spot_img
Home Blog Page 5855

ଉଦ୍‌ଘାଟିତ ହେଲା IGH ସୁପର ସ୍ପେସିଆଲିଟି ହସ୍‌ପିଟାଲ, ରହିବ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ

ରାଉରକେଲା: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍‌ପିଟାଲ । ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲାରେ ଗସ୍ତରେ ଯାଇଥିବା ବେଳେ ସେ IGH ପରିସରରେ ନିର୍ମିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜୀ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜୀ, କାର୍ଡିଓ ଥୋରାସିକ, ଭାସ୍କୁଲାର ସର୍ଜରୀ ଓ ନେଫ୍ରୋଲୋଜୀ ବିଭାଗ କାର୍ଯ୍ୟ କରିବ । ଏଥିସହ ଏଣ୍ଡୋସ୍‌ସ୍ପୋପି, ପ୍ରାଇଭେଟ୍‌ ୱାର୍ଡ, ୩ ଟେଲ୍‌ସା ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ଲ୍ୟାବ୍‌, ସିଆର୍‌ଆର୍‌ଟି ମେସିନ୍‌ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍‌ ଥିଏଟର ରହିଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍‌, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍‌, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ୍‌ ରହିଛି । ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଳକ ମଧ୍ୟ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟପାଳ ଗଣେଷୀ ଲାଲ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ସାଂସଦ ଜୁଏଲ ଓରାମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଛନ୍ତି ।

ଏହା ପୂର୍ବରୁ ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ୬ ଜଣଙ୍କୁ ସ୍ୱର୍ଣ୍ଣ, ୭୦ ଜଣଙ୍କୁ ରୌପ୍ୟ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ୫୪୪ ଜଣଙ୍କୁ ବିଟେକ୍‌ ଡିଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର । ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ NIT ରାଉରକେଲା । NIT ରାଉରକେଲାରୁ ଉତ୍ତୀର୍ଣ୍ଣ ଛାତ୍ର ସାରା ଦେଶରେ କାମ କରୁଛନ୍ତି । NIT ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି କୋବିନ୍ଦ କେତେକ ପରାମର୍ଶ ଦେଇଛନ୍ତି । ସମସ୍ତେ ଚାହିଁଲେ ଜଣେ ଜଣେ ଭଲ ନାଗରିକ ହେବେ । ନିଜର ସଫଳତାକୁ କେବଳ ବସ୍ତୁ ଓ ଅର୍ଥରେ ମାପନାହିଁ । ଯାହା ସନ୍ତୋଷ ଦିଏ ସେହି କାମ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ସେହିକାମ କର ଯାହାକୁ ନେଇ ପରିବାର ଗର୍ବ କରିବ ।

ଶିକ୍ଷାକ୍ଷେତ୍ରରେ ବାଳକଙ୍କ ତୁଳନାରେ ବାଳିକମାନେ ଅଧିକରୁ ଅଧିକ ପଦକ ପାଉଛନ୍ତି । ବାଳକଙ୍କୁ ଟପି ଯାଉଛନ୍ତି ବାଳିକା । କିନ୍ତୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି କମ୍ । ଟେକ୍ନିକାଲ ଏଜୁକେଶନକୁ ଅଧିକ ବାଳିକା ଆସିଲେ ଏହା ଜାତୀୟ ବିକାଶରେ ସହାୟକ ହେବ । ଉନ୍ନତ ଭାରତ ଅଭିଯାନରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ ।

ହୋମିଓପ୍ୟାଥି ଔଷଧରୁ ତିଆରି କରୁଥିଲେ ମଦ, ଡାକ୍ତରଙ୍କ ସହ ଅନ୍ୟ ଜଣେ ଗିରଫ

ବ୍ରହ୍ମପୁର: ଔଷଧରୁ ମଦ ତିଆରି । ପୁଣି ଥରେ ବ୍ରହ୍ମପୁର ସହରରେ ହୋମିଓପ୍ୟାଥି ଔଷଧରୁ ନକଲି ମଦ ତିଆରି କରୁଥିବା ୨ ଜଣଙ୍କୁ ଗିରଫ କରାଯାଇଛି । ବୈଦ୍ୟନାଥପୁର ଥାନା ଚନ୍ଦ୍ରପ୍ରଭାସାହିର ହରୀଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ପୋଲିସ । ହରି ସାହୁ ହୋମିଓପ୍ୟାଥିକ ସ୍ପିରିଟ୍ ଆଣି ନକଲି ମଦ ପ୍ରସ୍ତୁତ କରୁଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

Berhampur Police Arrested Two Including Homeopathic Doctor For Wine Making

ଏଥିରେ ହରିଙ୍କୁ ଡାକ୍ତର କେ. ଗୋପି ଓ ଡାକ୍ତର ଇ. ପ୍ରଦୀପ କୁମାର ପାତ୍ର ସହଯୋଗ କରୁଥିବା ଜଣାପଡ଼ିଛି । ବଡ଼ବଜାର ପୋଲିସ ଡାକ୍ତର ଇ. ପ୍ରଦୀପଙ୍କ ଗୋଦାମରେ ରେଡ୍ କରିଥିବା ବେଳେ ସେଠାରୁ  ବିଭିନ୍ନ ବ୍ରାଣ୍ଡର ୨୫୨ ବୋତଲ (୧୧୨ ଲିଟର) ହୋମିଓପ୍ୟାଥିକ ସ୍ପିରିଟ୍ ଜବତ କରାଯାଇଛି ।

Berhampur Police Arrested Two Including Homeopathic Doctor For Wine Making

ବୈଦ୍ୟନାଥପୁର ଥାନା କେସ୍ ନମ୍ବର ୭ ଓ ବଡ଼ବଜାର ଥାନା କେସ୍ ନମ୍ବର ୬୨ରେ ହରୀଶ ଚନ୍ଦ୍ର ସାହୁ ଓ ଡାକ୍ତର ଇ. ପ୍ରଦୀପ ପାତ୍ରଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଚି । ଉଭୟ ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି । ଏଥିରେ ଡାକ୍ତର କେ. ଗୋପିଙ୍କ ସମ୍ପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି ।

ଏଥିସହ ପଢ଼ନ୍ତୁ- ହୋମିଓପ୍ୟାଥିକ ଔଷଧରୁ ତିଆରି ହେଉଛି ନକଲି ମଦ

ସୁଜଳ ଯୋଜନାର ସଫଳତା ପାଇଁ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’

ଭୁବନେଶ୍ୱର: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’ ପୁରସ୍କାର ଦିଆଯାଇଛି । ଗତ ଗୁରୁବାର ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେଟ୍ସ ଟେକ୍ନୋ ମଡ଼ିଆ ଆୟୋଜିତ ୨ୟ ଜାତୀୟ ଜଳ ଓ ପରିମଳ ସମ୍ମିଳନୀ ୨୦୨୧ ଉଦ୍‌ଯାପନ ହୋଇଛି । ସ୍ମାର୍ଟ ଜଳ ପରିବହନ ଏବଂ ବିତରଣ ବିଭାଗରେ ଦେଶର ବିଭିନ୍ନ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଉତ୍କର୍ଷତା ପାଇଁ ପ୍ରତିଯୋଗୀତା ହୋଇଥିଲା । ଏହି ପ୍ରତିଯୋଗିତାରେ ପୁରୀ ସହର ପାଇଁ ଓ୍ୱାଟ୍‌କୋକୁ ପୁରସ୍କାର କରାଯାଇଛି ।

ପୁରୀ ସହରରେ ୱାଟ୍‌କୋ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ପୁରସ୍କୃତ କରାଯାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ । ୱାଟ୍‌କୋର ଏହି ସଫଳତା ନିମନ୍ତେ ପଂଚାୟତିରାଜ, ପାନୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଖୁସି ବ୍ୟକ୍ତ କରି ବିଭାଗୀୟ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ସଂକ୍ରମିତ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ୧୯ ମାର୍ଚ୍ଚରେ ଓମ୍ ବିର୍ଲା କୋଭିଡ୍ ପଜିଟିଭ୍ ଜଣାପଡ଼ିଥିଲା । ତା’ପରେ ଓମ୍ ବିର୍ଲାଙ୍କୁ ଶନିବାର ଏମ୍ସର କୋଭିଡ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି ।

Lok Sabha Speaker Om Birla Tested Positive For Coronavirus

ଏମ୍ସ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି- ଓମ୍ ବିର୍ଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ହସ୍ପିଟାଲ ଅନୁସାରେ- ୫୮ ବର୍ଷୀଅ ଓମ୍ ବିର୍ଲା ମାର୍ଚ୍ଚରେ ୧୯ରେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଏମ୍ସ କୋଭିଡ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ୍‌ ତାରକା ଗୋବିନ୍ଦା

ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ । ସେ ପୁରୀରେ ପହଞ୍ଚିଥିବାରୁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ସୌଭାଗ୍ୟ ଲାଭ କରିଥିବା କହିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ସୁସଜ୍ଜିତ ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇଥିଲେ ଗୋବିନ୍ଦା । କୌଳିକ ପଣ୍ଡା ଭବାନୀ ଶଙ୍କର ମହାପାତ୍ର ତାଙ୍କୁ ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଇଥିଲେ । ଏହି ଅବସରରେ ଜଗନ୍ନାଥଙ୍କ ଖଣ୍ଡୁଆପାଟ ଗୋବିନ୍ଦାଙ୍କୁ ପ୍ରଦାନ କରାଯାଇଥିଲା ।

ଅନ୍ୟପଟେ ଓଲିଉଡ୍‌ ସୁପରଷ୍ଟାର ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଗୋବିନ୍ଦାଙ୍କୁ ଭେଟିଛନ୍ତି । ଗୋବିନ୍ଦା ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସବ୍ୟସାଚୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ।  ସବ୍ୟସାଚୀ ଲେଖିଛନ୍ତି ଯେ ଗୋବିନ୍ଦା ସବୁବେଳେ ତାଙ୍କର ଗୁରୁ ହିଁ ରହିବେ । ତାଙ୍କର କମେଡି ଟାଇମିଂ ସବୁଠୁ ବେଷ୍ଟ । ସେ ସତରେ ହିରୋ ନମ୍ବର ଓ୍ୱାନ୍‌ ।

ସବ୍ୟସାଚୀ ସେୟାର କରିଥିବା ଫଟୋ ଗୁଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସେମାନଙ୍କ ସାକ୍ଷାତକାର କେତେ ମଜାଦାର ହୋଇଥିବ । ଆଉ ଗୋବିନ୍ଦା ଏମିତି କିଛି କହିଛନ୍ତି ଯାହାଦ୍ୱାରା ଉଭୟ ନବଦମ୍ପତି ସବ୍ୟର୍ଚ୍ଚିତା ନିଜ ହସକୁ ରୋକିପାରି ନାହାନ୍ତି ।

ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଚାର ପ୍ରସ୍ତୁତ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ମହିଳାମାନେ ଆଉ ଆଗଭଳି ଘର କଣରେ ରହୁନାହାନ୍ତି । ସହରାଞ୍ଚଳରେ ବିଭିନ୍ନ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟରେ ସେମାନେ ସାମିଲ୍ ହୋଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ବି ରୋଜଗାର ଯୋଗାଉଛନ୍ତି । ସେମାନଙ୍କୁ ଏ କ୍ଷେତ୍ରରେ ବାଟ ଦେଖାଇଛି ମିଶନ ଶକ୍ତି । ସହରାଞ୍ଚଳରେ ମିଶନ ଶକ୍ତି ସହଯୋଗରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅନନ୍ୟ କାର୍ଯ୍ୟପାଇଁ ଓଡ଼ିଶା ଏବେ ବିଶ୍ୱ ସ୍ତରରେ ପୁରସ୍କୃତ ହେବାରେ ଲାଗିଛି ।

SHG's To Prepare Pickle With Modern Technology In Odisha

ସହରାଞ୍ଚଳରେ ମିଶନ ଶକ୍ତିର ସଦସ୍ୟମାନେ ବଡି, ପାମ୍ପଡ଼ ଠାରୁ ସେମାନଙ୍କର ଅଭିଯାନ ଆରମ୍ଭ କରି ଏବେ ସେପ୍ଟେଜ୍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଭଳି ବିଭିନ୍ନ ବୈଷୟିକ କାର୍ଯ୍ୟକ୍ରମରେ ଜଡ଼ିତ ହେବା ଏବଂ ଅନ୍ୟାନ୍ୟ ପରିମଳ ଭିତ୍ତିକ କାର୍ଯ୍ୟରେ ସାମିଲ୍ ହେବା ରାଜ୍ୟର ସହରାଞ୍ଚଳରେ ବିରାଟ ପରିବର୍ତ୍ତନ ଆଣିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକର କାର୍ଯ୍ୟଶୈଳୀର ମାନବୃଦ୍ଧି ଅତ୍ୟନ୍ତ ଉଲ୍ଲେଖନୀୟ । ଗୃହ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକ ସହିତ ମିଶି ଓଡ଼ିଶାର ସମସ୍ତ ୧୬୭ ଆହାର କେନ୍ଦ୍ରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମହିଳାମାନେ କରୁଛନ୍ତି । ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା), ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଯେଭଳି ସୁରୁଖୁରୁରେ କାର୍ଯ୍ୟ କରିବ ସେଥିନେଇ ନିୟମିତ ମନିଟରିଂ କରାଯାଉଛି ।

SHG's To Prepare Pickle With Modern Technology In Odisha

ସହରାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ପାଇଁ ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଯୋଡ଼ିହୋଇ ଯାଇଛି ଆଚାର ପ୍ରସ୍ତୁତି । ମିଶନ୍ ଶକ୍ତି ଏସ୍‍ଏଚ୍‍ଜି ଗୁଡ଼ିକୁ ସଶକ୍ତିକରଣ ଦିଗରେ ଧୀରେ ଧୀରେ ଆଗକୁ ବଢ଼ିବା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ମିଶନ୍ ଶକ୍ତି ମହିଳା ଗୋଷ୍ଠୀ ଗୁଡ଼ିକୁ ଆଚାର ପ୍ରସ୍ତୁତି, ବ୍ୟବସାୟ ଓ ଏହାର ପରିଚାଳନାରେ ସମ୍ପୃକ୍ତି ଲାଗି ନିଷ୍ପତ୍ତି ନେଇଛି । ଏଥିପାଇଁ ମିଶନ ଶକ୍ତି ଗୋଷ୍ଠି ଏବଂ କେନ୍ଦ୍ର ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ପ୍ରତିଷ୍ଠାନ (ସିଏଫ୍‍ଟିଆରଆଇ) ସହିତ ରାଜିନାମା ହୋଇଛି ।

ଆଚାର ପ୍ରସ୍ତୁତି ସଂକ୍ରାନ୍ତରେ ଏହି କେନ୍ଦ୍ରୀୟ ପ୍ରତିଷ୍ଠାନ ଜ୍ଞାନକୌଶଳ ଯୋଗାଇଦେବ । ଆହାର କେନ୍ଦ୍ରଗୁଡ଼ିକରେ ଗରମ ଭାତ ଓ ଡାଲମା ସହିତ ଆଚାର ଯୋଗାଇବାପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ମିଶନ ଶକ୍ତିର ମହିଳା ସଦସ୍ୟ ଓ ଆହାର କେନ୍ଦ୍ରର ସଦସ୍ୟଙ୍କୁ ନେଇ ଏକ ୧୧ଜଣିଆ ଦଳ ସିଏସ୍‍ଆରଆଇ ପରୀକ୍ଷାଗାର ପରିଦର୍ଶନ କରିଥିବାବେଳେ ସିଏଫ୍‍ଟିଆରଆଇର ବୈଜ୍ଞାନିକମାନେ ସେମାନଙ୍କ କେନ୍ଦ୍ରରେ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

SHG's To Prepare Pickle With Modern Technology In Odisha

ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଆଚାର ଉତ୍ପାଦନରେ ମିଶନ ଶକ୍ତି ଗୋଷ୍ଠୀକୁ ଜ୍ଞାନକୌଶଳ ଯୋଗାଇଦେବା, ମିଶନ ଶକ୍ତି ଗୋଷ୍ଠୀର ଦକ୍ଷତାକୁ ବୃଦ୍ଧି କରିବା ଯାହାଫଳରେ ସିଏଫଟିଆରଆଇରୁ ଓଡ଼ିଶା ରାଜ୍ୟ ମିଶନ୍ ଶକ୍ତି ଗୋଷ୍ଠୀର ମହିଳାଙ୍କ ନିକଟକୁ ଆସିବ ଏବଂ ବ୍ୟବସାୟ ପରିବେଶରେ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖିବ । ଏହି ପରିଦର୍ଶନ ସମୟରେ ସଦସ୍ୟମାନେ ଏକ ନୂତନ ଅନୁଭୂତି ଓ ଜ୍ଞାନକୌଶଳ ପାଇବେ ଏବଂ ଆଚାର ଉତ୍ପାଦନ ପ୍ରକ୍ରିୟାରେ ସେମାନଙ୍କର ଦକ୍ଷତା ବିକାଶ କରିବା ସହିତ ଖାଦ୍ୟ ନିରାପତ୍ତା ଏବଂ ସ୍ୱଚ୍ଛତା ମାନକ ଅନୁସରଣ କରିବେ ଏବଂ ବ୍ୟବହାର ହେବାକୁ ଥିବା ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ସଂକ୍ରାନ୍ତରେ ବୁଝିପାରିବେ । ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଏହି ଅଭିନବ ପଦକ୍ଷେପ ଆଗାମୀ ଦିନରେ ରାଜ୍ୟର ମହିଳାମାନଙ୍କୁ ଜଣେ ଜଣେ ଉଦ୍ୟୋଗୀଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଉତ୍ତରାଖଣ୍ଡ ପରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ବିଜେପି ବିଧାୟକଙ୍କ ଦାବି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପି କଳି । ଉତ୍ତରାଖଣ୍ଡ ପରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ବିଜେପି ବିଧାୟକଙ୍କ ଦାବି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପାଙ୍କୁ ବଦଳାଇବାକୁ ଦାବି କରିଛନ୍ତି ବିଜେପି ବିଧାୟକ । ଆଗାମୀ ଦିନରେ କର୍ଣ୍ଣାଟକରେ ବିଜେପି ସରକାର ଭାଙ୍ଗିବା ସ୍ଥିତି ନ ଉପୁଯିବା ପାଇଁ ମୁଖ୍ୟମନ୍ତ୍ରୀ ବଦଳିବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ବିଧାୟକ ବସନଗୌଡ଼ା ୟତନାଲ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ସବୁଠୁ ଅଧିକ ଭୋଟ ପାଇଥିଲା । ହେଲେ ମ୍ୟାଜିକ୍ ନମ୍ବରଠାରୁ କମ୍ ସିଟ୍ ଥିବାରୁ ଜିଡିଏସ୍ ସହ ମେଣ୍ଟ କରି ସରକାର ଗଢ଼ିଥିଲା କଂଗ୍ରେସ । ଏଚ.ଡି. କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ବିଧାୟକଙ୍କ ଅସନ୍ତୋଷ ଯୋଗୁ ବହୁମତ ସାବ୍ୟସ୍ତ କରି ନ ପାରି ଇସ୍ତଫା ଦେଇଥିଲେ କୁମାରସ୍ୱାମୀ । ଏହାପରେ ୟେଦ୍ଦୁରପାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ହେଲେ ଏବେ ୟେଦ୍ଦୁରପାଙ୍କ ବିରୋଧରେ ବିଧାୟକ ଅସନ୍ତୋଷ ଜାହିର କରିଛନ୍ତି ।

ଜୋର ଧରିଛି ପ୍ରଚାର ରାଜନୀତି, ନିର୍ବାଚନୀ ସଭାରୁ ବିଜେପିକୁ ପ୍ରିୟଙ୍କା ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଦିନ କେଇଟା ପରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ହାଇଭୋଲଟେଜ୍ ପ୍ରଚାର। ବିଜେପି ସରକାର ଆସାମବାସୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ଆସାମରେ କଂଗ୍ରେସ ସରକାର ଗଢ଼ିଲେ ଲୋକଙ୍କ ଅଧିକାରର ରକ୍ଷା କରାଯିବ ବୋଲି ରାହୁଲ ଜନସଭାକୁ ସମ୍ବୋଧିତ କରି କହିଛନ୍ତି। ସେପଟେ ଜୋରହାଟରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସିଏଏ ପ୍ରତ୍ୟାହାର ନେଇ ଆସାମରେ ନିଆଁ ଜଳୁଥିବା ବେଳେ ବିଜେପି ଏ ଦିଗରେ ପଦକ୍ଷେପ ନ ନେବେ ନେଇ ବର୍ଷିଛନ୍ତତି ପ୍ରିୟଙ୍କା। ସେପଟେ ଆସାମର ବୋକାଖାଟରେ ନିର୍ବାଚନୀ ରାଲିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଭାରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ଆସାମରେ ପୁଣିଥରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ମୋଦି କହିଛନ୍ତି।

ପୀଡ଼ିତା କହିଲେ ଗଣଦୁଷ୍କର୍ମର କୁତ୍ସିତ କାହାଣୀ, କାର୍ ପରେ ସ୍କୁଟିରେ ଉଠାଇ ନେଇଥିଲେ ଅଭିଯୁକ୍ତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ପୀଡ଼ିତା କହିଲେ ଦୁଷ୍କର୍ମର ଛାତିଥରା କାହାଣୀ । ଫେବ୍ରୁଆରୀ ୨୬ ତାରିଖ ରାତିରେ ମହିଳା ଜଣଙ୍କ ଝିଅକୁ ଦେଖା କରିବା ଲାଗି ବାପଘର (କୁଲିସାହି) ଶାଶୂ ଘର (ହଳଦୀପଡ଼ା)କୁ ଆସୁଥିଲେ । ବାଟରେ କିଛି ବ୍ୟକ୍ତି ତାଙ୍କୁ ଡାକିବା ସହ ଟଣାଓଟରା କରିବା ସହ ବନ୍ଧୁକ ଦେଖାଇ କାର୍ ଭିତରକୁ ଠେଲି ଦେଇଥିଲେ । ଭାଇଙ୍କ ପାଖକୁ ନେବେ କହି ଏକ ତିନି ମହଲା କୋଠା ଘରକୁ ନେଇ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

୪ ଜଣ ଲୋକ ଉକ୍ତ ଘରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା କହିଛନ୍ତି ପୀଡ଼ିତା । ୪ ଅଭିଯୁକ୍ତଙ୍କ ମଧ୍ୟରେ ଗୁଣ୍ଡ ଲେଙ୍କାଙ୍କ ନାଁ ନେଇଛନ୍ତି ପୀଡ଼ିତା । ଏନେଇ ମହିଳା ଜଣଙ୍କ ସେହିଦିନ ରାତି ଗୋଟାଏରେ ଲକ୍ଷ୍ମୀସାଗର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଲେ ପୋଲିସ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ।

Gangrape Allegation In Laxmisagar PS Area Of Bhubaneswar

ବନ୍ଧୁକ ମୁନରେ ଗଣଦୁଷ୍କର୍ମ କରିବା ପରେ ଏନେଇ କାହାରିକୁ କହିଲେ ସ୍ୱାମୀ ଓ ପିଲାଙ୍କୁ ହତ୍ୟା କରିଦେବେ ବୋଲି ଅଭିଯୁକ୍ତ ଧମକ ଦେଇଥିବା କହିଛନ୍ତି ପୀଡ଼ିତା । ୨୬ ରାତିରେ ମହିଳା ଥାନାରୁ ନିରାଶ ହୋଇ ଫେରିବା ପରେ ଶିବ ମନ୍ଦିରରେ ଶୋଇ ପଡ଼ିଥିଲେ । ସକାଳୁ ମାନସ ମହାରଣା ନାମକ ଆଉ ଜଣେ ବ୍ୟକ୍ତି ପୁଣି ଥରେ ଭାଇ ଅପେକ୍ଷା କରିଛନ୍ତି ମହିଳାଙ୍କୁ ସ୍କୁଟିରେ ବସାଇ ନେଇଥିଲେ । ଦିନସାରା ଏଣେତେଣେ ବୁଲାଇବା ସହ ମାନସ ପୁଣି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

ଖାଲି ମାନସ ନୁହଁ ତାଙ୍କ ଭିଣୋଇ ଆଉ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ଝାରପଡ଼ା ଅଞ୍ଚଳର ବୋଲି ପୀଡ଼ିତା କହିଛନ୍ତି । ପ୍ରଥମ ଦିନ ୪ ଓ ଦ୍ୱିତୀୟ ଦିନ ୩ ଜଣ ଏଭଳି ଭାବେ ୭ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ନଶୁଣିବାରୁ ପୀଡ଼ିତା ମହିଳା ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୀଡ଼ିତା ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ଏତଲା କ୍ରମେ କିଛିଦିନ ତଳେ ମହିଳାଙ୍କ ସ୍ୱାମୀ ଜେଲ୍ ଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଠାଇଛି ଚିଠି କହିଲେ- ପରମବୀର ସିଂହ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀରଙ୍କ ଗୋଟିଏ ଚିଠି ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ପ ଆଣିଦେଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ପରମବୀର ସିଂହ । ଚିଠିରେ ସେ ଉଲ୍ଲେଖ କରିଛନ୍ତି- ଗୃହମନ୍ତ୍ରୀ ପ୍ରତି ମାସରେ ୧୦୦ କୋଟି ଟଙ୍କା ମାଗୁଥିଲେ । ତେବେ ପରମବୀରଙ୍କ ଏଭଳି ଅଭିଯୋଗକୁ ଅନୀଲ ଦେଶମୁଖ ଖାରଜ କରିଦେବା ସହ ମାନହାନୀ କେସ୍ ଦାଖଲ କରିବେ ବୋଲି କହିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ଏହାକୁ ନେଇ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ଦେଇଥିବା ଚିଠି ସମ୍ପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି ପରମବୀର ।

Parambir Singh Said Letter Correct No Comments On Anil Deshmukh Allegations

ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠି ସତ ଓ ଇମେଲ୍ ଆଇଡି ତାଙ୍କର ବୋଲି ପରମବୀର ସ୍ପଷ୍ଟ କରିଛନ୍ତି । ତେବେ ପରମବୀର କରିଥିବା ଅଭିଯୋଗ ଉପରେ ଗୃହମନ୍ତ୍ରୀ ରଖିଥିବା ମନ୍ତବ୍ୟ ଉପରେ ସେ କୌଣସି ଟିପ୍ପଣୀ କରିନାହାନ୍ତି । ପରମବୀର ସିଂହ ଅଭିଯୋଗ କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପାଲଟା ଆକ୍ରମଣ କରିଛନ୍ତି । ମନସୁଖ ହିରେନ ମାମଲାରେ ସଚିନ ୱାଜେଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଛି । ପରମବୀର ସିଂହଙ୍କ ଡର ଅଛି ଏହି ମାମଲାର ତାଙ୍କ ସମ୍ପର୍କ ଧରା ପଡ଼ିଯାଇପାରେ । ସେ ନିଜକୁ ବଞ୍ଚାଇବା ଲାଗି ମିଥ୍ୟା ଅଭିଯୋଗ କରୁଛନ୍ତି ।

ଏଥିସହ ପଢ଼ନ୍ତୁ- ଗୃହମନ୍ତ୍ରୀ ମାସକୁ ମାଗୁଥିଲେ ୧୦୦ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ପୂର୍ବତନ କମିଶନର

ସୂଚନାଯୋଗ୍ୟ ଯେ, ଶନିବାର ପରମବୀର ପଠାଇଥିବା ଚିଠିର ଯାଞ୍ଚ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଲଗା ମେଲ୍ ଆଇଡିରୁ ଶନିବାର ଅପରାହ୍ଣ ୪ଟା ୩୭ରେ ଏକ ଚିଠି ମିଳିଥିଲା । ଇମେଲଟି ଅଫିସିଆଲ୍ ହୋଇନଥିବା ବେଳେ ସେଥିରେ କୌଣସି ଦସ୍ତଖତ ନାହିଁ । ନୂଆ ଇମେଲ୍ ଆଇଡିର ଯାଞ୍ଚ ଆବଶ୍ୟକତା ରହିଛି । ଏଥିପାଇଁ ଗୃହ ମନ୍ତ୍ରାଳୟ ଯୋଗାଯୋଗ ଜାରି ରଖିଛି ।