରେ ଦିଲ୍ଲୀ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଦେଶଗସ୍ତ ସମୟରେ ସବୁଠି ଦେଖବାକୁ ମିଳିଛି ନବୀନଙ୍କ କ୍ରେଜ । ୟୁରୋପ ମହାଦେଶରେ ପ୍ରବାସୀ ଓଡ଼ିଆଙ୍କ ସହିତ ହେଉ କି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ସାମଗ୍ରୀକ ବିକାଶର ଚିତ୍ର ହେଉ । ସବୁଠି ଦେଖିବାକୁ ମିଳିଛି ନବୀନଙ୍କ ସ୍ୱତନ୍ତ୍ର ଛାପ । ଭାର୍ଟିକାନ ସିଟିରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ସାକ୍ଷାତ କରିଥିଲେ । ଦୁବାଇରେ ସଫଳତାର ସହିତ ଆୟୋଜିତ ହୋଇଛି ମେକ ଇନ୍ ଓଡ଼ିଶା କନକ୍ଲେଭ । ପୁଞ୍ଜିନିବେଶ ପାଇଁ ଓଡ଼ିଶା କାହିଁକି ବେଷ୍ଟ ସେ ବିଷୟରେ ନବୀନ ବିସ୍ତୃତ ଭାବେ ବୁଝାଇଛନ୍ତି । ବଡ଼ବଡ଼ କମ୍ପାନୀର ମୁଖ୍ୟଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱରରେ ଡିସେମ୍ବର ମାସରେ ହେବାକୁ ଯାଉଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି । ମେକ ଇନ ଓଡ଼ିଶା ଦୁବାଇ ଚାପ୍ଟରରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶଗସ୍ତ ଅନେକ ଗୁରୁତ୍ୱ ବହନ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିଛି ।