OPSC ବିରୋଧରେ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଲେ ଆଶାୟୀ । ୨୦୨୩ ମସିହାରେ GATE ପରୀକ୍ଷା ଦେଇ କୃତକାର୍ଯ୍ୟ ହେଇଥିଲେ ମଧ୍ୟ ନିଯୁକ୍ତି ଦେବାରେ ବିଫଳ ହେଇଛି OPSC । ୫୮୦ ରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ ଗୁଡ଼ିକ ଫାଙ୍କା ପଡିଛି । ଫାଙ୍କା ପଡ଼ିଥିବା ପଦ ପୁରଣ ପାଇଁ ଯୋଗ୍ୟ ବିବେଚିତ ହେବା ପରେବି ୨ ବର୍ଷ ହେଲାଣି ନିଯୁକ୍ତି ପାଇନାହାନ୍ତି ଆଶାୟୀ । ଯାହାଫଳରେ ମାନସିକ ସ୍ତରରେ ସେମାନେ ଭାଙ୍ଗି ପଡିଛନ୍ତି ବୋଲି କହିଛନ୍ତି । ସେପଟେ opsc କୁ ଏବାବଦରେ ବହୁବାର ଅବଗତ କରିବା ପରେ ବି ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ସେମାନେ । ଆଗାମୀ ଦିନରେ ଯଦି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୁଏ ତାହେଲେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବ ବାଂଲାଦେଶ ସାଧାରଣ ନିର୍ବାଚନ
ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବ ବାଂଲାଦେଶ ସାଧାରଣ ନିର୍ବାଚନ । ଏନେଇ ବାଂଲାଦେଶର ଅନ୍ତରୀଣ ଶାସକ ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ । ଦେଶରେ ସାଧାରଣ ନିର୍ବାଚନ କରିବା ଲାଗି ବିରୋଧୀ ଦଳ ଦାବି କରୁଥିଲେ ବି ଏହାକୁ ଚପାଇ ରଖିବା ଲାଗି ସେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଆସୁଥିଲା । ଫେବ୍ରୁଆରୀରେ ସାଧାରଣ ନିର୍ବାଚନ କରିବା ଲାଗି ସେ ନିର୍ବାଚନ କମିଶନଙ୍କ ନିକଟରେ ଅନୁରୋଧ କରିବେ ବୋଲି କହିଛନ୍ତି ୟୁନୁସ । ତେବେ ଦେଶରେ କେଉଁ ତାରିଖରେ ନିର୍ବାଚନ ହେବ ତାହା ନିର୍ବାଚନ କମିଶନ ଧାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାରୁ ହଟିବାର ଏକ ବର୍ଷ ପରେ
ଛାତ୍ରୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ
ଛାତ୍ରୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ। ମୃତ ଛାତ୍ରୀଙ୍କ ଫଟୋ ଭାଇରାଲ କରିଥିବା ପୁରୁଷ ବନ୍ଧୁ ନା ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୋଲିସ ? କହିବାକୁ ଗଲେ ଉଭୟ ସମାନ ପରିମାଣରେ ଏହି ଘଟଣା ପାଇଁ ଦାୟୀ । ତେବେ ପୋଲିସ କଣ ପଦକ୍ଷେପ ନେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର । ଘଟଣା ପରେ ପୀଡ଼ିତା ଛାତ୍ରୀଙ୍କ ମୋବାଇଲ ସିଜ୍ କରାଯାଇଛି। ଏବେ ମୋବାଇଲ ଖୋଲିବ ଗୁମର। କିଏ ସେହି ଧୋକାବାଜ୍ ପ୍ରେମିକ। କାହାକୁ ଶେଷ ଥର ପାଇଁ ଫୋନ କରିଥିଲେ ପୀଡ଼ିତା। ଏହାସହ ଭାଇରାଲ ପଛର ରହସ୍ୟ କଣ, ସେନେଇ ମଧ୍ୟ ଖୋଲିପାରେ ରହସ୍ୟ।
ବଢି ଚାଲିଛି ସ୍କୁଲ ପିଲାମାନଙ୍କ ବସ୍ତାନୀ ବୋଝ
ବଢି ଚାଲିଛି ସ୍କୁଲ ପିଲାମାନଙ୍କ ବସ୍ତାନୀ ବୋଝ । ବ୍ୟାଗର ଓଜନ ବଢିବା ସହ ଛାତ୍ରଛାତ୍ରଙ୍କ ମେରୁଦଣ୍ଡ ବଙ୍କିଯାଉଛି । ହେଲେ ଏପରି ନ ହେବା ନେଇ ଜାତୀୟ ଶିକ୍ଷା ନୀତି ୨୦୨୦ରେ ନିୟମ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ ସିନା ରାଜ୍ୟରେ ଲାଗୁ ହେଲା । ହେଲେ ବ୍ୟାଗର ଓଜନ କମାଇବା ଦିଗରେ ସରକାର ଉଦାସୀନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନସିଇଆରଟିର ସୁପାରିସ ଆଧାରରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ରେ ଏକ ସ୍କୁଲ ବ୍ୟାଗ ନୀତି ପ୍ରଣୟନ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ସେମାନଙ୍କ ଶରୀର ଓଜନର ୧୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ । ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପାଇଁ ଦେଢରୁ ଦୁଇ କିଲୋ, ତୃତୀୟରୁ ପଞ୍ଚମ ଯାଏ ଦୁଇରୁ ତିନି କିଲୋ, ଷଷ୍ଠରୁ ଅଷ୍ଟମ ଯାଏ ତିନିରୁ ଚାରି କିଲୋ ଓ ନବମ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗର ଓଜନ ଚାରିରୁ ପାଞ୍ଚ କିଲୋ ରହିବାର ନିୟମ ଅଛି । ଅନେକ କ୍ଷେତ୍ରରେ ଅଭିଭାବକମାନେ ଅଧିକ ବହି ସହ ପିଲାମାନଙ୍କୁ ସ୍କୁଲ ପଠାଇ ଦେଉଛନ୍ତି । ଅନ୍ୟପଟେ ଘରୋଇ ସ୍କୁଲ ଗୁଡ଼ିକ ଦାମୀ ବହିରୁ ପାଠ ପଢାନ୍ତି । ଯେତେ ଅଧିକ ବହିର ଦାମ୍, ସେତେ ଅଧିକ ବହିର କ୍ବାଲିଟି ଓ ଓଜନ । ଏପରି ଦାମୀ ବହିକୁ ଅଭିଭାବକ ବସ୍ତାନୀ ଓଜନ ପାଇଁ ଦାୟୀ କରିଛନ୍ତି । ଅଭିଭାବକମାନଙ୍କ ଯୁକ୍ତି ବିରୋଧରେ ମତ ଦେଇଛି ଶିକ୍ଷକ ସମାଜ । ବହି ଆଣି ସ୍କୁଲକୁ ଆସିଲେ ହିଁ ପିଲା ପାଠ ବୁଝି ପାରିବେ । ହେଲେ ଏହା ଓଜନ ବଢାଏ ନାହିଁ ବୋଲି ଶିକ୍ଷକମାନେ ମତ ଦେଇଛନ୍ତି ।
ସ୍କୁଲ୍ ପିଲାଙ୍କର ବହି ବ୍ୟାଗ୍ ବୋଝ କମାଇବା ନେଇ ୨୦୧୯ରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଏନେଇ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ପିଲାଙ୍କ ଓଜନ ଠାରୁ ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ୍ ରହିବ । ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨କେଜି ଓଜନର ବସ୍ତାନୀ ନେଇ ସ୍କୁଲ ଯିବ । ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ବି ଏହାକୁ ପାଳନ କରାଯାଉନାହିଁ । ସେପଟେ ବ୍ୟାଗ ଓଜନକୁ ନେଇ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସଫେଇ ଦେଇଛନ୍ତି । ଅନେକ ଘରୋଇ ସ୍କୁଲ ବୁକଲେସ୍ ପନ୍ଥା ଆପଣେଇଛନ୍ତି । ହେଲେ ସରକାରୀ ସ୍କୁଲ ଓ କିଛି ଘରୋଇ ସ୍କୁଲ ବହି ଆଣିବା ଉପରେ ଗୁରୁତ୍ବ ଦେଉଛନ୍ତି । ଯାହା ପିଲାମାନଙ୍କୁ ଚାପଗ୍ରସ୍ତ କରିବା ସହ ଶାରୀରିକ ଅସୁସ୍ଥ କରି ଦେଉଛି ।
ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି
ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ଚର୍ଚ୍ଚା ଜୋରଦାର। ଦିଲ୍ଲୀରୁ ଫେରିବା ପରେ ଆସିପାରେ ନିଗମ ଓ ବୋର୍ଡର ପ୍ରଥମ ତାଲିକା। ବଢୁଛି ଆଶାୟୀଙ୍କ ସଂଖ୍ୟା, ଚିନ୍ତାରେ ଟିମ୍ ବିଜେପି। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା ପ୍ରସ୍ତୁତ ହେଉଛି। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ ସହ ଖୁବଶୀଘ୍ର ଗଢ଼ାଯିବ ରାଜ୍ୟ ବିଜେପି ଟିମ୍। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଉଭୟ ନେତା ଦିଲ୍ଲୀରୁ ଫେରିବା ପରେ ଏଥିରେ ମୋହର ବାଜିବ। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦୀ ବୋର୍ଡ, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର।
ରାଜ୍ୟରେ ମୋଟ ୫୬ଟି ନିଗମ ଥିବା ବେଳେ, କିଛି ନିଗମରେ ଅଫିସର ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୪୦ଟି ନିଗମ ଏବଂ ବୋର୍ଡରେ ରାଜନୈତିକ ନିଯୁକ୍ତି ଦିଆଯିବ। ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ ଉପରେ ରହିଛି। ଯେଉଁମାନଙ୍କୁ ସରକାରୀ ବ୍ୟବସ୍ଥାରେ ଥିଇଥାନ କରାଯାଇ ନପାରିବ, ସେମାନଙ୍କୁ ରାଜ୍ୟ ଟିମରେ ଗୁରୁଦାୟିତ୍ବ ଦିଆଯିବ। ରାଜ୍ୟ ବିଜେପି ଟିମ୍, ନିଗମ ଓ ବୋର୍ଡ ନିଯୁକ୍ତି ପାଇଁ ଏକା ସାଙ୍ଗରେ ଚାଲିଛି ଅଙ୍କକଷା। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଲବି ମଧ୍ୟ ଆରମ୍ଭ କରିଛନ୍ତି। ପୁଣି ଥରେ ସଭାପତି ଦାୟିତ୍ବ ନେବା ପରେ ନିଜ ଟିମ୍ ଗଢିବା ସହ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ଦଳ ପାଇଁ ବଡ଼ ଆହ୍ବାନ। ଶୃଙ୍ଖଳିତ ଦଳ କଥା କହି ଆଶାୟୀମାନେ ନିଯୁକ୍ତି ନେଇ ମୁହଁ ଖୋଲୁନଥିବା ବେଳେ, ସମସ୍ତଙ୍କ ନଜର ରହିଛି ମୋହନ ଓ ମନମୋହନଙ୍କ ନିଷ୍ପତ୍ତି ଉପରେ।
ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର: ପୋର୍ଟ ଫୋଲିଓ କହିଲେ ବି ଚିହ୍ନି ପାରୁନାହାଁନ୍ତି ଅଧିକାରୀ
ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର । ପୋର୍ଟ ଫୋଲିଓ କହିଲେ ବି ଚିହ୍ନିପାରୁନାହାଁନ୍ତି ଅଧିକାରୀ । ସଙ୍ଗୀନ ଅଭିଯୋଗ ଆଣିଲେ ସରକାରୀ ଦଳ ଉପ ମୁଖ୍ୟସଚେତକ । ବିରୋଧୀ କହିଲେ, ରାଜ୍ୟରେ ଚାଲିଛି ବିଚିତ୍ର ଶାସନ । ସରକାରୀ ଅଫିସର ଜାଣୁନାହାନ୍ତି ନେତାଙ୍କ ପୋର୍ଟ ଫୋଲିଓ । ବିଜେପି ସରକାରର ୧୩ ମାସ ପରେ ବି ଶାସକ ଦଳର ବିଭିନ୍ନ ପୋର୍ଟ ଫୋଲିଓ ଥିବା ନେତାଙ୍କୁ ଜାଣିପାରୁନାହାନ୍ତି ସରକାରୀ ଅଧିକାରୀ । ଫୋନରେ ପରିଚୟ ଦେଲେ ବି ଉତ୍ତର ଆସୁଛି କିଏ କହୁଛନ୍ତି ? ସରକାରୀ ଅଧିକାରୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସରକାରୀ ଦଳ ଉପ ମୁଖ୍ୟସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ନିଜର କ୍ଷୋଭ ପ୍ରକାଶ କରି ଉପ ମୁଖ୍ୟସଚେତକ କହିଛନ୍ତି ‘ଉପମୁଖ୍ୟ ସଚେତକ’ କହିଲେ ଜାଣିପାରୁନାହାନ୍ତି ଅଫିସର। ପଦପଦବୀର ଗରିମା ବୁଝିପାରୁନାହାନ୍ତି । ବିଧାୟକ କହିଲେ ଜାଣୁଛନ୍ତି ଉପମୁଖ୍ୟ ସଚେତକ କହିଲେ ବୁଝି ପାରୁନାହାନ୍ତି । ବିଧାନସଭାର ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଯଦି ଅଫିସର ଜାଣିପାରୁନାହାନ୍ତି ତେବେ ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ଚାଲିଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଉପ ମୁଖ୍ୟସଚେତକ କହିଛନ୍ତି ଆମେ ଅଫିସରଙ୍କୁ କ୍ଷମା କରିଦେବୁ ।
ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଅଫିସର ଜାଣିନପାରିବା ଅଭିଯୋଗକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୩ ମାସ ଧରି ସରକାର ଚଳାଇବା ପରେ ସରକାରୀ ଦଳ ଉପ ମୁଖ୍ୟସଚେତକ ଏପରି କହିବା ବିଧାୟକମାନଙ୍କୁ ଅପମାନ । ଗୋବିନ୍ଦକୁ ପ୍ରଶ୍ନ କରି ପ୍ରମିଳା କହିଛନ୍ତି ଯେ ଏବେ ରାଜ୍ୟରେ କିଏ ଶାସନ କରୁଛି ? ନିଜ ଦଳରେ ପ୍ରଚାର ପ୍ରସାର, ଆତ୍ମଗରିମା ନ ଛାଡିଲେ କିଛି ହବନି । ଅଫିସରଙ୍କୁ ଚିଠି ଦିଆ ହୋଇଛି କିନ୍ତୁ କେମିତି ବିଧାୟକଙ୍କୁ ଚିହ୍ନି ପାରୁନାହାନ୍ତି ? ଯେହେତୁ ଶାସକ ଦଳ କିଛି କାମ କରିପାରୁନାହାନ୍ତି କେଉଁ ବାଟ ଦେଇକି ଖସିବେ ବୋଲି ଭାବୁଛନ୍ତି । ଯଦି ସରକାରୀ ଉପ ମୁଖ୍ୟସଚେତକଙ୍କୁ ଚିହ୍ନି ପାରୁନାହାନ୍ତି ତାହାଲେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସ ଚିହ୍ନି ପାରୁଛନ୍ତି ତ ବୋଲି ପ୍ରଶ୍ନ କରିଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଓଡିଶାରେ ବିଚିତ୍ର ଶାସନ ଚାଲିଛି । ଶାସକ ଦଳ କିଛି କାମ କରୁନି କି ବିଧାନସଭା ଆଲୋଚନାରେ ବିଧାୟକମାନେ ଠିକ ଢଙ୍ଗରେ ନିଜର ଦକ୍ଷତା ପ୍ରତିପାଦନ କରୁନାହାନ୍ତି । ଖାସ ସେଥିପାଇଁ ଶାସକ ଦଳକୁ ଅଫିସରମାନେ ଚିହ୍ନି ପାରୁନାହାନ୍ତି । ପୋର୍ଟ ଫୋଲିଓରେ ଥିବା ନେତାଙ୍କୁ ଯଦି ଅଫିସର ଚିହ୍ନିପାରୁନାହାନ୍ତି , ତେବେ ଗ୍ରାଉଣ୍ଡରେ ବିଧାୟକମାନଙ୍କ କାମ କିପରି ହେଉଥିବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ୧୩ମାସର ସରକାରରେ ଯଦି ବିଧାୟକ ନ୍ୟାୟ ମାଗୁଛନ୍ତି, ତେବେ ଲୋକଙ୍କ ସମସ୍ୟା କେମିତି ଦୂର ହେବ ତାକୁ ନେଇ ବିରୋଧୀ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ।
କମିଶନ ଓ କମିଟି ଗଠନରେ ଚାଲିଛି ଶାସନ: ମିଳୁନି ନ୍ୟାୟ, ସାର୍ବଜନୀନ ହେଉନି ରିପୋର୍ଟ
କମିଶନ ଓ କମିଟି ଗଠନରେ ଚାଲିଛି ଶାସନ । ମିଳୁନି ନ୍ୟାୟ, ସାର୍ବଜନୀନ ହେଉନି ରିପୋର୍ଟ । ବିଜେଡିର ଅଭିଯୋଗ ରାଜନୈତିକ ସଂପୃକ୍ତିକୁ ଘଣ୍ଟ ଘୋଡ଼ାଯାଉଛି । ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ୧୩ ଜୁଲାଇ ୨୦୨୪-ଏଏସଓଙ୍କୁ ମାଡ ମାରିଲେ ପୂର୍ବତନ ରାଜ୍ୟପାଳଙ୍କ ପୁଅ। ଜିଲ୍ଲାପାଳସ୍ତରୀୟ ତଦନ୍ତ ରିପୋର୍ଟ ନିର୍ଦ୍ଦେଶ ଦେଲେ ସରକାର। ବର୍ଷେ ପରେ ବି ଫଳଶୂନ। ୧୫ ସେପ୍ଟେମ୍ବର ୨୦୨୪- ଭରତପୁର ଘଟଣା। ୯ ଜୁଲାଇ ୨୦୨୪ ରଥ ଉପରେ ବଡ ଠାକୁର ପଡିଗଲେ। ରିପୋର୍ଟ ଦିଆଗଲା ହେଲେ ସାର୍ବଜନୀନ ହେଲାନି। ୨୯ ଜୁନ ୨୦୨୫ରେ ରଥଯାତ୍ରା ଦଳାଚକଟା କମିଶନ ରିପୋର୍ଟ ସରକାରଙ୍କୁ ଦିଆଗଲା, ହେଲେ ସାର୍ବଜନୀନ ହେଲାନି । ମଣ୍ଡିପଙ୍କା, ଚିକିଟି ମଦମୃତ୍ୟୁ , ଜଗନ୍ନାଥ ଜମି କମିଟି, ଭୁବନେଶ୍ବର ମେଟ୍ରୋ କମିଟି, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ, କୋଟିଆ କମିଟି, ଦାଦନ ପରି ଅନେକ କମିଟି ଓ ତଦନ୍ତ ବସାଇଛନ୍ତି ୧୩ ମାସର ବିଜେପି ସରକାର। ହେଲେ କୌଣସି ଗୋଟିଏ କମିଶନ କି କମିଟି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଏପରିକି ତଦନ୍ତ ରିପୋର୍ଟ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାବି ଅଗୋଚରରେ ରହିଗଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି- ବିଭିନ୍ନ ଘଟଣାରେ ବିଜେପି ନେତାଙ୍କ ସଂପକ୍ତି ରହୁଥିବାରୁ ସରକାର ତଦନ୍ତ ଓ କମିଶନ ଆଳରେ ଘଣ୍ଟ ଘୋଡାଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି ।
କମିଶନ ଓ ତଦନ୍ତ ନିର୍ଦ୍ଦେଶ ନେଇ ଅଜବ ଯୁକ୍ତି ବାଢିଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ରିପୋର୍ଟ ସାର୍ବଜନୀନ କରାଯିବ କି ନାହିଁ ସରକାର ନିଷ୍ପତ୍ତି ନେବେ । ପୂର୍ବରୁ ବିଜେପି ବିଧାୟକ ଅଶ୍ବିନୀ ଷଢଙ୍ଗୀ ମଧ୍ୟ କହିଥିଲେ ସବୁ ରିପୋର୍ଟ ସାର୍ବଜନୀନ କରିବା ଆବଶ୍ୟକ ନୁହେଁ । କମିଶନ ଓ ତଦନ୍ତ ରିପୋର୍ଟ ନେଇ ବିରୋଧୀ ଶାସକ ଦଳକୁ ଘେରିବା ପରେ ଏପରି ଜବାବ ଦେଇଛି ବିଜେପି । ବିଜେପି ସରକାର ଆସିବା ଆରମ୍ଭରୁ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା, ଅସଦାଚରଣ ଓ ଆଇନଶୃଙ୍ଖଳା ସ୍ଥିତି। ସେପଟେ ତଦନ୍ତ କମିଶନ ରିପୋର୍ଟ କାହିଁକି ସାର୍ବଜନୀନ କରାଯାଉନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ।
କୁଆଡ଼େ ଗଲେ ନାବାଳିକା ? ୧୭ ଦିନ ପରେ ବି ଯୁବତୀଙ୍କ ମିଳୁନି ପତ୍ତା
୧୭ ଦିନ ପରେ ବି ଯୁବତୀଙ୍କ ମିଳୁନି ପତ୍ତା । ରାଉରକେଲା ତୁମକେଲା ଘାଟ ନିକଟ କୋଏଲ ନଦୀ ପିକଟରୁ ହୋଇଥିଲେ ନିଖୋଜ । କୂଳରୁ ସାଇକେଲ ଓ ଚପଲ ହୋଇଥିଲା ଉଦ୍ଧାର । କୋଏଲ ନଦୀରେ ବୁଡି ଯାଇଥିବା ସନ୍ଦେହ କରି ପୋଲିସ, ଅଗ୍ନିଶମ ବିଭାଗ ଏଵଂ ଓଡ୍ରାଫ ଟିମ ୪ ଦିନ କୋଏଲ ଓ ବ୍ରାହ୍ମଣୀ ନଦୀରେ ଖୋଜାଖୋଜି କରିଥିଲେ । କିନ୍ତୁ ନାବାଳିକାଙ୍କ ପତ୍ତା ମିଳିନାହିଁ । ନାବାଳିକାକୁ କେହି ଅପହରଣ କରି ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଖୋଜ ନାବାଳିକାଙ୍କ ପରିବାର ଲୋକେ ସେକ୍ଟର ୧୫ ଥାନାରେ ଅଭିଯୋଗ କରିବା ସହ ଉଦ୍ଧାର ପାଇଁ ଦାବି କରିଛନ୍ତି ।
ନାବାଳିକା କୁଆଡେ ଗଲେ ? ଅପହରଣ ଅଭିଯୋଗ ସତ ନା ନଦୀକୁ ଡେଇଁ ପଡିଛନ୍ତି ନାବାଳିକା ? ନାବାଳିକା କାହା ସହିତ ଆସିଥିଲେ ? ଏଭଳି ଅସୁମାହିତ ପ୍ରଶ୍ନକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଗତ ଜୁଲାଇ ମାସ ୨୧ ତାରିଖ ଅପରାହ୍ନରୁ 14 ବର୍ଷୀୟା ନାବାଳିକା ନିଖୋଜ ରହିଛନ୍ତି । ଏବେ ତାଙ୍କୁ ଉଦ୍ଧାର କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି ହୋଇଛି ।
ଦକ୍ଷ ହେବେ ବସ୍ତି ପିଲା: ନାମୀ ଦାମୀ କମ୍ପାନୀରେ ପାଇବେ ନିଯୁକ୍ତି
ଦକ୍ଷ ହେବେ ବସ୍ତି ପିଲା। ଦିଶା ଦେଖାଇବ ଲାଇଟ ହାଉସ୍। ଡାଟା ଏଣ୍ଟ୍ରିରୁ ୱେବ ଡିଜାଇନ୍। ନାମୀ ଦାମୀ କମ୍ପାନୀରେ ପାଇବେ ନିଯୁକ୍ତି । ଦକ୍ଷତା ବିକାଶ ଲାଗି ମାଗାଣାରେ ନେବେ ଟ୍ରେନିଂ। ଲାଇଟ ହାଉସରେ ସମୀକ୍ଷା କଲେ କମିଶନର । ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ। ବସ୍ତିର ପିଲାଏ ମାଗଣାରେ ପଢ଼ିବେ ଓ ଶିଖିବେ ଜ୍ଞାନକୌଶଳ। ନିଜର କଳା କୌଶଳ ଜରିଆରେ ରୋଜଗାର ପାଇଁ ବାଛିବେ ନୂଆ ପନ୍ଥା। ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ସହିତ ବିକାଶ ଧାରାରେ ସାମିଲ ହେବେ । ଲାଇଟ ହାଉସ ଜରିଆରେ ନିଜର କୌଶଳ ପରଖିବେ ଓ ପ୍ରଶିକ୍ଷଣ ନେବେ। ଲାଇଟ ହାଉସରେ ପିଲାଙ୍କୁ ଦିଆଯିବ କୁଶଳୀ ହେବା ପାଇଁ ୧୧ଟି ଟ୍ରେଡ଼ରେ ପ୍ରଶିକ୍ଷଣ। ଡାଟା ଏଣ୍ଟ୍ରି ଅପରେଟର, ଟାଲି, ଇଲେକ୍ଟ୍ରିସିଆନ, ଟେଲରିଂ, ବିପିଓ, ଫ୍ରଣ୍ଟଅଫିସ ଓ ବିଲିଂ, ଅଫିସ ପରିଚାଳନା, ବ୍ୟୁଟି ପାର୍ଲର, ନର୍ସିଂ ସହାୟିକା, ଜାଭା, ୱେବ ଡିଜାଇନ ଭଳି ୧୧ଟି ଟ୍ରେଡ଼ରେ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ। ଆଜି ଏହି ଲାଇଟ ହାଉସ ବୁଲି ସମୀକ୍ଷା କରିଛନ୍ତି ବିଏମସି କମିଶନର।
ଲାଇଟ ହାଉସରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀ ମାନେ ଏହି ଶିକ୍ଷାଦାନ ଗ୍ରହଣ କରିପାରିବେ। ଲାଇଟ ହାଉସରେ ବସ୍ତିର ଯୁବକ ଯୁବତୀ ମାନଙ୍କ ସହିତ ଅନ୍ୟ ମାନେ ବି ତାଲିମ ନେଇ ପାରିବେ । ଫାଉଣ୍ଡେସନ କୋର୍ସ ପ୍ରଥମେ ଦିଆଯିବ। ଏହି କୋର୍ସରେ ୨୨ ଦିନିଆ ସଫ୍ଟ ସ୍କିଲ ପ୍ରୋଗାମ ଦିଆଯିବାର ବ୍ୟବସ୍ଥା ରହିଛି । ପିଲାଙ୍କ ଭିତରେ ଥିବା ପ୍ରତିଭା ବା କୌଶଳକୁ ଦେଖିବା ପରେ ଟ୍ରେଡ଼ ବାଛିବାର ସୁଯୋଗ ମିଳିବ। ଏହା ଦ୍ୱାରା ସ୍ଥାନୀୟ ଯୁବକଙ୍କ ଆର୍ଥିକ ସ୍ଥିତି ସୁଧୁରୀ ପାରିବ ବୋଲି ସ୍ଥାନୀୟ କର୍ପୋରେଟର କହିଛନ୍ତି। ଏବେ ସୁଦ୍ଧା ରାଜଧାନୀ ରେ ଦୁଇ ହଜାର ପିଲାଙ୍କୁ ଟ୍ରେନିଂ ଦିଆଯାଇଛି । ସେଥି ମଧ୍ୟରୁ ୧୨୦୦ ଯୁବକ ଯୁବତୀ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି ।
ବିପଦରେ ଶ୍ରୀମନ୍ଦିର ସୁରକ୍ଷା: କେତେବେଳେ ଭିତରକୁ ଯାଉଛି ଫୋନ୍ ତ ଆଉ କେତେବେଳେ ଉପରେ ଉଡିଛି ଡ୍ରୋନ୍
ବିପଦରେ ଶ୍ରୀମନ୍ଦିର ସୁରକ୍ଷା । କେତେବେଳେ ଭିତରକୁ ଯାଉଛି ଫୋନ୍ ତ ଆଉ କେତେବେଳେ ଉପରେ ଉଡିଛି ଡ୍ରୋନ୍ । ଏବେ ବାରମ୍ବାର ସ୍ପାଏ କ୍ୟାମ ଚଷମା ଦ୍ବାରା ଭିତର ଚିତ୍ର ଉତ୍ତୋଳନ ମନ୍ଦିର ପ୍ରଶାସନର ବଢାଇଛି ଚିନ୍ତା । ଏନେଇ ଶ୍ରୀମନ୍ଦିର ଆଇନ ୧୯୫୫ର ଧାରା ୩୦A ଉପଧାରା ୬ରୁ୯ ପର୍ଯ୍ୟନ୍ତ ସଂଶୋଧନ କରି କଡା ପଦକ୍ଷେପ ନେଇ ପ୍ରସ୍ତାବ ପାରିତ ହୋଇଛି l ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଭିତରେ ଫଟୋ କିମ୍ଭା ଭିଡ଼ିଓ ଉତ୍ତୋଳନ ପାଇଁ ୩ବର୍ଷ ସଶ୍ରମ କାରାଦଣ୍ଡ ବା ୨୦ହଜାର ଟଙ୍କାର ପାଇଁ ବ୍ୟବସ୍ଥା ରହିଛି । ବେଆଇନ ଡ୍ରୋନ ଉଡାଣ ନେଇ ୭ବର୍ଷ ଜେଲ ଅଥବା ୫୦ହଜାର ଟଙ୍କାର ଫାଇନ ରହିଛି l ଏଭଳି କଡା ଫାଇନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି l ଏପରିକି ସାମାଜିକ ଗଣ ମାଧ୍ୟମରେ ମହାପ୍ରଭୁଙ୍କୁ ନେଇ ଧାର୍ମିକ ବିରୋଧୀ ମନ୍ତବ୍ୟ ବା କୌଣସି ଫୋଟୋ ବା ଭିଡ଼ିଓ ପ୍ରଦଶ୍ରନକୁ ନେଇ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜଣା ପଡ଼ିଛି l ଅନ୍ୟପକ୍ଷରେ ଏପରି ଆଇନ ବ୍ୟବସ୍ଥା ଶ୍ରୀମନ୍ଦିର ସୁରକ୍ଷା ନେଇ ପର୍ଯ୍ୟଟକ ଓ ଭକ୍ତ ମହଲରେ ସଚେତିତ ହେବା ସହ ଭୟ ରହିବ ବୋଲି ପୁରୀ ଏସ୍ପି ମତ ରଖିଛନ୍ତି ।
ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକାତର ବିଷୟ । ଏହାକୁ ନେଇ ବହୁ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁଚିନ୍ତିତ ମତାମତ ପ୍ରଦାନ କରାଯାଇଥିବା ସତ୍ୱେ ଏହାର କାର୍ଯ୍ୟକାରିତା ନେଇ ପଦକ୍ଷେପ ହୋଇନାହିଁ । ଶ୍ରୀମନ୍ଦିର ଉପରେ ନୋ ଫ୍ଲାୟିଙ୍ଗ ଜୋନ ଘୋଷଣା ସତ୍ୱେ ବେଆଇନ ଭାବେ ଡ୍ରୋନ ଉଡୁଥିବା ବେଳେ ଏହାକୁ ରୋକିବା ନେଇ ସେଭଳି କୌଣସି ଆଖି ଦୃଶିୟା ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଏଥିସହ ମନ୍ଦିର ଭିତରର ଫଟୋ ଓ ଭିଡ଼ିଓ ଭାଇରାଲ ସତ୍ୱେ କେବଳ ନୋଟିସ ଦେଇ ପୋଲିସ ଚୁପ ବସୁଥିବା ନଜରକୁ ଆସିଛି l ଅନ୍ୟ ପକ୍ଷରେ ଶ୍ରୀମନ୍ଦିରରେ ବର୍ତ୍ତମାନ ସୁଦ୍ଧା ପରିଚାଳନା କମିଟି ଗଠନରେ ରାଜ୍ୟସରକାର ବିଫଳ ହୋଇଛନ୍ତି । ଏବେ ମନ୍ଦିର ସୁରକ୍ଷା ନେଇ ଆଇନ ସଂଶୋଧନ ଏକ ପ୍ରହଳିକା ବୋଲି ମତ ପ୍ରକାଶ ପାଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ହୋଇନଥିବାବେଳେ ଏଥିରେ ଆହୁରି ଅଧିକ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବସ୍ଥାର ବ୍ୟବହାର ଆବଶ୍ୟକତା ରହିଛି l

