spot_img
Home Blog Page 4772

ରାସ୍ତା ସହ ହେମାମାଳିନୀଙ୍କ ଗାଲକୁ ତୁଳନା କଡି ଅଡୁଆରେ ଶିବସେନା ନେତା

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତା ହେମାମାଳିନୀଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ଅଡୁଆରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ । ଏକ ସଭାରେ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁର ରାସ୍ତାଗୁଡିକ ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ଦିଶୁଥିବା କହିଥିଲେ ପାଟିଲ । ରାଜ୍ୟ ଜଳଯୋଗାଣ ଓ ପରିମଳ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ତେଜିବାରେ ଲାଗିଛି ରାଜନୀତି । କଥା ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି । ଏନେଇ କ୍ଷମାପ୍ରାର୍ଥନା କରିବା ଲାଗି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ସ୍ଥାନୀୟ ବୋଧଓ୍ବାଡ ନଗର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସେ ଏହା କହିଥିବାର ଭିଡିଓ ଭାଇରାଲ ହେବା ପରେ ତାତିଛି କମିଶନ । ଭାଷଣ ଦେବା ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତାକୁ ଦେଖିବା ଲାଗି ବିରୋଧୀ ଦଳଗୁଡିକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ପାଟିଲ । ଏହାସହ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ବୋଲି କହିଥିଲେ । ପରୋକ୍ଷରେ ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବହୁ ଥର ପ୍ରତିନିଧିତ୍ବ କରିଥିବା ବିଜେପିର ପୂର୍ବତନ ବିଧାୟକଙ୍କୁ ସେ ଟାର୍ଗେଟ କରିଥିଲେ । ଯଦି ଏହି ମନ୍ତବ୍ୟ ଲାଗି ମନ୍ତ୍ରୀ କ୍ଷମା ନ ମାଗନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା ରୂପାଲି ଚକାଙ୍କର । ତିନି ସପ୍ତାହ ତଳେ ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତାଗୁଡିକ ଏପରି ଭାବେ ତିଆରି କରିବେ ତାହା  କାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ  ହେବ । 2019ରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ପି.ସି. ଶର୍ମା ମଧ୍ୟ ସମଧରଣର ମନ୍ତବ୍ୟ ଦେଇଥିଲେ । ଗତ ଜାନୁଆରୀ 2019ରେ ବିହାରର ଜଣେ କ୍ୟାବିନେଟ ମନ୍ତ୍ରୀ ବିନୋଦ ନାରାୟଣ ଝା କହିଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଖିବାକୁ ସୁନ୍ଦର ବୋଲି ତାଙ୍କୁ କଂଗ୍ରେସରେ ସାମିଲ କରାଯାଇଛି । ତେବେ ଶିବସେନା ନେତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏମପି ତଥା ଅଭିନେତ୍ରୀ ହେମାମାଳିନୀ ।

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଉଦଘାଟନ କରିବା ପରେ ମାଲକାନଗିରି ଗଲେ ଡାକ୍ତରୀ ଟିମ୍

ଭୁବନେଶ୍ବର: ଏୟାର ଆମ୍ବୁଲାନ୍ସ ସେବା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏସବୁ ଜିଲ୍ଲାର ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡ୍‌ନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ। ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ବାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନଵ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର 5T ସଚିବ ଭି.କେ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଉଦଘାଟନ ପରେ କୋରାପୁଟ ଜିଲ୍ଲା ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚିଛନ୍ତି ୬ ଜଣିଆ ଡାକ୍ତରୀ ଦଳ । ସ୍ବାସ୍ଥ୍ୟ  ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଧ୍ୟ ସେମାନଙ୍କ ସହ ଅଛନ୍ତି । ଟିମ୍‌ରେ ଅଛନ୍ତି ଏସ୍‌ସବି ମେଡିକାଲ ଡିନ୍ ଦତ୍ତେଶ୍ବର ହୋତା, ଡାକ୍ତର ଚିତ୍ତରଞ୍ଜନ ପଣ୍ଡା, ଦେବୀପ୍ରସନ୍ନ ମିଶ୍ର ଓ ଏସ.ଏନ ରାଉତରାୟ  । ଜୟପୁରରେ ପହଞ୍ଚିବା ପରେ ୨ଟି ଦଳରେ ବିଭକ୍ତ ହୋଇ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମ୍‌ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ଗୁରୁତର ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର କରିବେ ।

ମହିଳା ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ ପଶି ମହିଳା ଆରଆଇ ସୀମା ସିମନ୍ତିନି ସାହୁଙ୍କୁ କାତିରେ ଆକ୍ରମଣ । ଜଣେ ବୃଦ୍ଧ ସୀମାଙ୍କୁ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ଆାରଆଇଙ୍କୁ ତହସିଲଦାରଙ୍କ ଗାଡିରେ ଆନନ୍ଦପୁର ଡାକ୍ତରୋଖାନାରେ ଭର୍ତ୍ତି କରାଯାଇଛି ।

ଆକ୍ରମଣକାରୀ ଆନନ୍ଦପୁର ଥାନା ବାଙ୍ଖିଡି ଗାଁର ଗୋବିନ୍ଦ ଜେନାକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ୍ ଜିମା ଦେଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଆନନ୍ଦପୁର ଡାକ୍ତରଖାନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି  ।

ଜମିପଟାର କାଗଜପତ୍ର ଏପଟ ସେପଟ କରିଥିବାରୁ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି । ଘଟଣା ପରେ ଡାକ୍ତରଖାନାରେ ପହଁଞ୍ଚିଛନ୍ତି ଗୁରୁତର ଆରଆଇଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

ଚିତ୍ତରଞ୍ଜନ ହତ୍ୟା ମାମଲା: ୪ ଜଣଙ୍କ ଲାଇ ଡିଟେକ୍ସନ

ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଲାଇଛି । ମାମଲାରେ ୪ ଜଣଙ୍କ ଚାଲିଛି ଲାଇ ଡିଟେକ୍ସନ ଟେଷ୍ଟ । ରାଜ୍ୟ ଫରେନସିକ ଲାବ୍ରୋଟୋରୀରେ ୪ ଜଣଙ୍କର ଲାଇ ଡିଟେକ୍ସନ ଚାଲିଛି । ହତ୍ୟା ଘଟଣାରେ ତଦନ୍ତର ଅଗ୍ରଗତି ପରଖିବାକୁ ଶନିବାର ପୁରୀରେ ପହଞ୍ଚି ତଦାରଖ କରିଥିଲେ  କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସବୁ ଦିଗକୁ ନେଇ ତଦନ୍ତ କରୁଛି । ସବୁ ସାକ୍ଷୀଙ୍କ ଜେରା କରାଯାଇଛି । ସାକ୍ଷୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବା ସହ ଆବଶ୍ୟକ ପଡିଥିଲେ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ସାଇଣ୍ଟିଫିକ୍‌ ଏଭିଡେନ୍ସ ମଧ୍ୟ ସଂଗ୍ରହ କରୁଛି ।

ସେପଟେ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ ଫରେନ୍‌ସିକ ଲାବରୋଟରୀକୁ ପଠାଯାଇଛି। ତେବେ ଘଟଣାର ସତ୍ୟାସତ୍ୟ ପାଇଁ ଭିସେରା ରିପୋର୍ଟ ଏବଂ ରକ୍ତ ନମୁନା ରିପୋର୍ଟକୁ ଆପେକ୍ଷା କରାଯାଇଛି । ସବୁ ରିପୋର୍ଟ ମେଳ ଖାଇଲେ ହିଁ ଚିତ୍ତ ମୃତ୍ୟ ନେଇ ସତ ଜଣାପଡିବ ।

ଗୁଟଖା କାରଖାନାରେ ଲାଗିଲା ନିଆଁ: ୨୫ ଆହତ

0

ସମ୍ବଲପୁର: ସମ୍ବଲପୁର ପରଧିଆପାଲ୍ଲୀ ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ୨୬ ଜଣ ଆହତ ହୋଇଛନ୍ତି । ଉଦ୍ଧାର ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପପଡିଛି । ନିଆଁ ଲିଭା କାମରେ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଘଟଣାସ୍ଥଳରେ ସମ୍ବଲପୁର ଏସ.ପି ଓ ଉପଜିଲ୍ଲାପାଳ ପହଞ୍ଚି ଯାଞ୍ଚ କରୁଛନ୍ତି ।

ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିଙ୍କ ସମନ

ନୂଆଦିଲ୍ଲୀ: ପାନାମା ପେପର୍ସ ଲିକ୍ ମାମଲାରେ ବିଶ୍ବ ସୁନ୍ଦରୀ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ବର୍ଯ୍ୟାଙ୍କୁ ପଚରା ଉଚରା ପାଇଁ ନୋଟିସ ଜାରି କରିଛି ଇଡି । ଏହି ମାମଲାରେ ପୂର୍ବରୁ ତାଙ୍କୁ ଦୁଇ ଦୁଇ ଥର ସମନ ଜାରି କରାଯାଇଥିଲା । ମାତ୍ର ନୋଟିସକୁ ସ୍ଥଗିତ ରଖିବାକୁ ପାନାମା ପେପର୍ସ ଯାଞ୍ଚ କରୁଥିବା ସ୍ପେଶାଲ ଟିମକୁ ନିବେଦନ କରିଥିଲେ ଐଶ୍ବର୍ଯ୍ୟା ।

ପାନାମା ପେପର୍ସ ଲିକ୍ ମାମଲାରେ ମୋସାକ୍ ଫୋନସେକା ନାମକ ଏକ କମ୍ପାନୀର ଲିଗାଲ ଡକୁମେଣ୍ଟ ସାର୍ବଜନୀନ ହୋଇଥିଲା । ଏହି ତଥ୍ୟ ଅନୁଯାୟୀ ୪୨୪ ଜଣ ଭାରତୀୟଙ୍କର ବିଦେଶୀ ବ୍ୟାଙ୍କ ଖାତାରେ ଟଙ୍କା ଥିବା ଜଣାପଡ଼ିଥିଲା । ଲିଷ୍ଟରେ କେତେଜଣ ରାଜନେତାଙ୍କ ସମେତ କେତେଜଣ ଫଲ୍ମ ତାରକାଙ୍କ ନାଁ ମଧ୍ୟ ରହିଥିଲା । ତାଲିକାରେ ଐଶ୍ବର୍ଯ୍ୟା ରାୟଙ୍କ ସମେତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ସମେତ ସୁପ୍ରିମକୋର୍ଟ ଆଇନଜୀବୀ ହରିଶ ସାଲବେ, ପତାଳକ ବ୍ୟବସାୟୀ ବିଜୟ ମାଲ୍ୟା, ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ ଇକବାଲ ମିର୍ଚ୍ଚି ମଧ୍ୟ ରହିଥିଲେ । ପେପର୍ସ ଲିକ୍ ହେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହାପରେ ଏହାର ତଦନ୍ତ ଲାଗି ମଲ୍ଟି ଏଜେନ୍ସି ଟିମ୍ ଗଠନ କରିଥିଲେ କେନ୍ଦ୍ର ସରକାର ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର: ହଷ୍ଟେଲ ସାନିଟାଇନ ନହେବା ଓ କ୍ୟାମ୍ପସ ସମସ୍ୟାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଉତ୍ତେଜନା । ଭିସିଙ୍କ ପଶିବାକୁ ଧସେଇ ପଶିବାକୁ ଛାତ୍ରଛାତ୍ରୀଙ୍କ ଉଦ୍ୟମ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଭିସି । ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ସହ ହଷ୍ଟେଲ୍‌ ସାନିଟାଇଜ୍‌ କରାଯିବାକୁ ପ୍ରତିଶ୍ରୁତି ଦେଲେ ଭିସି । ପ୍ରତିଶ୍ରୁତି ପାଇବା ପରେ ଉତ୍ତାକ୍ତ ଛାତ୍ରଛାତ୍ରୀ ଶାନ୍ତ ପଡ଼ିବା ସହ ଫେରିଛନ୍ତି ।

ଛାଡପତ୍ର ପାଇଁ ୨୭ ଲକ୍ଷ ମାଗୁଛନ୍ତି ଡିମ୍ପଲ, ଭାଇରାଲ ହେଉଛି ଅଡିଓ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଶ୍ବଶୁର ଘର ବିରୋଧରେ ଅଭିଯୋଗ ଆଣିବା ସହ ରହିବାର ହକ୍ ମାଗି ଧାରଣରା ବସିଥିବା ଡିମ୍ପଲଙ୍କୁ ନେଇ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅଡିଓ । ଯାହା ଏବେ ତାଙ୍କ ଉଦ୍ଦେଶୃ ଉପରେ ପ୍ରଶ୍ନ ଉଠାଉଛି । ସ୍ବାମୀଙ୍କ ଉପରେ ପୁଳା ପୁଳା ଅଭିଯୋଗ ଆଣୁଥିବା ଡିମ୍ପଲଙ୍କୁ ନେଇ ଆସୁଛି ଅଡିଓ ପରେ ଅଡିଓ ।

ବିବାହ ବିଚ୍ଛେଦ ପାଇଁ ୮ ଲକ୍ଷ ଟଙ୍କା ଡିମ୍ପଲ ମାଗୁଥିବା ଭିଡିଓ ଭାଇରାଲ ହେବା ସହ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଆଉ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଡିମ୍ପଲ ୨୭ ଲକ୍ଷ ଟଙ୍କା ମାଗୁଥିବା ଶୁଣିବାକୁ ମିଳୁଛି ।

ଏଥିରେ ଡିମ୍ପଲ କେବଳ ଟଙ୍କା ମାଗୁନାହାନ୍ତି, ବରଂ ସୁମିତଙ୍କୁ ଧମକ ଦେଇଛନ୍ତି । ଟଙ୍କା ନଦେଲେ ପୂରା ପରିବାରକୁ ବରବାଦ କରିଦେବାକୁ ଡିମ୍ପଲ ଏଥିରେ ଧମକ ଦେଉଛନ୍ତି ।

ଏଭଳି ଗୋଟିଏ ପରେ ଗୋଟିଏ ଅଡିଓ ଓ ଭିଡିଓ ଭାଇରାଲ ହେବା ପରେ ଘଟଣା ଭିନ୍ନ ମୋଡ଼ ନେବାରେ ଲାଗିଛି । ଅନ୍ୟପକ୍ଷରେ ଏମିତି ଅଭିଯୋଗକୁ ଡିମ୍ପଲ ଖଣ୍ଡନ କରିଛନ୍ତି । ଏବେ ନୁହେଁ ପୂର୍ବରୁ ବକେୟା ଟଙ୍କା ମାଗିଥିବା କହିଛନ୍ତି ଡିମ୍ପଲ । ଏହାସହ ସମସ୍ତ ପ୍ରମାଣ କୋର୍ଟରେ ଦେବି ବୋଲି କହିଛନ୍ତି ।

ଅନ୍ୟପଟେ ଆଜି ଡିମ୍ପଲ-ସୁମିତ ବିବାଦ ମାମଲାର ଶୁଣାଣି SDJM କୋର୍ଟରେ ହେବ ।

ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ: ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଲୋକାର୍ପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି ।

ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ବରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ବାରା ୪୫ କିଲୋମିଟର ଦୂରତା କମିଛି । ଯାହାଦ୍ବାରା ଉପକୃତ ହେବେ ୫ ଲକ୍ଷ ଲୋକ । ସେତୁର ଲମ୍ବ ୩.୪ କିଲୋମିଟର ବା ୩ ହଜାର ୧୩୯ ମିଟର ।

କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟି-ସେତୁ । ନୂଆ ସେତୁକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ବହୁ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଲୋକେ । ସେତୁ ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ ।

ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସେତୁ ବୁଲି ଦେଖିଥିଲେ । ସେତୁରୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜର ପ୍ରିୟ ନେତା ଅଞ୍ଚଳକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଥରେ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥିଲା । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ସେତୁ ଲୋକାର୍ପଣ ପାଇଁ ପହଞ୍ଚିବା ପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ । ହାତ ହଲାଇ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ।

ଏୟାର ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ଶୀଘ୍ର ଚିକିତ୍ସା ପାଇଁ ଏଣିକି ଗୁରୁତର ରୋଗୀଙ୍କୁ ମିଳିବ ଏୟାର ଆମ୍ବୁଲାନ୍ସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବାୟୁ ସ୍ବାସ୍ଥ୍ୟସେବାର ଶୁଭାରମ୍ଭ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ମାଲକାନଗିରି ଜିଲ୍ଲା ପାଇଁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାଥମିକ ପର୍ଯ୍ୟାୟରେ ଅନ୍ୟ ତିନିଟି ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ରୋଗୀଙ୍କ ପାଇଁ ଏହି ସୁବିଧା ମିଳିବ । ପରେ ଅନ୍ୟ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯିବ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଦ୍ବାରା ଉପାନ୍ତ ଅଞ୍ଚଳରେ ଗରିବ ଲୋକଟିଏ ବି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବ । ଏବେ ଏୟାର ଆମ୍ବୁଲାନ୍ସ୍ ସେବା ଆରମ୍ଭ ହେବା ପରେ ଆଉ ଗୁରୁତର ରୋଗୀଙ୍କୁ ନେବା ଆଣିବାରେ ସମସ୍ୟା ହେବନାହିଁ ।