spot_img
Home Blog Page 584

‘ଗ୍ଲୋରୀ ଅଫ୍ ଲର୍ଡ ଶ୍ରୀଜଗନ୍ନାଥ’ ଇଂରାଜୀ ଗ୍ରନ୍ଥ ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ଲିଖିତ ‘ଗ୍ଲୋରୀ ଅଫ୍ ଲର୍ଡ ଶ୍ରୀଜଗନ୍ନାଥ’ ଇଂରାଜୀ ଗ୍ରନ୍ଥ ଉନ୍ମୋଚିତ । ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା ଅବସରରେ ଖଣ୍ଡଗିରିସ୍ଥିତ ହିଲ ସାଇଡ ରନରେ ଗ୍ରନ୍ଥର ଉନ୍ମୋଚନ କରାଯାଇଛି । ଐତିହ୍ୟ ବିଶାରଦ ତଥା ବିଜୟନୀ ସ୍ମୃତି ଟ୍ରଷ୍ଟର ପ୍ରତିଷ୍ଠାତା ଡାକ୍ତର ଇନ୍ଦ୍ରମଣୀ ଜାନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଅଭିନବ ପବ୍ଲିକେସନ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି । ୩୩୨ ପୃଷ୍ଠା ବିଶିଷ୍ଟ ୧୦ଟି ପରିଚ୍ଛେଦରେ ଶ୍ରୀକ୍ଷେତ୍ର ଧାମ ସମ୍ପର୍କୀତ ଅନେକ ତଥ୍ୟ ଭିତ୍ତିକ ପ୍ରସଙ୍ଗ ସମେତ ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଏହାସହ ୨୦୦ଟି ଦୁର୍ଲଭ ଫଟୋ ଏଥିରେ ସ୍ଥାନୀତ ହୋଇଛି ।

ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଅତିଭ ମଲ୍ଲିକଙ୍କ ଅନୁରୋଧ କ୍ରମେ ସମଗ୍ର ୟୁରୋପରେ ବସବାସ କରୁଥିବା ଶ୍ରୀଜଗନ୍ନାଥ ପ୍ରେମୀ ପାଠକଙ୍କ ନିମନ୍ତେ ଏହି ଦିବ୍ୟ ପୁସ୍ତକ ରଚନା କରିଛନ୍ତି ଡକ୍ତର ମିଶ୍ର । ଏଥିରେ ଶ୍ରୀକ୍ଷେତର ପ୍ରାଚୀନତା, ଶ୍ରୀମନ୍ଦିର, ପରିଚାଳନା ଇତିହାସ, ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ଯାନି ଯାତ୍ରା, ବେଶ, ଗଜପତିଙ୍କ ସେବା ପରମ୍ପରା, ଅନ୍ୟାନ୍ୟ ସେବା ଓ ସେବକ ପରମ୍ପରା, ମହାପ୍ରଭୁଙ୍କ ଭୂସମ୍ପତ୍ତି, ରତ୍ନଭଣ୍ଡାର, ମାଦଳା ପାଞ୍ଜିରେ ଜଗନ୍ନାଥ ପ୍ରସଙ୍ଗ, ଶ୍ରୀମନ୍ଦିରର ସଂରକ୍ଷଣ ଇତିହାସ, ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଆଗମନ ଓ ଦର୍ଶନ, ପୁରୀ ମଠାନୁଷ୍ଠାନ, ଶ୍ରୀକ୍ଷେତ୍ର ବିଭିନ୍ନ ଦେବଦେବୀ ଓ ଅନ୍ୟ ପ୍ରସିଦ୍ଧ ସ୍ଥାନ ଏଥିରେ ସ୍ଥାନୀତ ହୋଇଛି । ଭାରତରେ ଏହା ୪୫୦୦ ଟଙ୍କାରେ ମିଳୁଥିବା ବେଳେ ବିଦୋରେ ଏହା ଅନଲାଇନରେ ୧୧୮ ଡଲାରରେ ଉପଲବ୍ଧ ହେଉଛି ।

ଏହି ଶିବମନ୍ଦିର ପାଇଁ ଭାରତର ଦୁଇ ପଡ଼ୋଷୀ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢ଼େଇ । ଥାଇଲାଣ୍ଡ କମ୍ବୋଡିଆ ଉପରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରି ଦେଇଛି । ଏହାପୂର୍ବରୁ ଦୁଇ ଦେଶର ସେନା ସୀମାରେ ପରସ୍ପର ଉପରକୁ ଫାୟରିଂ କରିଥିଲେ । ଥାଇଲାଣ୍ଡ ସେନା ପ୍ରଥମେ ଫୟରିଂ କରିଥିବା କମ୍ବୋଡିଆ ବିଦେଶ ମନ୍ତ୍ରାଳୟ ଅଭିଯୋଗ କରିଛି । ଅନ୍ୟପକ୍ଷେ ଥାଇଲାଣ୍ଡ ପକ୍ଷରୁ କୁହାଯାଇଛି, କମ୍ବୋଡିଆ ସେନା ପଠାଇବା ପୂର୍ବରୁ ଏକ ଡ୍ରୋନ ମୁତୟନ କରିଥିଲା । ଏହାପରେ ତୋପ ଓ ଳମ୍ବା ଦୂରତାକୁ ଲକ୍ଷ୍ୟ ଭେଦ କରିପାରୁଥିବା BM21 ରକେଟ ମାଡ଼ କରିଥିଲା । ତେବେ ଜାଣିଛନ୍ତି କି ଦୁଇ ଦେଶ ମଧ୍ୟରେ ସଂଘର୍ଷର କାରଣ କ’ଣ ? ଯଦି ଜାଣି ନାହାନ୍ତି, ତେବେ ଆପଣଙ୍କ ଅବଗତି ନିମନ୍ତେ କହିବାକୁ ଚାହୁଁଛୁ, ଏହି ସଂଘର୍ଷର କାରଣ ୧୧୦୦ ବର୍ଷ ପୁରଣା ଏକ ଶିବ ମନ୍ଦିରକୁ ନେଇ । ଯାହା ପ୍ରିହ ବିହେଅର ନାମରେ ପରିଚିତ । ୯ମ ଶତାବ୍ଦୀରେ ଖମେର ସମ୍ପ୍ରାଟ ସୂର୍ଯ୍ୟବର୍ମନ ଏହାକୁ ନିର୍ମାଣ କରିଥିଲେ । ହେଲେ ସମୟ ଆଗକୁ ପଢ଼ିବା ସହ ନା କେବଳ ଏହା ଆସ୍ଥାର କେନ୍ଦ୍ର ହୋଇ ରହିଲା ବରଂ ରାଷ୍ଟ୍ରବାଦ, ରାଜନୀତି ଓ ସାମରିକ ଶକ୍ତି ପ୍ରଦର୍ଶନର କେନ୍ଦ୍ର ପାଲଟି ଯାଇଛି ।

କମ୍ବୋଡିଆ ଦାବି କରୁଛି ଶିବ ମନ୍ଦିରଟି ତା’ ସୀମାରେ ରହିଛି । ହେଲେ ଥାଇଲାଣ୍ଡ କହୁଛି, ମନ୍ଦିରର କିଛି ଅଂଶ ତା’ ଦେଶର ସୁରିନ ପ୍ରାନ୍ତରେ ଆସୁଛୁ । ସୂଚନାଯୋଗ୍ୟ, ମନ୍ଦିରଟି ଡାଙ୍ଗରେକ ପାହାଡର ଏକ ରାଜନୈତିକ ସ୍ଥାନରେ ରହିଛି । ଯେଉଁଠୁ କେବେ ଖମେର ରାଜମାର୍ଗ ଯାଉଥିଲା । ଯାହା ଆଜିର ଆଙ୍ଗକୋର (କମ୍ବୋଡିଆ) ଏବଂ ଫିମାଇ (ଥାଇଲାଣ୍ଡ)କୁ ସଂଯୋଗ କରୁଥିଲା । ତେବେ ଏହି ବିବାଦ ସେବେଠାରୁ ରହି ଆସିଛି ଓ ଆଜିର ଦିନରେ ରାଜନୀତିରେ ପରିଣତ ହୋଇସାରିଛି ।

ବିବାଦର ଆରମ୍ଭ ବଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା କୁହାଯାଉଛି । ୧୯୦୪ରେ ନିଷ୍ପତ୍ତି ହୋଇଥିଲା ପ୍ରାକୃତିକ ଜଳ ବିଭାଜନ ଅନୁସାରେ ସୀମା ନିର୍ଦ୍ଧାରଣ ହେବ । ହେଲେ ୨୯୦୭ରେ ଫ୍ରାନ୍ସସ ଉପନିବେଶବାଦୀ ଯେଉଁ ନକ୍ସା ତିଆରି କଲେ ସେଥିରେ ମନ୍ଦିରକୁ କମ୍ବୋଡିଆରେ ଦେଖାଗଲା । ସେତେବେଳେ ଥାଇଲାଣ୍ଡ ଏହାକୁ ଗ୍ରହଣ କରିଥିଲା, ହେଲେ ୧୯୩୦ ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲା । ଏମିତି ସ୍ଥିତିରେ ICJ (ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ) ଥାଇଲାଣ୍ଡର ଦାବିକୁ ଖାରଜ କରି ଦେଇଥିଲେ ।

୧୯୬୨ରେ ଆଇସିଜେ ମନ୍ଦିର ଉପରେ ଅଧିକାର କମ୍ବୋଡିଆକୁ ଦେଇଥିଲେ । ହେଲେ ଥାଇଲାଣ୍ଡ, ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନି । ଏପରିକି ଥାଇଲାଣ୍ଡ ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି । ୨୦୦୮ରେ କମ୍ବୋଡିଆ ମନ୍ଦିରକୁ ଓ୍ବାର୍ଲ୍ଡ ହୋରିଟେଜ ସାଇଟରେ ସାମିଲ କରାଇଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହେବା ଆରମ୍ଭ କରିଥିଲା । ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ମନ୍ଦିରକୁ ନେଇ ଦୁଇ ଦେଶ ଏକାଧିକ ଥର ମୁହାଁମୁହିଁ ହୋଇଛନ୍ତି । ୨୦୧୧ରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆକ୍ରଣମ, ପ୍ରତି-ଆକ୍ରମଣ ହୋଇଥିଲା । ଯେଉଁଥିରେ ଦୁଇ ଦେଶର ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ସାଧାରଣ ଲୋକଙ୍କ ସହ ସୈନିକ ମଧ୍ୟ ସାମିଲ ଥିଲେ । ଏହି ଘଟଣାରେ କମ୍ବାଡିଆଣ ୧୯ ସୈନିକ ଓ ୩ ନାଗରିକ ଏବଂ ୍‌ାଇଲାଣ୍ଡର ୧୬ ସୈନିକ ଏବଂ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

୨୦୨୫ରେ ପୁଣି ଥରେ ଏହି ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଥାଇଲାଣ୍ଡ ଦାବି କରିଛି କମ୍ବୋଡିଆର ଏକ ଡ୍ରୋନ, ଗୁପ୍ତଚରୀ କରିବାକୁ ତା’ ସୀମା ଭିତରକୁ ପ୍ରବେଶ କରିଥିଲା, ଯାହା ଉସକାଇବା ସହ ସମାନ । ଏହାପରେ ଦୁଇ ଦେଶ ମଧ୍ୟରେ ରକେଟ ମାଡ଼ ଓ ଏୟାର ଷ୍ଟ୍ରାଇକ ହୋଇଥିବାର ସୂଚନା ଆସିଥିଲା । ଏପରିକି ଥାଇଲାଣ୍ଡ f-16 ଫାଇଟର ଜେଟର ମଧ୍ୟ ବ୍ୟବହାର କରିଛି । ସେପଟେ କମ୍ବୋଡିଆ କହିଛି, ଥାଇଲାଣ୍ଡ ବିନା କୌଣସି କାରଣରେ ଆକ୍ରମଣ କରିଛି । ଆମେ କେବଳ ଆତ୍ମରକ୍ଷା କରିଛୁ ।

ମନ୍ଦିର ପାଖରେ ଦୁଇ ଦେଶର ସେନା ମୁତୟନ ନୂଆ କଥା ନୁହେଁ । କିଛି ବର୍ଷ ପୂର୍ବେ ତୀର୍ଥଯାତ୍ରୀଙ୍କ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷର ହୋଇଛି । ହେଲେ ମନ୍ଦିର ପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ଶକ୍ତି ପ୍ରଦର୍ଶନ ରାଷ୍ଟ୍ରବାଦର ନିଆଁକୁ ଆଡୁରି ଅଧିକ ପ୍ରଜ୍ବଳିତ କରୁଛି । ଗତ ଫେବୃଆରୀରେ କମ୍ବୋଡିଆର ସୈନିକ ମନ୍ଦିର ପରିସରରେ ପଶି ଜାତୀୟ ସଙ୍ଗୀତ ଗାନ କରିବା ସହ ଥାଇ ସେନାକୁ ଖୋଲା ଚେତାବନୀ ଦେଇଥିଲେ । ହେଲେ ଏପ୍ରିଲରେ ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ସ୍ତରରେ ବୁଝାମଣା ହୋଇଛି ।

ରୁଷର ପୂର୍ବାଞ୍ଚଳ ଆମୁରରେ ବିମାନ ଦୁର୍ଘଟଣା, ୫୦ ମୃତ

ନନ୍ଦିଘୋଷ ବ୍ୟୁରୋ : ରୁଷର ପୂର୍ବାଞ୍ଚଳ ଆମୁରରେ ବିମାନ ଦୁର୍ଘଟଣା। ବିମାନରେ ଥିବା କରୁ ମେମ୍ବର ସମେତ ସମସ୍ତ ୫୦ ଜଣଙ୍କ ମୃତ୍ୟୁ ସୂଚନା। ଅବତରଣ କରିବାବେଳେ An-24 ଯାତ୍ରୀବାହୀ ବିମାନ ହୋଇଯାଇଥିଲା ନିଖୋଜ। ରୁଷର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ ହୋଇଥିଲା ବିଚ୍ଛିନ୍ନ। ବିମାନଟି ସାଇବେରିଆର ଅଙ୍ଗାରା ଦ୍ବାରା ପରିଚାଳିତ ହେଉଥିଲା । ଚୀନ ସୀମାବର୍ତ୍ତୀ ଟିଣ୍ଡାକୁ ଯାଉଥିବାବେଳେ ବିମାନ ସଂପର୍କରେ ଆଉ କିଛି ସୂଚନା ମିଳିନଥିଲା । ଟିଣ୍ଡା ବିମାନ ବନ୍ଦରରେ ଅବତରଣ କରିବା ଲାଗି ଉଦ୍ୟମ କରିବାର କିଛି ସେକେଣ୍ଡ ପୂର୍ବରୁ ବିମାନ ନିଖୋଜ ହୋଇଥିଲା। ବିମାନରେ ୬ କ୍ରୁ ମେମ୍ବର ଓ ୫ ଜଣ ଶିଶୁ ଥିବା ସୂଚନା ମିଳିଛି।

ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ

ଭୁବନେଶ୍ବର : ଗିରଫ ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଗତକାଲି ରେଡ୍ କରିଥିଲା ଭିଜିଲାନ୍ସ। ବାସଭବନ ସମେତ ୪ଟି ସ୍ଥାନରେ ରେଡ କରିରିଥିଲା।ଭୁବନେଶ୍ୱର ବଡଗଡ଼ରେ ଥିବା ଘର, ବାଲିଅନ୍ତାରେ ଫାର୍ମ ହାଉସ, ରାୟଗଡା ଗୁଣୁପୁର ଧୋବାସାହିରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ଅଫିସରେ ରେଡ଼ ହୋଇଥିଲା। ସେହିପରି ରାୟଗଡ଼ା ଜଙ୍ଗମସାହିରେ ତାଙ୍କ ଭାଇଙ୍କ ଘରେ ବି ରେଡ କରିଥିଲା। ଯନ୍ତ୍ରୀଙ୍କୁ ଘରୁ ଉଦ୍ଧାର ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସମ୍ପତ୍ତି। ଭୁବନେଶ୍ଵର ବଡ଼ଗଡ଼ରେ ଏକ ତିନି ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତା ରଣପୁରରେ ଏକ ଫାର୍ମହାଉସ, ଗୁଣପୁରରେ କୋଠା, ୩ଟି ଦାମି ପ୍ଲଟ, ୪୬୦ ଗ୍ରାମ ସୁନା, ୮୦ ଲକ୍ଷରୁ ଅଧିକ ବ୍ୟାଙ୍କ ଓ ବୀମା ଜମା, ଗୋଟିଏ କାର, ହରିଣ ସିଂହ, ଗୋଟିଏ ବନ୍ଧୁକ ଉଦ୍ଧାର ହୋଇଥିଲା।

‘ବିକଶିତ ଓଡ଼ିଶା କଥା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଯାଉଛି, ରାଜ୍ୟରେ ନାରୀଙ୍କ ସୁରକ୍ଷା ନାହିଁ’

ଭୁବନେଶ୍ବର ; ନାରୀ ସଶକ୍ତିକରଣ ନେଇ ଓଡ଼ିଶା ଦେଶରେ ଉଦାହରଣ ସୃଷ୍ଟି କରିଥିଲା। ବିଜେଡି ଶାସନ ସମୟରେ ଓଡ଼ିଶା ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା। ହେଲେ ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ସ୍ଥିତି ବଦଳିଗଲା। ଦେଶର ଯେକୌଣସି ଖବରକାଗଜରେ ନାରୀ ନିର୍ଯାତନା ଖବର ପ୍ରକାଶ ପାଉଛି ବୋଲି କହିଛି ବିଜେଡି। ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝି କହିଛନ୍ତି- ଦୁଷ୍କର୍ମ, ନିର୍ଯାତନା, ଆତ୍ମଦାହ, ବିଷପାନ, ଗଣଦୁଷ୍କର୍ମ ନିୟମିତ ଘଟିଚାଲିଛି। ଓଡ଼ିଶାବାସୀ ରାଜ୍ୟ ବାହାରେ ମୁଣ୍ଡ ଟେକି ଚାଲିପାରୁନାହାନ୍ତି। ବିକଶିତ ଓଡ଼ିଶା କଥା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଯାଉଛି। ଯେଉଁ ରାଜ୍ୟରେ ନାରୀଙ୍କ ସୁରକ୍ଷା ନାହିଁ ସେଠାରେ ସବୁ ସ୍ଲୋଗାନର ମାନେ କଣ?। ମାଲକାନଗିରି ଜିଲ୍ଲାରେ ଘଟିଥିବା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ଡବଲ ଇଞ୍ଜିନ ସରକାରରେ ଡବଲ ରେପ ପରି ଘଟଣା ଘଟୁଛି। ପବିତ୍ର ଉତ୍କଳ ମାଟିରେ ଅନୁସୂଚୀତ ବର୍ଗର ଝିଅଙ୍କୁ ଗଣଦୁଷ୍କର୍ମ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ନବରଙ୍ଗପୁରର ଜଣେ ଝିଅ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଝିଅ ଲାଗି ଦୁଇ ଦୁଇଟି ଏଫଆଇଆର ହେଉଛି। ଦେଶରେ ଓଡ଼ିଶାର ନାଁ ଭୁଲୁଣ୍ଠିତ ହେଉଛି ବୋଲି କହିଛନ୍ତି ପ୍ରଦୀପ ମାଝି।

ସଂସଦରେ ବିହାର ଏସଆଇଆର ଝଡ଼, ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ବିରୋଧୀ ଦଳର ନାରାବାଜି

ନୂଆଦିଲ୍ଲୀ ; ଚତୁର୍ଥ ଦିନରେ ବି ସଂସଦରେ ବିହାର ଏସଆଇଆର ଝଡ଼। ସ୍ପେସାଲ ଇଣ୍ଟେନସିଭ ରିଭିଜନକୁ ନେଇ ସଂସଦ ଭବନର ମକର ଦ୍ବାରରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି ବିରୋଧୀ। ସଂସଦ ଅଧିବେଶନ ଆରମ୍ଭ ଦିନରୁ ହିଁ ଏସଆଇଆର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଲାଗୁରହିଛି। ଏସଆଇଆର ଯୋଗୁ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଭୋଟର ବାଦ୍ ପଡିଥିବା ନେଇ ସୂଚନା ମିଳିଥିବାବେଳେ ଆହୁରି ବହୁ ଅଧିକ ଭୋଟର ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଏହା ବିରୋଧରେ କଂଗ୍ରେସ, ଆରଜେଡି, ବାମପନ୍ଥୀ ସମେତ ଇଣ୍ଡିମେଣ୍ଟ ସାଂସଦମାନେ ବିକ୍ଷୋଭ କରିଛନ୍ତି। ସେପଟେ ଦିଲ୍ଲୀରେ ଚାଲିଥିବା ପୂର୍ବାଞ୍ଚଳୀମାନଙ୍କ ବିରୋଧରେ ଅଭିଯାନକୁ ନେଇ ଆପ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅନିଲ ଆମ୍ବାନୀଙ୍କ ଉପରେ ଇଡିର ଆକ୍ସନ ! ଦିଲ୍ଲୀ-ମୁମ୍ବାଇ ସମେତ ୩୫ଟି ସ୍ଥାନରେ ଏକକାଳୀନ ଚଢାଉ

ନନ୍ଦିଘୋଷ ବ୍ୟୁରୋ ; ଶିଲ୍ପପତି ଅନିଲ ଅମ୍ବାନୀଙ୍କ ଅଫିସରେ ଇଡିଓ ଚଢାଉ କରିଛି । ଅନିଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ଗ୍ରୁପ୍ ସହ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ସକାଳେ ଏକ ବଡ଼ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ସମେତ ୩୫ ରୁ ଅଧିକ ସ୍ଥାନରେ ଏହି ଚଢାଉ ଏକକାଳୀନ କରାଯାଉଛି। ଏହି ମାମଲା ମନି ଲଣ୍ଡରିଂ ସହିତ ଜଡିତ, ଯେଉଁଥିରେ ହଜାର ହଜାର କୋଟି ଟଙ୍କାର ଅନିୟମିତତା ସନ୍ଦେହ କରାଯାଉଛି।

ଏହି ଚଢାଉ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ କରାଯାଉଛି। କୁହାଯାଉଛି ଯେ ଏହି କାର୍ଯ୍ୟରେ, ପ୍ରାୟ ୫୦ଟି କମ୍ପାନୀ ଓ ଅନିଲ ଅମ୍ବାନୀଙ୍କ ସହ ଜଡିତ ୨୫ ରୁ ଅଧିକ ଲୋକଙ୍କ ଘର ଖୋଜା ଚାଲିଛି। ଏହି କାର୍ଯ୍ୟରେ EDକୁ CBI, SEBI, ନ୍ୟାସନାଲ ହାଉସିଂ ବ୍ୟାଙ୍କ, ନ୍ୟାସନାଲ ଫାଇନାନ୍ସିଆଲ୍ ରିପୋର୍ଟିଂ ଅଥରିଟି ଓ ବ୍ୟାଙ୍କ ଅଫ୍ ବରୋଦା ଭଳି ଏଜେନ୍ସିଗୁଡ଼ିକଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି।

ସିବିଆଇ ଦୁଇଟି ପୃଥକ ଏଫଆଇଆର ପଞ୍ଜିକରଣ କରିବା ପରେ ଇଡିର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି ମାମଲାଗୁଡ଼ିକ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପର ୟୁନିଟ୍ RAAGA କମ୍ପାନୀଗୁଡ଼ିକ ସହିତ ଜଡିତ। ଠକେଇ, ଆତ୍ମସାତ ଓ ବ୍ୟାଙ୍କରୁ ଠକେଇର ଗୁରୁତର ଅଭିଯୋଗ ଏଫଆଇଆର ନମ୍ବର RC2242022A0002 ଏବଂ RC2242022A0003 ଅଧୀନରେ କରାଯାଇଛି।

ଏହି ଏଫଆଇଆରଗୁଡ଼ିକୁ ଆଧାର କରି, ଇଡି ତଦନ୍ତ ଆରମ୍ଭ କରିଥିଲା ଏବଂ ଜାଣିପାରିଲା ଯେ ଏକ ସୁଚିନ୍ତିତ ଯୋଜନା ଅଧୀନରେ ବ୍ୟାଙ୍କ, ନିବେଶକ ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଠକେଇ କରାଯାଇଥିଲା। ଏଜେନ୍ସି ଏହା ମଧ୍ୟ ଜାଣିପାରିଲା ଯେ ୟେସ୍ ବ୍ୟାଙ୍କରୁ ପ୍ରାପ୍ତ ଟଙ୍କାକୁ ବେଆଇନ ଭାବରେ କମ୍ପାନୀର ପ୍ରମୋଟର ଏବଂ ଅନ୍ୟାନ୍ୟ ସମୂହ କମ୍ପାନୀଗୁଡ଼ିକୁ ପଠାଯାଇଥିଲା।

ଇଡି ତଦନ୍ତରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗଟି ସାମ୍ନାକୁ ଆସିଛି ଯେ ୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା RAAGA କମ୍ପାନୀଗୁଡ଼ିକୁ ଦିଆଯାଇଥିବା ଋଣ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରି ମଞ୍ଜୁର କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଋଣ ମଞ୍ଜୁର ହେବା ପୂର୍ବରୁ ଘରୋଇ କମ୍ପାନୀଗୁଡ଼ିକ ମାଧ୍ୟମରେ ୟେସ୍ ବ୍ୟାଙ୍କର ପ୍ରମୋଟରମାନଙ୍କୁ ଏକ ବଡ଼ ପରିମାଣର ଟଙ୍କା ଦିଆଯାଇଥିଲା।

କ୍ରେଡିଟ୍ ଅନୁମୋଦନ ମେମୋରାଣ୍ଡମ୍ ଭଳି ଋଣ ଡକ୍ୟୁମେଣ୍ଟଗୁଡ଼ିକ ପୁରୁଣା ତାରିଖ ପରେ ପ୍ରସ୍ତୁତ କରାଯାଇଥିଲା। କୌଣସି ସଠିକ୍ ପରିକ୍ଷା କିମ୍ବା କ୍ରେଡିଟ୍ ବିଶ୍ଳେଷଣ ବିନା ଋଣଗୁଡ଼ିକୁ ଅନୁମୋଦନ କରାଯାଇଥିଲା, ଯାହା ବ୍ୟାଙ୍କର କ୍ରେଡିଟ୍ ନୀତିର ସ୍ପଷ୍ଟ ଉଲ୍ଲଂଘନ ଥିଲା। ଏହା ବ୍ୟତୀତ, ଇଡି ଏହା ମଧ୍ୟ ଜାଣିପାରିଲା ଯେ ଋଣକୁ ତୁରନ୍ତ ଅନ୍ୟ ଗ୍ରୁପ ଓ ସେଲ୍ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତି ଦୁର୍ବଳ ଥିଲା, ଯେଉଁମାନଙ୍କର ଠିକଣା ସମାନ ଥିଲା କିମ୍ବା ଯାହାର ନିର୍ଦ୍ଦେଶକମାନେ ସମାନ ଥିଲେ, ସେମାନଙ୍କୁ ଋଣ ଦିଆଯାଇଥିଲା। କିଛି କ୍ଷେତ୍ରରେ, ଆବେଦନ ଏବଂ ଅନୁମୋଦନ ତାରିଖ ସମାନ ଥିବା ଜଣାପଡିଥିଲା କିମ୍ବା ଋଣ ଅନୁମୋଦନ ପୂର୍ବରୁ ମଧ୍ୟ ପରିମାଣ ସ୍ଥାନାନ୍ତର କରାଯାଇଥିଲା।

ଏହି ମାମଲାରେ SEBI ମଧ୍ୟ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଇଡି ସହିତ ସେୟାର କରିଛି। SEBIର ରିପୋର୍ଟରେ କୁହାଯାଇଛି ଯେ RHFL ୨୦୧୭-୧୮ ରେ ୩,୭୪୨.୬୦ କୋଟି ଟଙ୍କାର କର୍ପୋରେଟ୍ ଋଣ ଦେଇଥିଲା, କିନ୍ତୁ ୨୦୧୮-୧୯ ରେ ଏହି ପରିମାଣ ୮,୬୭୦.୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।ଏହି ସମୟ ମଧ୍ୟରେ, କମ୍ପାନୀ ଋଣ ଦେବାର ସମସ୍ତ ନିୟମକୁ ଅଣଦେଖା କରିଥିଲା। ଶୀଘ୍ର ଅନୁମୋଦନ ଦିଆଯାଇଥିଲା, ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରାଯାଇ ନଥିଲା ଓ ଅନେକ ଥର କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥା ଯାଞ୍ଚ ନକରି ବିପୁଳ ପରିମାଣର ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଏହି ଋଣର ଏକ ବଡ଼ ଅଂଶ ପରବର୍ତ୍ତୀ ସମୟରେ ପ୍ରମୋଟର ଗ୍ରୁପର କମ୍ପାନୀଗୁଡ଼ିକୁ ପଠାଯାଇଥିଲା, ଯାହା ଫଳରେ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟିଥିଲା।

ମୁମ୍ବାଇ ବୋମା ବିସ୍ଫୋରଣ ମାମଲା : ବମ୍ବେ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ :  ୨୦୦୬ ମୁମ୍ବାଇ ବେମା ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । କୋର୍ଟଙ୍କ ଶୁଣାଣି ପରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । କିନ୍ତୁ ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହା ସହିତ ଗୋଟେ ମାସ ଭିତରେ ଜବାବ ଦାଖଲ କରିବା ପାଇଁ ଆଦେଶ ଦେଇଛନ୍ତି ।

ସୋମାବାର ହାଇକୋର୍ଟଙ୍କ ଆଦେଶ ଅନୁସାରେ ୧୨ ଜଣ ଅଭିଯୁକକ୍ତଙ୍କୁ ଖଲାସ କରାଯାଇଥିଲା । ଏହି ନିଷ୍ପତ୍ତିକୁ ବିରୋଧ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି ଆଜି ହୋଇଛି ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟର ନିଷ୍ପତ୍ତିକୁ ଉଦାହରଣ ଭାବରେ ବିବେଚନା କରାଯିବ ନାହିଁ। ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ବମ୍ବେ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନୋଟିସ ଜାରି କରାଯାଇଛି ଏବଂ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛି। ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ଏନ୍କେ ସିଂହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମୁଁ ଫାଇଲ୍ ପଢ଼ିଛି। କିଛି ଅଭିଯୁକ୍ତ ପାକିସ୍ତାନୀ ନାଗରିକ ମଧ୍ୟ ଅଛନ୍ତି।

ମହାରାଷ୍ଟ୍ର ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ମେହେଟା କହିଛନ୍ତି ଯେ ରାଜ୍ୟ ଦୋଷମୁକ୍ତଙ୍କୁ ପୁଣି ଜେଲ ପଠାଇବାକୁ ଚାହୁଁନାହିଁ, କିନ୍ତୁ କିଛି ଆଇନଗତ ଫଳାଫଳ ଏମସିଓସିଏ ମାମଲାକୁ ପ୍ରଭାବିତ କରିପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି। ଏସଜି କହିଛନ୍ତି ଯେ କିଛି ଅଭିଯୁକ୍ତ ପାକିସ୍ତାନୀ ନାଗରିକ। ଜଷ୍ଟିସ ଏମଏମ ସୁନ୍ଦରେଶ ଏସଜିଙ୍କ ଉପସ୍ଥାପନ ରେକର୍ଡ କରିଛନ୍ତି। ସେ କହିଛନ୍ତି ଯେ ଏହା ମାମଲାର ଗମ୍ଭୀରତା ଏବଂ ଏହାର ସୀମାପାର ଦିଗକୁ ପ୍ରତିଫଳିତ କରେ। ଏହାର ଅର୍ଥ ହେଉଛି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ ଯେଉଁମାନେ ଜେଲରୁ ବାହାରି ଆସିଛନ୍ତି ସେମାନଙ୍କୁ ପୁଣି ଜେଲ ପଠାଯିବ ନାହିଁ।

୨୧ ଜୁଲାଇରେ, ବମ୍ବେ ହାଇକୋର୍ଟ ୨୦୦୬ ମସିହାରେ ମୁମ୍ବାଇରେ ହୋଇଥିବା ସିରିଏଲ ଟ୍ରେନ୍ ବିସ୍ଫୋରଣ ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ରାୟ ଦେବା ସମୟରେ, କୋର୍ଟ କହିଥିଲେ ଯେ ସରକାରୀ ଓକିଲ, ଅର୍ଥାତ୍ ସରକାରୀ ଓକିଲ, ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। ହାଇକୋର୍ଟ କହିଥିଲେ ଯେ ଏହା ବିଶ୍ୱାସ କରିବା କଷ୍ଟକର ଯେ ଅଭିଯୁକ୍ତମାନେ ଅପରାଧ କରିଛନ୍ତି, ତେଣୁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଯଦି ସେମାନେ ଅନ୍ୟ କୌଣସି ମାମଲାରେ ଖୋଜାଖୋଜି କରୁନାହାଁନ୍ତି, ତେବେ ସେମାନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯିବା ଉଚିତ।

ହାତୀ ସହ ରିଲ୍ସ କରୁଥିଲେ ଯୁବକ, ଦଳିଦେଲା ଦନ୍ତା

ନନ୍ଦିଘୋଷ ବ୍ୟୁରୋ :  ଆଜିକାଲି ଲୋକମାନେ ଭାଇରାଲ ହେବା ପାଇଁ ଅଜବ ପଦ୍ଧତି ଆପଣାଉଛନ୍ତି । ଏମିତିକି ନିଜର ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଉଛନ୍ତି । ଏମିତି ଏକ ଘଟଣା ଝାଡଖଣ୍ଡ କୋଡରମା ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାକାର ଜଣେ ଯୁବକ ହାତୀମାନଙ୍କୁ ଦେଖି ସେମାନଙ୍କ ସେଲ୍ଫି ନେକା ସହ ରିଲ୍ସ କରିବାକୁ ଲାଗିଲା । ଏହି ସମୟରେ ଏକ ହାତୀ ତା’ର ପାଖକୁ ଆସି ତାକୁ ଦଳିଦେଇ ଚାଲିଗଲା । ଘଟଣାସ୍ଥଳରେ ହିଁ ଯୁବକର ପ୍ରାଣ ଚାଲିଗଲା ।

ମରକଚ୍ଚେ ଥାନା ଅଞ୍ଚଳର ବେଲଡିହ ଗାଁରେ ରହୁତଇବା ୩୦ ବର୍ଷିୟ ସଦାମ ଅଂସାରୀର ଏହି କାରଣରୁ ମୃତ୍ୟୁ ହୋଇଛି । ସଲୈୟା ପାହାଡରେ ହାତୀ ବୁଲୁଥିବାର ଖବର ସଦାମଙ୍କୁ ମିଳିଥିଲା । ନିଜ ସାଙ୍ଗ ମାନଙ୍କ ସହ ସଦାମ ସେଠାକୁ ଯାଇ ହାତୀମାନଙ୍କ ସହ ସେଲ୍ଫି ନେବା ସହ ରିଲ୍ସ ମଧ୍ୟ ପ୍ରସ୍ତୁତ କରିବାକୁ ଲାଗିଲା ।

ଏହି ସମ୍ରୟରେ ଗୋଟିଏ ହାତୀ ଆସି ସଦାମ ଉପରେ ଆକ୍ରମଣ କରିଥିଲା । ତାର ସାଙ୍ଗ ମାନେ ସେଠାରୁ ଖସି ଯାଇଥିବା ବେଳେ ସଦାମକୁ ହାତୀ ଦଳିଦେଇଥିଲା । ଗୁରୁତର ଅବସ୍ଥାରେ ସଦାମଙ୍କୁ କୋଡରମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାର ତାଙ୍କର ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ରାଞ୍ଚି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସଦାମ ମରାର୍ବଲ ମିସ୍ତ୍ରୀ କାମ କରୁଥିଲେ । ସେ କିଛଇ ଦିନ ହେଲା ଗାଁକୁ ଆସିଥିଲେ ।

ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଲା ରେସକ୍ଯୁ ଟିମ

ବରଗଡ଼ : ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଲା ରେସକ୍ଯୁ ଟିମ। ଛତିଶଗଡ଼ରୁ ଆସିଥିବା ୧୭ ଜଣ ପର୍ଯ୍ୟଟକ ଜଙ୍ଗଲ ଭିତରେ ଫସି ରହିଥିଲେ। ଫସିଥିବା ୧୭ ଜଣ ପର୍ଯ୍ୟଟକଙ୍କ ନିକଟକୁ ଉଦ୍ଧାରକାରୀ ଟିମ୍ ପହଞ୍ଚି ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲରୁ ସମସ୍ତଙ୍କୁ ଉଦ୍ଧାର କରି ଅଣାଯାଉଛି। ତେବେ ରାତିର ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟ ସଫଳ ହୋଇ ପାରି ନଥିଲା। ଅନ୍ୟପଟେ ଘଞ୍ଚ ଅରଣ୍ୟରେ ପାହାଡ଼ ଚଡ଼ି ଅନ୍ଧାର ରାତିରେ ପର୍ଯ୍ୟଟକଙ୍କ ନିକଟକୁ ଉଦ୍ଧାରକାରୀ ଟିମ୍ ପହଞ୍ଚି ପାରିନଥିଲେ। ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ୪୦ ଜଣିଆ ଟିମ ଗଠନ କରାଯାଇଛି। ଏହି ରେସକ୍ୟୁ ଅପରେସନରେ DVF, ପୋଲିସ, ଅଗ୍ନିଶମ ବିଭାଗ ଓ ବନ ବିଭାଗ ମିଳିତ ଭାବେ ସାମିଲ ଅଛନ୍ତି। ବର୍ତ୍ତମାନ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା।