spot_img
Home Blog Page 5272

ଭୁବନେଶ୍ୱର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ

ଭୁବନେଶ୍ୱର: ତୃଣମୂଳସ୍ତରକୁ ଯିବ ବିଜେଡିର ଛାମୁଆ ସଂଗଠନ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନାକୁ ପହଞ୍ଚାଇବା ସହିତ ଗରିବଙ୍କ ସହିତ ଠିଆ ହେବ ବିଜୁ ଜନତା ଦଳ । ଭୁବନେଶ୍ବର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏପରି ସଂକଳ୍ପ ନେଇଛନ୍ତି ବିଜେଡି ନେତା ଓ କର୍ମୀ । ବିଧାୟକ ତଥା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ବରରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୩ଟି ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି ।

କୋଭିଡ ପରିଚାଳନାରେ ସାରା ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ଏହା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପ୍ରଚଳ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଇତିହାସ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ହକିକୁ ମଧ୍ୟ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୩୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ହକିର ପ୍ରାୟୋଜକ ଦାୟିତ୍ବ ନେଇଥିବାରୁ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ଆସୁଥିବାରୁ ଦଳର ସ୍ଥିତିକୁ ସୁଦୃଢ କରିବାକୁ ଗୁରୁତ୍ବ ଦିଆଯାଇଛି ।

ଦଳ ଯେପରି ଶତ ପ୍ରତିଶତ ସଫଳତା ପାଇବ ସେଥିପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ନେତା । ବୈଠକରେ ବିଜେଡି ଉପସଭାପତି ତଥା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଶ୍ରୀମତି ପ୍ରମିଳା ମଲ୍ଲିକ, ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ମୋ ପିରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ । ଏମାନଙ୍କ ସହିତ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସପକ୍ଷରେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: କଂଗ୍ରେସରେ ଛିଡ଼ୁନି କ୍ଷମତା ଯୁଦ୍ଧ । କେନ୍ଦ୍ର ଭଳି ରାଜ୍ୟ କଂଗ୍ରେସରେ କ୍ଷମତା କନ୍ଦଳ ଲାଗି ରହିଛି । ଯେଉଁଥିପାଇଁ କଂଗ୍ରେସ ହାତରୁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଦଳ ସରକାରରେ ଥାଇ ନେତାଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରୁଛି । କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ପଞ୍ଜାବ ପରେ ଛତିଶଗଡ଼ରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିଲ୍ଲୀ ପହଞ୍ଚିଛି ।

Chhattisgarh Congress CM Bhupesh Baghel Meets Rahul Gandhi

ମୁଖ୍ୟମନ୍ତ୍ରୀ ପଦରେ ତିଷ୍ଠି ରହିବାକୁ ଭୂପେଶ ବାଘେଲ ଦିଲ୍ଲୀରେ ସମର୍ଥକଙ୍କ ସହ ଡେରା ପକାଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭୂପେଶ ବାଘେଲ ଓ ଟିଏସ. ସିଂହ ଦେବ ଭେଟି ଆଲୋଚନା କରିଛନ୍ତି । କୁହାଯାଉଛି ଛତିଶଗଡ଼ରେ କଂଗ୍ରେସ ସରକାରର ଭବିଷ୍ୟତ ପାଇଁ ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ, ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସପକ୍ଷରେ ଅଛନ୍ତି ରାହୁଲ ଗାନ୍ଧୀ ।

ଆଶା କରାଯାଉଥିଲା ରାହୁଲଙ୍କୁ ଭୂପେଶ ବାଘେଲ ଓ ଟିଏସ୍ ସିଂହ ଦେବ ଭେଟିବା ପରେ ସବୁକିଛି ସ୍ୱାଭାବିକ ହେବ । କିନ୍ତୁ ୨ ଦିନ ହେବ ରାୟପୁରରୁ ଦିଲ୍ଲୀ ଲମ୍ବି ଥିବା ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ଆଲୋଚନା ଚାଲିଥିବା ବେଳେ ବାଘେଲଙ୍କ ସପକ୍ଷରେ ଥିବା ୩୫ରୁ ଅଧିକ ବିଧାୟକ ଓ ୩ ମନ୍ତ୍ରୀ ଦିଲ୍ଲୀରେ ଡେରା ପକାଇଛନ୍ତି । ଆଉ ଆଜି ପ୍ରାୟ ୧୫ରୁ ୨୦ ବିଧାୟକ ଦିଲ୍ଲୀ ପହଞ୍ଚି ପାରନ୍ତି ।

ଏମିତିରେ ଶୁକ୍ରବାର ବସିଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଛତିଶଗଡ଼ ସରକାରକୁ ନେଇ କଂଗ୍ରେସରେ ବୈଠକ ପରେ ବୈଠକ ଚାଲିଥିବା ବେଳେ ଦଳ ପକ୍ଷରୁ ଏହି ମାମଲାରେ କୌଣସି ମନ୍ତବ୍ୟ ଦିଆଯାଉନାହିଁ । ୨୦୧୮ ଡିସେମ୍ବରରେ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରି ସରକାରକୁ ଆସିଥିଲା କଂଗ୍ରେସ । ସେତେବେଳେ ଦଳ ଭୂପେଶ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା । ଏବେ ଦଳରେ କନ୍ଦଳ ପରେ ଗତରାତିରେ ଭୂପେଶଙ୍କୁ ସମର୍ଥନ କରୁଥିବା ୧୫ରୁ ଅଧିକ ବିଧାୟକ ରାଜ୍ୟ କଂଗ୍ରେସ ପ୍ରଭାରୀ ପିଏଲ୍ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ।

Chhattisgarh Congress CM Bhupesh Baghel Meets Rahul Gandhi

୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ପାଖରେ ୭୦ ବିଧାୟକ ଅଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ବିବାଦ ଦଳକୁ ସଂକଟରେ ପକାଇଛି । ସମସ୍ତଙ୍କ ନଜର କଣ ଅଢ଼େଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ବିଦା ହେବେ ଭୂପେଶ ବାଘେଲ ।

ଦିନକୁ ୫ ଘଣ୍ଟା ଚାଲିବ ଗୃହ: ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ସେପ୍ଟେମ୍ବର୧ରୁ ୯ ତାରିଖ ଯାଏ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ । ସକାଳ ସାଢେ ୧୦ରୁ ଦିନ ସାଢେ ଗୋଟାଏ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏ ଦୁଇ ପର୍ଯ୍ୟାୟରେ ଗୃହ ଚାଲିବ । ସୁରୁଖୁରୁରେ ଅଧିବେଶନ ଚାଲିବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଶନିବାର ବିଧାନସଭା ଚାଲିବ । ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନେ ବସିବା ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ବସି କିମ୍ବା ଠିଆହୋଇ ଉତ୍ତର ଦେଇପାରିବେ । ବିଧାୟକମାନେ ଓକାକ ବିଲ୍‌ଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବି ବସିପାରିବେ ।

ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିଡିଓ କନଫରେନସିଂ ଯୋଗ ଦେଇପାରିବେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ମନ୍ତ୍ରୀଙ୍କର ହେବ ଆଣ୍ଟିବଡି ଟେଷ୍ଟ । ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ।

ଏଥିସହିତ ପଢ଼ନ୍ତୁ: କଟକ ଏସ୍‌ସିବିରେ ପୂର୍ବ ଭାରତର ବଡ଼ ସରକାରୀ ଏକମୋ ୟୁନିଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମାନବବାଦୀ ସଂଗଠନର ଅମାନବୀୟ କାମ: ବିବସ୍ତ୍ର କରି ବାପା-ପୁଅଙ୍କୁ ପିଟିଲେ, ଜାଣନ୍ତୁ କାହିଁକି

ଖୋର୍ଦ୍ଧା: ତାଲିବାନୀ ଶାସନଠାରୁ କମ ନୁହେଁ । ମାନବବାଦୀ ସଂଗଠନର ଅମାନବୀୟ କାମ  । ଦୃଶ୍ୟ ଦେଖିଲେ ଲୋମଟାଙ୍କୁରି ଉଠିବ । ପଶୁଠାରୁ ଆହୁରି କଠୋର ଭାବରେ ଦିଆଯାଉଛି ମାଡ଼ । ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ନିର୍ଘାତ ମାଡ଼ ମରାଯାଉଛି । ପଶୁଠାରୁ ଆହୁରି ଜଘନ୍ୟ ଭାବରେ ଦୁଇ ଜଣଙ୍କୁ ମାଡ଼ ଦିଆଯାଉଛି । ମାଡ଼ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାପା, ଜଣେ ପୁଅ ବୋଲି କୁହାଯାଉଛି । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁରେ । ମାଡ଼ ଖାଇଥିବା ବ୍ୟକ୍ତି ମାଗୁଣି ନାୟକଙ୍କ କହିବା ଅନୁସାରେ, ବେଗୁନିଆ ଅଞ୍ଚଳରେ ଏକ ବେଆଇନ ସଂଗଠନ ମୁଣ୍ଡ ଟେକିଛି । ସଂଗଠନର ନୀତି ନିୟମ ଯିଏ ନ ମାନୁଛି ତାକୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ୁଛି । କେବେ ଏଭଳି ଘଟଣା ଘଟିଲା ଯଦିଓ ଜଣାପଡିନି, ତେବେ ଭିଡିଓ ଦେଖି ଲୋକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ଥାନାରେ ଅଭିଯୋଗ କରିବାକୁ ଭୟ କରୁଛନ୍ତି  ।

https://www.facebook.com/NandighoshaTV/videos/428160985267034

ଅନ୍ୟ ପଟେ ସ୍ଥାନୀୟ ପୋଲିସ ପାଖରେ କୌଣସି ସୂଚନା ନାହିଁ, କି ଅଭିଯୋଗ ନାହିଁ ବୋଲି ବେଗୁନିଆ ଥାନା ଅଧିକାରୀ କହିଛନ୍ତି  । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କହିବା କଥା, ସୋସିଆଲ ମିଡିଆରେ ଘୂରି ବୁଲୁଥିବା କ୍ଲିପ ସମ୍ପର୍କରେ କୌଣସି ଅଭିଯୋଗ ନାହିଁ । ତଥାପି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି କହିଛନ୍ତି  ।

କାବୁଲ ବିସ୍ଫୋରଣ ନେଇ ଆଗୁଆ ସୂଚନା ଦେଇଥିଲା ଆଫଗାନିସ୍ତାନ NSD, କାହିଁକି ଆକ୍ରମଣ ରୋକିବାରେ ବିଫଳ ହେଲା ଆମେରିକା ?

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ଆତଙ୍କବାଦୀ ସଂଗଠନ ଗୁଡ଼ିକ ସକ୍ରିୟ ହୋଇ ପଡ଼ିଛନ୍ତି । ଦେଶରେ ଅରାଜକତା ପରିସ୍ଥିତି ଲାଗି ରହିଛି । ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଏବେ ଯାଏଁ ୧୦୫ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, ଆକ୍ରମଣ ପୂର୍ବରୁ ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (NSD) ଆମେରିକାକୁ କାବୁଲ ଏୟାରପୋର୍ଟ ଦୁଇଟି ବିସ୍ଫୋରଣ ହେବା ନେଇ ସୂଚନା ଦେଇଥିଲା । ବିସ୍ଫୋରଣ ପୂର୍ବରୁ ସୂଚନା ମିଳିଥିଲେ ମଧ୍ୟ ଏହାକୁ ରୋକିବାରେ ବିଫଳ ହୋଇଛି ଆମେରିକା ।

ସୂତ୍ର ଅନୁସାରେ, ଆମେରିକାକୁ ପ୍ରଥମରୁ ସୂଚନା ଦିଆଯାଇଥିଲା ହକ୍କାନି ନେଟୱର୍କ ବିସ୍ଫୋରଣ ଘଟାଇବ । ଯେଉଁଥିପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରିବ । କାବୁଲ ଏୟାରପୋର୍ଟ ଲାଗି ରହିଥିବା ଭିଡ଼ ଓ ଉପଦ୍ରବକୁ ଶେଷ କରିବା ପାଇଁ ହକ୍କାନି ନେଟୱର୍କ ଏଭଳି ବିସ୍ଫୋରଣ କରିଥିବା କୁହାଯାଉଛି ।

ଆଇଏସ୍ଆଇଏସ୍ (ଇସଲାମିକ୍ ଷ୍ଟେଟ ଅଫ୍ ଇରାକ୍ ଏଣ୍ଡ ଦ ଲେମେଣ୍ଟ) ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ବିସ୍ଫୋରଣରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆମେରିକା ସେନାର ୧୩ ଜଣ କମାଣ୍ଡୋ ରହିଥିବା ଜଣାପଡ଼ିଛି । ବିସ୍ଫୋରଣ ପରେ ଅମରୁଲ୍ଲା ସାଲେହ ତାଲିବାନ ସହ ଖୁରାସାନ ଗ୍ରୁପ୍ ସମ୍ପର୍କ ଥିବା ଦାବି କରିଛନ୍ତି । ତେବେ ତାଲିବାନ ବିସ୍ଫୋରଣ ପାଇଁ ଆମେରିକାକୁ ଦାୟୀ କରିଛି ।

ଚାକିରି ନାଁରେ ଏମ୍‌ସିଏ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ରାଉରକେଲା: ମାଲଗୋଦାମ ଅଞ୍ଚଳର ଜଣେ ଏମସିଏ ଶେଷବର୍ଷର ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଚାକିରି ଦେବା ନାଁରେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏମସିଏ ଶେଷବର୍ଷର ଛାତ୍ରୀ ଗତ ୨୪ତାରିଖରୁ ନିଖୋଜ ଅଛନ୍ତି । ଛାତ୍ରୀଙ୍କ ମୋବାଇଲ ଫୋନ୍‌ ସୁଇଚଅଫ ଥିବା ବେଳେ ଏହି ଘଟଣାରେ କିଛି ଯୁବକଙ୍କ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଛାତ୍ରୀଙ୍କ ପରିବାର ପକ୍ଷରୁ ରାଉରକେଲା ଉଦିତନଗର ଥାନାରେ ଗତ ୨୪ ତାରିଖରେ ଅଭିଯୋଗ କରାଯାଇଛି । ଏପଟେ ଛାତ୍ରୀଙ୍କ ମୋବାଇଲ ସିମ୍‌ ଭୁବନେଶ୍ୱରରୁ ମିଳିଥିଵା ଦୁଇଜଣ ଅଜଣା ଯୁବକ ଫୋନ କରି ଛାତ୍ରୀଙ୍କ ଘର ଲୋକଙ୍କୁ କହିଥିଵା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଲ୍ଲୀ ଖାନ ନାମକ ଜଣେ ଯୁବକ ଫୋନ୍‌ କରି ଛାତ୍ରୀଙ୍କୁ ବିବାହ କରିଥିବା ପରିବାର ଲୋକଙ୍କୁ କହୁଥିବାରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନିଖୋଜ ଛାତ୍ରୀଙ୍କ ବିବାହ ପରିବାର ଲୋକଙ୍କ ସହମତିରେ ରାଉରକେଲା ସହରରେ ଠିକ୍‌ କରାଯାଇଥିଲା । ଛାତ୍ରୀଙ୍କ ସହମତିରେ ବିବାହ ଠିକ୍‌ ହୋଇଥିବାରୁ ତାଙ୍କୁ ଅପହରଣ କରାଯାଇ ଅଜଣା ସ୍ଥାନରେ ଅଟକ ରଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ

 

 

୭ଟି ଟ୍ରକରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ, ୫ ଡ୍ରାଇଭର ମୃତ

ଦିଶପୁର: ଆସାମରେ ହିଂସା । ଦିମା ହସାଓ ଜିଲ୍ଲାରେ ଉଗ୍ରବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ଉମରଙ୍ଗସୋ ଲଙ୍କା ରୋଡରେ ୭ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ଉଗ୍ରବାଦୀ । ଯେଉଁଥିରେ ୫ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏବେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିଳମ୍ବିତ ରାତିରେ ଏହି ହିଂସାକାଣ୍ଡ ଘଟିଛି । ଟ୍ରକ୍ ଜାଳିଦେବା ସହ ଉଗ୍ରବାଦୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି ।

ପୋଲିସ ୫ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଜବତ କରିଛି । ଏଭଳି ହିଂସାକାଣ୍ଡ DNLA ଉଗ୍ରବାଦୀ ସଂଗଠନ କରିଥିବା ପୋଲିସ ଅନୁମାନ କରୁଛି । ଘଟଣା ପରେ ଆସାମ ରାଇଫଲ୍ସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍ କରାଯାଉଥିବା ଏସପି ସୂଚନା ଦେଇଛନ୍ତି ।

ତାଲିବାନ ବିରୋଧରେ ଲେଖିବାରୁ କେରଳ ବିଧାୟକଙ୍କୁ ହତ୍ୟା ଧମକ

କୋଝିକୋଡେ: ତାଲିବାନ ଭୟରେ ଥରହର ପୂରା ଆଫଗାନିସ୍ତାନ । ଦେଶ ଛାଡ଼ି ଚାଲିଯିବାକୁ କାବୁଲ ବିମାନବନ୍ଦରରେ ଆଫଗାନିସ୍ତାନବାସୀଙ୍କ ଭିଡ଼ ଲାଗିଛି । ଆଉ ଯିଏ ବି ଆଫଗାନିସ୍ତାନରେ ଅଛନ୍ତି, ପ୍ରତିଟି ମୁହୂର୍ତ୍ତ ତାଲିବାନ ଭୟରେ ବିତାଉଛନ୍ତି । ଆଫଗାନିସ୍ତାନରେ ଭୟ ସୃଷ୍ଟି କରିଥିବା ତାଲିବାନ କେରଳର ଜଣେ ବିଧାୟକଙ୍କୁ ହତ୍ୟା ଧମକ ଦେଇଛି । ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ ବିଧାୟକ ଏମକେ ମୁନୀରଙ୍କୁ ତାଲିବାନ ବିରୋଧୀ ଫେସବୁକ ପୋଷ୍ଟ ପାଇଁ ମିଳିଛି ହତ୍ୟା ଧମକ ।

ଏମକେ ମୁନୀରଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠିରେ ତୁରନ୍ତ ଫେସବୁକ ପୋଷ୍ଟ ହଟାଇବାକୁ କୁହାଯାଇଛି । ମୁନୀରଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠିର ଶୀଷର୍କ ରହିଛି, ‘ତାଲିବାନ ଏ ୱଣ୍ଡର’ ଅର୍ଥାତ୍ ତାଲିବାନ ଏକ ଚମତ୍କାର । ମୁନୀରଙ୍କ ଫେସବୁକ ପୋଷ୍ଟ ଅଳ୍ପସଂଖ୍ୟକଙ୍କ ଭାବନାକୁ ଆଘାତ କରିଥିବା ଧମକପୂର୍ଣ୍ଣ ଚିଠିରେ ଲେଖାଯାଇଛି ।

Kerala MLA MK Muneer Receives Death Threat After Facebook Post Against Taliban

ତାଲିବାନ ବିରୋଧରେ ଲେଖା ଯାଇଥିବା ଫେସବୁକ ପୋଷ୍ଟକୁ ୨୪ ଘଣ୍ଟା ଭିତରେ ହଟାଇବାକୁ ଧମକ ଦିଆଯାଇଛି । ନଚେତ୍ ମୁନୀରଙ୍କ ସହ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛି ତାଲିବାନ । ଏଥିସହ ମୁନୀରଙ୍କ ଉପରେ ପ୍ରଫେସର ଟିଜେ ଜୋଫେସଙ୍କ ଭଳି ଆକ୍ରମଣ ପାଇଁ ତାଲିବାନ କଡ଼ା ଚେତାବନୀ ଦେଇଛି । ୨୦୧୦ରେ ଥୋଡୁପୁଡାରେ ଜୋଫେସଙ୍କ ହାତ କାଟି ଦିଆଯାଇଥିଲା । ମିଳିଥିବା ଧମକପୂର୍ଣ୍ଣ ଚିଠି ନେଇ ମୁନୀର ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

କଟକ ଏସ୍‌ସିବିରେ ପୂର୍ବ ଭାରତର ବଡ଼ ସରକାରୀ ଏକମୋ ୟୁନିଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍‌ମୋ ମେସିନ ଗୁଡିକୁ ମଧ୍ୟ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ, ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍‌ମୋ ୟୁନିଟ୍ ଏବଂ ଏକ୍‌ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ  ସରକାର ସ୍ତରରେ  ପ୍ରଥମ ଓ ସର୍ବବୃହତ । ଏଥିପାଇଁ ଅଭିଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି।କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହା ଦ୍ୱାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ୱସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କରୋନାର ଦ୍ୱିତୀୟ ଲହରରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ପାଇଁ ଏକ୍‌ମୋ ମେସିନ୍‌ ଏକ ଜୀବନ  ରକ୍ଷାକାରୀ  ବ୍ୟବସ୍ଥା। ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍‌ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ ।

ଦ୍ୱିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ଦ୍ୱିତୀୟ ଲହର ସାରା ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁ ଓଡିଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ । ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡ଼ରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ ଘରୋଇ ଡାକ୍ତରଖାନାରେ ଏକମୋ ଚିକିତ୍ସା ପାଇଁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସ୍ଥଳ ବିଶେଷରେ ଏହା ଆହୁରି ବୃଦ୍ଧି ପାଇଥାଏ ।ତେଣୁ ସରକାରୀ ସ୍ତରରେ ଏହି ଉନ୍ନତ ଚିକିତ୍ସା  ସୁବିଧା ଗରିବ ତଥା ମଧ୍ୟବିତ୍ତ ଲୋକଙ୍କ  ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ଵୋଲି ଆଶା କରାଯାଏ ।

କଟକୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକଗଣ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏକ୍‌ମୋ ୟୁନିଟର ଉଦ୍‌ଘାଟନ ନେଇ କଟକରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

କଟକ: ଏସ୍‌ସିବିରେ ଉଦ୍‌ଘାଟିତ ହେବ ପୂର୍ବ ଭାରତର ସବୁଠାରୁ ବଡ଼ ସରକାରୀ ଏକମୋ ୟୁନିଟ୍ । ଏ ନେଇ ଆଜି କଟକରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୋସ ଅସ୍ଥାୟୀ ହ୍ୟାଲିପେଡ୍‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଏସ୍‌ସିବି ଅଭିମୁଖେ ବାହାରିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ।

https://www.youtube.com/watch?v=0astGvgfGLo

ଆଜିର ଏହି ଉଦ୍‌ଘାଟନ ପରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ ।  ଆଉ ବ୍ୟୟବହୁଳ ହେବନି ଏକମୋ ଚିକିତ୍ସା । ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା । ଆଜିଠୁ ମାଗଣାରେ ମିଳିବ ଏକମୋ ଚିକିତ୍ସା । ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇଛି । ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ । ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଏବେ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ ।