spot_img
Home Blog Page 4621

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପୂର୍ବରୁ ୪ ଭାରତୀୟ ଖେଳାଳିଙ୍କୁ କରୋନା

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା । ୪ ଭାରତୀୟ କ୍ରିକେଟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକୱାଡ, ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଓ ଫାଷ୍ଟ ବୋଲର ନବଦୀପ ସାଇନିଙ୍କ ସମେତ ୩ ଜଣ ସହଯୋଗୀ ଷ୍ଟାଫ୍ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅହମଦାବାଦରେ ପହଞ୍ଚିବା ପରେ ଆରଟିପିସିଆର ଟେଷ୍ଟରୁ ପଜିଟିଭ୍ ଥିବା ଜଣାପଡ଼ିଥଲେ । କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ୭ ଦିନିଆ ସଙ୍ଗରୋଧରେ ରଖାଯିବ । ସେପଟେ ଦିନିକିଆ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ଫେବ୍ରୁଆରୀ ୬ ତାରିଖରୁ ଆରମ୍ଭ ହେବ ଦିନିକିଆ ମ୍ୟାଚ୍ । ଅହମଦାବାଦରେ ୩ଟି ଯାକ ଦିନିକିଆ ଖେଳାଯିବ । ପ୍ରଥମ ଦିନିକିଆ ଖେଳିବେନି ଏହି ୪ ଖେଳାଳି ।

ପୁସିଂ କାର୍ଡ ଛପାଇବାକୁ ଯାଇ ପ୍ରାର୍ଥୀ ନିଖୋଜ, ପୋଖରୀ ନିକଟରୁ ମିଳିଲା ବାଇକ୍

ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନ ପାରା ବଢ଼ୁଛି । ଗାଁ ଗାଁରେ ପ୍ରଚାର ବି ଜମୁଛି । ଭୋଟରଙ୍କୁ ଆକୃଷ୍ଟ କରାଇବା ଲାଗି ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ । ହେଲେ ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ ।

ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରୁଛି । ମୋବାଇଲ୍ ଟ୍ରାକିଂ ଓ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଛି । ଚିନ୍ତା ପୋଖରୀ ନିକଟରୁ ସୁବ୍ରତଙ୍କ ଚପଲ ଓ ବାଇକ୍ ମିଳିଛି । ହେଲେ ସୁବ୍ରତଙ୍କ ପତ୍ତା ମିଳିନି । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଆଲୋଚନା ହେଉଛି ।

ଅଭିଯୋଗ ଅନୁସାରେ, ୧ ତାରିଖ ଦିନ ୨ଟା ୩୦ରେ ପୁସିଂ କାର୍ଡ ଛପାଇବା ଲାଗି ଘରୁ ବାହାରି ଯାଇଥିଲେ ସୁବ୍ରତ । ହେଲେ ଦିନ ୪ଟା ଯାଏ ଘରକୁ ଫେରି ନଥିଲେ । ଘର ଲୋକ ଫୋନ୍ କରିବାରୁ ନମ୍ବର ସ୍ୱିଚ୍ ଅଫ୍ ଥିଲା । ଘର ଲୋକ ସାଙ୍ଗସାଥୀଙ୍କୁ ପଚାରିଲେ, ଖୋଜୋଖୋଜି କଲେ ବି ସୁବ୍ରତଙ୍କୁ ପାଇନଥିଲେ । ଶେଷରେ ପରିବାର ଲୋକ ଥାନାରେ ସୁବ୍ରତଙ୍କୁ ଅପହରଣ କରା ଯାଇଥିବା ନେଇ ଏତଲା ଦେଇଥିଲେ ।

ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ । ଚଳିତ ବର୍ଷ କଟକଣାରେ ସାଧାରଣ ଦର୍ଶନ ଜାରି ରହିଥିବାରୁ ଭକ୍ତଙ୍କୁ ଏହି ସୁଯୋଗ ମିଳିଛି । ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ, ଡାଳିଲତା, ଚୂଳ ଗୁଡ଼ିକରେ ପଦ୍ମ ଫୁଲ ପ୍ରସ୍ତୁତ ହୋଇ ସଜେଇ ହୋଇଛନ୍ତି କାଳିଆ ଠାକୁର ।

The magnificent Padma Besha of the deities

ମୁଖ୍ୟତଃ ୮୦ଟି ଛୋଟ ପଦ୍ମ, ୪ଟି ପଦ୍ମକଢି ବା କର ପଲ୍ଲବ, ୪ଟି ହଂସ, ୭ଟି ଗଛ ସହ ବିଭିନ୍ନ ପ୍ରକାର ଅଳଙ୍କାର ଶ୍ରୀଜିଉ ସଜେଇ ହୋଇଛନ୍ତି । ଗତକାଲି ରାତିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ବଡ଼ସିଂହାର ବେଶରେ ପଦ୍ମବେଶରେ ଭୂଷିତ ହୋଇ କ୍ଷୀରି ଅମାଳୁ ଭୋଗ ଲାଗି କରାଯାଯାଇଛି ।

୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ଚେତାବନୀ

ଭୁବନେଶ୍ୱର: ପଶ୍ଚିମା ଝଡ଼ର ପ୍ରଭାବ । ଆଜିଠାରୁ ରାଜ୍ୟରେ ବଦଳିବ ପାଗ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ଚେତାବନୀ ଦିଆଯାଇଛି । ସେହିଭଳି ଆସନ୍ତାକାଲି ୪ ତାରିଖରେ ଉତ୍ତର ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଚେତାବନୀ ରହିଛି ।

ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ କରାଯାଇଛି । ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ।

ବର୍ଷା ଦ୍ୱାରା ପନିପରିବା ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ପରେ ୫ ତାରିଖରୁ ରାଜ୍ୟରେ ପାଗ ବଦଳିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

U19 World Cup: ଅଷ୍ଟ୍ରେଲିଆକୁ ହରାଇ ଲଗାତାର ଚତୁର୍ଥଥର ପାଇଁ ଭାରତ ଫାଇନାଲରେ

ନୂଆଦିଲ୍ଲୀ: ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ । ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତୀୟ ଦଳ ୯୬ ରନରେ ଅଷ୍ଟ୍ରେଲିଆକୁ ହରାଇଛି । ଏଥିସହ ଲଗାତାର ଚତୁର୍ଥଥର ଲାଗି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଏବେ ୫ ତାରିଖରେ ଇଂଲଣ୍ଡ-ଭାରତ ମଧ୍ୟରେ ହେବ ଫାଇନାଲ ଟକ୍କର ।

U19 World Cup India Defeat Australia By 96 Runs, To Face England In Fina

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୯୦ ରନ୍ କରିଥିଲା । ଜବାବରେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୧୯୪ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଭାରତୀୟ ଦଳର ଅଧିନାୟକ ୟଶ ଧୁଲ ସର୍ବାଧିକ ୧୧୦ ରନ୍ ସ୍କୋର୍ କରିଛନ୍ତି । ସେହିଭଳି ଭିକି ଓସୱାଲ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।

ପ୍ରଚାର ବେଳେ ମୁହାଁମୁହିଁ ନେତା ଓ ଭୋଟର, ବିଧାୟକଙ୍କୁ ଜବାବ ମାଗିଲେ ଜନତା

କଣ୍ଟାବାଞ୍ଜି: ପ୍ରଚାର ବେଳେ ବିଧାୟକ ଓ ଭୋଟର କଥା କଟାକଟି ହୋଇଥିବା ନଜର ଆସିଛି। ଏପରିକି ନିର୍ବାଚନୀ ସଭାରେ କଂଗ୍ରେସ ବିଧାୟକଙ୍କୁ ସିଧା ଜବାବ ମାଗିଛନ୍ତି ଭୋଟର । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତର ବେହେରେନସିଲେଟ ଗାଁରେ ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ପୁରୁଣା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଗାଁର ଜଣେ ଯୁବକ ବିଧାୟକଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଏପରିକି କଣ୍ଟାବାଞ୍ଜି ସହରରୁ ବେହେରେନସିଲେଟ ଗାଁକୁ ପକ୍କା ରାସ୍ତା ନେଇ ଭୋଟର ଓ ନେତା ମୁହାଁମୁହିଁ ହୋଇଥିଲେ।

କଥା କଟାକଟି ଏତେ ମାତ୍ରାରେ ବଢିଥିଲା ଯେ ବିଧାୟକ ରାଗିଯାଇ କହିଥିଲେ- ବିଜେଡି ଓ ବିଜେପିକୁ ଭୋଟ ଦେବ, ନହେଲେ ନୋଟାରେ ଭୋଟ ଦେବ। ଏଭଳି କେଇପଦ କହି ରାଗ ତମତମ ସାଲୁଜା ଘଟଣାସ୍ଥଳରୁ ଚାଲିଆସିଥିଲେ। ଯାହାର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ବିଧାୟକଙ୍କ ଜନତାକୁ ଏପରି ବ୍ୟବହାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ମେଡିକାଲରୁ ନବଜାତକ ନିଖୋଜ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ନିଖୋଜ ଅଭିଯୋଗ। ଟିକା ଦେବାକୁ ନେଇ ନର୍ସ ଜଣଙ୍କ ନବଜାତକକୁ କେଉଁଆଡ଼େ ନେଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅଭିଯୋଗ ଅନୁସାରେ ଗତ ୨୮ ତାରିଖରେ ନୋତର ଗାଁର ରବି ସ୍ବାଇଁଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହା ପରେ ନର୍ସ ଜଣଙ୍କ ଟିକା ଦେବାକୁ ଶିଶୁକୁ ନେଇ ଆଉ ଫେରାଇନଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ନବଜାତର ବାପା ମାଆ । ସେପଟେ ଏସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ସିଡିଏମଓ ।

New Born Baby

ଅପରପକ୍ଷେ ସଂପୃକ୍ତ ନର୍ସଙ୍କୁ ପଚାରିଲେ ମଧ୍ୟ କୌଣସି ଉତ୍ତର ଦେଉନଥିବା ଅଭିଯୋଗ କରିଛନ୍ତି ନବଜାତକର ବାପା ଓ ମାଆ।

ପେଗାସସ ମାମଲାରେ ବର୍ଷିଲେ ରାହୁଲ ଗାନ୍ଧି, କହିଲେ- ସରକାର ଦେଶବାସୀଙ୍କୁ ମିଛ କହିଛନ୍ତି

ନୂଆଦିଲ୍ଲୀ: ଲୋକସଭାରେ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସଂସଦର ତୃତୀୟ ଦିବସରେ ପେଗାସସ ମାମଲାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ଏପରିକି ପେଗାସସ ମାମଲାରେ ସରକାର ଦେଶବାସୀଙ୍କୁ ମିଛ କହିଛନ୍ତି । ଏହି ମାମଲାରେ ସରକାର ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି ରାହୁଲ ।

ତେବେ ପେଗାସସ ମାମଲାର ସତ ନ୍ୟୁୟର୍କ ଟାଇମସରେ ପ୍ରକାଶିତ ହେବା ପରେ ଦେଶବ୍ୟାପୀ ପୁଣି ଝଡ଼ ସୃଷ୍ଟି ହୋଇଛି । ଏହାକୁ ନେଇ ସେ କହିଛନ୍ତି କଂଗ୍ରେସ ସରକାର ଥିବାବେଳେ ରାଜାରାଜୁଡା ଶାସନ ହଟିଥିଲା । ମାତ୍ର ବର୍ତ୍ତମାନ ତାହା ଫେରିଆସିଛି । ଭାରତ ବିଭିନ୍ନ ରାଜ୍ୟର ସମାହାର । ଏହା ରାଜାରାଜୁଡା ଶାସିତ ଦେଶ ନୁହେଁ ବୋଲି ସେ କହିଛନ୍ତି । ସମସ୍ତ ସମ୍ପତ୍ତି ବର୍ତ୍ତମାନ କିଛି ଲୋକଙ୍କ ହାତରେ ଠୁଳ ହୋଇଛି । ଦେଶରେ ଦୁଇ ଭାରତ ସୃଷ୍ଟି ହୋଇଛି । ଗୋଟିଏ ଗରିବଙ୍କର ଓ ଅନ୍ୟଟି ଧନୀମାନଙ୍କର ବୋଲି କହିଛନ୍ତି ।

ଫାଇଭ-ଟି ପ୍ରହାର: ଦୁର୍ନୀତିଖୋର ବଡ଼ ବାବୁଙ୍କ ଚାକିରି ଗଲା

ଭୁବନେଶ୍ବର : ଚାକିରିରୁ ବିଦା ହୋଇଛନ୍ତି । ଭିଜିଲାନ୍ସ ଛାନବିନରୁ ଅଭିଯୋଗ ପ୍ରମାଣିତ ହେବା ପରେ ଚାକିରିରୁ ବିଦା ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାର । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ ନୀତି ବିନୋଦଙ୍କ ବିରୋଧରେ  ନିଆଯାଇଛି କଠୋର କାର୍ଯ୍ୟାନୁଷ୍ଠାନ । ମହାବାତ୍ୟା ସମୟରେ ବ୍ୟାପକ ଆର୍ଥିକ ହେରଫେର ଅଭିଯୋଗରେ ତାକଙ୍କୁ ବିଦା କରାଯାଇଛି ।

ଦୁର୍ବିପାକ ବେଳେ ଭୁଲିଗଲେ ଦାୟିତ୍ବ । କର୍ତ୍ତବ୍ୟ ଛାଡି ମାତିଲେ ଦୁର୍ନୀତିରେ । ମହାବାତ୍ୟା ସମୟରେ ରାଜ୍ୟ ସହି ଥିବା କ୍ଷତିର ଖୋଲିଲା ଗୁମର । ୧୯୮୯ ବ୍ୟାଚ ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ବିରୋଧରେ ପ୍ରମାଣିତ ହେଲା ଦୁର୍ନୀତି । ତତ୍କାଳୀନ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବିନୋଦ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ତାଙ୍କ ବିରୋଧରେ ୨୭ଟି ଭିଜିଲାନ୍ସ ମାମଲା ଦାୟର ହୋଇଥିଲା । ଯେଉଁଥିରୁ ଦୁଇଟିରେ ସେ ଦୋଷୀ ସାବସ୍ତ ହୋଇଛନ୍ତି । ୨୬ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ, ଗୋଟାଏର ତଦନ୍ତ ଚାଲିଛି । ଏଥିପାଇଁ ଆଇଏଏସ ବିନୋଦ କୁମାରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଯାଏଁ ଦୁଇଟି ମାମଲାରେ ବିନୋଦ କୁମାର ୨୦୧୮ରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୮ ସେପ୍ଟେମ୍ବରରେ ଭୁବନେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଜଜ୍ ବିନୋଦ କୁମାରଙ୍କୁ ଜାଲିଆତି, ଅପରାଧୀକ ଷଡ଼ଯନ୍ତ୍ର, ନିଜ ପଦର ଅପବ୍ୟବହାର କରି ଅନୁଚିତ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ବିରୋଧରେ ଆଇପିସିର ଧାରା ୪୬୭, ୪୬୮, ୪୨୦, ୪୭୧ ଓ ୧୨୦-ବିରେ ମାମଲା ରୁଜୁ ହୋଇଥିଲା । ବେଇଆନ ଭାବେ ବିନୋଦ କୁମାର ସରକାରୀ ଗାଇଡଲାଇନର ଉଲ୍ଲଂଘନ କରି ୧ କୋଟି ୬୮ ଲକ୍ଷ ୯୧ ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ । ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଥିଲା । ୨୦୧୮ ଜୁଲାଇରେ ମଧ୍ୟ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅନ୍ୟ ଏକ ମାମଲାରେ ଦୁର୍ନୀତି ନିବାରଣ ଆଇନ ୧୯୮୮ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗ୍ରାମ୍ୟ ବିକାଶ ମଞ୍ଚ ନାମକ ଏକ ଏନଜିଓକୁ ଅଯାଚିତ ସହଯୋଗ ଯୋଗାଇ ଥିବାରୁ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅନ୍ୟ ୨୪ଟି ମାମଲା ଏବେ କୋର୍ଟଙ୍କ ବିଚାରଧୀନ ରହିଛି ।

ସରକାରୀ ବାବୁଙ୍କ ଦୁର୍ନୀତି ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟ କରିଛନ୍ତି । ଦୁଇ ଦଶନ୍ଧି ତଳେ କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିକୁ କେବେ ପ୍ରଶୟ ଦେଇ ନାହାନ୍ତି । ନିଜ ଦଳୀୟ ନେତା ହୁଅନ୍ତୁ ବା ସରକାରୀ ଅଧିକାରୀ, ଦୁର୍ନୀତି ପ୍ରମାଣ ହେଲେ ସମସ୍ତେ ବିଦା ହୋଇଛନ୍ତି । ଗତ ବର୍ଷକ ଭିତରେ ୧୪୦ରୁ ଅଧିକ ସରକାରୀ ଅଧିକାରୀଙ୍କ ପଡିଛି ଫାଇଭ-ଟି ଛାଟ । କେବଳ କାର୍ଯ୍ୟରତ ଅଧିକାରୀ ନୁହନ୍ତି, ଅବସରପ୍ରାପ୍ତ ସରକାରୀ ବାବୁ ବି ପେନସନ ହରାଇଛନ୍ତି । ସେହିପରି କିଛି ଦିନ ତଳେ ସର୍ବଭାରତୀୟସ୍ତରର ବରିଷ୍ଠ ବନ୍ୟ ସେବା ଅଧିକାରୀ ଅଭୟକାନ୍ତ ପାଠକ ବି ଚାକିରିରୁ ବିଦା ହୋଇଛନ୍ତି ।

ରେଳ ବଜେଟରେ ଓଡ଼ିଶାକୁ ମିଳିଲା କେତେ ?

ଭୁବନେଶ୍ବର: ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ ମିଳିଲା କେତେ ? ଏହି ପ୍ରଶ୍ନର ଉତ୍ତର ଧିରେ ଧିରେ ଆସିବାରେ ଲାଗିଛି । ରେଳ ବଜେଟରେ ଓଡ଼ିଶାକୁ କେତେ ମିଳିଛି ତାହା ସ୍ପଷ୍ଟ ହୋଇନି । ତଥାପି କିଛି ପ୍ରକଳ୍ପ ପାଇଁ ଟଙ୍କା ବରାଦ କରାଯାଇଛି ।

ଖୋର୍ଦ୍ଧା ରୋଡ୍ ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି । ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି । ତାଳଚେର ବିମଳାଗଡ଼ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସେହିପରି ଜୟପୁର-ମାଲକାନାଗିରି ପାଇଁ ୧୧ କୋଟି । ଜୟପୁର-ନବରଙ୍ଗପୁର ପାଇଁ ୪୬ କୋଟି ମିଳିଛି । ତେବେ ଏନେଇ ରେଳ ମନ୍ତ୍ରାଳୟ କିମ୍ବା ପୂର୍ବତଟ ରେଳପଥ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନାହିଁ । ନୂଆ ଲାଇନ୍ ପାଇଁ ୧୮ ଶହ ୬ କୋଟି କୋଟି ଏବଂ ରେଳ ଦୋହରୀକରଣ ପାଇଁ ୧୮ ଶହ ୬୧ କୋଟି ଟଙ୍କା ଦେବ ରେଳ ମନ୍ତ୍ରାଳୟ ।

ତାଳଚେର-ଅନୁଗୁଳ ନୂଆ ଲାଇନ ପାଇଁ ୧୮ କୋଟି । ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନ ପାଇଁ ଟୋକନ ମନି ଟଙ୍କାଟେ ଦିଆଯାଇଛି । ଖୋର୍ଦ୍ଧା ବାରଙ୍ଗ ଥାର୍ଡ ଲାଇନ୍ ପାଇଁ ୧୬୪ କୋଟି, ବଂଶପାଣୀ, ଦୈତାରୀ, ଟମକା, ଜଖପୁରା ରେଳ ଲାଇନ ପାଇଁ ୩୦୦ କୋଟି, ସମ୍ବଲପୁର ତାଳଚେର ରେଳ ଲାଇନ୍ ପାଇଁ ୧୭୨ କୋଟି ଟଙ୍କା, ସଡ଼କ ସୁରକ୍ଷା ପାଇଁ ୩୦ କୋଟି, ଓଭରବ୍ରିଜ୍ ପାଇଁ ୪୨୬ କୋଟି, ସମସ୍ୟା ବିହିନ ସିଗନାଲିଂ ପାଇଁ ୧୩୮ କୋଟି ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ୧୦୯ କୋଟି ଟଙ୍କା ରହିଛି ।

ସେପଟେ କନ୍ଧମାଳକୁ ଟ୍ରନ୍ ଗଡିବାର ବାଟ ଖୋଲିଛି । ବଜେଟରେ କନ୍ଧମାଳକୁ ରେଳଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।