spot_img
Home Blog Page 5425

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର, ମହଙ୍ଗା ଭତ୍ତା ୧୭ରୁ ୨୮%କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ଖୁସି ଖବର । କୋଭିଡ୍ ସଂକଟ ଭିତରେ ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ି ବଢ଼ି ଚାଲିଥିବା ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି ସରକାର । ସୂତ୍ର ଅନୁସାରେ, କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରିଛନ୍ତି ।

Modi Cabinet Decision Central Government Employees DA Increased By 11 Percentage

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀଙ୍କ ତିନି କିସ୍ତି ମହଙ୍ଗା ଭତ୍ତା ମିଳିନଥିଲା । କରୋନା ସଂକଟ ପାଇଁ ସରକାର ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇଥିଲେ । ଏବେ ମହଙ୍ଗା ଭତ୍ତା ବଢ଼ିବା ପରେ ସେପ୍ଟେମ୍ବରରେ ଅଧିକ ଦରମା ମିଳିପାରେ ।

କରୋନା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇ ଥିଲେ । ପରେ ୨୦୨୧ ଜୁଲାଇ ୧ ଯାଏ ରୋକ୍ ଲଗାଇ ଥିଲେ । ଏବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ଏହାର ଲାଭ କର୍ମଚାରୀଙ୍କୁ ମିଳିପାରେ ।

Modi Cabinet Decision Central Government Employees DA Increased By 11 Percentage

କ୍ୟାବିନେଟ ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର କ୍ୟାବିନେଟ୍ ବୈଠକ ବସିଥିଲା । ପ୍ରାୟ ବର୍ଷକ ପରେ ଗୋଟିଏ କକ୍ଷରେ ବସିଥିଲା କ୍ୟାବିନେଟ୍ ବୈଠକ । କରୋନା ପାଇଁ ପୂର୍ବରୁ ସମସ୍ତ କ୍ୟାବିନେଟ୍ ବୈଠକ ଭର୍ଚୁଆଲରେ ହେଉଥିଲା ।

ଟପ୍ ମାଓ ନେତା ଆର ରଞ୍ଜିତଙ୍କ ଆତ୍ମ ସମର୍ପଣ

ମାଲକାନଗିରି:  ଟପ୍ ମାଓନେତା ଆର ରଞ୍ଜିତଙ୍କ ଆତ୍ମସମର୍ପଣ । ହାଇଦ୍ରାବାଦ ପୋଲିସରେ ସରେଣ୍ଡର କଲେ ରଞ୍ଜିତ୍ । ରଞ୍ଜିତ ପୂର୍ବତନ ମାଓ କମିଟର ସଦସ୍ୟ ଆର. ଶ୍ରୀକାନ୍ତଙ୍କ ପୁଅ । କିଛିଦିନ ତଳେ ଶ୍ରୀକାନ୍ତର ମୃତ୍ୟୁ ହୋଇଥିଲା । ରଞ୍ଜିତ ବାଟାଲିଅନ କମିଟର ମୁଖ୍ୟ ଥିଲା । କିଛିଦିନ ହେବ ମାଓ କାର୍ଯ୍ୟକଳାପରୁ ବିରତ ଥିଲେ ରଞ୍ଜିତ ।

ବୁଧବାର ଦିନ ତେଲେଙ୍ଗାନା ପୋଲିସ ମୁଖ୍ୟାଳୟରେ ପୋଲିସର ମହାନିର୍ଦ୍ଦେଶକଙ୍କ ନିକଟରେ ମୁଖ୍ୟ ମାଓବାଦୀ  ନେତା ରଭୁଲା ରଣଜିତ୍ ଆକା ଶ୍ରୀକାନ୍ତ ଆତ୍ମସମର୍ପଣ କରିଛନ୍ତି।

ଡିଜିପି ଏମ ମହେନ୍ଦ୍ର ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସୂଚନା ଦେଇଛନ୍ତି ଯେ, ରଭୁଲା ରଞ୍ଜିତ ହେଉଛନ୍ତି କେନ୍ଦ୍ରୀୟ କମିଟି ସଦସ୍ୟ ତଥା ସଚିବ ମାଓବାଦୀ ଦଳର ସ୍ୱର୍ଗତ ରଭୁଲା ଶ୍ରୀନିବାସ ଆକା ରମଣଙ୍କ ପୁଅ  ।   ପିଲାଦିନରୁ ତାଙ୍କୁ କ୍ରାନ୍ତିକାରୀ ଚିନ୍ତାଧାରା ଏବଂ ବନ୍ଧୁକ ବ୍ୟାରେଲ ମାଧ୍ୟମରେ ଏକ ନୂଆ ଗଣତାନ୍ତ୍ରିକ କ୍ରାନ୍ତିର ସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।

ଯଦିଓ ରଣଜିତ୍‌ ନିଜାମାବାଦରେ ପାଠ ପଢିଥିଲେ, ତଥାପି ପରେ ୧୦୧୫ରେ ଦଶମ ଶ୍ରେଣୀ ଶିକ୍ଷା ଶେଷ କରିବା ପରେ ଭୂତଳ ସଶସ୍ତ୍ର ସଙ୍ଗଠନରେ ଯୋଗ ଦେଇଥିଲେ । ପରେ ୨୦୧୯ରେ ପିପିସି ସଦସ୍ୟ ଭାବରେ ମନୋନୀତ ହୋଇଥିଲେ ।

ଅସ୍ତ୍ରଶସ୍ତ୍ର ଛାଡି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ସେ ମାଓବାଦୀ କ୍ୟାଡରମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

 

ଚିନ୍ତା ବଢ଼ାଉଛି ସୀମାନ୍ତ ଜିଲ୍ଲା: ଭୁବନେଶ୍ୱର, କଟକ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଆମେ ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖୁଛୁ । କାରଣ ପୁଣି ଥରେ ଛତିଶଗଡ଼ରେ ସଂକ୍ରମଣ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସୀମାରେ ଯଦିଓ ସେଭଳି କିଛି ଦରକାର ନାହିଁ, ମାତ୍ର ଆମେ ତାହା ପାଇଁ ବି ସଜାଗ ରହିଛୁ । କୋହଳ କରିବା ପରେ ବି କିଛି ଟା କଟକଣା ରଖିବାକୁ ହେବ । ସବୁ ତଥ୍ୟକୁ ଅନ୍‌ଲାଇନ୍ କରାଯାଇ ସରକାରଙ୍କୁ ଦିଆଯାଉଛି । ସରକାର ଯଥା ସମୟରେ ଠିକ ପଦକ୍ଷେପ ନେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ରାଜ୍ୟର ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ୱର, ବାଲେଶ୍ଵର, ମୟୂରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ତେଣୁ ତାହା ଆମକୁ ପଦକ୍ଷେପ ନେବାକୁ ପଡ଼ିବ । ଵିଶେଷ କରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ ତାହା ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାର ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ଯାହା ହେବା କଥା ନୁହେଁ । ମହାମାରୀରେ ଏମିତି ପ୍ରବାହ  ଆସେ । ଯେହେତୁ ମ୍ୟୁଟେସନ ହେଉଛି ତେଣୁ ଏହା କମିବା ବଦଳରେ ବଢୁଛି ବା ସ୍ଥିର ରହୁଛି । ମାତ୍ର ତୃତୀୟ ଲହର ଆସୁ ନ ଆସୁ ଆମେ ସର୍ଭିଲାନ୍ସ ଓ ଟିକାକରଣ ଜାରି ରହିବ ଟ୍ରିଟମେଣ୍ଟ କ୍ଷମତାକୁ ମଧ୍ୟ ବଢ଼ାଯିବ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ଦିନରେ ପୁଣି ଦୋହଲିଲା ପାକିସ୍ତାନ, ଆତଙ୍କବାଦୀ ଆକ୍ରମଣରେ ଚୀନ୍ ଇଞ୍ଜିନିୟରଙ୍କ ସମେତ ୮ ନିହତ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ପ୍ରସଙ୍ଗ । କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହୋଇଛନ୍ତି ବର୍ଷା । ଗତ ଶୁକ୍ରବାର ଉଭୟ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ତେବେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରଯାଉଥିଲା ତଦନୁଯାୟୀ ଉଭୟ ଆଜି କୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି । ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୂଚନା ଦେଇଥିଲେ ।

କନସିଲେସନ୍ ପ୍ରକ୍ରିୟାରେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ପ୍ରୟାସ କରାଯିବ। ଯଦି ଆଜି କୌଣସି ସମାଧାନ ନହୁଏ, ତାହେଲେ ଉଭୟଙ୍କୁ ଆଉ ଗୋଟିଏ ତାରିଖ ଦିଆଯାଇପାରେ। ପରବର୍ତ୍ତୀ ତାରିଖରେ ଯଦି ମାମଲା ସମାଧାନ ନହୁଏ, ତାହାହେଲେ କୋର୍ଟ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିର ଯାଞ୍ଚ ନେଇ ପହଞ୍ଚିଲା ବୈଷୟିକ କମିଟି: ଗର୍ଭ ଗୃହ ଓ ନାଟ ମଣ୍ଡପ ସ୍ଥିତି ବୁଲି ଦେଖୁଛନ୍ତି

ମିକ୍ସ ଆଣ୍ଡ ମ୍ୟାଚ୍‌ ଟିକାକୁ ନେଇ WHOର ଚେତାବନୀ

ନୂଆଦିଲ୍ଲୀ:  କରୋନାକୁ କାବୁ କରିବାକୁ ବିଶେଷଜ୍ଞମାନେ ଏବେ ବି ଅଧ୍ୟୟନ ଜାରି ରଖିଥିବା ବେଳେ ମିକ୍ସ ଆଣ୍ଡ ମ୍ୟାଚ୍‌ ବା କକଟେଲ ଟିକାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆବଶ୍ୟକ ହେଲେ ଭିନ୍ନ ଦୁଇଟି କମ୍ପାନୀର ଦୁଇଟି ଡୋଜ୍ ନେଇ ହେବ ବୋଲି ବିଶେଷଜ୍ଞ କହୁଥିବା ବେଳେ ଏହାକୁ ନେଇ ସତର୍କ କରାଇଛି WHO । ଭିନ୍ନ କମ୍ପାନୀର ଡୋଜ୍ ନେବା ଅତି ମାରାତ୍ମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତିଯେ, ଦୁଇଟି ଭିନ୍ନ କମ୍ପାନୀର ଡୋଜ୍ ନେବା ମାରାତ୍ମକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଏ ପର୍ଯ୍ୟନ୍ତ ଅଧିକ ଅନୁଧ୍ୟାନ କରାଯାଇ ନଥିବା ବେଳେ ଏ ସମ୍ପର୍କରେ ଖୁବ୍ କମ୍ ତଥ୍ୟ ଉପଲବ୍ଧ ଅଛି ।  ବୈଜ୍ଞାନିକ ତଥ୍ୟ ପ୍ରମାଣ ନଥିବାରୁ ଦୁଇଟି କମ୍ପାନୀର ଟିକା ନେବା ଠିକ୍ ନୁହେଁ ।

Vaccination of children with Zydus vaccine will begin by September Expert Panel Chief

ତେଣୁ ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ‌ପଡ଼ିବ। ଦୁଇଟି ଭିନ୍ନ ଟିକା ନେବା ଭଲ ହୋଇପାରେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମ ନିକଟରେ କେବଳ ଆ‌ଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ସଂପର୍କରେ ତଥ୍ୟ ରହିଛି। ପ୍ରଥମ ଡୋଜ୍ ଭାବେ ଆଷ୍ଟ୍ରାଜେନେକା ଏବଂ ଦ୍ବିତୀୟ ଡୋଜ୍ ଭାବେ ଫାଇଜର ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା କମ୍ ସମୟ ପାଇଁ ଦେଖାଦେଇଛି। ତେବେ ଗବେଷଣାରୁ ଜଣାପଡ଼ି ନାହିଁ ଯେ, ଏହା ସଂକ୍ରମଣକୁ ରୋକିବାରେ କେତେମାତ୍ରାରେ ସଫଳ ହୋଇଛି। ଲାନସେଟ୍ ମାଗାଜିନ୍‌ରେ ଏ ବାବଦରେ ତଥ୍ୟ ପ୍ରକାଶ ପାଇଛି।

ସ୍ପେନ୍‌ର ଏକ ଗବେଷଣା ରିପୋର୍ଟରେ କୁହାଯାଇଥିଲା ଯେ ପ୍ରଥମେ ଆଷ୍ଟ୍ରାଜେନେକା ଏବଂ ପରେ ଫାଇଜର ଟିକା ନେବା ଦ୍ୱାରା ତାହା ସଂକ୍ରମଣ ବିରୋଧରେ ଅଧିକ ପ୍ରଭାବଶାଳୀ ରହିଥିଲା। ଜଣେ ବୈଜ୍ଞାନିକ କହିଥିଲେ ୧.୭ ପ୍ରତିଶତଙ୍କ ଠାରେ ଗୁରୁତର ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ଦେଖିବାକୁ ମିଳିଥିଲା। ପୂର୍ବରୁ ଜୁନ୍‌ରେ   ସ୍ୱାମୀନାଥନ କହିଥିଲେ ଯେ ଦୁଇ ଭିନ୍ନ ଟିକା ନେବା ଦ୍ୱାରା ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ସୃଷ୍ଟି ହେଉଥିବା ପ୍ରତୀୟମାନ ହେଉଛି। ସେହି ସମୟରେ ସେ ବ୍ରିଟେନ ଏବଂ ଜର୍ମାନୀର ତଥ୍ୟ ଅବତାରଣା କରିଥିଲେ। ଚଳିତବର୍ଷ ମେ ମାସରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭିନ୍ନ ଭିନ୍ନ ଟିକା ନେବା ଦ୍ୱାରା ସେଭଳି କିଛି ବଡ଼ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ତେବେ ଏହି ଟିକା ପଦ୍ଧତିକୁ ଆପଣାଇବା ପାଇଁ ଅଧିକ ବିଜ୍ଞାନ ସମ୍ମତ ତଥ୍ୟ ଆବଶ୍ୟକ ବୋଲି କୁହାଯାଇଥିଲା।

ତେବେ ଏହାକୁ ନେଇ ଗବେଷଣା ଏବେ ମଧ୍ୟ ଜାରି ରହିଛି ।

ଦ୍ୱିତୀୟ ଦିନରେ ପୁଣି ଦୋହଲିଲା ପାକିସ୍ତାନ, ଆତଙ୍କବାଦୀ ଆକ୍ରମଣରେ ଚୀନ୍ ଇଞ୍ଜିନିୟରଙ୍କ ସମେତ ୮ ନିହତ

ଇସଲାମାବାଦ: ମଙ୍ଗଳବାରର ଆତଙ୍କବାଦୀ ଆକ୍ରମଣ ପରେ ଆଜି ପୁଣି ବିସ୍ଫୋରଣରେ ଦୋହଲିଛି ପାକିସ୍ତାନ । ଚୀନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସକୁ ଆତଙ୍କବାଦୀ ଆଇଡି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ଚୀନ୍ ଇଞ୍ଜିନିୟରଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ପାକ୍ ସେନାର ଯବାନ ମଧ୍ୟ ରହିଛନ୍ତି । ଏହି ସୈନିକ ଚୀନ୍ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନଙ୍କ ସହିତ ଉକ୍ତ ବସରେ ଯାଉଥିଲେ ।
ପାକିସ୍ତାନର ଦାସୁ ବନ୍ଧରେ କାମ କରୁଥିବା ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏହି ବସ ଯାଉଥିଲା । ବସକୁ ଟାର୍ଗେଟ୍ କରି କରାଯାଇଥିବା ଏହି ବିସ୍ଫୋରଣରେ ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡ଼ିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଦାସୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ।


ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାର ଦିନ ଖୈବର ପଖତୁନୱାଲା ପ୍ରଦେଶର ହଙ୍ଗୁରେ ପାକିସ୍ତାନୀ ସେନା ଉପରେ ତେହରିକ୍-ଏ-ତାଲିବାନର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ । ଆତଙ୍କବାଦୀ ମଧ୍ୟ କିଛି ସୈନିକଙ୍କ ଅପହରଣ କରିଥିବା ଜଣା ପଡିଛି ।

ଏଥିସହିତ ପଢ଼ନ୍ତୁ: କାଉଡ଼ି ଯାତ୍ରାକୁ ଅନୁମତି ପରେ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ

 

କାଉଡ଼ି ଯାତ୍ରାକୁ ଅନୁମତି ପରେ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:   ଉତ୍ତରପ୍ରଦେଶ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା । କରୋନା ସଙ୍କଟ କାଳରେ କାଉଡି ଯାତ୍ରାକୁ ଅନୁମତି ଦେବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ  ୟୁପି ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

ଜଷ୍ଟିସ୍ ଆର ଏଫ୍ ନରୀମନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ନେଇ  ନୋଟିସ ଜାରି କରିଛନ୍ତି । ଆସନ୍ତା ୧୬ ତାରିଖ ବା ଶୁକ୍ରବାର ଏହି ମାମଲାର ଶୁଣାଣି ହେବ । ଦେଶରେ କରୋନା ସଙ୍କଟ ଜାରି ରହିଥିବାରୁ ବିଭିନ୍ନ ରାଜ୍ୟରେ କାଉଡିଆଙ୍କ ଶ୍ରାବଣୀ ଯାତ୍ରା ଉପରେ ରୋକ ଲଗାଯାଇଛି । ହେଲେ ୟୁପି ସରକାର ଏ ନେଇ ଅନୁମତି ଦେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

 

ଏହି ମାମଲାକୁ ନେଇ କୋର୍ଟ କହିଛନ୍ତିଯେ, କାଉଡ଼ି ଯାତ୍ରାକୁ ଅନୁମତି ମିଳିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡାକ୍ତରୀ ବିଶେଷଜ୍ଞମାନେ ଜନ ସମାଗମରୁ ଦୂରେଇ ରହିବାକୁ ଚେତାବନୀ ଦେଉଥିବାବେଳେ କାଉଡ଼ି ଯାତ୍ରାକୁ ନେଇ ଏଭଳି ନିଷ୍ପତ୍ତି ଆସିବା ପରେ ଲୋକମାନେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ ।

 

କରୋନାର ତୃତୀୟ ଲହର ଆସୁଥିବାବେଳେ ଏହାକୁ ନେଇ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

 

ଶ୍ରୀମନ୍ଦିର ଯାଞ୍ଚ ନେଇ ପହଞ୍ଚିଲା ବୈଷୟିକ କମିଟି: ଗର୍ଭ ଗୃହ ଓ ନାଟ ମଣ୍ଡପ ସ୍ଥିତି ବୁଲି ଦେଖୁଛନ୍ତି

ପୁରୀ: ଶ୍ରୀମନ୍ଦିର ଯାଞ୍ଚ କରିବା ନେଇ ପହଞ୍ଚିଲେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ । ଟିମ ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ଦେଖିବା ସହ ଶ୍ରୀମନ୍ଦିର ଭିତରର ସମସ୍ତ ସ୍ଥିତି ଯାଞ୍ଚ କରିବ । ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ଦ୍ୱାର ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ସେହିଭଳି ଶ୍ରୀମନ୍ଦିରରେ ଥିବା ଆର୍ଥିଙ୍ଗ ସିଷ୍ଟମର ସ୍ଥିତି ଦେଖିବେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ୍ । ରୁଟିନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ଅପରପକ୍ଷରେ ଆଡ଼ପ ବିଜେପି ପରେ ଜନ୍ମବେଦିରେ ପୂଜା ପାଉଛନ୍ତି ଶ୍ରୀଜିଉ ।  ବାହାରିଲା ଆଡ଼ପ ଅବଢ଼ା  । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । କାଲି ସମସ୍ତ ରିତିନିତି ଅନୁସାରେ ପ୍ରଥମେ ଆଡ଼ପ ମଣ୍ଡପକୁ ଆସିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ । ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେ କରିଥିଲେ । ଏହା ପରେ ଗୋଟି ପହଣ୍ଡିରେ ବିଜେ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

ଏଥିସହିତ ପଢ଼ନ୍ତୁ: ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ବାହାରିବ ଆଡ଼ପ ଅବଢ଼ା

ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ:  ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଗୁଳିବିନିମୟରେ ଲସ୍କର ଏ ତୋଏବାର କମାଣ୍ଡର ଆୟାଜ ସମେତ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ପୁଲଓ୍ୱାମା ସହରର ଜିଲ୍ଲା ଚିକିତ୍ସାଳୟ ନିକଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିଥିଲା । ସୁରକ୍ଷାକର୍ମୀମାନେ ଚାରିପଟୁ ଘେରିଯିବା ଯୋଗୁଁ ଆତଙ୍କବାଦୀମାନେ ଫାୟରିଂ ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସାରା ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

 


ରିପୋର୍ଟ ଅନୁସାରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇବାରୁ ସର୍ଚ୍ଚ ଅପରେସନ ଏନକାଉଣ୍ଟରର ରୂପ ନେଇଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ  ଭିନ୍ନ ଭିନ୍ନ ସ୍ଥାନରେ ୫ ଜଣ ଆତଙ୍କବାଦୀ  ନିହତ ହୋଇଛନ୍ତି ।

 

ଜମ୍ମୁରେ ପୁଣି ନଜର ଆସିଲା ଡ୍ରୋନ୍,BSFର ଗୁଳି ମାଡ଼ ପରେ ପାକିସ୍ତାନୀ ସୀମା ଭିତରକୁ ଫେରିଲା

ଜମ୍ମୁ:  ପୁଣି ଭାରତ ଉପରେ ଶତ୍ରୁର ନଜର । ଜାମ୍ମୁ ଅନ୍ତର୍ଜାତୀୟ ସୀମାରେଖାରେ ପୁଣି ଠାବ ହୋଇଛି ଡ୍ରୋନ । ମଙ୍ଗଳବାର ରାତି  ପ୍ରାୟ ୧0ଟାରେ ସୀମା ରେଖା ଉପରେ ଏକ ଡ୍ରୋନ ଠାବ ହେବା ପରେ ତା ଉପରକୁ ସୀମା ସୁରକ୍ଷା ବଳ ଗୁଳିଚାଳନା କରିଥିଲେ । ପରେ ଏହା ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲା । ଗତ ରାତିରେ ସୀମାରେଖା ଉପରେ ନାଲି ଆଲୋକ ବିଛୁରିତ କରୁଥିବା ଏକ ଡ୍ରୋନ ଉଡିବା ପରିଲକ୍ଷିତ ହୋଇଥିଲା । ବିଏସଫ ଯବାନମାନେ ସତର୍କ ହୋଇ ଗୁଳିଚାଳନା କରିଥିଲେ ।

ଏହି ଘଟଣା ସମ୍ବଦ୍ଧରେ ବିଏସଏଫ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି ।  ଏହି ଘଟଣା ପ୍ରାୟ ରାତି ୧୦ଟାରେ ଜମ୍ମୁର ଅରନିୟା ସେକ୍ଟରରେ ହୋଇଛି । ସୈନିକଙ୍କୁ ଆକାଶରେ ଦେଖା ଯାଇଥିବା ଲାଲ ରଙ୍ଗର ଆଲୋକ ପ୍ରାୟ ୨୦୦ ମିଟର ଉପରେ ରହିଥିଲା ।

ଗତ ଜୁନରେ ଏୟାରବେସ ଆକ୍ରମଣ ପରଠାରୁ ବର୍ତ୍ତମାନ ଯାଏଁ ଏହାକୁ ମିଶାଇ ୬ଟି ଡ୍ରୋନ ଠାବ ହେଲାଣି । ଜାମ୍ମୁ ବିସ୍ଫୋରଣରେ ଆଇଇଡି ବ୍ୟବହୃତ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଥିଲେ ।

ଏହି ଘଟଣା ପରେ ଜମ୍ମୁ କାଶ୍ମୀରର ପୋଲିସ୍‌  ସୂଚନା ଦେଇଥିଲେଯେ, ପାକିସ୍ତାନ ସଙ୍ଗଠନ ‘ଲସ୍କର ଏ ତୟାବା’ର ଏକ ଆତଙ୍କବାଦୀ ମଧ୍ୟ ଆଇଇଡି ସହିତ ଧରା ପଡ଼ିଥିଲା ।  ଭିଡ଼ ସ୍ଥାନରେ ବିସ୍ଫୋରଣ କରିବା ପାଇଁ ସେ ଷଡ଼ଯନ୍ତ୍ର ରଚିଥିଲା । ଏହି ଘଟଣା ପରେ ତା ପରଦିନ ଜମ୍ମୁର ଭିନ୍ନ ଭିନ୍ନ ସ୍ଥାନରେ ଡ୍ରୋନ୍‌ ଦେଖାଯାଇଥିଲା ।