spot_img
Home Blog Page 4947

ବାପାର ତଣ୍ଟି ଚିପି ମାରିଦେଲା ପୁଅ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଘାଗୁର୍ଲି ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅ ମହେଶ୍ୱର ମଲ୍ଲିକକୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଗତକାଲି ରାତିରେ ପାରିବାରିକ କଳହକୁ ନେଇ ବାପାପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ପୁଅ ଅଭିଯୁକ୍ତ ମହେଶ୍ୱର ମାଝୀ ଉତ୍ୟକ୍ତ ହୋଇ ବୃଦ୍ଧ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।

Son Killed Father In Bolangir (2)

ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧଙ୍କୁ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଖବର ପାଇବା ପରେ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ଓ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତ ମହେଶ୍ୱର ମାଝୀକୁ ଗରିଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

୧୮-୧୯ରେ ଦେଖାଯିବ ଏହି ଶତାବ୍ଦୀର ସବୁଠାରୁ ଲମ୍ବା ଆଂଶିକ ଚନ୍ଦ୍ରଗ୍ରହଣ, ୫୮୦ ବର୍ଷ ପରେ ଦେଖିବାର ସୁଯୋଗ

ନୂଆଦିଲ୍ଲୀ: ଆକାଶରେ ଦେଖାଯିବ ଏହି ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ। ଦୀର୍ଘ ବର୍ଷ ପରେ ଆକାଶାରେ ଦେଖାଯିବ ମନଲୋଭା ଦୃଶ୍ୟ। ନଭେମ୍ବର ୧୮-୧୯ରେ ଦୃଶ୍ୟମାନ ହେବ ଏହି ଚନ୍ଦ୍ରଗ୍ରହଣ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଆମେରିକାର ୫୦ ଟି ରାଜ୍ୟରେ ଦୃଶ୍ୟମାନ ହେବ। ୫୮୦ ବର୍ଷ ପରେ ଏତେ ଲମ୍ବା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିବାକୁ ପ୍ରସ୍ତୁତ ରହିଛନ୍ତି। ଏହି ଆଂଶିକ ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ରହିବ।

ଆମେରିକାର ସ୍ପେସ୍ ଏଜେନ୍ସି NASA ଅନୁଯାୟୀ, ଏହି ଦୀର୍ଘ ଚନ୍ଦ୍ରଗ୍ରହଣ ୫୮୦ ବର୍ଷ ପରେ ଘଟୁଛି। ଯାହାକୁ ଆମେରିକା ମନଭରି ଉପଭୋଗ କରିପାରିବ। ହେଲେ ଭାରତ ଏହାକୁ ଦେଖିପାରିବ ନାହିଁ। ଯେତେବେଳେ ଆମେରିକାର ଲୋକମାନେ ଚନ୍ଦ୍ରଗ୍ରହଣକୁ ଦେଖୁଥିବେ, ସେତେବେଳେ ଭାରତର ଲୋକମାନେ ଦିନରେ ସେମାନଙ୍କ କାର୍ଯ୍ୟ କରୁଥିବେ। ଏହି ଚନ୍ଦ୍ରଗ୍ରହଣକୁ ‘ଦି ମାଇକ୍ରୋ ବିଭର ମୁନ୍‌’ କୁହାଯାଏ ବୋଲି କୁହାଯାଉଛି। କାରଣ ଏହା ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥାଏ।

ଇଣ୍ଡିଆନାର ବଟଲର ୟୁନିଭରସିଟିରେ ଅବସ୍ଥିତ ହୋଲକମ୍ବ ଅବଜରଭେଟୋରୀ ଅନୁଯାୟୀ, ଆଂଶିକ ଚନ୍ଦ୍ରଗ୍ରହଣ ଅର୍ଥ ହେଉଛି ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ରର ମାତ୍ର ୯୭ ପ୍ରତିଶତକୁ ଆଚ୍ଛାଦନ କରେ ତାହାକୁ ଆଂଶିକ ଚନ୍ଦ୍ରଗ୍ରହଣ କୁହାଯାଏ। ଯେଉଁଥିପାଇଁ ଏହି ଶତାବ୍ଦୀର ଏହା ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହାପୂର୍ବରୁ ୨୦୧୮ରେ, ଏକ ଘଣ୍ଟା ୪୩ ମିନିଟର ଚନ୍ଦ୍ରଗ୍ରହଣ ହୋଇଥିଲା। ଯେତେବେଳେ କି, ଏଥର ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ହେବାକୁ ଯାଉଛି।

କେମିତି ହୋଇଥାଏ ଚନ୍ଦ୍ର ଗ୍ରହଣ

ଯେତେବେଳେ ସୁର୍ଯ୍ୟ ଓ ଚାନ୍ଦ ମଝିରେ ପୃଥିବୀ ଆସିଯାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ପୃଥିବୀର ଛାୟା ହେତୁ ଚନ୍ଦ୍ରର ଆଲୋକ ଭୂମିରେ ପଡ଼େ ନାହିଁ। ପୃଥିବୀର ଛାୟା ସମଗ୍ର ଚନ୍ଦ୍ରକୁ ଘୋଡ଼ାଇ ରଖିଥାଏ। ଯେଉଁଥିପାଇଁ ଚନ୍ଦ୍ର ବେଳେବେଳେ ଲାଲ ରଙ୍ଗରେ ଦେଖାଯାଏ। କାରଣ ସୂର୍ଯ୍ୟକିରଣ ପୃଥିବୀର ଛାୟାର ଗଭୀର ଅଂଶକୁ ସିଧାସଳଖ ଆଘାତ କରେ ନାହିଁ। ସୂର୍ଯ୍ୟକିରଣ ଆମ ବାୟୁମଣ୍ଡଳ ଦେଇ ଗତି କରେ। ଯେହେତୁ ଲାଲ ଏବଂ କମଳା ତରଙ୍ଗ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରେ, ଯାହାଫଳରେ ଏହା ଏକ ମେହୋଗାନି ଲାଲ ରଙ୍ଗ ସୃଷ୍ଟି ହୁଏ କରେ, ଯେଉଁଥିପାଇଁ ଚନ୍ଦ୍ର ଲାଲ ଦେଖାଯାଏ।

ଉତ୍ତର ଆମେରିକା, ପ୍ରଶାନ୍ତ ମହାସାଗରର ଦ୍ୱୀପ, ଆଲାସ୍କା, ପଶ୍ଚିମ ୟୁରୋପ, ପୂର୍ବ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନର ଲୋକମାନେ ଏହି ଚନ୍ଦ୍ର ଗ୍ରହଣକୁ ଦେଖିପାରିବେ। ଏହି ଚନ୍ଦ୍ରଗ୍ରହଣର ପ୍ରାରମ୍ଭିକ ଅଂଶ ଅର୍ଥାତ୍ ଚନ୍ଦ୍ର ଉଦୟ ସମୟରେ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଅଳ୍ପ ଦେଖାଯିବ। ଏଥି ସହିତ ଦକ୍ଷିଣ ଆମେରିକା ଏବଂ ପଶ୍ଚିମ ୟୁରୋପର ଲୋକମାନେ ଚନ୍ଦ୍ରଗ୍ରହଣର ସର୍ବୋଚ୍ଚ ସ୍ତର ଦେଖିପାରିବେ।

ଏହି ବିରଳ ଚନ୍ଦ୍ରଗ୍ରହଣ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆରୁ ଦୃଶ୍ୟମାନ ହେବ ନାହିଁ। ଏହା ପରେ, ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୨ ମେ ୧୫-୧୬ ରେ ଦେଖାଯିବ। ଏହା ପରେ ୨୦୨୨ ନଭେମ୍ବର ୭-୮ ରେ ଆଉ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିବ।

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ହାଇକୋର୍ଟଙ୍କ ଶକ୍ତ ଝଟକା; ବନ୍ଦ ନୁହେଁ, ଧର୍ମଘଟ କରି ପାରିବ

କଟକ: ଓଡ଼ିଶା କଂଗ୍ରେସକୁ ହାଇକୋର୍ଟ ଝଟକା । ଆସନ୍ତାକାଲି କଂଗ୍ରେସ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଓଡ଼ିଶା କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କଂଗ୍ରେସ କେବଳ ଧର୍ମଘଟ କରିପାରିବ, ବନ୍ଦ ନୁହେଁ । ଧର୍ମଘଟ ବେଳେ କଂଗ୍ରେସ ସାଧାରଣ ଜନତାଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିବ ନାହିଁ । ଜବରଦସ୍ତି ଭାବେ ମାର୍କେଟ୍ ବନ୍ଦ, ଗାଡ଼ି ଚଳାଚଳରେ ବାଧା ଦିଆଯାଇ ପାରିବ ନାହିଁ ।

 High Court Denied Congress For Odisha Bandh

କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟରେ କଟକ ଦୋକାନୀ ସଂଘ ପକ୍ଷରୁ ମାମଲା ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଅନଲାଇନ୍ ଶୁଣାଣି କରି ହାଇକୋର୍ଟ ବନ୍ଦକୁ ମନା କରି ଦେଇଛନ୍ତି । ଶୁଣାଣି ସମୟରେ ସିଏମସି କମିଶନର, ପୋଲିସ କମିଶନର, ଡିଜିପି ଏବଂ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ‘ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

ଧର୍ମଘଟ ବେଳେ କଂଗ୍ରେସ କାହାରିକୁ ଫୋର୍ସ କରିବ ନାହିଁ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ବନ୍ଦ ବେଆଇନ୍ ବୋଲି କହି ସାରିଛନ୍ତି । ଧର୍ମଘଟ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

‘ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

ଭୁବନେଶ୍ୱର: କୋଭିଡ୍ ମହାମାରୀ ପାଇଁ ଗତ ଦେଢ଼ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ଏବେ ଜୀବନ ଜୀବିକାରେ ସୁଧାର ଆସୁଥିବା ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି । ଓଡ଼ିଶା କଂଗ୍ରେସ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରା ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତି କୁଠାରଘାତ । ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ମହାଲିଙ୍ଗ ମମିତା ମେହେରଙ୍କ ମୃତ୍ୟୁ ଆମ ସମସ୍ତଙ୍କୁ ଦୁଃଖିତ କରିଛି । ମମିତାଙ୍କ ବାପା ମଧ୍ୟ ପ୍ରସଙ୍ଗକୁ ନେଇ ରାଜନୀତି ନକରିବାକୁ କହିଛନ୍ତି । ତଦନ୍ତ ଉପରେ ତାଙ୍କର ବିଶ୍ୱାସ ଓ ଭରସା ଥିବା କହିଛନ୍ତି । ଏହି ସମୟରେ ଓଡ଼ିଶା କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ପାଇଁ ଓଡ଼ିଶା ବିଜେପି ସହ ହାତ ମିଳାଇ ଶସ୍ତା ରାଜନୀତି କରୁଛି । ଓଡ଼ିଶା କଂଗ୍ରେସ ପାଖରେ କୌଣସି ତଥ୍ୟ, ପ୍ରମାଣ ଥିଲେ । କୋର୍ଟର ଦ୍ୱାରସ୍ଥ ହେବାକୁ ଆହ୍ୱାନ ଦେଇଛି ବିଜେଡି ।

BJD Alleged, Odisha Congress Playing As Wished By BJP

ଏଭଳି ବନ୍ଦ ଡାକରା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେଉଁ ପ୍ରକାର ଭାବରେ ଓଡ଼ିଶା କଂଗ୍ରେସ ବ୍ୟବହାର କରୁଛି । ଏଥିରୁ ସ୍ପଷ୍ଟ ଏହା ବିଜେପି ଓଡ଼ିଶାର ବି ଟିମ୍ । ଯେତେବେଳେ ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ, ସେତେବେଳେ ସେମାନେ ଓଡ଼ିଶା ବିଜେପି ଠାରୁ କାର୍ଯ୍ୟକ୍ରମ ପ୍ରାୟୋଜିତ କରୁଛନ୍ତି । ଓଡ଼ିଶା ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ । ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ନେଇ କଂଗ୍ରେସ ମୁହଁ ଖୋଲୁନାହିଁ । ଓଡ଼ିଶା ବିଜେପି ଯାହା ଚାହୁଁଛି ତାହା ଓଡ଼ିଶା କଂଗ୍ରେସ କରୁଛି ।

ଶସ୍ତା ରାଜନୀତି କରି ନିଜ ଦଳ ମଧ୍ୟରେ ରାଜନୈତିକ ସ୍ତରରେ ପ୍ରାସଙ୍ଗିକ ରହିବା । ଦଳର କାର୍ଯ୍ୟକୁ ପ୍ରାୟୋଜିତ କରାଇବା ଓଡ଼ିଶା କଂଗ୍ରେସର ମୂଳ ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ସ୍ୱାର୍ଥ୍ୟକୁ ଦୃଷ୍ଟିରେ ରଖି ବନ୍ଦକୁ ପ୍ରତ୍ୟାହାର କରୁ କଂଗ୍ରେସ । ରାଜ୍ୟର ଜନସାଧାରଣ ବନ୍ଦ ଚାହୁଁନାହାନ୍ତି । ଲୋକେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଆସନ୍ତାକାଲିର କଂଗ୍ରେସ ବନ୍ଦ ଯୋଗୁଁ ଲୋକଙ୍କ ଜୀବିକାର ପ୍ରାପ୍ୟ ମିଳିବ ନାହିଁ । ଏଥିପାଇଁ ଓଡ଼ିଶାବାସୀ କଂଗ୍ରେସ କିମ୍ବା କଂଗ୍ରେସର ଏ ଟିମ୍ ବିଜେପିକୁ କ୍ଷମା ଦେବେ ନାହିଁ । କଂଗ୍ରେସ ଓ ବିଜେପି କରୁଥିବା ନିମ୍ନ ରାଜନୀତିକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ।

ନିଷେଧ ଥାଇ ମଧ୍ୟ ଫେସ୍‌ବୁକ୍‌ରେ ହେଉଛି ତମାଖୁ ମାର୍କେଟିଂ, ୯ ମାସରେ ୩ଶହରୁ ଅଧିକ ଥର ହୋଇଛି ବିଡିର ବିଜ୍ଞାପନ

ନୂଆଦିଲ୍ଲୀ: ଫେସ୍‌ବୁକରେ ଏମିତି ଏକ ସୋସିଆଲ ମିଡିଆ ଯାହାକୁ ଏବେ ବିଶ୍ୱର ଅଧାରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଫେସ୍‌ବୁକ କେବବଳ ସାଙ୍ଗ ମାନଙ୍କ ସହ କଥା ହେବାର ଏକ ମାଧ୍ୟମ ନୁହେଁ। ନିଜର ଷ୍ଟଟଅପକୁ ବଢ଼ାଇବା ପାଇଁ ଫେସ୍‌ବୁକ ହେଉଛି ଏକ ଉନ୍ନତ ମଧ୍ୟମ। ସେଥିପାଇଁ ବିଭିନ୍ନ ପ୍ରକାରର ବିଜ୍ଞାପନ ଆମେ ଏହି ସୋସିଆଲ ମିଡିଆ ଫେସ୍‌ବୁକରେ ଦେଖିବାକୁ ପାଇଥାଉ। ଏହିସବୁ ବିଜ୍ଞାପନରୁ ଫେସବୁକ୍‌କୁ ଅହେତୁକ ଶୁଳ୍କ ମଧ୍ୟ ମିଳିଥାଏ। ହେଲେ ଫେସ୍‌ବୁକ କିଛି ବିଜ୍ଞାପନ ପାଇଁ କିଛି ସର୍ତ୍ତବଳି ମଧ୍ୟ ରଖିଛି। ଯେମିତିକି ଫେସ୍‌ବୁକ୍‌ ତାର ବିଜ୍ଞାପନରେ କୌଣସି ତମାଖୁର ବ୍ୟବହାର କରାଯାଇପାରିବ ନାହିଁ। ହେଲେ ଏଭଳି ନିୟମକୁ ମାନୁନାହଁନ୍ତି ତମାଖୁ ଉତ୍ପାଦକ କମ୍ପାନୀ।

ଭାରତରେ କିଛି ତମାଖୁ ଉତ୍ପାଦ ବିକ୍ରେତା ବିକ୍ରୟ ବୃଦ୍ଧି ପାଇଁ ମାର୍କେଟିଂ ପ୍ରତିବନ୍ଧକକୁ ଅତିକ୍ରମ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରମୋସନ କରୁଛନ୍ତି। ଯାହା ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ (COTPA) ର ସିଧାସଳଖ ଉଲ୍ଲଂଘନ। ଜନସ୍ୱାସ୍ଥ୍ୟ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏହି ବିଷୟରେ ଏକ ଅଧ୍ୟୟନ କରିଛି।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଫେସ୍‌ବୁକର ଅସଲ ଚିତ୍ର। ଏଥିରେ କୁହାଯାଇଛି ଯେ ତମାଖୁ ଉତ୍ପାଦ ବିକ୍ରେତାମାନେ ଗତ ୯ ମାସ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୩୪୦ରୁ ଅଧିକ ଥର ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଥିଲା। ସର୍ବାଧିକ ପ୍ରମୋସନ୍‌ ଫେସବୁକ୍ ମାଧ୍ୟମରେ କରାଯାଇଥିଲା, ପାଖାପାଖି ୯୮%। ସବୁଠାରୁ ବଡ଼ କଥା ହେଉଛି ଫେସବୁକ ଏହାର ନୀତିରେ ସ୍ପଷ୍ଟ ଭାବରେ ଲେଖିଛି ଯେ ତମାଖୁ ଦ୍ରବ୍ୟର ପ୍ରୋତ୍ସାହନ ଏହାର ପ୍ଲାଟଫର୍ମରେ ଅନୁମତିପ୍ରାପ୍ତ ନୁହେଁ। ଏଭଳି ଲେଖା ଥାଇ ମଧ୍ୟ କେମିତି ୯୮% ପ୍ରମୋସନ୍‌ କେବଳ ତମାଖୁର ହେଲା ସେନେଇ ଏବେ ପ୍ରଶ୍ନ ଉଠିଛି।

୨୭୧ ଥର ବିଡିର ଫଟୋ ପୋଷ୍ଟ କରି ସିଧାସଳଖ ମାର୍କେଟିଂ

ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୦ ରୁ ଅଗଷ୍ଟ ୨୦୨୧ ମଧ୍ୟରେ ୨୭୧ ଥର ବିଡି ଚିତ୍ରର ସିଧାସଳଖ ମାର୍କେଟିଂ ପୋଷ୍ଟ କରାଯାଇଥିଲା। ଏଥି ସହିତ, ୭୩ ଥର ତମାଖୁ ଉତ୍ପାଦକୁ ଫେଷ୍ଟିଭାଲ ସହ ଲିଙ୍କ କରି ପରୋକ୍ଷ ମାର୍କେଟିଂ କରାଯାଇଛି।

ସରକାର ଏବଂ ଫେସବୁକ୍ ତମାଖୁ ମାର୍କେଟିଂ ବନ୍ଦ କରିଛନ୍ତି

ଭାଇଟାଲ୍‌ ଷ୍ଟ୍ରାଟେଜିର ଗ୍ଲୋବାଲ୍ ପଲିସି ଏବଂ ରିସର୍ଚ୍ଚର ଉପାଧ୍ୟକ୍ଷ ନନ୍ଦିତା ମୁରୁକୁଟଲା ଡିଜିଟାଲ୍ ମିଡିଆରେ ତମାଖୁ ଉତ୍ପାଦର ମାର୍କେଟିଂ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସରକାର ତଥା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବିଶେଷ କରି ଫେସବୁକ୍ କୁ କହିଛନ୍ତି।

ଫେସବୁକରେ ତମାଖୁ ମାର୍କେଟିଂର ଦବଦବା

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ମାର୍କେଟିଂର ୩୪୪ ଟି ମାମଲା ମଧ୍ୟରୁ ୩୩୭ଟି ଫେସବୁକରେ ଏବଂ ୭ଟି ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଥିଲା। ଗୁରୁତ୍ୱପୂର୍ଣ୍ଣ ରଣନୀତିର ଆସୋସିଏଟ୍ ଡାଇରେକ୍ଟର ବୈଶାଖୀ ମଲିକ୍ କହିଛନ୍ତି ଯେ ତମାଖୁ ଉତ୍ପାଦର ମାର୍କେଟିଂରେ ଫେସବୁକର ପ୍ରାଧାନ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲି।

ଦେଶରେ ରହିଛନ୍ତି ୭୩ ମିଲିୟନ ବିଡି ବ୍ୟବହାରକାରୀ

ଭାରତର ୨୬୭ ମିଲିୟନ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୭୨ ମିଲିୟନ୍‌ ବୟସ୍କ ବ୍ୟକ୍ତି ବିଡି ବ୍ୟବହାର କରିଥାନ୍ତି। ୭୨ ମିଲିୟନରୁ ଅଧା ବିଡି ବ୍ୟବହାରକାରୀ ହଉଛନ୍ତି ତାଙ୍କର ୧୦ ବର୍ଷ ପୂର୍ବରୁ ହିଁ ବିଡି ପିଇବା ଆରମ୍ଭ କରିଦେଇଥିଲେ। ଏହାର କାରଣ ହେଉଛି ସିଗାରେଟ ଠାରୁ ବହୁ ଶସ୍ତା ହେଉଛି ବିଡି। ଭାରତରେ ସିଗାରେଟାରୁ ୮ ଗୁଣା ଅଧିକା ବିଡି ବିକ୍ରି କରାଯାଇଥାଏ।

ମହଙ୍ଗା ପଡ଼ିଲା ଅସଦାଚରଣ; ବନ୍ଧା ହେଲେ ସରକାରୀ ବାବୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌର ବାପୁ ଭବନରେ ଜଣେ ସଚିବ ସ୍ତରୀୟ ଅଧିକାରୀ ଗିରଫ ହୋଇଛନ୍ତି । ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଘଟଣାରେ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛି ଇଚ୍ଛାରାମ ଯାଦବ ଯିଏକି ସଂଖ୍ୟାଲଘୁ କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଥିଲେ । ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ୨୦୧୮ ମସିହାରୁ ହଇରାଣ କରୁଛନ୍ତି ଓ ଅସଦାଚରଣ କରୁଛନ୍ତି । ଯଦି ଏ ଘଟଣା ସମ୍ପର୍କରେ ସେ ଅଭିଯୋଗ କଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ ବୋଲି ଧମକ ଦିଆଯାଇଥିଲା । ତେବେ ସେ ସାହାସ ଉଠାଇ ଅଭିଯୁକ୍ତ ଇଚ୍ଛାରାମ ଯାଦବଙ୍କ ଭିଡିଓ ପ୍ରସ୍ତୁତ କରିଥିଲା ।

ଏହାପରେ ମହିଳା ଜଣଙ୍କ ଅକ୍ଟୋବର ୨୯ରେ ହୁସେନଗଞ୍ଜ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଥିଲେ । ମହିଳା ଜଣଙ୍କ ପ୍ରମାଣ ପାଇଁ ପୋଲିସକୁ ଏକାଧିକ ଭିଡିଓ ଦେଇଥିଲେ । ଭିଡିଓରେ ସବୁ ପ୍ରମାଣ ଥିବା ସତ୍ତ୍ବେ ପୋଲିସ ଇଚ୍ଛାରାମ ଯାଦବଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲେ । କାରଣ ସେ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ତେଣୁ ଶେଷରେ ସେ ସବୁ ଭିଡିଓକୁ ଭାଇରାଲ କରିବାକୁ ବାଧ୍ୟ ହୋଇଥିଲେ । କେନ୍ଦ୍ରୀୟ ଏଡିସିପି ଖୟାତି ଗର୍ଗଙ୍କ କହିବା ଅନୁଯାୟୀ ଅକ୍ଟୋବର ୨୯ରେ ମହିଳାଙ୍କ କହିବା ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି । ମହିଳା ଜଣଙ୍କ ବିବୃତ୍ତି ରେକର୍ଡ କରିବାକୁ ଉକ୍ତ ମହିଳାଙ୍କୁ କିଛି ଥର ଡକାଯାଇଥିଲା । ଉଭୟ ପକ୍ଷର ପ୍ରମାଣକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୟାତି ଗର୍ଗ ।

ମହିଳା ରେସଲରଙ୍କୁ ଅସଦାଚରଣ କରୁଥିଲେ କୋଚ୍; ବିରୋଧ କରିବାରୁ ଭାଇଙ୍କ ସହ ରେସଲରଙ୍କୁ ହତ୍ୟା

ସୋନୀପତ: ହରିଆଣାର ସୋନୀପତର ଏକ ରେସଲଂ ଏକାଡେମୀରେ କୋଚ ଜଣେ ମହିଳା ରେସଲର ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରିଛି । ଏହି ହତ୍ୟା ପରେ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି କି କୋଚ ପଓ୍ୱନ ନିଶାଙ୍କୁ ସହ ଅସଦାଚରଣ କରୁଥିଲେ । ଏହାକୁ ବିରୋଧ କରିବା ପରେ ସେ ନିଶା ଓ ତାଙ୍କ ଭାଇଙ୍କୁ ହତ୍ୟା କରିଥିଲେ । ଅନ୍ୟପଟେ ନିଶାଙ୍କ ମୃତ୍ୟୁ ପରେ ତାଙ୍କ ବାପା କୋଚଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ନିଶାଙ୍କ ପିତା ଦୟାନନ୍ଦ କହିଛନ୍ତି କି କୋଚ ପଓ୍ୱନ ତାଙ୍କ ଝିଅର ବ୍ରେନଓ୍ୱାସ କରିଦେଇଥିଲା । ସେ ତାଙ୍କ ଝିଅଙ୍କୁ ବାରମ୍ବାର ଟଙ୍କା ମାଗୁଥିଲା । ଦୟାନନ୍ଦ ଦାବି କରିଛନ୍ତି କି ତାଙ୍କ ଝିଅ ପଓ୍ୱନଙ୍କୁ ପ୍ରାୟ ୩.୫ ଲକ୍ଷ ଟଙ୍କା ଦେଇଥିଲେ ।

ଦୟାନନ୍ଦ କହିଛନ୍ତି ଦ୍ବିପ୍ରହର ୨.୩୦ ସମୟରେ ପଓ୍ବନ ତାଙ୍କ ପୁଅକୁ କଲ୍ କରିଥିଲେ । ତା’ ପରେ କେହି ଜଣେ ଫୋନ ଉଠାଇ କହିଥିଲେ କି ତାଙ୍କ ପୁଅର ମୃତଦେହ ରାସ୍ତାରେ ପଡ଼ିଛି । ଦୟାନନ୍ଦ ଆହୁରି କହିଛନ୍ତି କି ପଓ୍ୱନଙ୍କ ବିରୋଧରେ ନିର୍ଯାତନା ଖବର ଆମେ ଶୁଣିଛୁ । ନିଶା ଜଣେ ଯୁବା ରେସଲର ଥିଲେ । ସେ ରେସଲିଂ ଦୁନିଆରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । କୋଚ ସବୁବେଳେ ତାଙ୍କୁ ଓ ପରିବାରକୁ କହୁଥିଲେ କି ସେ ନିଶାଙ୍କୁ ବହୁତ ବଡ଼ ରେସଲର କରିବେ । ନିଶା ବିଶ୍ବବିଦ୍ୟାଳୟ ସ୍ତରରେ ପଦକ ଜିତିଛନ୍ତି ଓ ଏହାର ପୁରସ୍କାର ରାଶି ବି ସେ କୋଚଙ୍କୁ ଦେଇଥିଲେ ।

ହରିଆଣାର ସେନୀପତରେ ମହିଳା ରେସଲର ନିଶା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରିଯାଇଛି ଏବଂ ତାଙ୍କ ମା ମଧ୍ୟ ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଗୁଳିକାଣ୍ଡରେ ପଓ୍ୱନଙ୍କ ସହ ତାଙ୍କ ସହଯୋଗୀମାନଙ୍କ ନାମରେ ଅଭିଯୋଗ ହୋଇଛି । ମହିଳା ରେସଲର ଅସଦାଚରଣକୁ ବିରୋଧ କରିବାରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ କୋଚ ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି ।

କେବିଏନ୍ ଓ ପବ୍ଲିକ ଷଣ୍ଢ ଗ୍ରୁପ ପରେ ଏବେ ବାହାରିଲା ବଲାଙ୍ଗୀରର କିଙ୍ଗ୍‌ ଗ୍ରୁପ

ବଲାଙ୍ଗୀର: ଭୁବନେଶ୍ବରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ଭିଡିଓ ଭାଇରାଲ ପରେ ଏବେ ବଲାଙ୍ଗୀରରେ କିଙ୍ଗ୍‌ ଗ୍ରୁପର ଭାଇଗିରି ଭିଡିଓ ଭାଇରାଲ ହେଉଛି । କିଙ୍ଗ୍‌ ଗ୍ରୁପ୍‌ ବନ୍ଧୁକ, ଖଣ୍ଡା, ଭୁଜାଲି ସହ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଭିଡିଓ ଛାଡିଛି । ୮ରୁ ୧୦ଜଣ ଯୁବକ ମାରଣାସ୍ତ୍ର ଧରି ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି । କିଙ୍ଗ୍‌ ଗ୍ରୁପର ଉତ୍ପାତ ଦେଖି ଲୋକ ଭୟଭୀତ ହେଉଛନ୍ତି।

ବଲାଙ୍ଗୀର ସହର ସମେତ ପୁଇଁତଲା ଓ ଲୋଇସିଂହା ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଭାଇଗିରି ଦେଖାଉଛନ୍ତି, ଯାହାର କିଛି ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି। KBN ଗ୍ରୁପ ବିରୋଧରେ ଭୁବନେଶ୍ୱର ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବଲାଙ୍ଗୀର ପୋଲିସ ସବୁ ଜାଣି ଚୁପ ରହିଥିବା ନେଇ ସହରରେ ଚର୍ଚ୍ଚା ହେଉଛି।

ଚାକିରି ଦେବା ନାଁରେ ଠକେଇ, ଯୁବକମାନଙ୍କୁ ଗୃହବନ୍ଦୀ ସହ ନିର୍ଯାତନା ଦେଉଥିଲା ବେନାମୀ ସଂସ୍ଥା

0

କଳାହାଣ୍ଡି: କଳାହାଣ୍ଡିରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ଭବାନିପାଟଣା ସହରରେ ଏକ ବେନାମୀ ସଂସ୍ଥା ଚାକିରୀ ଦେବା ନାଁରେ ଯୁବକଙ୍କ ସହ ଠକେଇ କରିଥିବା ଅଭୋଯୋଗ ହୋଇଛି। ବେକାର ଯୁବକମାନଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିଲା ଏହି ଠକ ସଂସ୍ଥା। ଏଥିସହ ଯୁବକମାନଙ୍କୁ ଆଣି ଗୃହବନ୍ଦୀ କରିବା ସହ ବିଭିନ୍ନ ନିର୍ଯାତନା ଦେଉଥିବା ଅଭିଯୋଗ  ମଧ୍ୟ ହୋଇଛି।

ଦେବାନ ସାହେବପଡ଼ାର ଏକ ଭଡା ଘରେ ବିଭିନ୍ନ ଜିଲ୍ଲାରୁ ୫୦ରୁ ଉର୍ଦ୍ଧ୍ବ ବେକାର ଯୁବକଙ୍କୁ ତାଲିମ ଦିଆଯାଉଥିଲା । ପ୍ରଥମେ ସେମାନଙ୍କୁ ଚାକିରି ପାଇଁ 5 ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା । ଡାଟା ଅପରେଟର, ଅଫିସକାମ ଭଳି ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସଂସ୍ଥା କର୍ତ୍ତୃପକ୍ଷ । ପରେ ସମେନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପରେ ଭଦ୍ରକ ବାସୁଦେପୁରର ଜଣେ ଯୁବକ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଦୁଇଟି ଭଡା ଘରେ ଚଢ଼ାଉ କରାଯାଉଛି । ଘଟଣାସ୍ଥଳରୁ ଗୋଟିଏ ବାଇକ୍ ଜବତ ସହ ୩ଜଣଙ୍କୁ ଅଟକ ରଖିଛି ପୋଲିସ ।

ମୁମ୍ବାଇ ଡ୍ରଗ୍ସ ମାମଲାରେ ଖୋଲୁଛି ଅଣ୍ଡରଓ୍ୱାଲଡ ଲିଙ୍କ୍‌, ଫଡନାବିସ-ନଓ୍ୱାବ ତୁତୁ ମେଁମେଁ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ଜୋର ଧରିଛି ରାଜନୀତି। ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ୱାବ ମଲ୍ଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ମଧ୍ୟରେ ତୁ ତୁ ମେ ମେ ଜାରି ରହିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପରିବାର ଲୋକେ। ଡ୍ରଗ୍ସ ଲିଙ୍କ ପରେ ସାମ୍ନାକୁ ଆସିଛି ଅଣ୍ଡରଓ୍ୱାଲଡ ଲିଙ୍କ। ନଓ୍ୱାବ ମଲ୍ଲିକଙ୍କ ଜ୍ୱାଇଁଙ୍କ ଘରୁ ଡ୍ରଗ୍ସ ମିଳିବା ନେଇ ଫଡନାବିସ ଅଭିଯୋଗ କରିଥିବା ବେଳେ ତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ନଓ୍ୱାବ ମଲ୍ଲିକଙ୍କ ଝିଅ। ଭୁଲ ନମାଗିଲେ ଫଡନାବିସଙ୍କ ନାଁରେ ସେ ମାନହାନୀ ମକଦ୍ଦମା କରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ସେପଟେ ଆଜି ଦ୍ୱାରକାରୁ ୩୫୦କୋଟିର ଡ୍ରଗ୍ସ ଧରାପଡ଼ିଥିବା ପରେ ଗୁଜରାଟରେ ଡ୍ରଗ୍ସ ଖେଳ ଚାଲିଛି ବୋଲି ନଓ୍ବାବ ମଲ୍ଲିକ କହିଛନ୍ତି। ଗୁଜରାଟରୁ ଟନ୍‌ ଟନ୍‌ ଡ୍ରଗ୍ସ ମିଳିଥିବା ବେଳେ ଏନସିବି ଚୁପ୍ ବସିଛି। ମାତ୍ର ମହାରାଷ୍ଟ୍ରରୁ କିଛି ଗ୍ରାମର ଡ୍ରଗ୍ସ ଜବତ କରି ବାଃ ବାଃ ନେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ନଓ୍ୱାବ। ଗୁଜରାଟରେ ଡ୍ରଗ୍ସ ଡିଷ୍ଟ୍ରିବ୍ୟୁସନର ରାକେଟ ଚାଲିଛି। ଏହାର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି।

ମଲିକ ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୮, ୨୦୧୭ ରେ ବିଆରସି ମୁମ୍ବାଇରେ ୧୪ କୋଟିରୁ ଅଧିକ ନକଲି ମୁଦ୍ରା ଜବତ କରାଯାଇଥିଲା। କିନ୍ତୁ ଫଡନାଭିସ୍ ଏହି ୧୪ ଲକ୍ଷରୁ ମାତ୍ର ୮ ଲକ୍ଷ ଜବତ କରାଯାଇଛି ବୋଲି କହିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ DRI ଦ୍ୱାରା ଗିରଫ ହୋଇଥିବା ମୁଖ୍ୟ ବ୍ୟକ୍ତି ହାଜି ଆରାଫତ ଶେଖଙ୍କ ଭାଇ, ଯାହାଙ୍କୁ ପରେ ଫଡନାଭିସ୍ ସରକାର ଦ୍ୱାରା ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ କରାଯାଇଥିଲା।