spot_img
Home Blog Page 513

ପୁଣି ଖଟିଆରେ ବୁହା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ଖଟିଆରେ ବୁହା ହେଲେ ରୋଗୀ। ମେଡିକାଲ ଯିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ।  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁରୁ। ମୈଦଲପୁର ପଞ୍ଚାୟତ ଜବାଗୁଡାର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀ ୫ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ।  ହଠାତ  ଗୁରୁତର ହୋଇ ପଡିବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ପହଂଚି ପାରିନଥିଲା। ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗାଁ ନିକଟରେ ରହିଯାଇଥିଲା।

ଶେଷରେ ବାଧ୍ୟ ହୋଇ ଲୋକେ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ସାହାଯ୍ୟରେ ଲଳିତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା।କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଥିଲା। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଶବକୁ ମଧ୍ୟ ଖଟିଆରେ ବୋହି ଘରକୁ ନିଆଯାଇଥିଲା। ଗାଁରେ ୭୦ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ପକ୍କା ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଦାବି କରୁଥିଲେ ବି ରାସ୍ତା ନିର୍ମାଣ ହୋଇପାରିନାହିଁ।

ଭାରତକୁ ଟ୍ରମ୍ପଙ୍କ ଧମକ ସତ୍ତ୍ବେ ଋଷରୁ ତେଳ କିଣିବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୫% ଟାରିଫ ଏବଂ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କ୍ରୟ ପାଇଁ ଅତିରିକ୍ତ ଦଣ୍ଡ ଲଗାଇବା ଧମକ ସତ୍ତ୍ୱେ, ଭାରତ ରୁଷିଆରୁ ତୈଳ ଆମଦାନୀ ଜାରି ରଖିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଭାରତର ଶକ୍ତି କ୍ରୟ ଜାତୀୟ ସ୍ୱାର୍ଥ ଓ ବଜାର ଶକ୍ତି ଉପରେ ନିର୍ଭର କରେ। ରୁଷିଆ ସହ ଆମର ସମ୍ପର୍କ ସ୍ଥିର ଓ ଦୀର୍ଘକାଳୀନ।” ୨୦୨୨ରେ ୟୁକ୍ରେନ ଯୁଦ୍ଧ ପରେ ରୁଷିଆ ରିହାତି ଦରରେ ତୈଳ ଯୋଗାଇଥିଲା। ଯାହା ବର୍ତ୍ତମାନ ଭାରତର ମୋଟ ତୈଳ ଆମଦାନୀର ୩୫-୪୦% ପୂରଣ କରୁଛି, ଯାହା ପୂର୍ବରୁ ମାତ୍ର ୦.୨% ଥିଲା।

ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ଶସ୍ତା ତୈଳ କିଣି ବଜାରରେ ବିକ୍ରି କରି ଲାଭ କରୁଛି, ଯାହା ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଛି। ସେ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଭାରତ ରୁଷିଆରୁ ବିପୁଳ ପରିମାଣରେ ତୈଳ କିଣୁଛି ଓ ଲାଭ କରୁଛି। କିନ୍ତୁ ୟୁକ୍ରେନରେ ଯୁଦ୍ଧ ଯନ୍ତ୍ରଣାକୁ ଖାତିର କରୁନାହିଁ।” ଭାରତ ଏହାକୁ ଅଯୌକ୍ତିକ ଯୁକ୍ତି କହିବା ସହ ଏହାର ଖଣ୍ଡନ କରିଛି।

ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟ୍ରମ୍ପ ଚାପ ପକାଉଥିବା ବେଳେ ସେହି ଦେଶରୁ ତେଲ କିଣୁଥିବାରୁ ଭାରତକୁ ସେ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି। ରୁଷ୍‌ ସହ ସମ୍ପର୍କ ରଖିବା ଏବଂ ବ୍ରିକ୍ସରେ ଯୋଗଦେଇଥିବାରୁ ଗତ ସପ୍ତାହରେ ସେ ଭାରତକୁ କଡ଼ା ଭର୍ତ୍ସନା କରିଥିଲେ। ରୁଷ୍‌ ସହ ଭାରତର ସମ୍ପର୍କ ବହୁ ପୁରୁଣା ହୋଇଥିବା ବେଳେ ଆମେରିକା କେବେବି ଏଭଳି ଢଙ୍ଗରେ ଭାରତକୁ ଟାର୍ଗେଟ୍‌ କରିନଥିଲା। ଓଲଟା ତାହା ଏସିଆରେ ଚୀନ୍‌ର ଆଧିପତ୍ୟକୁ ଗୌଣ କରିବା ଲାଗି ଭାରତକୁ ବ୍ୟବହାର କରୁଥିଲା। କିନ୍ତୁ ଟ୍ରମ୍ପଙ୍କ ଅମଳରେ ଆମେରିକାର ସେହି ରଣନୀତି ବଦଳିଯାଇଛି।

ଶ୍ରୀକ୍ଷେତ୍ରରେ ଚାଲିଛି ଝୁଲଣ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଝୁଲଣ ଯାତ୍ରା । ଗତକାଲି ଶ୍ରାବଣ ଶୁକ୍ଳ ଦଶମୀଠାରୁ କୁଞ୍ଜରେ ବିଜେ କରିଛନ୍ତି ଶ୍ରୀଦେବୀ, ଭୂଦେବୀଙ୍କ ସହ ମଦନ ମୋହନ । ମଧ୍ଯାହ୍ନ ଧୂପ ପରେ ଝୁଲଣ କୁଞ୍ଜକୁ ବିଜେ କରିଥିଲେ ଚଳନ୍ତି ପ୍ରତିମା । ଏହି ଯାତ୍ରା ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ୭ ଦିନଧରି ପାଳନ ହେବ । ଏଥିପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ କାଠରେ ପାରମ୍ପରିକ ସୋଲ ଜରି ଜମ୍ବୁରା ସହ ଭିନ୍ନଭିନ୍ନ ପଶୁ-ପକ୍ଷୀ, କଳାକୁଞ୍ଜ ନିର୍ମାଣ କରାଯାଇଛି । ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଛି । ଶ୍ରୀମନ୍ଦିର ସମେତ ପୁରୀର ବିଭିନ୍ନ ମଠବାଡ଼ିରେ ପାଳିତ ହୋଇଛି ଝୁଲଣ ଯାତ୍ରା । କୁଞ୍ଜରେ ଚଳନ୍ତି ପ୍ରତିମାଙ୍କ ଝୁଲଣ ଯାତ୍ରାକୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ ।

ସଟର ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ସଟର ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦ୍ଦା ଥାନା ବେଲଦା ହାଟପୋଖରୀ ନିକଟରେ ଥିବା ଜୁଏଲାରୀ ଦୋକାନରୁ ଲୁଟ ହୋଇଛି।  ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ସଟର ତାଡି ଲୁଟ କରି ଫେରାର  ହୋଇଯାଇଛନ୍ତି। ସକାଳୁ ଦୋକାନରୁ ଚୋରି ହୋଇଥିବା ଖବର ପାଇଥିଲେ ଦୋକାନ ମାଲିକ। ସେଠାରେ ପହଞ୍ଚି  ସଟର ତଡ଼ାଯାଇଥିବା ସହ ସମସ୍ତ ଅଳଙ୍କାର, ଟଙ୍କା ଚୋରି ହେଇଥିବା ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ  କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି। ପ୍ରତିଦିନ ଭୋଗରାଇ ବ୍ଳକ୍ ଅଞ୍ଚଳରେ ଚୋରି ବଢୁଥିବାବେଳେ ପୋଲିସ ରାତି ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି।

କଟକ ନୂଆବଜାର ଅଂଚଳରେ ଗୁଳିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ: କଟକ ନୂଆବଜାର ଅଂଚଳରେ ଗୁଳିକାଣ୍ଡ । ସୋମବାର ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ। ଦୃର୍ବୁତ୍ତଙ୍କ ଗୁଳିମାଡ଼ରେ ସଞ୍ଜୟ ତରାଇ ନାମକ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ସନ୍ଦେହ କରାଯାଉଥିବାବେଳେ ଚାଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଜାରି ରଖିଛି।

ସାପ କାମୁଡ଼ାରେ ଚାଲିଗଲା ୫ ବର୍ଷ ଶିଶୁର ଜୀବନ

ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡ଼ାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ। ରାୟଗଡା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଏଲଏଲପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସଞ୍ଜୟ କୈବର୍ତ୍ତଙ୍କ ଝିଅ ଭୁଲତା । ଗତକାଲି ସନ୍ଧ୍ୟାରେ ଭୁଲତା ଶୌଚ ପାଇଁ ଯାଇଥିବା ସମୟରେ ସାପ କାମୁଡି ଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ପଦ୍ମପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଗୁମୁଡା ଫାଣ୍ଡି ପୋଲିସ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି।

ରାତି ଅଧରେ ଲିଫ୍ଟ ଭିତରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ରାତି ଅଧରେ ଲିଫ୍ଟ ଭିତରେ ହଙ୍ଗାମା । ଇଭେଣ୍ଟ ହୋଷ୍ଟ କରୁଥିବା ଯୁବକଙ୍କୁ ମାରପିଟ୍। ନନ୍ଦିଘୋଷ ଟିଭି ହାତରେ ଲାଗିଲା exclusive ଭିଜୁଆଲ । ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।  ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଅର୍କିଡ ଲିଫ୍ଟ ଭିତରେ ଘଟିଛି ଏଭଳି ଘଟଣା ।  ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଅର୍କିଡର ଷଷ୍ଠ ମହଲାରେ ଥିବା ଏକ ବାରରେ ଇଭେଣ୍ଟ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖ । ଏହି ସମୟରେ ଅନ୍ୟମାନଙ୍କ ସହ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଆସୁଥିଲେ ।  ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ   ଉତକ୍ଷିପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ନନ୍ଦନକାନନ ଥାନାଧିକାରୀ କହିଛନ୍ତି ।

 

ଇଂଲଣ୍ଡ ବିପକ୍ଷ ବିଜୟ ପରେ.. କଣ କରିଥିଲେ ଗମ୍ଭୀର ? ପତ୍ନୀ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଓଭାଲରେ ବୋବାଲ କରିଛି ଟିମ ଇଣ୍ଡିଆ । ଇଂଲଣ୍ଡକୁ ୬ ରନରେ ହରାଇ ଟେଷ୍ଟ ସିରିଜକୁ ଡ୍ର କରିଛି । ବିଜୟରେ ସବୁଠି ଖୁସିର ମାହୋଲ । ତେବେ ସିରାଜ ଶେଷ ଓ୍ବିକେଟ ଅକ୍ତିଆର କରି ଯେତେବେଳେ ଟିମକୁ ଜିତାଇଥିଲେ ସେତେବେଳେ ଖୁସିରେ ଫାଟି ପଡ଼ିଥିଲେ ଗୌତମ ଗମ୍ଭୀର । ମୁଖ୍ୟ ପ୍ରଶିକ୍ଷକଙ୍କ ଖୁସିର ମୁହୂର୍ତ୍ତ ସମ୍ପର୍କରେ ଗମ୍ଭୀର ପତ୍ନୀ କହିଛନ୍ତି । ଯେତେବେଳେ ଟିମର ବିଜୟ ହୋଇଥିଲା ସେତେବେଳେ ଗମ୍ଭୀର ସମସ୍ତଙ୍କୁ ଆଲିଙ୍ଗନ କରିଥିଲେ । ଏହାସହ ବୋଲିଂ କୋଚ ମଣି ମର୍କେଲଙ୍କ ଉପରେ କାଖ ହୋଇଯାଇଥିଲେ । ଗମ୍ଭୀରଙ୍କ ଖୁସି ମନାଉଥିବାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରା ଲାଗିଛି । ଓଭାଲରେ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଟିମ ଇଣ୍ଡିଆର ବିଜୟ ବେଶ ଗୁରୁତ୍ବ ବହନ କରେ । କାରଣ ତାଙ୍କ କୋଚିଂରେ ଟିମ ଇଣ୍ଡିଆର ତୃତୀୟ ବିଜୟ । ଏହାସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଡ୍ର ହୋଇଛି ।

 

ଅମୀର ଖାନ ଏବଂ ରଜନୀକାନ୍ତଙ୍କ ମଧ୍ୟରୁ କିଏ ଅଧିକ ଧନୀ ?

ନନ୍ଦିଘୋଷ ବ୍ୟୁରୋ: ଆସୁଛି ଫିଲ୍ମ ’କୁଲି’ । ବଲିଉଡର ମିଷ୍ଟର ପରଫେକ୍ଟ ଅମୀର ଖାନ ଏବଂ ସାଉଥ ସୁପରଷ୍ଟାର ରଜନକାନ୍ତ ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଏକ ଟ୍ରେଲର ରିଲିଜ ହୋଇଥିବାବେଳେ ଉଭୟ ନଜର ଆସିଥିବା ଦେଖିବାକୁ ମିଳିଛି । ତେବେ ଉଭୟ ବଡ଼ ଷ୍ଟାର ଗୋଟିଏ ଫିଲ୍ମରେ ନଜର ଆସୁଥିବାବେଳେ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ । ତେବେ ଉଭୟଙ୍କୁ ମଧ୍ୟରୁ କାହା ପାଖରେ ରହିଛି ଅଧିକ ଟଙ୍କା । କିଏ କେତେ ଟଙ୍କାର ମାଲିକ ଅଟନ୍ତି ? ଆସନ୍ତୁ ଆମର ଏହି ଲେଖା ଜରିଆରେ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ।

ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତାହେଲେ ଅମୀର ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୮୬୨ କୋଟି ଟଙ୍କା । ଗୋଟିଏ ଫିଲ୍ମ କରିବା ପାଇଁ ଅମୀର ଖାନ ୧୦୦ରୁ ୨୦୦ କୋଟି ଟଙ୍କା ନେଇଥାନ୍ତି । ଏହାସହ ତାଙ୍କର ଏକ ନିଜସ୍ବ ପ୍ରଡକ୍ସନ ହାଉସ୍ ମଧ୍ୟ ରହିଛି । ଯେଉଁ ପ୍ରଡକ୍ସନରେ ଲଗାନ୍, ତାରେ ଜମିନ୍ ପର୍ ଭଳି ହିଟ୍ ଫିଲ୍ମମାନ ନିର୍ମାଣ କରାଯାଇଛି । ଏହାସହ ଅମିରଙ୍କ ମୁମ୍ବାଇର ପାଲି ହିଲ୍ସରେ ଏକ ଘର ରହିଛି । ମାତ୍ର ୧୧ ବର୍ଷ ବୟସରେ ସେ ଏଠାକୁ ଆସି ରହିଥିଲେ । ସେପଟେ ବାନ୍ଦ୍ରାରେ ୧୦ କୋଟି ମୂଲ୍ୟର ମଧ୍ୟ ଏକ ଘର ରହିଛି । ଏହାସହ ତାଙ୍କର ଫାର୍ମ ହାଉସ ସହ ବହୁ ଫ୍ଲାଟ ମଧ୍ୟ ରହିଛି । ଲସ ଆଞ୍ଜେଲସରେ ମଧ୍ୟ ତାଙ୍କର ଘର ରହିଛି ।

ସେପଟେ ରଜନୀକାନ୍ତଙ୍କ କଥା ଯଦି କହିବା ତାହେଲେ ସେ ୪୩୦ କୋଟି ଟଙ୍କାର ମାଲିକ ଅଟନ୍ତି । ଯଦିଓ ସେ ଅମୀର ଖାନଙ୍କଠାରୁ ସମ୍ପତ୍ତିରେ କମ ଅଟନ୍ତି ତଥାପି ଗୋଟିଏ ଫିଲ୍ମ ପାଇଁ ରଜନୀକାନ୍ତ ୧୨୫ କୋଟିରୁ ୨୫୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ସେ ବିଳାଶପୂର୍ଣ୍ଣ ବଙ୍ଗଳାରେ ରହୁଥିବାବେଳେ ଏହାର ମୂଲ୍ୟ ୩୫ କୋଟି ଟଙ୍କାରୁ ଅଧିକ । ରଜନୀକାନ୍ତଙ୍କ ପାଖରେ ବହୁ ଦାମୀ କାର ରହିଛି ।

ଆଜି ହେବ ଗୁରୁଜୀ ଶିବୁ ସୋରେନଙ୍କ ଶେଷକୃତ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଜି ଆଦିବାସୀଙ୍କ ପ୍ରିୟ ନେତା, ଆଦିବାସୀଙ୍କ ଅଧିକାର ପାଇଁ ଦିନରାତି ଲଢ଼େଇ କରୁଥିବା ଗୁରୁଜୀ ଶିବୁ ସୋରେନଙ୍କ ହେବ ଶେଷକୃତ୍ୟ। ଝାରଖଣ୍ଡ ରାମଗଡ଼ ଜିଲ୍ଲାର ତାଙ୍କ ଜନ୍ମଭୂମି ନେମରାରେ ହେବ ଅନ୍ତିମ ସଂସ୍କାର। ଏନେଇ ନେମରାରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବହୁ ରାଜନେତା ଓ କର୍ମୀଙ୍କ ଗହଳି ଚହଳି ଲାଗିରହିଛି । ଗତକାଲି ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶିବୁ ସୋରେନଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଜୁନ ୧୯ରେ ଶିବୁ ସୋରେନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ନେଫ୍ରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତାଙ୍କ ତତ୍ତ୍ଵାବଧାନରେ ସେ ଚିକିତ୍ସିତ ହେଉଥିଲେ । ସେ ଗତକାଲି ଆରପାରିକୁ ଚାଲି ଯାଇଛନ୍ତି। ଝାଡ଼ଖଣ୍ଡ ଆନ୍ଦୋଳନର ପ୍ରମୁଖ ନେତା, ଜେଏମଏମ ର ପ୍ରତିଷ୍ଠାତା ଶିବୁ ସୋରେନ। ତାଙ୍କରି ଦୀର୍ଘ ୪ ଦଶନ୍ଧିର ଆନ୍ଦୋଳନ ଯୋଗୁଁ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇପାରିଥିଲା। ସବୁବେଳେ ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବା ଶିବୁ ସୋରେନଙ୍କୁ ଦିଶୁମ ଗୁରୁ ବୋଲି କୁହାଯାଏ। ବଳିଷ୍ଠ ନେତୃତ୍ଵ ପାଇଁ ତାଙ୍କ ଅନୁଗାମୀମାନେ ତାଙ୍କୁ ଗୁରୁଜୀ ବୋଲି ଡାକନ୍ତି। ଅବିଭକ୍ତ ବିହାରର ଆଦିବାସୀ ଅଞ୍ଚଳରେ ଶିବୁ ସୋରେନଙ୍କ ଅଖଣ୍ଡ ପ୍ରଭାବ ଥିଲା। ତାଙ୍କୁ ଆଦିବାସୀମାନେ ତ୍ରାଣକର୍ତ୍ତା ଭାବେ ଦେଖୁଥିଲେ।୧୯୮୭ରୁ ଜେଏମଏମର ନେତୃତ୍ଵ ନେଇ ୨୦୨୫ ଏପ୍ରିଲ ଯାଏ ଏହାର ସଭାପତି ଥିଲେ ଶିବୁ ସୋରେନ। ସେ ତିନି ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ କାମ କରିଛନ୍ତି।

ମାର୍ଚ୍ଚ ୨୦୦୫, ଅଗଷ୍ଟ ୨୦୦୮ରୁ ଜାନୁଆରୀ ୨୦୦୯ ଯାଏ ଓ ଡିସେମ୍ବର ୨୦୦୯ରୁ ମେ ୨୦୧୦ ଯାଏ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଶିବୁ ସୋରେନ। ସେ ୨୦୦୪ ରୁ ୨୦୦୬ ମଧ୍ୟରେ ୩ଟି ପୃଥକ ପୃଥକ କାର୍ଯ୍ୟକାଳରେ କେନ୍ଦ୍ର କୋଇଲା କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଛଅ ଥର ଲୋକସଭା ସାଂସଦ ଥିଲେ ଶିବୁ। ୧୯୮୦ ରୁ ୨୦୦୫ ଯାଏ ଗୃହର ପ୍ରତିନିଧିତ୍ୱ କରିଥିଲେ। ସେ ତିନି ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସୋରେନ ଜାନୁଆରୀ ୧୧, ୧୯୪୪ରେ ବର୍ତ୍ତମାନର ଝାଡ଼ଖଣ୍ଡର ନେମରା ଗାଁରେ ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ନିଜର ନେତୃତ୍ଵ ଗୁଣ ପାଇଁ ଖୁବ ଶୀଘ୍ର ସେ ରାଜନୀତିରେ ନିଜ ନାଁ କରିପାରିଥିଲେ। କିନ୍ତୁ ବିବାଦ ତାଙ୍କ ପିଛା ଛାଡ଼ିନଥିଲା।

୧୯୭୫ ଚିରୁଡିହ ଗଣହତ୍ୟା, ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ହତ୍ୟାରେ ତାଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ହୋଇଥିଲା। ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତାଙ୍କ ନାଁରେ ଭିଜିଲାନସ ମାମଲା ବି ଚାଲିଥିଲା। ନରସିଂହ ରାଓ ସରକାରରେ ଜେଏମଏମ୍ ସାଂସଦ ଲାଞ୍ଚ ନେବା ଶିବୁ ସୋରେନଙ୍କ ପାଇଁ ବେଶ୍ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ବିଭିନ୍ନ ଅପରାଧ ମାମଲା ଓ ରାଜନୈତିକ ଗଣ୍ଡଗୋଳ ସତ୍ତ୍ଵେ ଆଦିବାସୀଙ୍କ ପାଇଁ ଏକପ୍ରକାର ତ୍ରାଣକର୍ତ୍ତା ଥିଲେ ଶିବୁ ସୋରେନ।