spot_img
Home Blog Page 483

ଏସପି ଅଫିସ ଆଗରେ ମହିଳାଙ୍କ ଧାରଣା : ପୋଲିସ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଏସପି ଅଫିସ ସମୁଖରେ ମହିଳାଙ୍କ ଧାରଣା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପେଗରପଡା ଗାଁର ଝରଣା ମଲ୍ଲିକ ଓ ମଲି ମଲ୍ଲିକ ନ୍ୟାୟ ଦାବିରେ ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି l ମଲି ପେଗରପଡା ବଜାରରେ ଥିବା ନିଜର ଏକ କାଠ କେବିନକୁ ଭଡା ସୂତ୍ରରେ ଝରଣାଙ୍କୁ ଦେଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର ଜଣେ ଯୁବକ ଝରଣାଙ୍କ କେବିନ ଭାଙ୍ଗି ସମସ୍ତ ଜିନିଷପତ୍ର ଲୁଟି ନେବା ସହିତ ତାଙ୍କୁ ଆକ୍ରମଣ କରିଥିବା ଝରଣା ରାଜକନିକା ଥାନାରେ ଅଭିଯୋଗ କରିଥିଲେ l କେବଳ ସେତିକି ନୁହଁ ଝରଣାଙ୍କୁ ଅଭିଯୁକ୍ତ ସୁମନ୍ତ ମଲ୍ଲିକ ଓ ତାଙ୍କ ବାପା ମରଣାନ୍ତକ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି l ତେବେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଆପଣେଇବା ସହିତ ଅଭିଯୋଗକାରୀଙ୍କୁ ଓଲଟା ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ନେଇ ଅଭିଯୋଗ ହୋଇଛି l ଏହି ଅଭିଯୋଗରେ ଆଜି ଉଭୟ ଝରଣା ଓ ମଲି ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି l

ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଜାହାଜ ଅଦମ୍ୟ

ନନ୍ଦିଘୋଷ ବ୍ୟୁରୋ : ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା । ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ଦୃତଗାମୀ ଓ ଶକ୍ତିଶାଳୀ ଜାହାଜ ଆଇସିଜିଏସ ଅଦମ୍ୟ । ଯାହା ଉପକୂଳରେ ଅନୁପ୍ରବେଶକୁ ରୋକିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସାହାରା ହେବ । ଏହି ଜାହାଜରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ ସହିତ ସମୁଦ୍ରରେ ଦୃତ ଗତିରେ ଯିବା ଆସିବା କରିବାର କ୍ଷମତା ରଖିଛି । ୫୧ ମିଟର ଲମ୍ବର ଏହି ଜାହାଜ ୬୦% ଭାରତୀୟ ଆତ୍ମ ନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧିନରେ ଗୋଆରେ ତିଆରି କରାଯାଇଛି। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୋଟିଏ ୩ ଏମ‌ଏମ CRN-91 ବନ୍ଧୁକ, ଦୁଇଟି ୧୨.୭ ଏମଏମର ବନ୍ଧୁକ, ରିମୋଟ କଣ୍ଟ୍ରୋଲ ମେସିନ ଗନ୍, ସ୍ବୟଂ ଚାଳିତ ଶକ୍ତି ପରିଚାଳନା ସିଷ୍ଟମ ମଧ୍ୟ ରହିଛି। ଏଥିରେ ୫ ଜଣ ଅଧିକାରୀ ଓ ୪୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଓଡ଼ିଶାର ୪୮୦ କିଲୋମିଟର ବ୍ୟାପୀ ଉପକୂଳବର୍ତ୍ତୀ ସମୁଦ୍ରରେ ଆଇସିଜି ଅଦମ୍ୟ ପ‌ଇଁନ୍ତରା ମାରିବ । ଏହି ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀର ପାରାଦ୍ଵୀପ ମୁଖ୍ୟାଳୟ ଅଧିନରେ କାର୍ଯ୍ୟ କରିବ ।  ଆଜି ପ୍ରତିରକ୍ଷା ମନ୍ତ୍ରାଳୟର ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଅବତରଣ କରାଇଥିଲେ।

ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଦୁଃଖଦ ବିୟୋଗ : ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁର୍ଘଟଣାରେ ଚାଲିଗଲା ପ୍ରାଣ

ନନ୍ଦିଘୋଷ ବ୍ୟୁରୋ : ପ୍ରଖ୍ୟାତ ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଦୁଃଖଦ ବିୟୋଗ। ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜୁବିନ। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ସିଙ୍ଗାପୁରରେ ଆୟୋଜିତ ଉତ୍ତରପୂର୍ବ ମହୋତ୍ସବରେ ଯୋଗଦେବାକୁ ଯାଇଥିବା ଜୁବିନଙ୍କ ମୃତ୍ୟୁ ବଲିଉଡରେ ଶୋକର ଛାୟା ଖେଳାଇଦେଇଛି। ସ୍କୁଭା ଡାଇଭିଂ ବେଳେ ସେ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏହି ଉତ୍ସବ ପାଳନ ହେବାର ଥିଲା। ମାତ୍ର ତା ପୂର୍ବରୁ ଆରପାରିକୁ ଚାଲିଯାଇଛନ୍ତି ଜୁବିନ। ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ବହୁ ନେତା ଓ ତାରକା। ସେ ଆସାମୀ, ବଙ୍ଗାଳୀ ଓ ହିନ୍ଦି ଭାଷାରେ ଗୀତ ପରିବେଷଣ କରୁଥିଲେ।

ପାରିବାରିକ କଳହର କରୁଣ ପରିଣତି , ଦୁଇ ପିଲାଙ୍କୁ ବିଷ ଦେଲା ବାପା

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଦୁଇ ପିଲାଙ୍କୁ ବିଷ ଦେଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ । ଜରପଡ଼ା ଥାନା ତୁବେ ଗାଁର କାଳୀଚରଣ ପ୍ରଧାନ ଦୁଇ ପୁଅଙ୍କୁ ବିଷ ଦେଇଥିବା ଅଭିଯୋଗ ହୋଇଛି । ଗୋଟିଏ ପୁଅର ବୟସ ୧୨ ବର୍ଷ ହୋଇଥିବା ବେଳେ ଆଉ ଗୋଟିଏ ପୁଅ‍ର ବୟସ ୮ ବର୍ଷ । ଆଜି ଦିନ ୧୨ଟାରେ ଦୁଇ ପୁଅକୁ ବାପା କାଳୀ ଚରଣ ପ୍ରଧାନ ସ୍କୁଲରୁ ନେଇ ବନ୍ତଳା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ବିଷ ଦେଇ ଦେଇଥିଲା । ଗ୍ରାମବାସୀମାନେ ଦୁଇ ପିଲାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପିଲାମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଆସିଲା iPhone 17ର ନୂଆ ସିରିଜ୍ ; ଅଧରାତିରୁ ଷ୍ଟୋର ଆଗରେ ଲାଇନ୍

ନନ୍ଦିଘୋଷ ବ୍ୟୁରୋ : ବଜାରକୁ ଆସିଛି ଆପଲର ନୂତନ ଆଇଫୋନ ୧୭ ସିରିଜ୍ । ଆଇଫୋନ ପାଇଁ ରାତି ଅଧରୁ ଲମ୍ୱାଲାଇନ୍ ।  ଆପଲ୍‌ର iPhone 17 ସିରିଜ୍ ଶୁକ୍ରବାର ଭାରତରେ ବିକ୍ରି ଆରମ୍ଭ ହେବା ସହ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗଲୁରୁର ଆପଲ୍ ଷ୍ଟୋରରେ ରାତି ଅଧରୁ ଶହ ଶହ ଲୋକେ ଆଇଫୋନ କିଣିବା ପାଇଁ ଲମ୍ୱା ଲାଇନରେ ଠିଆ ହୋଇଛନ୍ତି। ଦିଲ୍ଲୀର ସାକେତ୍‌ ସିଟିୱାକ୍ ମାଲ୍‌ ଓ ମୁମ୍ବାଇର ବନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ୍ (BKC) ଷ୍ଟୋର ବାହାରେ ଲୋକେ ନୂଆ ମଡେଲ କିଣିବାକୁ ଉତ୍ସାହରେ ଅପେକ୍ଷା କରିଥିଲେ।

ମୁମ୍ବାଇ BKC ଷ୍ଟୋରରେ ଭିଡ଼ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଛି। ସୁରକ୍ଷା କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ବେଙ୍ଗଲୁରୁରେ ଜଣେ କ୍ରେତ କହିଛନ୍ତି, “ମୁଁ ଗତ ସପ୍ତାହରୁ ଅପେକ୍ଷା କରୁଛି। ଚାରୋଟି ଫୋନ ବୁକ୍ କରିଛି, ଏହା ପୂର୍ବର ୩ଟି ମଡେଲଠାରୁ ଉନ୍ନତ।”iPhone 17 ସିରିଜ୍‌ର ମୂଲ୍ୟ ୮୨,୯୦୦ରୁ ୨.୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଆପଲ୍‌ର ରିଟେଲ ପାର୍ଟନରମାନେ କ୍ୟାଶବ୍ୟାକ୍, ଏକ୍ସଚେଞ୍ଜ ବୋନସ୍ ଓ EMI ଅଫର ଘୋଷଣା କରିଛନ୍ତି।

ସ୍ତ୍ରୀକୁ ହାଣି ଗଣ୍ଡି ମୁଣ୍ଡ ଅଲଗା କଲା ପିଶାଚ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ : ସ୍ତ୍ରୀକୁ ହାଣି ଗଣ୍ଡି ମୁଣ୍ଡ ଅଲଗା କଲା ପିଶାଚ ସ୍ବାମୀ। ବାଲେଶ୍ଵର ଜଳେଶ୍ବର ରାଇବଣିଆରେ ଘଟିଛି ଏ ବୀଭତ୍ସ ହତ୍ୟାକାଣ୍ଡ। ରାତିରେ ଶୋଇଥିବା ବେଳେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଚନ୍ଦ୍ରମୋହନ ପାତ୍ର। ମୃତକ ହେଲେ ଜଳେଶ୍ବରର କାଳିକ ପଞ୍ଚାୟତ ଟାକୁଆପାଳ ଗାଁର ମିନତି ପାତ୍ର। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ରାଇବଣିଆ ପୋଲିସ ଓ ଜଳେଶ୍ୱର SDPO ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ଗୃହରେ ବିରୋଧୀ ବିଜେଡିର ହଟ୍ଟଗୋଳ ; ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଚାଲିପାରିଲାନି ଗୃହ। ହୋହଲ୍ଲା ଓ ହଙ୍ଗାମାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି। ଆଜି ଗୃହ ଆରମ୍ଭରୁ ବିରୋଧୀ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ। ଗୃହରେ ଉଠିଥିଲା ଚାଷୀଙ୍କୁ ସାର ସଂକଟ ପ୍ରସଙ୍ଗ। ସାରର କଳାବଜାରୀ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ। ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ। ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ମଧ୍ୟ ତାତିଥିଲେ ବିରୋଧୀ। ହାତରେ ପ୍ଲାକାର୍ଡ ଧରି ବିରୋଧୀ ନାରାବାଜି କରିଥିଲେ। ପ୍ରଶ୍ନୋତ୍ତରକାଳ ଆରମ୍ଭରୁ ବିଜେଡି ପ୍ରତିବାଦ କରିଥିଲେ।

ଚାଷୀଙ୍କ ସାର ଦୁର୍ନୀତି ଅଭିଯୋଗରେ ପ୍ରଶ୍ନୋତ୍ତରକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ। ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ରାଜ୍ୟରେ ସାର ସମସ୍ୟା ଉତ୍କଟ ହୋଇଛି ବୋଲି ଅଭିଯୋଗ କରିଛି ଦଳ। ଏହାକୁ ନେଇ ରାଜାରାସ୍ତାରେ ଚାଷୀ। ରାଜ୍ୟରେ 60% ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡି ଦାବି କରିଥିଲା। ଚାଷୀ କଥା ଆଲୋଚନା ନ କରି ଅନ୍ୟ କଥା ଆଲୋଚନାର ଲାଭ କଣ ବୋଲି କହିଥିଲା ଦଳ।

ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ

ନନ୍ଦିଘୋଷ ବ୍ୟୁରୋ : ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା କନଷ୍ଟେବଳ ମର୍ଡର କେସ। ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ମର୍ଡର କେସ। ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ନନ୍ଦିଘୋଷ ଟିଭିକୁ ଏହି ସୂଚନା ମିଳିଛି। ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ମିସିଂ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ। CAW ଆଣ୍ଡ CW କେସକୁ ମନିଟର କରିବ।

ରୁଷରେ ବଡ଼ ଧରଣର ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତୀବ୍ରତା ୭.୮

ନନ୍ଦିଘୋଷ ବ୍ୟୁରୋ : ରୁଷରେ ଭୂକମ୍ପର ଝଟକା।୭.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜଣପଡିଛି।ରୁଷର କାମଚାଟସ୍କି ସହରରୁ ୧୨୮ କିଲୋମିଟର ପୂର୍ବ ଏବଂ ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଥିବାରୁ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ପକ୍ଷରୁ ଉପକୂଳରେ ସତର୍କ ସୂଚନା ଜାରି କରାଯାଇଛି।ଆଜି ସକାଳୁ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପର ଉପକୂଳରେ ଏକ ଶକ୍ତିଶାଳୀ 7.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ କୋଠାଗୁଡ଼ିକ ଦୋହଲି ଯାଇଥିଲା ଏବଂ କର୍ତ୍ତୃପକ୍ଷ ସୁନାମି ସତର୍କତା ଜାରି କରିଥିଲେ। ଭୂକମ୍ପ ଅନୁଭୂତ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ।

ଘରଗୁଡ଼ିକରେ ଥିବା ଆସବାବପତ୍ର ଏବଂ ଲାଇଟ୍ ଦୋହଲୁଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପାର୍କିଂ ହୋଇଥିବା କାର ମଧ୍ୟ ଥରି ଉଠିଥିଲା। ଅତି କମରେ ପାଞ୍ଚଟି ଭୂକମ୍ପ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ବର୍ତ୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। ଉପଦ୍ୱୀପର ପୂର୍ବ ଉପକୂଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଜନସାଧାରଣଙ୍କୁ ସତର୍କ କରାଯାଉଛି।

କାମଚାଟକା ଉପଦ୍ୱୀପ ଏକ ଟେକ୍ଟୋନିକ୍ ବେଲ୍ଟରେ ଅବସ୍ଥିତ। ଯାହାକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ। ପ୍ରଶାନ୍ତ ମହାସାଗରର ଅଧିକାଂଶ ଅଂଶକୁ ଘେରି ରହିଛି ଏବଂ ଭୂକମ୍ପୀୟ କାର୍ଯ୍ୟକଳାପ ପାଇଁ ଏକ ଆକର୍ଷଣୀୟ ସ୍ଥାନ।ଗତ ଜୁଲାଇ ମାସରେ ୮.୮ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ଆସିଥିଲା। ଯାହା ଏକ ଉପକୂଳବର୍ତ୍ତୀ ଗାଁର ଏକ ଅଂଶକୁ ସମୁଦ୍ରରେ ଭସାଇ ନେଇଥିଲା।

ଭିଜିଲାନ୍ସ ଜାଲରେ ରାୟଗଡ଼ା କାଶୀପୁର ରେଂଜର , ୯ଟି ସ୍ଥାନରେ ଏକକାଳୀନ ଚଢାଉ

ନନ୍ଦିଘୋଷ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ରେଂଜର। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କାଶୀପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ରେଡ୍ ହୋଇଛି। ୪ ଜିଲ୍ଲାର ୯ ସ୍ଥାନରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ। କାଶୀପୁର ସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ବିିଭିନ୍ନ ସ୍ଥାନରେ ରେଡ ଚାଲିଛି। ଭିଜିଲାନ୍ସ ଟିମ୍ କାଶୀପୁର, ବ୍ରହ୍ମପୁର, ବାଲିଗୁଡା, ଭଜଂନଗର, ନୟାଗଡ ସମେତ ରାଜ୍ୟର ୯ଟି ସ୍ଥାନରେ ଥିବା ଅନ୍ତର୍ଯ୍ୟାମୀ ସାହୁଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି।ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଏସପିଙ୍କ ତତ୍ବାବଧାନରେ ରେଡ୍ ଚାଲିଛି। ଅତିରିକ୍ତ ଏସପି ଅନନ୍ତ ମଲ୍ଲିକଙ୍କ ନେତୃତ୍ଵରେ ୭ ଜଣ ଡିଏସପି, ୭ ଜଣ ଇନିସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। କନ୍ଧମାଳ ବାଲିଗୁଡାରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀଙ୍କ ନାଁରେ ରହିଛି କୋଠାଘର, ବାଲିଗୁଡ଼ାରେ ଆଉ ଏକ କୋଠା ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର, ଦାରିଙ୍ଗବାଡ଼ି ସରନିକେତରେ କୋଠା, ଦାରିଙ୍ଗବାଡ଼ିରେ ଆଉ ଏକ କୋଠା, ଗଂଜାମ କୁକୁଡାଖଣ୍ଡିରେ କୋଠା, ଭଂଜନଗର ଦୋମୁହାଣୀରେ ଥିବା କୋଠାରେ ରେଡ କରୁଛି ଭିଜିଲାନ୍ସ।