spot_img
Home Blog Page 4913

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ କରୁଥିଲା ବିକ୍ରି; ଗିରଫ କଲା ତାଲିବାନ ପୋଲିସ

ନୂଆଦିଲ୍ଲୀ:  ମହିଳାଙ୍କୁ ବିକ୍ରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ତାଲିବାନ ପୋଲିସ । ଉତ୍ତର ଆଫଗାନିସ୍ତାନରେ ଜଣେ ବ୍ୟକ୍ତି କିଛି ମହିଳାଙ୍କୁ ବିକ୍ରି କରିବା ଅଭିଯୋଗରେ ଗିରପ କରିଛି ତାଲିବାନ । ଏହି ବ୍ୟକ୍ତି ନାମରେ ଅଭିଯୋଗ ହୋଇଛି କି ସେହି ବ୍ୟକ୍ତି କିଛି ମହିଳାଙ୍କୁ ବିବାହ କରିବାକୁ ପ୍ରଲୋଭନ କରି ସେମାନଙ୍କୁ ବିକ୍ରି କରିଦେଉଥିଲା । ତାଲିବାନର ପ୍ରାଦେଶିକ ପୋଲିସ ମହାନିର୍ଦ୍ଧେଶକ ଦାମୁଲ୍ଲା ସୋରାଜ ସାମ୍ବାଦିକଙ୍କ ସହ କଥା ହେବା ସମୟରେ କହିଛନ୍ତି କି ଉତ୍ତର ଜଜ୍ଜାନ ପ୍ରଦେଶରୁ ସେହି ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି ।

ଏହି ପ୍ରସଙ୍ଗରେ ପୋଲିସ କହିଛି କି ଆମେ ଏବେ ବି ଅନୁସନ୍ଧାନର ପ୍ରାଥମିକ ପର୍ଯ୍ୟାୟରେ ଅଛୁ । ଆଶା କରାଯାଉଛି କି ଆମେ ଏହି ପ୍ରସଙ୍ଗରେ ଅନେକ ପ୍ରକାର ସୂଚନା ପାଇବୁ । ଜାଜ୍ଜନ ପ୍ରଦେଶର ଜିଲ୍ଲା ପୋଲିସ ଚିଫ୍ ମହମ୍ମଦ ସରଦାର ମୁବାରୀଜ କହିଛନ୍ତି କି ଏହି ବ୍ୟକ୍ତି ନିଜର ଆର୍ଥିକ ସ୍ଥିତିର ଉନ୍ନତି ଆଣିବା ଆଣିବା ପାଇଁ ବିବାହ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ଏହି ବ୍ୟକ୍ତି ଜଣଙ୍କ ମହିଳାମାନଙ୍କୁ ଆଶ୍ବସନା ଦେଉଥିଲେ କି ସେମାନଙ୍କ ବିବାହ ଧନୀ ବ୍ୟକ୍ତିଙ୍କ ସହ କରିବ । ଏହା ପରେ ସେମାନଙ୍କୁ ଅନ୍ୟ ଏକ ପ୍ରଦେଶକୁ ନେଇ ବିକ୍ରି କରିଦେଉଥିଲା । ଏହି ବ୍ୟକ୍ତି ଉପରେ ଅଭିଯୋଗ ହୋଇଛି ଏହି ବ୍ୟକ୍ତି ପ୍ରାୟ ୧୩୦ ଜଣ ମହିଳାଙ୍କୁ ବିକ୍ରି କରିଦେଇଛି ।

 

ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ ମିଳିବ କ୍ଷତିପୂରଣ

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ୨୦ ବର୍ଷୀୟା ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁବତୀଙ୍କର ସ୍ବାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ନେଇ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତମ ଚିକିତ୍ସା ସହ ପ୍ରସବ କରାଇବା ପାଇଁ ବ୍ୟବସ୍ଥା କରାଯିବ । ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ । ଗତ ଏପ୍ରିଲ ୧୪ ତାରିଖରେ କଟକରେ ହୋଇଥିଲା ଗଣଦୁଷ୍କର୍ମ । ପୋଲିସ ଗର୍ଭପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାଯ୍ୟ ନେବାକୁ ପରାମର୍ଶ ଦେଇନଥିଲା । କୋର୍ଟକୁ ଏହାକୁ ସମାଲୋଚନା କରିବା ସହ କୌଣସି ଦୁଷ୍କର୍ମ ପିଡିତା ଆସିଲେ ପୋଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗର୍ଭପାତ କରାଇବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥଲେ ପୀଡ଼ିତା ।

ପ୍ରଥମ ଟି-୨୦ରେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ଜୟପୁର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ । ଜୟପୁର ଖେଳାଯାଉଛି ଏହି ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତିବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡକୁ ଆମନ୍ତ୍ରଣ କରିଥିଲା ଟିମ୍ ଇଣ୍ଡିଆ । ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ବିନିମୟରେ ୧୬୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗପ୍ଟିଲ ୪୨ ବଲରେ ୭୦ ରନ କରିଥିବାବେଳେ ମାର୍କ ଚାପମ୍ୟାନ ୫୦ ବଲରେ ୬୩ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ରବିଚନ୍ଦ୍ରନ ଅଶ୍ବିନ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ  ଦିପକ ଚହର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୧୬୫ ରନ ଆବଶ୍ୟକ । ତେବେ ଏହି ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ରୋହିତଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ ।ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଆଜି ଭାରତ ପାଇଁ ଡେବ୍ୟୁ କରିଥିଲେ ଅଲରାଉଣ୍ଡର ଭେଙ୍କଟେଶ ଆୟର ।

 

କାଶ୍ମୀରରେ TRF କମାଣ୍ଡର ସୁରକ୍ଷା ବଳଙ୍କ ସହ ସଂଘର୍ଷରେ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ସେନାର ବଡ଼ ସଫଳତା। କୁଲଗାମରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । କୁଲଗାମର ପାମବେରେ ୩ ଓ ଗୋପାଳପୁରାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସେନା ପକ୍ଷରୁ  ଏହି ଅପରେସନ୍ ଆରମ୍ଭ କରାଯାଇଥିଲା । ପରେ ପାମବେ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେନା ଚାରିପଟୁ ଉକ୍ତ ଅଞ୍ଚଳକୁ ଘେରି ଯିବା ସହ ଖସିବାକୁ କାହାକୁ ସୁଯୋଗ ଦେଇନଥିଲେ । ଖାଲି ଏତିକି ନୁହେଁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପୂରା ଅଞ୍ଚଳରେ ଯାତାୟାତ ଉପରେ ରୋକ୍ ଲଗାଯାଇଥିଲା ।

ସେହିପରି କୁଲଗାମର ଗୋପଳପୁରା ଅଞ୍ଚଳରେ ସେନା ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କ ନାମ ଟପ୍ କମାଣ୍ଡର ଅଫାଫ୍ ସିକନ୍ଦର, ଶକିର, ହୖେଦର ଓ ଇବ୍ରାହିମ୍ ବୋଲି ଜଣାପଡିଛି ।

ଗତ କିଛି ଦିନ ହେବ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ନିକଟରେ ମଧ୍ୟ ଶ୍ରୀନଗରର ହୈଦରପୋରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ।

IPS ସ୍ତରରେ ପରିବର୍ତ୍ତନ: ବିନୟାନନ୍ଦ ଗୃହ ବିଭାଗର ଓଏସ୍‍ଡି, ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍‍ ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ୍‍ ସ୍ତରରେ ବିରାଟ ପଟପରିବର୍ତ୍ତନ  ।  ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର  ।  ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତ ଦେଇଛନ୍ତି ସରକାର  । ସେହିପରି ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍‍ଆରସିର ଅତିରିକ୍ତ ପୁଲିସ୍‍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି  ।

ଅନ୍ୟ ପକ୍ଷରେ ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍‍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ, ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଫିନ ଅହମ୍ମଦ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି  ଏବଂ ୨୦୧୩ ବ୍ୟାଚ୍‍ ଆଇପିଏସ୍‍ ସୁଶ୍ରୀ ଏଲ.ଡିଭ୍ୟାଙ୍କୁ ଢେଙ୍କାନାଳ ଏସ୍‍ପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର  ।

 

ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ ଲୁଟେରା

ମହାରାଷ୍ଟ୍ର : ମହାରାଷ୍ଟ୍ରର ବୁଲଡାଣା ଜିଲ୍ଲା ଅନ୍ତର୍ଗତ ଗତ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୋକାନୀଙ୍କୁ ଡକାୟତମାନେ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ବୁଲଡାଣାର ଚିଖଲି ସିଟି ଏରିଆରେ ଥିବା ଏକ ଇଲେକ୍ଟ୍ରିକ ଦୋକାନ ଭିତରେ ଘଟିଥିଲା । ଯାହା ଦୋକାନ ବାହାର ଆଉ ଭିତରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ଦୋକାନ ମାଲିକ କମଳେଶ ପୋପଟ ଯେତେବେଳେ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ ଠିକ୍ ଏତିକିବେଳେ ଦୁଇ ଜଣ ଯୁବକ ମାସ୍କ ପିନ୍ଧିଥିବା ଅବସ୍ଥାରେ ଦୋକାନ ଭିତରକୁ ପ୍ରବେଶ କରିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରିବା ବେଳେ ଅନ୍ୟ ଜଣେ ପାଖରେ ଥିବା ଖଣ୍ଡା ବାହାର କରିବାର ସିସିଟିଭିରେ ଦେଖାଯାଇଥିଲା ।

ଏହି ମାରଣାସ୍ତ୍ରରେ ଉଭୟେ ଦୋକାନୀକୁ ଆକ୍ରମଣ କରିବା ପରେ ଦୋକାନୀ ଜଣକ ତାଙ୍କ ସହ ଲଢ଼େଇ କରିଥିଲେ । ମାତ୍ର ଖଣ୍ଡା ଧରିଥିବା ଯୁବକ ଜଣକ ଦୋକାନୀଙ୍କୁ ଉକ୍ତ ଖଣ୍ଡାରେ ହାଣିଦେଇଥିଲା । ଏହା ପରେ ଉଭୟ ଯୁବକ ଦୋକାନରେ ଥିବା ଟଙ୍କା ଲୁଟିବା ସଙ୍ଗେ ସଙ୍ଗେ ଅନ୍ୟ ମହଙ୍ଗା ଜିନିଷ ବାଇକରେ ନେଇଯାଇଥିବା ଦେଖାଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୋକାନୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ମାମଲାର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଉଭୟ ଯୁବକଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି ।

ବିଗ୍ ବସରେ ଧୁମ୍ ମଚାଇଲେ ଭାରତୀୟ ଖେଳାଳି; ସ୍ମୃତିଙ୍କ ଶତକ; ହରମନପ୍ରୀତଙ୍କ ଧୂଆଁଧାର ୮୧ ରନ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲୁଥିବା ମହିଳା ବିଗ୍ ବସରେ ଦମ ଦେଖାଇଲେ ଭାରତୀୟ ଖେଳାଳି । ବୁଧବାର ଖେଳାଯାଇଥିବା ମ୍ୟାଚରେ ମେଲବର୍ଣ୍ଣ ଓ ସିଡନୀ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ । ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ଜଲଓ୍ବା ଦେଖାଇଛନ୍ତି ଦୁଇ ଭାରତୀୟ ମହିଳା କ୍ରିକେଟର । ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ଦମଦାର ଶତକ ହାସଲ କରିଥିଲେ । କିନ୍ତୁ ସ୍ମୃତି ମନ୍ଧାନାଙ୍କ ଶତକ ତାଙ୍କ ଦଳକୁ ବିଜୟ ଭେଟି ଦେଇପାରିନଥିଲା । ସ୍ମୃତି ମନ୍ଧାନା ୬୪ଟି ବଲ ଖେଳି ୧୧୪ ରନ ସଂଗ୍ରହ କରିଛନ୍ତି । ଏହି ପାରିରେ ସ୍ମୃତି ୧୪ଟି ଚୈକା ଥିବାବେଳେ ୩ଟି ଛକା ମାରିଥିଲେ ।

ସ୍ମୃତି ମନ୍ଧାନାଙ୍କ ଏହି ଶାନଦାର ପାରି ଫଳରେ Sydney Thunder Women ଟିମ୍ ୧୭୧ ରନ କରିପାରିଥିଲେ । ଯାହା ଫଳରେ ସିଡନୀ ୪ ରନରେ ପରାଜୟ ବରଣ କରିଥିଲା । ଯଦି ମେଲବର୍ଣ୍ଣ କଥା କହିବା ତାହାଲେ Melbourne Renegades Woman ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ କରିଥିଲା । ମେଲବର୍ଣ୍ଣ ତରଫରୁ ଟିମ୍ ଇଣ୍ଡିଆ ଅଧିନାୟକ ହରମନପ୍ରୀତ କୌର ୫୫ ବଲରେ  ୮୧ ର ଧୁଆଁଧାର ଇନିଂସ ଖେଳିଥିଲେ । ହରମନପ୍ରୀତଙ୍କ ଏହି ଇନିଂସରେ ସେ ୧୧ଟି ଚୌକା ମାରିଥିବାବେଳେ ୨ଟି ଛକା ମାରିଥିଲେ । ସବୁଠାରୁ ବଡ଼ କଥା ହେଉଛି ହରମନପ୍ରୀତ ତାଙ୍କ ଟିମ୍ ପାଇଁ ଶେଷ ଓଭର ବୋଲିଂ କରିଥିଲେ । ଯେତେବେଳେ କି ଶେଷ ଓଭରରେ ସିଡନୀକୁ ଦରକାର ଥିଲା ୧୩ ରନ । ଯାହାକୁ ଅଟକାଇ ଦେଇଥିଲେ ହରମନପ୍ରୀତ ଏବଂ ନିଜ ଦଳକୁ ବିଜୟ ଭେଟି ଦେଇଥିଲେ । କିନ୍ତୁ ଏହି ମ୍ୟାଚରେ ଦମଦାର ଶତକ ପାଇଁ ସ୍ମୃତି ମନ୍ଧାନାଙ୍କ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

ଲକଡାଉନରେ ପ୍ରଦୂଷଣ ହ୍ରାସ ‘ଓଜନସ୍ତର’ ବୃଦ୍ଧି

0

ଦିଲ୍ଲୀ : ଦିଲ୍ଲୀରେ ଲକଡାଉନ ଲଗାଯାଇଥିବା ବେଳେ ଦିଲ୍ଲୀ ବାୟୁମଣ୍ଡଳ ବିଶୁଦ୍ଧ ହେବା ସହ ଅନେକ ସଫା ମଧ୍ୟ ଦେଖାଯାଉଥିଲା । ଏପରିକି ଏଭେରେଷ୍ଟ ଶୃଙ୍ଗ ଦେଖାଯିବା ସହ ହିମାଳୟ ପର୍ବତର ଶିଖର ଦେଖାଯାଉଥିଲା । ପୂର୍ବରୁ ଦିଲ୍ଲୀରେ ଲକଡାଉନ ନିୟମ ଲଗାଯାଇଥିବାରୁ ଦିଲ୍ଲୀରେ ଅନେକ ମାତ୍ରାରେ ପ୍ରଦୂଷଣର ହାର କମ୍ ହୋଇଥିଲା ସତ ମାତ୍ର ଲକଡାଉନ କାରଣରୁ ଯେତେ ପରିମାଣରେ ବାୟୁ ପ୍ରଦୂଷଣ ହାର ହ୍ରାସ ହେବାର ଅନୁମାନ କରାଯାଇଥିଲା ସେତେ ମାତ୍ରାରେ ପ୍ରଦୂଷଣ ହାର କମିନଥିଲା । ଏହାର ବଡ଼ କାରଣ ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି । ନିକଟରେ ଅର୍ନ୍ତରାଷ୍ଟ୍ରୀୟ ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ହ୍ରାସ ନ ହେବାର ମୁଖ୍ୟ କାରଣ ଓଜନସ୍ତର ।

କାନାଡ଼ା ସ୍ଥିତ ୟାର୍କ ୟୁନିଭର୍ସିଟି ରିପୋର୍ଟ ଅନୁଯାୟୀ ଲକଡାଉନ କାରଣରୁ ପ୍ରଦୂଷଣରେ ସହାୟ ହେଉଥିବା ପଦାର୍ଥ ହ୍ରାସ ହେଲା ସତ ମାତ୍ର ଓଜନସ୍ତରରେ କୈାଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଥିବାର ଦେଖାଦେଇଥିଲା । ୟାର୍କ ୟୁନିଭର୍ସିଟିର କର୍ମକର୍ତ୍ତାଙ୍କ କହିବାନୁସାରେ ଲକଡାଉନରେ ବାୟୁପ୍ରଦୂଷଣର ମାତ୍ରା ହ୍ରାସ ହୋଇଥିବାର ଦେଖାଯାଇଥିଲା ଏହାର କାରଣ ଥିଲା ଦିଲ୍ଲୀରେ ଯାନବାହାନ ଚଳାଚଳ ଉପରେ ଲଗାଯାଇଥିଲା ପ୍ରତିବନ୍ଧକ । ଯାତାୟତ ବ୍ୟବସ୍ଥା ଅନେକ ମାତ୍ରାରେ କମିଯାଇଥିବାରୁ ପ୍ରଦୂଷଣ ମାତ୍ରା କମ୍ ହେବାର ଦେଖାଯାଇଥିଲା । ଏହି କାରଣରୁ ଆକାଶ ନିର୍ମଳ ଦେଖାଯାଉଥିଲା ।

ଏହି ରିପୋର୍ଟ ଅନୁସାରେ ଓଜନସ୍ତର ଦିଲ୍ଲୀରେ ଲକଡାଉନ ସମୟରେ ପ୍ରଦୂଷଣରେ ସହାୟ ହେଉଥିବା ପଦାର୍ଥ ଅନେକ ମାତ୍ରାରେ ହ୍ରାସ ହେଲା ସତ ମାତ୍ର ଓଜନସ୍ତର ଖୁବ୍ ବୃଦ୍ଧି ପାଇଥିଲା । ବାୟୁମଣ୍ଡଳ ସହ ଆକାଶ ଅନେକ ସଫା ଦେଖାଯିବା ସଙ୍ଗେ ସଙ୍ଗେ ସୂର୍ଯ୍ୟଙ୍କର ଉଜ୍ଜ୍ୱଳ କିରଣ ମଧ୍ୟ ଦେଖାଦେଇଥିଲା । ମାତ୍ର ଏହି କାରଣରୁ ୩୦ ପ୍ରତିଶତ ଓଜନସ୍ତର ବୃଦ୍ଧି ପାଇଥିଲା ।

ସୁର କୋଭିଡ଼ ସଂକ୍ରମିତ, ସଂଗରୋଧରେ ରହିବେ ପତି-ପତ୍ନୀ

ଭୁବନେଶ୍ୱର: ମାସ୍କ ପିନ୍ଧୁନଥିଲେ  । ଭୂତାଣୁକୁ ବେଖାତିର କରୁଥିଲେ  । ଏବେ ସଂକ୍ରମିତ ହେଲେ  । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ କରୋନା  । ସୁର ଏବଂ ତାଙ୍କ ପତ୍ନୀ ଉଭୟେ କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡ଼ିଛି  । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର  ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ କୋଭିଡର କହର ଜାରି ରହିଥିଲା  । ସେହି ସମୟରେ ସୁର କୋଭିଡର ନିୟମକୁ ବେଖାତିର କରିଚାଲିଥିଲେ  । ପ୍ରଥମ ପର୍ଯ୍ୟାୟ କୋଭିଡ  ଏବଂ ଦ୍ୱିତୀୟ ପର୍ଯ୍ୟାୟ କୋଭିଡରେ ମଧ୍ୟ ମାସ୍କ ପିନ୍ଧୁନଥିଲେ ବିଧାୟକ ସୁର ରାଉତରାୟ  ।

ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ  । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ  । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି  । କୋଭିଡ ନିୟମ ଅନୁପାଳନ କରି ବର୍ତ୍ତମାନ ସେ ସଂଗରୋଧରେ ରହିବେ ବୋଲି କହିଛନ୍ତି ଡାକ୍ତର  ।

ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦; ଟସ୍ ଜିତି ବୋଲିଂ କରିବ ଟିମ୍ ଇଣ୍ଡିଆ

ଜୟପୁର:  ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ୍ । ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯାଉଛି । ଆଜି ମ୍ୟାଚରେ ଟସ୍ ଜିତି ବୋଲିଂ କରିବକୁ ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ତେବେ ଆଜି ଭାରତୀୟ ଦଳରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଭେଙ୍କଟେଶ ଆୟାର । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ଯାହା ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଦଳରେ ସାମିଲ ହୋଇଥିଲେ ଏବଂ ପ୍ରଥମ ମ୍ୟାଚରେ ଭାରତ ପାଇଁ ମଧ୍ୟ ଡେବ୍ୟୁ କରିଛନ୍ତି ଭେଙ୍କଟେଶ ଆୟାର । ବହୁ ଦିନ ପରେ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥି ପାଇଁ ସମସ୍ତ ଖେଳାଳି ବେଶ ଉତ୍ସାହିତ ଥିବା ସହ ବ୍ଲାକ କ୍ୟାପକୁ ଚକମା ଦେବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ବିରାଟ କୋହଲୀଙ୍କ ଅବସର ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ (ଓ୍ବିକେଟ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ଦୀପକ ଚହର ଏବଂ ମହମ୍ମଦ ସିରାଜ

ନ୍ୟୁଜିଲାଣ୍ଡ ଟିମ : ମାର୍ଟିନ ଗପ୍ଟିଲ, ଡାରିଲ ମିଚେଲ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ (ଓ୍ବିକେଟ କିପର), ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଟିମ୍ ସାଉଦୀ (ଅଧିନାୟକ), ଟଡ୍‌ ଆଷ୍ଟଲେ, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ