spot_img
Home Blog Page 5593

ସରକାରଙ୍କ ବଡ଼ ଘୋଷଣା ! ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଆୟ କରୁଥିବା ବ୍ୟକ୍ତିଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ପରିବାର ଅଛନ୍ତି ଯେଉଁମାନେ ରୋଜଗାର କରୁଥିବା ସଦସ୍ୟଙ୍କୁ ହରାଇଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ସେହି ପରିବାରମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି। କୋଭିଡ -19 କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରର ଭରଣ ପୋଷଣ ପାଇଁ ESIC ଅଧୀନରେ ପାରିବାରିକ ପେନ୍ସନ୍ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । EDLI ଯୋଜନା ଅନୁସାରେ ବୀମା ସୁବିଧାକୁ ମଧ୍ୟ ବୃଦ୍ଧି କରାଯାଇଛି ।

୨୧ହଜାର ଟଙ୍କା ମାସିକ ଆୟ କରୁଥିବା ଲୋକଙ୍କୁ ମିଳିବ ପେନ୍ସନ୍

ESICର ଲାଭ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ଯେଉଁମାନଙ୍କର ମାସିକ ଆୟ ୨୧,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ପାଉଥିବେ । ଯଦିଓ ଦିବ୍ୟଙ୍ଗତଙ୍କ ପାଇଁ ଆୟ ସୀମା ୨୫,୦୦୦ଟଙ୍କା ରହିଛି । ଏହି ପାରିବାର କିଭଳି ଏକ ସମ୍ମାନ ଜନକ ଜୀବନ ବଞ୍ଚିବେ ସେଥିପାଇଁ ସରକାର ଏଭଳି ଯୋଜନା କରିଥିବା କହିଛିନ୍ତି । ତେବେ ଏହି ଯୋଜନା ୨୪ ମାର୍ଚ୍ଚ ୨୦୨୦ ଠାରୁ ୨୪ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କଠାରେ ହିଁ ଲାଗୁ ହେବ । ଏହି ବ୍ୟକ୍ତିଙ୍କ ପରିବାର ସଦସ୍ୟମାନେ ମୃତ କର୍ମଚାରୀଙ୍କ ମାସିକ ଆୟର ୯୦ ପ୍ରତିଶତ ପେନ୍ସନର ସୁବିଧା ପାଇବେ ।

କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ

EDLI ଯୋଜନା ଅନ୍ତର୍ଗତ ବୀମା ସୁବିଧାକୁ ବୃଦ୍ଧି କରାଯାଇଛି । ଅନ୍ୟ ସମସ୍ତ ହିତାଧିକାରୀଙ୍କ ବ୍ୟତୀତ, ଏହି ଯୋଜନା ବିଶେଷ ଭାବରେ ସେହି କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ କରିବ ଯେଉଁମାନେ କୋଭିଡ କାରଣରୁ ଜୀବନ ହରାଇଛନ୍ତି। ସର୍ବାଧିକ ବୀମା ରାଶି ୬ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ସର୍ବନିମ୍ନ ବୀମା ରାଶି ୨.୫ ଲକ୍ଷ ଟଙ୍କା ରଖାଯାଇଛି । ଏବଂ ଏହି ଯୋଜନା ୧୫ ଫେବୃଆରୀ ୨୦୨୦ ଠାରୁ ଆସନ୍ତା ତିନି ବର୍ଷ ପାଇଁ କାର୍ଯ୍ୟକାରୀ ହେବ।

୬୦ ହଜାର ପ୍ରଭାବିତଙ୍କୁ ରିଲିଫ ଯୋଗାଇବ ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର:  ବାଲେଶ୍ୱରରେ ବାତ୍ୟା ପୀଡିତଙ୍କ ପାଇଁ ବିଜେଡି ତରଫରୁ ସ୍ୱତନ୍ତ୍ର  କାର୍ଯ୍ୟକ୍ରମ । ଦଳ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟ ଚାଲିଥିବା ବେଳେ, ଓଡ଼ିଶା ମୋ ପରିବାର ତରଫରୁ ପ୍ରଥମ ପର୍ଯାୟରେ 60 ହଜାର ପ୍ରଭାବିତଙ୍କୁ ରିଲିଫ ଯୋଗାଇ ଦିଆଯିବ ।

CM Announces 7 days relief for all families of 128 marooned villages

ପ୍ରତି ସପ୍ତାହରେ ଏଭଳି ରିଲିଫ ଗାଡି ବାହାରି ବାଲେଶ୍ୱର  ଜିଲ୍ଲାରେ ପ୍ରଭାବିତ ହୋଇଥିବା 19 ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବ ବିଜୁ ଜନତା ଦଳ । ଦଳର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ସମସ୍ତ ବିଧାୟକମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।

୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୬୫ହଜାର ୫୫୩ କରୋନା ପଜିଟିଭ୍‌ ଚିହ୍ନଟ

ଦେଶରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୬୫ହଜାର ୫୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ଲକ୍ଷ ୭୬ ହଜାର ୩୦୯ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୩ହଜାର ୪୬୦ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ତାମିଲନାଡୁ, ମିଜୋରାମ ଓ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିବାରେ ଲାଗୁଥିବା ବେଳେ ଦିଲ୍ଲୀ, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ଦେଶରେ ଏଯାଏ ମୋଟ୍‌ 2କୋଟି 78 ଲକ୍ଷ 94ହଜାର 800ଶହ ଜଣ କରୋନା ସଂକ୍ରମଣରେ ଆସିସାରିଲେଣି । ସେହିପରି ଦେଶରେ 2କୋଟି 54ଲକ୍ଷ 54ହଜାର 320 ଜଣ କରୋନାରୁ ମୁକ୍ତ ହୋଇଥିବା ବେଳେ ବର୍ତ୍ତମାନ ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ ରହିଛି 21ଲକ୍ଷ 14ହଜାର 508 । ଏଯାଏ ଦେଶରେ କରୋନା ଯୋଗୁ 3ଲକ୍ଷ 25ହଜାର 972ଜଣଙ୍କ ଜୀବନ ଗଲାଣି ।

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର:  ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଏଥିପାଇଁ ପାଗ ଅନୁକୂଳ ଥିବା ବେଳେ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଡିଶାରେ ସକ୍ରିୟ ହେବ ମୌସୁମୀ । ଗତ ୨୦ ତାରିଖରେ ଆଣ୍ଡାମନ ସାଗରରେ ସକ୍ରୀୟ ହୋଇଥିଲା ମୌସୁମୀ । ଏପଟେ ବାତ୍ୟା ପରେ ଘାରିଛି କାଳବୈଶାଖୀ ଭୟ ।

ଆସନ୍ତା ୪ଦିନ ରାଜ୍ୟରେ ବର୍ଷିବ କାଳବୈଶାଖୀ ବର୍ଷା । ଆସନ୍ତା ୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଜି ଅପରାହ୍‌ଣରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତାକାଲି ପାଇଁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ୧ ତାରିଖ ଦିନ ରାଜ୍ୟର ୧୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ବାତ୍ୟା ମୁକାବିଲା ପାଇଁ ନବୀନଙ୍କୁ ପ୍ରଶଂସା କଲା ଜାତିସଂଘ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା  ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍‌ ବା UNDRR ମୁଖ୍ୟ ମାମି ମିଜୁତୋରି ।

ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତିଯେ, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି ।

କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ମାମି ମିଜୁଟୋରି । ୧୯୯୯ରେ ଓଡ଼ିଶାରେ ୯ ହଜାର ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ସେହି ପରିସ୍ଥିତି ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ ।

ଏହା ପୂର୍ବରୁ UNDRR ୨୦୧୩ରେ ବାତ୍ୟା ଫାଇଲିନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ହେବ ଭିଡ଼ ମୁକ୍ତ

ଭୁବନେଶ୍ୱର:  ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ହେବ ଭିଡ଼ ମୁକ୍ତ । ସବୁ ସେବା ମିଳିବ ହାତ ପାଆନ୍ତାରେ । ପୂର୍ବରୁ ଅନେକ ସୁବିଧା ଅଫଲାଇନ ବଦଳରେ ଅନଲାଇନ ହୋଇସାରିଛି । ତେବେ ଭାରୀଯାନ ଗାଡିମାଲିକଙ୍କ ଅଫରୁଟ ପାଇଁ ଥିଲା ସମସ୍ୟା । ଏଣିକି ବସ୍ ମାଲିକଙ୍କୁ ନିଜ ଗାଡିର ଅଫରୁଟ୍ ଆବେଦନ ଓ ଅନୁମତି ସବୁକିଛି ପାଇଁ ଆଉ ଆରଟିଓକୁ ଦୌଡ଼ିବାକୁ ପଡିବନି ।

କେବଳ ଅଫରୁଟ୍ ନୁହଁ ବରଂ ପଞ୍ଜିକରଣ, ଫିଟନେସ ଓ ପରମିଟ ସବୁକିଛି ଅନଲାଇନ ହେବ । ଏହାଦ୍ୱାରା ଟିକସ ଫାଙ୍କିବାକୁ ଚେଷ୍ଟା କରୁଥିବା ଗାଡିମାଲିକ ଧରା ପଡିବେ ଏବଂ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ପଦକ୍ଷେପ ବୋଲି କହିଛନ୍ତି ସଡ଼କ ସୁରକ୍ଷା ପରାମର୍ଶଦାତା । ସେପଟେ ସରକାରଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତିରାଜଧାନୀ ବସ ମାଲିକ ସଙ୍ଘ

ବିବାହ ବନ୍ଧନରେ ବାନ୍ଧିହେଲେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ବିବାହ କଲେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ । ଗତକାଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲର ଏକ ଗୁପ୍ତ ସମାରୋହରେ ବିବାହ କରିଛନ୍ତି । କରୋନା କଟକଣା ଯୋଗୁଁ ବୋରିସ୍ ମାତ୍ର ୩୦ ଜଣ ଅତିଥିଙ୍କ ମଧ୍ୟରେ ବିବାହ କରିଥିବା ବେଳେ ହଠାତ୍‌ ବୋରିସ୍ ଜନସନ ବିବାହ କରିଥିବା ଜାଣିବାକୁ ମିଳିଛି ।

ପୂର୍ବରୁ ବ୍ରିଟିସ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କ୍ୟାରି ସିମଣ୍ଡସଙ୍କୁ ପ୍ରେମ କରିଆସୁଥିଲେ । ଗତକାଲି ବିଧିବଧ ଭାବେ କ୍ୟାରିଙ୍କ ହାତ ଧରିଛନ୍ତି ଜନସନ । ତେବେ ଜନସନଙ୍କ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟର ମୁଖପାତ୍ର ଏହି ବିବାହ ଉପରେ କିଛି ସୂଚନା ଦେବାକୁ ମନାକରି ଦେଇଥିବା ସୂଚନା ମିଳିଛି ।

ରାଜ୍ୟରେ କମୁଛି ସଂକ୍ରମଣ: ଆଉ 9 ହଜାର ୫ ଶହ ୪୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ କମୁଛି କରୋନା ସଂକ୍ରମଣ ।  ଦିନକରେ ଆଉ 9 ହଜାର ୫ ଶହ ୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ୧୧ହଜାର ୫୧୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୫ ହଜାର ୩୪୩, ଲୋକାଲ କେସ୍ ୪ହଜାର ୧୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬, ଅନୁଗୁଳ ୫୬୨, ପୁରୀରୁ ୫୨୮, ଯାଜପୁରରୁ ୪୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୩୦୨, ବରଗଡ଼ ୨୮୪, ଭଦ୍ରକ ୨୮୯, ବଲାଙ୍ଗୀର ୧୦୧, କଟକ  ୭୧୬, ଦେବଗଡ଼ ୬୧,ବୌଦ୍ଧ ୧୭୭, ଢେଙ୍କାନାଳ ୧୧୭, ଗଜପତି ୬୯, ଗଞ୍ଜାମ ୧୫୦, ଜଗତସିଂହପୁର ୨୯୯, ଯାଜପୁର ୪୮୯, ଝାରସୁଗୁଡ଼ା ୧୪୦, କଳାହାଣ୍ଡି ୩୧୫, କେନ୍ଦ୍ରାପଡ଼ା ୧୧୪, କେନ୍ଦୁଝର ୧୭୭, ଖୋର୍ଦ୍ଧା ୧୩୪୨, କୋରାପୁଟ ୨୧୫, ମୟୂରଭଞ୍ଜ ୬୯୫, ନବରଙ୍ଗପୁର ୨୫୪, ନୟାଗଡ଼ା ୨୩୦, ମାଲକାନଗିରି ୧୨୩, ନୂଆପଡ଼ା ୫୦, ପୁରୀ ୫୨୮, ରାୟଗଡ଼ା ୧୬୪, ସମ୍ୱଲପୁର ୨୨୯, ସୋନପୁର ୨୪୫, ସୁନ୍ଦରଗଡ଼ ୫୯୫ ଓ ଷ୍ଟେଟ୍ ପୁଲ୍‌ରୁ ୨୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ

ସ୍ୱର୍ଗତ   ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ । ଭୁବନେଶ୍ୱରର  ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ପ୍ରଣୟ ମହାରଥୀ   କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ  ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପ୍ରଣୟଙ୍କ ପୁଅ ଶାକ୍ୟ ପ୍ରତାପ ମହାରଥୀ । ତେବେ ମୃତ୍ୟୁ ବେଳକୁ    ପ୍ରଣୟ ମହାରଥୀଙ୍କୁ  64 ବର୍ଷ ହୋଇଥିଲା ।

ଗତବର୍ଷ କରୋନାରେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁର ଦୁଃଖକୁ ପରିବାର ଲୋକ ଭୁଲିପାରିନଥଇବା ବେଳେ ଚଳିତ ବର୍ଷ ତାଙ୍କ ଭାଇଙ୍କ କରୋନାରେ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି ।

ଜେଲରେ ମେହୁଲ ଚୋକସିଙ୍କୁ ମାଡ ଅଭିଯୋଗ

ନୂଆଦିଲ୍ଲୀ:  ଜେଲରେ ମେହୁଲ ଚୋକସିଙ୍କୁ ମାଡ ଅଭିଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକସିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ମେହୁଲଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋବର ଲାଗିଛି । ଯେଉଁଥିରେ କି ମେହୁଲ ଚୋକସି ଏକ ଲୁହା ଫାଟକ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଲୁହା ଫାଟକଟି ହାଜତ ପରି ଦେଖାଯାଉଥିବା ବେଳେ ତାଙ୍କ ଦେହରା ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମେହୁଲଙ୍କ ଗୋଟିଏ ଆଖି ଲାଲ ମଧ୍ୟ ଦେଖା ଯାଉଥିବା ଦେଖିବାକୁ ମିଳିଛି । ତେବେ ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଅଧୀନରେ ଅଛନ୍ତି । ଚାରି ଦିନ ପୂର୍ବରୁ ମେହୁଲଙ୍କୁ ଗିରଫ କରିଥିଲା ସିଆଇଡି ।