spot_img
Home Blog Page 5102

ଟେକ୍ନିକାଲ ସ୍କୁଲରେ କୁକିଂ କ୍ଳାସ୍: ତାଲିମ ସାଙ୍ଗକୁ ରୋଜଗାର କରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟେକ୍ନିକାଲ ସ୍କୁଲରେ କୁକିଂ କ୍ଳାସ । ତାଲିମ ସାଙ୍ଗକୁ ରୋଜଗାର କରୁଛନ୍ତି ଭୁବନେଶ୍ୱର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ। କୁକିଂ, ବେକିଂ ଆଉ ସେଲିଂ ଭଳି ଶିକ୍ଷା ଯୋଗାଇଦେଇ ପିଲାଙ୍କୁ କରୁଛି ଆତ୍ମନିର୍ଭର । ପଞ୍ଚତାରକା ହୋଟେଲରେ ସେଫ ହୁଅନ୍ତୁ କିମ୍ବା ନିଜର ବ୍ୟବସାୟ ପ୍ରତିଷ୍ଠାନ ପାଇଁ ମିଳୁଛି ସବୁ ପ୍ରକାରର ପ୍ରଶିକ୍ଷଣ । ତା’ ସାଙ୍ଗକୁ ସୁଦକ୍ଷା ଭଳି ସରକାରୀ ଯୋଜନା ଯୁବତୀଙ୍କୁ କରିଛି ଅଧିକ ପ୍ରୋତ୍ସାହିତ।

ପାଠ ପଢା ସହ ରୋଜଗାରର ସୁଯୋଗ । ସ୍ୱଳ୍ପ ସମୟରେ ଆତ୍ମନିର୍ଭରଶୀଳ ଓ ନିଯୁକ୍ତିର ସୁବିଧା । ସଫଳ କାର୍ଯ୍ୟକାରୀ ହେଉଛି ସୁଦକ୍ଷା ଓ ନାନୋ ୟୁନିକନ ଯୋଜନା  । ସ୍ୱତନ୍ତ୍ର କୋର୍ସ ପ୍ରତି ବଢୁଛି ପିଲାଙ୍କ ଆଗ୍ରହ  । ଆଇ.ଟି.ଆଇ କହିଲେ ମନକୁ ଆସେ ଇଲେକ୍ଟ୍ରିକାଲ, ମେକାନିକାଲ କିମ୍ବା ରୋବରଟିକ୍ସ ପାଠପଢା। ହେଲେ ଭୁବନେଶ୍ୱର ସରକାରୀ ଆଇ ଟି ଆଇ ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଗାଇ ଦେଉଛି ହସ୍ପିଟାଲିଟି କୋର୍ସ । ଯେଉଁଥିରେ କୁକିଂ, ବେକିଂ ପାଲଟିଛି ମୁଖ୍ୟ ଆକର୍ଷଣ। ଫାଇଭ ଷ୍ଟାର ହୋଟେଲ କି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟ ପାନୀୟ ହେଉ କିମ୍ବା ବଜାରରେ ମିଳୁଥିବା ଅତ୍ୟାଧୁନିକ ଖାଦ୍ୟ ସେସବୁର ପ୍ରସ୍ତୁତି ପ୍ରଣାଳୀର ଦିଆଯାଉଛି ପ୍ରଶିକ୍ଷଣ । ୧ବର୍ଷର କୋର୍ସ ସାଙ୍ଗକୁ ତାରକା ହୋଟେଲରେ କାମ ଶିଖିବା ପାଇଁ ଟ୍ରେନିଂ ଫ୍ୟାସିଲିଟି ରହିଛି । ବ୍ୟବସାୟ କରିବା ମଧ୍ୟ ଶିଖାଯାଉଛି ଏହି ପାଠ୍ୟକ୍ରମ। ସେଥିପାଇଁ ଆଇ ଟି ଆଇ ପରିସରରରେ ଖୋଲିଛନ୍ତି କାଉଣ୍ଟର । ପାଠ ପଢିବା ସହ ରୋଜଗାର ବି କରୁଛନ୍ତି ପିଲା  ।

ଭୁବନେଶ୍ୱର ଆଇ ଟି ଆଇ ରାଜ୍ୟର ପ୍ରଥମ ତଥା ଏକମାତ୍ର ପଶୀକ୍ଷଣ କେନ୍ଦ୍ର ଯେଉଠି ପିଲାଙ୍କୁ ଦିଆଯାଉଛି ରୋଷେଇ ସମ୍ବନ୍ଧୀୟ ଶିକ୍ଷା। ରାଜ୍ୟ ସରକାରଙ୍କ ସୁଦକ୍ଷା ଯୋଜନାରେ ମାଗଣା ଶିକ୍ଷା ସହ ଷ୍ଟାଇପେଣ୍ଡର ସୁବିଧା ରହିଛି  । କୋର୍ସ ସରିବା ପରେ ଆତ୍ମନିର୍ଭରଶୀଳ ହେବା ପାଇଁ ପୁଣି ନାନୋ ୟୁନିକନ ଯୋଜନାରେ ରହିଛି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ । ଭୁବନେଶ୍ୱରର କିଛି ଛୋଟ ବଡ଼ ରେଷ୍ଟୁରାଣ୍ଟ ବର୍ତ୍ତମାନ ଆଇ ଟି ଆଇ ପିଲାଙ୍କ ହାତ ତିଆରି ଜିନିଷ କିଣୁଥିବାବେଳେ ଖୁବଶୀଘ୍ର Fssi ଓ BMC ପକ୍ଷରୁ ମିଳିବ ଗୁଣବତ୍ତା ସାର୍ଟିଫିକେଟ

ଆଚାର ପ୍ରସ୍ତୁତି କାରଖାନା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲାରେ ଲେମ୍ୱୁର ଅଭାବୀ ବିକ୍ରି

ମୟୂରଭଞ୍ଜ: ଅଭାବୀ ବିକ୍ରିର ଶିକାର ଲେମ୍ବୁ ଚାଷୀ । ମୟୂରଭଞ୍ଜ ଜିଲ୍ଲାରେ ଉତ୍ପାଦନ ଲେମ୍ବୁର ଚାହିଦା କମିବାରେ ଲାଗିଲାଣି । ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ ପଚି ସଢି ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଫଳରେ ଆର୍ଥିକ ସ୍ତରରେ କ୍ଷତି ସହୁଛନ୍ତି ଚାଷୀ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ସ୍ଥାପନା ହୋଇଥିବା ଆଚାର ପ୍ରସ୍ତୁତି କାରଖାନା ଚାଷୀଙ୍କୁ କିଛି ମାତ୍ରାରେ ସହାୟକ ହେଉଛି ।

ଲେମ୍ବୁ ଚାଷୀଙ୍କ ଉପରେ ପଡିଛି ଚଡ଼କ । ଅଭାବୀ ବିକ୍ରିର ଶିକାର ଲେମ୍ବୁ ଚାଷୀ । ନାହିଁ ବଜାର ବ୍ୟବସ୍ଥା, ହତାସ ଚାଷୀ । କମୁଛି ମୟୂରଭଞ୍ଜ ଜିଲ୍ଲାରେ ଉତ୍ପାଦିତ ଲେମ୍ବୁର ଚାହିଦା । ମହାମାରୀ କରୋନା ପାଇଁ ବ୍ୟବସାୟୀ ଆସୁନଥିବାରୁ ସମ୍ପୂର୍ଣ୍ଣ ରୂପେ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଟନ ଟନ ଗଛିତ ଲେମ୍ବୁ ଗୋଦାମ ଘରେ ସଢି ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ବିକ୍ରି ପାଇଁ ସ୍ଥାନୀୟ ବଜାର ଯଥେଷ୍ଟ ହେଉନଥିବାରୁ ଆର୍ଥିକ ସ୍ତରରେ କ୍ଷତି ସହୁଛନ୍ତି ଚାଷୀ ।

ମୟୂରଭଞ୍ଜ ଜିଲ୍ଲାର ବୁଢାବଳଙ୍ଗ ନଦୀପଠା ତଥା କୁଳିଆଣ ଓ ଶାମାଖୁଣ୍ଟା ଅଞ୍ଚଳ ଫଳଚାଷ ପାଇଁ ଉପଯୋଗୀ । ଦୁଇଟି ବ୍ଲକର ପ୍ରାୟ ୪ଶହ ହେକ୍ଟର ଜମିରେ ଲେମ୍ବୁ ଚାଷ ହୋଇଥାଏ । ବର୍ଷକୁ ୪୦ରୁ ୪୮ ହଜାର କ୍ୱିଣ୍ଟାଲ ଲେମ୍ବୁ ଅମଳ କରିଥାନ୍ତି ଚାଷୀ । ମାତ୍ର ଜିଲ୍ଲାରେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରି ଶିକାର ହେଉଛନ୍ତି ଚାଷୀ । ସେପଟେ ସରକାରଙ୍କ ଦ୍ବାରା ତିଆରି ହୋଇଥିବା ଆଚାର ଫାକ୍ଟ୍ରି କିଛି ମାତ୍ରରେ ଚାଷୀଙ୍କୁ ସହାୟକ ହେଉଛି । ପ୍ରଡ୍ୟୁସର ଗ୍ରୁପ୍ କରି ଲେମ୍ବୁ ବାହାରକୁ ଏକ୍ସପୋର୍ଟ କରାଯିବ ବୋଲି କହିଛନ୍ତି ଜିଲ୍ଲା ଉଦ୍ୟନ ବିଭାଗ ଅଧିକାରୀ । ତେବେ ସରକାରୀ ସ୍ତରରେ ଚାଷୀଙ୍କ ପାଇଁ ମାର୍କେଟିଂ ବ୍ୟବସ୍ଥା ସହିତ ଲେମ୍ବୁ ପ୍ରସେସିଂ ୟୁନିଟ ସ୍ଥାପନା ପାଇଁ ଦାବି କରିଛନ୍ତି ଚାଷୀ ।

ଆର୍ଯ୍ୟନଙ୍କୁ ମିଳିଲାନି ମୁକ୍ତି, ଆଜି ଅନ୍ତରୀଣ ଶୁଣାଣି

ମୁମ୍ବାଇ: ଆର୍ଯ୍ୟନ ଖାନ୍‌ଙ୍କୁ ମିଳିଲାନି ମୁକ୍ତି, ଆଜି ମାମଲାର ଅନ୍ତରୀଣ ଜାମିନର ଶୁଣାଣି  ହେବ। ଡ୍ରଗ୍ସ କାରବାର ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା କିଙ୍ଗଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନକୁ ଗତକାଲି ମୁମ୍ବାଇର କିଲ୍ଲା କୋର୍ଟ ଖାରଜ କରିଥିଲେ। ଆଜି ଦିନ ୧୧ଟାରେ ଜାମିନ ଆବେଦନର ଶୁଣାଣି ହେବ। ଆର୍ଯ୍ୟନଙ୍କ ଓକିଲଙ୍କ ଦ୍ୱାରା କୋର୍ଟରେ ଜାମିନ ନେଇ ଆବେଦନ ହୋଇଥିଲା  ।

ଅନ୍ୟପଟେ କୋର୍ଟ ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ନ୍ୟାୟିକ ହେପାଜତକୁ ପଠାଇଛନ୍ତି  । ମୁମ୍ବାଇର ଏକ ଜାହାଜରେ କ୍ରୁଜ୍ ପାର୍ଟି ଚାଲିଥିବାବେଳେ ଏ ସମସ୍ତେ ଏନସିବି ଦ୍ୱାରା ଗିରଫ ହୋଇଥିଲେ।  ଗିରଫ କରିବା ପରେ ଏନସିବି ରିମାଣ୍ଡରେ ଆଣି ପଚରା ଉଚରା ଜାରି ରଖିଛି। ଆର୍ଯ୍ୟନଙ୍କ ବନ୍ଧୁଙ୍କ ନିକଟରୁ ବିପୁଣ ପରିମାଣର ଡ୍ରଗ୍ସ ଏବଂ ଅନ୍ୟ ମାଦକ ଦ୍ରବ୍ୟ ଜବତ କରିଥିଲା ଏନସିବି । ତେବେ ଏଥିରେ ଆର୍ଯ୍ୟନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବାବେଳେ ଖୋଦ ଆର୍ଯ୍ୟନ ହିଁ ସେଥିରେ ସଂଶ୍ଲିଷ୍ଟ ରହିଥିବା ଏନସିବି କହିଛି।

ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲାଣି ନବରାତ୍ର ପୂଜା: ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

କଟକ: କମ୍ପିଲାଣି ଧରା । ଆସୁଛନ୍ତି ମାଆ । ଧରା ପୃଷ୍ଠକୁ ଅବତରଣ କରିବେ ମାଆ ଦୁର୍ଗା । ରାଜ୍ୟରେ ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଥିବା ବେଳେ ବିଧି ଅନୁସାରେ ଶୋଡ଼ଷ ଉପଚାରରେ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଆଜି ଭକ୍ତଙ୍କୁ ଶୋଡଷୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ନାନା ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ମାଆ । ସେହିପରି ମାଆ ଗଡଚଣ୍ଡୀ ମଧ୍ୟ ବଗଳା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ସେପଟେ ମାଆଙ୍କ ଅପେକ୍ଷାରେ ପୁଲକିତ ହେଲାଣି ଧରା । ଆରମ୍ଭ ହୋଇଗଲାଣି ନବରାତ୍ର ପୂଜା । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆଜି ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଶ୍ବରୀ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ଅନେକ କଟକଣା ଜାରି କରାଯାଇଛି । ମାନସିକଧାରୀଙ୍କୁ ଚଳିତବର୍ଷ ଦୀପ ଦାନ କରିବାକୁ ଅନୁମତି ମିଳିଛି ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭିର ପ୍ରଭାବ, ମାତାଲ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌

 

ଲଖିମପୁର ଖିରି ମାମଲା: ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର-ଖେରି ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଏହି ମାମଲାରେ କିଏ ଦୋଷୀ ଓ ଏପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛିସେ  ଏନେଇ ଆଜି ୟୁପି ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ । ଗତକାଲି ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ରିପୋର୍ଟ ତଲବ କରିବା ପରେ ତରବରିଆ ଭାବେ ୟୁପି ପୋଲିସ୍‌ ଦୁଇ ଜଣକୁ ଗିରଫ କରିବା ସହ ଆକ୍ସନ ମୁଡକୁ ଆସିଛି ।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସମନ କରିଛି SIT। ଆଜି ଦିନ ୧୦ଟାରେ ହାଜର ହେବାକୁ ଆଶିଷଙ୍କୁ ନୋଟିସ ପଠାଇଛି । ମନ୍ତ୍ରୀ ଅଜୟ ମିଶ୍ରଙ୍କ ଘର ଆଗରେ ଏହି ନୋଟିସ ଲଗାଯାଇଥିବା ଦେଖାଯାଇଛି । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଆଶିଷ ପାଣ୍ଡେ ଓ ଲବ କୁଶଙ୍କୁ ପଚରାଉଚରା କରୁଛି ପୋଲିସ । ଜେରା ବେଳେ ଦୁହିଁଙ୍କଠାରୁ ଘଟଣା ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି । ଏହାସହ ଘଟଣାସ୍ଥଳରୁ ଜବତ ହୋଇଥିବା ଗୁଳିର ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ଓ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଏଡିଜି ଏସ ଏନ୍ ସାବତ କହିଛନ୍ତି।

ଅନ୍ୟପଟେ ମୃତ ଚାଷୀ ଗୁରବିନ୍ଦର ସିଂ ଓ ସାମ୍ବାଦିକ ରମଣ କସ୍ୟପଙ୍କ ପରିବାର ଅଟୋପ୍ସି ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୃତକଙ୍କ ଶରୀରରେ ଗୁଳି ବାଜିଥିବା ଚିହ୍ନ ଥିବା ବେଳେ ଅଟୋପ୍ସି ରିପୋର୍ଟରେ ଏହା ଉଲ୍ଲେଖ ନାହିଁ ।

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ଭୁବନେଶ୍ୱର: ୱାନ୍‌ ନେସନ୍‌, ୱାନ୍‌ ରାସନ୍‌ ଯୋଜନାର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ଚୌବେ । କହିଛନ୍ତି, ରାଜ୍ୟରେ ଗରିବଙ୍କ ପାଇଁ ଖାଦ୍ୟ ଯୋଜନା ସୂଚାରୁ ରୁପେ ଚାଲିଛି । ସେହିପରି ପୁରୀର ବ୍ଲୁଫ୍ଲାଗ ବିଚର ରକ୍ଷଣାବେକ୍ଷଣ ନେଇ ମଧ୍ୟ ପ୍ରଶଂସା କରିଛନ୍ତି । ସମୁଦ୍ରତଟର ବିକାଶ ପାଇଁ ଦେଶର ୧୦ଟି ସମୁଦ୍ର କୂଳକୁ ଚିହ୍ନଟ କରାଯାଇଥିଲା । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ଭଲ ମାନ୍ୟତା ପାଇଛି । ଆଗାମୀ ୫ ବର୍ଷରେ ଦେଶ ସାରା ୧୦୦ଟି ବିଚ୍‌କୁ ବ୍ଲୁଫାଗ୍‌ ବିଚରେ ପରିଣତ କରାଯିବ  ।

Central Minister Ashwini Choubey Appreciated Odisha

ସେହିପରି ଓଡ଼ିଶାର ୧୦ଟି ବିଚକୁ ବ୍ଲୁଫ୍ଲାଗ ମାନ୍ୟତା ଦେବାକୁ ଯୋଜନା ଥିବା କହିଛନ୍ତି ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୁଦ୍ରତଟର ରକ୍ଷଣାବେକ୍ଷଣ ଯୋଗୁ ଦେଶରେ ୨୦୨୦ ଜାନୁଆରୀରୁ ୨୦୨୧ ଅଗଷ୍ଟ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୮୦ ପ୍ରତିଶତ ବୃଦ୍ଧି ହୋଇଛି । ହାତୀ ମଣିଷ ଲଢେଇ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ହାତୀ ଜନବସତି ଆଡ଼କୁ ନଯିବା ପାଇଁ ସୀମାରେ ବିଦ୍ୟୁତ୍ ବାଡ଼ ଦିଆଯିବ । ଏ ନେଇ ଓଡ଼ିଶା ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

IPL 2021: କୋଲକାତାର ଅଧା ରନରେ ଅଟକିଲା ରାଜସ୍ଥାନ

ସାରଜାହ: ଚମତ୍କାର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ  । ଗୁରୁବାର ଖେଳାଯାଇଥିବା ୫୪ତମ ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ରାଜସ୍ଥାନ ରୟାଲର୍ସ  । ପ୍ରଥମ ୨୦ ଓଭରରେ କୋଲକତା ନାଇଟ ରାଇଡର୍ସ ୪ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା  । କିନ୍ତୁ ଏହାର ପିଛା କରୁଥିବା ରାଜସ୍ଥାନ ଅଧା ରନରେ ହିଁ ଅଟକି ଯାଇଥିଲା  ।

ନିର୍ଦ୍ଧାରିତ  ଓଭରରେ ୧୭୨ ରନର ପିଛା କରୁଥିବା ରାଜସ୍ଥାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟସ୍ଥ ହୋଇପଡିଥିବା ଦେଖିବାକୁ ମିଳିଥିଲା  । ରାଜସ୍ଥାନ ପକ୍ଷରୁ ଓପନର ଜୈଶାଲ କୈଣସି ରନ ସଂଗ୍ରହ ନକରି ପ୍ୟାଭିଲିୟନ ଫେରିଥିଲେ  । ୧.୧ ଓଭରରେ ଦଳୀୟ ସ୍କୋର ମାତ୍ର ୧ ରନ୍ ହୋଇଥିଲା ଏବଂ ଏହି ସମୟରେ ହିଁ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଆଉଟ ହୋଇଥିଲେ  ।

୩.୪ ଓଭରରେ ଆହୁରି ବିପର୍ଯ୍ୟସ୍ଥ ହୋଇପଡିଥିଲା ରାଜସ୍ଥାନର ବ୍ୟାଟିଂ  । ଦଳୀୟ ସ୍କୋର ଯେତେବେଳେ ୧୩ ହୋଇଥିଲା ସେହି ସମୟରେ ଦଳ ୪ ବ୍ୟାଟ୍ସମ୍ୟାନକୁ ହରାଇଥିଲା  । ସସ୍ପମ ଓଭରରେ ଦଳୀୟ ସ୍କୋର ୩୫ ରହିଥିବା ବେଳେ ଆହୁରି ୨ ଜଡଣଙ୍କ ୱିକେଟ ପତନ ଘଟିଥିଲା  । ଏହିପରି ଭାବରେ ଦଳ ମାତ୍ର ୧୬. ୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୫ ରନ୍ ସଂଗ୍ରହ କରିଥିଲା  ।

BKSY କାର୍ଡରେ ମାଗଣାରେ ହେଲା ଚାଷୀଙ୍କ ଅପରେସନ୍

ରାଉରକେଲା: ସୁନ୍ଦରଗଡ଼ର ଚାଷୀ ଉଠାଇଲେ ବିଏସକେୱାଇ କାର୍ଡର ଲାଭ । ମାଗଣାରେ ପାଇଲେ ସ୍ୱାସ୍ଥ୍ୟ ସେବା । ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡଭଙ୍ଗା ଗାଁର ନାମମାତ୍ର ଚାଷୀ ନିରଞ୍ଜନ ପଟେଲ ଦୀର୍ଘ ଦିନରୁ ହାର୍ଣ୍ଣିଆରେ ପୀଡ଼ିତ ଥିଲେ । ଅର୍ଥ ସମସ୍ୟା ଯୋଗୁ ଅପରେସନ୍ କରାଇ ପାରୁନଥିଲେ ।

Sundargarh Farmer Treatment By BSKY

ଏବେ ସେ ରାଉରକେଲା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ହାର୍ଣ୍ଣିଆ ଅପରେସନ୍ କରି ସୁସ୍ଥ ହୋଇଛନ୍ତି । BSKY କାର୍ଡରେ ମାଗଣା ଚିକତ୍ସା ପାଇ ସେ ଖୁସି ଅନୁଭବ କରିଛନ୍ତି । ଆଜି ସେ ଘରକୁ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବେଳେ କାନ୍ଦି ପକାଇଛନ୍ତି ।

ଯୋଗୀ ସରକାରକୁ ସୁପ୍ରିମ ନିର୍ଦ୍ଦେଶ, ତୁରନ୍ତ ଦାଖଲ କର ଷ୍ଟାଟସ ରିପୋର୍ଟ

ଲକ୍ଷ୍ନୌ: ଲକ୍ଷୀମପୁର ଖେରୀ ଘଟଣାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ  ।  ଯୋଗୀ ସରକାରଙ୍କୁ ଘେରିଛନ୍ତି ସର୍ବୋଚ୍ଚ ଅଦାଲତ । ମାଗିଛନ୍ତି ଷ୍ଟାଟସ ରିପୋର୍ଟ । ଅଭିଯୁକ୍ତ କିଏ, ବର୍ତ୍ତମାନ ସୁଦ୍ଧା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କାହା କାହା ନାଁରେ ମାମଲା ରୁଜୁ ହୋଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ୍ଟ। ଜବାବରେ ଜଣିକିଆ କମିଶନଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଚାଲିଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ୟୁପି ସରକାର ।

ସେପଟେ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶୁଣାଣି ବେଳେ ଜଣେ ମୃତ ଚାଷୀଙ୍କ ମାଆ ଗୁରୁତର ହେବା ଖବରକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଆଜୟ ମିଶ୍ରଙ୍କ ଘରେ ନୋଟିସ ଲାଗିବା ଦେଖାଗଲାଣି  । ଅନ୍ୟପଟେ ପୁଅ ଆଶିଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ  ନୋଟିସ ଜାରି କରିଛି  । ଅକ୍ଟୋବର ୮ ତାରିଖରେ ହାଜିର ହେବା ନେଇ ନୋଟିସରେ ଉଲ୍ଲେଖ ରହିଛି  ।  ତେଣୁ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଥିଲାବେଳେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ କାହିଁକି ଗିରଫ କରାଯାଇ ନାହିଁ, ତାହାକୁ ନେଇ ରାୈଜନୀତି ସରଗରମ ହୋଇଛି  ।

କାର୍ଯ୍ୟକାରିଣୀରୁ ବିଦା ବରୁଣ-ମେନକା, ଇନ୍ ହେଲେ ସିନ୍ଧିଆ-ମିଥୁନ୍

ନୂଆଦିଲ୍ଲୀ: ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବିଦାହେଲେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀ । ଲେଖିପୁର ହିଂସାକୁ ନେଇ ସୋସିଆଲ ମିଡିଆରେ ଫଟୋ, ଭିଡିଓ ସେୟାର କରିଥିବା ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି । ଦଳର କାର୍ଯ୍ୟକାରିଣୀରୁ ବିଦା ହୋଇଛନ୍ତି ବରୁଣ ଗାନ୍ଧି ଓ ମାନେକା ଗାନ୍ଧି । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ କାର୍ଯ୍ୟକାରିଣୀ ପରିବର୍ତ୍ତନ କରିଛି ବିଜେପି ।

ଦଳ ପକ୍ଷରୁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୮୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିଛନ୍ତି । ନିକଟରେ ଅନ୍ୟ ଦଳଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରୁ ୧୦ଜଣଙ୍କୁ କାର୍ଯ୍ୟକାରିଣୀରେ ସ୍ଥାନ ମିଳିଛି । ମଧ୍ୟପ୍ରଦେଶ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଏସପି ଛାଡ଼ିଥିବା ସ୍ବାମୀପ୍ରସାଦ ମୌର୍ଯ୍ୟ,ବ୍ରୁଜେଶ ପାଠକ, ଦାରାସିଂ ଚୌହାନ ପ୍ରମୁଖଙ୍କୁ କାର୍ଯ୍ୟକରିଣୀରେ ସାମିଲ କରାଯାଇଛି ।

ସେହିପରି ଦଳ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ କାର୍ଯ୍ୟକାରିଣୀରେ ସାମିଲ କରିଛି ଦଳ  ।  ଗୋଟେପଟେ ଦଳବଦଳ କରିଥିବା ନେତାଙ୍କୁ ପ୍ରାଥମିକତା ଦିଆଯାଇଥିବା ବେଳେ ଦଳର ଦୁଇ ପୁରୁଖା ନେତା ମାନେକା ଗାନ୍ଧି, ତାଙ୍କ ପୁଅ ବରୁଣ ଗାନ୍ଧିଙ୍କୁ କାର୍ଯ୍ୟକାରିଣୀରୁ ବିଦା କରାଯାଇଛି । ଆଗାମୀ ଦିନରେ ୟୁପି ବିଧାନସଭା ନିର୍ବାଚନ ଥିବାବେଳେ ବରୁଣ ଗାନ୍ଧି ଏବଂ ତାଙ୍କ ମାଆ ମେନକା ଗାନ୍ଧୀଙ୍କୁ କାର୍ଯ୍ୟକାରିଣୀରୁ ହଟାଇବା କିଛି ଭିନ୍ନ ସନ୍ଦେଶ ଦେଉଥିବା ରାଜନୈତିକ ଶିବିରରେ ଚର୍ଚ୍ଚା ହେଉଛି  ।