spot_img
Home Blog Page 584

ବେଟିଂ ଆପ୍ ସ୍କାମ: ୨୯ ଜଣ ସେଲିବ୍ରିଟିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲା ରୁଜୁ

ହାଇଦ୍ରାବାଦ: ବେଟିଂ ଆପ୍ ସ୍କାମ। ୨୯ ଜଣ ସେଲିବ୍ରିଟିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲା ରୁଜୁ। ହାଇଦ୍ରାବାଦର ସାଇବରାବାଦ ପୋଲିସ ପକ୍ଷରୁ ଏଫଆଇଆର ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଯେଉଁମାନଙ୍କ ନାମରେ ଏଫଆଇଆର ରୁଜୁ ହୋଇଛି ସେମାନେ ହେଲେ ଅଭିନେତା ବିଜୟ ଦେବରକୋଣ୍ଡା, ରାଣା ଦାଗୁବାତି, ମଧୁ ଲକ୍ଷ୍ମୀ, ପ୍ରକାଶ ରାଜ୍ ନିଧି ଅଗ୍ରୱାଲ, ଅନନ୍ୟା ନଗଲ୍ଲା ଓ ଟେଲିଭିଜନ ତାରକା ଶ୍ରୀମୁଖୀ। ଏହି ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କିତ ଆର୍ଥିକ କାରବାର ଓ ଡିଜିଟାଲ ସମ୍ପର୍କିତ ତଥ୍ୟର ଖୋଳତାଡ଼ା କରାଯାଉଛି।

ଆସନ୍ତାକାଲି ଓଡିଶା ଆସିବେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ପ୍ରସ୍ତୁତି ଶେଷ ପର୍ଯାୟରେ ପହଂଚିଛି। ଭୁବନେଶ୍ୱର ବରମୁଣ୍ଡା ଠାରେ ଆୟୋଜିତ ହେବ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ। ବରମୁଣ୍ଡା ପଡିଆରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତା। ଆସନ୍ତାକାଲି ରାହୁଲ ଗାନ୍ଧୀ ବିମାନବନ୍ଦରରୁ ସିଧାସଳଖ ବରମୁଣ୍ଡା ପଡିଆ ପହଁଚିବେ। ସଭାସ୍ଥଳୀରେ କଂଗ୍ରେସ କର୍ମୀ ଏବଂ ନେତାଙ୍କୁ ଉଦବୋଧନ ଦେବେ ରାହୁଲ ଗାନ୍ଧି। ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ରାହୁଲ ଓଡିଶା କଂଗ୍ରେସକୁ ପ୍ରସ୍ତୁତ କରୁଛନ୍ତି।କଂଗ୍ରେସ ନେତା ଆଗାମୀ ଦିନରେ ରାହୁଲଙ୍କ ବାର୍ତ୍ତା ଗାଁ ମାନଙ୍କରେ ପହଂଚାଇବେ।

ହୀରାକୁଦ ବନ୍ୟାଜଳ ଛାଡିବା ପରେ ମହାନଦୀରେ ବୃଦ୍ଧି ପାଇଛି ଜଳସ୍ତର

ହୀରାକୁଦ ବନ୍ୟାଜଳ ଛାଡିବା ପରେ ମହାନଦୀରେ ବୃଦ୍ଧି ପାଇଛି ଜଳସ୍ତର । ଫଳରେ ପୁରୀ ଜିଲ୍ଲା କାକଟପୁର,ଅସ୍ତରଙ୍ଗ ଅଞ୍ଚଳଦେଇ ପ୍ରବାହିତ ଦେବୀ ନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବଢୁଛି। ଯାହାକୁ ନେଇ କାକଟପୁର ଅସ୍ତରଙ୍ଗ ବ୍ଲକ ତଳିଆ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଳସ୍ତର ବୃଦ୍ଧି ହେଲେ ଅସ୍ତରଙ୍ଗ ବ୍ଲକର ୩୦ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ ହେବ। ଏକର ଏକର ଚାଷ ଜମି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଚାଷକୁ ନିର୍ଭର କରି ଚଳୁଥିବା ଚାଷୀ ବହୁ କ୍ଷତି ସହିବ । ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସମସ୍ୟା ହେବ ବୋଲି ଆଶଙ୍କା କରାଯାଉଛି।

ଖୋର୍ଦ୍ଧା ବନଖଣ୍ଡ ଚାନ୍ଦପୁରରେ ଦନ୍ତା ଆତଙ୍କ । ଦୀର୍ଘ ୪ ଘଣ୍ଟା ଧରି ଖେଳାଇଲା ଆତଙ୍କ

ଖୋର୍ଦ୍ଧା ବନଖଣ୍ଡ ଚାନ୍ଦପୁରରେ ଦନ୍ତା ଆତଙ୍କ । ଦୀର୍ଘ ୪ ଘଣ୍ଟା ଧରି ଖେଳାଇଲା ଆତଙ୍କ। ଘଉଡାଇବା ପାଇଁ ନାକେଦମ ହେଲା ବନ ବିଭାଗ। ଖାଦ୍ୟ ଅନ୍ବେଷଣରେ ଚାନ୍ଦପୁର ମଧୁବନ ସାହି ଭିତରକୁ ପଶିଥିଲା ଦନ୍ତା। ଦନ୍ତାକୁ ଦେଖି ଲୋକେ ଭୟଭୀତ ହୋଇ ତାଟି କବାଟ ଦେଇଥିବା ବେଳେ ଖବର ପାଇ ଚାନ୍ଦପୁରରେ ବନ ବିଭାଗର ଟିମ ପହଞ୍ଚିଥିଲା। ହାତୀକୁ ଡ୍ରୋନ ସହାୟତାରେ ଠାବ କରିବା ପରେ ଘଉଡ଼ାଇବା ପାଇଁ ଆରମ୍ଭ ହୋଇଥିଲା ଅପରେସନ। ଏଥିପାଇଁ ବିଦ୍ୟୁତ କାଟ ବି ହୋଇଥିଲା। ଦୀର୍ଘ ଚାରି ଘଣ୍ଟାର ଅପରେସନ ପରେ ଦନ୍ତାକୁ ଚାନ୍ଦପୁର ରୁ ଘଉଡ଼ାଇ ବାରେ ସଫଳ ହୋଇଛି ବନ ବିଭାଗ। ଅନ୍ୟପଟେ ବନ ବିଭାଗ କର୍ମଚାରୀ ସଠିକ ପାଟ୍ରୋଲିଂ କରୁ ନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି

ବୈତରଣୀ ନଦୀର ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି ଜୁଆର

ଭଦ୍ରକ: ବୈତରଣୀ ନଦୀର ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି ଜୁଆର। ଫଳରେ ବୈତରଣୀ ଓ ତା’ର ଶାଖା ନଦୀ ସାଳନ୍ଦୀ ଉଛୁଳିବା ସହ ଶହଶହ ଏକର ଚାଷଜମିକୁ ମାଡି ଚାଲିଛି ବନ୍ୟାପାଣି। ଫଳରେ ପ୍ରଭାବିତ ହୋଇଛି ଭଦ୍ରକ ଆରଡି ସମେତ ଆଖପାଖ ଅଞ୍ଚଳ। ଗତ ୪ଦିନ ହେଲା ବୋଡକ, ସାଠିବାଙ୍କୁଡା, ଅମୃତମଣି, ମୁଆଁ, ସନ୍ତରା ଆଦି ତଳିଆ ଅଞ୍ଚଳର ଶହଶହ ଏକର ଧାନତଳି ବନ୍ୟାପାଣିରେ ବୁଡି ରହିଛି। ଫଳରେ ଧାନତଳି ସଢିଯିବାକୁ ବସିଛି। ଏପରି ଅବସ୍ଥା ଦେଖି ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ।

ବିପଦରେ ପ୍ରାଇଭେସୀ: ଗୁଗଲ AI ପଢ଼ିପାରିବ ଆପଣଙ୍କର ସବୁ ହ୍ବାଟସଆପ୍ ଚାଟସ୍!

ଏଆଇ ଫିଚର୍ସ ଆସିବା ପରେ ମୋବାଇଲ ଫୋନ ଅଧିକ ସ୍ମାର୍ଟ ହେବାରେ ଲାଗିଥିଲେ ହେଁ ଏହି କାରଣରୁ କୋଟି କୋଟି ୟୁଜର୍ସଙ୍କ ପ୍ରାଇଭେସୀ ଏବେ ବିପଦ ଆଡ଼କୁ ଗତି କରୁଛି । ଏହାକୁ ଅଣଦେଖା କରିହେବ ନାହିଁ । ନିକଟରେ ଗୁଗଲ ଜେମିନୀକୁ ଏକ ଅପଗ୍ରେଡ ମିଳିଛି । ଏହି ଏଆଇ ଟୁଲ ଆପଣଙ୍କ ମେସେଜ, ଫୋନ ଓ ହ୍ବାଟସଆପ ଚାଟସକୁ ମଧ୍ୟ ସହଜରେ ପଢ଼ିପାରେ । ଗତ ସପ୍ତାହରେ କିଛି ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଗୁଗଲ ପକ୍ଷରୁ ଏକ ଇ-ମେଲ ମିଳିଥିଲା । ସେଥିରେ କୁହାଯାଇଥିଲା, ଜୁଲାଇ ୭ ଠାରୁ ଗୁଗଲ ୟୁଜର୍ସଙ୍କ ଫୋନରେ କିଛି ଏପରି ଆପ୍ସ ସହ ଜେମିନୀର ଇଣ୍ଟରାକ୍ଟ କରିବାର ତରିକାରେ ପରିବର୍ତ୍ତନ କରାଯାଉଛି ।

ଏହି ଇ-ମେଲରେ ଗୁଗଲ ପକ୍ଷରୁ କୁହାଯାଇଥିଲା, ଖୁବଶୀଘ୍ର ଜେମିନୀ ୟୁଜର୍ସଙ୍କ ମେସେଜ, ହ୍ବାଟସଆପର ବ୍ୟବହାର କରିବାରେ ସହଯୋଗ କରିବ । ନିଜ ଡିଭାଇରେ ଜେମିନୀ ଆପ୍ସର ଆକ୍ଟିଭିଟିକୁ ବନ୍ଦ କରିଥିଲେ ବି ଏହି ସହାୟତା ମିଳିବ । ଗୁଗଲ ମୁତାବକ, ଜେମିନୀ ଆପ୍ସକୁ ଗୁଗଲ ଏଆଇର ସିଧାସଳଖ ଆକ୍ସେସ ଦେଇଥାଏ ଓ ଆପଣଙ୍କ ଚାଟସକୁ ଆକାଉଣ୍ଟରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେଭ କରିପାରେ । ଏହାର ଅର୍ଥ ହେଉଛି, ଆପଣଙ୍କ ଇଛ୍ଛା ଥାଉ କି ନଥାଉ, ଆପଣଙ୍କ ପର୍ସନାଲ ଡାଟା ପରି ହ୍ବାଟସଆପ ଚାଟସ କମ୍ପାନୀ ପାଖରେ କିଛି ଘଣ୍ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଷ୍ଟୋର ରହିବ । ଆପଣ ଯଦି ସବୁ କନେକ୍ଟିଭିଟି ଆପ୍ସ ପାଇଁ ଜେମିନୀ ଆକ୍ଟଇଭିଟିକୁ ରୋକିବାକୁ ଚାହାନ୍ତି, ତେବେ ନିଜର ଆଣ୍ଡ୍ରଏଡ ଫୋନ ଜେମିନୀକୁ ଓପନ କରନ୍ତୁ । ଏହାପରେ ପ୍ରୋଫାଇଲ ଫଟୋ ଆଇକନ ଉପରେ ଟ୍ୟାପ କରନ୍ତୁ ଓ ଜେମିନୀ ଆପ୍ସ ଆକ୍ଟିଭିଟି ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହାପରେ ଏକ ନୂଆ ପେଜ ଖୋଲିବ, ଯେଉଁଠାରେ ଆପଣଙ୍କୁ ଏହି ଫିଚରକୁ ବନ୍ଦ କରିବାର ଅପ୍ସନ ମିଳିବ ।

ଦିଲ୍ଲୀ, ୟୁପି ଓ ହରିୟାଣାରେ ଭୂକମ୍ପ ଝଟକା

ଦିଲ୍ଲୀ, ୟୁପି ଓ ହରିୟାଣାରେ ଭୂକମ୍ପ ଝଟକା । ସକାଳ ୯ଟା ୪ ମିନିଟରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ । ଦିଲ୍ଲୀ, ନୋଏଡା, ଗୁରଗ୍ରାମ, ଗାଜିଆବାଦରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୪.୪ ରେକର୍ଡ । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣା ଝଜ୍ଜର ।

ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼: ପ୍ଲାଷ୍ଟିକ ଜାର, ବୋତଲ ଧରି ଟାଙ୍କି ପାଖରେ ପହଞ୍ଚୁଛନ୍ତି ଲୋକେ

ଜଗତସିଂହପୁର: ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟ୍ରୀୟରିଂ ଛାଡ଼ ଆନ୍ଦୋଳନ ଲାଗିରହିଥିବାରୁ ଜଗତସିଂହପୁର ଜିଲ୍ଲାରେ ପେଟ୍ରୋଲ ପମ୍ପ ଗୁଡିକୁ ପେଟ୍ରୋଲ ଆସିବାର ସମ୍ଭାବନା ବହୁତ କମ ଥିବାରୁ ଜଗତସିଂହପୁର ସହରରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ବର୍ତ୍ତମାନ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ମୁଖ୍ୟ ରାସ୍ତାରୁ ପୁରା ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ଏହାରି ଭିତରେ କିଏ କିଏ ପ୍ଲାଷ୍ଟିକ ଜାର ତ ଆଉ କିଏ ବୋତଲ ଧରି ଟାଙ୍କି ପାଖରେ ପହଞ୍ଚି ଗଲାଣି। ସରକାରଙ୍କ ସହିତ ଡ୍ରାଇଭର ସଙ୍ଘର ଆଲୋଚନା ଭିତରେ କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ। ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେବ ବଡ଼ ତେଲ ସଙ୍କଟ

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେବ ବଡ଼ ତେଲ ସଙ୍କଟ। ଦୁଇଦିନ ହେବ କୌଣସି ତେଲ ଟ୍ୟାଙ୍କର ମୁଭମେଣ୍ଟ ହୋଇ ନାହିଁ। ଗତକାଲି ବି ଟ୍ୟାଙ୍କର ମୁଭମେଣ୍ଟ ହୋଇନାହିଁ । ତେଣୁ ଆଜି ରାଜ୍ୟରେ ତେଲ ସରିଯିବ। କ୍ରାଇସିସ ହେବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ସଂଘର ସାଧାରଣ ସଂପାଦକ ସଂଜୟ ଲାଠ। ଧର୍ମଘଟ ଜାରି ରହିଲେ ବି ପେଟ୍ରୋଲିୟମ ସେକ୍ଟରକୁ ବାଦ ଦେବାକୁ ଦାବି ରଖିଛି ପେଟ୍ରୋଲିୟମ ଡିଲର ସଂଘ। ସାଧାରଣତଃ ପେଟ୍ରୋଲ ପମ୍ପ ଗୁଡିକରେ ତିନି ଦିନର ଷ୍ଟକ ଥାଏ। ଦୈନିକ ୩ ହଜାର ୬୦୭ କିଲୋଲିଟର ପେଟ୍ରୋଲ ଓ ୮ ହଜାର ୫୦୦ କିଲୋଲିଟର ଡିଜେଲ ଆବଶ୍ୟକ ହୁଏ । ଆଜି ତେଲ ବହୁ ଟାଙ୍କିରୁ ସରିଯିବ । ସନ୍ଧ୍ୟା ସୁଦ୍ଧା ସବୁଆଡେ ତେଲ ସରିଯିବ।

ତେଲ ହେଉଛି ଲାଇଫଲାଇନ ମୁଭମେଣ୍ଟର। ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ସବୁ ବାଧାପ୍ରାପ୍ତ ହେବ। ଦରଦାମ ବଢିବ । ଏହି ଅତି ଆବଶ୍ୟକ ସେବାକୁ କାହିଁକି ରୋକାଯାଇଛି ବୋଲି ପ୍ରଶ୍ନ ଉଠିଛି । ସରକାରଙ୍କ ପକ୍ଷରୁ କଡା ନିର୍ଦେଶ ଆସୁ। କିଏ ଅଟକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ପାରାଦ୍ବୀପ, ଜଟଣୀ, ଝାରସୁଗୁଡା, ବାଲେଶ୍ଵରରେ ତେଲ ଡିପୋ ଅଛି। ପାରାଦ୍ୱୀପରୁ କଳାହାଣ୍ଡି ତେଲ ଯାଉଛି । ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲା ପେଟ୍ରୋଲୀୟମ ଡିଲର ସଂଘ। ସରକାର ଆଲୋଚନା କରି ଏସେନ୍ସିଆଲ ସର୍ଭିସକୁ ରିଷ୍ଟୋର କରନ୍ତୁ। ଜିଲ୍ଲାପାଳ ଓ ଏସ୍ପିଙ୍କ ଜରିଆରେ ଡିପୋରୁ ଲୋଡ଼ କରି ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବା ଆବଶ୍ୟକ ବୋଲି କୁହାଯାଉଛି ।

ରାଜ୍ୟରେ ତୈଳ କ୍ରାଇସିସ ହେବ: ପେଟ୍ରୋଲ ପମ୍ପ ମାଲିକ ସଂଘର ସାଧାରଣ ସଂପାଦକ

ଭୁବନେଶ୍ବର: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେବ ବଡ଼ ତେଲ ସଙ୍କଟ। ଦୁଇଦିନ ହେବ କୌଣସି ତେଲ ଟ୍ୟାଙ୍କର ମୁଭମେଣ୍ଟ ହୋଇ ନାହିଁ। ଗତକାଲି ବି ଟ୍ୟାଙ୍କର ମୁଭମେଣ୍ଟ ହୋଇନାହିଁ । ତେଣୁ ଆଜି ରାଜ୍ୟରେ ତେଲ ସରିଯିବ। କ୍ରାଇସିସ ହେବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ସଂଘର ସାଧାରଣ ସଂପାଦକ ସଂଜୟ ଲାଠ। ଧର୍ମଘଟ ଜାରି ରହିଲେ ବି ପେଟ୍ରୋଲିୟମ ସେକ୍ଟରକୁ ବାଦ ଦେବାକୁ ଦାବି ରଖିଛି ପେଟ୍ରୋଲିୟମ ଡିଲର ସଂଘ। ସାଧାରଣତଃ ପେଟ୍ରୋଲ ପମ୍ପ ଗୁଡିକରେ ତିନି ଦିନର ଷ୍ଟକ ଥାଏ। ଦୈନିକ ୩ ହଜାର ୬୦୭ କିଲୋଲିଟର ପେଟ୍ରୋଲ ଓ ୮ ହଜାର ୫୦୦ କିଲୋଲିଟର ଡିଜେଲ ଆବଶ୍ୟକ ହୁଏ । ଆଜି ତେଲ ବହୁ ଟାଙ୍କିରୁ ସରିଯିବ । ସନ୍ଧ୍ୟା ସୁଦ୍ଧା ସବୁଆଡେ ତେଲ ସରିଯିବ। ତେଲ ହେଉଛି ଲାଇଫଲାଇନ ମୁଭମେଣ୍ଟର। ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ସବୁ ବାଧାପ୍ରାପ୍ତ ହେବ। ଦରଦାମ ବଢିବ । ଏହି ଅତି ଆବଶ୍ୟକ ସେବାକୁ କାହିଁକି ରୋକାଯାଇଛି ବୋଲି ପ୍ରଶ୍ନ ଉଠିଛି । ସରକାରଙ୍କ ପକ୍ଷରୁ କଡା ନିର୍ଦେଶ ଆସୁ। କିଏ ଅଟକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ପାରାଦ୍ବୀପ, ଜଟଣୀ, ଝାରସୁଗୁଡା, ବାଲେଶ୍ଵରରେ ତେଲ ଡିପୋ ଅଛି। ପାରାଦ୍ୱୀପରୁ କଳାହାଣ୍ଡି ତେଲ ଯାଉଛି । ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲା ପେଟ୍ରୋଲୀୟମ ଡିଲର ସଂଘ। ସରକାର ଆଲୋଚନା କରି ଏସେନ୍ସିଆଲ ସର୍ଭିସକୁ ରିଷ୍ଟୋର କରନ୍ତୁ। ଜିଲ୍ଲାପାଳ ଓ ଏସ୍ପିଙ୍କ ଜରିଆରେ ଡିପୋରୁ ଲୋଡ଼ କରି ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବା ଆବଶ୍ୟକ ବୋଲି କୁହାଯାଉଛି