spot_img
Home Blog Page 5591

ଏଥର ରାଜ୍ୟକୁ ବିଳମ୍ବରେ ଆସିବ ମୌସୁମୀ, କେରଳ ଛୁଇଁବାର ୨ ସପ୍ତାହ ପରେ ଓଡ଼ିଶାରେ ସକ୍ରିୟ ହେବ

ଭୁବନେଶ୍ୱର: ବିଳମ୍ବରେ ଆସିବ ମୌସୁମୀ। ଜୁନ୍ ୧ରୁ ୩ ମଧ୍ୟରେ କେରଳ ଛୁଇଁବା ସମ୍ଭାବନା ଅଛି। ଆସନ୍ତାକାଲି ମୌସୁମୀ ଛୁଇଁବା ନେଇ ଆକଳନ କରାଯାଇଥିଲା ହେଲେ ପାଣିପାଗ ପରିବର୍ତ୍ତନ ପାଇଁ ୨ଦିନ ସମୟ ଲାଗିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେରଳ ଛୁଇଁବାର ୨ ସପ୍ତାହ ପରେ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ୫ଦିନ ଯାଏଁ କାଳବୈଶାଖୀ, ଘଡ଼ଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କାରଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନବରଙ୍ଗପୁରକୁ ଆଲର୍ଟ କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ। ଜୁନ ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଭୁବନେଶ୍ୱରରେ ଆକାଶ ମେଘୁଆ ସହ ବର୍ଷା ହେବା ସମ୍ଭାବନା ରହିଛି।

ଦ୍ୱିତୀୟ ଲହର ସମୟରେ ୟାସ୍‌କୁ ସାମ୍ନା କରିବା ବହୁତ କଷ୍ଟ ହୋଇଛି, ସଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ସଫଳତାର ମନ୍ତ୍ର

ଭୁବନେଶ୍ୱର: କରୋନା ସମୟରେ ରାଜ୍ୟକୁ ମାଡ଼ି ଆସିଥିଲା ୟାସ୍‌। ଆଉ ଏହାକୁ ରାଜ୍ୟ ସରକାର ସଫଳତାର ସହିତ ମୁକାବିଲା ମଧ୍ୟ କରିଛନ୍ତି। ଜିରୋ କାଜୁଆଲିଟି ସହିତ ସଫଳ ହୋଇଛନ୍ତି ରାଜ୍ୟ ସରକାର। ଗତବର୍ଷ ମଧ୍ୟ ରାଜ୍ୟ ସରକାର କୋଭିଡ ମହାମାରୀ ସମୟରେ ଅମ୍ଫାନଭଳି ବତ୍ୟାକୁ ମଧ୍ୟ ସାମ୍ନା କରିଥିଲେ। ଏଭଳି ମହାବିପଦ ସହିତ ଲଢ଼ିବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦେଇ ନାହାନ୍ତି ରାଜ୍ୟ ସରକାର। ସବୁ ସମୟରେ ଏକାଠି ହୋଇ ଲଡ଼ିଛନ୍ତି ଆଉ ଜିତିଛନ୍ତି। ଏହି ମୁକାବିଲାର ଦାୟିତ୍ୱ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉପରେ ରହିଥିଲା। ୟାସ୍‌ ବାତ୍ୟା ସମୁଦ୍ର ମଝିରେ ସୃଷ୍ଟି ହେବା ଠାରୁ ଆରମ୍ଭ କରି ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ପର୍ଯ୍ୟନ୍ତ ସବୁରି ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ତେବେ କେମିତି ଥିଲା ତାଙ୍କର ସେହି ସମୟର ଅନୁଭୁତି ସେନେଇ ପ୍ରକାଶ କରିଛନ୍ତି ଏସ୍‌ଆର୍‌ସି।

ଏହା କରୋନା ସମୟର ଦ୍ୱିତୀୟ ବାତ୍ୟା। ପ୍ରଥମେ କରୋନାର ପ୍ରଥମ ଲହର ସମୟରେ ରାଜ୍ୟକୁ ଆସିଥିଲା ଅମ୍ଫାନ ବାତ୍ୟା। ସେହି ସମୟରେ ବହୁତ କଷ୍ଟ ହୋଇଥିଲା ବାତ୍ୟାକୁ ମୁକାବିଲା କରିବା ପାଇଁ। ତଥାପି ରାଜ୍ୟ କରୋନା ସମୟରେ କେମିତି ବାତ୍ୟାକୁ ମୁକାବିଲା କରାଯାଇପାରିବ ତାହା ଅମ୍ଫାନଠାରୁ ଶିଖିବାକୁ ପାଇଥିଲା। ଯାହାକୁ ୟାସ୍‌ ବାତ୍ୟା ସମୟରେ ବ୍ୟବହାର କରାଯାଇଛି।

ଅମ୍ଫାନ ସମୟରେ ଯେତିକି କଷ୍ଟ ହୋଇଥିଲା ୟାସ୍‌ ସମୟରେ ତାଠାରୁ ଅଧିକ କଷ୍ଟ ହୋଇଛି। କାରଣ ଲୋକମାନଙ୍କ ମନରେ ପ୍ରଥମ ଲହରଠାରୁ ଦ୍ୱିତୀୟ ଲହରରେ ଅଧିକ କଷ୍ଟ ହୋଇଛି। ଅମ୍ଫାନ ଠାରୁ ୟାସ୍‌ରେ ଅଧିକ ଧ୍ୟାନ ଦେବାକୁ ପଡ଼ିଛି ବୋଲି ଏସ୍‌ଆରସି କହିଛନ୍ତି। କାରଣ କରୋନାର ଦ୍ୱିତୀୟ ଲହର ସମୟରେ ରାଜ୍ୟରେ ଅଧିକ ମାତ୍ରାରେ ବାତ୍ୟା ଆଶ୍ରୟସ୍ଥଳୀ ଆବଶ୍ୟକତା ପଡ଼ିଥିଲା। ଆଉ ସେହି ସବୁ ଆଶ୍ରୟସ୍ଥଳୀ ମାନଙ୍କରେ ସମସ୍ତ ପ୍ରକାରର କରୋନା କଟକଣାକୁ ଧ୍ୟାନ ଦେବା ସହ ସେମାନଙ୍କୁ କରୋନା କଟକଣା ସହ ରନ୍ଧା ଖାଦ୍ୟ ମଧ୍ୟ ଦେବାକୁ ପଡ଼ିଥିଲା। ଯେଉଁଥି ପାଇଁ ୟାସ୍‌ ସମୟରେ ମୁକାବିଲାରେ ଅଧିକ କଷ୍ଟ କରିବାକୁ ପଡ଼ିଛି। ତେବେ ଖାଲି ସେତିକି ନୁହେଁ କରୋନାର ଦ୍ୱତୀୟ ଲହର ସମୟରେ ଲୋକଙ୍କ ମନରେ ବହୁ ପରିମାଣରେ ଭୟ ବଢ଼ିଯାଇଛି। ସେଥିପାଇଁ ବାତ୍ୟା ପୂର୍ବରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାରେ ବହୁତ କଷ୍ଟ ହୋଇଛି। ଲୋକେ ଆଶ୍ରୟସ୍ଥଳୀକୁ ଯିବାକୁ ଭୟ କରିଛନ୍ତି ଏବଂ ସ୍ଥାନାନ୍ତର ସମୟରେ କରୋନା କଟକଣା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିଛି ବୋଲି ଏସ୍‌ଆରସି କହିଛନ୍ତି ।

ସେପଟେ ବାତ୍ୟା ସମୟରେ ଖାଲି ବାତ୍ୟା ଆଶ୍ରୟସ୍ଥଳୀ ନୁହେଁ। ବରଂ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା କରୋନା ଡାକ୍ତରଖାନା ମାନଙ୍କ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିଛି। ବିଦ୍ୟୁତ, ଅକ୍ସିଜେନରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଗୋଟିଏ ପ୍ଲାନ୍‌ କରାଯାଇଥିଲା। ଏସବୁ ଭିତରେ ସବୁଠାରୁ ଅଧିକ ସାହାସ ଥିଲା ମୁଖ୍ୟମନ୍ତ୍ରୀଙ୍କର ବାତ୍ୟା ପୂର୍ବର ବାର୍ତ୍ତା। ୧୯ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ। ଜୀବନ ବଞ୍ଚାଇବାକୁ ସବୁ ସହାୟତା ଦେବାକୁ କହିଥିଲେ। ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା ସ୍ପଷ୍ଟ ଓ ସ୍ୱଚ୍ଛ। ଏହି ବାର୍ତ୍ତା ଏସ୍‌ଆରସିଙ୍କ ପାଇଁ ଏକ ଶକ୍ତି ଥିଲା ବୋଲି କହିଛନ୍ତି ଏସ୍‌ଆରସି।  ଏବଂ ସେହି ସମୟରେ ଓଡ୍ରାଫ ଟିମ ଯେଉଁ ଭଳି ଭାବରେ କାର୍ଯ୍ୟ କରିଛି ତାକୁ ନେଇ ସାରା ଓଡ଼ିଶା ଗର୍ବିତ ଏସ୍‌ଆର୍‌ସି କହିଛନ୍ତି।

ସବୁରି ଭିତରେ ସଠିକ ସମୟରେ ସଠିକ ନିଷ୍ପତ୍ତି ସଫଳତାର ମନ୍ତ୍ର। ବାତ୍ୟାର ପୂର୍ବଦିନ ରାତିରୁ ଜଣାପଡ଼ିଥିଲା ଏହା ଭୟଙ୍କର ହେବନି ବୋଲି କିନ୍ତୁ ତଥାପି କୌଣସି କ୍ଷେତ୍ରରେ ଅବହେଳା କରାଯାଇନଥିଲା। ଆକାଶର ବାଦଲ ସ୍ଥିତି ପରୋକ୍ଷରେ ଏହି ସୂଚନା ଦେଇଥିଲା। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୁକାବିଲା ପାଇଁ ୨୦-୨୫ହଜାର ଲୋକ ଗ୍ରାଉଣ୍ଡରେ ଥିଲେ। ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର ଅଧିକ ଫୋକସ୍ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ ଏବେ ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ସୃଷ୍ଟି ଉଦ୍ୟମ ଜାରି ରହିଛି।
ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି ବୋଲି ଏସ୍‌ଆରସି କହିଛନ୍ତି।

ତେବେ ୟାସ୍‌ ବାରମ୍ବାର ଏଥର ଦିଗ ପରିବର୍ତ୍ତନ କରିବାରରେ ଲାଗିଥିଲା। ଏବଂ ବାତ୍ୟାର ଆଖି ଘନ ବାଦଲ ପାଇଁ ମଧ୍ୟ ଦେଖାଯାଇ ନଥିଲା ସେଥିପାଇଁ ପାଣିପାଗ କେନ୍ଦ୍ର ଏହାର ଦିଗ ପରିବର୍ତ୍ତନକୁ ନେଇ ଅସୁବିଧାରେ ପଡ଼ୁଥିଲେ। ଏହାର ମୁଖ୍ୟ କାରଣ ହେଉଛି କମ ସମୟରେ ଏହା ସକ୍ରିୟ ହୋଇଥିଲା। ଯାହା ପାଇଁ ପାଣିପାଗ ବିଭାଗ କେନ୍ଦ୍ରକୁ ଅଧିକ ଡାଟା ପାଇବା ପାଇଁ କଷ୍ଟ ହୋଇଥିଲା ବୋଲି ଏସ୍‌ଆରସି କହିଛନ୍ତି। ଯଦି ଆମେ ବାତ୍ୟା ଫନିକୁ ଦେଖିବା ତେବେ ଫନି ସମୁଦ୍ର ମଧ୍ୟରେ ୧୧ ଦିନ ରହିଥିଲା। ଯେଉଁଥିପାଇଁ ଅଧିକ ଡାଟା ମିଳିପାରିଥିଲା। ସବୁଠାରୁ ବଡ଼ କଥା ହେଉଛି ବାଦଲର ଡେନସିଟି ପାଇଁ ଜଣାପଡ଼ିଥିଲା ଯେ ପବନର ବେଗ କମିଯିବ ଏବଂ ୧୩୦ ରୁ ୧୪୦ କିଲୋମିଟର ବେଗରେ ପବନ ବହିବ। ଯଦି ଦେଖିବା ହଠାତ ବଢ଼ିଥିଲା ବର୍ଷା। ଏହି ସବୁ କ୍ଷେତ୍ରକୁ ନେଇ ସ୍ଥାନନ୍ତର ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା ଲୋକଙ୍କର ଜୀବନ ବଞ୍ଚାଇବା। ସେଥିପାଇଁ ଏଥର ୫୨ଟି ଏନ୍‌ଡିଆରଏଫ୍‌ ଟିମ୍‌, ୬୦ ଟି ଓଡ୍ରାପ୍‌ ଟିମ୍‌, ୨୦୬ଟି ଫାୟାର ଟିମ୍‌, ୮୬ଟି ଫରେଷ୍ଟ ଟ୍ରି କଟର ଟିମ୍‌ଙ୍କୁ ନିୟୋଜିତ କରାଯାଇଥିଲା। ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ପୂର୍ବରୁ ୨୦ରୁ ୨୫ ହଜାର ଲୋକ, ସବୁ ଡିପାର୍ଟମେଣ୍ଟରୁ ନିୟୋଜିତ କରାଯଥିଲା ବାତ୍ୟାର ମୁକାବିଲା କରିବା ପାଇଁ।

 

ବାପାମାଆଙ୍କ ଖାଦ୍ୟରେ ନିଶା ଦେଇ ଲକ୍ଷାଧିକ ଟଙ୍କା ନେଇ ଝିଅ ଫେରାର

ଲକ୍ଷ୍ନୌ: ଟଙ୍କା ପାଇଁ ବାପାମାଆଙ୍କ ଖାଦ୍ୟରେ ନିଶା ଦେଲା ଝିଅ । ବାପାମାଆଙ୍କ ବ୍ୟବହାରରେ ବିରକ୍ତ ହୋଇ ଝିଅ ଏମିତି କରିଥିବା ସୂଚନା ଦେଇଛି ପୋଲିସ ।  ଘଟଣାଟି ହେଉଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର । ଆଉ ଏହି ଡାକାୟତିର ଷଡ଼ଜନ୍ତ୍ରରେ ସାମିଲ ଥିଲେ ଝିଅର ପ୍ରେମିକ ସହ ଅନ୍ୟ କେତେଜଣ ସାଙ୍ଗ । ଯେତେବେଳେ ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ସମସ୍ତଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସରେ, ଲକ୍ଷ୍ନୌର ରସୁଲପୁର ଗାଁରେ ରହୁଥିବା ମନୋଜ କୁମାର ପୋଲିସକୁ ସୂଚନା ଦେଇଥିଲେ ଯେ, ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଏବଂ ୩ ଲକ୍ଷ ଅଳଙ୍କାର ଚୋରି ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଯାଞ୍ଚ ପରେ ପୋଲିସ ଅଭିଯୁକ୍ତ ମନୋଜଙ୍କ ଝିଅ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ।

ଏବଂ ସେମାନଙ୍କଠାରୁ ନଗଦ ଟଙ୍କା ସହ ୩ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାକୁ ନେଇ ପୋଲିସ କହିଛି ଯେ, ମନୋଜ କୁମାରଙ୍କ ଝିଅ ତାଙ୍କ ବାପାମାଆଙ୍କ ବ୍ୟବହାରକୁ ନେଇ ଅତ୍ୟନ୍ତ ବିରକ୍ତ ଥିଲେ ଏବଂ ସେ ତାଙ୍କ ବାପାମାଆଙ୍କଠାରୁ ଅଲଗା ହେବାକୁ  ଚାହୁଁଥିଲେ । ତେଣୁ ସେ ତାଙ୍କ ପ୍ରେମିକ ବିନୟଙ୍କ ସହିତ ନିଜ ଘରକୁ ଡକାୟତି କରିବାର ଷଡ଼ଯନ୍ତ୍ର ରଚିଥିଲେ ।

ପରିବାରର ବ୍ୟବହାର ଯୋଗୁଁ ସେ ନିଜ ପ୍ରେମିକ ବିନୟଙ୍କୁ ତାଙ୍କ ଘରେ ରଖାଯାଇଥିବା ଟଙ୍କା ଏବଂ ଅଳଙ୍କାର ବିଷୟରେ କହିଥିଲେ। ଏହା ପରେ ବିନୟ, ଶୁଭମ୍ ଏବଂ ରଣଞ୍ଜିତ ପରିବାର ଲୋକଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ଏହି ଡକାୟତି କରିଥିଲେ । ଯାହା ପରେ ଉଭୟ ଘରେ ରଖାଯାଇଥିବା ପ୍ରାୟ ୧୩ ଲକ୍ଷ ନଗଦ ଟଙ୍କା ନେଇ ସେମାନେ ଫେରାର ହୋଇଯାଇଥିଲେ ।

ବିବାଦରେ ଛନ୍ଦି ହେଉଛନ୍ତି ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ:   ଯୋଗଗୁରୁ ବାବା ରାମଦେବଙ୍କ ପିଛା ଛାଡ଼ୁନି ବିବାଦ । ଏଲୋପାଥୀ ଚିକିତ୍ସାକୁ ନେଇ ଦେଇଥିବା ବିବାଦୀୟ ବୟାନ ଯୋଗୁଁ ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି ବାବା ରାମଦେବ ।

IMA ଓ FAIMA ପରେ ବାବାଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି ଫେଡେରେସନ ଅଫ୍ ରେଜିଷ୍ଟେଡ୍ ଡକ୍ଟର୍ସ ଆସୋସିଏସନ ବା FORDA । କରୋନା ଚିକିତ୍ସା ଓ ଟିକାକରଣକୁ ନେଇ ରାମଦେବ ଦେଇଥିବା ବୟାନ ବିରୋଧରେ ଜୋରଦାର ସ୍ୱର ଉଠାଇବାକୁ ପାଇଁ FORDA ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏହି ସଂସ୍ଥା ସହ ଜଡ଼ିତ ସମସ୍ତ ମେଡିକାଲ ଷ୍ଟାଫ୍ ୧ ଜୁନକୁ  କଳା ଦିବସ ଭାବେ ପାଳନ କରିବେ ବୋଲି ଅଧ୍ୟକ୍ଷ ଡା. ମନୀଷ କହିଛନ୍ତି । କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ  ପିପିଇ କିଟରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବେ । ଏହାସହ ରାମଦେବଙ୍କ ବୟାନକୁ ନେଇ   ହ୍ୱାଟ୍ସାଆପରେ  ଡିପି ବ୍ଲାଙ୍କ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

କେବଳ ବ୍ଲାକ୍‌ ଫଙ୍ଗସ୍‌ ନୁହେଁ ବରଂ କରୋନା ରୋଗୀଙ୍କୁ ଆକ୍ରମଣ କରୁଛି ଏହି ନୂଆ ରୋଗ

ନୂଆଦିଲ୍ଲୀ: ବ୍ଲାକ୍‌ଫଙ୍ଗସ୍‌ ପରେ ଏବେ ଦେଶରେ ଆଉ ଏକ ଫଙ୍ଗଲ ଆକ୍ରମଣ ଚିନ୍ତା ବଢାଇଛି । ଯାହାର ନାଁ ହେଉଛି ଏସ୍ପରଗିଲୋସିସ୍‌। ବ୍ଲାକ୍‌ଫଙ୍ଗସ୍‌ଭଳି ଏହା ମଧ୍ୟ କରୋନା ରୋଗୀଙ୍କୁ ନିଜ କବଜାକୁ ନେଉଛି । ଏହି ରୋଗ କରୋନା ପଜିଟିଭ୍‌ହୋଇଥିବା ବ୍ୟକ୍ତି ବା କରୋନାରୁ ସୁସ୍ଥ ହୋଇ ସାରିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା ବଢାଇଛି । ଗୁଜୁରାଟର ଭଦୋଦରାରେ ଏସ୍ପରଗିଲୋସିସ୍‌ର ୮ଟି ମାମଲା ସାମ୍ନାକୁ ଆସିଛି ।

କ’ଣ ଏହି ରୋଗ ଏବଂ ଏହାର ଲକ୍ଷଣ କ’ଣ?

ଏହିଭଳି ଫଙ୍ଗସ ଆପଣଙ୍କ ଘର କିମ୍ବା ଆଖପାଖରେ ରହିଥାଏ । ସାଧାରଣତଃ ଏହା ଶୁଖିଲା ପତ୍ର ଏବଂ ପଚାସଢା ଜିନିଷରୁ ଉତ୍ପନ୍ନ ହୋଇଥାଏ । ନିଃଶ୍ୱାସ ଦ୍ୱାରା ଏହା ଶରୀର ମଧ୍ୟକୁ ପ୍ରବେଶ କରେ । କିନ୍ତୁ ଏହାଦ୍ୱାରା ଶରୀର ତତକ୍ଷଣାତ୍‌ଅସୁସ୍ଥ ହୋଇନଥାଏ । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବା ଲୋକଙ୍କୁ ଏହା ଆକ୍ରମଣ କରିଥାଏ ।

ଆମେରିକା ହେଲ୍ଥ ବଢି ଅନୁସାରେ ଏହା ଶ୍ୱାସରୋଗୀଙ୍କୁ ଖୁବ୍‌ଶୀଘ୍ର କବଜା କରିପାରେ । କ୍ରୋନିକ ପଲମୋନାରି ଏସ୍ପରଗିଲୋସିସ କ୍ରୋନିକ ଆବଷ୍ଟ୍ରାକ୍ଟିଭ୍‌ପଲମୋନାରୀ ଡିଜିଜ୍‌ବା ସାରକାଇଡୋସିସ ବ୍ୟତୀତ ଫୁସଫୁସ ଜନିତ ଅନ୍ୟ କିଛି ରୋଗରେ ପୀଡ଼ିତ ହୋଇଥିବା ବ୍ୟକ୍ତିଙ୍କ ଶରୀରକୁ ଏହି ଫଙ୍ଗସ କବଜା କରିଦିଏ । କେବଳ ସେତିକି ନୁହେଁ କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିଥାଏ ।

ଏହାଦ୍ୱାରା ଥଣ୍ଡା, ମୁଣ୍ଡବିନ୍ଧା, ଘ୍ରାଣ ଶକ୍ତି କମିଯିବା, କାଶରେ ରକ୍ତ ପଡ଼ିବା, ନିଃଶ୍ୱାସ ନେବାରେ ସମସ୍ୟା, ଓଜନ କମ୍‌ହେବା ଏବଂ କ୍ଲାନ୍ତ ହେବାଭଳି ସମସ୍ୟା ଦେଖାଦିଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ବ୍ଲାକଫଙ୍ଗସ ତୁଳନାରେ ଏହା କମ୍‌ବିପଦପୂର୍ଣ୍ଣ । କିନ୍ତୁ ଏହାକୁ ନଜର ଅନ୍ଦାଜ କରିବା ଅନୁଚିତ୍‌।

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ସାହସିକତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ଦେଶ ଲଢ଼େଇ ଜାରି ରଖିଛି । ମହାମାରୀ କାଳରେ ବାତ୍ୟା ମୁକାବିଲା ନେଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ ଦିନ ମଧ୍ୟରେ ଦେଶ ଦୁଇଟି ବାତ୍ୟାର ସାମ୍ନା କରିଛି । ହେଲେ ଆମେ ଏହାର ମୁକାବିଲା କରିବାରେ ସଫଳ ହୋଇଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବାତ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କ ଅତି ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ଯାହାଫଳରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥର ବହୁତ କମ୍ ଲୋକଙ୍କ ଜୀବନ ଯାଇଛି ।

ପ୍ରଭାବିତ ରାଜ୍ୟ ଗୁଡ଼ିକର ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ୭୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ସଫଳ ବାତ୍ୟା ମୁକାବିଲା ହୋଇପାରିଛି । ବାତ୍ୟାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । କରୋନା ଦ୍ବିତୀୟ ଲହରରେ ଦେଶରେ ଅକ୍ସିଜେନର ଆବଶ୍ୟକତା ବଢ଼ିଯାଇଥିଲା । ଏଭଳି ସଙ୍କଟ ସ୍ଥିତିରେ ଅକ୍ସିଜେନ ପରିବହନ ଲାଗି ରେଳ ବିଭାଗ ସହଯୋଗର ହାତ ବଢ଼ାଇଥିଲା । ସଡ଼କ ପଥରେ ଯାଉଥିବା ଗାଡ଼ି ତୁଳନାରେ ଖୁବ୍ କମ୍ ସମୟରେ ଅକ୍ସିଜେନ ଏକ୍ସପ୍ରେସ୍ ଦେଶର ବିଭିନ୍ନ ସହରରେ ପହଞ୍ଚି ପାରିଥିଲା । ବିଦେଶରୁ ଅକ୍ସିଜେନ କନସେନଣ୍ଟେଟର ଆଣିବା ପାଇଁ ଜଳ, ସ୍ଥଳ ଓ ନୌସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟକର୍ମୀମାନେ କାମ କରୁଛନ୍ତି । କରୋନା ସଂକ୍ରମିତଙ୍କ ସେବା କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।

ଉତ୍ତରପ୍ରଦେଶରେ ଏମିତି ନଦୀକୁ ଫୋପଡା ଯାଉଛି କରୋନା ସଂକ୍ରମିତଙ୍କ ଶବ, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

ଲକ୍ଷ୍ନୌ: ସୋସିଆଲ ମିଡିଆରେ ଚମକାଇ ଦେବା ଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି,ଯେଉଁଥିରେ ଜଣେ କରୋନା ସଂକ୍ରମିତଙ୍କ ଶବକୁ କିଛି ଲୋକ ନଦୀକୁ ଫୋପାଡୁଥିବା ଦେଖିବାକୁ ମିଳୁଛି । ବଳରାମପୁର ଜିଲ୍ଲାର ଏହି ଭିଡିଓ ବୋଲି କୁହାଯାଉଛି । ଗଙ୍ଗାକୁଳରୁ ହଜାର ହଜାର ସଂଖ୍ୟାରେ ମୃତଦେହ ମିଳୁଥିବା ବେଳେ ଏହି ଭିଡିଓ ଉତ୍ତରପ୍ରଦେଶର ସରକାରଙ୍କ କରୋନା ମ୍ୟାନେଜମେଣ୍ଟ୍ ଉପରେ ପ୍ରଶ୍ନ ଉଠାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମେ ୨୮ ତାରିଖର ବୋଲି ଜଣା ପଡିଛି । ବଳରାମପୁରର ଏକ ବ୍ରିଜ୍ ଉପରୁ ଦୁଇଜଣ ବ୍ୟକ୍ତି ଏକ ଶବକୁ ନଦୀ ଭିତରକୁ ଫୋପାଡୁଥିବା ଦେଖାଯାଉଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ପିପିଇ କିଟ୍ ପିନ୍ଧିଥିଲେ । ନଦୀ ମଧ୍ୟକୁ ଶବ ଫୋପଡା ଯାଉଥିବା ବେଳେ ରାସ୍ତା ଦେଇ ଅନେକ ଗାଡି ଯିବାଆସିବା କରୁଥିଲା ।

 

ଭିଡିଓ ଭାଇରାଲ ହେବା ପରେ ମୃତବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିଲେ କି ନାହିଁ ତାକୁ ନେଇ ସନ୍ଦେହ ଥିଲା କିନ୍ତୁ ପରେ ବଳରାମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ବିବି ସିଂହ ମୃତ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି । ସିଏମଓଙ୍କ ଅନୁସାରେ କୋଭିଡ୍ ସଂକ୍ରମିତଙ୍କ ସମ୍ପର୍କୀୟ ଶବକୁ ନଦୀ ମଧ୍ୟକୁ ଫୋପାଡିଥିଲେ ।

ସୂଚନା ଅନୁସାରେ ମୃତବ୍ୟକ୍ତି ମେ ୨୫ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ମେ’ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ନଦୀ ମଧ୍ୟକୁ ଶବ ଫୋପାଡିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଛି ।

ବାତ୍ୟା ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପରୋକ୍ଷରେ ସ୍ୱୀକାର କଲେ ବିଜେପି ନେତା: କହିଲେ, ଆମେ ଗର୍ବିତ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ବିଭିନ୍ନ ମହଲରୁ ବାତ୍ୟାର ସଫଳ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ୧୯୯୯ ମହାବାତ୍ୟା ପରଠୁ ରାଜ୍ୟ ସମ୍ମୁଖିନ ହୋଇଥିବା ପ୍ରତିଟି ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛି ରାଜ୍ୟ । ଏବଂ ସାରା ଦେଶ ଓ ବିଶ୍ୱ ନିକଟରେ ବାତ୍ୟା ମୁକାବିଲା ଦିଗରେ ଏକ ସଫଳ ମଡେଲ ପାଲଟିଛି । ଯାହାକୁ ରାଜ୍ୟ ବିଜେପି ନେତା ମଧ୍ୟ ସ୍ୱୀକାର କରିଛି । ବାତ୍ୟା ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପରୋକ୍ଷାରେ ସ୍ୱୀକାର କରିଛନ୍ତି ରାଜ୍ୟ ବିଜେପି ନେତା । ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ କରାଯାଇଥିବା ପ୍ରଶଂସାକୁ ନେଇ ଆମେ ଗର୍ବିତ ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ସମୀର ମହାନ୍ତି । ସେ କହିଛନ୍ତି, ଓଡିଶାକୁ ପ୍ରଶଂସା ମାନେ ସାଢେ ୪କୋଟି ଓଡିଆଙ୍କ ଗର୍ବର କଥା । ଯିଏ କେହିବି ଓଡିଶାକୁ ପ୍ରଶଂସା କରୁଛି ସେଥିରେ ଆମେ ଗର୍ବିତ ବୋଲି କହିଛନ୍ତି ସମୀର ମହାନ୍ତି ।

ବାତ୍ୟା ‘ୟାସ’ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି  ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ପୂର୍ବ ପ୍ରସ୍ତୁତି କରିଥିଲେ ତାହାକୁ ନେଇ ସାରା ମହଲରେ ଚର୍ଚ୍ଚା ହେଉଛି । କେବଳ ରାଜ୍ୟରେ ନୁହେଁ ବରଂ ଖୋଦ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ଜାତିସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲିନି ।

ଅନ୍ୟପଟେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନେତା। ତାଙ୍କ ହାତରେ ଓଡିଶାବାସୀଙ୍କ ଜୀବନ ସୁରକ୍ଷିତ । ୧୯୯୯ ମସିହାରେ ଅର୍ଥ, ମାନବ ସମ୍ବଳ, ବୈଷୟିକ ଜ୍ଞାନ କୌଶଳ କିଛି ନଥିଲା। ସବୁ ନବୀନ ବାବୁଙ୍କ ପରିଶ୍ରମ, ନିଷ୍ଠା ଓ ଦୂରଦୃଷ୍ଟି ଯୋଗୁଁ ଏବେ ଆମେ ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଏକ ନମ୍ବର ହୋଇପାରିଛୁ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ।

ପାଟଣା ଲୋକପ୍ରିୟ ‘ଖାନ ସାର’ଙ୍କ ଏ ହେଉଛି ପ୍ରକୃତ ନାମ…

ପାଟଣା: ଦେଶୀ ଅନ୍ଦାଜରେ ଜିଏସର ବିଷୟ ବସ୍ତୁକୁ ବ୍ୟାଖ୍ୟା କରୁଥିବା ‘ଖାନ ସାର୍’ ଙ୍କ ନାମକୁ ନେଇ ବିବାଦ ଦେଖାଦେଇଛି । ଏପ୍ରିଲ ୨୪ ରେ ତାଙ୍କ ଦ୍ୱାରା ଦିଆଯାଇଥିବା ଗୋଟିଏ ଭିଡିଓରେ , ଯେଉଁଥିରେ ସେ ପାକିସ୍ତାନରେ ଫ୍ରାନ୍ସର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବା ବିରୋଧର ହେଉଥିବା ପ୍ରଦର୍ଶନ ବିଷୟରେ ବୁଝାଇଥିଲେ । ସେ ଏହି ଭିଡିଓରେ ଶିଶୁର ଚିତ୍ର କରୁଥିବା ବେଳେ ଯେଉଁ ମନ୍ତବ୍ୟ ଦେଇଥିଲେ ଏହା ଉପରେ ଏବେ ବିବାଦ ଆରମ୍ଭ ହେବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତାଙ୍କ ନାମ ଖାନ ସାର୍ ନା ଅମିତ ସିଂ ?

ଯେତେବେଳେ ଟ୍ୱିଟରରେ ଖାନ ସାରର  ଭିଡ଼ିଓ ଖୋଜାଗଲା ସେତେବେଳେ ତାଙ୍କ ପ୍ରକୃତ ନାମ ଖାନ ସାର ନୁହେଁ ବରଂ ଅମିତ ସିଂ ବୋଲି ସେ ନିଜେ କହିବାର ଏକ ଭିଡ଼ିଓ ମିଳିଥିଲା। ଯେତେବେଳେ ନାଁକୁ ନେଇ ବିବାଦ ଆରମ୍ଭ ହୋଇଥିଲା ତାଙ୍କ ପ୍ରକୃତ ନାଁ ସାମ୍ନାକୁ ଆସିଥିଲା ।

ପାଟନାରେ ଖାନ ଜିଏସ ରିସର୍ଚ୍ଚ ସେଣ୍ଟରରେ ତାଙ୍କ ସହ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷକ ମହେନ୍ଦ୍ର ସାଗରଙ୍କୁ ମଧ୍ୟ ଏନେଇ ପଚରା ଯାଇଥିଲା । ମହେନ୍ଦ୍ର ସାଗର କହିଥିଲେ ସେ ଏହି କେନ୍ଦ୍ରରେ ଚାରି ବର୍ଷ ଧରି ଶିକ୍ଷାଦାନ କରୁଛନ୍ତି । ଖାନ ସାରଙ୍କ ନାଁ ପ୍ରକୃତରେ ଫୈଜଲ ଖାନ । ଏହି କେନ୍ଦ୍ରରେ ଥିବା ବିଲ୍ଡିଂର ମାଲିକଙ୍କର ସମସ୍ତ ଦଲିଲରେ ମଧ୍ୟ ଏହି ସମାନ ନାମ ଅଛି ।  ଯେଉଁଥିରେ ତାଙ୍କର ପ୍ରକୃତ ନାମ ଫୈଜଲ ଖାନ ଲେଖାଯାଇଛି । କେବଳ ସେତିକି ନୁହେଁ ଯେତେବେଳେ ତାଙ୍କ ପ୍ରକୃତ ନାମ ଜାଣିବା ପାଇଁ ଅଧିକ ପ୍ରୟାସ କରାଗଲା ସେତେବେଳେ ୟୁପିର ଦେଓରିଆ ଜିଲ୍ଲାର ଭଟ୍ଟପାରାନି ସହରରେ ଯେଉଁଠାରେ ସେ ତାଙ୍କ ସ୍କୁଲ ଜୀବନ କଟାଇଥିଲେ । ସେତେବେଳେ ତାଙ୍କର ଜଣେ ସହପାଠୀ ମଧ୍ୟ ତାଙ୍କ ନାମ ଫୈଜଲ ଖାନ ବୋଲି କହିଥିଲେ ।

ଏବଂ ସେ ଯେଉଁ ଭିଡ଼ିଓ ତିଆରି କରି ଅପଲୋଡ କରନ୍ତି  । ସେହି ଭିଡ଼ିଓକୁ ଯେଉଁମାନେ ଏଡିଟ୍ କରି ସଜାନ୍ତି ସେମାନେ ମଧ୍ୟ ତାଙ୍କ ପ୍ରକୃତ ନାଁ ଫୈଜଲ ଖାନ ବୋଲି ମଧ୍ୟ କହିଛନ୍ତି । ଯଦି ତାଙ୍କ ପ୍ରକୃତ ନାଁ ଫୈଜଲ ଖାନ୍ ତେବେ ତାଙ୍କୁ ଅନ୍ୟ ମାନେ କାହିଁକି ଖାନ ସାର୍ ବୋଲି ଡାକନ୍ତି ଏବଂ ସେ ନିଜ ନାଁକୁ ନେଇ କାହିଁକି ମିଛ କହୁଛନ୍ତି ସେନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ବଢ଼ିବ କି ଲକଡାଉନ ?

ଭୁବନେଶ୍ୱର:   ରାଜ୍ୟରେ ବଢ଼ିବ କି ଲକଡାଉନ? ସମସ୍ତଙ୍କ ମୁହଁରେ ଏହି ଗୋଟିଏ ପ୍ରଶ୍ନ । ଏହାକୁ ନେଇ ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିବୃତିରେ ରାଜ୍ୟରେ ଲକଡାଉନ୍ ବଢ଼ାଇବା ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ଶାସନ ସଚିବ ।

କ’ଣ ଘୋଷଣା କରିବେ ମୁଖ୍ୟ  ଶାସନ ସଚିବ, ଏହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ରାଜ୍ୟରେ ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟେଷ୍ଟିଂ ମାମଲା ବଢିଛି କିନ୍ତୁ ସକ୍ରିୟ ମାମଲାରେ  ହ୍ରାସ ହୋଇଛି । ଦୈନିକ ଏହି ମାମଲାରେ ପରିବର୍ତ୍ତନ ଆସୁଛି ।  ଯଦିଓ ଲକଡାଉନ ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ ଅନ୍ୟପଟେ ଏହା ଜୀବନ ଜୀବିକା ଉପରେ ଏକ ବିରାଟ ପ୍ରଭାବ ପକାଉଛି । ସ୍ଥିତିକୁ ନଜରରେ ରଖି ସରକାର କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ରହିଛି ।

କୁହାଯାଉଛି କଟକଣାରେ କିଛି କୋହଳ କରିପାରନ୍ତି ମୁଖ୍ୟ ଶାସନ ସଚିବ ।  ସୂଚନାଯୋଗ୍ୟ  ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଳକଡାଉନ୍ ।

ଅନ୍ୟପକ୍ଷରେ ଅପରାହ୍ଣ ସାଢ଼େ ୪ଟାରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର କୋଭିଡ ସ୍ଥିତି ଓ ପଦକ୍ଷେପ ନେଇ କିଛି କହିବେ ବୋଲି ସୂଚନା ଦିଆଯାଇଛି।