କଟକ: କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ। ଆଇସିସି ରିପୋର୍ଟ ନଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। ଆଇସିସି ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ମିଳିବ ନାହିଁ ଦରମା। ଜିଲ୍ଲାରେ ଥିବା ୨୧୦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଇସିସି ରିପୋର୍ଟ ମଗା ଯାଇଥିଲା। କିଏ ଆଇସିସିରେ ରିପୋର୍ଟ କରିଛନ୍ତି ? ରିପୋର୍ଟ ଆସିବା ପରେ ଆଇସିସି ଘଟଣାର କ’ଣ ଅନୁଧ୍ୟାନ କରିଛି ? ଅଭିଯୋଗ କରିଥିବା ମହିଳାଙ୍କ ଯୋଗାଯୋଗ ଠିକଣା ସହ ଅନୁଷ୍ଠାନ ମୁଖ୍ୟଙ୍କ ହସ୍ତାକ୍ଷର ସହ ରିପୋର୍ଟ ମଗାଯାଇଥିଲା। ଅଧାରୁ କମ କଲେଜ ଚିଠିର ଉତ୍ତର ଦେଇ ପାରିନାହାନ୍ତି। ବାରମ୍ବାର ଜିଲା ପ୍ରଶାସନ ପକ୍ଷରୁ ଆଇସିସି ରିପୋର୍ଟ ମଗାଯାଇଥିଲା। କିନ୍ତୁ ରିପୋର୍ଟ ନ ଦେବାରୁ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କ ଦରମା ବନ୍ଦ କରାଯାଇଛି।
ହାଇୱା ଧକ୍କାରେ ଅବସରପ୍ରାପ୍ତ କିରାଣୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ହାଇୱା ଧକ୍କାରେ ଅବସରପ୍ରାପ୍ତ କିରାଣୀ ମୃତ । ବଲାଙ୍ଗୀର ଜାତୀୟ ରାଜପଥ 57 ପୁଇଁତଳା ଛକ ନିକଟରେ ଦୁର୍ଘଟଣା। ମୃତକ ହେଲେ ସର୍ବେଶ୍ଵର ମୁଗ୍ରୀ। ସାଇକେଲରେ ଯାଉଥିବା ସମୟରେ ଚଢିଗଲା ହାଇୱା । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଇଁତଳା ପୋଲିସ । କ୍ଷତିପୂରଣ ଦାବୀରେ NH 57 ଅବରୋଧ କଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା । ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି ।
ଉତ୍ପାତ ମଚାଉଚି ଗୋଠଛଡା ଦନ୍ତା: ଦୁଇ ଶହରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ଲୋକଙ୍କୁ ମାରିଛି
ଉତ୍ପାତ ମଚାଉଚି ଗୋଡଛଡା ଦନ୍ତା। ବେଶ କିଛିଦିନ ବ୍ୟବଧାନରେ ବଣାଇଁ ବନଖଣ୍ଡର ଦୁଇଟି ରେଞ୍ଜ ବଣାଇଁ ଓ କୋଇଡ଼ାକୁ ଫେରିଲେ ଦୁଇ ନରହନ୍ତା ଗୋଠଛଡା ଦନ୍ତା । ଉଭୟ ହାତୀ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଘୁରି ବୁଲି ଅଦ୍ୟାବଧି ଦୁଇଶହରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ଓ ଆକ୍ରମଣ କରି ଲୋକଙ୍କୁ ମାରିଛି। ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ବନବିଭାଗ ପଦକ୍ଷେପ ନେଇ ହାତୀ ଘଉଡାଇବା ପ୍ରଚେଷ୍ଟା କରୁ ବୋଲି ସାଧାରଣରେ ଦାବୀ ହେଉଛି। ଅନ୍ୟପଟେ ବନବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଯାଇ ଧରିବାକୁ ଚେଷ୍ଟା ଜାରି ରହିଛି।
ଲାଇଭ ଭିଡିଓ କରି ଟ୍ରେନ ଆଗକୁ ଡେଇଁ କଲେ ଆତ୍ମହତ୍ୟା
ଯୁବକ ନେଲେ ଚରମ ନିଷ୍ପତ୍ତି । ଲାଇଭ ଭିଡିଓ କରି ଟ୍ରେନ ଆଗକୁ ଡେଇଁ କଲେ ଆତ୍ମହତ୍ୟା । ସୂଚନା ମୁତାବକ, ଯୁବକ ଜଣକ ସାଲେପୁର ଥାନା ଅନ୍ତର୍ଗତ ଛାଣିପୁର ପଞ୍ଚାୟତ ଅଧିନସ୍ତ ସାତବାଟି ଗାଁର ବୋଲି ଜଣାପଡିଛି । ଖବର ଅନୁସାରେ, ମାଧବାନନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁନୀଲ କୁମାର ମହାରଣା। ସୁନୀଲ ଭୁବେନେଶ୍ୱରରେ ଏକ ଟ୍ରାଭେଲ ଏଜେନ୍ସି କରିଥିଲେ । କୌଣସି କାରଣକୁ ନେଇ ସୁନୀଲ ମାନସିକ ଭାରସାମ୍ୟ ହରାଇ ମଞ୍ଚେଶ୍ୱରରେ ଲାଇଭି ଭିଡିଓ କରିଥିଲେ । ପରେ ମଞ୍ଚେଶ୍ଵରରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ଏ ଖବର ଶୁଣିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

