spot_img
Home Blog Page 4865

ମଝି ସମୁଦ୍ରରେ ତେଲ ଓ କେମିକାଲ ଟ୍ୟାଙ୍କର ବୋଝେଇ ଜାହାଜ ସହ ଆଉ ଏକ ଜାହାଜର ଧକ୍କା

0

ଓଖା: ସମୁଦ୍ରରେ ଦୁଇ ଜାହାଜ ମଧ୍ୟରେ ଧକ୍କା । ଓଖାଠାରୁ ୧୨ ନଟିକାଲ ମାଇଲ ଦୂରରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ ଥିବା ସମସ୍ତ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଥିବା ବେଳେ ଜାହାଜରେ ଥିବା ତେଲ ବହିନଥିବା ଇଣ୍ଡିଆନ୍ କୋଷ୍ଟ ଗାର୍ଡ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଜଣାଯାଇଛି । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ତୈଳ ଏବଂକେମିକା ଟ୍ୟାଙ୍କର ବୋଝେଇ ଜାହାଜର ୧୮୩ ମିଟର ଲମ୍ୱ ।

କୋଷ୍ଟ ଗାର୍ଡର ସୂଚନା ମୁତାବକ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ମଝି ସମୁଦ୍ରରେ ଏହି ଜାହାଜ ମଧ୍ୟରେ ହାଲୁକା ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏମଭି ଆଭିଏଟର ଏବଂ ଅଏଲ/କେମିକାଲ ବୋଝେଇ ଟ୍ୟାଙ୍କର ଏମ୍‌ଭି ଆଣ୍ଟଲାଟିକ୍ ମଧ୍ୟରେ ହୋଇଛି । ଏମଭି ଆଭିଏଟର ମାର୍ଶଲ ଆଇସଲ୍ୟାଣ୍ଡ ପଟୁ ଆସୁଥିବା ବେଳେ ଏମ୍‌ଭି ଆଣ୍ଟଲାଟିକ୍ ହଂକଂ ପଟୁ ଆସୁଥିଲା ।

ଖବର ପାଇବା ପରେ ଇଣ୍ଡିଆନ କୋଷ୍ଟ ଗାର୍ଡ ଜାହାଜ ସି-୪୦୩ ଏବଂ ଓଖା ପଟୁ ସି-୪୧୧ ଜାହାଜକୁ ଘଟଣାର ସବିଶେଷ ତଥ୍ୟ ହାସଲ ଏବଂ ଗ୍ୟାସ ଓ ତେଲ ଲିକ୍ ଯେଭଳ ନହେବ ସେ ସମ୍ପର୍କିତ ପଦକ୍ଷେପ ନେବା ପାଇଁ ପଠାଯାଇଛି । ଏଥିସହିତ ଇଣ୍ଡଆନ କୋଷ୍ଟ ଗାର୍ଡ ହେଲିକପ୍ଟରକୁ ମଧ୍ୟ ପ୍ରଦୂଷଣର ମାତ୍ରା ଆକଳନ ନେଇ ପଠାଯାଇଛି ।

ଏଥିସହିତ ପଢ଼ନ୍ତୁ: ବିଜେପି ନେତାଙ୍କ ଆଉ ଏକ ମିଛ: ନୋଏଡା ଏୟାରପୋର୍ଟର ମଡେଲ କହି ବେଜିଂ ଏୟାରପୋର୍ଟ ଫଟୋକୁ କଲେ ସେୟାର

ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି, ଜାନୁଆରୀ ୧୫ ଯାଏ କଟକଣା ଜାରି

ନ୍ୟୁୟର୍କ: ସାରା ଦୁନିଆରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି। ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ମଧ୍ୟ ବଢିଛି।

ଆସନ୍ତାବର୍ଷ ଜାନୁଆରୀ ୧୫ ଯାଏ ସହରରେ ଏହି ସ୍ଥିତି ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ସ୍ଥିତିର ମୁକାବିଲା ଲାଗି ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ବ ଦିଆଯାଇଛି । ନୂଆ ଭାଇରସ ଓମିକ୍ରନର ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ବର୍ତ୍ତମାନଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଠାବ ହେବା ପରେ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ଜାରି କରିଛନ୍ତି।

ତାମିଲନାଡୁରେ ବର୍ଷା ବିତ୍ପାତ; ୮ ମୃତ

ଚେନ୍ନାଇ: ତାମିଲନାଡୁରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ୪୮ ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷା ନେଇ ରେଡଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତାମିଲନାଡୁ, ପୁଡୁଚେରି ସହ ସମୁଦ୍ର ଉପକୂଳବର୍ତ୍ତି ଜିଲ୍ଲାମାନଙ୍କୁ ଏହି ସତର୍କ ସୂଚନା ଜାରି ହୋଇଛି । ଏନେଇ ରାଜ୍ୟର ୨୩ ଜିଲ୍କାରେ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ  ସରକାର । ଧନ ଜୀବନ ସୁରକ୍ଷା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଗତକାଲି ବି ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିଲା । ଫଳରେ ମଦୁରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏପରି ସ୍ଥିତିକୁ ନଜରରେ ରଖି ଗତକାଲି ମଦୁରାଇର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଥିଲା ଜିଲ୍ଲା ପ୍ରଶାସନ ।

ରାଜ୍ୟରେ ବର୍ଷା ଯୋଗୁ  ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଭାବରେ ୧୦ ହଜାର ୫ଶହ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁ ଅନେକ ସହରରେ ଜୀବନଯାତ୍ରା ବ୍ୟାହତ ହୋଇଛି । ଚେନ୍ନାଇ, ଟୁଟିକୋରନ, ସାଲେମ, ଭେଲୋର, କାଞ୍ଚିପୁରମ ସମେତ ଅଧିକାଂଶ ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ ଗତ ଦୁଇ ଦିନ ପୂର୍ବରୁ ପୋଡୁକୋଟଇ, ରାମନାଥପୁରମ, ତୋଡୁକୋଟି, ସିବଗଙ୍ଗା, ମଦୁରାଇ ଭଳି ୧୨ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଥିଲା  ।

ଯୋଡହସ୍ତରେ ଦ.ଆଫ୍ରିକୀୟ ଖେଳାଳୀଙ୍କ ଭାରତକୁ ନିବେଦନ, ‘ଆମ ଦେଶକୁ ଖେଳିବାକୁ ଆସ’

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଏଣ୍ଟ “ଓମିକ୍ରମ”କୁ ନେଇ ଚିନ୍ତାରେ ପୂରା ବିଶ୍ବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହି ନୂଆ ଭାରିଏଣ୍ଟକୁ ନେଇ ଉଦବେଗ ପ୍ରକାଶ କରିଛି । ଏହି ନୂଆ ଭାରିଏଣ୍ଟ ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଅଧିକ ସଂକ୍ରମଣ ହେଉଛି । ତେବେ ଏହି ନୂଆ ଭାଇରସକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ସିରିଜ ଉପରେ ସଙ୍କଟ ଦେଖା ଦେଇଛି । ଭାରତ ଏହି ଦକ୍ଷିଣ ଆଫ୍ରିକା ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ ।

ତେବେ ଏସବୁ ଭିତରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଫରହାନ ବେହରଦୀନ ହାତ ଯୋଡି ଭାରତୀୟ ଟିମକୁ କହିଛନ୍ତି ଭାରତୀୟ ଟିମ୍ ତାଙ୍କ ଦେଶକୁ ସିରିଜ ଖେଳିବା ପାଇଁ ଆସନ୍ତୁ । ବେହରଦୀନ ଟୁଇଟ କରି ଲେଖିଛନ୍ତି କି “ମୁଁ ଭାବୁଛି କି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ନେସନ ଆସନ୍ତା ମାସରେ ଆମ ଦେଶକୁ ଆସିବ! ଦକ୍ଷିଣ ଆଫ୍ରିକାର ଭବିଷ୍ୟତ ଖେଳାଳିଙ୍କ ପାଇଁ ଏହି ସିରିଜ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି ବେହରଦୀନ ।

ଆସନ୍ତା ଡିସେମ୍ବର ୮-୯ ତାରିଖ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୧୭ରେ ଜୋହନସବର୍ଗରେ ପ୍ରଥମ ଟେଷ୍ଟ ଖେଳିବ । ଏହି ସିରିଜରରେ ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ଚାରୋଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେବେ ଦକ୍ଷିଣ ଆଫ୍ରିକା କରୋନାର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଏହାକୁ ଲକ୍ଷ କରି ଭାରତ ଦକ୍ଷିଣ ଆଫ୍ରିକା ସିରିଜକୁ ସ୍ଥଗିତ ରଖିପାରେ ବୋଲି ଆଶା କରାଯାଉଛି ।

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ନଗଦ ୪୨ ଲକ୍ଷ ଟଙ୍କା ଜବତ

ବାରିପଦା: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କୁବେର ସନ୍ତୋଷଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ । ଦୁଇଦିନ ଧରି ୧୧ଟି ସ୍ଥାନରେ ଚାଲିଥିଲା ଭିଜିଲାନ୍ସ ରେଡ୍ । ସନ୍ତୋଷଙ୍କ ବାଲେଶ୍ୱରସ୍ଥିତ ଘରୁ ମିଳିଥିଲା ନଗଦ ୪୨ ଲକ୍ଷ ଟଙ୍କା । ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷ ଦାସଙ୍କୁ ଜେରା କରିଥିଲା ଭିଜିଲାନ୍ସ ।

ଏହାସହ ପୋଲିସରେ ରେଡ଼ ସମୟରେ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ପୁଞ୍ଜା ପୁଞ୍ଜା କୋଠାବାଡି ଥିବା ନେଇ କାଗଜ ପତ୍ର ଜବତ ହୋଇଛି  । ସେହିପରି  ସାଙ୍ଗକୁ ପ୍ଳଟ, ଜମି, ଫିକ୍ସଡ ଡିପୋଜିଟର ପତ୍ତା ପାଇଛି ଭିଜିଲାନ୍ସ ।

 

ଗୋଲାମୁଣ୍ଡାରେ ‘ମୋ ପରିବାର ବିଜୁ ପରିବାର’, ବିଜେଡ଼ିରେ ମିଶିଲେ ଶତାଧିକ କର୍ମୀ

କଳାହାଣ୍ଡି:  ଗୋଲାମୁଣ୍ଡା ବ୍ଲକ କୁହୁରା ଓ ଚହକା ବିଜେଡି ପକ୍ଷରୁ ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ସମସ୍ତେ ବିଜେଡିର ସାମିଲ ହୋଇଥିବା କହିଛନ୍ତି । ଏ ଅବସରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ଲୋକଙ୍କୁ ଉପଢୌକନ ସହ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରିଥିଲେ  ।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଶତାଧିକ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି  । ବିଜୁ ଜନତା ଦଳ ତୃଣମୂଲ ସ୍ତରରେ ଆହୁରି ସଶକ୍ତ କିପରି ସେନେଇ ଉପସ୍ଥିତ ଲୋକଙ୍କୁ ମନ୍ତ୍ର ଦେଇଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର  ।

ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: ରାମାୟଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ ଉପରେ ଗବେଷଣା କରିବା ପାଇଁ ଶ୍ରୀଲଙ୍କା କାମ ଆରମ୍ଭ କରିଛି। ଏଥିପାଇଁ ୨୦୧୯ ମସିହାରେ ଶ୍ରୀଲଙ୍କା ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।

ଐତିହାସିକଙ୍କ ସମେତ ବହୁ ଲୋକଙ୍କ ବିଶ୍ୱାସ ରହିଛି ଯେ, ରାବଣ ଜଣେ ପୗେରାଣିକ ଚରିତ୍ର ନୁହଁନ୍ତି ବରଂ ସେ ସତସତିକା ମଣିଷ । ଯିଏକି ଶ୍ରୀଲଙ୍କା ଉପରେ ରାଜୁତି କରୁଥିଲେ ।

କରୋନା ମହାମାରୀ ସମୟରେ ଏହି ଗବେଷଣା ଅଟକି ରହିଥିଲା। ହେଲେ ଏବେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ସରକାର ପୁଣିଥରେ ଗବେଷଣା ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଯାହା ୨୦୨୨ ମସିହା ପ୍ରାରମ୍ଭରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଇଛି ।

ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ପୂର୍ବତନ ଉପ-ସଭାପତି ଶଶି ଦାନାତୁଙ୍ଗେ କହିଛନ୍ତି ଯେ,  ଆସନ୍ତା ବର୍ଷ ଆରମ୍ଭରୁ ଏହି ଗବେଷଣା କରାଯିବ। ଆଉ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି ରାଜପକ୍ସାସ୍ । ଅପରପକ୍ଷେ ରାବଣ ଓ ପୁଷ୍ପକ ବିମାନ ସହ ଦୁଇ ଦେଶର ସମ୍ପର୍କ ଯୋଡିହୋଇଥିବାରୁ ଏହି ଗବେଷଣାରେ ଭାରତ ମଧ୍ୟ ଅଂଶ ଗ୍ରହଣ କରୁ ବୋଲି ଇଚ୍ଛା ପ୍ରକାଶ କରିଛି ଶ୍ରୀଲଙ୍କା ।

ଉଲ୍ଲେଖଯୋଗ୍ୟ, ଏନେଇ ଅଧିକ ଗବେଷଣା ଲାଗି ଦୁଇ ବର୍ଷ ତଳେ କଲମ୍ବୋରେ ବେସାମରିକ ବିମାନ ବିଶେଷଜ୍ଞ, ପ୍ରତ୍ନତତ୍ତ୍ବବିତ୍, ଭୂତତ୍ତ୍ବବିତ ଓ ଐତିହାସିକମାନଙ୍କ ଏକ ବୈଠକ ବସିଥିଲା । ରାବଣଙ୍କ ବିମାନ ସତରେ ଥିଲା କି ନାହିଁ, ବର୍ଣ୍ଣିତ ବିମାନବନ୍ଦର ସତ ନା ମିଥ୍ୟା । ରାବଣଙ୍କ ପୁଷ୍ପକ ବିମାନ ନେଇ ବହୁ ପୁରାଣ, ଶାସ୍ତ୍ର, ପୁସ୍ତକରେ ଲିପିବଦ୍ଧ ରହିଥିବାବେଳେ ଏହାର ବୈଜ୍ଞାନିକ ପ୍ରମାଣ ଯୋଗାଡ କରିବା ଲାଗି ପଦକ୍ଷେପ ନିଆଯାଇଛି ।

ବିଜେପି ନେତାଙ୍କ ଆଉ ଏକ ମିଛ: ନୋଏଡା ଏୟାରପୋର୍ଟର ମଡେଲ କହି ବେଜିଂ ଏୟାରପୋର୍ଟ ଫଟୋକୁ କଲେ ସେୟାର

ଲକ୍ଷ୍ନୌ: ପ୍ରଚାର ଓ ପ୍ରସାର ସର୍ବସ୍ୱ ହେଉଛି ଭରତୀୟ ଜନତା ପାର୍ଟି । ଲୋକଙ୍କ ପାଇଁ କାର୍ଯ୍ୟ କରିବା ଅପେକ୍ଷା ଦଳୀୟ ନେତା ଓ ମନ୍ତ୍ରୀ ପ୍ରଚାର ପ୍ରସାରରେ ଅଧିକ ନିୟୋଜିତ ଥାନ୍ତି । ଲୋକଙ୍କ ପାଇଁ ଯାହା କାର୍ଯ୍ୟ କରନ୍ତି ତାହା ଠାରୁ ଅଧିକ ପ୍ରଚାର କରିଥନ୍ତି । ଏଭଳି କି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ମିଥ୍ୟା ପ୍ରଚାର କରିବାକୁ ମଧ୍ୟ ପଛାନ୍ତି ନାହିଁ ବୋଲି ବିରୋଧୀ ଅଭିଯୋଗ କରିଥାନ୍ତି । ଯାହାର ଏକ ସଦ୍ୟତମ ଉଦାହରଣ ହେଉଛି ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେଉଥିବା ଜେଓ୍ୱର ବିମାନବନ୍ଦରର ଫଟୋ ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏଥିରେ ବାହାଦୂରୀ ନେବା ଲାଗି ରାଜ୍ୟ ସରକାର ଭିନ୍ନ ଉପାୟ ଆପଣାଉଛନ୍ତି ।  ଭୁଲ ଫଟୋ ଜରିଆରେ ଲୋକଙ୍କୁ ମିଥ୍ୟ ସ୍ୱପ୍ନ ଦେଖାଉଛନ୍ତି  । ଗତ ୨୫ ତାରିଖରେ ଉତ୍ତରପ୍ରଦେଶ ନୋଏଡାର ଜେଓ୍ୱାରରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଶିଳାନ୍ୟାସ  କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିମାନ ବନ୍ଦର ୨୦୨୪ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି । ଏହି ଉପଲକ୍ଷେ ନୋଏଡା ବିମାନ ବନ୍ଦର ମଡେଲ ଡିଜାଇନର ଏକ ଫଟୋ ଜାରି କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଯେ ନୋଏଡା ବିମାନ ବନ୍ଦରର ନକ୍ସା ବଦଳରେ ସେଥିରେ ବେଜିଂର ଡାକ୍ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରର ଫଟୋ ଜାରି ହୋଇଥିଲା । ଏହି ଫଟୋକୁ ଦେଖାଇ ସରକାର ନିଜର ଉପଲବ୍ଧ ଜଣାଇବାକୁ ଚାହିଁଛନ୍ତି । ବହୁ କେନ୍ଦ୍ରମନ୍ତ୍ରୀ ଓ ଅଫିସର ମଧ୍ୟ ଏହି ଫଟୋକୁ ନେଇ ମତ ପ୍ରଦାନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହ୍ଲାଦ ସିଂହ ପଟେଲ, ଅନୁପମା ଦେବୀ, ଅର୍ଜୁନ ରାମ ମେଘଓ୍ୱାଲଙ୍କ ସହ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟ ନେତା ସମର୍ଥକ ଏହି ବେଜିଂ ଏୟାରପୋର୍ଟ ମଡେଲକୁ ନୋଏଡାରେ ନିର୍ମିତ ହେବାକୁ ଥିବା ମଡେଲ ଭାବେ ଦର୍ଶାଇଛନ୍ତି । ଏହି ଫଟୋକୁ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଏସିଆର ସବୁଠାରୁ ବଡ଼ ଏୟାରପୋର୍ଟ ଭାବେ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିଜ ସହିତ ୩୫ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆଣିବ । ଏହାଦ୍ୱାରା ୧ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଲେଖିଛନ୍ତି ।

ଅନ୍ୟପଟେ ଏହି ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚୀନ ରାଷ୍ଟ୍ରୀୟ ସ୍ୱୀକୃତିପ୍ରାପ୍ତ ମିଡିଆର କର୍ମକର୍ତ୍ତା ସେନ ଶିଓ୍ୱେଇ । ସେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ନିଜର ସଫଳତା ଭିତ୍ତିଭୂମିର ପ୍ରମାଣ ଲାଗି ଭାରତ ସରକାରଙ୍କ କର୍ମକର୍ତ୍ତାମାନେ ଚୀନ ବେଜିଂର ଡାକ୍ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରର ଫଟୋକୁ ବ୍ୟବହାର କରିଛନ୍ତି । ଏହି ବିମାନ ବନ୍ଦର ୧୩ଶହ ହେକ୍ଟର ଜମିରେ ନିର୍ମିତ ହେବାକୁ ଯାଉଥିବାବେଳେ ଖର୍ଚ୍ଚ ହେବ ୧୦ ହଜାର ୫୦ କୋଟି ଟଙ୍କା ।

ଏଥିସହିତ ପଢ଼ନ୍ତୁ: କାହିଁକି ଭୟଙ୍କର ଓମିକ୍ରାନ୍ କରୋନା ଭେରିଆଣ୍ଟ୍ ?

କୋରାପୁଟରେ ସ୍ମାର୍ଟ କାହାଣୀ: ପହଁଚିଲା BSKY, ମିଳିବ ଉନ୍ନତ ଚିକିତ୍ସା

କୋରାପୁଟ: ଉପାନ୍ତରେ  ସ୍ମାର୍ଟ କାହାଣୀ । କୋରାପୁଟ ପାଇଲା ସ୍ମାର୍ଟ ହେଲ୍‌ଥ କାର୍ଡ । ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର 12 ଲକ୍ଷ ହିତାଧିକାରୀ ଉପକୃତ ହେବେ । ରାଜ୍ୟର ୯୬ଲକ୍ଷ ପରିବାରଙ୍କୁ କାର୍ଡ ଦିଆଯିବ । ସାଢେ ୩କୋଟି ଲୋକ ଉପକାର ପାଇବେ । ହସ୍ପିଟାଲରେ ଡକ୍ୟୁମେଣ୍ଟ ଦେବାକୁ ପଡିବନି । କେବଳ ସ୍ମାର୍ଟକାର୍ଡ ସାଥିରେ ନେବାକୁ ପଡିବ ।

୨୦୦ ବଡ ବଡ ହସ୍ପିଟାଲରେ ସୁବିଧା ପାଇବେ ହିତାଧିକାରୀ । ପରିବାରରେ 5 ଲକ୍ଷ, ମହିଳାଙ୍କ ପାଇଁ ୧୦ଲକ୍ଷ ଚିକିତ୍ସା ସୁବିଧା ମିଳିବ । ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟେନ । ଜିଲ୍ଲା ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଭେଟି ଦେଲେ ନବୀନ । ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । କୋରାପୁଟ କଫି ନୂଆ ବ୍ରାଣ୍ଡ ଭାବେ ଉଭା ହୋଇଥିବାରୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ।

SBI ଉପରେ ଲାଗିଲା ୧ କୋଟିର ଫାଇନ୍

ନୂଆଦିଲ୍ଲୀ: ଭାରତରେ ସବୁଠାରୁ ବଡ଼ ବ୍ୟାଙ୍କ ହେଉଛି ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଭାରତର ବଡ଼ ବ୍ୟାଙ୍କ ଏସବିଆଇ ଉପରେ ୧ କୋଟି ଟଙ୍କାର ଫାଇନ୍ ପକାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ଉଲ୍ଲଘଂନ ଅଭିଯୋଗରେ ଏସବିଆଇ ଉପରେ ଏହି ଫାଇନ୍ ପକାଇଛି ଆରବିଆଇ । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି  । ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ୧୯୪୯ର ଧାରା ୧୯(୨) ର ଉଲ୍ଲଘଂନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଏକ କୋଟି ଟଙ୍କାର ଫାଇନ୍ ଲଗାଇଛି । ନିୟାମକ ପ୍ରତିଶୃତି ପାଳନ ନ କରିବାରୁ ଏସବିଆଇ ଉପରେ ଏହି ଫାଇନ୍ ପଡ଼ିଛି ବୋଲି ଏକ ବିବୃତ୍ତିରେ କହିଛି ଆରବିଆଇ ।

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଉପରେ ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ଧାରା-୪୭ A (1), ଧାରା-୪୬(4)(i) ଏବଂ ଧାରା ୫୧(1) ସାହାର୍ଯ୍ୟରେ ରିଜର୍ଭ ବ୍ୟାଙ୍କ ଫାଇନ୍ ଲଗାଇଛି । ଆରବିଆଇ ୩୧ ମାର୍ଚ୍ଚ ୨୦୧୮ରୁ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତିର ମୂଲ୍ୟାୟନ କରିବା ପାଇଁ ଏକ ଅନୁସନ୍ଧାନ କରିଥିଲା । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି । ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ ୧୯୪୯ ର ଉପ-ବିଭାଗ (୨) ରେ କୁହାଯାଇଛି ଯେ କୌଣସି କଂପାନୀ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସେହି କମ୍ପାନୀର ପେଡ୍-ଅପ୍ ସେୟାର କ୍ୟାପିଟାଲର ୩୦ ପ୍ରତିଶତରୁ ଅଧିକ ପରିମାଣର କୌଣସି କମ୍ପାନୀରେ ଅଂଶଧନ ଧାରଣ କରିପାରିବ ନାହିଁ । କିମ୍ବା ନିଜସ୍ୱ ପେଡ୍ ଅପ୍ ସେୟାର ପୁଞ୍ଜି ଏବଂ ସଂରକ୍ଷଣର ତିରିଶ ପ୍ରତିଶତ ରହିବ ।

ଏହା ସହିତ ଜଡିତ ସମସ୍ତ କାଗଜପତ୍ରକୁ ବି ଯାଞ୍ଚ କରିଥିଲା ଆରବିଆଇ । ତେବେ ଏହି ଯାଞ୍ଚ ସମୟରେ ଏସବିଆଇର କିଛି କାଗଜ ପତ୍ର ଠିକ୍ ନଥିଲା । ଯାହା ଫଳରେ ଏସବିଆଇକୁ ସ୍ପଷ୍ଟି କରଣ ମାଗିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । କିନ୍ତୁ ବ୍ୟାଙ୍କ ଦେଇଥିବା ସ୍ପଷ୍ଟି କରଣରେ ସନ୍ତୁଷ୍ଟ ହୋଇନଥିଲା ଆରବିଆଇ । ଯାହା ଫଳରେ ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ ଏକ କୋଟିର ଫାଇନ୍ ଲଗାଇଥିଲା ରିଜର୍ଭ ବ୍ୟାଙ୍କ ।