spot_img
Home Blog Page 5428

କରୋନାରେ ମାନନ୍ତୁ ABCD ନିୟମ

ନୂଆଦିଲ୍ଲୀ:  ସାରା ବିଶ୍ୱରେ ଏବେ ମଧ୍ୟ ସକ୍ରିୟ କରୋନ ଭୂତାଣୁ । ଏବେ ଏହାର ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସି ଲୋକଙ୍କ ସହିତ ସରକାରଙ୍କର ମଧ୍ୟ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଲୋକଙ୍କ ମନରେ ଯେପରି କୌଣସି ଉଡ଼ାଖବର  ଘର ନ କରୁ ସେଥିପାଇଁ କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅପିଲ ଜାରି କରିଛନ୍ତି ।

କରୋନା ଭାଇରସର ଆଲଫା,ବିଟା,ଗାମା ଓ ଡେଲଟା ଭ୍ୟାରିଆଣ୍ଟକୁ ନେଇ ଉଡ଼ାଖବର ଉପରେ ଧ୍ୟାନ ନ ଦେଇ ମୌଳିକ ପ୍ରୋଟକଲ ଉପରେ ଧ୍ୟାନ ଦେବାକୁ ଲୋକଙ୍କୁ କହିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ  ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ଟ୍ୱିଟ୍‌ ମାଧ୍ୟମରେ  କରୋନା ଭୂତାଣୁର ଆଲଫା,ବିଟା,ଗାମା ଓ ଡେଲଟା ଭାଇରସ ସମ୍ପଦ୍ଧିତ ଉଡ଼ା ଖବରକୁ ବିଶ୍ୱାସ ନ କରି ABCD ନିୟମକୁ ପାଳନ କରିବାକୁ କୁହାଯାଇଛି ।  ତେବେ କ’ଣ ଏହି ABCD, ଯାହାକୁ ଅନୁସରଣ କରିବା ସମସ୍ତଙ୍କ ପାଇଁ ହିତକାରକ ।

Aର ଅର୍ଥ ହେଉଛି ଆଡଭାଇଜ, B ମାନେ ବିଲିଭ୍‌, Cର ଅର୍ଥ ହେଉଛି କ୍ରସ୍‌ ଚେକ୍‌ ଏବଂ Dର ଅର୍ଥ ହେଉଛି Do Not Promote Fear ।  ତେବେ Ministry of Information and Broadcasting  ଏହି ABCDକୁ ଗ୍ରାଫିକ୍ସ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।  ଯାହା କରୋନା ଭୂତାଣୁ ସହିତ ଲଢିବା ପାଇଁ ଲୋକଙ୍କୁ ଖୁବ୍‌ ସାହାଯ୍ୟ କରିବ ।  ଏହା ପୂର୍ବରୁ ୨୪ ଜୁନ୍‌ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଲୋକଙ୍କୁ କରୋନା ଭୂତାଣୁ ସମ୍ପଦ୍ଧିତ ଉଡ଼ାଖବରଠାରୁ ଦୂରେଇ ରହିବାକୁ  ଅପିଲ କରି ସାରିଛନ୍ତି ।  ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ମୂଳପୋଛ ହୋଇନାହିଁ ବରଂ ରୂପ ବଦଳାଉଛି  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଏଥିରୁ ବଞ୍ଚିବା ପାଇଁ  କରୋନା ଭାଇରସ ସମ୍ପଦ୍ଧିତ ସମସ୍ତ ପ୍ରୋଟୋକଲକୁ ମାନି ଭ୍ୟାକ୍ସିନ୍‌ ନେବାପାଇଁ କହିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ତିକ୍ତତା ମଧ୍ୟରେ ସିଦ୍ଧୁଙ୍କ ନୂଆ ସନ୍ଦେଶ: କହିଲେ, ମୋ ଉଦ୍ଦେଶ୍ୟକୁ AAP ବୁଝିପାରିଲା

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ପାଇଁ ପୁଣି ମୁଣ୍ଡ ବ୍ୟଥା ବଢ଼ାଇଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ।  ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦ୍ର ସିଂହଙ୍କ ଜାରି ତିକ୍ତତା ମଧ୍ୟରେ ସିଦ୍ଧୁଙ୍କ ନୂଆ ଟ୍ୱିଟ୍ ଦଳୀୟ କର୍ମୀ ଓ ନେତୃତ୍ୱକୁ ଅଡ଼ୁଆରେ ପକାଇଛି । ଏଥରେ ସେ ଆମ ଆଦମି ପାର୍ଟିର ପଞ୍ଜାବ ମୁଖ୍ୟ ଭଗବନ୍ତ ମାନ୍ନଙ୍କ ଏକ ଟ୍ୱିଟର ଭିଡିଓ ଅପଲୋଡ୍ କରିଛନ୍ତି, ଯେଉଁଥିରେ ଶ୍ରୀ ମାନ୍ନ ଏବଂ ଆପ୍ ନେତା ସଞ୍ଜୟ ସିଂହ ସିନ୍ଧୁଙ୍କ ପ୍ରଶଂସା କରୁଥିବା ନଜର ଆସିଛି । ସିଦ୍ଧୁ ଟ୍ୱିଟ କରି କହିଛନ୍ତି ଯେ, ଆମ ବିପକ୍ଷ ଦଳ ଆମ ଆଦମୀ ପାର୍ଟି ସର୍ବଦା ପଞ୍ଜାବ ନେଇ ମୋର ଭିଜନ ଏବଂ କାମକୁ ସଠିକ୍ ଭାବେ ବୁଝିପାରିଛି । ୨୦୧୭ ପୂର୍ବରୁ କୃଷକଙ୍କ ସମସ୍ୟା, ଭ୍ରଷ୍ଟାଚାର ଏବଂ ବିଜୁଳି ସମସ୍ୟା ନେଇ ମୁଁ ସ୍ୱର ଉଠାଇଥିଲି । ଆଉ ଏବେ ସେମାନେ ପଞ୍ଜାବ ମଡେଲ ନେଇ ଡିିଣ୍ଡିମ୍ ପିଟୁଛନ୍ତି । ସେମାନେ ସ୍ପଷ୍ଟ ଭାବେ ଜାଣିଛନ୍ତି ଏ ସବୁ ନେଇ କିଏ ସଂଘର୍ଷ କରିଥିଲା ।

ଏହି ଭିଡିଓ ଅପଲୋଡ୍ କରି ସିଦ୍ଧୁ ପଞ୍ଜାବ ନେତାମାନଙ୍କୁ ତ ଦ୍ୱନ୍ଦ୍ୱରେ ପକାଇଦେଇଛନ୍ତି  । ଏଥିସହିତ ପାର୍ଟି ହାଇକମାଣ୍ଡକୁ ମଧ୍ୟ କନ୍‌ଫ୍ୟୁଜ କରିବାକୁ ଚେଷ୍ଟା କରିଛନ୍ତି । ଗତ କିଛି ଦିନ ହେଲା ପାର୍ଟି ହାଇକମାଣ୍ଡ ପଞ୍ଚାବରେ ଚାଲିଥିବା ଦଳୀୟ କନ୍ଦଳର ସମାଧାନ କରିବା ଲାଗି  ପ୍ରୟାସ ଜୋରଦାର କରିଛି । ଏହାରି ମଧ୍ୟରେ ସିଦ୍ଦୁଙ୍କ ଏଭଳି ସନ୍ଦେଶ ସମସ୍ୟା ସୃଷ୍ଟି କରିବା ସହ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରିଛି ।

 ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ: ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡ଼ି

ଭୁବନେଶ୍ୱର: ବିଜେପିର ପ୍ରେସମିଟ ପରେ ଜବାବ ରଖିଛି ବିଜେଡ଼ି  ।   ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ବିଜେପି ଆଣିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି  । ବିଜେପି ରାଜ୍ୟ କାର୍ଯ୍ୟଳାୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରିଥିଲେ   । ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ସମସ୍ତ ଦୋଷାରୋପ କରିଥିଲେ ସମୀର ମହାନ୍ତି  । ଏନେଇ ବିଜେଡ଼ି ପକ୍ଷରୁ ଦଳର ମୁଖପାତ୍ର ବିବୃତ୍ତି ରଖିଛନ୍ତି  ।

ଲେଲିମ ମହାନ୍ତି କହିଛନ୍ତି  ବିଜୁଳି ଦର କଥା ଉଠାଇ ବିଜେପି ରାଜ୍ୟ ସଭାପତି ନିଜକୁ ନିଜେ expose କରିଛନ୍ତି। ନିଜକୁ କାଠଗଡାରେ ଠିଆ କରାଇଛନ୍ତି। ପେଟ୍ରୋଲ, ଡିଜେଲ ସହ ସବୁ କ୍ଷେତ୍ରରେ ଅହେତୁକ ଦର ବୃଦ୍ଧି ନେଇ ସାଧାରଣ ଲୋକଙ୍କ ହନ୍ତସନ୍ତ ହେଉଛନ୍ତି। ତାଙ୍କ ଦଳ ଉପରେ ରାଗିକି ଅଛନ୍ତି। ଦର ବୃଦ୍ଧି ଉପରେ ସେ ଲୋକଙ୍କୁ କ୍ଷମା ମାଗିବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ତାହା ନ କରି ସେ ବିଜୁଳି ଦର ଉପରେ କହିଲେ।

ସେହିପରି ଲେନିନ କହିଛନ୍ତି  ମଧ୍ୟପ୍ରଦେଶ,କର୍ଣ୍ଣାଟକ, ୟୁପି ଭଳି ବିଜେପି ଶାସିତ ରାଜ୍ୟରେ ଓଡ଼ିଶା ଠାରୁ ଅଧିକ ଦର ବୃଦ୍ଧି ହୋଇଛି। ଲୋକେ ଭଲଭାବେ ବୁଝିଛନ୍ତି ଓଡିଶା ବିଜେପିର କୁମ୍ଭୀର କାନ୍ଦଣା। ତଥ୍ୟ ଓ ସତ୍ୟ ନ ଥାଇ କେବଳ ରାଜିନୀତି କରୁଛନ୍ତି। ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଦଳର ସଭାପତି ଭାବେ ଏହା କହୁଛନ୍ତି ବୋଲି ପାଲଟା ଆରୋପ ଲଗାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି  ।

ଶେଷ ହେଲା ସନ୍ଧ୍ୟା ଧୂପ ନୀତି, ଗୁଣ୍ଡିଚା ମନ୍ଦିର ବିଜେ କରୁଛନ୍ତି ଶ୍ରୀଜିଉ

ପୁରୀ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ମାଉସୀ ମା ଘରକୁ ଆସିଛନ୍ତି  । ସୋମବାର ଗୁଣ୍ଡିଚା ମନଦିରକୁ ଆସିଥିବା ତିନି ଠାକୁର ଶରଧାବାଲିରେ ରହି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି  । ସେପଟେ କୋଭି଼ଡ କଟକଣା ଯୋଗୁଁ ଏଥର ଭକ୍ତ ଶୂନ୍ୟ ବଡଦାଣ୍ଡରେ ମହାପ୍ରଭୁ ଭକ୍ତଙ୍କୁ ନିରାଶ କରିଥିଲେ  । ଆଜି ସମସ୍ତ ନୀତିକାନ୍ତି ସରିବା ପରେ ତିନି ଠାକୁର ଆଡ଼ପ ମଣ୍ଡପ ବିଜେ କରିଛନ୍ତି  । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ବିଜେ ହୋଇଛି । ଘୋଷଯାତ୍ରାରେ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀକୁ ବିଜେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାପ୍ରଭୁ । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡପ ମଣ୍ଡପ ବିଜେ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତାକାଲି ବାହାରିବ ଆଡପ ଅବଢା । ସେପଟେ ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଛି । ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅଭଡ଼ା ବିକ୍ରିର ବ୍ୟବସ୍ଥା ।

ସେପଟେ  ଜିଲ୍ଲାପାଳ ସମର୍ଥ ବର୍ମା ସୁଆର ମହସୁଆର ନିଯୋଗ ସହ ଆଲୋଚନା କରି ଵ୍ୟଵସ୍ଥାର ଅନୁଧ୍ୟାନ ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଗତକାଲି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । କେବଳ ସେବାୟତଙ୍କୁ ରଥ ଟାଣିବା ପାଇଁ ଅନୁମତି ମିଳିଥିବାବେଳେ ପୁରୀ ବାସୀଙ୍କୁ ମଧ୍ୟ ଦର୍ଶନରୁ ବାଦ ଦିଆଯାଇଥିଲା   । କୋଭିଡ ପରିସ୍ଥିତିରେ କିପରି ବିନା ଭକ୍ତରେ ରଥଯାତ୍ରା ହୋଇ ପାରିବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା  ।

ମୃତ୍ୟୁର ମହାଜାଲ, ବଜ୍ରପାତ ନେଲା ପରିବାରର ୩ ମୁଣ୍ଡ

ମୟୂରଭଞ୍ଜ: ଏମିତି ବି ଆସେ ମୃତ୍ୟୁର ମହାଜାଲ । ଆକସ୍ମାକେ ଆସିଲା ଏବଂ ତିନି ଜଣଙ୍କର ଜୀବନ ନେଇଗଲା  । ପ୍ରାକୃତିକ ଦୁର୍ବିପାକର ରୂପ ନେଇ ବଜ୍ରପାତ ଘଟିଚାଲିଥିବା ବେଳେ ଆଜି ପୁଣି ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ନେଇଛି ବଜ୍ରପାତ  । ଗତ କିଛିଦିନ ହେବ ସମଗ୍ର ଭାରତରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଆଜି ଏପରି ଏକ ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  ।

ସୂଚନା ମୁତାବକ ବଜ୍ରପାତରେ ଗୋଟିଏ ପରିବାରର ୩ ନାବାଳକଙ୍କ ଜୀବନ ନେଲା ବଜ୍ରପାତ । ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୂଆଶୋଳ ଗ୍ରାମ ବଜ୍ରପାତ । ବିଲରେ ଛେଳି ଚରାଉଥିବା ବେଳେ ବଜ୍ରପାତରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।  ମୃତକ ତିନି ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା । ମୃତକ ମାନେ ହେଲେ ବାଵଲୁ ନାଏକ, ବର୍ଷା ନାଏକ, ଓ ସୁଜିତ ନାଏକ । ସେପଟେ ଚାନ୍ଦୁଆ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରିଛି ।

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍ ଆପଣଙ୍କ ଟଙ୍କାକୁ କରିଦେବ ଦୁଇ ଗୁଣା: ୫ଲକ୍ଷ ଜମା କଲେ ମିଳିବ ୧୦ଲକ୍ଷ

ନୂଆଦିଲ୍ଲୀ: ଆପଣ ଆପଣଙ୍କ କଷ୍ଟଅର୍ଜିତ ଟଙ୍କାକୁ ଏଭଳି ଜାଗାରେ ଜମା ରଖିବାକୁ ଚାହୁଁଛନ୍ତି କି? ଯାହା ସୁରକ୍ଷିତ ବି ରହିବ ଏବଂ ଆପଣଙ୍କୁ ଏହା ବଦଳରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ ।  ତେବେ ପଢ଼ନ୍ତୁ ପୂରା ଖବର ।

ପୋଷ୍ଟ ଅଫିସଗୁଡ଼ିକରେ ଆରମ୍ଭ ହୋଇଛି କିଷାନ ବିକାଶ ଯୋଜନା । ଏହି ଯୋଜନା ଭାରତ ସରକାରଙ୍କ ଏକ ଓ୍ୱାନ ଟାଇମ୍ ସ୍କିମ୍ । ଯେଉଁଥିରେ ଆପଣଙ୍କ ଟଙ୍କା ଏକ ନିର୍ଦ୍ଦାରିତ ସମୟ ମଧ୍ୟ ଦ୍ୱିଗୁଣା ହୋଇଯିବ । କିଷାନ ବିକାଶ ପତ୍ର ଦେଶର ସବୁ ଡାକଘର ଏବଂ ବଡ଼ ବ୍ୟାଙ୍କରେ ଉପଲବ୍ଧ ରହିଛି । ଯାହାର ମେଚ୍ୟୁରିଟି ପିରିୟଡ୍ ବର୍ତ୍ତମାନ ୧୨୪ ମାସ ରହିଛି । ଏଥିରେ ନ୍ୟୁନତମ ନିବେଶ ୧୦୦୦ ଟଙ୍କା ରହିଥାଏ । ଏବଂ ଅଧିକତମ ନିବେଶର କୌଣସି ଲିମିଟ ନାହିଁ । ଏହି ଯୋଜନା କୃଷକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ସେମାନେ ଲମ୍ୱା ଅବଧି ପାଇଁ ସେମାନଙ୍କ ଟଙ୍କାକୁ ଜମା ରଖିପାରିବେ ।

ଏହି ଯୋଜନାରେ ୨୦୨୧ ବର୍ଷର ପ୍ରଥମ ତିନିମାସ ପାଇଁ ସୁଧ ୬.୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏଠାରେ ଆପଣଙ୍କ ନିବେଶ ୧୨୪ ମାସରେ ଡବଲ ହୋଇଯିବ । ଯଦି ଆପଣ ଥରକେ ୫ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ଆପଣ ନିର୍ଦ୍ଦାରିତ ସମୟ ପୂରା ହେଲା ପରେ ଆପଣଙ୍କ ୧୦ ଲକ୍ଷ ଟଙ୍କା ପାଇବେ । ତେବେ ଏହି ଯୋଜନାରେ ୧୦୦୦ ହଜାର ଟଙ୍କାର ମିନିମନ୍ ଇନ୍‌ଭେଷ୍ଟମେଣ୍ଟ ହୋଇଥିବା ଆବଶ୍ୟକ । ଏହାପରେ ଆପଣଙ୍କୁ ଆପଣଙ୍କ ଜମାରାଶି ମୁତାବକ ଯଥାକ୍ରମେ ୧୦୦୦, ୨୦୦୦, ୫୦୦୦ ଓ ୫୦୦୦ ଏଭଳି ସର୍ଟିଫିକେଟ୍ ପ୍ରଦାନ କରାଯିବ । ଯେଉଁଥିରେ ଆପଣଙ୍କ ଜମାରାଶି ସମ୍ପର୍କରେ ଉଲ୍ଲେଖ ରହିଥିବ । ଏବଂ ଏ ନେଇ ସରକାରଙ୍କ ପକ୍ଷରୁ ଗ୍ୟାରେଣ୍ଟି ଦିଆଯିବ ।

କିଷାନ ବିକାଶ ପତ୍ରରେ ଯେ କୌଣସି ଜଣେ ବ୍ୟକ୍ତି କିମ୍ୱା ଅଧିକତମ ୩ଜଣ ବ୍ୟକ୍ତି ମିଶି ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ୧୦ ବର୍ଷ ବୟସରୁ ଊର୍ଦ୍ଧ୍ୱ  ନାବାଳକ କିଣିପାରିବେ । ଏହା ବ୍ୟତୀତ ନାବାଳକ ପକ୍ଷରୁ କୌଣସି ବ୍ୟକ୍ତି ଏବଂ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ତାଙ୍କ ଅଭିଭାବକ ଏହାକୁ କିଣିପାରିବେ ।

ଏଥିସହିତ ପଢ଼ନ୍ତୁ: କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ କର୍ଣ୍ଣଧାର ୟଶପାଲଙ୍କୁ ସୁଯୋଗ ଦେଇଥିଲେ ଦିଲ୍ଲୀପ: ଜାଣନ୍ତୁ କିଭଳି

ବଢିବ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ୍, ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିବ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ୍ । ସିଟ ବୃଦ୍ଧି ପାଇବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିୟମ ମୁତାବକ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ । ଏବଂ ଏଥିପାଇଁ ସାମ୍ସରେ ଅନ୍‌ଲାଇନ୍ ଜରିଆରେ  ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର ।

ଚଳିତବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ସରକାର କୋଭିଡ ଗାଇଡଲାଇନ ଭିତ୍ତିରେ ଫଳ ପ୍ରକାଶ କରିଛନ୍ତି  । ନବମ ଏବଂ ଦଶମ ଶ୍ରେଣିରେ ଦେଇଥିବା ପ୍ରି ପରୀକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ମାର୍କ ସ୍ଥିର କରାଯାଇଥିଲା  । ଚଳିତବର୍ଷ ମଧ୍ୟ ଦଶମ ଶ୍ରେଣିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ  ପାସ ହୋଇଛନ୍ତି  । ମାଧ୍ୟମିକ ଶିକ୍ଷା ପରିଷଦର ରିପୋର୍ଟ ମୁତାବକ ଚଳିତବର୍ଷ ଦଶମ ବୋର୍ଡରେ ୬ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା  ୪ ଲକ୍ଷ ୪୩ ହଜାର ୩୫୪ ରହିଛି।

ତେଣୁ ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା  । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା  । କିନ୍ତୁ ଏହି ପ୍ରସଙ୍ଗରେ  ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବିବୃତ୍ତି ରଖିଥିଲେ  । ଏବଂ ପ୍ରବେଶିକା ପରୀକ୍ଷାର ଯୋଗ୍ୟତା ଭିତ୍ତିରେ ଛାତ୍ରଛାତ୍ରୀ ଆଡମିଶନ କରିବା ନେଇ ସ୍ପଷ୍ଟ କରିଥିଲେ  । ପରବର୍ତ୍ତୀ ସମୟରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଥିଲେ  । ଶେଷରେ ଆଜି ସରକାର ଯୁକ୍ତ ଦୁଇ କଲେଜରେ ସିଟ ବୃଦ୍ଧି ନେଇ ନିର୍ଦ୍ଦେଶ ଦେଇଛନ୍ତି  ।

ଅବିଶ୍ୱସନୀୟ ୟଶପାଲ: କ୍ରିକେଟରେ ଏମିିତି ଥିଲା ତାଙ୍କ ରେକର୍ଡ..

ନନ୍ଦିଘୋଷ ବ୍ୟୁରୋ: ୧୯୮୩ କ୍ରିକେଟ୍ ବିଶ୍ୱକପ ବିଜୟ ସହିତ ଭାରତ କ୍ରିକେଟ ଦୁନିଆର ଗୋଟିଏ ଶକ୍ତି ଭାବେ ଉଭା ହୋଇଥିଲା । ଅଣ୍ଡରଡଗ୍ କୁହାଯାଉଥିବା ଭାରତୀୟ ଟିମ୍ କ୍ରିକେଟ ବିଶାରଦଙ୍କୁ ଚମକାଇ ଦେଇଥିଲା ନିଜ ପ୍ରଦର୍ଶନ ଦ୍ୱାର । ଭାରତୀୟ ଟିମ୍ କୁ କେହିମଧ୍ୟ ଟାଇଟଲର ଦାବିଦାର ବୋଲି ବିଚାର କରୁନଥିଲେ । କିନ୍ତୁ ପ୍ରଥମ ମ୍ୟାଚରେ ହିଁ ଭାରତୀୟ ଟିମ୍ ବଡଧରଣର ହଟଚମଟ ସୃଷ୍ଟି କରିବାରେ ସଫଳ ହୋଇଥିଲା । କ୍ରିକେଟ ଜଗତର ଦ ଅନବ୍ରେକବୁଲ ଭାବେ ପରିଚିତ ୱେଷ୍ଟ ଇଣ୍ଡିଜ୍ ଟିମକୁ ପରାସ୍ତ କରି ବିଶ୍ୱକପରେ ନିଜ ଉପସ୍ଥିତିକୁ ଜାହିର କରିଥିଲା ଭାରତ । ଏସବୁ ହୋଇଥିଲା କେବଳ ୟଶପାଲଙ୍କ ପାଇଁ । ଯିଏ ମଙ୍ଗଳବାର ଦିନ ମାତ୍ର ୬୬ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି  ।

୧୯୮୩ ଓ୍ୱର୍ଲଡ କପ୍ ଅଭିଯାନରେ ଭାରତକୁ ପ୍ରଥମ ମ୍ୟାଚରେ ଲଗାତାର ଦୁଇ ଥରର ବିଶ୍ୱ ଚାମ୍ପିଅନ ଓ୍ୱେଷ୍ଟଇଣ୍ଡିଜ୍ର ସାମ୍ନା କରିବାକୁ ପଡ଼ିଥିଲା । ଦୁଇଟି ବିଶ୍ୱ କପରେ ଖରାପ ପ୍ରଦର୍ଶନ ହେତୁ ଭାରତୀୟ ଟିମକୁ ଓ୍ୱେଷ୍ଟଇଣ୍ଡିଜ୍ ଗୁରୁତ୍ୱ ଦେଉନଥିଲା । ଯେମିତି ଦିନେ ଭାରତୀୟ ଟିମ୍ ସାମ୍ନାରେ ୧୯୯୬ ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଟିମ୍ ଥିଲା । ସେମିତି ୱେଷ୍ଟଇଣ୍ଡିଜ୍ ଟିମ୍ ଖେଳ ଆରମ୍ଭ ପୂର୍ବରୁ ହିଁ ମ୍ୟାଚ୍ ସେମାନଙ୍କ ପକେଟରେ ବୋଲି ଭାବିନେଇଥିଲା । ଅବଶ୍ୟ ଏଥିପାଇଁ ଭାରତର ଖରାପ ରେକର୍ଡ ମଧ୍ୟ ଦାୟି ଥିଲା । କିନ୍ତୁ ସେଇ ଗୋଟିଏ ମ୍ୟାଚ୍ ସବୁକିଛି ବଦଳାଇବାକୁ ଯାଉଥିଲା । ସେଇ ଗୋଟିଏ ମ୍ୟାଚ୍ ରୁ ଜନ୍ମ ନେଇଥିଲା ଆଉ ଗୋଟିଏ କ୍ରିକେଟ୍ ସୁପର ପାୱାର ।

ଭାରତକୁ ଦୁର୍ବଳ ଭାବୁଥିବା କାରିବିୟାନ ଟିମ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ୱେଷ୍ଟ ଇଣ୍ଡିଜର ନିଷ୍ପତ୍ତି ପ୍ରାୟ ଠିକ୍ ପ୍ରମାଣିତ ହେବାକୁ ଲାଗିଲା । ୭୬ ରନରେ ତିନୋଟି ୱିକେଟ୍ ହରାଇ ଭାରତୀୟ ଟିମ୍ ବିପର୍ଯ୍ୟୟ ଆଡକୁ ମୁହାଁଉଥିବା ବେଳେ ପଡିଆକୁ ଆସିଥିଲେ ୟଶପାଲ । ତା’ପରର କଥା ଥିଲା କ୍ରିକେଟ୍ ଇତିହାସର କାହାଣୀ । ଜଣେ ବ୍ୟାଟସମ୍ୟାନଙ୍କ ୱେଷ୍ଟ ଇଣ୍ଡିଜର ଶକ୍ତିଶାଳୀ ପେସ ବୋଲିଂ ଆଗରେ ହିମାଳୟ ଭଳି ଛିଡା ହେବାର କାହାଣୀ । ଏମିତି ବି କୁହାଯାଇପାରେ ରାହୁଲ ‘ୱାଲ’ ଦ୍ରାଭିଡଙ୍କ ଆଗମନ ପୂର୍ବରୁ ୟଶପାଲ ୱାଲ୍ ବା କାନ୍ଥ ଭଳି ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲରଙ୍କୁ ନିଡର ଭାବେ ସାମ୍ନା କରିଥିଲେ । ୧୪୧ ରନ୍ ପର୍ଯ୍ୟନ୍ତ ଅଧା ଟିମ୍ ପାଭିଲିୟନ ଫେରି ସାରିଥିଲେ, କିନ୍ତୁ ଧୈର୍ଯ୍ୟହରା ହୋଇନଥିଲେ ୟଶପାଲ ।

ମାଂଚେଷ୍ଟରର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ୟଶପାଲ ଶର୍ମା ୧୨୦ ବଲ୍ ର ସାମ୍ନା କରି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ । ସେ କେବଳ ଷ୍ଟ୍ରୋକ୍ ର ସାହାରା ନେଇନଥିଲେ ବରଂ ଓ୍ୱିକେଟ୍ ମଧ୍ୟରେ ଦୌଡି ରନ୍ କରିବାକୁ ଖୁବ୍ ଚେଷ୍ଟା କରିଥିଲେ । ସେ ଏକା ୮୯ ରନ୍ କରିଥିଲେ । ଯାହାପରେ ଭାରତର ସ୍କୋର ୬୦ ଓଭରରେ ୨୬୨ ରନ୍ କରି ୮ ଓ୍ୱିକେଟ୍ ହରାଇଥିଲେ । ୟଶପାଲଙ୍କ ସେହି ସାନଦାର ପର୍ଫମାନ୍ସରେ ଭାରତ ଗ୍ରୁପ୍ ବି’ର ପ୍ରଥମ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ୩୪ ରନରେ ମାତ୍ ଦେଇଥିଲା ।

ୟଶପାଲ ଶର୍ମା ସେହି ଓ୍ୱର୍ଲଡ କପରେ ଅଷ୍ଟ୍ରେଲିୟା ବିପକ୍ଷରେ ଖେଳି ୪୦ ବଲରେ ୪୦ ରନ୍ କରିଥିଲେ । ସେହି ମ୍ୟାଚରେ ଏହା କେବଳ ଭାରତର ସର୍ବାଧିକ ସ୍କୋର ନଥିଲା ବରଂ ଅଷ୍ଟ୍ରେଲିୟାର କୌଣସି ଖେଳାଳି ମଧ୍ୟ ଏତେ ରନ୍ କରିନଥିଲେ । କେବଳ ସେତିକି ନୁହେଁ ବରଂ ୟଶପାଲ ୟାଦବ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ହୋଇଥିବା ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ସର୍ବାଧିକ ୬୧ ରନ୍ କରିଥିଲେ । ଭାରତ ସେହିଥର ୬ ଓ୍ୱିକେଟରେ ଜିତି ଫାଇନାଲରେ ପହଂଚିଥିଲା । ଏହାପରେ ଯାହା ହେଲା ତାହା ଇତିହାସ ହୋଇଗଲା । ଭାରତୀୟ ଟିମ୍ ଓ୍ୱେଷ୍ଟଇଣ୍ଡିଜର ଲଗାତାର ତୃତୀୟ ଓ୍ୱର୍ଲଡ କପ୍ ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ୧୯୮୩ ଓ୍ୱର୍ଲଡ କପରେ କପିଲ ଦେବ ଏବଂ ୟଶପାଲ ଯାଦବ ସର୍ବାଧିକ ରନ୍ କରିଥିଲେ ।

କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ କର୍ଣ୍ଣଧାର ୟଶପାଲଙ୍କୁ ସୁଯୋଗ ଦେଇଥିଲେ ଦିଲ୍ଲୀପ: ଜାଣନ୍ତୁ କିଭଳି

ନୂଆଦିଲ୍ଲୀ: ଦିବଂଗତ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଜଣେ ଭଲ କଳାକାର ଭାବେ ତ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଏଥିସହିତ ସେ ଜଣେ ପରୋପକାରୀ ମଣିଷ ମଧ୍ୟ ଥିଲେ । ପ୍ରତିଭାବାକୁ ସୁଯୋଗ ଦେବାରେ ସେ କେବେ ହେଲେ ହେଳା କରୁନଥିଲେ । ଯାହାର ଏକ ଉଦାହରଣ ହେଉଛନ୍ତି ଦିବଗଂତ କ୍ରିକେଟର ୟଶପାଲ ଶର୍ମା ।

୧୯୮୩ କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ ୟଶପାଲ ଶର୍ମା । ଯାହାଙ୍କ ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି । ବହୁତ କମ୍ ଲୋକେ ହିଁ ଜାଣିଥିବେ ଯେ ୟଶପାଲ ଶର୍ମାଙ୍କ କ୍ୟାରିୟର ଗଢ଼ିବା ପଛରେ ଦିବଗଂତ ଅଭିନେତା ଦିଲ୍ଲୀପ କୁମାରଙ୍କ ବଡ଼ ସହଯୋଗ ରହିଛି । କିଛି ଦିନ ପୂର୍ବେ ହି ଏହି ମହାନ ଅଭିନେତା ଦୁନିଆକୁ ଅଲବିଦା କହିଥିଲେ ।

ଥରେ, ରଣଜୀ ମ୍ୟାଚ୍ ବେଳେ ଦିଲ୍ଲୀପ କୁମାର ୟଶପାଲ ଶର୍ମାଙ୍କୁ ବ୍ୟାଟିଂ କରୁଥିବା ଦେଖିଥିଲେ । ସେତେବେଳେ ସେ ୟଶପାଲଙ୍କୁ କହିଥିଲେ ଯେ, ତୁମେ ବହୁତ ଭଲ ବ୍ୟାଟିଂ କରୁଛ, ମୁଁ ତୁମ ପାଇଁ ବିସିସିଆଇ ସହ କଥା ହୋଇସାରିଛି । ଦିଲ୍ଲୀପକୁମାରଙ୍କ ସମ୍ପର୍କରେ ଏହି କଥାଟି କିଛି ଦିନ ପୂର୍ବେ ନିଜେ ୟଶପାଲ କହିଥିଲେ । ସେ ଏକି ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ମୁଁ ଜୀବିତ ରହିଥିବା ଯାଏଁ, ସେ ସର୍ବଦା ମୋ ପସନ୍ଦର କଳାକାର ହୋଇରହିବେ । ଯାହାକୁ ଆପଣମାନେ ଦିଲ୍ଲୀପ କୁମାର ନାଁରେ ଚିହ୍ନନ୍ତି ମୁଁ ତାଙ୍କୁ ୟୁସୁଫ୍ ଭାଇ ବୋଲି ଡାକେ । ଯଦି କ୍ରିକେଟରେ କ୍ୟାରିୟର ବନାଇବାରେ କାହାର ଅଧିକ ଯୋଗଦାନ ଥାଏ ସେ ଦିଲ୍ଲୀପୁ କୁମାର ବୋଲି ୟଶପାଲ କହିଥିଲେ ।

ୟଶପାଲ ଭାରତ ପାଇଁ ମୋଟ ୩୭ ଟି ଟେଷ୍ଟ ଓ ୪୨ଟି ଏକଦିବସୀୟ ଖେଳିଛନ୍ତି । ଟେଷ୍ଟରେ ୩୩.୪୫ ପ୍ରତିଶତର ଆଭେରେଜ ସହ ୧୬୦୬ ରନ୍ କରିଥିବା ବେଳେ ସେଥିରେ ୨ ଶତକ ରହିଛି । ଏବଂ ୯ ଅର୍ଦ୍ଧଶତକ ମଧ୍ୟ ରହିଛି । ଟେଷ୍ଟ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୪୦ ରନ୍  । ସେହିଭଳି ଏକଦିବସୀୟ ମ୍ୟାଚ୍‌ରେ  ୨୮.୪୮ପ୍ରତିଶତ ଆଭରେଜ୍ ସହ ୮୮୩ ରନ୍ କରିଛନ୍ତି । ଯେଉଁଥିରେ ୪ଟି ଅର୍ଦ୍ଧଶତକ ରହିଛି । ଏଥିସହି ୧୯୮୩ ଫାଇନାଲ ମ୍ୟାଚ୍‌ରେ ୮୯ ରନ୍ ଏବଂ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ର ୬୧ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଭାରତକୁ ବିଶ୍ୱ ବିଜୟ କରିବାରେ ବେଶ୍ ସହାୟକ ହୋଇଥିଲା ।

କ୍ରିକେଟରୁ ସନ୍ୟାସ ନେବା ପରେ ୟଶପାଲ କିଛି ସମୟ ପାଇଁ ଅମ୍ପାୟର ଭାବେ କାମ କରିଥିଲେ । ଏହା ପରେ ୨୦୦୩ରୁ ୨୦୦୬ ଯାଏଁ ଜାତୀୟ କ୍ରିକେଟ ଟିମର ଚୟନକର୍ତ୍ତା ରହିଥିଲେ । ଭାରତୀୟ କ୍ରିକେଟ ଦଳର ସେହି କଠିନ ସମୟରେ ୟଶପାଲ ଶର୍ମା କୋଚ ଗ୍ରେଗ ଚାପେଲ ସହିତ ବିବାଦରେ ତତ୍କାଳୀନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ କରିଥିଲେ । ୨୦୦୮ ରେ ୟଶପାଲ ପୁଣି ଥରେ ଜାତୀୟ ଦଳର ଚୟନକର୍ତ୍ତା ମନୋନୀତ ହୋଇଥିଲେ ସେ ଉତ୍ତରପ୍ରଦେଶ ରଣଜୀ ଟିମ୍‌ କୋଚ ଭାବେ ଦାୟିତ୍ୱ ତୁଲାଇଥିଲେ । ଏ ଥିଲା ୟଶପାଲଙ୍କ ଅନ୍ ଫିଲ୍ଡ ଓ ଅଫ୍‌ ଫିଲ୍ଡର କାହାଣୀ । ଯଦି ଦିଲ୍ଲୀପ କୁମାର ତାଙ୍କ ପାଇଁ ସୁପାରିସ୍ କରିନଥାନ୍ତେ ତେବେ ସେ ଅଣଦେଖା ହୋଇରହିଥାନ୍ତେ । ଏବଂ ଦେଶ ଏକ ପ୍ରତିଭାବାନ କ୍ରିକେଟକୁ ପାଇପାରିନଥାନ୍ତି । ଏବଂ ୟଶପାଲ ବଣ ମଲ୍ଲି ପରି ବଣରେ ଝଡ଼ିପଡ଼ିଥାନ୍ତେ ।

ଏଥିସହିତ ପଢ଼ନ୍ତୁ: ଦେଶର ମୋଟ କରୋନା ମୃତକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମଧ୍ୟପ୍ରଦେଶରୁ: ସୋମବାର ୧୪୮୧ଜଣଙ୍କ ମୃତ୍ୟୁ

୯ ବର୍ଷର ଝିଅକୁ ସାପ କାମୁଡ଼ିବାରୁ ନାଗ ସାପକୁ ବନ୍ଦୀ କଲେ ପରିବାର

ଉମରକୋଟ: ସର୍ପ ଦଂଶନର ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେଉଛି ୯ବର୍ଷର ଝିଅ ମଞ୍ଜୁଳା। ଅର୍ଥାଭାବରୁ ହୋଇପାରୁନି ଉପଯୁକ୍ତ ଚିକିତ୍ସା। ସର୍ପ ଦଂଶନ କରଥିବା ଡାହାଣ ହାତର କହୁଣିରୁ ଆଙ୍ଗୁଠୁ ପାଖ ଯାଏ ଅଧା ପଚି ଘାଆ ହୋଇଗଲାଣି। ସେପଟେ ଝିଅ ମଞ୍ଜୁଳାକୁ ଦଂଶନ କରିଥିବା ନାଗସାପକୁ ପରିବାର ଲୋକ ବନ୍ଦ କରି ରଖିଛନ୍ତି। ପରିବାର ଲୋକଙ୍କ କହିବା କଥା, ଝିଅ ଭଲ ହେଲେ ସାପକୁ ଛାଡିବେ। ଏଭଳି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବାଲିଧର ଗାଁର। ଯନ୍ତ୍ରଣା ସହିନପାରି ଚିତ୍କାର କରୁଛି କୁନି ଝିଅଟି।

ମାସେ ତଳେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିଲେ। ମା ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ମଞ୍ଜୁଳା ତା ଛୋଟ ଭାଇ ସହ ବାହାରେ ଖେଳୁଥିଲା। ଖେଳୁ ଖେଳୁ ଘର ଦାଣ୍ଡରେ ଏକ ଗଛରେ ଚଢ଼େଇ ଧରିବାକୁ ଯାଇ ସର୍ପ ଦଂଶନର ଶିକାର ହୋଇଥିଲା। ପ୍ରଥମେ ପରିବାର ଲୋକ ତାକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ନିଆଯାଇଥିଲା। ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ ତାକୁ ତା ପରିବାର ଲୋକ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ। ସେଠାରେ ଡାକ୍ତର ତିନିଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଲେ।

ହେଲେ ପରିବାର ଲୋକଙ୍କ ପାଖରେ ଅର୍ଥ ନଥିଲା। ତେଣୁ ଝିଅ ଝିଅକୁ ଘରକୁ ନେଇ ଆସିଥିଲେ ପରିବାର ଲୋକ। ବର୍ତ୍ତମାନ ଝିଅର ଅବସ୍ଥା ଗୁରୁତର ରହିଛି। ଏନେଇ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳଙ୍କ ସହ ଆମେ ଯୋଗାଯୋଗ କରିଥିଲୁ। ସେ ନିଜେ ମଞ୍ଜୁଳାର ଘରକୁ ଯିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରୀ ସ୍ତରରେ ଯାହା ସାହାଯ୍ୟ କରାଯାଇ ପାରିବ, ତାହା ତୁରନ୍ତ ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି ବିଡିଓ କହିଛନ୍ତି।