spot_img
Home Blog Page 486

ନେପାଳରେ ଶାନ୍ତି ଫେରାଇଵା ନେଇ ବାଲୁକା କଳା ମାଧ୍ୟମରେ ଶାନ୍ତିର ବାର୍ତ୍ତା

ନେପାଳରେ ଶାନ୍ତି ଫେରାଇଵା ନେଇ ବାଲୁକା କଳା ମାଧ୍ୟମରେ ଶାନ୍ତିର ବାର୍ତ୍ତା। ନେପାଳରେ ଯେଉଁ ଘଟଣା ଘଟିଛି ସାରା ବିଶ୍ୱ ପାଇଁ ଚିନ୍ତାଜନକ। ନେପାଳ ସାରା ବିଶ୍ୱ ପାଇଁ ଏକ ଶାନ୍ତି ଦେଶ ରହିଥିବାବେଳେ ନେପାଳରେ ଏହି ଘଟଣା ନେଇ ସାରା ବିଶ୍ୱରେ ଚିନ୍ତା l Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ Gen-Z ରିଭୋଲ୍ୟୁସନ ନାମରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପ୍ରତିବାଦ ଏତେ ବଢିଯାଇଛି ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହେବାରେ ଲାଗିଛି। କିପରି ଏହି ଶାନ୍ତି ଦେଶ ପୁନଃବାର ଫେରିବ ସେ ନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମହାପ୍ରଭୁଙ୍କ ନିକଟରେ ପାର୍ଥନା କରିଛନ୍ତି l ଏହି ବାଲୁକା କଳାରେ praying for peace nepalର ବାର୍ତ୍ତା ଦେଇଛନ୍ତି l

୧୬ରେ ସର୍ବଦଳୀୟ ବୈଠକ: ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ

୧୬ରେ ସର୍ବଦଳୀୟ ବୈଠକ । ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ।
ସୁରୁଖୁରରେ ବିଧାନସଭା ସାରିବା ନେଇ ହେବ ଆଲୋଚନା । ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି ।

ଆସନ୍ତା ୧୮ ତାରିଖରୁ ପୁଣି ଆରମ୍ଭ ହେବ ବିଧାନସଭା ଅଧିବେଶନ। ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଅଧିବେଶନ ୨୫ ତାରିଖ ଯାଏ ଚାଲିବ। ଅଧିବେଶନରେ ରହିଛି ୭ଟି କାର୍ଯ୍ୟ ଦିବସ। ଏହି ଅଧିବେଶନ ପାଇଁ ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି।

ବିଶ୍ବର ୧ ନମ୍ବର ଧନୀବ୍ୟକ୍ତି ଲ୍ୟାରୀ ଏଲିସନଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ

ଏଲନ ମସ୍କଙ୍କୁ ପଛରେ ପକାଇ ସେପ୍ଟେମ୍ବର ୧୦ ତାରିଖରେ ଦୁନିଆର ୧ ନମ୍ବର ଧନୀ ବ୍ୟକ୍ତିର ମୁକୁଟ ପିନ୍ଧିବାର ସୌଭାଗ୍ୟ ହାସଲ କରିଥିଲେ ଓରେକଲର ସହ-ପ୍ରତିଷ୍ଠାତା ଲ୍ୟାରୀ ଏଲିସନ । ତେବେ ଲ୍ୟାରିଙ୍କ ଜୀବନର ସଂଘର୍ଣ୍ଣଭରା କାହାଣୀ ଅନେକ ଜାଣିନଥିବେ । ଜନ୍ମ ହେବା ପରେ ଲ୍ୟାରୀଙ୍କୁ ଛାଡ଼ି ତାଙ୍କର ମା’ ଚାଲିଯାଇଥିଲେ । ଅରବପତିଙ୍କ ଲିଷ୍ଟରେ ଏକ ବଡ଼ ଉପଲବ୍ଧି ହାସଲ କରି ୮୧ ବର୍ଷୀୟ ଲ୍ୟାରୀ ବିଶ୍ବର ୧ ନମ୍ବର ଧନୀ ହୋଇ ପାରିଛନ୍ତି । ତେବେ ଲ୍ୟାରୀଙ୍କ ସଫଳତାର କାହାଣୀ ବେଶ୍ ରୋମାଞ୍ଚକର ଓ କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ଛୋଟ ବେଳୁ ମା’ର ମମତାରୁ ବଞ୍ଚିତ ହୋଇଥିବା ଲ୍ୟାରୀଙ୍କ ବାଲ୍ୟଜୀବନ ଗରିବୀରେ ବିତିଥିଲା । ମାତ୍ର ପାଠ ପଢ଼ିବା ସମୟରେ ସେ ଜୀବନରେ କିଛି ବଡ଼ କରିବେ ବୋଲି ତାଙ୍କ ମନରେ ଆଇଡିଆ ଆସିଥିଲା । ତା’ ପରେ ତାଙ୍କର ଜୀବନ ବଦଳି ଯାଇଥିଲା ଓ ସେ ଦୁନିଆର ୧ ନମ୍ବର ଧନୀ ହୋଇ ପାରିଥିଲେ ।

ସେପ୍ଟେମ୍ବର ୧୦ରେ ଲ୍ୟାରୀଙ୍କ କମ୍ପାନୀ ଓରେକଲ କର୍ପୋରେସନର ତିନି ମାସର ଫଳାଫଳ ଶାନଦାର ରହିଥିଲା, ଯାହାର ସିଧାସଳଖ ପ୍ରଭାବ ଶେୟାରରେ ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ହିଁ ଓରେକଲର ଷ୍ଟକ କାରବାର ୪୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ଶେୟାରର ଏହି ଦ୍ରୁତ ବୃଦ୍ଧି ଫଳରେ ଲ୍ୟାରୀଙ୍କ ନେଟଓ୍ବର୍ଥ ମାତ୍ର ୨୪ ଘଣ୍ଟାରେ ୧୦୧ ଅରବ ଡଲାର ବୃଦ୍ଧି ଘଟି ୩୯୩ ଅରବ ଡଲାରରେ ପହଞ୍ଚି ଯାଇଥିଲା । ଫଳରେ ସେ ମସ୍କଙ୍କୁ ହଟାଇ ୧ ନମ୍ବର ଧନୀ ହୋଇପାରିଥିଲେ । ସେ ସମୟରେ ମସ୍କଙ୍କ ନେଟଓ୍ବର୍ଥ ୩୮୫ ଅରବ ଡଲାର ରହିଥିଲା । ପରବର୍ତ୍ତୀ ସମୟରେ ଲ୍ୟାରୀଙ୍କ ସମ୍ପତ୍ତିରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ଟେକ ସେକ୍ଟରରେ ୮୧ ବର୍ଷୀୟ ଲ୍ୟାରି ଏଲିସନ ଏକ ବଡ଼ ନାମ । ତେବେ ଜୀବନର ସଂଘର୍ଷ ଓ ସେଥିରୁ ବାହାରିବା ଲ୍ୟାରିଙ୍କ ସଫଳତା ପଛର ଏକ ବଡ଼ କାରଣ । ୧୯୪୪ ମସିହା ଜୁନରେ ନ୍ୟୁୟର୍କରେ ଲ୍ୟାରୀ ଜନ୍ମଗ୍ରହଣ କରିଥିଲେ । ସେ ୯ ମାସର ହୋଇଥିବା ବେଳେ ତାଙ୍କର ମା’ ତାଙ୍କୁ ଜଣେ ସମ୍ପର୍କୀୟଙ୍କୁ ଦେଇ ଟେକି ଦେଇଥିଲେ । ୪୮ ବର୍ଷ ପର୍ଯ୍ୟନ୍ତ ଲ୍ୟାରୀ ନିଜ ମା’ଙ୍କ ମୁହଁ ଦେଖିନଥିଲେ । ଶିକାଗୋ ୟୁନିଭରସିଟିରେ ଲ୍ୟାରି ଗ୍ରାଜୁଏସନରେ ଆଡମିସନ କରିଥିଲେ । ପାଠପଢ଼ା ମଧ୍ୟରେ କିଛି ଅଲଗା କରିବାର ଆଇଡିଆ ହିଁ ତାଙ୍କ ପାଇଁ କମାଲ ସାବ୍ୟସ୍ତ ହୋଇଥିଲା । କିଛି ବର୍ଷ ଅଲଗା ଅଲଗା କମ୍ପାନୀରେ କାମ କରିବା ସମୟରେ ଲ୍ୟାରୀ କୋଡିଂ ଓ ସଫ୍ଟଓ୍ବୟାରକୁ ଭଲରେ ବୁଝିଥିଲେ । ୧୯୭୭ରେ ମାତ୍ର ୨ ହଜାର ଡଲାର ନିବେଶ କରି ଦୁଇ ବନ୍ଧୁଙ୍କୁ ନେଇ ଲ୍ୟାରୀ କାଲିଫର୍ଣ୍ଣିଆରେ ସଫ୍ଟେଓ୍ବୟାର ଡେଭଲପମେଣ୍ଟ ଲ୍ୟାବରେଟୋରିଜ ସ୍ଥାପନା କରିଥିଲେ । ୫ ବର୍ଷ ପରେ ନାମ ବଦଳାଇ ନିଜର କମ୍ପାନୀର ନାମ ’ଓରେକଲ’ ରଖିଥିଲେ । ୧୯୮୬ରେ ତାଙ୍କର କମ୍ପାନୀ ଶେୟାର କମ୍ପାନୀରେ ଲିଷ୍ଟ ହୋଇଥିଲା ।

ପ୍ରାରମ୍ଭରୁ ୨୦୧୪ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଲ୍ୟାରି କମ୍ପାନୀର ସିଇଓ ଦାୟିତ୍ବ ସମ୍ଭାଳିଥିଲେ । ୨୦୧୨ରେ କମ୍ପାନୀର ପାଖାପାଖି ପୂରା ଅଂଶଧନ ସେ କିଣି ନେଇଥିଲେ । ଲ୍ୟାରି ତାଙ୍କ ଜୀବନରେ ୫ ଥର ବିବାହ କରିଛନ୍ତି । ୧୯୬୭ରେ ପ୍ରଥମ ବିବାହ କରିଥିବା ବେଳେ ତାହା ୧୯୭୪ ପର୍ଯ୍ୟନ୍ତ ଚାଲିଥିଲା । ୧୯୭୭ରେ ଦ୍ବିତୀୟ ବିବାହ ଓ ୧୯୮୩ରେ ତୃତୀୟ ବିବାହ କରିଥିଲେ । ଏହାପରେ ୨୦୦୩ରେ ସେ ଚତୁର୍ଥ ଥର ପାଇଁ ବିବାହ କରିଥିଲେ । ଲ୍ୟାରୀଙ୍କ ପଞ୍ଚମ ପତ୍ନୀ ଜୋଲିନ ଝୁ ତାଙ୍କ ଠାରୁ ପାଖାପାଖି ୪୭ ବର୍ଷ ସାନ ଅଟନ୍ତି । ୫ ଥର ବିବାହ କରିଥିବା ଏଲିସନଙ୍କ ଦୁଇଟି ସନ୍ତାନ ରହିଛି ।

ଉତ୍କଳ ବିଶ୍ଵବିଦ୍ୟାଳୟରୁ ହଟିବେ ଭଡ଼ାଟିଆ ଓ ଜବରଦଖଲକାରୀ

ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ର ପରେ ସରକାରୀ କ୍ୱାର୍ଟରରୁ ହଟିବେ ଭଡ଼ାଟିଆ ଓ ଜବରଦଖଲକାରୀ। କ୍ୟାମ୍ପସରେ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ନିର୍ମାଣ ହୋଇଥିବା କ୍ୱାର୍ଟରଗୁଡିକ ଏବେ ଜବରଦଖଲକାରୀଙ୍କ କବଜାରେ। ବାଣୀ ବିହାର କ୍ୟାମ୍ପସରେ ୬୧୦ କ୍ୱାର୍ଟର ରହିଛି। ୪୯୨ ଷ୍ଟାଫକୁ ଅନୁମତି ମିଳିଛି କ୍ୱାର୍ଟରରେ ରହିବା ପାଇଁ। ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି। ତା’ ଭିତରୁ ୪୯ କ୍ୱାର୍ଟରରେ ଲୋକ ଅନଧିକାର ଭାବେ ରହୁଥିଲେ। ତାଙ୍କୁ ଗତକାଲି ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଚାଡିବା ପାଇଁ ନୋଟିସ ଦିଆଯାଇଥିଲା। ଅନେକ କ୍ୱାର୍ଟର ଖାଲି କରିଥିବାବେଳେ ଆଉ କିଛି ଖାଲି ହେଉଛି। କିଏ ଭଡ଼ା ଲଗାଇଛନ୍ତି ତ ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ଯାଇନାହାନ୍ତି। କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟମାନକୁ ଭଡ଼ାରେ ଦେଇଛନ୍ତି।ମାସିକ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଆଦାୟ ମଧ୍ୟ କରୁଛନ୍ତି। କ୍ବାର୍ଟର୍ସଗୁଡ଼ିକ ଜରାଜୀର୍ଣ୍ଣ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ କେହି ଖାତିର କରୁନାହାନ୍ତି। ବିଦ୍ୟୁତ୍‌ ବିଲ୍‌ ବାବଦରେ ଗୋଟିଏ ବି ଟଙ୍କା ଦେଉ ନାହାନ୍ତି। ପ୍ରତି ମାସରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍‌ ବାବଦ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଛନ୍ତି।ଏପରିକି ହିଟର୍‌ ବ୍ୟବହାର ହେଉଥିବା ଜଣାପଡ଼ିଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କର୍ମଚାରୀଙ୍କ ପାଇଁ ଥିବା ଅଧିକାଂଶ କ୍ବାର୍ଟର୍ସ ପରିତ୍ୟକ୍ତ ହୋଇପଡ଼ିଛି। ଠିକ୍‌ ସମୟରେ ମରାମତି ହେଉ ନଥିବାରୁ ସେଥିରେ ରହିବାକୁ କର୍ମଚାରୀମାନେ ଭୟ କରୁଛନ୍ତି।। ପୋଲିସ କ୍ୟାମ୍ପସରେ ପହଞ୍ଚି ଅପରେସନ ଆରମ୍ଭ କରିଛି। ଖୁବଶୀଘ୍ର ସମସ୍ତ କ୍ୱାର୍ଟର କିଭଳି ଖାଲି ହେବ । ତା’ ଉପରେ ନଜର ରଖିଛନ୍ତି ୪ ପ୍ଲାଟୁନ ପୋଲିସ୍ ଫୋର୍ସ।

ମିଥ୍ୟା ବିଲ୍ ପାସ କରିବା ପାଇଁ ଯନ୍ତ୍ରୀଙ୍କୁ ହତ୍ୟା ଧମକ

ଠିକାଦାରଙ୍କ ଭାଇର ଦାଦାଗିରି। ମିଥ୍ୟା ବିଲ୍ ପାସ କରିବା ପାଇଁ ହତ୍ୟା ଧମକ। ଥାନାରେ ରୁଜୁ ହେଲା ମାମଲା। କଳାହାଣ୍ଡି ଜିଲ୍ଲା ଏମ ରାମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ପ୍ରଧାନଙ୍କୁ ପିସ୍ତଲ ଦେଖାଇ ମିଥ୍ୟା ବିଲ୍ ପାସ୍ କରିବା ପାଇଁ ହତ୍ୟା ଧମକ ଦେଇଛନ୍ତି କଣ୍ଟାବାଞ୍ଜିର ଜଣେ ଠିକାଦାରଙ୍କ ଭାଇ।ଏ ନେଇ ଏମ ରାମପୁର ଥାନାରେ ଏତଲା ହୋଇଛି। ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗକୁ ନେଇ ବିଭାଗୀୟ ଅଧିକାରୀମାନେ କାମ ପରିଦର୍ଶନରେ ଆସି ନିମ୍ନମାନର କାମ ହେଉଥିବା ଜାଣିବାକୁ ପାଇଥିଲେ। ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କୁ ଭଲ କାମ କରିବାକୁ ତାଗିଦ କରିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ କଥାକୁ ଗୁରୁତ୍ଵ ଦେଇନଥିଲେ ଠିକାଦାର। ପରେ ଠିକାଦାରର ଭାଇ ଗତ ୮ ତାରିଖରେ କିଛି ସହଯୋଗୀଙ୍କୁ ନେଇ ଏମ ରାମପୁର ସ୍ଥିତ ସରକାରୀ ବାସଭବନରେ ରହୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ପ୍ରଧାନଙ୍କୁ ଆସି ଏକ ରାସ୍ତା କାମର ମିଥ୍ୟା ବିଲ୍ ପାସ୍ କରିବାକୁ ବାଧ୍ୟ କରାଇଥିଲେ। ଅଗ୍ରିମ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। ପରେ ଯନ୍ତ୍ରୀ ଜଣକ ଏମ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ

ଆସନ୍ତା ୧୮ରେ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବ ବିଜେଡି

ଆସନ୍ତା ୧୮ ରେ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବ ବିଜେଡି। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ବିପର୍ଯ୍ୟୟ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଯାହାକୁ ପ୍ରତିବାଦ କରି ବଡଚଣା ବିଜେଡି ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ବାଲିଚନ୍ଦ୍ରପୁର ସ୍ତିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପ୍ରସ୍ତୁତି ବୈଠକରେ ବହୁ ବିଜେଡ଼ି ନେତା ଓ କର୍ମୀ ଯୋଗ ଦେଇଥିଲେ। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡିଥିବା ବେଳେ ବେଆଇନ ଲଘୁଖଣିଜ କାରବାର ବଢ଼ି ଚାଲିଛି। ଲୋକଙ୍କୁ ନ୍ୟାୟ ଦେବାରେ ବାଲିଚନ୍ଦ୍ରପୁର ପୋଲିସ ବିଫଳ ହୋଇଛି। ଯାହାର ପ୍ରତିବାଦରେ ଘେରାଉ କରାଯିବ।

ନେପାଳରେ ସରକାର ଗଠନ ନେଇ ଆଜି ବସିବ ବୈଠକ

ନେପାଳରେ ସରକାର ଗଠନ ନେଇ ଆଜି ବସିବ ବୈଠକ। ନେପାଳ ସେନା ପକ୍ଷରୁ ଡକାଯାଇଛି ଏହି ବୈଠକ। ସେନା ମୁଖ୍ୟାଳୟରେ ବୈଠକ ଡାକିଛନ୍ତି ନେପାଳ ସେନାମୁକ୍ୟ। ଜେନ ଜେଡ୍ ପ୍ରତିନିଧିଙ୍କୁ ଏହି ବୈଠକକୁ ଆଲୋନଚା ଲାଗି ଡକାଯାଇଛି। ନେପାଳରେ ହିଂସାକାଣ୍ଡ ଲାଗି ରହିଥିବାବେଳେ ପରବର୍ତ୍ତୀ ସରକାର ଗଠନ ନେଇ ବସିବ ବୈଠକ। ସେପଟେ ପ୍ରଥମେ ସରକାର ଭଂଗ ପରେ ସରକାର ଗଠନ କରିବାକୁ ଦାବି କରିଛନ୍ତି ଜେନ ଜେଡ୍ ଆନ୍ଦୋଳନକାରୀ।

ବୋଲଗଡରେ ଗୁଳିମାଡ଼ ଏବଂ ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର

ଖୋର୍ଦ୍ଧା ବୋଲଗଡରେ ଫୁଟିଲା ଗୁଳି। ଗୁଳିମାଡ଼ ଏବଂ ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର। ବୋଲଗଡ଼ ଥାନା ହାଟବସ୍ତରେ ଗୁଳିମାଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଟୀ ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଗୁରୁତର ୨ ଯୁବକ ହେଲେ ବଡ଼କୁମାରି ଗାଁର ମାନସ ଜେନା ଓ ଟୁଲୁ ପରିଡା। ଉଭୟଙ୍କୁ ଗୁଳି ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଅନ୍ୟ ଏକ ଗୋଷ୍ଠୀର ସଦସ୍ଯ। ଉଭୟଙ୍କ ଶରୀରର ବହୁସ୍ଥାନରେ ଗଭୀର କ୍ଷତ ରହିଛି। ଉଭୟଙ୍କୁ ପ୍ରଥମେ ସୁନାଖଳାରେ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ବୋଗଡ ପୋଲିସ ପହଞ୍ଚି ଦୁର୍ବୃତ୍ତକୁ ଖୋଜାଖୋଜି ଜାରି ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୂର୍ବରୁ ବିଭିନ୍ନ ଗଣ୍ଡଗୋଳରେ ଉଭୟ ଗୋଷ୍ଠୀରୁ କିଛି ଦୁବୃର୍ତ୍ତ ଜେଲ ଜାଇ ଜାମିନରେ ଆସୁଥିବାର ସୂଚନା ମିଳିଛି।ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଗଣ୍ଡଗୋଳ ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଦିଲ୍ଲୀ, ମୁମ୍ବାଇ ଓ ଚେନାଇ ମେଟ୍ରୋ ସହର ଭଳି ଓଡିଶାରେ ଲାଗିବ AI କ୍ୟାମେରା

ଦିଲ୍ଲୀ, ମୁମ୍ବାଇ ଓ ଚେନାଇ ମେଟ୍ରୋ ସହର ଭଳି ଓଡିଶାରେ ଲାଗିବ AI କ୍ୟାମେରା। ଭୁବନେଶ୍ୱର କମିଶନରେଟ ପୋଲିସ ସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହା ନିସ୍ପତ୍ତି ନିଆଯାଇଛି। ପୋଲିସ ଡିଜି ୱାଇ. ବି ଖୁରାନିଆଙ୍କ ଅଧ୍ୟାକ୍ଷତାରେ ଏହି ବୈଠକରେ ପରିବହନ କମିଶନର ଅମିତାଭ ଠାକୁର ଙ୍କ ସମେତ କ୍ରାଇମବ୍ରାଞ୍ଚ, ପରିବହନ ବିଭାଗ ର ଉଚ୍ଚ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ରେ ଦେଶର ପ୍ରମୁଖ AI ସଂଯୁକ୍ତ ଅତ୍ୟାଧୁନିକ କ୍ୟାମେରା ଲଗାଇଥିବା ସଂସ୍ଥା ବା କମ୍ପାନୀ ର ଅଧିକାରୀ ଆଲୋଚନା କରାଯାଇଥିଲା। ତେବେ କେଉଁ କମ୍ପାନୀ କ୍ୟାମେରା ଲଗାଯିବ ସେ ନେଇ ମଧ୍ୟ କମ୍ପାନୀ ତରଫରୁ ସେମାନଙ୍କ ବ୍ୟବସ୍ଥା ଉପରେ ଅଧିକାରୀ ମନେ ବୁଝିଥିଲେ। ଏହି କ୍ୟାମେରା ଲାଗିଲେ କ୍ରାଇମ ରୋକିବା ଓ ଚୋରା ଗାଡି କିମ୍ବା କ୍ରାଇମରେ ବ୍ୟବହୃତ ଗାଡି ଖୁବ କମ ସମୟରେ ଧରି ହେବ ବୋଲି ସୂଚନା ଦେଇଛନ୍ତି ଡିଜିପି।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି। ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।