spot_img
Home Blog Page 5871

ଜେଲରେ ବାହାଘର, ଅଭିଯୁକ୍ତକୁ ବାହାହେଲେ ଅଭିଯୋଗକାରିଣୀ

ଚୌଦ୍ୱାର: ନନା ପଢ଼ୁଛନ୍ତି ମନ୍ତ୍ର, ଚାଲିଛି ବାହାଘର । ଏ ବାହାଘର କୌଣସି ମନ୍ଦିର କି ବେଦୀର ହୋଇନି । ବରଂ ଜେଲ୍ ଭିତରେ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନବଦମ୍ପତି । ହୋମଅଗ୍ନିକୁ ସାକ୍ଷୀ ରଖି ହୋଇଛନ୍ତି ପତି ପତ୍ନୀ । ଏଭଳି ନିଆରା ବିବାହ କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାରରେ ଦ୍ୱିତୀୟ ଥର ପାଇଁ ହୋଇଛି । ଅଭିଯୁକ୍ତକୁ ଜେଲରେ ବାହା ହୋଇଛନ୍ତି ଅଭିଯୋଗକାରିଣୀ । ବାହାଘର ପରେ ନବଦମ୍ପତି ଘରକୁ ଯାଆନ୍ତି । କିନ୍ତୁ ଏଠି କନ୍ୟା ଫେରିଛି ଏକା ଏକା, ବର ଯାଇଛି ଜେଲ୍ ।

Accused Married Complainant In Choudwar Jail Cuttack

କଟକ ସଦର ଥାନା ଶଙ୍ଖତରାସ ଗାଁର ନରେଶ ଦାଶଙ୍କ ପୁଅ ନୃସିଂହ ସେହି ଗାଁର ରବି ଦାଶଙ୍କ ଝିଅ ପୂଜା ଦାଶଙ୍କୁ ଭଲ ପାଉଥିଲେ । ପୂଜାର ପରିବାର ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣି ଉଭୟଙ୍କର ବିବାହ କରାଇ ଦେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ପୂଜାକୁ ବିବାହ କରିବା ପାଇଁ ନୃସିଂହ ସଫା ସଫା ମନା କରି ଦେଇଥିଲା । ଏହାକୁ ନେଇ ପୂଜାର ପରିବାର କଟକ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ନୃସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Accused Married Complainant In Choudwar Jail Cuttack

ଅଭିଯୁକ୍ତ ୨ ବର୍ଷ ସଜା ଭୋଗିବା ପରେ ପୂଜାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ପରିବାର ଲୋକେ ପୀଡ଼ିତାଙ୍କ ପରିବାର ସହିତ ଆଲୋଚନା କରି ଗାଁ ମୁରବିଙ୍କ ଜରିଆରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବିବାହ ପାଇଁ ମାନ୍ୟବର ଅଦାଲତ ଅନୁମତି ପ୍ରଦାନ କରିଥିଲ । ଚୌଦ୍ୱାର ଉଦ୍ଧାର ଫାଉଣ୍ଡେସନ ସହଯୋଗରେ ନୃସିଂହ ଓ ପୂଜାଙ୍କ ବିବାହ ଜେଲ୍ ପରିସରରେ ସମ୍ପନ୍ନ ହୋଇଛି । ବିବାହ ପରେ କନ୍ୟା ଘରକୁ ଫେରିଥିବା ବେଳେ ବର ନୃସିଂହ ଜେଲରେ ରହିଛି । ଆଉ ଗୋଟିଏ ତାରିଖ ପରେ ନୃସିଂହ ଖଲାସ ହେବେ ବୋଲି ଓକିଲ ସୂଚନା ଦେଇଛନ୍ତି ।

ଭଡ଼ାଟିଆଙ୍କୁ ଘରୁ ବାହାର କରିବା ଲାଗି ବିଜେପି ନେତାଙ୍କ ରାତି ଅଧିଆ ଗୁଣ୍ଡାରାଜ

ଭୁବନେଶ୍ୱର: ବିଜେପି ନେତାଙ୍କ ଦାଦାଗିରି । ଭଡାଟିଆଙ୍କୁ କାଢିବାକୁ ଗୁଣ୍ଡାଗର୍ଦ୍ଦି । ଜଣେ ଏଯାଏଁ ବିଧାନସଭା ଦେଖିନାହାଁନ୍ତି, ଆଉ ଜଣେ ବିଧାୟକ ହେବାକୁ ବାରମ୍ବାର ଚଳାଇଛନ୍ତି ବିଫଳ ପ୍ରୟାସ । ବିଜେପି ନେତାଙ୍କ ଗୁଣ୍ଡାଗିରିରେ ସାମିଲ ହୋଇଛନ୍ତି ଜଣେ ଚିଟଫଣ୍ଡ ଅଭିଯୁକ୍ତ । ମଙ୍ଗଳବାର ସନ୍ଧ୍ୟାରେ ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ଓ ମାରଧର କରିବା ଘଟଣାରେ ପୋଲିସ ୨୦ରୁ ଅଧିକଙ୍କ ନାଁରେ ରୁଜୁ କରିଛି ମାମଲା । ଚର୍ଚ୍ଚା ହେଉଛି ଗିରଫଦାରୀ ଭୟରେ ବିଜେପିର ଦୁଇ ନେତା ଏବେ ଫେରାର ।

FIR Against BJP leader Upasna Mohapatra, Her Husband Subharansu Biswal And Dozen Others

ଜଣେ ପୂର୍ବତନ କଂଗ୍ରେସ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ତଥା ବିଜେପି ଯୁବନେତ୍ରୀ ଉପସାନା ମହାପାତ୍ର । ଆଉ ଜଣେ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ । ଭଡାଟିଆଙ୍କୁ ଘରୁ ବାହାର କରିବାକୁ ଗୁଣ୍ଡାରାଜକୁ ଓହ୍ଲାଇଛନ୍ତି ବିଜେପିର ଏହି ଦୁଇ ନେତା । ନୟାପଲ୍ଲୀ ଏନ-ଥ୍ରୀ ୨୩୧ ନମ୍ବର ଘରକୁ ନେଇ କୋର୍ଟରେ ମାମଲା ଥିବା ବେଳେ ଘରକୁ ନିଜ ଦଖଲକୁ ନେବାକୁ କୁରୁକ୍ଷେତ୍ର ରଚିଛନ୍ତି । ୩୦ରୁ ୪୦ ଗୁଣ୍ଡାଙ୍କୁ ସାଙ୍ଗରେ ନେଇ କରିଥିଲେ ରାତି ଅଧିଆ ଭଙ୍ଗାରୁଜା । ଏପରିକି ସିସିଟିଭି କ୍ୟାମେରାକୁ ମଧ୍ୟ ଛିଣ୍ଡାଇ ନେଇଯାଇଥିବା ଅଭିଯୋଗ ହୋଇଛି ।

FIR Against BJP leader Upasna Mohapatra, Her Husband Subharansu Biswal And Dozen Others

ଘଟଣାରେ ପୋଲିସ ଉପାସନା, ସାରଦା ପ୍ରଧାନ, ଉପାସନାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ଓ ଚିଟଫଣ୍ଡ ଅଭିଯୁକ୍ତ ସାଗର ରାୟଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏମାନଙ୍କ ବିରୋଧରେ ଆଇପିସି ଧାରା ୩୯୫ ଓ ୪୫୦ରେ ମାମଲା ରୁଜୁ ହୋଇଛି । ଡକାୟତି ଓ ବଳପୂର୍ବକ ଜଣଙ୍କ ଘରେ ଧସେଇ ପଶି ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏବେ ସୁଦ୍ଧା ଘଟଣାରେ ୧୭ଜଣ ଗିରିଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

FIR Against BJP leader Upasna Mohapatra, Her Husband Subharansu Biswal And Dozen Others

ଘର ମାଲିକ ବିଜୟ କୁମାର ନାୟକଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି । ସେ କିନ୍ତୁ କାହାକୁ ଘର ବିକିନଥିବା ସଫେଇ ଦେଇଛନ୍ତି । ବିଜେପି ଗୁଣ୍ଡାଗର୍ଦ୍ଦିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ହାବିଦାର ଘଟଣା ସମ୍ପର୍କରେ ଜାଣି ମଧ୍ୟ ଚୁପ୍ ରହିଥିଲେ । ଦାୟିତ୍ବରେ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ୧୭ ଜଣଙ୍କୁ ପୋଲିସ କୋର୍ଟା ଚାଲାଣ କରିଥିବା ବେଳେ ୨ ଜଣଙ୍କୁ ବେଲ୍ ମିଳିଛି । ଅନ୍ୟ ୧୫ ଜଣଙ୍କ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଦେଶରେ କରୋନା ଭ୍ୟାକ୍ସିନ ନଷ୍ଟ କରିବାରେ ତେଲେଙ୍ଗାନା ଏକ ନମ୍ବର !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାକୁ ଲାଗିଛି । ଏନେଇ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି । କିନ୍ତୁ କରୋନା ସକ୍ରିୟ ମାମଲା ଏବେ ବି ୨ ପ୍ରତିଶତ ରହିଛି ଖାଲି ସେତିକି ନୁହେଁ ମୃତ୍ୟୁ ହାର ମଧ୍ୟ ୨ ପ୍ରତିଶତରୁ କମ୍ ରହିଛି । ପଜିଟିଭିଟି ହାର ମଧ୍ୟ ୫ ପ୍ରତିଶତରୁ କମ୍‌ ରହିଛି । ମନ୍ତ୍ରଣାଳୟ କହିଛି ଯେ, ଗତ ବର୍ଷ ସେପ୍ଟେମ୍ବରରେ ଦେଶରେ ଗୋଟିଏ ଦିନରେ ୯୬ ହଜାର ମାମଲା ସାମ୍ନାକୁ ଆସିଥିଲା ।

ସେହିଭଳି ଗୋଟିଏ ଦିନରେ ସବୁଠାରୁ କମ୍‌ ମାମଲା ୯ ଫେବୃଆରୀ ୨୦୨୧ରେ ରହିଥିଲା । ସେହି ପରଠାରୁ କେତେକ ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ପାଉଥିବା ଦେଖାଯାଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ୪୭ ପ୍ରତିଶତ ସଂକ୍ରମଣ ବୃଦ୍ଧି ଘଟିଥିବା ବେଳେ ମୃତ୍ୟୁ ହାର ୩୭ ପ୍ରତିଶତ ବୃଦ୍ଧି ପାଇଛି । ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ଗତ ୧୫ ଦିନ ମଧ୍ୟରେ ୧୫୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି ।

ସେହିଭଳି ୧୭ଟି ରାଜ୍ୟର ୫୫ଟି ଜିଲ୍ଲାରେ ୧୦୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାଗୁଡ଼ିକ ଦେଶର ପଶ୍ଚିମ ଭାଗରେ ଅଧିକ ଦେଖାଯାଇଛି । ମହାରାଷ୍ଟ୍ର ୬୦ ପ୍ରତିଶତ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୪୫ ପ୍ରତିଶତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମାର୍ଚ୍ଚ ପହିଲାରେ ୭୭୪୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚ ୧୫ ସୁଦ୍ଧା ତାହା ବୃଦ୍ଧି ପାଇ ୧୩ ହଜାର ୫୨୭ରେ ପହଞ୍ଚିଛି ।

ଦେଶରେ ୫୦ ହଜାର ଡାକ୍ତରଖାନାରେ କରୋନା ଟୀକାକରଣ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି । ସପଟେ ଆମେରିକା ୧୪ ଡିସେମ୍ବରରେ ଟୀକାକରଣ କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ଏବେ ସୁଦ୍ଧା ସେ ୧୦ କୋଟି ଲୋକଙ୍କୁ ଟୀକାକରଣ କରିସାରିଛି । ସେହିଭଳି ଭାରତ ୧୬ ଜାନୁୟାରୀରୁ ଟୀକାକରଣ ଆରମ୍ଭ କରିଥିଲା । ​​ଏବେ ସୁଦ୍ଧା ୩.୬୮ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ଟୀକାକରଣକୁ ନେଇ ଆମ ଦେଶ ବ୍ରିଟେନଠାରୁ ଆଗରେ ରହିଛି । ମାର୍ଚ୍ଚ ୧୫ରେ, ଗୋଟିଏ ଦିନରେ ସାରା ବିଶ୍ୱରେ ୮୦ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଥିଲା, ସେଥିମଧ୍ୟରୁ ଭାରତ ଗୋଟିଏ ଦିନରେ ୩୦ ଲକ୍ଷ ଲୋକଙ୍କୁ ଟୀକାକରଣ କରିଥିଲା ।

‘ତେଲେଙ୍ଗାନା ସର୍ବାଧିକ ଟିକା ନଷ୍ଟ କରିଛି’

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, କେଉଁ ରାଜ୍ୟ କେତେ ଭ୍ୟାକ୍ସିନ୍‌ ନଷ୍ଟ କରିଛି । ଏହି ତାଲିକାରେ ସର୍ବପ୍ରଥମେ ତେଲେଙ୍ଗାନାର ନାଁ ସାମ୍ନାକୁ ଆସିଛି । ଯେଉଁଠି ୧୭.୬ ପ୍ରତିଶତ ଟିକା ନଷ୍ଟ ହୋଇଛି । ତାଲିକାର ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶର । ଏହି ରାଜ୍ୟ ୧୧.୬ ପ୍ରତିଶତ ଟିକା ନଷ୍ଟ କରିଛି । ସେହିଭଳି ତିନି ନମ୍ବର ସ୍ଥାନରେ ଉତ୍ତର ପ୍ରଦେଶ ରହିଛି । ଏହି ରାଜ୍ୟ ୯.୪ ପ୍ରତିଶତ ଟିକା ନଷ୍ଟ କରିଛି । ଚତୁର୍ଥ ନମ୍ବରରେ କର୍ଣ୍ଣାଟକ, ଯେଉଁଠାରେ ୬.୯ ପ୍ରତିଶତ ଟିକା ନଷ୍ଟ ହୋଇଛି । ମୋଟାମୋଟି ଦେଖିବାକୁ ଗଲେ ଭାରତରେ ହାରାହାରି ୬.୫ ପ୍ରତିଶତ ଟିକା ନଷ୍ଟ ହୋଇଛି ।

ବଢ଼ୁଛି ସଂକ୍ରମଣ, ଲକ୍‌ଡାଉନ୍‌ ହେବା ଉଚିତ୍‌ ନା ନୁହେଁ ? ଜାଣନ୍ତୁ ଲୋକଙ୍କ ମତ…

ଭୁବନେଶ୍ୱର: ଦେଶରେ ଏବେ ପୁଣି କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ମନରେ ଲକ୍‌ଡାଉନ୍ ସଟ୍‌ଡାଉନ୍ ଭୟ ମଧ୍ୟ ଆସୁଛି । ତେବେ ଏହାରି ଭିତରେ ଲୋକଙ୍କ ମନର କଥା ଜାଣିବା ପାଇଁ ନନ୍ଦିଘୋଷ ଟିଭି ଡିଜିଟାଲ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ଏକ ପୋଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସାଧାରଣ ଲୋକଙ୍କ ମତ ମଗାଯାଇଥିଲା । ଅନେକ ଲୋକ ଏନେଇ ନିଜର ମତାମତ ରଖିଛନ୍ତି ।

ଲକ୍‌ଡାଉନ ହେବା ଉଚିତ୍‌ ନୁହେଁ

ସଂକ୍ରମଣ ବୃଦ୍ଧି ପାଉଛି ତାହା ସତ, ହେଲେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପାଇଁ ଲୋକେ ଅମଙ୍ଗ । ଲକ୍‌ଡାଉନ୍ କିମ୍ବା ସଟ୍‌ଡାଉନ୍‌କୁ ଲୋକେ ଆଉ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି । କିଛି କିଛି ଲୋକ ସିଧା ସଳଖ କହୁଛନ୍ତି ଏଥର ଯାହା ବି ହେଉ ଲକ୍‌ଡାଉନ୍‌ ନହେଉ । କାରଣ ଗତ ଲକ୍‌ଡାଉନ୍ ଯୋଗୁଁ ସେମାନେ ଅନେକ କିଛି କ୍ଷତି ସହିଛନ୍ତି । ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ପୁଣି ଥରେ ଯଦି ଲକ୍‌ଡାଉନ୍‌ ହୁଏ ତେବେ ଜୀବିକା ନିର୍ବାହ କରିବା କଷ୍ଟ ହୋଇପଡ଼ିବ ।

ଲକ୍‌ଡାଉନ୍‌ ପାଇଁ ହଁ

ଅନ୍ୟପଟେ କିଛି ଲୋକ କରୋନା ସଂକ୍ରମଣ ଓ ମୃତ୍ୟୁ ହାରକୁ ଦେଖି ଡରିଯାଉଛନ୍ତି । ଫଳରେ ସେମାନେ ପୁଣି ଥରେ ଲକ୍‌ଡାଉନ୍ ହେଉ ବୋଲି ଚାହୁଛନ୍ତି । ତେବେ ଲକ୍‌ଡାଉନ୍ ପାଇଁ ସହମତି ପ୍ରକାଶ କରୁଥିବା ଲୋକଙ୍କୁ ସୋସିଆଲ ମିଡିଆରେ ନାନା ସମାଲୋଚନା କରାଯାଇଛି । କିଛି ସାସିଆଲ ମିଡିଆ ୟୁଜର କହିଛନ୍ତି ଯେଉଁମାନଙ୍କର କିଛି କାମ ଧନ୍ଦା ନାହିଁ ସେମାନେ ଲକ୍‌ଡାଉନ୍‌କୁ ସହଜରେ ଗ୍ରହଣ କରିପାରିବେ । ହେଲେ ଯେଉଁମାନେ ନିୟମିତ ପରିଶ୍ରମ କଲେ ହିଁ ସେମାନଙ୍କ ଜୀବିକା ନିର୍ବାହ ହୁଏ ସେମାନେ କେବେ ବି ଲକ୍‌ଡାଉନ୍ ହେଉ ବୋଲି ଚାହିଁବେ ନାହିଁ । ସେହିଭଳି କିଛି ଲୋକ ସିଧାସଳଖ ସରକାରଙ୍କୁ ସମାଲୋଚନା କରିଛନ୍ତି ଯେ, ସଂକ୍ରମଣ ବୋଲି କିଛି ନାହିଁ । ସରକାର ଓ ଗଣମାଧ୍ୟମ କେବଳ ଲୋକଙ୍କୁ ଡରାଉଛନ୍ତି ।

କେମିତି ଥିଲା ମାର୍ଚ୍ଚ ୨୦୨୦

ଗତବର୍ଷ ଠିକ୍ ଏହି ସମୟରେ କରୋନା ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଭିରେ କରୋନା ଖବର ପ୍ରସାରିତ ହେବା ମାତ୍ରେ ଛତିରେ ଛନକା ପଶିଯାଏ । ୨୦୨୦ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ବେଳକୁ ଦେଶରେ ଦୈନିକ କରୋନା ସଂକ୍ରମଣ ୨୦-୨୫ ରହିଥିଲା । ହେଲେ ଭୟ କାହିଁରେ କ’ଣ ଥିଲା । କିନ୍ତୁ ୨୦୨୧ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରୋନା ସଂକ୍ରମଣ ଦୈନିକ ୬୦ରୁ ୬୫ ରହିଛି । ହେଲେ ଲୋକଙ୍କ ମନରେ ଭୟ ପୂର୍ବ ଅପେକ୍ଷା କମ୍ ରହିଛି ।

Vaccination Plan For Cop’s Of Twin City

୨୦୨୧ ମାର୍ଚ୍ଚ ୧୭ରେ ଅର୍ଥାତ୍ ଆଜି, ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଲୋଚନା କରିଛନ୍ତି । ୨୦୨୦ ମାର୍ଚ୍ଚ ୧୫ରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ଦେଶର ନେତାଙ୍କ ସହ ଆଲୋଚନା କରିଥିଲେ । ତେବେ ସେହିଦିନର ସଂକ୍ରମଣ ସଂଖ୍ୟା ୨୩କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧୦୭ରେ ପହଞ୍ଚିଥିଲା । ମାର୍ଚ୍ଚ ମାସ ବେଳକୁ କରେନା ଧିରେ ଧିରେ ଆରମ୍ଭ ହେଉଥିଲା । ସେତେବେଳେ ଦିଲ୍ଲୀରେ ତବ୍ଲିକ୍ ଜମାତ୍ କାରଣରୁ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଥିଲା । କିନ୍ତୁ ଏବେ ମହାରାଷ୍ଟ୍ରର ସଂକ୍ରମଣ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ସଂକ୍ରମଣ ସଂଖ୍ୟା ଶୁନ ଆଡ଼କୁ ଯାଉଥିବା ବେଳେ ଏବେ ପୁଣି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

Vaccination Plan For Cop’s Of Twin City

ଅନ୍ୟପଟେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, କରୋନା ସହ ଲଢ଼ିବାରେ ଆମର ଅଭିଜ୍ଞତା ରହିଛି । ତେଣୁ ଏବେ ସେହି ଅଭିଜ୍ଞତାକୁ ବ୍ୟବହାର କରିବା ଉଚିତ୍‌ । କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା କଡ଼ା ପଦକ୍ଷେପ ନେବା ଉଚିତ୍‌ । ଯଦି ଆବଶ୍ୟକ ପଡ଼େ ତେବେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେବା ଉଚିତ୍‌ । ସ୍ଥାନୀୟ ପ୍ରଶାସନ ମାନେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ କଡ଼ା କଡ଼ି କରିବା ଉଚିତ୍‌ । ପୂର୍ବ ଭଳି 3T (ଟ୍ରାକ୍‌-ଟେଷ୍ଟ-ଟ୍ରିଟ୍‌) ଉପାୟ ମଧ୍ୟ ଆପଣାଇବା ଜରୁରୀ । ସେହିଭଳି ସବୁ ରାଜ୍ୟ ଆର୍‌ଟିପିସିଆର୍‌ ଟେଷ୍ଟଂ ସଂଖ୍ୟା ବୃଦ୍ଧି ଉପରେ ଗରୁତ୍ୱ ଦେବା ଆବଶ୍ୟକ ।

ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ନାଉପାଳଗଡ଼ି ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିମାରି ହତ୍ୟା ଘଟଣା । ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସହିତ ୨ ରାଉଣ୍ଡ ଗୁଳି, ତେଲେଙ୍ଗା କଟୁରି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ୍‌ ଜବତ କରାଯାଇଛି । ଏହି ଘଟଣାରେ ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଖୁବଶୀଘ୍ର ଗିରଫ କରିବାରେ ସଫଳ ହେବ ବୋଲି ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି ।

Balasore Police Arrested 8 Accused On trawler Owner Murder Case

ପୋଲିସ ସୂଚନା ଅନୁସାରେ, ସଦର ଥାନା ଅଧୀନ କେଶରପୁର ଗାଁରେ ବିଦ୍ୟୁତ ସଂଯୋଗକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଗତ ସୋମବାର ଅପରାହ୍ଣ ୪ଟା ସମୟରେ ୧୦ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଜୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ଲାଗି ବିଜୟ ଟ୍ରଲର ଭିତରକୁ ଦୌଡ଼ି ଯାଉଥିବା ବେଳେ, ତାଙ୍କୁ ପଛରୁ ଗୁଳି କରିଥିଲେ ଦୁର୍ବୃତ୍ତ ।

Balasore Police Arrested 8 Accused On trawler Owner Murder Case

ପରେ କବାଟ ଭାଙ୍ଗି ଡ଼୍ରାଇଭର ରୁମ୍‌ ଭିତରେ ୭ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଏହା ପରେ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ୬ ଜଣ ଏକ କାଠ ଡ଼ୁଙ୍ଗିରେ ନଦୀ ପାର୍ ହୋଇ ଫେରାର୍‌ ହୋଇଯାଇଥିବା ବେଳେ ଅନ୍ୟ ୪ ଜଣ ବାଇକ୍ ଯୋଗେ ଖସି ପଳାଇଥିଲେ ।

କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେ ଷ୍ଟାର

କୁହାଯାଏ  ଯେ ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ୱପ୍ନ ଥାଏ । ହେଲେ  କେବଳ ତା’ର ହିଁ ସ୍ୱପ୍ନ ସତ ହୁଏ,  ଯାହା ପାଖରେ ଥାଏ ସ୍ୱପ୍ନକୁ ସତ କରିବାର ଜୋଶ୍, ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସ। ଆଉ ଏହାର ଜ୍ୱଳନ୍ତ ଉଦ୍ଧାହରଣ ଏବେ ଦେଖିବାକୁ ମିଳିଛି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ।

ଦାଦନ ଖଟିବାକୁ ଯାଇଥିବା କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେଷ୍ଟାର। ଦାଦନ ଖଟିବାକୁ ଯାଇ ଏବେ ମାଲାୟମ ଫିଲ୍ମରେ ଅଭିନୟ କରୁଛନ୍ତି ରାଜକୁମାର।  କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ବାସିନ୍ଦା ରାଜକୁମାର, ସ୍କୁଲରେ ପାଠପଢ଼ା ସାରି ୨୦୧୨ ମସିହାରେ ତୁମୁଡ଼ିବନ୍ଧ ଯୁକ୍ତ ଦୁଇ କଲେଜରେ ନାମ ଲେଖିଥିଲେ।  ହେଲେ ଅଭାବ ଅନଟନ ପାଇଁ ପାଠପଢ଼ାରେ ବାନ୍ଧିବାକୁ ପଡ଼ିଥିଲା ଡୋରି। ।  ପରିବାରର ଆର୍ଥିକ ଅବସ୍ଥା ତାଙ୍କୁ ବାଧ୍ୟ କରିଥିଲା ଦାଦନ ଖଟିବା ପାଇଁ। ଏଥିପାଇଁ ସେ ଚାଲିଯାଇଥିଲେ କେରଳ।  ସେଠାରେ ଏକ ହୋଟେଲରେ କାମ କରିବା ସହ ଏକ ଜିମ ସେଣ୍ଟରରେ ବଡି ବିଲ୍ଡଂ କରିଥିଲେ ରାଜକୁମାର।

ଆଉ ଏହି ଜିମରେ ହିଁ ମାଲାୟମ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି କଳାକାରଙ୍କ ସଂସ୍ପର୍ଷରେ ଆସିଥିଲେ ସେ। ଆଉ ଏହିଠୁ ହିଁ ବଦଳିଯାଇଥିଲା ଜୀବନର ମୋଡ଼। ଏବେ ରାଜକୁମାର ବନିଯାଇଛନ୍ତି ମାଲାୟଲମ ସିନେମା ଦୁନିଆର ପପୁଲାର ଷ୍ଟାର। ସେ ବର୍ତ୍ତମାନ ସୁଦ୍ଧା ୬ଟି ଫିଲ୍ମରେ ଅଭିନୟ କରିସାରିଲେଣି।  ଇଣ୍ଡଷ୍ଟ୍ରିର ବହୁତ ବଡ଼ ବଡ଼ କଳାକାରଙ୍କ ସହ ପରଦାରେ ନଜର ଆସିସାରିଲେଣି ରାଜକୁମାର୍ ।

ରାଜକୁମାରଙ୍କ ସଫଳତା ପାଇଁ କେବଳ ତାଙ୍କ ପରିବାର ନୁହେଁ ବର ପୂରା କନ୍ଧମାଳ ଜିଲ୍ଲା ଆଜି ଗର୍ବିତ ।

ତଥ୍ୟ ସୁଧାରିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ମନ୍ତ୍ରୀ ପାହ୍ୟା ସଂଶୋଧିତ ତାଲିକା ଦେଲେ ବାଚସ୍ପତିଙ୍କୁ

ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନଙ୍କ ବ୍ୟତୀତ ଅନ୍ୟ କାହାକୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ବୋଲି ମଙ୍ଗଳବାର ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାକୁ ଆଜି ପୁଣି ସଂଶୋଧନ କରିଛନ୍ତି । ଗତକାଲି ତଥ୍ୟ ଦେବାବେଳେ ମନ୍ତ୍ରୀ କେତେକ ବିଭାଗର ତଥ୍ୟକୁ ଛାଡ଼ି ଯାଇଥିବା ଆଜି ସ୍ବୀକାର କରିଛନ୍ତି । ସଂଶୋଧିତ ତଥ୍ୟ ଅନୁସାରେ ରାଜ୍ୟ ସରକାର ମନ୍ତ୍ରିମଣ୍ଡଳ ବ୍ୟତୀତ ଆଉ ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିବା ବେଳେ ୨୬ ଜଣଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ଏବଂ ଜଣଙ୍କୁ ଉପମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଜ୍ଞତା ଓ ପାରଦର୍ଶିତାକୁ ଆଧାର କରି ସରକାର ସ୍ୱତନ୍ତ୍ର ଭାବରେ ଏହି ନିଯୁକ୍ତି ପ୍ରଦାନ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି ।

ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଆରୁଖ ଏହା କହିଛନ୍ତି । ମଙ୍ଗଳବାର ଦିନ ମନ୍ତ୍ରିମଣ୍ଡଳ ବ୍ୟତୀତ ୨୭ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ବୋଲି ତଥ୍ୟ ରଖିଥିଲେ । ଏହି ତାଲିକାରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଭାବେ ସୁସ୍ମିତା ବାଗଚି, କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗର ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଜୟକୁମାର ନାୟକ ଏବେ ରାଜ୍ୟ ଯୁବକଲ୍ୟାଣ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଦିଲୀପ ତିର୍କୀଙ୍କ ନାଁ ଉତ୍ତରରେ ନଥିଲା । ତେବେ ଆଜି ଦିଆଯାଇଥିବା ସଂଶୋଧିତ ତାଲିକାରେ ଏମାନଙ୍କ ନାଁ ସ୍ଥାନ ପାଇଛି ।

ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ମୂଳ ପ୍ରଶ୍ନର ଉତ୍ତର ଦେଇ ଆଉ ୨୭ଜଣଙ୍କ ନାଁ ଉଲ୍ଲେଖ କରିଥିଲେ । ସେମାନଙ୍କ ଭିତରେ ୨୦ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ହୋଇଥିବା ବେଳେ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦାୟିତ୍ୱ ତୁଲାଉଥିବା ସେ କହିଥିଲେ । ଏହି ବିବୃତ୍ତି ଅନୁସାରେ କ୍ୟାବିନେଟ୍ ପାହ୍ୟା ପାଇଥିବା ୬ଜଣ ହେଉଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି, ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା ଡ. କେ ଶ୍ରୀନାଥ । ଶାସକ ଦଳ ଉପ ସଚେତକ ରୋହିତ ପୂଜାରୀଙ୍କୁ ଉପ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଥିବା ସେ କହିଛନ୍ତି ।

‘ଲକ୍‌ଡାଉନ୍ ଯୁଗକୁ ଫେରିବା ସମ୍ଭବ ନୁହେଁ’, ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାକୁ ନେଇ ଏବେ ସବୁଠି ପୁଣି ଚର୍ଚ୍ଚା ଆରମ୍ଭ ହେଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜ୍ୟ ସମେତ ଦେଶର ପ୍ରାୟ ୭୦ ଜିଲ୍ଲାରେ କରୋନା ସଂକ୍ରମଣ ହାର ୧୫୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ତେବେ ଦେଶରେ ଏଭଳି ସ୍ଥିତି ଉପୁଜିବାରୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲାେଚନା କରିଛନ୍ତି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସିଧା ସଳଖ କହିଛନ୍ତି ଯେ, ସଂକ୍ରମଣ ରୋକିବାକୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ । କିନ୍ତୁ ଲକ୍‌ଡାଉନ୍‌ ଯୁଗକୁ ଫେରି ହେବ ନାହିଁ ।

 ଗତ ଏକ ବର୍ଷ ଧରି ବିଶ୍ୱ କୋଭିଡ୍ ମହାମାରୀ କାରଣରୁ ଏଭଳି ସଂକଟ ଦେଖୁଛି ଯାହାର କୌଣସି ଉଦାହରଣ ନାହିଁ । ବିଶ୍ୱର ପ୍ରତିକୋଣରେ ଏହି ଭୂତାଣୁ ପ୍ରବେଶ କରିଥିବା କାରଣରୁ ଏହା ସମସ୍ତଙ୍କ ପାଇଁ ଏକ କଷ୍ଟକର ବର୍ଷ ହୋଇଛି । ପରିବାର ଓ ସମାଜ କେବଳ ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇ ନାହାନ୍ତି, ଅର୍ଥନୀତି ଓ ଜୀବିକା ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା ବେଳେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Patnaik Discuss With PM Narendra Modi On Covid 19 Situation

ମୁଖ୍ୟମନ୍ତ୍ରୀ କହିଛନ୍ତି- ଓଡ଼ିଶାରେ ଆମେ ପ୍ରତିବର୍ଷ ବାତ୍ୟା ଭଳି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥାଉ । ଆମ ପ୍ରଶାସନିକ କଳ ଏଭଳି ସଂକଟର ମୁକାବିଲା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ । ଓଡ଼ିଶା ବାସୀଙ୍କ ସହଯୋଗ କାରଣରୁ ଆମେ ମହାମାରୀକୁ ନିୟନ୍ତ୍ରିତ କରିବା ଓ କ୍ଷତିକୁ ବହୁତ ସୀମିତ କରିବାରେ ସଫଳ ହୋଇଛୁ । ସଂକଟ କାଳରେ ଆମ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ବ୍ୟବସ୍ଥା ଅହରହ କାର୍ଯ୍ୟ କରୁଥିଲେ । ଭ୍ୟାକ୍ସିନ୍ ଆସିବା ଦ୍ୱାରା ମହାମାରୀ ଅନ୍ତ ପାଖେଇ ଆସୁଛି ବୋଲି ଆଶା ସୃଷ୍ଟି ହୋଇଛି । ଏତେ ଶୀଘ୍ର ଭ୍ୟାକ୍ସିନ ବିକାଶ କରିବା ପାଇଁ ଆମେ ବୈଜ୍ଞାନିକଙ୍କ ପାଖରେ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଆମ ପାଇଁ ଗର୍ବର ବିଷୟ ଯେ, ଭାରତ ଟିକା ତିଆରି କରିବାରେ ସର୍ବାଗ୍ରେ ରହିଛି ।

ଟିକାକରଣକୁ ଅଧିକ ଜୋରଦାର କରିବା ଲାଗି ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ଆବଶ୍ୟକତା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଦେଶ ତଥା ଭାରତର କିଛି ରାଜ୍ୟରେ କରୋନା ପୁଣି ଥରେ ମୁଣ୍ଡ ଟେକୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ । ଲକଡାଉନ ଯୁଗକୁ ଆମେ ପୁଣିଥରେ ଫେରିବା ସମ୍ଭବ ନୁହେଁ । ଏହା ସହିତ ଭୂତାଣୁ ସଂକ୍ରମଣକୁ ଯେପରି ରୋକାଯିବ, ସେନେଇ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ବିଶାଳ ଜନସଂଖ୍ୟା କାରଣରୁ ହାର୍ଡ ଇମ୍ୟୁନିଟି ପାଇଁ ଅଧିକ ସମୟ ଲାଗିବ । ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଆମେ କୋଭିଡ୍ ବିରୋଧରେ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସହଯୋଗ ଜାରି ରଖିବୁ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି, ସାମ୍ବାଦିକଙ୍କୁ ଦିଆଯାଉ ସମ୍ମୁଖ ଯୋଦ୍ଧା ମାନ୍ୟତା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଯୋଦ୍ଧାଙ୍କୁ ଫେବ୍ରୁଆରୀ ମାସରେ ଟିକା ଦିଆଯାଇଛି । ତେବେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଆଉ କିଛି ଶ୍ରେଣୀ ପ୍ରତି ବିପଦ ଥିଲେ ମଧ୍ୟ ସେମାନଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ମିଳିନାହିଁ । ସେମାନଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦିଆଯିବା ସହ ସାମ୍ବାଦିକମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକା ଦେବାକୁ ଚିଠି ଲେଖିଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ।

ବିଭିନ୍ନ ଜରୁରୀକାଳୀନ ସେବା ଯେଭଳି ପାନୀୟ ଜଳ ବଣ୍ଟନ, ବିଦ୍ୟୁତକରଣ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ ଚିଠି ଲେଖି ଦାବି କରିଛନ୍ତି । ବିମାନବନ୍ଦର, ରେଲୱେ ଓ ବନ୍ଦର କର୍ମଚାରୀଙ୍କ ସହ ପୁରୀ ଓ ଲିଙ୍ଗରାଜ ସେବାୟତଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦିଆଯାଇ କୋଭିଡ୍ ଟିକାକରଣରେ ସାମିଲ୍ ଲାଗି ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

୩ କୋଟି ରାସନ କାର୍ଡ ବାତିଲ ପରେ ଅନାହାର ମୃତ୍ୟୁ, ସୁପ୍ରିମକୋର୍ଟ କହିଲେ ସମ୍ବେଦନଶୀଳ ମାମଲା

ନୂଆଦିଲ୍ଲୀ: ଆଧାର କାର୍ଡ ସହ ଜଡିତ ନ ଥିବାରୁ ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରାଯିବା ଘଟଣା ନେଇ ବୁଧବାର ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ଏହି ସମୟରେ ଏକ ବଡ଼ ମୁଦ୍ଧା ସାମ୍ନାକୁ ଆଦିଛି । ରାସନକାର୍ଡ ବାତିଲ ନେଇ  ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ଜବାବ ମାଗିଛନ୍ତି । ସେ କହିଛନ୍ତି ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ପ୍ରଧାନ ବିଚାରପତି (ସିଜେଇ) ଏସ୍ ଏ ବୋବଡେ, ଜଷ୍ଟିସ୍ ଏସି ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମଙ୍କ ଖଣ୍ଡପିଠ ଏହାର ଶୁଣାଣି କରି କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାକୁ ବିରୋଧାତ୍ମକ ମାମଲା ଭାବରେ ଦେଖାଯିବା ଉଚିତ୍ ନୁହେଁ । ଖଣ୍ଡପିଠ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଚୂଡ଼ାନ୍ତ ଶୁଣାଣି ହେବ ।

ଏହାର ଶୁଣାଣି ହେବ, ବିରୋଧ ନୁହେଁ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା କୌଣସି ବିରୋଧାତ୍ମକ ମାମଲା ନୁହେଁ । କୋର୍ଟ କେବଳ ଆଧାରକାର୍ଡ ସମ୍ବନ୍ଧୀୟ ମାମଲା ହୋଇଥିବାରୁ ଜବାବ ମାଗୁଛନ୍ତି । ଅନ୍ତତଃ ଏହା ଉପରେ କୋର୍ଟ ଶୁଣାଣି କରିପାରିବେ । ସୁପ୍ରମ୍‌କୋର୍ଟ କହିଥିଲେ ଯେ, ଏନେଇ ଏକ ନୋଟିସ ଜାରି କରାଯିବ । ଆଉ ୪ ସପ୍ତାହ ମଧ୍ୟରେ ତାର ଉତ୍ତର ଦେବାକୁ ହେବ । ତେବେତେବେ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖୀ କହିଛନ୍ତି ଯେ ପୂର୍ବରୁ ନୋଟିସ୍‌ ଜାରି ହୋଇସାରିଛି ଏବଂ କେନ୍ଦ୍ର ସରକାରଙ୍କ ଏହାର ଜବାବ ଦେଇସାରିଛନ୍ତି । କେନ୍ଦ୍ର ସରକାରଙ୍କ ଉତ୍ତର ମଧ୍ୟ ରେକର୍ଡରେ ରହିଛି ।

୨୦୧୯ ରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା

ଗୋଞ୍ଜାଲଭିସ୍‌ କହିଛନ୍ତି, “ମୁଖ୍ୟ ମାମଲା ହେଉଛି ତିନି କୋଟି ରାସନ କାର୍ଡ ବାତିଲ କରିବା ଏବଂ ଅନାହାର ମୃତ୍ୟୁକୁ ନେଇ ।” ୨୦୧୯ ଡିସେମ୍ବର ୯ ତାରିଖରେ ଆଧାରକାର୍ଡ ବାତିଲ ଯୋଗୁଁ ରାସନ ନପାଇ ଅନାହାରରେ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ରାଜ୍ୟମାନଙ୍କୁ ଜବାବ ମାଗିଥିଲେ । ଏହି ପିଟିସନ ଝରଖଣ୍ଡର ଜଣେ ମହିଳା କୋଇଲି ଦେବୀ ଦାଖଲ କରିଥିଲେ । ଯାହାର ୧୧ ବର୍ଷର କନ୍ୟା ସନ୍ତାନ ସନ୍ତୋଷୀ ୨୦୧୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ଅନାହାର ଯୋଗୁଁ ମୃତ୍ୟୁ ବରଣ କରିଥିଲା । ସାନ୍ତୋଶୀଙ୍କ ଭଉଣୀ ଗୁଡ଼ିଆ ଦେବୀ ଏହି ମାମଲାରେ ମିଳିତ ଆବେଦନକାରୀ ମଧ୍ୟ ରହିଛନ୍ତି ।

୨୦୧୭ରେ ବନ୍ଦ ହୋଇଥିଲା ରାସନ ମିଳିବା

ଆବେଦନରେ କୁହାଯାଇଛି ଯେ, ରାସନକାର୍ଡ ସହ ଆଧାର କାର୍ଡ ସଂଯୁକ୍ତ ନ ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କ ରାସନ କାର୍ଡ ବାତିଲ କରିଦେଇଥିଲେ । ଏହି କାରଣରୁ, ତାଙ୍କ ପରିବାରକୁ ମାର୍ଚ୍ଚ ୨୦୧୭ ଠାରୁ ରାସନ ମିଳିବା ବନ୍ଦ ହୋଇଯାଇଥିଲା । ଆଉ ପୁରା ପରିବାରକୁ ଭୋକିଲା ରହିବା ପାଇଁ ବାଧ୍ୟ ହେବାକୁ ପଡ଼ିଥିଲା । ଖାଦ୍ୟ ଅଭାବରୁ ତାଙ୍କ ଝିଅ ସାନ୍ତୋଶୀଙ୍କର ମୃତ୍ୟୁ ହୋଇଥିଲା ।

ବମ୍ବେ ହାଇକୋର୍ଟରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା

ଶୁଣାଣି ଆରମ୍ଭରେ ବରିଷ୍ଠ ଆଇନଜୀବୀ କୋଲିନ୍ ଗୋଞ୍ଜାଲଭିସ୍ କହିଛନ୍ତି ଆବେଦନକାରୀ କୋୟଲି ଦେବୀଙ୍କ ମାମଲା ଏକ ବଡ଼ ମୁଦ୍ଦାକୁ ଉଠାଉଛି । ଏହି ସମୟରେ ସିଜେଆଇ କହିଛନ୍ତି, ବମ୍ବେ ହାଇକୋର୍ଟରେ ଥିବା ବେଳେ ତାଙ୍କ ପାଖକୁ ଏଭଳି ଏକ ମାମଲା ଆସିଥିଲା । ତେଣୁ ସମ୍ପୃକ୍ତ ହାଇକୋର୍ଟରେ ଏହି ମାମଲା ଦାୟର ହେବା ଉଚିତ୍ ବୋଲି କହିଛନ୍ତି ସିଜେଆଇ । ଖଣ୍ଡପିଠ ଆଇନଜୀବୀଙ୍କୁ କହିଛନ୍ତି ଯେ, ସେ ଏହି ମାମଲାର ପରିଦ୍ଧିକୁ ବୃଦ୍ଧି କରିଦେଇଛନ୍ତି ।

ରେସନ କାର୍ଡ ବାତିଲ କରିବା ନିଷ୍ପତି ଭୁଲ୍‌

କେନ୍ଦ୍ର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଗୋଞ୍ଜାଲଭିସ୍ ଯୁକ୍ତି କରିଛନ୍ତି । ଏହା ପରେ ଖଣ୍ଡପିଠ କହିଛନ୍ତି ଯେ, ଏହି ମାମଲା ଅନ୍ୟ କୌଣସି ଦିନ ଶୁଣାଣି କରିବା । କାରଣ କେନ୍ଦ୍ର ସରକାର ରାସନକାର୍ଡ ବାତିଲ କରି ସାରିଛନ୍ତି । ତେବେ ଏନେଇ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖୀ କହିଛନ୍ତି ଯେ, କେନ୍ଦ୍ର ସରକାର ରେସନ କାର୍ଡ ବାତିଲ କରିଥିବା ନେଇ ଗୋଞ୍ଜାଲଭିସ୍‌ ଏକ ମିଥ୍ୟା ବିବୃତ୍ତି ଦେଇଛନ୍ତି ।