spot_img
Home Blog Page 571

କୌଣସି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ଲଗାଇଲେ କ’ଣ ଫାଇଦା ମିଳିଥାଏ?

କୌଣସି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ଲଗାଇବା ଏକ ଗମ୍ଭୀର ଓ ରଣନୀତିକ ନିଷ୍ପତ୍ତି  ହୋଇଥାଏ । ଏହା ଦେଶର ସୁରକ୍ଷା ଓ ଜନତାଙ୍କ ହିତ ପାଇଁ ନିଆଯାଇଥାଏ । ରାଷ୍ଟ୍ରୀୟ ଓ ବିଶ୍ବ ସୁରକ୍ଷାକୁ ସୁନିଶ୍ଚିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ସରକାର ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇ ସେମାନଙ୍କର ଗତିବିଧିକୁ ସୀମିତ କରିଥାନ୍ତି । ନିକଟରେ ଆମେରିକା ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା TRFକୁ ବିଦେଶୀ ଆତଙ୍କୀ ସଂଗଠନ ଘୋଷିତ କରିଛି । ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି । ଟିଆରଏଫ ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ତେବେ କୌଣସି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ଲଗାଇବା ଫଳରେ କ’ଣ ଫାଇଦା ମିଳିଥାଏ, ତାହା ଏକ ବଡ଼ ପ୍ରଶ୍ନ ।

କୌଣସି ଆତଙ୍କବାଦୀ ସଂଗଠନକୁ ଚଳାଇବା ପାଇଁ ଧନର ଆବଶ୍ୟକତା ପଡ଼ିଥାଏ । ବ୍ୟାନ ଲଗାଯିବା ପରେ ଏପରି ସଂଗଠନଗୁଡ଼ିକର ବ୍ୟାଙ୍କ ଖାତା ଓ ସମ୍ପତ୍ତି ଜବତ କରାଯାଇପାରେ । ସେହି କାରଣରୁ ହତିଆର କିଣିବା ଓ ଆତଙ୍କୀ କାର୍ଯ୍ୟକଳାପ କରିବାର କ୍ଷମତା ହ୍ରାସ ପାଇଥାଏ । ଏପରି କି ପ୍ରତିବନ୍ଧିତ ସଂଗଠନର ସଦସ୍ୟଙ୍କୁ ଗିରଫ କରାଯିବା, ସେମାନଙ୍କ ଉପରେ ମକଦ୍ଦମା ଚାଲିବା ସହଜ ହୋଇଯାଇଥାଏ । ଆତଙ୍କୀ ସଂଗଠନ ସହ ଜଡ଼ିତ ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ବା ଆଜୀବନ କାରାବାସର ନିୟମ ରହିଛି । ପ୍ରତିବନ୍ଧିତ ସଂଗଠନର ସଦସ୍ୟଙ୍କୁ ଅପରାଧୀ ବୋଲି ଗ୍ରହଣ କରାଯାଇଥାଏ । ସେମାନଙ୍କୁ ଗିରଫ କରିବା, ଯାଞ୍ଚ କରିବା କ୍ଷେତ୍ରରେ ପୋଲିସକୁ ସହାୟତା ମିଳିଥାଏ । ଆତଙ୍କୀ କାର୍ଯ୍ୟକଳାପ ଉପରେ ଲଗାମ ଲାଗିବାରେ ସହାୟକ ହୋଇଥାଏ ।

କୌଣସି ଆତଙ୍କବାଦୀ ସଂଗଠନକୁ ବ୍ୟାନ କରିବା ପରେ ସୁରକ୍ଷା ଏଜେନ୍ସି ସଂଗଠନର ଗତିବିଧି ଉପରେ କଡ଼ା ନଜର ରଖିଥାଏ । ଫଳରେ ଆତଙ୍କବାଦୀ ଆକ୍ରମଣରର ସମ୍ଭାବନା କମ୍ ହୋଇଯାଇଥାଏ । ଆତଙ୍କୀ ସଂଗଠନର ଫଣ୍ଡିଂ ରୋକିବା ଫଳରେ ଅବୈଧ ଧନର ପ୍ରବାହ କମ୍ ହୋଇଥାଏ, ଯାହାକି ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିଥାଏ । ଆତଙ୍କବାଦ ବିପକ୍ଷରେ କଠୋର ପଦକ୍ଷେପ ସମାଜରେ ବିଶ୍ବାସ ବଢ଼ିଥାଏ ଓ ଲୋକମାନେ ସୁରକ୍ଷିତ ଅନୁଭବ କରିଥାନ୍ତି । ଆତଙ୍କବାଦ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶର ବିଶ୍ବ ଛବି ମଜବୁତ ହୋଇଥାଏ । ଅନ୍ୟ ଦେଶ ସହ ସହଯୋଗ ବଢ଼ିଥାଏ । ଭାରତ ନିକଟରେ ୬୭ ଆତଙ୍କୀ ସଂଗଠନକୁ ପ୍ରତିବନ୍ଧିତ କରିଥିବା ନେଇ ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ସୂଚୀରେ ଉଲ୍ଲେଖ କରାଯାଇଛି ।

ଶୋଚନୀୟ ହୋଇପଡିଛି ଆଗଲପୁର ବ୍ଲକ ପଟୁଆପାଳିରୁ ବଙ୍ଗାବାହାଲ ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ରାସ୍ତା ସାରା ମୃତ୍ଯୁର ସିଡି । ଶୋଚନୀୟ ହୋଇପଡିଛି ଆଗଲପୁର ବ୍ଲକ ପଟୁଆପାଳିରୁ ବଙ୍ଗବାହାଲ ରାସ୍ତା । କାଦୁଅ ପଚପଚ ଖାଲଢିପ ରାସ୍ତାରେ ଯିବା ଆସିବା କରୁଛନ୍ତି ପାଞ୍ଚଖଣ୍ଡ ପଞ୍ଚାୟତ ବାସୀ । ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ରାସ୍ତା ସାରା ଖାଲ ଖମା। ଆଉ ତା ଭିତରେ ପାଣି ପଚପଚ । କାଦୁଅ ରାସ୍ତାରେ ଯାଆସ କରୁଛନ୍ତି ଲୋକେ । ଏ ହେଉଛି ଆଗଲପୁର ବ୍ଲକ ପଟୁଆପାଳିରୁ ବଙ୍ଗାବାହାଲ ରାସ୍ତାର ଅବସ୍ଥା । ଏହି ରାସ୍ତା ଦେଇ ପ୍ରତ୍ଯେକ ଦିନ ବ୍ଲକ, ହସ୍ପିଟାଲ, ସ୍କୁଲ କଲେଜକୁ ପାଞ୍ଚ ଖଣ୍ଡ ପଞ୍ଚାୟତର ଲୋକେ ଯିବା ଆସିବା କରନ୍ତି l ହେଲେ ମାଟି ରାସ୍ତା କାରଣରୁ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସେତିକି ନୁହେଁ ଗାଁକୁ ଆମ୍ବୁଲାନ୍ସ ବି ଆସିପାରୁନାହିଁ ।

ପଟୁଆପାଳିରୁ ବଙ୍ଗାବାହାଲ ରାସ୍ତାର ଉନ୍ନତି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୯ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା । ହେଲେ ମାଟି କାମ ହେବାର ଦୁଇ ମାସ  ନପୂରୁଣୁ ରାସ୍ତା ଅତି କଦର୍ଯ୍ୟ ହୋଇପଡ଼ିଛି  l ନିମ୍ନ ମାନର କାମ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତାଷ ପ୍ରକାଶ ପାଇଛି l ଅନ୍ଯପଟେ ଘଟଣା ସଂପର୍କରେ ସ୍ଥାନୀୟ ବିଡିଓ ଅବଗତ ଥିବା କହିବା ସହ ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ପାକିସ୍ତାନ ସହ ଖେଳିବାକୁ ବିସିସିଆଇ କାହିଁକି ପ୍ରସ୍ତୁତ ହେଲା? ଭାରତ ସରକାର କାହିଁକି ସହମତି ପ୍ରକାଶ କଲେ?

ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ଏସିଆ କପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କାହିଁକି ରାଜି ହେଲା, ତାହା ଜାଣିବାକୁ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆହୁରି ଦେଢ଼ ମାସ ସମୟ ବାକି ରହିଛି । ସେପ୍ଟେମ୍ବର ୧୪ରେ ଭାରତ-ପାକ୍ ମ୍ୟାଚ ଖେଳାଯିବ । ନିକଟରେ WCL ୦୨୫ରେ ଭାରତ-ପାକ୍ ମ୍ୟାଚ ରଦ୍ଦ କରାଯାଇଥିଲା । ମାତ୍ର ଏବେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବା ନେଇ ବିସିସିଆଇ ସମ୍ମତି ପ୍ରକାଶ କରିଛି । ତେଣୁ ଏହା କେଉଁ ପ୍ରକାରର ନିଷ୍ପତ୍ତି ବୋଲି ସାରା ଭାରତବର୍ଷରେ ଏବେ ଗୁଞ୍ଜରଣ ସୃଷ୍ଟି ହୋଇଛି । କ’ଣ ପାଇଁ ବିସିସିଆଇ ପାକିସ୍ତାନ ସହ ଖେଳିବାକୁ ପ୍ରସ୍ତୁତ ହେଲା, କ’ଣ ପାଇଁ ଭାରତ ସରକାର ଏହାକୁ ଅଗ୍ରାହ୍ୟ କଲେ ନାହିଁ, ଏଭଳି ପ୍ରଶ୍ନ ସବୁ ଏବେ ସାମ୍ନାକୁ ଆସୁଛି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୁର ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଇତିହାସର ସବୁଠାରୁ ତଳସ୍ତରକୁ ଚାଲିଯାଇଛି । ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ପରେ ବି ବିସିସିଆଇ କ’ଣ ପାଇଁ ଏସିଆ କପରେ ପାକିସ୍ତାନ ସହ ଖେଳିବାକୁ ରାଜି ହେଲା? ଏହା ପଛର କ’ଣ ରହିଛି କାରଣ? ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍ ଆହ୍ବାନ କରିବ । ଗତ ଦୁଇ ଦଶନ୍ଧି ଭାରତ ପାକିସ୍ତାନ ସହ ଭାରତ କୌଣସି ଦ୍ବିପାକ୍ଷିକ ସିରିଜ ଖେଳିନାହିଁ । କୌଣସି ମଲ୍ଟି ନ୍ୟାସନାଲ କମ୍ପିଟିସନରେ ଆୟୋଜନ କରିବା ପାଇଁ ନିଜର କୌଣସି କଟ୍ଟର ପ୍ରତିଦ୍ବନ୍ଦ୍ବୀର ଆପତ୍ତି ନହେବା ଜରୁରୀ । ଚଳିତ ବର୍ଷ ଭାରତ ଜୁନିୟର ହକି ବିଶ୍ବକପ ଓ ଏସିଆ କପର ଆୟୋଜନ କରିବ । ଏହି ଦୁଇ ଟୁର୍ଣ୍ଣମେଣ୍ଟ ପାଇଁ ଭାରତ ଆସିବାକୁ ପାକିସ୍ତାନକୁ ଅନୁମତି ଦେଇସାରିଛି । ବିସିସିଆଇ ସିଧାସଳଖ ଭାବେ ଭାରତ ସରକାରଙ୍କ ଅଧିନରେ ନାହିଁ । ଏସିଆ କପରେ ପାକିସ୍ତାନ ସହ ଖେଳିବା ପାଇଁ ଭାରତ ସରକାର ହକି ଟିମକୁ ଅନୁମତି ଦେବା ପରେ ବିସିସିଆଇର ପଥ ସହଜ ହୋଇଯାଇଥିଲା ।

ଏସିଆ କପ ୨୦୨୫ରେ ମୋଟ ୮ଟି ଟିମ୍ ଭାଗ ନେବେ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାର ଥିଲ, ମାତ୍ର ବିସିସିଆଇ ଏସିଆ କପର ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜନ କରିବା ନେଇ ସହମତି ପ୍ରକାଶ କରିଥିଲା । ଏବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ୟୁଏଇରେ ହେବ । ସେପ୍ଟେମ୍ବର ୧୪ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ ।

ଧରା ପଡ଼ିଲା ସ୍ତ୍ରୀକୁ ହତ୍ୟା ପରେ ଖଟ ତଳେ ଲୁଚାଇ ରଖି ଫେରାର ହୋଇଥିବା ଅଭିଯୁକ୍ତ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପରେ ଖଟ ତଳେ ଲୁଚାଇ ରଖି ଫେରାର ମାରିଥିଲା ସ୍ୱାମୀ । ଶେଷରେ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ ସ୍ୱାମୀ ।  ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି କେନାଲପଡାରେ ଘଟିଛି ଘଟଣା । ମୃତ ମହିଳା ଫୁଲମଣୀ ମୁଣ୍ଡା। ଅଭିଯୁକ୍ତ ସ୍ଵାମୀ ଲରେନସ ମୁଣ୍ଡା । ଉଭୟଙ୍କ ଘର ଝାରଖଣ୍ଡ ରାଜ୍ୟରେ । ସେମାନେ ସମ୍ବଲପୁରରେ ଦୀର୍ଘ ବର୍ଷ ଧରି ଭଡାରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଉଭୟଙ୍କର ଦ୍ୱିତୀୟ  ବିବାହ ହୋଇଥିଲା । ଫୁଲମଣୀ ମୁଣ୍ଡାଙ୍କ ଵିବାହିତ ଝିଅ ଘରକୁ ଆସିଥିଲେ କିନ୍ତୁ ଘର ତାଲା ପଡିଥିବା ଦେଖି ଅଇଁଠାପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ଅଧିକ ତଦନ୍ତ ଜାରି ରଖିଛି । ଫେରାର ସ୍ୱାମୀକୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି ।

ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଅପହରଣ ପରେ କାରରେ ନାବାଳିକାକୁ ସାରାରାତି ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ  । କୋରାପୁଟ ସହରରେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । କାର ମଧ୍ୟରେ ସାରାରାତି  ଦୁଷ୍କର୍ମ ଅଭିଯୋଗରେ ସୁଶୀଲ ହରିଜନ ନାମକ ଯୁବକକୁ ଗିରଫ କରିଛି ପୋଲିସ ।  କୋରାପୁଟ ଟାଉନ ଥାନା ପୁଲିସ ସୁଶୀଲକୁ ଗିରଫ କରି କୋର୍ଟ ଚଲାଣ କରିଛି  ।  ସୁଶୀଲ ହରିଜନ ଗତ ୨୬ ତାରିଖ ରାତିରେ ନାବଳିକାଙ୍କୁ କାରରେ ଅପହରଣ କରି  ଦୁଷ୍କର୍ମ କରିଥିଲା । ପରେ ସକାଳୁ ଛାଡି ଦେଇଥିଲା  । ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ  ଜଣାଇବା ପରେ ୨୭ ତାରିଖରେ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗକରି ହୋଇଥିଲା ।  ଅଭିଯୋଗ ପାଇବା ପରେ  ଥାନା ଅଧିକାରୀ ମାମଲା ରଜୁକରି ଅଭିଯୁକ୍ତ ସୁଶୀଲକୁ ଗିରଫ କରିବା ସହ କାରକୁ ଜବତ କରିଛନ୍ତି ।

ଏଣିକି ସପ୍ତାହରେ ୫ ଦିନ ପାଇଁ ଖୋଲିବ ବ୍ୟାଙ୍କ ? ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ସରକାର

ସପ୍ତାହକୁ ବ୍ୟାଙ୍କ ୫ ଦିନ ପାଇଁ ବ୍ୟାଙ୍କ ଖୋଲିବା ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ବ୍ୟାଙ୍କ ସଂଘ (ଆଇବି) ତରଫରୁ ଉକ୍ତ ପ୍ରସ୍ତାବ ଉପରେ ନିଜର ସ୍ଥିତି ସ୍ପଷ୍ଟ କରାଯାଇଛି । । ଜୁଲାଇ ୨୮ରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ଲିଖିତ ଉତ୍ତରରେ କୁହାଯାଇଥିଲା ଯେ, ପ୍ରତ୍ୟେକ ଶନିବାର ବ୍ୟାଙ୍କ ଛୁଟିଦିନ ଘୋଷିତ କରିବା ନେଇ ଆଇବିଏ ତରଫରୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଏହି ପ୍ରସ୍ତାବ ବିଚାରାଧୀନ ରହିଛି । ଏବେ ସରକାରୀ ବ୍ୟାଙ୍କ (ପିଏସବି)ରେ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଛୁଟି ରହିଛି । ଏଥିସହିତ ସରକାରୀ ବ୍ୟାଙ୍କରେ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ସରକାର କହିଥିଲେ ।

ଅଲଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (AIBOC) ମଧ୍ୟ ପ୍ରତ୍ୟେକ ଶନିବାରକୁ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ରଖିଛି । ଏହାଦ୍ବାରା କର୍ମଚାରୀଙ୍କ ଉତ୍ପାଦକତା, ବିକାଶ କାର୍ଯ୍ୟ କ୍ଷମତା ବଢ଼ିବ ଓ କାର୍ଯ୍ୟାଳୟରେ କାର୍ଯ୍ୟସଂସ୍କୃତି ବଢ଼ିବ ବୋଲି କୁହାଯାଇଛି । ଏହାପୂର୍ବରୁ ୧୦ମ ଦ୍ବିପାକ୍ଷିକ ବୁଝାମଣା ଓ ସପ୍ତମ ଯୁଗ୍ମ ନୋଟ ପରେ ଆଇବିଏ ଓ କର୍ମଚାରୀ ୟୁନିୟନ / ଅଧିକାରୀ ସଂଘ ମଧ୍ୟରେ ବୁଝାମଣା ହୋଇଥିଲା । ୨୦୧୫ରେ ନୋଟିଫିକେସନ ଜାରି କରାଯାଇ ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ସାର୍ବଜନିକ ଛୁଟି ଘୋଷଣା କରାଯାଇଥିଲା ।

ଇଏ କେମିତିକା ପିଶାଚ, ସ୍ତ୍ରୀ ଓ ଶାଶୂକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା..

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ଓ ଶାଶୂକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ । ମୃତକ ହେଲେ ସୋନାଲି ଦଳାଇ ଓ ଶାଶୂ ସୁମତା ଦଳାଇ । ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ର ଗିରଫ । କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ଡବଲ ମର୍ଡର। କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହ ପାଇଁ ବାପଘରେ ରହୁଥିଲେ ସୋନାଲି । ଗତ ୧୨ ତାରିଖରେ  ସ୍ବାମୀ ଘରକୁ ଆସିଥିଲେ ମୃତକ ସୋନାଲି ଓ ତାଙ୍କ ମାଆ । ହେଲେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ ହୋଇଥିଲା ।  କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଖୋଲିଛି ଗୁମର । ଉଭୟ ଝିଅ ଓ ଶାଶୂଙ୍କୁ ଗତ ୧୫ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସ୍ପିକାର କରିଛି ଅଭିଯୁକ୍ତ ଦେବାଶିଷ ।

 

ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ: ପହଲଗାଁଓ ବୈସାରନ ଭ୍ୟାଲିରେ କାହିଁକି ଜଣେ ବି ସୁରକ୍ଷାକର୍ମୀ ନ ଥିଲେ। ଏତେ ବଡ଼ ତ୍ରୁଟି ହେଲା କେମିତି । ହଜାର ହଜାର ପର୍ଯ୍ୟଟକ ସରକାରଙ୍କ ସୁରକ୍ଷା ଉପରେ ଭରସା କରି ଜାମ୍ମୁ କାଶ୍ମୀର ଆସିଥିଲେ। କିନ୍ତୁ କାହିଁକି ସେମାନଙ୍କୁ ସୁରକ୍ଷା ଦିଆଗଲାନି। ଏଥିପାଇଁ ଦାୟୀ କିଏ। ଦେଶର ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି, ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି । ଏମିତି ପ୍ରଶ୍ନବାଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ଅପରେସନ ସିନ୍ଦୂର ବିତର୍କରେ ଭାଗ ନେଇ ଲୋକସଭାରେ ସେ କହିଛନ୍ତି, ସରକାର କେବଳ ଖସିବାକୁ ଚେଷ୍ଟା କରୁଛନ୍ତି। ନିଜ ଦାୟିତ୍ଵ ଖସାଇବାକୁ ଚାହୁଁଛନ୍ତି। ଦାୟିତ୍ଵ ନେବାକୁ ଚାହୁଁ ନାହାନ୍ତି। କାରଣ ଏହି ସରକାରର ମନରେ ଲୋକ ନାହାନ୍ତି। କେବଳ ପଲିଟିକ୍ସ କରୁଛନ୍ତି, ପବ୍ଲିସିଟି କରୁଛନ୍ତି। କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିବାରୁ ଏହାର କଡ଼ା ଜବାବ ଦେଇ ପ୍ରିୟଙ୍କା କହିଛନ୍ତି, ଯେତେବେଳେ ଆତଙ୍କବାଦୀମାନେ ମୋ ବାପାଙ୍କୁ ମାରିଥିଲେ, ସେତେବେଳେ କାନ୍ଦିଥିଲେ ମୋ ମାଆ। ଯେତେବେଳେ ପହଲଗାଁଓରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ, ସେମାନଙ୍କର ଦୁଃଖ ଆମେ ଅନୁଭବ କରିପାରୁଛୁ। କାରଣ ଆମେ ବି ସେହି ଦୁଃଖ ଭୋଗିଛୁ। ଏ ସରକାରର  କେନ୍ଦ୍ରମନ୍ତ୍ରୀମାନେ ନେହରୁଙ୍କୁ, ଗାନ୍ଧିଜୀଙ୍କୁ ଟାର୍ଗେଟ କରୁଛନ୍ତି। କିନ୍ତୁ ପହଲଗାଁଓ ସୁରକ୍ଷାରେ କେମିତି ତ୍ରୁଟି ହେଲା, ଏଥିପାଇଁ କିଏ ଦାୟୀ, ସେକଥା କହୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧି।

 

ଟ୍ରେନରୁ କମ୍ବଳ, ତକିଆ, ଗାମୁଛା ଆଦି ଚୋରି କଲେ ୫ ବର୍ଷ ଜେଲ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ବିଶ୍ବର ଚତୁର୍ଥ ସର୍ବବୃହତ ରେଲ ନେଟଓ୍ବାର୍କ । ଦୈନିକ ଲକ୍ଷ ଲକ୍ଷ ରୋଗ ଟ୍ରେନରେ ଯାତ୍ରା କରିଥାନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ଭାଳିବା ପାଇଁ ୧୨ ଲକ୍ଷ କର୍ମଚାରୀ କାମ କରିଥାନ୍ତି । ରେଲେଓ୍ବ ଦେଶର କୋଣ ଅନୁକୋଣକୁ ଯୋଡ଼ିଥାଏ । ସେଥିପାଇଁ ରେଳବାଇକୁ ଦେଶର ଲାଇଫଲାଇନ୍ କୁହାଯାଇଥାଏ । ଟ୍ରେନ ଯାତ୍ରା ସମୟରେ ରେଲଓ୍ବେ ତରଫରୁ ଅନେକ ସୁବିଧା ମିଳିଥାଏ । ଏହି ସୁବିଧା ପାଇଁ କିଛି ପ୍ରତ୍ୟକ୍ଷ ଓ କିଛି ପରୋକ୍ଷ ଭାବେ ଚାର୍ଜ ଲାଗୁ କରାଯାଇଥାଏ ।

ଟ୍ରେନରେ ଏସି କ୍ଲାସେସ (ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ ଏସି)ର କୋଚେସରେ ଯାତ୍ରୀଙ୍କୁ କମ୍ବଳ, ଚାଦର, ତକିଆ, ଟାଓ୍ବେଲ ଆଦି ଦିଆଯାଇଥାଏ । IRCTC ତରଫରୁ ଯାତ୍ରୀଙ୍କ ସିଟରେ ଏହି ସବୁ ଜିନିଷ ଉପଲବ୍ଧ କରାଯାଇଥାଏ । ଏହାର ଚାର୍ଜ ଟିକେଟ ସହିତ ମିଶି କରି ରହିଥାଏ । ଯାତ୍ରା ସମାପ୍ତ ହେବା ପରେ ଏହିସବୁ ଜିନିଷକୁ ରେଲଓ୍ବେକୁ ଫେରାଇବାକୁ ପଡ଼ିଥାଏ । ଏହା ପ୍ରତ୍ୟେକ ଯାତ୍ରୀଙ୍କ ନୈତିକ ଦାୟିତ୍ବ । ଏହାକୁ ସାଙ୍ଗରେ ନେଇଯିବା ଏକ ଦଣ୍ଡନୀୟ ଅପରାଧ । କାରଣ ଏହା ହେଉଛି ରେଲଓ୍ବେର ସମ୍ପତ୍ତି । ଯଦି କୌଣସି ଯାତ୍ରୀ ଟ୍ରେନରୁ କମ୍ବଳ, ଚାଦର, ତକିଆ ଚୋରି କରୁଥିବା ସମୟରେ ଧରାପଡ଼ନ୍ତି, ତେବେ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଜରିମାନା ଦେବାକୁ ଅସମର୍ଥ ହେଲେ ୧ ବର୍ଷ ଜେଲଦଣ୍ଡର ନିୟମ ରହିଛି । ତେଣୁ ଟ୍ରେନରୁ ଏହିସବୁ ଜିନିଷ କଦାପି ଚୋରି କରନ୍ତୁ ନାହିଁ । ଏହି ଅପରାଧ ବାରମ୍ବାର କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜରିମାନା ଲାଗୁ ହୋଇପାରେ ।

କାହାର ବଢ଼ି ଯାଇଛି ଅହଂକାର ?, ଜାଣନ୍ତୁ ସଂସଦରେ କାହାକୁ ଏମିତି କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଏବେ ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ଭାରତୀୟ ସେନାର ବିରତ୍ବ ସମ୍ପର୍କରେ ବିବୃତ୍ତି ରଖିଛନ୍ତି । ଅପରେସନ ସିନ୍ଦୂରରେ କିଭଳି ଭାବେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ଉପରେ ଆଲୋକପାତ କରିଥିଲେ । ତେବେ ଏହାପରେ ଏକ ପ୍ରଶ୍ନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏକ ପ୍ରଶ୍ନ କରିଥିଲେ । ସେ ସରକାରଙ୍କୁ ଟାର୍ଗେଟ କରିବା ସହ କହିଥିଲେ କି, କେବଳ ନେହେରୁ ଗାଳି କରିବା ହେଉଛି ସରକାରଙ୍କ କାମ । ଏହାସହ ସେ ପ୍ରଶ୍ନ କରିଥିଲେ କି, ପହଲଗାମକୁ ଆତଙ୍କବାଦୀ ଆସିଲେ କେମିତି ? ଯେତେବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆମେ ଆତଙ୍କବାଦକୁ ଶେଷ କରି ଦେଇଛୁ ସେତେବେଳେ ଏଭଳି ଏକ ଘଟଣା ଘଟିଲା କାହିଁକି ? ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ସୁରକ୍ଷାରେ ତ୍ରୁଟି ରହିଛି ।

ଏହାସହ ଖଡ଼ଗେ କହିଛନ୍ତି କି, ଆକ୍ରମଣର ତିନିଦିନ ପୂର୍ବରୁ କାହିଁକି ଜମ୍ମୁ-କାଶ୍ମୀର ଗସ୍ତ ବାତିଲ କରିଥିଲେ ପ୍ରଧାନମନ୍ତ୍ରୀ ? ଏହାର ଲିଖିତ ଉତ୍ତର ରଖନ୍ତୁ । ଏବେ ସରକାର ଅହଂକାରରେ ବୁଡ଼ି ରହିଛନ୍ତି । ଗୋଟିଏ ଦିନ ଆସିବ ଏପରି ଜଣେ ଲୋକ ଆସିବ ଯିଏ ଏମାନଙ୍କ ଅହଂକାରକୁ ଭାଙ୍ଗିଦେବ । ସେପଟେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ଅନୁପସ୍ଥିତ ରହିଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି । ଏହାସହ ଅପରେସନ ସିନ୍ଦୂର ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ ।