spot_img
Home Blog Page 4829

କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ବିଦା ହୋଇଛନ୍ତି ପ୍ରଫୁଲ୍ଲ । ୨୦୦୬ ତଳସରା ଉପନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ । ଏହା ପରେ ୨୦୦୯ ଓ ୨୦୧୪ରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ପ୍ରଫୁଲ୍ଲ ମାଝୀ ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭବାନୀଶଙ୍କର ଭୋଇଙ୍କଠାରୁ ସେ ପରାସ୍ତ ହୋଇଥିଲେ । କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଫୁଲ୍ଲ ମାଝୀ । କଂଗ୍ରେସ କ’ଣ ମତେ ବହିଷ୍କାର କରିବ, ମୁଁ ଆଜି ସକାଳୁ ଇସ୍ତଫା ଦେଇଛି । ସୋନିଆ ଗାନ୍ଧୀ, ଚେଲ୍ଲାକୁମାର ଓ ପିସିସି ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଥିବା କହିଛନ୍ତି ପ୍ରଫୁଲ୍ଲ । କଂଗ୍ରେସ ମୋତେ କୋଣଠେସା  କରୁଥିଲା । କଂଗ୍ରେସର ବାତାବରଣ ଠିକ୍ ନଥିବାରୁ ଲୋକ ସେବା ସମ୍ଭବ ନୁହେଁ, ଏଣୁ ଦଳ ଛାଡ଼ିଥିବା କହିଛନ୍ତି ପ୍ରଫୁଲ୍ଲ ମାଝୀ । ଆଗାମୀ ୧୦ ତାରିଖରେ ବିଜେଡିରେ ଯୋଗ ଦେବି କହିଲେ ପ୍ରଫୁଲ୍ଲ ମାଝୀ ।

ଏଥିସହିତ ପଢ଼ନ୍ତୁ: ‘ପାଇକ ବିଦ୍ରୋହକୁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ’

୨୪୬ ଜଣ ବିଦେଶ ଫେରନ୍ତାଙ୍କ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ଆସିଛି। ଏ ସଂପର୍କରେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା କହିଛନ୍ତି । ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା। ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ।

ଦେଶରେ ଯେଉଁଭଳି ଭାବେ କୋଭିଡ଼ ସଂକ୍ରମଣ ମାମଲା ବଢିଚାଲିଛି, ତା ଭିତରେ ଓମିକ୍ରମ ମାମଲା ଭୟ ବଢାଇଦେଇଛି  । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି  । ଏହାରି ଭିତରେ ତୃତୀୟ ପ୍ରବାହ ଭାବେ ଓମିକ୍ରନ ଭାରତରେ ପ୍ରବେଶ କରିବ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଣ୍ଟକୁ ନେଇ ଏପରି ବିସ୍ମୟକର ବୟାନ ଦେଇଛନ୍ତି  ।

ଦେଶର ସବୁଠୁ ବଡ଼ ଠକ ଜାଲରେ କିପରି ଫସିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ?

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଜଣେ ।  ଆଜି ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ବିଦେଶ ଯିବା ପାଇଁ ବାରଣ କରାଯାଇଥିଲା । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଲୁକ୍ ଆଉଟ୍ ସର୍କୁଲାର୍ (LOC) ହେତୁ ବିମାନବନ୍ଦର କର୍ମଚାରୀମାନେ ବିଦେଶ ଯିବା ପୂର୍ବରୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ଅଟକାଇଥିଲେ । ଏହି ସୂଚନା ଇଡିକୁ ଦିଆଯାଇଥିଲା, ପରେ ତାଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ପରେ ଜ୍ୟାକଲିନଙ୍କୁ ଇଡି ଛାଡ଼ିଦେଇଥିଲା ଏବଂ ତାଙ୍କୁ ବିମାନବନ୍ଦରରୁ ବାହାରିବାକୁ ଯିବାକୁ ଅନୁମତି ଦିଆଯାଇଥିଲା।

ମନି ଲଣ୍ଡରିଂ ମାମଲାରେ ଇଡି କ୍ରମାଗତ ଭାବରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପଚରାଉଚରା କରୁଛି ଏବଂ ଇଡି ତାଙ୍କ ପାଇଁ ଲୁକ ଆଉଟ ସର୍କୁଲାର (LOC) ଜାରି କରିଛି ଯେଉଁଥିରେ ସେ ମୁମ୍ବାଇ ଛାଡି ବାହାରକୁ ଯାଇ ପାରିବେ ନାହିଁ। ତେବେ ଆଜି ଆପଣଙ୍କୁ ଜଣାଇବୁ ଯେ ଭାରତର ସବୁଠୁ ବଡ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ କିପରି ଯୋଡ଼ି ହେଲା ।

ତିହାର ଜେଲ ଭିତରୁ କରୁଥିଲା ଫୋନ

ତିହାର ଜେଲରେ ନିର୍ଯ୍ୟାତନା ଦେଇ ୨୦୦ କୋଟି ଟଙ୍କା ଆଦାୟ କରିଥିବା ସୁକେଶ ଚନ୍ଦ୍ରଶେଖର ତିହାର ଜେଲ ଭିତରୁ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଫୋନ କରୁଥିଲେ । ଏଜେନ୍ସିର ସୂତ୍ରରୁ ଜଣାପଡିଛି ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ତିହାର ଜେଲ ଭିତରୁ କଲ ସ୍ଫୁପିଙ୍ଗ ମାଧ୍ୟମରେ କଲ କରନ୍ତି । ତେବେ ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଯେଉଁ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ପଚରାଉଚରା କରାଯାଇଥିଲା, ସେ ସେହିଁ ରାକେଟରର ଶୀକାର ଥିଲେ ।

ନିଜ ପରିଚୟ ଲୁଚାଇ ଜ୍ୟାକଲିନଙ୍କ ସହ କଥା ହେଉଥିଲେ

ସୂଚନା ଅନୁଯାୟୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ବାର୍ତ୍ତାଳାପ ସମୟରେ ସୁକେଶ ନିଜର ପରିଚୟ ଲୁଚାଇ ଅନ୍ୟ ଏକ ନାଁରେ କଥା ହେଉଥିଲା । ସୁକେଶ ନିଜକୁ ବହୁତ ବଡ ଲୋକ କହି ଜ୍ୟାକଲିନଙ୍କ ସହ କଥା ହେଉଥିଲେ । ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଯେତେବେଳେ ଜ୍ୟାକଲିନ୍ ସମ୍ପୂର୍ଣ୍ଣ ଭାବରେ ସୁକେଶ ଜାଲରେ ଭସିବାକୁ ଲାଗିଲେ, ସେତେବେଳେ ସେ ଉପହାର ସ୍ୱରୂପ ତାଙ୍କୁ ମହଙ୍ଗା ଫୁଲ ଏବଂ ଚକୋଲେଟ୍ ପଠାଇବା ଆରମ୍ଭ କରିଥିଲେ । ଜ୍ୟାକଲିନ ସେପର୍ଯ୍ୟନ୍ତ ଜାଣି ପାରୁ ନଥଲେ ଯେ ଏସବୁ କାମ ତିହାର ଜେଲରେ ଥିବା ଭାରତର ସବୁଠାରୁ ଦୁର୍ଦ୍ଦାନ୍ତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା କରାଯାଉଛି ।

ଅନୁସନ୍ଧାନକାରୀ ସଂସ୍ଥା ସୁକେଶର ୨୪ ରୁ ବି ଅଧିକ କଲ ରେକର୍ଡ ପାଇଛି, ଯାହା ଆଧାରରେ ଅନୁସନ୍ଧାନକାରୀ ସଂସ୍ଥା ଜ୍ୟାକଲିନଙ୍କ ସହ ହୋଇଥିବା ଠକେଇ ବିଷୟରେ ଜାଣିବାକୁ ପାଇଲା । ସୁରକ୍ଷା କାରଣରୁ ଏଜେନ୍ସି ଏହି ଖବର ପ୍ରକାଶ କରିନାହାଁନ୍ତି, ଯେ ସୁକେଶ କେଉଁ ନାମ ଏବଂ ପରିଚୟ ଦେଇ ଜ୍ୟାକଲିନଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ଜ୍ୟାକଲିନ୍ ସୁକେଶଙ୍କ ଜାଲରେ ଫସିଯାଇଥିଲେ । ଏହିପରି ଭାବରେ, ସୁକେଶ ତିହାର ଜେଲରୁ କଲ ସ୍ନିଫିଂ ମାଧ୍ୟମରେ ଜ୍ୟାକଲିନଙ୍କୁ ଟାର୍ଗେଟ କରିଥିଲେ ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷଣା କର

ଭୁବନେଶ୍ବର: ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ପାଇକଙ୍କ ବୀରତ୍ବ ଓ ବଳିଦାନର ପଟାନ୍ତର ନାହିଁ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏ ବିଦ୍ରୋହର ସ୍ବର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଏ ତ୍ୟାଗକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତୁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ । ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ବିଜେଡି ସାଂସଦମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।

୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ବରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ ମେଘୱାଲଙ୍କ ନିକଟରେ ଦାବି ରଖିଛନ୍ତି ।

ଓଡ଼ିଶାର ଐତିହ୍ୟକୁ ଅବହେଳା, ୯୦ରେ ବିଜୁ ବାବୁ ଦାବି କରିଥିଲେ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦାବିରେ ବିଜେଡ଼ି ଅଟଳ । ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ମିଳୁନଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ । କେନ୍ଦ୍ରର ଏଭଳି ବୈମାତୃକ ମନୋଭାବ ଓଡ଼ିଶାର ଅସ୍ମିତା ଓ ସ୍ବାଭିମାନକୁ କୁଠାରଘାତ କରିଛି । ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ଏହି ଦାବି କରିଥିଲେ ବୋଲି କହିଛନ୍ତି ପ୍ରଣବ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ଏନେଇ କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଉନାହାନ୍ତି । ଯାହା ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ ହୋଇଛିବୋଲି କହିଛନ୍ତି ବିଜେଡ଼ି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ  ।

ସେପଟେ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଇଥିବା ଉତ୍ତର ଅମୂଳକ । କେବଳ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କିମ୍ଭା ରାଷ୍ଟ୍ରପତି ଏସମ୍ପର୍କରେ ଅବଗତ ନୁହନ୍ତି । କେନ୍ଦ୍ର ସରକାର ଏନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ପ୍ରତିକ୍ରିୟା ରଖିଛନ୍ତି  ବିଷ୍ଣୁ ସେଠୀ । ସେହିଭଳି ପାଇକ ପରିବାରରୁ ଆସିଥିବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ନିଷ୍ପତ୍ତିର ପୁର୍ନବିଚାର ପାଇଁ ଦାବି କରିଛନ୍ତି  ।

‘ପାଇକ ବିଦ୍ରୋହକୁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ’

ଭୁବନେଶ୍ୱର: ପାଇକ ବିଦ୍ରୋହ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ  । ସେ କହିଛନ୍ତି, ବିଜେଡିର ପ୍ରତିବାଦ ଯଥାର୍ଥ। ଆମେ ବି ପାଞ୍ଚ ଦିନ ଆଗରୁ ଏହି କଥା କହିଥିଲୁ। ଆସନ୍ତା 8 ତାରିଖରେ ଖୋର୍ଦ୍ଧା ଓ ଜଟଣୀର ହଜାର ହଜାର ଲୋକ ବରୁଣେଇ ପାହାଡ଼ ତଳେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ସୁର ରାଉତରାୟ  ।

ସେହିପରି ସୁର କହିଛନ୍ତି, ବିଜେପି ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କ ସ୍ୱାଭିମାନ ନାହିଁ। ସେମାନଙ୍କୁ ଆଗ ଘେରାଓ କରିବୁ। ସେମାନଙ୍କର ଏଭଳି ଆଭିମୁଖ୍ୟକୁ ନିନ୍ଦା କରୁଛୁ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜେ ପାଇକ ବିଦ୍ରୋହକୁ ସ୍ୱୀକୃତି ଦେଇଛନ୍ତି। ବରୁଣେଇ ପାହାଡ଼ ତଳେ ସ୍ତମ୍ଭକୁ ଶୁଭ ଦେଇଛନ୍ତି । ନିଜ କଥାରୁ ନଓହରି ଓଡ଼ଡିଶାର ସ୍ୱାଭିମାନକୁ ସମ୍ମାନ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ।

ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସୁର କହିଛନ୍ତି, ଓଡ଼ିଶାକୁ ବଦନାମ କରନି କି ସ୍ୱାଭିମାନ ନଷ୍ଟ କରନି। ଅପରାଜିତା ଷଡଙ୍ଗୀଙ୍କ ଏହା ପ୍ରମୁଖ ଅଞ୍ଚଳ। ହେଲେ ସେ ଗଲେ କୁଆଡ଼େ ? ୮ ଦିନ ହେବ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିବୃତି ଦେଲେଣି। ହେଲେ ଅପରାଜିତା ଷଡଙ୍ଗୀ ଲୋକସଭାରେ ଏ ଦିଗରେ କିଛି ବିବୃତି ଦେଇ ନାହାନ୍ତି କିମ୍ବା ତାଙ୍କର ସ୍ୱାଭିମାନ ନାହିଁ ବୋଲି ପ୍ରତିକ୍ରିୟାା ରଖିଛନ୍ତି  ।

ବିଜେଡ଼ିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ମୟୁରଭଞ୍ଜ: ବିଜେଡିରେ ମିଶିଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଓ ସାମାଖୁଣ୍ଟା ବ୍ଲକର ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି ବିଜେପି ଓ କଂଗ୍ରେସ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି  । ଏହା ସହିତ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ହିଁ ତାଙ୍କୁ ବିଜେଡ଼ିରେ ଯୋଗଦାନ କରିବା ପାଇଁ ବାଧ୍ୟ କରାଇଛି  ।

ସେପଟେ ବାଙ୍ଗିରିପୋଷି ବ୍ଲକର ବିଜେପି ମଣ୍ଡଳ ସଙ୍ଗଠକ, ଜିଲ୍ଲା ସଦସ୍ୟ, ପୂର୍ବତନ ସମିତି ସଭ୍ୟ, ଓ୍ବାର୍ଡ ମେମ୍ବରଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ସାମାଖୁଣ୍ଟା ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ , ପୂର୍ବତନ ସରପଞ୍ଚଙ୍କ ସହ କର୍ମକର୍ତ୍ତା ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

‘ବିରାଟ’ ବ୍ୟବଧାନରେ ଭାରତର ବୃହତ ବିଜୟ

ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ  । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଟିମ୍ ଇଣ୍ଡିଆ । ଏଥିସହ ସିରିଜକୁ ୧-୦ରେ ଜିତି ନେଇଛି ବିରାଟ ବାହିନୀ । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ଏକ ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରେଲ ମିଚେଲ ୬୦ ରନ କରିଥିବା ବେଳେ, ହେନେରୀ ନିକୋଲସ ୪୪ ରନ କରିଥିଲେ ।

ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନ ଥିଲେ । ରବିଚନ୍ଦ୍ରନ ଅଶ୍ବିନୀ ଓ ଜୟନ୍ତ ଯାଦବ ୪ଟି ଲେଖାଁଏ ଓ୍ବିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇଥିଲା । ଭାରତ ଦ୍ବିତୀୟ ଇନିଂସରେ ୨୭୬ରେ ଇନିଂସ ଘୋଷଣା କରିଥିଲା । ନ୍ୟୁଜିଲାଣ୍ଡ ଦ୍ବିତୀୟ ଇନିଂସରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା ।

ବିଧାନସଭାରେ ବିଜେଡିର ‘ପାଇକ ବିଦ୍ରୋହ’ ତାତି

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟ ଅସ୍ମିତାକୁ କେନ୍ଦ୍ର କୁଠାରଘାତ କରିଛି  ୧୮୧୭ ମସିହାର ପାଇକ ବିଦ୍ରୋହ  ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଇଂରେଜ ସରକରାଙ୍କ ବିରୋଧରେ ଦେଶରେ ପ୍ରଥମ ସଂଗ୍ରାମ ଏହା ପୂର୍ବରୁ ଦେଶରେ ଅନ୍ୟ କୌଣସି ବିପ୍ଲବ ବା ସଂଗ୍ରାମ ହୋଇନାହିଁ  ଅତୀତରେ ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଗସ୍ତ କରି ପାଇକ ବିଦ୍ରୋହ ବିଷୟରେ ଯଥେଷ୍ଟ ଅବଗତ ରହିଛନ୍ତି  ସବୁସ୍ୱତେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସଂସଦରେ ଯେଉଁ ବକ୍ତବ୍ଯ ପ୍ରଦାନ କରିଛନ୍ତି ତାହା ସମଗ୍ର ଓଡ଼ିଶା ପ୍ରତି ଅପମାନ ବୋଲି କହିଛନ୍ତି ବିଜେଡ଼ି ବିଧାୟକ 

ତେବେ ପାଇକ ବିଦ୍ରୋହକୁ ଯଥାଶୀଘ୍ର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ  ଏନେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ଶାସକ ଦଳର ସଦସ୍ୟ    ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ନୁହେଁ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ  ଯାହା ବିରୋଧରେ ଆଜି ବିଧାନସଭାରେ ବିଜୁ ଜନତା ଦଳର ବିଧାୟକ ମାନେ ପ୍ଲା କାର୍ଡ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ ଜଣାଇଥିଲେ 

ଗୃହକୁ ବାଚସ୍ପତି ମୁତଲବୀ ଘୋଷଣା କରିବା ପରେ ବିଜେଡ଼ି ସଦସ୍ୟ ଗୃହ ବାହାରେ ମଧ୍ୟ ବିପ୍ଲବୀ ଜୟୀରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ  । ଓଡ଼ିଶାର ଏହି ଐତିହାସିକ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବା ନେଇ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀତଳେ ବସି ଦାବି ଜଣାଇଛନ୍ତି  । 

ପଞ୍ଚମ ଦିନରେ ଗୃହକୁ ଚଳେଇ ଦେଲେନି ବିରୋଧୀ

ଭୁବନେଶ୍ୱର:ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ୟ  । ବିରୋଧି ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ପାରିନାହିଁ  । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  । ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି  ।

ଗତ ୪ ଦିନରେ ଘଣ୍ଟାଏ ବି ଚାଲିପାରିଲାନି ଗୃହ । ପ୍ରଥମ ଦିନରେ ଶୋକ ପ୍ରସ୍ତାବକୁ ଛାଡି ୪ ମିନିଟ୍ ଚାଲିଥିଲା ଗୃହ । ଦ୍ବିତୀୟ ଦିନରେ ହୋହଲ୍ଲା ହଟ୍ଟଗୋଳ ଭିତରେ ଚାଲିଲା ୧୪ ମିନିଟ୍ । ତୃତୀୟ ଦିନରେ ହଟ୍ଟଗୋଳରେ ଗୃହ ୧୧ ମିନିଟ୍ ଚାଲିଥିବାବେଳେ  ଚତୁର୍ଥ ଦିନରେ ମାତ୍ର ୩ ମିନିଟ୍ ଚାଲିଛି ଗୃହ । ହଟ୍ଟଗୋଳ ଓ ହୋହଲ୍ଲା ଭିତରେ ରାଜ୍ୟର ସ୍ବାର୍ଥକୁ ଭୁଲି ଯାଉଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ  ।

ବିଧାନସଭାରେ ପ୍ରତିଦିନ ହଟ୍ଟଗୋଳ କରିଚାଲିଛନ୍ତି ବିରୋଧୀ ସଦସ୍ୟ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ସ୍ୱତେ ମଧ୍ୟ  ବିରୋଧୀଙ୍କ ଏଭଳି ବେପାରୁଆ ମନୋଭାବ ବିଧାନସଭାର ମୂଲ୍ୟକୁ କୁଠାରଘାତ କରିଛି  । ବିଧାନସଭା ଚାଲିବାର ଚତୁର୍ଥ ଦିନରେ ମଧ୍ୟ ଗୃହକାର୍ଯ୍ୟ ଅଚଳ ରହିଛି  । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ଏଭଳି ଅଭିନବ ପ୍ରତିବାଦର ପ୍ରତିଯୋଗିତା ଭିତରେ ବଳି ପଡ଼ିଯାଉଛି ଓଡ଼ିଶାର ସ୍ୱାର୍ଥ ।