spot_img
Home Blog Page 500

ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ, ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ। ପରେ ହେଲା ଗୁଳିମାଡ଼। ସୂଚନା ଅନୁସାରେ, ଝାରସୁଗୁଡା ରେଲୱେ କଲୋନୀ ଅଞ୍ଚଳରେ ରହୁଥିବା ଦଶରଥ ସୁନାଙ୍କ ଘରେ ଆଜି ସକାଳୁ ୬ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଘରକବାଟରେ ବାଜିଛି ଗୁଳି । ଅଳ୍ପକେ ବର୍ତ୍ତିଛନ୍ତି ଦଶରଥଙ୍କ ପରିବାର ଲୋକେ। ଗୁଳି ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।  ଝାରସୁଗୁଡା ଜିଆରପି ଘଟଣାସ୍ଥଳରୁ ୬ ରାଉଣ୍ଡ ଖୋକା ଜବତ କରିଛି। ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ

ନନ୍ଦିଘୋଷ ବ୍ୟୁରୋ: କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରେ ୧୨ଟି ଗୋଟ ଖୋଲିବା ପରେ ମହାନଦୀରେ ବଢୁଛି ଜଳସ୍ତର। ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଆ ଭଟ୍ଟାରିକାଙ୍କ ସେବାୟତ ଓ ପ୍ରଶାସନ ସଜାଗ ରହିଛନ୍ତି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ, ସେଥିପାଇଁ ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସ୍ବୀକାର କଲା କାନାଡ଼ା, ଦେଶରେ ଚାଲିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ା ମାଟିରେ ଚାଲିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ। କାନାଡ଼ା ଏହା ନିଜେ ସ୍ଵୀକାର କରିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, କାନାଡ଼ା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି, ପାଣ୍ଠି ସଂଗ୍ରହ କରନ୍ତି, ଭାରତ ବିରୋଧୀ କାମରେ ଲିପ୍ତ ରହୁଛନ୍ତି। କାନାଡାର ଅର୍ଥ ବିଭାଗର ଏକ ରିପୋର୍ଟରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ଏହା ସ୍ୱୀକାର କରାଯାଇଛି  ଯେ, ଖଲିସ୍ତାନୀ ଆତଙ୍କବାଦୀ ସେଠାରେ କାର୍ଯ୍ୟ କରୁଛନ୍ତି ଏବଂ ଆର୍ଥିକ ସହାୟତା ପାଉଛନ୍ତି। ପୂର୍ବରୁ କାନାଡାରେ ଏକ ବ୍ୟାପକ ପାଣ୍ଠି ସଂଗ୍ରହ ନେଟୱାର୍କ ଥିଲା। କିନ୍ତୁ ବର୍ତ୍ତମାନ ଦେଖାଯାଉଛି, ଖଲିସ୍ତାନୀ ଆନ୍ଦୋଳନ ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିମାନେ ପାଣ୍ଠି ସଂଗ୍ରହ କରୁଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପ୍ରବାସୀ ସମ୍ପ୍ରଦାୟଙ୍କଠାରୁ ଦାନ ମାଗୁଛନ୍ତି । ଅଣ-ଲାଭକାରୀ ସଂଗଠନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରୁଛନ୍ତି।

ଏ ସଂପର୍କରେ ଭାରତ ଅନେକ ଥର କାନାଡାକୁ ଅନେକ ଥର କହି ଆସିଛି। କିନ୍ତୁ କାନାଡ଼ା ଏହାକୁ ଅଣଦେଖା କରିଆସିଛି। ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଅନେକ ସଂଗଠନକୁ ନେଇ ଗଠିତ ଖଲିସ୍ତାନି ଆନ୍ଦୋଳନ ପଞ୍ଜାବରେ ଖଲିସ୍ତାନ ନାମକ ଏକ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହୁଁଛି। ସେହି ଗୋଷ୍ଠୀ କାନାଡ଼ାରେ ବହୁତ ସକ୍ରିୟ। ଏହାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ସେପ୍ଟେମ୍ବର 2023ରେ, କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ । ଭାରତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିଥିଲେ।

କାନାଡାର ପ୍ରଧାନମନ୍ତ୍ରୀ ଭାବରେ ମାର୍କ କାର୍ନି ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପର୍କରେ ଉନ୍ନତି ଆସିଛି। ଏଇ ନିକଟରେ ଉଭୟ ଦେଶ ରାଷ୍ଟ୍ରଦୂତଙ୍କୁ ପୁନଃସ୍ଥାପିତ କରିବାକୁ ରାଜି ହୋଇଛନ୍ତି। ତେବେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାନାଡ଼ା ସରକାରଙ୍କପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଏଯାଏ ନିଆଯାଇନାହିଁ।

CPLରେ ନୂଆ ରେକର୍ଡ କଲେ କିରଣ ପୋଲାର୍ଡ

ନନ୍ଦିଘୋଷ ବ୍ୟୁରୋ: ଦମଦାର ଫର୍ମରେ ନଜର ଆସିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟର କୀରଣ ପୋଲାର୍ଡ । ଏବେ ସିପିଏଲ ଚାଲିଥିବାବେଳେ ତାଙ୍କ ବ୍ୟାଟ ଚମକିଛି । ଛକା ଚୌକା ମାରି ରେକର୍ଡ କରିଛନ୍ତି ପୋଲାର୍ଡ । ସେ ସିପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ୩୮ ବର୍ଷୀୟ ପୋଲାର୍ଡ ଷଷ୍ଠ ସ୍ଥାନରେ ବ୍ୟାଟିଂ ଆସି ଦମଦାର ପ୍ରଦର୍ଶନ କରିଥିଲେ । ସେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି । ତେବେ ଆଇପିଏଲରେ ୨୦୧୮ ମସିହାରେ ୧୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ପୋଲାର୍ଡ । ମାତ୍ର ଏବେ ସେ ନିଜର ରେକର୍ଡ ଭାଙ୍ଗିଛନ୍ତି । ସିପିଏଲରେ ତୃତୀୟ ଅର୍ଦ୍ଧଶତକ ହାସଲକାରୀ କ୍ରିକେଟର । ରସେଲ ୧୪ ବଲରୁ ଅର୍ଦ୍ଧଶତକ ହାସଲ କରି ୧ ନମ୍ବରରେ ରହିଥିବାବେଳେ ଜେପି ଡୁମିନି ୧୫ ବଲରେ ଏହି ରେକର୍ଡ ଅର୍ଜନ କରିଛନ୍ତି ।

ଆଜି ଭାଦ୍ରବ ପୂର୍ଣ୍ଣିମା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାଦ୍ରବ ପୂର୍ଣ୍ଣିମା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏନେଇ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ଵାରଫିଟା ନୀତି ସହ ମଙ୍ଗଳ ଆଳତି ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଵାଲ୍ଯଭୋଗ ଲାଗି କରାଯାଇଛି। ପରେ ସହଳ ନୀତି ନିମନ୍ତେ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇଛି। ଏହି ସମୟ ମଧ୍ୟରେ ପହଡଖିଆ ଅନ୍ନ ନୀତି ସହ ଵଡନୀତି, ଅବକାଶ, ବଡ଼ସିଂହାର ବେଶ, ସଂଧ୍ୟାପୂଜା ଓ ଵାଟୁଳା ଦହି ପଖାଳ ଭୋଗ ଲାଗି ସମ୍ପନ୍ନ କରାଯିବ। ମଧ୍ୟାହ୍ନ ୧ଟାରେ ପହୁଡ଼ କରାଯିବ। ପାକତ୍ୟାଗ ଠାରୁ ଗ୍ରହଣ ସର୍ଵମୋକ୍ଷ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ପରଦିନ ଅର୍ଥାତ ସୋମବାର ଭୋର ୫ଟାରେ ପହୁଡ଼ ଖୋଲାଯାଇ ଦୈନନ୍ଦିନ ନୀତି ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ହେବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ କୁହାଯାଇଛି।

ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର, ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ…

ନନ୍ଦିଘୋଷ ବ୍ୟୁରୋ: ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ ୫ କିଲୋମିଟର । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରେ ଅସୁସ୍ଥ ଥିଲେ ଜଣେ ମହିଳା। ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବା ସମ୍ଭବ ନ ଥିଲା । ଗାଁ ଲୋକେ ମଙ୍ଗଳଦେଇଙ୍କୁ କିଛି ବାଟ ବୋହି ଆଣିଥିଲେ। ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ଭାରରେ ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ବାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲରେ ମହିଳାଙ୍କୁ  ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଫୁଲୁଛି ମହାନଦୀ, ମୁଣ୍ଡଳୀରେ ଆସିବ ଛୋଟ ଧରଣର ବନ୍ୟା

ନନ୍ଦିଘୋଷ ବ୍ୟୁରୋ: ଫୁଲୁଛି ମହାନଦୀ, ମହାନଦୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ  ହୀରାକୁଦ ଗେଟ ଖୋଲିଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିଛି। ମୁଣ୍ଡଳୀରେ ସକାଳ ୬ଟା ସୁଦ୍ଧା ୫ ଲକ୍ଷ ୯୨ ହଜାର ୨୨୫ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ, ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୮.୯୦ ଫୁଟ ଥିବା ବେଳେ ତଳ ଭାଗରେ ୮୬.୯୦ ଫୁଟ ରହିଛି । ବର୍ତ୍ତମାନ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ମହାନଦୀର ଜଳ ପ୍ରବାହର ମାତ୍ରା ୬ ଲକ୍ଷ ଟପିଲେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ରହିଛି ।

ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତି କାନ୍ତି

ନନ୍ଦିଘୋଷ ବ୍ୟୁରୋ: ଆଜି ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗହଣ ଥିବାରୁ ଆଜି ଶ୍ରୀମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ। ଆଜି ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ସହ ଇନ୍ଦ୍ରହାତୀ ପ୍ରସ୍ତାବ ତଥା ଭାଗବତ ଜନ୍ମ ନୀତି ପାଳିତ ହେବ। ଆଜି ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମାପନ ପରେ ମଙ୍ଗଳ ଆଳତି ସମ୍ପୂର୍ଣ୍ଣ ହୋଇଥିଲା। ପରେ ତଡ଼ପ ଲାଗି, ଅବକାଶ ପୂଜା ସମ୍ପୂର୍ଣ୍ଣ ହେବା ସହ ରୋଷହୋମ, ବେଶ ନୀତି ସମ୍ପୂର୍ଣ୍ଣ କରାଯାଇଥିଲା। ଏହା ପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ପୂଜା ସମ୍ପୂର୍ଣ୍ଣ ହୋଇଥିଲା। ସକାଳ ଧୂପ ନୀତି ଅନିଷ୍ଠିତ ହେଉଥିବା ବେଳେ, ସକାଳ ଧୂପ ନୀତି ପରେ ଭୋଗମଣ୍ଡପ ନୀତି ଶେଷ କରାଯିବ। ଏହା ପରେ ମଧ୍ୟାହ୍ନ ଧୂପ ନୀତି କରାଯାଇ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ନୀତି ସହ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଦିନ ସାଢ଼େ ୧୨ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପରେ ଶ୍ରୀମନ୍ଦିରରେ ଦେବ ନୀତି ବନ୍ଦ କରାଯିବ। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଦେବ ନୀତି ଆରମ୍ଭ କରାଯିବା ସହ ପ୍ରଥମେ ଗ୍ରହଣ ମହାସ୍ନାନ ଓ ପରେ ଗ୍ରହଣ ଭୋଗ କରାଯିବାର ପରମ୍ପରା ରହିଅଛି।

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭାରତ ସମେତ ବିଭିନ୍ନ ଦେଶରେ ୩ ଘଣ୍ଟା ହେବ ଦୃଶ୍ଯମାନ

ନନ୍ଦିଘୋଷ ବ୍ୟୁରୋ: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ ୩ ଘଣ୍ଟା ଧରି ହେବ ଦୃଶ୍ୟମାନ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ଯାଗ । ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି । ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯାଇ ସହ ୨ଟା ୪୦ ମଧ୍ୟ ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି । ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ କରାଯାଇଛି । ଆଜି ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବା ସହ ଭକ୍ତ ମାନେ ଭିତରକାଠ ନିକଟରୁ ଦର୍ଶନ କରିବେ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଦେବ ନୀତି ଆରମ୍ଭ କରାଯିବ ।

ମହାପ୍ରଭୁମାନଙ୍କର ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ଏହି ଗ୍ରହଣ ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ, ତୁଳା, ମକର ଏବଂ ମୀନ ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ ପୂରଣ ହେବ । ତେବେ ମେଷ, କନ୍ୟା, ତୁଳା, ବିଛା ଓ ଧନୁ ରାଶିରେ ଚନ୍ଦ୍ର ଶୁଭ ହୋଇନଥିବା କାରଣରୁ ସେମାନେ ସତର୍କତା ଅବଲମ୍ବନ କରିବା ସହ ଚନ୍ଦ୍ର ଗ୍ରହଣ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ଗର୍ଭବତୀ ଥିବା ମହିଳାମାନେ ଏହି ଚନ୍ଦ୍ର ଗହଣରେ ନିଜକୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ସନ୍ତାନର ମଙ୍ଗଳ ପାଇଁ କୋଳରେ ନଡିଆ ରଖି ବିଷ୍ଣୁଙ୍କୁ ଆରଧାନା କରିବା ସହ ଦାନଧର୍ମ କଲେ ମଙ୍ଗଳ ହେବ ବୋଲି କୁହାଯାଉଛି ।….

ଗୁଜରାଟରେ ଛିଣ୍ଡିଲା ରୋପ ୱେ : ଚାଲିଗଲା ୬ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟର ପାବାଗଡ଼ରେ କାର୍ଗୋ ରୋପୱେ ତାର ଛିଣ୍ଡି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ପାବାଗଡର ପାହାଡ ଉପରେ ଥିବା ମନ୍ଦିରରେ ଏକ ମାଲବାହୀ ରୋପୱେ ଛିଣ୍ଡି ଯାଇଥିଲା। ଶ୍ରମିକ ଏବଂ ଲିଫ୍ଟମ୍ୟାନ୍ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ରଶି ଛିଣ୍ଡିଯିବାରୁ ଏହି ଦୁର୍ଘଟଣା ଘଟିଛି, ଏବଂ ଏହାର ତଦନ୍ତ ଚାଲିଛି। ପଞ୍ଚମହଲ କଲେକ୍ଟର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଲେକ୍ଟରଙ୍କ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଘଟିଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।ପାବାଗଡ଼ ମନ୍ଦିର ପ୍ରାୟ 800 ମିଟର ଉଚ୍ଚରେ ଅବସ୍ଥିତ, ତୀର୍ଥଯାତ୍ରୀମାନେ ଶିଖରରେ ପହଞ୍ଚିବା ପାଇଁ ପ୍ରାୟ 2,000 ପାହାଚ ଚଢ଼ିବାକୁ କିମ୍ବା କେବୁଲ କାର୍ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଖରାପ ପାଗ ଯୋଗୁଁ ସକାଳଠାରୁ ଜନସାଧାରଣଙ୍କ ବ୍ୟବହାର ପାଇଁ ରୋପୱେ ବନ୍ଦ କରିଦିଆଯାଇଥିଲା। 1,471 ଫୁଟ ଉଚ୍ଚତାରେ ଏହି ମନ୍ଦିର ଅବସ୍ଥିତ। ପାହାଡ଼ ଉପରେ ଦେବୀ କାଳୀଙ୍କ ପାଇଁ ଏକ ମନ୍ଦିର ଅଛି। ପ୍ରତିବର୍ଷ ଏହି ମନ୍ଦିରକୁ ପ୍ରାୟ ୨୫ ଲକ୍ଷ ପର୍ଯ୍ୟଟକ ଆସନ୍ତି।