spot_img
Home Blog Page 5027

ଲାଇଭ୍ ଟିଭିରେ ଇସ୍ତଫା ଦେଲେ ଉଠି ପଳାଇଲେ ସୋଏବ ଅଖତାର

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଆରମ୍ଭରୁ ଚର୍ଚ୍ଚାରେ ରହିଛି ପାକିସ୍ତାନ । ବିଶ୍ବକପରେ ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତକୁ ପରାଜିତ କରିବା ପରେ ସୋଏବ ଅଖତାର ଲଗାତର ଭାବରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛନ୍ତି । ସୋଏବଙ୍କ ସହ ପାକିସ୍ତାନ ଟିଭିରେ ଏମିତି କିଛି ଘଟିଛି ଯାହା ଫଳରେ ସେ ଲାଇଭ ଶୋ’ରେ ହିଁ ଇସ୍ତଫା ଦେଇଛନ୍ତି । ପାକିସ୍ତାନୀ ଟିଭି ସହ ଥିବା ତାଙ୍କ ଚୁକ୍ତିକୁ ରଦ୍ଦ କରିବା ସହ ଇସ୍ତଫା ସେଇ ଦେଇଛନ୍ତି । ଏହାସହ ସେ କହିଛନ୍ତି, ‘ଲାଇଭ ଶୋ’ରେ ମୋତେ ଯେଉଁ ଭଳି ବ୍ୟବହାର କରାଯାଇଛି ତାହା ଗ୍ରହଣଯେଗ୍ୟ ନଥିଲା ।

ସୋଏବ ପିଟିଭିରେ ବହୁ କ୍ରିକେଟରଙ୍କ ସହ ଏକ ବିତର୍କରେ ଭାଗ ନେଇଥିଲେ । ଶୋ’କୁ ଡ. ନଉମାନ ହୋଷ୍ଟ କରୁଥିଲେ । ଏହି ସମୟରେ ଡ. ନାଉମାନ ଏପରି କିଛି କହିଥିଲେ, ଯାହା ସୋଏବଙ୍କୁ ଖରାପ ଲାଗିଥିଲା ଏବଂ ସେ ସେହିଠି ହିଁ ଇସ୍ତଫା ଦେଇଥିଲେ ।

ଶୋ’ରେ ଶାହିନ୍ ଶାହା ଆଫ୍ରିଦ, ହାରିସ୍ ରାଉଫଙ୍କ ବିଷୟରେ କିଛି ମତ ରଖିଥିଲେ । ଏହାକୁ ବିରୋଧ କରି ନାଉମାନ, ସୋଏବଙ୍କୁ କହିଥିଲେ ଆପଣ ଅବାସ୍ତବ କଥା କହୁଛନ୍ତି ଓ ନିଜକୁ ଓଭର ସ୍ମାର୍ଟ ଭାବୁଛନ୍ତି । ଏହାର ଉତ୍ତରରେ ସୋଏବ କହିଥିଲେ, ମୁଁ ଆପଣଙ୍କୁ କିଛି କହୁ ନଥିଲି । ଟପିକ୍ ଉପରେ ନିଜ ମତ ରଖିଥିଲି ।
ସେ କହିଥିଲେ, ମୁଁ ନାଉମାନଙ୍କୁ କ୍ଷମା ମାଗିବାକୁ କହିଥିଲି, ହେଲେ ତାହା ହେଲାନି । ବିଦେଶୀ ଖେଳାଳିଙ୍କ ସାମ୍ନାରେ ମୋତେ ଏପରି ବ୍ୟବହାର କରାଗଲା ଯାହା ମୋ ପାଇଁ ବହୁତ ଖରାପ ଥିଲା । ନ୍ୟାସନାଲ ଟିଭିରେ ମୋତେ ଯେଉଁ ଭଳି ବ୍ୟବହାର କରାଗଲା, ଏବେ ମୁଁ ଭାବୁନାହିଁ ଏଠାରେ ରହିବା ଉଚିତ । ଏହା ପରେ ସୋଏବ ପିଟିଭିରୁ ଇସ୍ତଫା ଦେବା ସହ ଶୋ’ ଛାଡ଼ି ଚାଲି ଯାଇଥିଲେ ।

ଡିଆରଡିଓ ତଥ୍ୟ ଲିକ୍ ମାମଲା: ଓଡ଼ିଶା ପରେ ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍

ଭୁବନେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲା । ଓଡ଼ିଶା ପରେ ରହସ୍ୟମୟୀର ରାଜସ୍ଥାନ ଲିଙ୍କ୍‌ । ରହସ୍ୟମୟୀ ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ ଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ଯୋଦ୍ଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଚତୁର୍ଥ ଶ୍ରେଣୀ କର୍ମଚାରୀ । ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଫଟୋ ପଠାଇଥିଲେ । ଅକ୍ଟୋବର ୧୫ରେ ରାଜସ୍ଥାନରେ ମାମଲା ହୋଇଥିଲା ।

ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ରହସ୍ୟମୟୀ ବାବଦରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ହଜାର ଟଙ୍କାର ମିଳିଛି ଠିକଣା । ଦୁବାଇରୁ ୨୪ ହଜାର ଟଙ୍କା ଆସିଥିଲା । ଲୁଲୁ ଇଣ୍ଟରନ୍ୟାସନାଲ ମନି ଏକ୍ସଚେଞ୍ଜ ସେଣ୍ଟରରୁ ଆସିଥିଲା ଟଙ୍କା । ବଳକା ଟଙ୍କାର ଚାଲିଛି ଖୋଳତାଡ । ଏବେବି ରହସ୍ୟମୟୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ ଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ମାଛ ଜାଲରେ ଫସିଥିଲା ସାପ: ଦେଖନ୍ତୁ କିଭଳି ଉଦ୍ଧାର ହେଲା

 

ରେଳ ଧାରଣାରେ ପଡ଼ିଛି ଶବ

ଚଣ୍ଡିଖୋଲ: ଟ୍ରାନ୍ ଲାଇନରେ ପଡ଼ିଛି ଶବ । କାହାର କିଛି ଜଣାନାହିଁ । ସ୍ଥାନୀୟ ଲୋକ ଦେଖି ପୋଲିସକୁ ସୂଚନା ଦେଲେ । ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଜି ସକାଳୁ ଯାଜପୁର ଜିଲ୍ଲା ହରିଦାସପୁର ଖୋସାଲିପୁର ରେଳ ଧାରଣା ଦେଇ କିଛି ଲୋକ ଜଣେ ଯୁବକଙ୍କ ମୃତଦେହ ଧାରଣାରେ ପଡିଥିବା ଦେଖିବାକୁ ପାଇଥିଲେ ।

ଏଥିସହିତ ପଢନ୍ତୁ: ମାଛ ଜାଲରେ ଫସିଥିଲା ସାପ: ଦେଖନ୍ତୁ କିଭଳି ଉଦ୍ଧାର ହେଲା

ଚାଷ ଜମିରେ ତାଣ୍ଡବ କରୁଛନ୍ତି ୮୦ ହାତୀ

କୋଲକାତା: ହାତୀ ପଲଙ୍କ ତାଣ୍ଡବ । ଦଳବଳ ହୋଇ ଆସୁଛନ୍ତି କ୍ଷେତରେ ପଶି ସବୁକିଛି ଛାରଖାର କରିଦେଇଛନ୍ତି । ଚାଷୀ ଆଖି ଆଗରେ ଉଜୁଡି ଯାଉଛି ତା’ ସୁନା ଫସଲ, ହେଲେ କେବଳ ଦେଖିବା ଛଡ଼ା କିଛି କରିପାରୁ ନାହାନ୍ତି ।

୮୦ଟି ହାତୀ ଥିବା ଏହି ବଡ଼ ଦଳ ଖାଲି ଫସଲ ନଷ୍ଟ କରୁନାହାନ୍ତି, ଆଗରେ ଯାହା ପଡ଼ିଲା ସେ ଘରଦ୍ବାର ହେଉପଛେ ଭାଙ୍ଗି ଦେଉଛନ୍ତି । ହାତୀଙ୍କ ଏମିତି ଆତଙ୍କ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ।

ଏପଟେ ହାତୀଙ୍କୁ ଘଉଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ । ଏନେଇ ଉଚ୍ଚସ୍ତରୀୟ ବୈଠକ ବି ହୋଇଯାଇଛି । ଶୀଘ୍ର ହାତୀ ପଲଙ୍କୁ ଜଙ୍ଗଲକୁ ଘଉଡାଇ ଦିଅାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

କାଡ଼ାମ ଗାଁରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

0

କୋରାପୁଟ: କାଡ଼ାମ ଗାଁରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଗାଁରେ ଗଞ୍ଜେଇ ଚାଷ କରାଯାଇଥିବା ଜିଲ୍ଲା ପ୍ରଶାସନ କୌଣସି ଏକ ସୂତ୍ରରୁ ଖବର ପାଇଥିଲେ । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ବିଭାଗ ମିଳିତ ଭାବେ ଚଢ଼ାଉ କରିଛନ୍ତି । ବେଆଇନ ଭାବରେ ଚାଷ କରାଯାଇଥିବା ପାଖା ପାଖି ୧୦ ଏକର ଜମିରୁ ଗଞ୍ଜେଇ ଚାଷକୁ ନଷ୍ଟ କରି ଦିଆଯାଇଛି ।

ଏହି ଅଭିଯାନ ଜାରି ରହିଥିବାରୁ ଆକଳନ କରାଯାଇନଥିଲେ ମଧ୍ୟ ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ପୁଲିସ ବିଭାଗ, ଡିଭିଫ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

ନୂଆ ଦଳ ଗଢ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂ ଆଜି ସାମ୍ବାଦିକ ସମ୍ମିଳନୀ କରି ଏକ ବଡ଼ ଘୋଷଣା କରିଛନ୍ତି । ଏକ ନୂଆ ରାଜନୈତିକ ଦଳ ଗଢ଼ିବେ କ୍ୟାପଟେନ ଅମିରନ୍ଦର ସିଂ । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି “ ହଁ ମୁଁ ଏକ ଦଳ ଗଠନ କରୁଛି । ଆଉ ଏବେ ପ୍ରଶ୍ନ ହେଉଛି ଏହାର ନାମ କ’ଣ । ମୁଁ ଆପଣଙ୍କୁ ଏହା କହିପାରିବି ନାହିଁ କାରଣ ମୁଁ ଏହା ନିଜେ ଜାଣି ନାହିଁ । ଯେତେବେଳେ ନିର୍ବାଚନ ଆୟୋଗ ଦଳର ନାମ ଏବଂ ଚିହ୍ନକୁ ଅନୁମୋଦନ କରିବେ ମୁଁ ଆପଣଙ୍କୁ ଜଣାଇବି ” ବୋଲି କହିଛନ୍ତି ଅମିରନ୍ଦର ସିଂ ।
ତେବେ ଆଜି କରିଥିବା ସାମ୍ବାଦିକ ସମ୍ମିଳନୀରେ ଅମିରନ୍ଦର ସିଂ ପାଞ୍ଚ ବର୍ଷ ପୁରୁଣା କଂଗ୍ରେସର ମାନିଫେଷ୍ଟୋ ଦେଖାଇଥିଲେ । ଏବଂ ଦାବି କରିଥିଲେ କି ଏହି ମାନିଫେଷ୍ଟୋର ୯୨% ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ୨୦୨୨ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ବିଜେପି କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ଏଥି ସହ ପଞ୍ଜାବ ବିଧାନସଭାର ସମସ୍ତ ଆସନରେ ତାଙ୍କ ନୂଆ ଦଳ ଲଢ଼ିବ ବୋଲି କହିଛନ୍ତି କ୍ୟାପଟେନ ଅମିରନ୍ଦର ସିଂ ।

ଏଥିସହିତ ପଢ଼ନ୍ତୁ: କୋଟିଏ ଟଙ୍କାରେ ବିକ୍ରି ହେଲା ୩୦ଟି ମାଛ: ଜାଣନ୍ତୁ କାହିଁକି

କୋଲକାତାକୁ ପୁଣି ଫେରିଲା ଲକଡାଉନ

0

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଫେରିଛି ଲକଡାଉନ । ଦୁର୍ଗାପୂଜା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ନିଆଯାଇଛି ଏପରି ନିଷ୍ପତ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗାଣା ଜିଲ୍ଲାର ସୋନାରପୁର ପୌରପାଳିକା ଅଞ୍ଚଳରେ ତିନି ଦିନ ପାଇଁ ଲକଡାଉନ ଲଗାଇଛି ବେଙ୍ଗଲ ସରକାର । ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏଥି ସହ ସୋନାରପୁର ଅଞ୍ଚଳରେ ଏପର୍ଯ୍ୟନ୍ତ ୧୯ଟି ସ୍ଥାନକୁ କଣ୍ଟେଣ୍ଟମେଣ୍ଟ ଜୋନ ମଧ୍ୟ ଘୋଷଣା କରିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବେଙ୍ଗଲ ସରକାରଙ୍କୁ ଏକ ଚିଠି ଲେଖି ଦୁର୍ଗାପୂଜା ଉତ୍ସବ ପରେ ବେଙ୍ଗଲରେ କରୋନା ମାମଲାରେ ବୃଦ୍ଧି ଘଟିଥିବା ଜଣାଇଛି । ଚିଠିରେ ଆଇସିଏମଆର ଉଲ୍ଲେଖ କରିଛି ଯେ ଦୁର୍ଗାପୂଜା ପରଠାରୁ କୋଲକାତାରେ କରୋନା ମାମଲା ପ୍ରାୟ ୨୫% ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କେବଳ କୋଲକାତାରେ ୨୪୮ ଜଣ ଅାକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛିନ୍ତି କି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇଛି ବୋଲି ସେ କହିଛନ୍ତି ।

ମହାକାଳପଡ଼ା ସରପଞ୍ଚ ନେଇ ଚାଲିଛି ମତଦାନ: ୨୦୨୦ଠାରୁ ଖାଲି ଥିଲା ପଦବୀ

ମହାକାଳପଡା: ମହାକାଳପଡା ପଞ୍ଚାୟତରେ ଚାଲିଛି ସରପଞ୍ଚ ପଦବୀ ପାଇଁ ମତଦାନ । ୨୪ଟି ବୁଥରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମତଦାନ ସରିବା ପରେ ଭୋଟବାକ୍ସ ଗୁଡିକୁ ମହାକାଳପଡା ବ୍ଲକ କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମରେ ରଖାଯିବ । ଆସନ୍ତାକାଲି ହେବ ଭୋଟ ଗଣତି । ୨୦୧୭ ମସିହାରେ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ୨୦୨୦ରେ ଅନାସ୍ଥା ପ୍ରସ୍ତାବରେ ଗାଦିଚ୍ୟୁତ କରାଯାଇଥିଲା । ଗତବର୍ଷ ସରପଞ୍ଚ ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ସରିଥିଲା । କରୋନାକୁ ଆଖି ଆଗରେ ରଖି ନିର୍ବାଚିନ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ: ୧୨ ଘଣ୍ଟା ଧରି ଅନ୍ଧାରରେ ରହିଲା ବାବା ଆଖଣ୍ଡଳମଣିଙ୍କ ପୀଠ

0

ଭଦ୍ରକ: ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହିଲା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିସହ ଆଖପାଖ ଅଞ୍ଚଳର ୪୦ରୁ ୫୦ ଗାଁରେ ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସିଛି । ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ବିଦ୍ୟୁତ କାଟ ଯୋଗୁଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ହେଉଥିବା ବେଳେ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ନୀତିକାନ୍ତି ଓ ଜଳାଭିଷେକ ହେଉଥିବା କହିଛନ୍ତି ସେବାୟତ ।

ମାଛ ଜାଲରେ ଫସିଥିଲା ସାପ: ଦେଖନ୍ତୁ କିଭଳି ଉଦ୍ଧାର ହେଲା

0

ଆଠଗଡ଼: ମାଛ ଜାଲରେ ଫସିଲା ସାପ । ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ଆଠଗଡ ଅନ୍ତର୍ଗତ ବେତଖୋଲି ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେରେ ଘେରା ଯାଇଥିବା ମାଛ ଜାଲରେ ଏକ ୫ ଫୁଟ ଲମ୍ବର ବଡ଼ ନାଗ ସାପ ଫସି ଯାଇଥିଲା ।  ଏହା ଦେଖିବା ପରେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଆଠଗଡ଼ରେ କାମ କରୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅସିତ ପ୍ରଧାନଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ଯତ୍ନ ସହିତ ଜାଲକୁ କାଟି ନାଗଟିକୁ ଉଦ୍ଧାର କରିଥିଲେ ।

ଏଇ କାମରେ ଅସିତଙ୍କୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅମିତ ସାହୁ ଓ ଲଳିତ ମୋହନ ପଣ୍ଡା ସହଯୋଗ କରିଥିଲେ । ଜଣେ ଜଣେ ପାଳି କରି ନାଗ ସାପର ମୁଣ୍ଡକୁ ଧରି ଅନ୍ୟ ଜଣେ ସାପ ଦେହରେ ଫସିଥିବା ଜାଲର ସୁତାକୁ ଏକ ଛୁରୀ ଦ୍ୱାରା କାଟି ସାପକୁ ମୁକ୍ତ କରାଯାଇଥିଲା । ଏହି ବିପଦପୂର୍ଣ୍ଣ କାମ କରିବା ପାଇଁ ଆସିତଙ୍କୁ ଅଧଘଣ୍ଟା ସମୟ ଲାଗିଥିଲା । ପରେ ସାପ ଟି ନିକଟସ୍ଥ ଜଙ୍ଗଲ ରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଟିଏ ଟଙ୍କାରେ ବିକ୍ରି ହେଲା ୩୦ଟି ମାଛ: ଜାଣନ୍ତୁ କାହିଁକି