ଭୁବନେଶ୍ୱର: ରୂପାନ୍ତର ହେଉଛି ସ୍କୁଲ । ସ୍ମାର୍ଟ ବ୍ୟବସ୍ଥାରେ ପାଠ ପଢୁଛନ୍ତି ପିଲା । ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହେବେ । ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି । ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫାଇଭ୍-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପଣ କରାଯିବ । ତିନୋଟି ପର୍ଯ୍ୟାୟରେ ୩୦ଟି ସ୍କୁଲ ଲୋକାର୍ପିତ ହୋଇସାରିଛି ।
ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ନିର୍ଯାତିତ, ଥାନାରେ ଦେଲେ ଏତଲା
ଖୋର୍ଦ୍ଧା: ଭାଇରାଲ ଭିଡ଼ିଓ ପରେ ଚିହ୍ନଟ ହେଲେ ପିଡୀତ । ନିର୍ଯାତିତ ହୋଇଥିବା ବ୍ୟକ୍ତିଙ୍କୁ ନେଇ ଗଣମାଧ୍ୟମ ଖବର ପ୍ରସାର କରିବା ପରେ ଏବେ ନୂଆ ମୋଡରେ ମାମଲା । ମାସେ ତଳେ କଠୋର ଦଣ୍ଡ ଭୋଗିଥିବା ବାପା ପୁଅ ଏବେ ଆଇନର ଆଶ୍ରୟ ନେଇଛନ୍ତି । ଥାନାରେ ପହଞ୍ଚି ମାମଲା ରୁଜୁ କରିଛନ୍ତି ନିର୍ଦୟ ନିର୍ଯାତନାର ଶିକାର ହୋଇଥିବା ବାପା ମାଗୁଣି ନାୟକ । ୮ ଜଣଙ୍କ ନାଁରେ ସେ ମାମଲା ରୁଜୁ କରିଛନ୍ତି । ମାଗୁଣି ନାୟକ ଏବଂ ତାଙ୍କ ପୁଅକୁ ଡାକି ନେଇ କରଡ଼ଗାଡ଼ିଆର ଏକ କୋଠ ଘରେ ଅକଥନୀୟ ଦଣ୍ଡ ଦିଆଯାଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଭାଇରାଲ ହେଉଥିବା ଭିଡିଓ ଯିବ ବି ଦେଖିବ, ଲୋମଟାଙ୍କୁରି ଉଠିବ । ପଶୁଠାରୁ ଆହୁରି କଠୋର ଭାବରେ ଦିଆଯାଉଛି ମାଡ଼ । ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ନିର୍ଘାତ ମାଡ଼ ମରାଯାଉଛି । ପଶୁଠାରୁ ଆହୁରି ଜଘନ୍ୟ ଭାବରେ ଦୁଇ ଜଣଙ୍କୁ ମାଡ଼ ଦିଆଯାଉଛି । ମାଡ଼ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାପା, ଜଣେ ପୁଅ ବୋଲି କୁହାଯାଉଛି । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁରେ ।
ମାଡ଼ ଖାଇଥିବା ବ୍ୟକ୍ତି ମାଗୁଣି ନାୟକଙ୍କ କହିବା ଅନୁସାରେ, ବେଗୁନିଆ ଅଞ୍ଚଳରେ ଏକ ବେଆଇନ ସଂଗଠନ ମୁଣ୍ଡ ଟେକିଛି । ସଂଗଠନର ନୀତି ନିୟମ ଯିଏ ନ ମାନୁଛି ତାକୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ୁଛି । କେବେ ଏଭଳି ଘଟଣା ଘଟିଲା ଯଦିଓ ଜଣାପଡିନି, ତେବେ ଭିଡିଓ ଦେଖି ଲୋକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ଥାନାରେ ଅଭିଯୋଗ କରିବାକୁ ଭୟ କରୁଥିଲେ ମଧ୍ୟ, ଥାନାରେ ଏତଲା ଦାୟର କରିଛନ୍ତି , ସେପଟେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଚଳାଇଛି ।
ଆଫଗାନିସ୍ତାନରେ ବୋହୁଥିବା ଲହୁ ଏବଂ ଲୁହ ପାଇଁ ଦାୟୀ କିଏ
ନୂଆଦିଲ୍ଲୀ: ଆଫଗାନିସ୍ତାକୁ ପୁଣି ଲେଉଟିଛି କୋଡ଼ିଏ ବର୍ଷ ପୂର୍ବର ଭୟଙ୍କର ଶାସନ। ଆତଙ୍କର ଇତିହାକୁ ପୁନର୍ବାର ଲେଉଟାଇଛି ଆଫଗାନିସ୍ତାନ। ଯେଉଁ ଇତିହାସର ଫର୍ଦରେ ଲିବଦ୍ଧ ତାଲିବାନୀଙ୍କ ଅତ୍ୟାଚାରରେ ଲୋକଙ୍କର ଚିତ୍କାର, ପଥର ମାଡ଼ରେ ମାରିଦେବାର ଭୟ ଆଉ ତେଲ ଡାଳି ନିଆଁ ଲଗାଇ ଦେବାର ନର୍କ ଯନ୍ତ୍ରଣା। ରାତିକ ସ୍ୱପ୍ନଟେ ଭଳି ସରିଯାଇଛି ଆଫଗାନିସ୍ତାନ ଲୋକଙ୍କ ହସ ଖୁସିର ସମୟ। ଆଉ ଜୀବନର ଏରୁଣ୍ଡି ବନ୍ଧରେ ଆସି ଛିଡ଼ା ହୋଇଛି ତାଲିବାନର ଆତଙ୍କ। ଆଗାମି ଭବିଷ୍ୟତର ଆତଙ୍କରେ ଥରୁଛି ମନ ଝରୁଛି ଲୁହ। ସାଧାରଣରେ ପ୍ରଶ୍ନ ଉଠୁଛି ଏ ଲୁହ ପାଇଁ ଦାୟୀ କିଏ ?

ଘଡ଼ିକେ ଘୋଡ଼ା ଛୁଟିଲା ଭଳି ବଦଳୁଛି ଆଫଗାନିସ୍ତାନର ଭାଗ୍ୟ। ଜୀବନର ଦୋ ଛକିରେ ଏବେ ଆଫଗାନିସ୍ତାନବାସୀ। ଏମିତି ସମୟ ଆସିଛି ଯେଉଁଥିପାଇଁ ଲୋକେ ଘର ଛାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି। ନିଜ ଘରଦ୍ୱାର ଜମୀ ଦେଶ ଛାଡି ପଳାଉଛନ୍ତି ଲୋକେ। ଆଗତ ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ ଜଣେ ଦେଶକୁ ଛାଡ଼ିଥାଏ। କିନ୍ତୁ ଏବେ ଦେଶ ଛାଡ଼ିବାର କାରଣଟା ସମ୍ପୂର୍ଣ୍ଣ ଅଲଗା। କାରଣଟା ହେଉଛି ଆଫଗାନିସ୍ତନାରେ ତାଲିବାନୀ ଶାସନର ଲୋମ ଟାଙ୍କୁରା ଭୟ। ତାଲିବାନୀଙ୍କ ଶାସନ କାରଣରୁ ଲକ୍ଷ ଲକ୍ଷ ଲୋକ ଆଫଗାନିସ୍ତାନରେ ରହିବାକୁ ଚାହୁଁ ନାହାଁନ୍ତି। ମରଣ ମୁହଁରୁ ନିଜକୁ ବଞ୍ଚାଇବା ପାଇଁ ଦେଶ ଛାଡ଼ି ପଳାଉଛନ୍ତି ଲୋକେ। ଏହା ଆମେ କହୁନୁ। କିଛି ଦିନ ହେବ ଆଫଗାନିସ୍ତାରେ ଦେଖାଯାଉଥିବା ପରିସ୍ଥିତି ବଖାଣୁଛି ଆତଙ୍କର କଳଙ୍କିତ ଚିତ୍ର।
![]()
ଏହି କିଛି ଦିନ ଭିତରେ କାବୁଲ ଦେଖିଛି ଅନେକ ଲୋକଙ୍କର ମୃତ୍ୟୁ। ହସ ଖୁସିରେ ବିତୁଥିବା ଜୀବନ ଆଜି ଲାଲ ରକ୍ତରେ ଲଟପଟ ହେଉଛି। ଭୋକ ବିକଳରେ ଅହରହ ଘାଣ୍ଟି ହେଉଛନ୍ତି ଆଫଗାନିସ୍ତାନବାସୀ। ଆଖିରୁ ଲୁହ ସୁଖିବାକୁ ମଙ୍ଗୁନାହିଁ। କୋମଳ ଆଖିରୁ ଝଡ଼ିପଡ଼ୁଛି ଟୋପା ଟୋପା ଲୁହ। ଗୁରୁବାର ୨୬ ତାରିଖ ଦିନ ଆଫଗାନିସ୍ତାନ ଏୟାରପୋର୍ଟ ବାହାରେ ଦେଶ ଛାଡିବାକୁ ଅପେକ୍ଷା କରିଥିଲେ ହଜାର ହଜାର ଲୋକ।

ଆଉ ସେହି ସମୟରେ ହୋଇଥିଲା ଆତ୍ମଘାତି ବିସ୍ଫୋରଣ। ଯେଉଁଥିରେ ୧୩ ଜଣ ଆମେରିକୀୟ ସେନାଙ୍କ ସହ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପୁରା ସ୍ଥାନ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା। ହେଲେ ଏଠି ମନକୁ ଗୋଟିଏ ପ୍ରଶ୍ନ ଆସୁଛି। ଆଫଗାନିସ୍ତାନର ଲୁହ ପାଇଁ ଦୟୀ କିଏ ? ଏଥିପାଇଁ ଜର୍ଜ ବୁଶ ଦାୟୀ ନା ବାରାକ ଓବାମା। ଡୋନାଲ୍ଡ ଟ୍ରମ୍ପ, ଜୋ ବିଡେନ ଦାୟୀ ନା ତାଲିବାନ। ବୋଧ ହୁଏ ଏମିତି ପ୍ରଶ୍ନର ଉତ୍ତର ଆପଣ ମାନଙ୍କ ପାଖରେ ନଥିବ।

ଗତ ଦୁଇ ସପ୍ତାହ ଧରି କାବୁଲ ବିମାନବନ୍ଦର ଏକ ଯୁଦ୍ଧକ୍ଷେତ୍ର ପାଳଟିଛି। ଦିନ ରାତି ୨୪ ଘଣ୍ଟା, ଏୟାରପୋର୍ଟ ବାହାରେ ଆଫଗାନୀ ଲୋକଙ୍କର ଭିଡ଼। ପାଣି ଲିଟର ୩ ଶହ ଏବଂ ଭାତ ୭ ହଜାର ଉପରେ ହୋଇଥିବାରୁ ଲୋକେ ଭୋକ ଉପାସରେ ରହିଛନ୍ତି। ଅଧିକାଂଶ ଲୋକ ଜାଣିନାହାଁନ୍ତି ଦେଶ ଛାଡ଼ି କେମିତି ଯିବେ। ଅନେକ ଲୋକଙ୍କ ପାଖରେ ପାସପୋର୍ଟ ମଧ୍ୟ ନାହିଁ। ତଥାପି କୌଣସି ନା କୌଣସି ଉପାରେ ସେମାନେ ଦେଶ ଛାଡ଼ି ବାହାରକୁ ଯିବାକୁ ଚାହୁଁଛନ୍ତି। କାରଣ ଏବେବି ଆଫଗାନିସ୍ତାନ ଲୋକଙ୍କ ମନରେ ୨୦ ବର୍ଷ ପୂର୍ବର ତାଲିବାନୀ ଶାସନର ନିଆଁ ହୁତ ହୁତ ହୋଇ ଜଳୁଛି। ଆଉ ସେମାନେ ଚାହୁଁ ନାହାଁନ୍ତି ତାଙ୍କ ପିଲା ମାନେ ମଧ୍ୟ ତାଲିବାନୀ ଅତ୍ୟାଚାରର ଶୀକାର ହୁଅନ୍ତୁ ବୋଲି।

ଆଫଗାନିସ୍ତାନର ସ୍ଥିତି ଏବେ ମାନବିକତାକୁ ଧିକାରୁଛି। କୁନି କୁନି ପିଲାଙ୍କର କାନ୍ଦ ଚିତ୍କାର କରି କହୁଛି ଧିକ ତୁମ ମାନବିକତାକୁ। ମାଆ ବାପା ନିଜ ସନ୍ତାନକୁ ବଞ୍ଚାଇବାର ସଂଘର୍ଷର ଚିତ୍ର କିଛି ଦିନ ତରେ ସମସ୍ତଙ୍କୁ ମର୍ମାହତ କରିଥିଲା। ଯେଉଁଥିରେ ଜଳ ଜଳ ହୋଇ ଦେଖାଯାଉଥିଲା ମାଆ ବାପାଙ୍କର ଅସହାୟତା। ନିଜ ସନ୍ତାନକୁ ଏୟାରପୋର୍ଟର ପାଚେରୀ ସେପଟକୁ କଣ୍ଟା ତାରର ଉପରେ ଛାଡ଼ିବା ସମୟରେ କଣା ମାଆକୁ କଷ୍ଟ ହୋଇନଥବ। ହେଲେ ସେ କଷ୍ଟର ଦୁହାଇ କାହା ଆଗରେ ରଖିବ ନିରୀହ ମା। ସେହି ମାନେ କେବଳ ସେହି ଯନ୍ତ୍ରଣାକୁ ଅନୁଭବ କରି ପାରିବେ ଯେଉଁ ମାନେ ଅଙ୍ଗ ନିଭେଇଥିଲେ।

ଖାଲି ସେତିକି ନୁହେଁ କିଛି ଦିନ ପୂର୍ବରୁ କାବୁଲରୁ ଆସିଥିବା ଭିଡିଓକୁ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁଥିରେ ବିମାନରୁ ଦୁଇଜଣ ଲୋକ ଖସିପଡ଼ୁଛନ୍ତି। ଏହାକୁ ନେଇ ଅନେକ ଉପହାସର କରାଗଲା। ହେଲେ ଏମିତି କରିବା ପାଇଁ ତାଙ୍କ ବାଧ୍ୟ କରିଥିଲା ଆଫଗାନିସ୍ତାନର ପରିସ୍ଥିତି। ସେମାନଙ୍କୁ ଏହାର ପରିଣାମ ଜଣାଥିଲା ହେଲେ ତଥାପି ଏଭଳି ମରଣର ରାସ୍ତାକୁ ବାଛିଥିଲେ ସେମାନେ। ତାଲିବାନରେ ରହି ନର୍କ ଯନ୍ତ୍ରଣା ପାଇଁବା ଅପେକ୍ଷା ମରିଯିବାକୁ ସେମାନେ ଠିକ୍ ଭାବିଥିଲେ।

ଆଫଗାନିସ୍ତାନର ସ୍ଥିତି ପାଇଁ ଦୋଷ କାହାର। ଯେଉଁମାନେ ବନ୍ଧୁକ ଧରି ଜାଣି ନାହାଁନ୍ତି ରାଜନୀତି କରି ଶିକ୍ଷିନାହାନ୍ତି ସେମାନେ କାହା ପାଇଁ ବଳି ପଡ଼ୁଛନ୍ତି। ଏମାନଙ୍କର ଦୁଃଖ ପାଇଁ ଦାୟୀ କିଏ ? ଆଜି ଏଠାରେ କୋମର ଶିଶୁ ଆଗରେ ମାନବିକତାର ହାର ହୋଇଛି ନାଁ ଆତଙ୍କର ବିଜୟ ହୋଇଛି ଉତ୍ତର ଆପଣଙ୍କର।



