spot_img
Home Blog Page 5080

ମାଉଣ୍ଟ ୟୁନୁମ୍ ଶୃଙ୍ଗରୁ ସଫଳ ପର୍ବତାରୋହଣ, ୮୦ଜଣ ମଧ୍ୟରୁ ଓଡ଼ିଶାରୁ ୬

ଭୁବନେଶ୍ୱର: ମାଉଣ୍ଟ ୟୁନୁମ୍ ଶୃଙ୍ଗର ସଫଳ ପର୍ବତାରୋହଣ ସହିତ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ଦଳ । ଭାରତୀୟ ଦଳରେ ମୋଟ ୮୦ଜଣ ପର୍ବତାରୋହୀ ଥିବା ବେଳେ ସେଥିରେ ଓଡିଶାରୁ ୬ଜଣ ପର୍ବତାରୋହୀ ସାମିଲ ଥିଲେ । ସଫଳ ପର୍ବାତାରୋହଣ ପରେ ଆଜି ଓଡିଶା ସଦସ୍ୟମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ରେଳ ଷ୍ଟେସନରେ ଆସୋସିଏସନ୍ ଫର ଆଡଭାଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟି ସଙ୍ଗଠନ ପକ୍ଷରୁ ପର୍ବତାରୋହୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା ।

ଗତ ସେପ୍ଟମ୍ବର ୧୦ ତାରିଖରେ ହିମାଚଳପ୍ରଦେଶର ମନାଲି ଠାରୁ ଯାତ୍ରା ଆରମ୍ଭ କରିଥିଲା ଏହି ଦଳ । ମନାଲିରୁ ବାହାରି ଲାହୁଲ ସ୍ଥିତି ଓ ଭରତପୁର ଦେଇ ଯାତ୍ରା ଶେଷ କରିଥିଲା ଟିମ୍ । ପର୍ବତର ଶୀର୍ଷରେ ଭାରତର ଜାତୀୟ ପତାକା ଲଗାଇ ଖୁସି ଜାହିର କରିଛନ୍ତି ଟିମର ସଦସ୍ୟମାନେ ।

ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୬ ଶହ ପାର

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଦୈନିକ ସଂକ୍ରମଣ ସଂଖ୍ୟା  । ନିୟମିତ ସଂଖ୍ୟା ରହୁଛି ଦେଢଶହ ପାର  । ରାଜ୍ୟରେ ଗତ24ଘଣ୍ଟାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6ଶହ ପାର କରି 615ରେ ପହଞ୍ଚିଛି  । ସେପଟେ ଗତ 24ଘଣ୍ଟାରେ ରାଜ୍ୟରୁ 615ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ କେବଳ ଚିହ୍ନଟ ହୋଇଛନ୍ତି 323 ଜଣ  । ନୂଆ ଚିହ୍ନଟଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି 184ଜଣ  ।

ଅନ୍ୟପଟେ ନୂଆ ସଂକ୍ରମିତଙ୍କ ମଧ୍ୟରୁ 134ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ 50ଜଣ କ୍ଵାରେନଣ୍ଟାଇନରୁ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ 68ଜଣ ଶୁନରୁ 18ବର୍ଷ ବର୍ଗରେ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି 15ଜଣ  ।  ବର୍ତ୍ତମାନ ଶିଶୁଙ୍କ ସମେତ ବିଭିନ୍ନ ବର୍ଗରୁ ଲୋକେ ସଂକ୍ରମିତ ହେଉଥିବା ପରିଲକ୍ଷିତ ହେଉଛି ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ  ।

ପୂଜା ସମୟରେ କୋଭିଡ ବଢିବା ନେଇ ପ୍ରଶାସନ ଆଶା ପ୍ରକଟ କରିଥିଲେ  । ପୂର୍ବରୁ ଏନେଇ ପୂଜା ଗାଇଡଲାଇଲନ ଜାରି କରିଥିଲେ ସରକାର । ଟ୍ୱିନ ସିଟିରେ ବ୍ୟାପକ କଟକଣା ପ୍ରସ୍ତୁତ କରିବା ସହ ମୂର୍ତ୍ତି ଉଚ୍ଚତା ଏବଂ ପୂଜା ମଣ୍ଡପରେ କମ ସଂଖ୍ୟକ ଲୋକରେ ପୂଜା କାର୍ଯ୍ୟ ସମାପନ କରିବାକୁ ଗାଇଡ ଲାଇନ ଜାରି କରିଥିଲେ ପ୍ରଶାସନ  ।

୧୫ ପିଲା ଜନ୍ମ କରିବାରୁ ମନ୍ତ୍ରୀ ଦେଲେ ୧ ଲକ୍ଷ ଟଙ୍କା

ଇମ୍ଫାଲ: ଏକାଧିକ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଟଙ୍କା ବାଣ୍ଟିଲେ ମନ୍ତ୍ରୀ । ମିଜୋରାମର ଖେଳ ମନ୍ତ୍ରୀ ରବର୍ଟ ସୋମାବିୟା ରୋୟତେ ୧୭ ଜଣ ମହିଳାଙ୍କୁ ୨.୫ ଲକ୍ଷ ଟଙ୍କା ବାଣ୍ଟିଛନ୍ତି । ୧୫ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ୧୩ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଦ୍ୱିତୀୟ ପୁରସ୍କାର ଦିଆଯାଇଛି ।

ମନ୍ତ୍ରୀଙ୍କ ଅନୁସାରେ, ‘ଅଧିକ ଛୁଆ ଜନ୍ମ କର’ ଅଭିଯାନରେ ଏହି ଅର୍ଥ ଦିଆଯାଇଛି । ଏହି ଅଭିଯାନ ୟଙ୍ଗ ମିଜୋ ଆସୋସିଏସନ ଓ କେତେକ ଚର୍ଚ୍ଚ ସଂଗଠନ ଚଳାଇଛନ୍ତି । ଅବୈଧ ଅନୁପ୍ରବେଶ ରୋକିବା ପାଇଁ ସ୍ଥାନୀୟ ଜନସଂଖ୍ୟା ବୃଦ୍ଧି ଏହାର ଲକ୍ଷ୍ୟ । ପ୍ରଥମ ପୁରସ୍କାର ପାଇଥିବା ମହିଳାଙ୍କ ନାମ ନଙ୍ଗୁରାଉବି । ତାଙ୍କର ୮ଟି ଝିଅ ଓ ୭ ପୁଅ ଅଛନ୍ତି । ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଛି ।

ଦ୍ୱିତୀୟ ପୁରସ୍କାର ପାଇଥିବା ଲିୟାନଥାଙ୍ଗିଙ୍କ ୧୩ଟି ଛୁଆ ରହିଛି । ତାଙ୍କୁ ୩୦ ହଜାର ଟଙ୍କା ଦିଆଯାଇଛି । ଦୁଇ ମହିଳା ଓ ଜଣେ ପୁରୁଷ ତୃତୀୟ ପୁରସ୍କାର ପାଇଛନ୍ତି । ସେମାନଙ୍କର ୧୨ଟି ଲେଖାଏଁ ଛୁଆ ରହିଛନ୍ତି । ସମସ୍ତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି । ୮ଟି ଲେଖାଏଁ ଛୁଆ ଥିବା ୧୨ ଜଣ ମହିଳାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ତିନି ନୂଆ ବିଚାରପତି, ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ତିନିଜଣ ବିଚାର ପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ବିଧାନ ଧାରା ୨୧୭ ଅନ୍ତର୍ଗତ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି  । ଓଡ଼ିଶା ହାଇକୋର୍ଟ ପାଇଁ ବିଚାରପତି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ୍ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ବିଚାରପତି କରାଯାଇଛି  ।

କାର୍ଯ୍ୟକ୍ଷେତ୍ରରେ ବରିଷ୍ଠତା ଅନୁଯୀୟ ବିଚାରପତି ଭାବେ ସରକାର ଏହି ପ୍ରକ୍ରିୟାରେ ନାମ ସାମିଲ କରିଛନ୍ତି  । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି  । ଗତ ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ବିଚାରପତିଙ୍କ ନାଁ ସୁପାରିଶ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଟି ହାଇକୋର୍ଟରେ ୬୮ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନାଁ ପଠାଯାଇଥିଲା ।

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ, ରାଜେଶ ଧୂପର ଅଧିନାୟକ

କଟକ: ବିସିସିଆଇ ଘରୋଇ ସିଜିନ ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ ।  ୨୧ ଜଣିଆ ଦଳ ବୁଧବାର ବିଧିବଦ୍ଧ ଭାବରେ ଘୋଷଣା କରିଛି ଓସିଏ । ଚଳିତ ବର୍ଷ୍ ମ୍ୟାଚ ପାଇଁ ରାଜେଶ ଧୂପରଙ୍କୁ  ଅଧିନାୟକ ଦାୟିତ୍ୱ ଦେଇଛି କମିଟି । ଏହାସହ ଦକ୍ଷ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ଏହି ଟ୍ରଫି ପାଇଁ ବିଶ୍ରାମ ଦିଆଯାଇଛି ।

ସୁଚନା ମୁତାବକ ଚଳିତ ମାସ 27 ତାରିଖରେ ଲକ୍ଷ୍ମୌ ଗସ୍ତ କରିବ ଓଡିଶା ଟିମ । 4 ନଭେମ୍ବର ରୁ ଆରମ୍ଭ ହେବ ଓଡିଶା ର ଅଭିଯାନ । ପ୍ରଥମ ମ୍ୟାଚରେ ଗୋଆ, ଏହାପରେ ତାମିଲନାଡୁ, ମହାରାଷ୍ଟ୍ର , ପଞ୍ଜାବ  ଓ ପୁଡୁଚେରୀକୁ ଭେଟିବ ଓଡ଼ିଶା  କ୍ରିକେଟ ଦଳ ।

ତେବେ ଗତ ବର୍ଷ କୋଭିଡ ପାଇଁ ଅଭ୍ୟାସ ବାଧାପ୍ରାପ୍ତ ହେବାରୁ ଓଡିଶା ମୁସ୍ତାକ ଅଲି ଟ୍ରଫିରେ ଆଖି ଦୃଷ୍ଟିଆ ପ୍ରଦର୍ଶନ କରିପାରି ନଥିଲା।  ସେପଟେ ଚଳିତ ବର୍ଷ ଟ୍ରଫି ନେଇ ଓଡ଼ିଶା ଦଳ ଭଲ ଅଭ୍ୟାସ କରିଥିବାବେଳେ ଏଥର ଟ୍ରଫି ଅକ୍ତିଆର କରିବା ନେଇ ଆଶାବାଦୀ ଅଛି ଦଳ  ।

ଆର୍ଯ୍ୟନଙ୍କ ବିରୋଧରେ NCB ଲଗାଇଲା ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗ

ମୁମ୍ବାଇ: ସମୟ ଗଡ଼ିବା ସହ ଆର୍ଯ୍ୟନଙ୍କ ଲାଗି ଅଡ଼ୁଆ ବଢ଼ୁଛି । କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଗୁରୁବାରକୁ ଘୁଞ୍ଚିଛି । ଆଜି କୋର୍ଟରେ ଶୁଣାଣି ବେଳେ ଆଡିସନାଲ ସଲିସିଟର ଜେନେରାଲ୍ ଆର୍ଯ୍ୟନଙ୍କ ବିରୋଧରେ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, ଏହା ବିଶ୍ୱାସ କରିବା ସହଜ ନୁହେଁ ଯେ କେହି ଆର୍ଯ୍ୟନଙ୍କୁ ଆମନ୍ତ୍ରଣ କରିଥିଲେ । ଯଦି ଆମନ୍ତ୍ରଣ କରିଥିଲେ ତାହା ଗଲା କୁଆଡ଼େ ? ତାଙ୍କ ଯୁକ୍ତି ଅନୁସାରେ, ତାଙ୍କ ସହ ଅନ୍ୟ କେହି ଡ୍ରଗ୍ସ ନେଇ ଯାଇଥିଲେ । ସେଠାକୁ ସେ କେବଳ ନିମନ୍ତ୍ରଣରେ ପହଞ୍ଚିଥିଲେ ଏବଂ ଅଧିକରୁ ଅଧିକ ଡ୍ରଗ୍ସ ସେବନ କରିଥାନ୍ତେ ।

NCB Claims Aryan Khan Is Involved In International Drug Trafficking

ଅନ୍ୟପଟେ ଆର୍ଯ୍ୟନଙ୍କ ବିରୋଧରେ ଷଡ଼ଯନ୍ତ୍ର ନେଇ ଅଭିଯୋଗକୁ ଏନସିବି ପକ୍ଷରୁ ଖଣ୍ଡନ କରାଯାଇଛି । ଆର୍ଯ୍ୟନ ଖାନ ଓ ଡ୍ରଗ୍ସ ବେପାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଏନିସିବି ହାତରେ ଲାଗିଛି । ମିଳିଥିବା ଚାଟରୁ ଟଙ୍କା କାରବାର ସହ ବିଦେଶୀ ନାଗରିକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି ।

ଡ୍ରଗ୍ସ ବ୍ୟବସାୟୀ ଜଣଙ୍କ ଆର୍ଯ୍ୟନଙ୍କ କାରରେ ତାଙ୍କ ଘରକୁ ଯାଇଥିଲେ । ଅରବାଜଙ୍କ ପାଖରେ ଡ୍ରଗ୍ସ ଥିଲା, ତାହା ଆର୍ଯ୍ୟନ ସେବନ କରିଥାନ୍ତେ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବି ଏଯାବତ୍ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୪ ଜଣ ଡ୍ରଗ୍ସ ମାଫିଆ ଅଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ । ଜର ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏମ୍ସରେ ଆଡମିଟ୍ କରାଯାଇଛି । ସୂତ୍ର ଅନୁସାରେ, ଦୁଇଦିନ ତଳେ ମନମୋହନଙ୍କୁ ଜର ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ମନମୋହନ ସିଂହ ଚଳିତବର୍ଷ କରୋନାରେ ସଂକ୍ରମିତ ହୋଇଥିଲେ । ୧୯ ଏପ୍ରିଲରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଏମ୍ସର ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ୍ ୨୯ରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ମନମୋହନ କରୋନା ଟିକାର ଦୁଇଟି ଯାକ ଡୋଜ୍ ମଧ୍ୟ ନେଇଛନ୍ତି ।

ମନମୋହନଙ୍କୁ ୮୮ ବର୍ଷ ହୋଇଥିବା ବେଳେ ସେ ମଧୁମେହରେ ପୀଡ଼ିତ । ତାଙ୍କର ଦୁଇଥର ବାଇପାସ୍ ସର୍ଜରୀ ହୋଇଛି ।

ପାତ୍ରପଡ଼ାରେ ମନିଷ ମୃତ୍ୟୁ ମିଷ୍ଟ୍ରି: ସୈତାନ ସାଜିଲେ ରାତିର ସାଥି !

ଭୁବନେଶ୍ୱର: ସନ୍ଦେହ ଘେରରେ ଭନ୍ଧୁଙ୍କ ଭୂମିକା । ସାଙ୍ଗ ଥିବା ବ୍ୟକ୍ତି ସୈତାନ ହୋଇଗଲେ ନାହିଁ ତ ? କାରଣ ମନିଷ ଅନୁରାଗ ମୃତ୍ୟୁର ଆଙ୍ଗେଲ କେବଳ ସେଇଆଡକୁ ହିଁ ଟାଣି ନେଉଛି  । ରାତି ସାରା ସାଥିରେ ଥିବା ବନ୍ଧୁ ଫେରିଲା ବେଳକୁ କୁଆଡ଼େ ଗଲେ  । ବେଳକୁ ବେଳ ଖୋଲୁଛି ଗୁମର, ହଟୁଛି ସସପେନ୍ସ । ମୃତ୍ୟୁ ପୂର୍ବରୁ ମନିଷଙ୍କ ସାଙ୍ଗରେ ଥିବା ୨ ସନ୍ଦିଗ୍ଧ କନ୍ଧମାଳରେ ସରେଣ୍ଡର କରିଛନ୍ତି । ମନୀଷଙ୍କ ମୃତ୍ୟୁ କେମିତି ହେଲା ପୋଲିସକୁ କହିଲେ କଳାରାତିର ସତ । ପୋଲିସ ସ୍କାନରରେ ମୁଖ୍ୟ କାର୍ପଟଦାର ଅମ୍ରିତ ବିଶ୍ବାଳ ।

ଅମ୍ରିତ ଓ ହିମାଂଶୁ ନାମକ ଜଣ ଯୁବକକୁ ଉଠାଇ ଜେରା କରୁଥିବା ବେଳେ ସାମ୍ନାକୁ ଆସିଥିଲା ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଚେହେରା । ୨ ଜଣଙ୍କୁ ଧରିବାକୁ ପୋଲିସ ପିଛା କରୁଥିବା ବେଳେ ଫୁଲବାଣୀ ଟାଉନ ଥାନାରେ ଦୁଇ ଜଣଙ୍କ ଆତ୍ମସମର୍ମପଣ କରିଥିଲେ । ମନୀଷ ମୃତ୍ୟୁର ସତ ଜାଣିବାକୁ ୫ ଜଣଙ୍କୁ ମାରାଥନ ଜେରା କରୁଛି ସ୍ପେଶାଲ ଟିମ । ସିସିଟିଭି ଫୁଟେଜ ଆଧାରରେ ହୋଟେଲ ଭିତର ରହସ୍ୟ ଖୋଜୁଛି ପୋଲିସ ।

୪ ଘଣ୍ଟା ଧରି ମନୀଷଙ୍କ ସହ କିଏ କିଏ ଥିଲେ । ମନୀଷଙ୍କ ସାଙ୍ଗରେ ଯାଇଥିବା ଦିନେଶ ଓ ମୃତ୍ୟୁଞ୍ଜୟ କାହିଁକି ମନୀଷକୁ ଛାଡି ଆଗୁଆ ଗଲେ । ମୃତ୍ୟୁ ପୂର୍ବରୁ ମନୀଷଙ୍କ ସାଙ୍ଗରେ ଦିନେଶ ଓ ମୃତ୍ୟୁଞ୍ଜୟ ପରେ ଆଉ କିଏ କିଏ ଥିଲେ ? ହୋଟେଲ ଭିତରେ କଣ ଘଟିଥିଲା ? ମନୀଷଙ୍କ ମୃତ୍ୟ କେମିତି ହେଲା ? ଏସବୁ ଦିଗକୁ ନେଇ ଜେରା କରୁଛି ଟିମ । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ମନୀଷଙ୍କ ଶରୀରେ କ୍ଷତ ଚିହ୍ନ ନାହିଁ । ସେ ପାଣିରେ ବୁଡି ମରି ନାହାନ୍ତି । ତାଙ୍କର ଶ୍ବାସ ରୁଦ୍ଧ ଯୋଗୁ ମୃତ୍ୟୁ ହୋଇଛି ।

ସ୍ତ୍ରୀ ଉପରେ ନାଗ ସାପ ଛାଡ଼ି ହତ୍ୟା, ସ୍ୱାମୀଙ୍କୁ ଦୁଇଥର ଆଜୀବନ ଜେଲ୍

ଥିରୁଅନନ୍ତପୁରମ: ସ୍ତ୍ରୀ ଉପରେ ସାପ ଛାଡ଼ି ହତ୍ୟା ମାମଲାର ରାୟ ଆସିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଲଗାତାର ଦୁଇଥର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଥିସହ କୋର୍ଟ ଅଭିଯୁକ୍ତ ସରୋଜ କୁମାରଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସରୋଜ ଲଗାତାର ୧୦ ଓ ୭ ବର୍ଷ କରି ସଜା କାଟିବ । ଏହି ରାୟ ଶୁଣାଇଛନ୍ତି କୋଲାମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ।

Kerala man jailed for killing wife with cobra in Kerala

୨୦୨୦ ମେ ୭ ତାରିଖରେ ସ୍ୱାମୀ ସରୋଜ, ସ୍ତ୍ରୀ ଉଥ୍ରା ଶୋଇଥିବା ବେଳେ ବିଷାକ୍ତ ନାଗ ସାପ ଛାଡ଼ି ଦେଇଥିଲା । ଏହାକୁ ଅଘଟଣର ରୂପ ଦେବାକୁ ଚେଷ୍ଟା କରିଥିଲା ସରୋଜ । ଉଥ୍ରାଙ୍କ ପରିବାର ସରୋଜକୁ ସନ୍ଦେହ କରିଥିଲେ । ଅଭିଯୋଗ କରିଥିଲେ ସୁନା ଓ ଟଙ୍କା ପାଇଁ ଉଥ୍ରାଙ୍କୁ ସରୋଜ ମାରି ଦେଇଛି ।

ଉକ୍ତ ଘଟଣାର ୯ ମାସ ପୂର୍ବରୁ ମଧ୍ୟ ବୋଡ଼ା ସାପ କାମୁଡ଼ାର ଶିକାର ହୋଇଥିଲେ ଉଥ୍ରା । ପୋଲିସ ମାମଲାର ତଦନ୍ତ କରି ଏକ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ ସରୋଜଙ୍କ ସହ ତାଙ୍କ ବାପା, ମାଆ ଓ ଉଭଣୀକୁ ପୋଲିସ ଗିରଫ କରିଥିଲା । ଏଭଳି କେସ୍ କ୍ୱଚିତ୍ ହୋଇଥିବା ବେଳେ କୋର୍ଟ ସ୍ୱାମୀଙ୍କୁ ଦୁଇଥର ଆଜୀବନ ସଜ୍ଜା ଶୁଣାଇଛନ୍ତି ।

ଗୁପଚୁପରେ ନିଶା ଦେଇ ଝିଅକୁ ହୋଟେଲରେ ଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଛି ଲଜ୍ଜା ଜନକ ଘଟଣା । ଲଲିତପୁର ଜିଲ୍ଲାର ଜଣେ ୧୭ ବର୍ଷର ଝିଅ ବାପା ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଝିଅ ଅଭିଯୋଗ ଅନୁସାରେ, ନିଜ ପିତା ସହ ସପା-ବସପା ନେତା କିଛି ବର୍ଷ ଧରି ଦୁଷ୍କର୍ମ କରୁଛନ୍ତି । ଝିଅର ଅଭିଯୋଗ ପ୍ରକାରେ, ପୋଲିସ ଦୁଷ୍କର୍ମ ସହ ଷଡ଼ଯନ୍ତ୍ର ରଚିବା ଆଦି ଦଫାରେ ମାମଲା ରୁଜୁ କରିଛି ।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳୁ ପିତା ଶାରୀରିକ ଶୋଷଣ କରୁଛନ୍ତି । ସପା ଜିଲ୍ଲାଧ୍ୟକ୍ଷ ତିଲକ ଯାଦବ ମଧ୍ୟ ବାପାଙ୍କ ଆଗରେ ଦୁଷ୍କର୍ମ କରିଛନ୍ତି । ତିଲକଙ୍କ ୩ ଜଣ ସାନ ଭାଇ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଏମିତି ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଝିଅକୁ ବାପା ଅଶ୍ଲୀଳ ଭିଡିଓ ଦେଖାଇଥିଲେ । ବିରୋଧ କରିବାରୁ ବାପା ମାଡ଼ ମାରିଥିବା କହିଛନ୍ତି ଝିଅ ।

 Minor Girl Alleged Rape By Father In UP Lalitpur

ଏହାପରେ ବାରମ୍ବାର ପିତା ଦୁଷ୍କର୍ମ ଉଦ୍ୟମ କରିଥିବା କହିଛନ୍ତି ପୀଡ଼ିତା । ଗୋଟିଏ ଦିନ ଝିଅକୁ ସ୍କୁଲରୁ ଆଣି ଗୁପଚୁପରେ ନିଶା ଦେଇ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପ୍ରତିବାଦ କରିବାରୁ ମାଆ, ଝିଅଙ୍କୁ ମାରିଦେବାକୁ ବାପା ଧମକ ଦେଇଥିଲେ । ଏହି ମାମଲାରେ ୩ ଅଜଣା ଓ ୨୫ ଜଣ ଜଣାଶୁଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।

ମାମଲା ରୁଜୁ ପରେ ଅଭିଯୁକ୍ତ ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ତିଳକ ଯାଦବ ନିଜକୁ ନିର୍ଦ୍ଦୋଷ କହିଛନ୍ତି । ଏଥିସହ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସେ । ଏପରିକି ନିରପେକ୍ଷ ତଦନ୍ତ ନହେଲେ ମଝି ରାସ୍ତାରେ ଆତ୍ମହତ୍ୟା କରିବେ, ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି ।