spot_img
Home Blog Page 5473

କରୋନା କଟକଣା ଭିତରେ ଚାଲିଥିଲା +୨ ପାଇଁ ଏଣ୍ଟ୍ରାନ୍ସ, ଚଢ଼ଉ କଲା ଫାଇନ କାଟିଲା ପ୍ରଶାସନ

ବାଲେଶ୍ୱର: ବାଲେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ। ଝାଡେଶ୍ୱର ଯୁକ୍ତ ଦୁଇ କଲେଜରେ ଯୁକ୍ତ ଦୁଇ ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିବା ଖବର ପାଇ ଚଢାଉ। ସବୁ ଛାତ୍ରଛାତ୍ରୀଙ୍କୁ କଲେଜ ଭିତରୁ ବାହାର କରିବା ସହ କଲେଜ କର୍ତ୍ତୃପକ୍ଷଙ୍କୁ ୨୦ ହଜାର ଟଙ୍କା ଜରିମାନା ହୋଇଛି। କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କଲେଜ କର୍ତ୍ତୃପକ୍ଷ ଏଣ୍ଟ୍ରାନ୍ସ ପରୀକ୍ଷା କରାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଚଢାଉ କରିଥିଲେ। ତେବେ ରାଜ୍ୟରେ କରୋନା କଟକଣା ପାଇଁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। କେଉଁ ପରିସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଏତେ ବଡ଼ ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ।

କାଳିଆ ହିତାଧିକାରୀଙ୍କୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା

ଭୁବନେଶ୍ୱର: କାଳିଆ ହିତାଧିକାରୀଙ୍କୁ କୋଭିଡ୍ ସହାୟତା। ରାଜ୍ୟରେ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୧୮ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢେ ୫ଟାରେ ଏହାର ଶୁଭାରମ୍ଭ କରିବେ। ଏଥିରେ ପୂର୍ବରୁ ମେ ମାସ ୧୪ ତାରିଖରେ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ଯାଇଥିଲା ୯୨୦ କୋଟି ଟଙ୍କା। ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିଲା। ରାଜ୍ୟର ଛୋଟ ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାରଙ୍କ ଜୀବନ ଜୀବିକାରେ ଉନ୍ନତି କରିବା ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ପିଲାଙ୍କୁ ଦିଅନ୍ତୁ ମାଗଣା ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍

ଭୁବନେଶ୍ୱର: ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଟିକା ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି) ସାମିଲ୍ କରାଯାଇଛି । ଏହି ଟିକା ଛୁଆଙ୍କୁ ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ । ଶିଶୁକୁ ଉପଯୁକ୍ତ ବ୍ୟବଧାନରେ ପିସିଭି ଟିକାର ତିନୋଟି ମାତ୍ରା ଦେବାକୁ ପଡ଼ିବ । ଏହି ଟିକା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ ।

ଏହି ଟିକାର ପ୍ରଥମ ମାତ୍ରା ଶିଶୁକୁ ଦେଢ଼ ମାସ ବେଳେ ଦିଆଯାଏ । ସେହିଭଳି ଶିଶୁ ସାଢେ ୩ ମାସର ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ଏବଂ ଶିଶୁ ୯ ମାସର ହେବାବେଳେ ବୁଷ୍ଟର୍ ଡୋଜ୍ ତଥା ତୃତୀୟ ଡୋଜ୍ ଦିଆଯାଇଥାଏ । ଆଜି ଠାରୁ ସାରା ରାଜ୍ୟରେ ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି) ଟିକାକରଣ ଆରମ୍ଭ ହୋଇଛି ।

ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଏନେଇ ସୁପାରିସ୍ କରିଛି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି । ଜୁଲାଇ ୧୯ରୁ ଅଗଷ୍ଟ ୧୩ ଯାଏଁ ଅଧିବେଶନ ପାଇଁ ସୁପାରିସ୍ କରାଯାଇଛି । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ସୁଦ୍ଧା ସରିଥାଏ ।

Monsoon Session 2021 may be held from July 19 to August 13

ଏହା ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଥିଲେ, ସଂସଦର ମୌସୁମୀ ଅଧିବେଶନ ବସିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ଓମ୍ ବିର୍ଲାଙ୍କ ଅନୁସାରେ, ସଂସଦର କର୍ମଚାରୀ ଟିକା ନେଇଛନ୍ତି । ସେହିଭଳି ଉଭୟ ଗୃହର ୪୪୫ ଜଣ ସାଂସଦ କୋଭିଡ୍ ଟିକା ନେଇ ସାରିଛନ୍ତି । ଟିକା ନେଇ ନଥିବା କର୍ମଚାରୀ ଓ ସାଂସଦ ଶୀଘ୍ର ଟିକା ନେବେ ।

ଗତ ଅଧିବେଶନରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଟିକା ନେବା ପରେ ଗୁରୁତର ହେବା ଆଶଙ୍କା କମ୍ ରହୁଛି । ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଛନ୍ତି ଲୋକସଭା ଅଧ୍ୟକ୍ଷ ।

ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ହାର୍ଟଆଟାକରେ ମୃୃତ୍ୟୁ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପରିବାରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହୃଦଘାତ ହେତୁ ବୁଧବାର ସକାଳେ ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ମନ୍ଦିରା ବେଦୀ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଖବର ଏକ ବଡ଼ ଧକ୍କା ଠାରୁ କମ୍ ନୁହେଁ। ମନ୍ଦିରା ଏବଂ ରାଜଙ୍କର ଦୁଇଟି ସନ୍ତାନ ଅଛନ୍ତି। କୌଶଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ସେଲିବ୍ରିଟ୍ ଏବଂ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି।

https://twitter.com/IamOnir/status/1410084586638372868 

ରାଜ କୗଶଲ ବୃତ୍ତି ଅନୁଯାୟୀ ନିର୍ଦ୍ଦେଶକ ଏବଂ ନିର୍ମାତା ଥିଲେ। ରାଜ ଜଣେ କପି ରାଇଟର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ଫିଲ୍ମ କରିବାକୁ ସ୍ୱପ୍ନ ଦେଖିଥିଲେ। ରାଜ କୌଶଲ ଆନ୍ଥୋନୀ କୌନ ହେ, ଶାଦି କା ଲଡୁ, ପ୍ୟାର ମେ କଭି କଭି ପରି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଅନ୍ୟ ପଟେ, ମାଇ ବ୍ରଦର … ନିଖିଲ, ସାଦି କା ଲଡୁ ଏବଂ ପ୍ୟାର ମେ କଭି କଭିକୁ ମଧ୍ୟ ରାଜ ନିର୍ମିତ କରିଥିଲେ। ରାଜ ଅନେକ ବିଜ୍ଞାପନ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି।

ମନ୍ଦିରା ବେଦୀ ଏବଂ ରାଜ କୌଶଲ ଫେବୃଆରୀ ୧୯୯୯ରେ ବିବାହ କରିଥିଲେ। ୧୯ ଜୁନ୍ ୨୦୧୧ ରେ, ମନ୍ଦିରା ପୁଅ ଭୀରଙ୍କୁ ଜନ୍ମ ଦେଇଥିଲେ। ଗତ ବର୍ଷ ୨୦୨୦ ରେ ମନ୍ଦିରା ବେଦୀ ଏବଂ ରାଜ କୌଶଲ ୪ ବର୍ଷର ଝିଅକୁ ଆଡପ୍ଟ ମଧ୍ୟ କରିଥିଲେ। ଯାହାର ନାମ ତାରା ବେଦୀ କୌଶଲ।

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କୋଭିଡ୍ ମୃତକଙ୍କ ପରିବାରକୁ ସହାୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟ ଅନୁକମ୍ପା ରାଶି ନିର୍ଦ୍ଧାରଣ କରିବେ ନାହିଁ । ସରକାର ଆଇନ୍ ଅନୁଯାୟୀ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଦେଇ ପାରିବେ ।

Supreme Court Verdict On Corona Compensation Central Government

ସରକାର ନିଜ ସମ୍ବଳ ହିସାବରେ ଅନୁକମ୍ପା ରାଶି ସ୍ଥିର କରିବେ । କୋର୍ଟ ଆହୁରି କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁକମ୍ପା ରାଶି କେତେ ହେବ ସ୍ଥିର କରିବେ । ଆଗାମୀ ୬ ସପ୍ତାହ ମଧ୍ୟରେ ସରକାରଙ୍କୁ ଏନେଇ କୌଣସି ନିଷ୍ପତ୍ତି ନେବାକୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Supreme Court Verdict On Corona Compensation Central Government

କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସରକାର ଦେବାକୁ ଆବେଦନକାରୀ କୋର୍ଟରେ ଦାବି କରିଥିଲେ । କେନ୍ଦ୍ର ସରକାର ପକ୍ଷ ରଖି କହିଥିଲେ ଏତେ ଟଙ୍କା ଅନୁକମ୍ପା ରାଶି ଭାବେ ଦେବା ସମ୍ଭବପର ନୁହେଁ । ଏହାଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । କୋର୍ଟ କହିଥିଲେ, କୋଭିଡ୍ ମୃତକଙ୍କ ପରିବାରକୁ ଡେଥ୍ ସାର୍ଟିଫିକେଟ୍ ମିଳିବା ପ୍ରକ୍ରିୟାକୁ ସରକାର ସହଜ ସରଳ କରନ୍ତୁ । ଏଥିସହ ଏନଡିଏମଏ ନିଜ କର୍ତ୍ତବ୍ୟ ପାଳନ କରୁ ବୋଲି କୋର୍ଟ କହିଥିଲେ ।

ଜାମ୍ମୁ ଆକାଶରେ ପୁଣି ଉଡ଼ିଲା ୩ଟି ଡ୍ରୋନ୍, ଏୟାରବେସରେ ଲାଗିଲା ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଜାମର

ଶ୍ରୀନଗର: ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ଏକାଥରକେ ତିନି ତିନୋଟି ଡ୍ରୋନ୍ ଜାମ୍ମୁ-କାଶ୍ମୀରର ଆକାଶରେ ଚକ୍କର କାଟିଛି । ବାୟୁସେନାର ଏୟାରବେସରେ ବିସ୍ଫୋରଣ ପରେ ସେନା ଶିବିର ଉପରେ ଡ୍ରୋନ୍ ଉଡ଼ିବା ପୁଣି ଚିନ୍ତା ବଢ଼ାଇଛି । ବୁଧବାର ସକାଳେ ଜାମ୍ମୁର କାଳୁଚକ, ମିରାନ ସାହବ ଓ କୁଞ୍ଜବନିରେ ୩ଟି ଡ୍ରୋନ୍ ଉଡ଼ିଥିବା ଦେଖାଯାଇଛି । ଯାହାକୁ ନେଇ ସୁରକ୍ଷାକର୍ମୀ ସତର୍କ ରହିଛନ୍ତି ।

3 Drones Spotted In Kaluchak Kunjwani Jammu On 30th June

ତେବେ ଡ୍ରୋନ୍ ଉଡ଼ିବା ନେଇ ଅଧିକ ତଥ୍ୟ ସେନା ପକ୍ଷରୁ ଦିଆଯାଇ ନାହିଁ । ଡ୍ରୋନ୍ ବିପଦକୁ ଦୃଷ୍ଟିରେ ରଖି ଜାମ୍ମୁର ବାୟୁସେନା ଷ୍ଟେସନରେ ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଜାମର ଭଳି ଅତ୍ୟାଧୁନିକ ଉପକରଣ ଲଗାଯାଇଛି । ଅଧିକାରୀଙ୍କ ଅନୁସାରେ, ବାୟୁସେନା ଷ୍ଟେସନରେ ଏନଏସଜି ମୁତୟନ ହୋଇଥିବା ବେଳେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲାଗିଛି । ଜାମ୍ମୁର ସମସ୍ତ ସେନା ଶିବିରରେ ଏହା ଲଗାଯିବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ସୋମବାର ରତ୍ନୁଚକ ଓ କାଳୁଚୋକରେ ୨ଟି ଡ୍ରୋନକୁ ଯବାନ ଗୁଳି କରିବା ପରେ ତାହା ପଳାଇଥିଲା ।

୨୪ଘଣ୍ଟା ଦେଶରେ ୪୫ ହଜାର ୯୫୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାମାନ୍ୟ ବଢିଲା କରୋନା ଗ୍ରାଫ୍  ।  ଗତକାଲି ଅପେକ୍ଷା ଆଜି ସଂକ୍ରମଣ ବଢିଛି  । ୨୪ଘଣ୍ଟା ଦେଶରେ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୫୧ ସଂକ୍ରମିତ  । ଏହା ସହିତ ୮୧୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ତେବେ ଦୈନିକ ସୁସ୍ଥ ସଂଖ୍ୟାରେ ବୃଦ୍ଧି ହୋଇଛି  । ୨୪ ଘଣ୍ଟାରେ ୬୦ ହଜାର ୭୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର  ୮୪୮ ।

ସେହିଭଳି ଦେଶରେ ମୋଟ୍ ସୁସ୍ଥତା ହାର ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ରେ ପହଞ୍ଚିଛି । ଏବଂ ଆକ୍ଟିଭ କେସ୍ ୫ଲକ୍ଷ ୩୭ହଜାର ୬୪ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୩,୨୮,୫୪,୫୨୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୯ତାରିଖ ସୁଦ୍ଧା ସମୁଦାୟ ୪୧,୦୧,୦୦,୦୪୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୬୦,୭୫୭ଟି ନମୁନା।

କଟକଣା ବଢ଼ିବ ନା କୋହଳ ହେବ ? ଅପରାହ୍ଣରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ଆସନ୍ତାକାଲି ସକାଳେ ସରୁଛି ଲାଗିଥିବା ଲକଡାଉନ୍ ଅବଧି । ସଂକ୍ରମଣ ଖସୁଥିବାରୁ ଲକଡାଉନ୍ କଟକଣା କୋହଳ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଆଜି ଦିନ ୨ଟା ୩୦ରେ ଲକଡାଉନ୍ କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେବେ ।

Chief Secretary To Briefs Media At 2.30 Pm On Corona Situation Unlock

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଜିଲ୍ଲା ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ଲାଗିଥିବା ଆଂଶିକ ଲକଡାଉନ କୋହଳ କରାଯାଇପାରେ । ଏବେ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କଟକଣା କୋହଳ ହୋଇଛି । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟ କ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା ଆହୁରି କୋହଳ ହେବ ।

ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ୩,୩୭୧ କୋଭିଡ୍ ସଂକ୍ରମିତ ଚିହ୍ନଟ

ଏବେ ରେଡ୍ ଜୋନରେ ୪ ଜିଲ୍ଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ସେହିଭଳି ୟେଲୋ ଜୋନରେ ୫ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ପୁରୀ ଓ ନୟାଗଡ଼ ରହିଛି । ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି ।

ଏହି ରାଜ୍ୟରେ କୋଭିଡ୍ ମୃତକଙ୍କ ଶବକୁ ଘରକୁ ନେଇ ପାରିବେ ସମ୍ପର୍କୀୟ

ଥିରୁଅନନ୍ତପୁରମ୍: କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ଏଣିକି ପରିବାର ନିକଟକୁ ନିଆଯିବ । ପରିବାର ଶେଷ ଦର୍ଶନ କରିବା ପରେ ଶବର ଶେଷକୃତ୍ୟ କରାଯିବ । ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ରାଜ୍ୟରେ କୋଭିଡ ସଂକଟ ଲାଗି ରହିଥିବା ସତ୍ତ୍ୱେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିଷ୍ପତ୍ତି ଯୋଗୁ ପରିବାର ସଦସ୍ୟ ମୃତବ୍ୟକ୍ତିଙ୍କ ଶେଷ ଦର୍ଶନ କରିବା ସହ ରୀତିନୀତି ସମ୍ପନ୍ନ କରିପାରିବେ । ମହାମାରୀ ପ୍ରୋଟକଲ ଅନୁସାରେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ପରିବାର ନିକଟକୁ ନେବା ଲାଗି ଅନୁମତି ନଥିଲା ।

Kerala Changes Covid Funeral Protocol, Allows Bodies To Be Taken Home

କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ରହିଛି । ସେପଟେ ରାଜ୍ୟ ସରକାର ମୃତକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରିଛନ୍ତି । ଏକ ସମୀକ୍ଷା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ କହିଛନ୍ତି, କୋଭିଡ ସଂକଟ କାଳରେ ମୃତକଙ୍କ ଶେଷ ଦର୍ଶନ କରିପାରୁ ନଥିଲେ ପରିବାର ଲୋକ । ନୂଆ ନିୟମ ଅନୁସାରେ ମୃତକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସେମାନଙ୍କ ପରିବାର ନିକଟକୁ ନିଆଯିବ । ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ସେମାନଙ୍କ ରୀତିନୀତି ସାରିବା ପରେ ଶବକୁ ଶେଷକୃତ୍ୟ ଲାଗି ନିଆଯିବ । ଏଥିଲାଗି ସର୍ବାଧିକ ଏକ ଘଣ୍ଟା ସମୟ ଦିଆଯିବ ।